-
ସମ୍ବିଧାନ ଦିବସ ପାଳନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପରିସରରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ ସୁପ୍ରିମ୍କୋର୍ଟ ଏବେ ଲୋକ ଅଦାଲତ ଭଳି କାର୍ଯ୍ୟ କରୁଛି ଏବଂ ନାଗରିକମାନେ କୋର୍ଟ ଆସିବାକୁ ଡରିବା ଉଚିତ ନୁହେଁ।
-
କେନ୍ଦ୍ର ସରକାର ଚାଷୀ ସଂଗଠନଗୁଡ଼ିକର ଦାବି ପୂରଣ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ଚଣ୍ଡିଗଡ଼ରେ ବଡ଼ ଧରଣର ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି।
-
ଗତ ଅକ୍ଟୋବର ୭ ତାରିଖରେ ହମାସ ଦ୍ଵାରା ଆକ୍ରମଣରେ ପ୍ରାଣ ହରାଇଛି ବୋଲି ବିଶ୍ଵାସ କରାଯାଉଥିବା ଜଣେ ୯ ବର୍ଷୀୟ ଆଇରିଶ-ଇସ୍ରାଏଲୀ ଝିଅ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଶନିବାର ୧୭ ଜଣ ବନ୍ଧକଙ୍କ ସହ ମୁକ୍ତ ହୋଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ପଞ୍ଜାବ ଗସ୍ତରେ ଯାଇଥିବା ସମୟରେ ତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଫିରୋଜପୁର ଏସ୍ପିଙ୍କ ସହିତ ଦୁଇ ଜଣ ଡିଏସ୍ପି ପାହ୍ୟା ଅଧିକାରୀଙ୍କୁ ମିଶାଇ ମୋଟ ୭ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି ।
-
ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଗତ ୧୫ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ସେନାର ସହାୟତା ନିଆଯାଇଛି।
-
ଅଯୋଧ୍ୟାରେ ଥିବା ରାମ ମନ୍ଦିର ଭଳି ଇନ୍ଦୋରର ବିଶ୍ରାମ ବାଗରେ ୨୧ ଟନ୍ ଲୁହା ସ୍କ୍ରାପରୁ ରାମ ମନ୍ଦିରର ପ୍ରତିକୃତି ପ୍ରସ୍ତୁତ କରାଯାଇଛି।
-
୪ ଯୁବତୀ ଲୁଣ ଭାବି ପିଜୁଳି ସହ ବିଷ ଖାଇଦେଲେ | ଆଉ ବିଷକ୍ରିୟା ଯୋଗୁଁ ଏବେ ସେମାନେ ଗୁରୁତର ହୋଇପଡିଛନ୍ତି | ବିହାରର ଔରଙ୍ଗାବାଦ ଜିଲ୍ଲାର କୁଟୁମ୍ବା ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଏହି ଘଟଣା ଘଟିଛି |
-
୨୦୨୨-୨୩ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ହେଉଛି ରେଳବାଇର ସର୍ବାଧିକ ଲାଭ କରୁଥିବା ରେଳ ଜୋନ୍ ଭାବରେ ୧୧,୭୦୩ କୋଟି ଟଙ୍କା ଲାଭ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।
-
ଇଲେକ୍ଟ୍ରିକ୍ ଯାନ (ଇଭି) କ୍ଷେତ୍ରରେ ଆଗକୁ ବହୁତ ବଡ଼ ବିପ୍ଳବ ଆସିବାର ସମ୍ଭାବନା ରହିଛି। ସାରା ବିଶ୍ଵରେ ବିରଳ ଥିବା ଲିଥିଅମ୍କୁ ଏବେ ବ୍ୟାଟେରି ତିଆରିରେ ବ୍ୟବହାର କରାଯାଉଛି। ତାହାର ବିକଳ୍ପ ଭାବେ ସୋଡିୟମ୍କୁ ବ୍ୟବହାର କରିବା ଲାଗି ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି।
-
ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ଅଗଷ୍ଟ ୩୧ ସୁଦ୍ଧା ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩.୩୬ କୋଟିରେ ପହଞ୍ଚିଛି।
-
ତମାଖୁଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି।
-
ଆମ୍ ଆଦ୍ମୀ ପାର୍ଟି(ଏଏପି)ର ପ୍ରତିଷ୍ଠା ଦିବସରେ ଦଳର ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ଦିଲ୍ଲୀର ପୂର୍ବତନ ଉମମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି।
-
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରେ ପଟେଲଙ୍କୁ ଜାପାନରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ସ୍ବାଗତ କରିଥିଲେ।
-
କେରଳ ହାଇକୋର୍ଟ କହିଛନ୍ତି ରାଜ୍ୟର ଆଇନ ଏବଂ ନିୟମ ଇଂଲିଶ୍ ଭାଷାରେ ପ୍ରକାଶିତ ହେବା ଉଚିତ । ଯଦି ଆଞ୍ଚଳିକ ଭାଷାରେ ଏକ ଆଇନ ପ୍ରସ୍ତୁତ କରାଯାଏ, ତେବେ ଆଇନର ଇଂଲିଶ୍ ଅନୁବାଦ ଉପଲବ୍ଧ ହେବା ଉଚିତ।.
