# |
Date |
Type |
Current Affairs |
No. Of Views |
Status |
Action |
1381 |
30-09-2023 |
Odia |
-
ସ୍ବିଜରଲାଣ୍ଡସ୍ଥିତ ବିଶ୍ବର ବୃହତ୍ତମ କଣିକା ପରୀକ୍ଷାଗାର ‘ସର୍ଣ୍ଣ’ର ଗବେଷକ ଡାନିଏଲ ହୋଜକିନସନ୍ଙ୍କ କହିବାନୁଯାୟୀ, ଉଭୟ କଣିକା କିପରି ମାଧ୍ୟାକର୍ଷଣ ଉପସ୍ଥିତିରେ ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି, ତାହା ବୁଝିପାରିଲେ ବ୍ରହ୍ମାଣ୍ଡ ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଆହୁରି ସହଜ ହୋଇପାରିବ। ଉଭୟ କଣିକା ବିପରୀତଧର୍ମୀ ହୋଇଥିବାରୁ ମାଧ୍ୟାକର୍ଷଣ ବଳ ଦ୍ବାରା ବସ୍ତୁ ତଳକୁ ଖସୁଥିବାରୁ ପ୍ରତିବସ୍ତୁ ଉପରକୁ ଉଠୁଥିବ ବୋଲି ଏକ ଧାରଣା ପୂର୍ବରୁ ରହିଥିଲା। ମାତ୍ର ସଦ୍ୟ ଗବେଷଣାର ନିର୍ଯାସରୁ ଜଣାପଡ଼ିଛି ଆଣ୍ଟିମ୍ୟାଟର୍ ବା ପ୍ରତିବସ୍ତୁ କଣିକା ମଧ୍ୟ ବସ୍ତୁ ପରି ମାଧ୍ୟାକର୍ଷଣ ବଳ ଦ୍ବାରା ଆକର୍ଷିତ ହୋଇ ତଳକୁ ଖସୁଛି। ଏହି ନୂତନ ନିର୍ଯାସକୁ ଭିତ୍ତି କରି ବୈଜ୍ଞାନିକମାନେ ଏବେ ପ୍ରତିବସ୍ତୁ ବାବଦରେ ବିକଳ୍ପ ତତ୍ତ୍ବମାନ ଖୋଜିବାରେ ଲାଗିଛନ୍ତି।
-
ପୋକ୍ସୋ ଆଇନ ଅଧିନରେ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ଲ' କମିସନ ବା ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
-
ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)।
-
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
-
ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ବିଲ୍ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏବଂ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା।
-
ପୂର୍ବତନ କେନ୍ଦ୍ରମନ୍ତୀ ତଥା ଭାଜପା ସାଂସଦ ମେନକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଇସ୍କନ ପକ୍ଷରୁ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇମାନଙ୍କୁ ବିକ୍ରି କରୁଛି ବୋଲି କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ ।
-
‘କନ୍ନଡ଼ ଓକୁଟା’ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବାରୁ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରାୟ ୪୪ଟି ବିମାନ ଯାତ୍ରା ବାତିଲ କରାଯିବାରୁ ସେଠାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଅକ୍ଟୋବରରୁ ଡିସେମ୍ବର ତ୍ରୟମାସ ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କରିଛନ୍ତି। ସରକାର ୫ ବର୍ଷିଆ ରିକରିଂ ଡିପୋଜିଟ୍ (ଆରଡି) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ତେବେ ଗୋଟିଏ ସ୍କିମ୍ ବ୍ୟତୀତ ଅନ୍ୟ କୌଣସି ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
-
ଆମାଜନ୍ରେ ସାମ୍ସଙ୍ଗ୍, ୱାନ୍ପ୍ଲସ୍, ସୋନି, ଏଲ୍ଜି ଏବଂ ଜିଆମି ପରି ବ୍ରାଣ୍ଡ୍ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ରେଡ୍ମି୪୩-ଇଞ୍ଚ୍ ୪କେ ଅଲ୍ଟ୍ରା ଏଚ୍ଡିକୁ ଏହି ଅଫର୍ ସମୟରେ ୨୦୪୯୯ ଟଙ୍କାରେ କିଣିପାରିବେ। ଏହାର ପୁରୁଣା ଦର ରହିଛି ୪୨୯୯୯ ଟଙ୍କା।
-
ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକମାନେ ଡାଲି ଫିଙ୍ଗିବା ଘଟଣାକୁ କଡ଼ା ନିନ୍ଦା କରିଛି ବିଜେଡି । ବିରୋଧୀ ଦଳ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି ବୋଲି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।
-
୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାଜ୍ୟରେ ବହୁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ବେଳେ ଶନିବାର ଠାରୁ ରାଜ୍ୟରେ ପାଗ ବଦଳି ମେଘୁଆ ପାଗ ସହ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
-
ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍ ମ୍ୟାଚ୍ ଆରମ୍ଭ ହୋଇଛି ।
-
ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।
-
ଓଡ଼ିଶା ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ ଏବଂ ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଗଣମାଧ୍ୟମକୁ କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟରୁ ଓହରିବନି।
-
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ। ତେବେ ଏକ ରାଷ୍ଟ୍ର-ଏକ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ କାମ ଜାରି ରଖିଛି ଏବଂ ଏହା ୨୦୨୯ରେ ସମ୍ଭବ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।
-
ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆସନ୍ତାକାଲି (ଶନିବାର) ଶେଷ ହେଉଛି।
-
ଡିଜେ ଡାକିଆଣୁଛି ଡେଞ୍ଜର। କାନ ପରଦା ଫାଟିପାରେ, ହାର୍ଟ ଆଟାକ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ ହୋଇପାରେ। ଜୀବନ ମଧ୍ୟ ଯାଇପାରେ। ଚଳିତ ସପ୍ତାହରେ ଅସହ୍ୟ ଡିଜେ ଶବ୍ଦରେ ଜଣଙ୍କର ହାର୍ଟ ଆଟାକ ଓ ଅନେକ ଲୋକ ଅସୁସ୍ଥ ହୋଇପଡ଼ିବା ପରେ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି
-
ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ତା’ର ସ୍ଥିର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ ୮ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି
|
405 |
Y |
|
1382 |
30-09-2023 |
English |
-
President Droupadi Murmu has given her assent to the Women's Reservation Bill which seeks to provide 33 per cent reservation to women in the Lok Sabha and state Assemblies
-
ISKCON sends a `100 crore defamation notice to BJP MP Maneka Gandhi for questioning the religious organisation over its upkeep of cows
-
Indian shooting brigade secure five more medals recording their best-ever medal haul in the Asian Games
-
The Orissa High Court Friday directed the state government to constitute a high-level panel that would assist the Shree Jagannath Temple Managing Committee (SJTMC) for ‘inventorisation of valuables’ in Srimandir Ratna Bhandar.
-
With CanadaIndia relations worsening after Prime Minister Justin Trudeau accused New Delhi of involvement in the killing of Sikh separatist leader Hardeep Singh Nijjar in Surrey in June, various Canadian government agencies have reported cyberattacks from India.
-
A fire broke out at a cloth shop at Choudhury Bazaar here Friday morning, police said.
-
The Union Coal Ministry Friday executed agreements with the successful bidders of six coal mines including the Meenakshi West coal mine located in Ib valley of Sundargarh district in Odisha for commercial mining.
-
KIIT deemed-to-be-university (KIIT-DU) has secured 6th rank in the prestigious Times Higher Education World University Rankings, 2024 among the 91 Indian higher education institutes featured in the list. KIIT has also managed to get the first position in Odisha, retaining its ranking from last year.
-
Senior TMC leader Abhishek Banerjee Friday said he will participate in the party’s protest programme in New Delhi October 3, a day after he was summoned by the Enforcement Directorate (ED) for questioning in connection with the school jobs scam in Kolkata on the same day.
-
Amid a row over Ramesh Bidhuri's derogatory remarks in the Lok Sabha against him, BSP MP Danish Ali on Friday urged Prime Minister Narendra Modi to make a public statement condemning Bidhuri's behaviour and ensure "suitable punishment" to the BJP MP.
-
The Gujarat police have registered an FIR against Gurpatwant Singh Pannun, the chief of banned outfit Sikhs for Justice (SFJ), for threatening to turn the Cricket World Cup, starting on October 5 at Narendra Modi stadium here, into "World Terror Cup", an official said Friday.
-
The Law Commission has advised the government not to tinker with the existing age of consent under the POCSO Act and suggested introducing guided judicial discretion in the matter of sentencing in cases involving tacit approval of children in the 16-18 age bracket.
