-
ସୌର ଜଗତକୁ ପଠାଯାଇଥିବା ଆଦିତ୍ୟ-ଏଲ୍୧ ସୂର୍ଯ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଫଟୋ ପୃଥିବୀକୁ ପଠାଇଛି। ଆଦିତ୍ୟ-ଏଲ୍୧ରେ ଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଂ ଟେଲିସ୍କୋପ୍ (ଏସ୍ୟୁଆଇଟି) ଉପକରଣ ଜରିଆରେ ଏହି ଫଟୋ ସଂଗ୍ରହ କରାଯାଇଛି। ଭାରତର ପ୍ରଥମ ମହାକାଶ ସୂର୍ଯ୍ୟ ପର୍ଯ୍ୟବେକ୍ଷଣାଗାର ସଫଳତାର ସହିତ ସୂର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଫଟୋକୁ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ ରେଞ୍ଜ୍ରେ ଆଣିଛି।
-
ମୁଦ୍ରାନୀତି ସମୀକ୍ଷା ବିଷୟରେ ଘୋଷଣା କରି ଶକ୍ତିକାନ୍ତ କହିଛନ୍ତି ଯେ ଦରଦାମ୍ ନିୟନ୍ତ୍ରଣ ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା। କୌଣସି ନିଷ୍ପତ୍ତି ନେବା ବେଳେ ଆମେ ଦୁଇଟି ବିଷୟକୁ ଧ୍ୟାନ ଦେଉଛୁ। ତାହା ହେଉଛି ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି। ଚାରି ପ୍ରତିଶତ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବାକୁ ଆହୁରି ବହୁ ଦୂର ଯାତ୍ରା କରିବାକୁ ପଡ଼ିବ।
-
ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୪ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ୧ ଡିସେମ୍ବରରେ ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬ ବିଲିୟନ ଡଲାର ବୃଦ୍ଧି ସହ ୬୦୦ ବିଲିୟନ ଡଲାର ଅତିକ୍ରମ କରିଛି ।
-
ମାନବିକତା ଦୃଷ୍ଟିରୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ଦାବି କରି ‘ଜାତିସଂଘ ସୁରକ୍ଷା ପରିଷଦ୍’ର ଅଧିକାଂଶ ସଦସ୍ୟ ଓ ଅନ୍ୟ ରାଷ୍ଟ୍ରମାନଙ୍କ ସମର୍ଥନରେ ଜାତିସଂଘ ଆଗତ କରିଥିବା ପ୍ରସ୍ତାବନାକୁ ବାସ୍ତବତାଠାରୁ ଭିନ୍ନ କହି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଏହା ଉପରେ ‘ଭିଟୋ’ ପ୍ରୟୋଗ କରିଛି।
-
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଶ୍ବର ଏକ ପ୍ରମୁଖ ମଦ କମ୍ପାନିର ସହାୟକ ସଂସ୍ଥା ପର୍ନଡ୍ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ସାଧାରଣ ପରିଚାଳକ ବିନୟ ବାବୁଙ୍କୁ ଜାମିନ ପ୍ରଦାନ କରିବା ସମୟରେ କହିଛନ୍ତି, ବିଚାରଣ ପୂର୍ବରୁ ତୁମେ ଦୀର୍ଘ ସମୟ ଧରି ଲୋକଙ୍କୁ ଜେଲ୍ରେ ରଖି ପାରିବ ନାହିଁ।
-
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍ଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍) ଆଜି ଗାଧୁଆଘରେ ପଡ଼ି ଆହତ ହୋଇଛନ୍ତି। ତାଙ୍କ କଟି ହାଡ଼ ଭାଙ୍ଗିଯାଇଛି। ଯଶୋଧାରା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।
-
ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜେଡ୍ପିଏମ୍ (ଜୋରାମ୍ ପିପୁଲ୍ସ ମୁଭମେଣ୍ଟ୍) ନେତା ଲାଲଦୁହୋମା ଆଜି ଶପଥ ନେଇଛନ୍ତି।