-
ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶରେ ଏମପି ତଥା ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ମୃତ୍ୟୁଦଣ୍ଡ, ଆଜୀବନ କାରାଦଣ୍ଡ ଏବଂ ପାଞ୍ଚ ବର୍ଷରୁ ଅଧିକ ଦଣ୍ଡ ସହ ଜଡିତ ଅପରାଧିକ ମାମଲାର ଶୀଘ୍ର ନିଷ୍ପତ୍ତି ନେବାକୁ ଏଭଳି ମାମଲା ବିଚାର କରୁଥିବା ରାଜ୍ୟର ସମସ୍ତ ସ୍ଵତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
ଐତିହାସିକ ବାଲିଯାତ୍ରାରେ ଗତବର୍ଷ ପରି ଚଳିତବର୍ଷ ୪ଦିନ ବଲିଉଡ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
-
କରୋନା ପରେ ଏବେ ଚୀନରେ ନିମୋନିଆ ଭୟ। କରୋନା ଭଳି ନିମୋନିଆ ଯେପରି ମାରାତ୍ମକ ନହେବ ସେଥିପ୍ରତି କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ଭୟଭୀତ ନହେବା ସହିତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ଓ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବାକୁ କହିଛନ୍ତି।
-
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆନ କ୍ରିକେଟ କାଉନ୍ସିଲ (ଏସିସି) ୧୯ ବର୍ଷରୁ କମ୍ ପୁରୁଷ ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟ ଡିସେମ୍ବର ୮ରୁ ଖେଳାଯିବ। ଉଦୀୟମାନ ବ୍ୟାଟର ଉଦୟ ସାହାରନଙ୍କୁ ଗତଥରର ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ପଞ୍ଜାବର ଜଣେ ୧୯ ବର୍ଷୀୟ କ୍ରିକେଟର ସାହାରନ ହେଉଛନ୍ତି ।
-
ଖେଲୋ ଇଣ୍ଡିଆ- ପାରା ଗେମ୍ସ ୨୦୨୩ର ଅଫିସିଆଲ୍ ମାସ୍କଟ୍ ଭାବେ ଘର ଚଟିଆ- ‘ଉଜ୍ଜ୍ୱଳା’କୁ ଉନ୍ମୋଚନ କରାଯାଇଛି। ଛୋଟ ଘର ଚଟିଆ ଦିଲ୍ଲୀର ଗୌରବର ପ୍ରତୀକ ଏବଂ ଏହାର ଭିନ୍ନତା ସଂକଳ୍ପ ଏବଂ ସହାନୁଭୂତିକୁ ଦର୍ଶାଏ । ଖେଲୋ ଇଣ୍ଡିଆ – ପାରା ଗେମ୍ସ ୨୦୨୩ର ମାସ୍କଟ୍ ଭାବରେ ଉଜ୍ଜ୍ୱଳା ସ୍ମରଣ କରାଇ ଦେଉଛି ଯେ ଶକ୍ତି ଅନେକ ରୂପରେ ଆସିଥାଏ ଏବଂ ମାନବିକ ଭାବନା ଅତୁଟ ରହିଥାଏ ।
-
ଋତୁରାଜ ଗାଏକ୍ବାର୍ଡ, ଈଶାନ କିଷନ ଓ ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ରବିବାର ତିରୁଅନନ୍ତପୁରରେ ଆୟୋଜିତ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।