-
Russian President Vladimir Putin was Friday shown meeting one of the most senior former commanders of the Wagner mercenary group and discussing how best to use “volunteer units” in the Ukraine war.
-
Jet Airways may finally start flying in 2024 as the Jalan-Kalrock consortium (JKC) said it has completed investing Rs 350 crore to revive the now-defunct airline. The new promoters recently deposited Rs 100 crore into the airline, taking the total investment to Rs 350 crore.
-
The government Friday raised the interest rate on five-year recurring deposit scheme to 6.7 per cent from 6.5 per cent for the December quarter and retained the rates for all other small savings schemes.
-
The Centre’s fiscal deficit in the first five months of 2023-24 touched 36 per cent of the fullyear target, government data showed Friday.
-
Manipur Governor Anusuiya Uikey on Friday visited the family members of two youths who were killed after being allegedly kidnapped, leading to violent protests in the northeastern state.
-
Businessman Sujit Patkar played a "key role" in the allotment of a civic contract to his partnership firm for running jumbo COVID-19 centres in Mumbai, the Enforcement Directorate said in its chargesheet.
-
South Africa have always been a team to watch out for in every tournament they feature. Despite having quality squads for past 20-25 years, they failed to reach the final in the World Cup.
-
Without breaking a sweat, Nikhat Zareen secured a Paris Olympic quota place by reaching the semifinal of the Asian Games here Friday, a just reward for the indomitable boxer who missed out on the Tokyo Games.
|
447 |
Y |
|
1383 |
29-09-2023 |
Odia |
-
ଚଳିତ ବର୍ଷ ଚୀନ୍ ହ୍ୟାକରମାନେ ଆମେରିକା ବୈଦେଶିକ ବିଭାଗର ଆକାଉଣ୍ଟରୁ ହଜାର ହଜାର ଇମେଲ୍ ଚୋରି କରିବାରେ ସଫଳ ହୋଇଛନ୍ତି ବୋଲି ସିନେଟ୍ର ଜଣେ କର୍ମଚାରୀ ବୁଧବାର କହିଛନ୍ତି। ଅଧିକାରୀମାନେ ସାଂସଦମାନଙ୍କୁ କହିଛନ୍ତି ଯେ ବୈଦେଶିକ ବିଭାଗର ୧୦ଟି ଆକାଉଣ୍ଟରୁ ୬୦,୦୦୦ ଇମେଲ୍ ଚୋରି ହୋଇଛି।
-
ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ଗୁରୁବାର ସକାଳେ ଅନେକ ସଂଖ୍ୟାରେ ଆନ୍ଦୋଳନରତ ଛାତ୍ର ଏବଂ ଜନତା ଇମ୍ଫାଲ ପଶ୍ଚିମରେ ଡିସି (ଡେପୁଟି କମିସନର) ଅଫିସ ଭଙ୍ଗାରୁଜା କରିଛନ୍ତି ଏବଂ ୨ଟି ୪ ଚକିଆ ଗାଡ଼ି ଜାଳି ଦେଇଛନ୍ତି।
-
ସଂଶୋଧିତ ସୂଚନା ପ୍ରଯୁକ୍ତି (ଆଇଟି) ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ପିଟିସନ ଉପରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ନିୟମ ଅନୁଯାୟୀ ପ୍ରତିଷ୍ଠା ହେବାକୁ ଥିବା ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫ୍ସିୟୁ)କୁ ସମର୍ଥନ କରି ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଛନ୍ତି ଯେ ଅନ୍ଲାଇନ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଏଫ୍ସିୟୁ ଦ୍ୱାରା ଚିହ୍ନିତ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।
-
ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି।
-
ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।
-
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ମୃତ୍ୟୁ ପରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ କାନାଡା ଉପରେ ସାଇବର ଆକ୍ରମଣ ହୋଇଛି । କାନାଡା ସେନାର ୱେବସାଇଟକୁ ହ୍ୟାକରମାନେ ଟାର୍ଗେଟ କରିଛନ୍ତି ।
