-
ଓଡିଆ ଝିଅ ମନୀଷା ପାଢୀ ଦେଶର ପ୍ରଥମ ମହିଳା ଏଡିସି(Aide-De-Camp) ଭାବେ ନିଯୁକ୍ତି ପାଇଛନ୍ତି । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି।
-
ହାଭାର୍ଡ ବିଶ୍ବବିଦ୍ୟାଳୟ ତରଫରୁ ‘ଟେଲର ସ୍ବିଫ୍ଟ ଆଣ୍ଡ୍ ହର ୱାର୍ଲଡ୍’ ନାମରେ ଏକ ନୂଆ ପାଠ୍ୟକ୍ରମ ପ୍ରଚଳିତ ହେବାକୁ ଯାଉଛି, ଯେଉଁଥିରେ ପ୍ରଖ୍ୟାତ ପପ୍ ଗାୟିକା ଟେଲର ସ୍ବିଫ୍ଟଙ୍କ ସମେତ ଆରେଥା ଫ୍ରାଙ୍କଲିନ୍, ବିଲି ହଲିଡେ ଓ ଡଲି ପାର୍ଟନଙ୍କ ପରି ମହିଳା ଆଇକନ୍ଙ୍କ ସଂଗୀତ, ସେମାନଙ୍କ ଦ୍ବାରା ରଚିତ ଗୀତ ଓ ସାଂସ୍କୃତିକ ପ୍ରଭାବ ବିଷୟରେ ଅନୁଧ୍ୟାନ କରାଯିବ।
-
ଦିଲ୍ଲୀ ଓ ମୁମ୍ବାଇରେ ଉତ୍କଟ ବାୟୁ ପ୍ରଦୂଷଣ ଏବେ ଲୋକଙ୍କୁ ଅତିଷ୍ଠ କରୁଛି। ଏଭଳି ସ୍ଥିତିରେ ଉଭୟ ସହରରେ ରହୁଥିବା ୬୦ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣର ଅବନତି କାରଣରୁ ସ୍ଥାନାନ୍ତର ହେବାକୁ ଚିନ୍ତା କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।
-
ପାକିସ୍ତାନରେ ପ୍ରେମୀ ନସରୁଲ୍ଲାଙ୍କ ପାଇଁ ଧର୍ମ ପରିବର୍ତ୍ତନ କରି ଫାତିମା ନାମରେ ପରିଚିତ ହୋଇଥିବା ଅଞ୍ଜୁ ପ୍ରାୟ ୫ ମାସ ଧରି ସେଠାରେ ଥିଲେ। ଭାରତରେ ପ୍ରବେଶ କରିବା ପରେ ତାଙ୍କୁ ପ୍ରଥମେ ବିଏସ୍ଏଫ୍ କ୍ୟାମ୍ପ୍କୁ ନିଆଯାଇଥିଲା ଏବଂ ସେଠାରେ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା।
-
ନ୍ୟୁଜର୍ସିର ଆପାର୍ଟମେଣ୍ଟ ଭିତରେ ଜେଜେବାପା, ଜେଜେମାଆ ଓ କକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରକୁ ଗିରଫ କରାଯାଇଛି।
-
ଉତ୍ତରାଖଣ୍ଡର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ୧୭ ଦିନର ଅପରେସନ ପରେ ଉଦ୍ଧାର କରାଯିବା ପରେ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ସୁଡ଼ଙ୍ଗ ବାହାରେ ଅସ୍ଥାୟୀ ମନ୍ଦିରରେ ଥିବା ଦେବାତାଙ୍କ ଆଶୀର୍ବାଦ ଯୋଗୁ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି।
-
ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ଭାବେ ଆନୁଷ୍ଠାନିକ ଭାବେ ସମଲିଙ୍ଗୀ ବିବାହ ପଞ୍ଜୀକରଣ କରିଛି। ୨୦୧୫ରେ ନେପାଳରେ ଗୃହୀତ ହୋଇଥିବା ସମ୍ବିଧାନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯୌନ ଆଭିମୁଖ୍ୟ ଆଧାରରେ କୌଣସି ଭେଦଭାବ କରାଯାଇପାରିବ ନାହିଁ।
-
କଳାହାଣ୍ଡି ଓ ମୟୁରଭଞ୍ଜ ଜିଲାରେ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୮୬.୨୫ କୋଟି ଟଙ୍କା ମଞ୍ଜୁର।
-
ସ୍ଵାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର, ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରନ୍ତୁ କହିଲେ ମୁଖ୍ୟମନ୍ତ୍ରୀ।
-
ଭୁବନେଶ୍ୱର ଝାରପଡାର ଜଗନ୍ନାଥ ନଗର:ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା।
-
ଯୁକ୍ତ ଦୁଇ ପିଲାମାନଙ୍କୁ ମିଳିବ ମାଗଣାରେ NEET, JEE MAIN କୋଚିଙ୍ଗ୍। ଉପକୃତ ହେବେ୬୭ ହଜାର ଛାତ୍ରଛାତ୍ରୀ।
-
ଡିସେମ୍ବରରୁ କଏନ ସହ ଚିରାଫଟା ନୋଟ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ।
-
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ବର୍ଷ ବଢିଲା ।ଏହାଦ୍ଵାରା ୮୧ କୋଟି ଲୋକ ଉପକୃତ ହେବେ ।
-
ଡିସେମ୍ବର ପହିଲାରୁ ବଦଳିବ ସିମ କାର୍ଡ କ୍ରୟ ଓ ବିକ୍ରୟ ପାଇଁ ନିୟମ । ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଂଚ ଓ ପଂଜୀକରଣ।
-
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ହେଲା ଲଘୁଚାପ କ୍ଷେତ୍ର । ନେଇପାରେ ଅବପାତର ରୂପ, ଡିସେମ୍ବର ୨ରେ ବାତ୍ୟା ଆଶଙ୍କା।
-
ଚୀନର ମୁକାବିଲା ପାଇଁ ସମୁଦ୍ରରେ ନିଜର ଶକ୍ତି ବଢ଼ାଉଛି ଭାରତ। ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହୀ ଯୁଦ୍ଧପୋତ ଦେବା ପାଇଁ ପ୍ରସ୍ତୁତି ଚାଲିଛି।
-
ଦେଶରେ ଯୌନ ଅପରାଧ ସମ୍ପର୍କିତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଗଠିତ ଫାଷ୍ଟ ଟ୍ରାକ୍ ସ୍ବତନ୍ତ୍ର ଅଦାଲତଗୁଡ଼ିକର ଅବଧିକୁ ଆଉ ୩ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଛି।
-
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍ ସ୍ପେସ୍ଫ୍ଲାଇଟ୍ ପ୍ରୋଗ୍ରାମ୍ ଡିରେକ୍ଟୋରେଟ୍ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍ ଅଫ୍ ଅନର ପ୍ରଦାନ କରାଯାଇଛି।
-
ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ବୁଧବାର କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
-
ବୁଧବାର ଚେନ୍ନାଇ ଏବଂ ପଲିଟାନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନରେ ୯୦ ରୁ ଅଧିକ ଯାତ୍ରୀ ଖାଦ୍ୟ ବିଷାକ୍ତ ଖାଇ ଅସୁସ୍ଥ ହୋଇପଡିଥିବା ରେଳ ଅଧିକାରୀ କହିଛନ୍ତି।