-
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ସ୍ଥାନ ପାଇଛନ୍ତି।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ୟୁପିଆଇ ଦେୟ ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛି।
-
ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଗୁଗୁଲ ନୂଆ ନୂଆ ପଦକ୍ଷେପ ନେଉଛି। ସମ୍ପ୍ରତି ଗୁଗୁଲ୍ ୧୮ ଟି ସ୍ପାଏ ଲୋନ୍ ଆପକୁ ଡିଲିଟ୍ କରିଦେଇଛି। ଲକ୍ଷ ଲକ୍ଷ ଲୋକ ପ୍ଲେ ଷ୍ଟୋରରୁ ଏହି ଆପଗୁଡ଼ିକୁ ଡାଉନଲୋଡ୍ କରିଥିଲେ।
-
‘ରୋପୋ ରେଟ୍’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି।
-
ଇସ୍ରାଏଲ୍ ସହିତ ତୃତୀୟ ଲେବାନନ୍ ଯୁଦ୍ଧ ଆରମ୍ଭ ନ କରିବା ଲାଗି ଇରାନ୍ ସହିତ ସମ୍ପର୍କ ରଖିଥିବା ଆତଙ୍କବାଦୀ ସଙ୍ଗଠନ ହିଜ୍ବୋଲ୍ଲାକୁ କଡ଼ା ସତର୍କବାଣୀ ଶୁଣାଇ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।
-
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ(ସିପିଆଇ) କେରଳ ରାଜ୍ୟ ସମ୍ପାଦକ ୭୩ବର୍ଷିୟ କାନମ ରାଜେନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି।
-
ମଣିପୁରରେ ପୁଣି ବିକ୍ରି ହେବ ମଦ। ରାଜ୍ୟରେ ମଦ ନିଷେଧ ଆଇନକୁ ପ୍ରତ୍ୟାହାର କରାଯାଇଛି। ୩୦ବର୍ଷ ତଳେ ରାଜ୍ୟରେ ମଦବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା।
-
ପ୍ରତ୍ୟେକ ମହିଳା ଏବଂ କିଶୋରୀ ମାନଙ୍କ ଯୌନ ଇଛା ଉପରେ କୋଲକାତା ହାଇକୋର୍ଟ ଦେଇଥିବା ବୟାନକୁ ଗମ୍ଭିରାତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ତାଙ୍କର ଏହି ବୟାନରେ କହିଥିଲେ କି ”ଝିଅମାନେ ସେମାନଙ୍କର ଯୌନ ଇଛା ଉପରେ ରଖନ୍ତୁ, କାରଣ ସମାଜ ଆଖିରେ ଯେତେବେଳେ ଗୋଟିଏ ଝିଅ ଦୁଇ ମିନିଟର ସୁଖ ପାଇଁ ପ୍ରସ୍ତୁତ ହୋଇଯାଏ ସେତେବେଳେ ସେ ହାର ମାନିଯାଏ।”
-
ଦକ୍ଷିଣ ଇସ୍ରାଏଲ୍ ଉପରେ ହମାସ୍ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି।
-
ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି। ଆଜି ଅର୍ଥାତ୍ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁ, କର୍ନାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି।
-
ଢେଙ୍କନାଳ ଜିଲା ଗଁଦିଆ ତହସିଲ ଅଧୀନ ବାଇଁଶିଆ ରାଜସ୍ବରେ ୪୦୦ଟି ପ୍ଲଟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରେକର୍ଡରେ ଯୋଡି ହୋଇଛି। ଦୀର୍ଘବର୍ଷ ହେବ ବେବନ୍ଦୋବସ୍ତ ହୋଇ ପଡି ରହିଥିବା ୧୭୧ ଏକର ୪୧୨ ଡେସିମିଲ ଜମିକୁ ବନ୍ଦୋବସ୍ତ ଜରିଆରେ ଦିଅଁଙ୍କ ଖାତାକୁ ଫେରାଇ ଅଣାଯାଇଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି।
-
୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ଆଫଗାନିସ୍ତାନକୁ ୭ ୱିକେଟ୍ରେ ପରାସ୍ତ କରିଛି ଭାରତ।