-
ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍-୨୦୨୩ ଭାରତରେ ସପ୍ତାହବ୍ୟାପି ଚାଲିବାକୁ ଥିବା ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ।
-
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଗୁରୁବାର କହିଛନ୍ତି ଯେ ଚନ୍ଦ୍ର ମିସନ ଚନ୍ଦ୍ରଯାନ -୩ର ରୋଭର ‘ପ୍ରଜ୍ଞାନ’ଠାରୁ ଯାହା ଆଶା କରାଯାଉଥିଲା ତାହା ହାସଲ ହୋଇସାରିଛି।
-
ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଉପୁଜିଛି। ତେବେ ହିଂସା ଘଟଣାରେ ସମ୍ପୃକ୍ତ ଦୋଷୀ ଗିରଫ ହେବେ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
-
ହ୍ୟାରି ପୋଟର’ ସରିଜର ପ୍ରସିଦ୍ଧ ଅଭିନେତା ମାଇକେଲ ଗାମ୍ବୋନ୍ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ହ୍ୟାରି ପୋଟର ସିରିଜର ୮ଟି ଫିଲ୍ମ ମଧ୍ୟରୁ ୬ଟିରେ ହଗୱାର୍ଡସ୍ ହେଡମାଷ୍ଟର ଆଲବସ୍ ଡମ୍ବଲଡୋର ଭୂମିକାରେ ଅଭିନୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିଲେ।
-
ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ ପକ୍ଷରୁ ଇଣ୍ଡିଆନ ଅଏଲ୍ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। କଂପାନିର ଗୋପାଳପୁର ଓ ଆଠଗଡ଼ରେ ଥିବା ଫେରୋ ଆଲଏଜ୍ କାରଖାନାକୁ ଇଣ୍ଡିଆନ ଅଏଲ୍ ଏଲ୍ପିଜି ଯୋଗାଇବା ସହ ସେଥିପାଇଁ ବ୍ୟବସ୍ଥା ସ୍ଥାପନ କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ। ଫର୍ନେସ୍ ତୈଳ ଓ ହାଇ-ସ୍ପିଡ୍ ଡିଜେଲ୍ ବଦଳରେ କଂପାନି ଏଲ୍ପିଜି ବ୍ୟବହାର କରିବ।
-
ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆର ପାଇଲଟ୍, ଫ୍ଲାଇଟ୍ ଷ୍ଟାଫ୍ ଏବଂ କ୍ୟାବିନ୍ କ୍ରୁଙ୍କ ୟୁନିଫର୍ମକୁ ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର ମନୀଷ ମାଲହୋତ୍ରା ଡିଜାଇନ୍ କରିବେ। ଆଜି ଏୟାର ଇଣ୍ଡିଆ ଏ ନେଇ ଏକ ଆନୁଷ୍ଠାନିକ ଘୋଷଣା କରିଛି ଓ ମନୀଷ ମାଲହୋତ୍ରାଙ୍କ ଭଳି ଜଣେ ସେଲିବ୍ରିଟି ଡିଜାଇନର୍ ଏୟାରଲାଇନ୍ସ କର୍ମଚାରୀଙ୍କ ୟୁନିଫର୍ମ ଡିଜାଇନ୍ କରିବେ ବୋଲି ଖୁସି ବ୍ୟକ୍ତ କରିଛି ।
-
ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ, ଏକ୍ସ ତଥା ବିଭିନ୍ନ ଏଡୁଟେକ୍ କମ୍ପାନିଙ୍କ ଉପରେ ଟିକସ ଲାଗୁ କରାଯିବ । ଏସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି ।
-
ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ ।
-
ଭୀମ ପୃଷ୍ଟି ପାଇବେ ୪୪ତମ ‘ଶାରଳା ପୁରସ୍କାର’, ‘ଜମ୍ବୁଲୋକ’ ପାଇଁ ହେବେ ସମ୍ମାନିତ ।
-
କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥବୋଲି ଏହି ଘୋଷଣା କରିଛନ୍ତି ।
-
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ ପୁରୁଷ ବର୍ଗରେ ଅର୍ଜୁନ ଚିମା, ସରବଜ୍ୟୋତ ସିଂହ ଏବଂ ଶିବ ନରୱାଲା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ୩ ସୁଟର ମୋଟ ୧୭୩୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।
-
ଆଫଗାନିସ୍ତାନରେ ଅର୍ଥନୀତିର ଦୁରାବସ୍ଥା, ତାଲିବାନର ନିଷ୍ଠୁର ଶାସନ ଭିତରେ ଦେଶର ଅର୍ଥନୀତି ପାଇଁ ଭଲ ଖବର ଆସିଛି। ବିଶ୍ୱର ଉତ୍ତମ ପ୍ରଦର୍ଶନକାରୀ ମୁଦ୍ରା ଭିତରେ ଆଫଗାନିସ୍ତାନର ମୁଦ୍ରା ‘ଆଫଗାନୀ’ ଭଲ ପ୍ରଦର୍ଶନ କରିଛି।
-
ଉଭୟ ଆରବସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଦୁଇଟି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓ୍ବେଲମାର୍କ ଲୋପ୍ରେସର ରୂପ ନେବ। ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମୁହାଁ ହେବ ।
-
ବିଶ୍ୱକପ୍ ଟିମ୍ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍ଙ୍କ ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।
|
388 |
Y |
|
1384 |
29-09-2023 |
English |
- An architect of India's Green Revolution & Agricultural scientist Dr MS Swaminathan, known as the father of India's Green Revolution, passed away in Chennai. He was 98 years.
- As many as 15 districts in the state Odisha , including the capital city of Bhubaneswar, are at risk of the most unpredictable natural disaster, earthquake, according to Revenue and Disaster Management (R&DM) Minister Sudam Marndi.
- :Two BJP MLAs, including Opposition chief whip Mohan Majhi, were suspended from the Odisha Assembly till the end of the current session for allegedly throwing ‘dal’ (pulses) at Speaker Pramila Mallik’s podium Thursday.
- I ndian women are at 25 per cent higher risk of having heart diseases than men, say experts on the occasion of World Heart Day, Thursday.
- The Supreme Court has stayed an order of the Orissa High Court requiring the personal appearance of the managing director (MD) of Odisha Civil Supplies Corporation Ltd (OCSCL) to show cause as to why contempt proceedings be not initiated against him.
- PM Modi will launch a week-long programme for Aspirational Blocks in the country called Sankalp Saptaah in New Delhi on Saturday.
- Union Minister for Road Transport and Highways Nitin Gadkari has said that a policy is being framed to make all the national highway potholes free by December 2023.
- 11. The KARNATAKA government has declared a holiday for schools and colleges based in Bengaluru and Mandya districts on September 29, in view of the bandh called by pro-Kannada groups and farmers' organisations to protest against the release of Cauvery river water to neighbouring Tamil Nadu.
- Several farmers' bodies on Saturday announced a three-day rail blockade in Punjab from September 28 in support of their demands, including a financial package for losses caused by the recent floods, a legal guarantee for MSP and a debt waiver.
- The Kerala Cabinet decided to petition the Supreme Court against the “inordinate delay” on the part of Governor Arif Mohammed Khan in giving gubernatorial assent to several laws passed by the State Assembly over the past one-and-a-half years.
- Andhra Pradesh CM Y.S. Jagan Mohan Reddy would deposit Rs 275.93 crore on Friday to the accounts of 2,75,931 beneficiaries, each one getting Rs 10,000 under the YSR Vahana Mitra scheme in its phase 5
- Manipur CM condemned the killing of two innocent students by suspected armed insurgents and said that the perpetrators will be given appropriate punishment as per law.
- Chairman of Central Board of Indirect Taxes and Customs (CBIC) Sanjay Kumar Agarwal on Thursday said that tackling the issue of illicit trade is necessary for safeguarding India’s economic stability, ensuring fair competition, and fostering a conducive environment for sustainable growth.
- The 56th Network Planning Group Meeting under PM Gati Shakti assessed six Infrastructure Projects. These include four projects of Road Transport and Highways Ministry and two projects of Railways Ministry with the total project cost of about 52 thousand crore rupees.
- Tamil actor-producer Vishal has made alarming allegations against the Central Bureau of Film Certification (CBFC) Mumbai office, claiming that they demanded a bribe of Rs 6.5 lakh in exchange for Hindi censor rights for his latest film, 'Mark Antony.'
- India has retained 40th rank in the Global Innovation Index 2023. NITI Aayog said India retained the 40th rank out of 132 economies in the Global Innovation Index 2023 rankings published by the World Intellectual Property Organization.
- India and the UN have jointly launched the "India-UN Capacity Building Initiative" to share India's development expertise with Global South nations.
- The Kartarpur corridor is rewarding Pakistan and the Khalistan movement is gaining momentum now, said the official. Pakistan’s plan is going successfully and ISI is regaining ground in India again with the help of Khalistani supporters, the official claimed.
- Sri Lanka is facing delays in receiving the second tranche of its $2.9 billion IMF bailout package due to unresolved issues with its external debt restructuring. This crisis comes as the nation grapples with its worst economic downturn in history, characterized by dwindling foreign exchange reserves and public protests over shortages of vital commodities.
- The men’s 10m air pistol team continued India’s success story at the Asian Games here, winning gold with two marksmen also making it to the individual finals Thursday
|
444 |
Y |
|
1385 |
28-09-2023 |
Odia |
-
ଆବିଷ୍କାର ହେଲା ବିଶ୍ବର ୮ମ ମହାଦେଶ ‘ଜିଲାଣ୍ଡିଆ’, ଏହାର ୯୪% ଭାଗ ସମୁଦ୍ର ତଳେ ରହିଛି l ବୈଜ୍ଞାନିକ ଓ ଗବେଷକମାନେ ପୃଥିବୀର ୮ମ ମହାଦେଶକୁ କଲେ ଆବିଷ୍କାର l ଏହି ଦ୍ୱୀପର ୬ ପ୍ରତିଶତ ନ୍ୟୁଜିଲାଣ୍ଡ ଆଖପାଖ ଅଞ୍ଚଳରେ ଅବସ୍ଥିତ ।
-
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, ଉତ୍ତରପୂର୍ବ ରାଜ୍ୟ ଏବେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି।
-
ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି। ଆମ ସୌର ଜଗତର ଉଜ୍ଜ୍ବଳତମ ଗ୍ରହ ଶୁକ୍ର ମିସନ ନେଇ ଇସ୍ରୋ ପ୍ରସ୍ତୁତି ଚଳାଇଛି ବୋଲି ଏହାର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।
-
ଇରାକ୍ର ସବୁଠୁ ବଡ଼ ଖ୍ରିଷ୍ଟିଆନ ସହରରେ ମଙ୍ଗଳବାର ଏକ ବିବାହ ପାର୍ଟିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
-
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଲେ ଘରୋଇ ବସ୍ ମାଲିକ ସଂଘ।
-
ଏଣିକି ରାଜ୍ୟର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ଯେଉଁଠି ବି ଚାଷ ଜମିକୁ କୃଷି ବ୍ୟତୀତ ଯେ କୌଣସି ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କିସମ ପରିବର୍ତ୍ତନ କଲେ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଦେୟ ଦେବାକୁ ପଡ଼ିବ।
-
ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
-
ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି ଖୋଲାଗଲା l ସେଥିରୁ ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା l
-
ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହେଲା । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣିଲା କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରର କାହାଣୀ ।
-
ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ମିଳିଲା ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ l
-
ରେକର୍ଡ ଭାଙ୍ଗିଲେ ଆମେରିକାର ମହାକାଶଚାରୀ l ସ୍ପେସ୍ ଷ୍ଟେସନ୍ରେ ୩୭୧ ଦିନ ରହି ପୃଥିବୀକୁ ଫେରିଲେ ଆମେରିକା ସେନାର ଲେପ୍ଟନାଣ୍ଟ କର୍ଣ୍ଣେଲ ଏବଂ ନାସାର ମହାକାଶଯାତ୍ରୀ ଫ୍ରାଙ୍କ ରବିୟୋ l
-
ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ଯୁଦ୍ଧ ପଛରେ ପାକସ୍ତାନର ହାତ। ପାକସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍ଆଇ) ହିଁ ଭାରତ ଓ କାନାଡା ମଧ୍ୟରେ କଳି ଲଗାଇବାକୁ ଯୋଜନା କରିଥିଲା l
-
ନେପାଳରେ ରଦ୍ଦ ହେଲା ତିନି ତଲାକ।
-
ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ l ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୬୬ ରନରେ ହରାଇଲା, ଭାରତ ନେଲା ଟ୍ରଫି l
-
ଏସୀୟ କ୍ରୀଡ଼ାର ଚତୁର୍ଥ ଦିନରେ ୨୨ଟି ପଦକ ସହ ସପ୍ତମ ସ୍ଥାନରେ ରହିଲା ଭାରତ l ଏଥିରେ ୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ରହିଛି l
-
ଦୀର୍ଘ ୭ ବର୍ଷ ପରେ ଭାରତରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଦଳ । ବିଶ୍ବକପ୍ ଆରମ୍ଭ ପୂର୍ବରୁ ହାଇଦ୍ରାବାଦରେ ନିଜର ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ ଦଳ ।
-
ଭାରତ ଉପରେ ଚୀନର ସତର୍କ ଦୃଷ୍ଟି ଜାରି ରହିଛି । ଭାରତ ଉପରେ ନଜର ରଖିବାକୁ ଚୀନ ପୁଣି ଥରେ ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ଉପକୂଳକୁ ପଠାଇଛି ।
-
ଜାତିସଂଘର ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ୬୦ ବର୍ଷ ବୟସରେ ପହଞ୍ଚିଥିବା ପୁରୁଷମାନେ ଆଉ ୧୭.୫ ବର୍ଷ ଏବଂ ମହିଳାମାନେ ଆଉ ୧୯ ବର୍ଷ ବଞ୍ଚୁଛନ୍ତି।
-
ଜାତିସଂଘର ଏକ ରିପୋର୍ଟ ଅନୁସାରେ ୪୦ ପ୍ରତିଶତରୁ ଅଧିକ ବୟସ୍କ ଲୋକ ସମ୍ପତ୍ତି ଦୃଷ୍ଟିରୁ ତଳ ଆଡ଼ର ଏକ ପଞ୍ଚାମଂଶ ମଧ୍ୟରେ ରହିଛନ୍ତି। ସେମାନଙ୍କ ପାଖରେ ବିଶେଷ କିଛି ଧନ ନାହିଁ। ସେମାନେ ଗରିବ ଭଳି ଜୀବନ ବିତାଉଛନ୍ତି। ୧୮.୭ ପ୍ରତିଶତ ବୟସ୍କ ଲୋକଙ୍କ କୌଣସି ଆୟ ନାହିଁ।
-
ଖବରକାଗଜରେ ଖାଇବା ଜିନିଷ ଗୁଡ଼ାଇ ନରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ କୁହାଯାଇଛି। ଖବରକାଗଜ ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଓ ପରିସ୍ଥିତି ଦେଇ ଗତି କରିଥାଏ। ଫଳରେ ସେଥିରେ ଜୀବାଣୁ, ଭୂତାଣୁ ଓ ଅନ୍ୟାନ୍ୟ ହାନିକାରକ ଉପାଦାନ ରହିଥାଏ ଯାହା ଖାଦ୍ୟ ସାମଗ୍ରୀରେ ମିଶିବାର ଆଶଙ୍କା ରହିଛି।
|
408 |
Y |
|
1386 |
28-09-2023 |
English |
-
The Cauvery Water Regulation Committee recommended Karnataka to release 3,000 cusecs of water every day to Tamil Nadu starting from September 28. The committee made the decision after holding a meeting on Tuesday.
-
95% of the components used in the rockets, including those used in Chandrayaan 3 mission, were made in India: Chairman The Indian Space Research Organisation , S Somanath said.
-
8. ISRO plans to launch its first space mission to Venus called 'Shukrayaan-1' in December 2024.
-
As many as 1,094 teaching and 1,747 non-teaching posts are lying vacant in different universities across Odisha, Higher Education (HE) Minister Atanu Sabyasachi Nayak told the Assembly Wednesday.
-
Chhatishgarh government has unveiled its plan to provide homes for over 47,000 impoverished residents in the state’s rural areas as part of the inaugural phase of the “Mukhyamantri Gramin Awas NYAY Yojana.”
-
The Ayush Ministry will observe “Ek Tareekh Ek Ghanta Ek Saath” under the aegis of the Swachhata Hi Seva Campaign on the 1st of next month.
-
Himachal Pradesh Chief Minister Sukhvinder Singh Sukhu on Wednesday thanked the government of Assam and Uttrakhand for donating Rs 10 crore and Rs 5 crore each towards the Aapada Rahat Kosh-2023, or the state disaster relief fund.
-
The Centre on Wednesday notified the appointment of 11 Additional Judges of the Punjab and Haryana High Court as Permanent Judges.
-
NIA conducts raids at multiple locations in Punjab, Haryana, Delhi-NCR, Rajasthan, Uttarakhand and UP in connection with Khalistani-gangster nexus.
-
The Supreme Court issues directions to Central & State govts to ensure effective implementation of HIV & AIDS (Prevention and Control) Act, 2017 (HIV Act).
-
National Bank for Agriculture and Rural Development (NABARD) said it has issued its first rupee-denominated AAA rated social bonds with a total size of ₹1040.50 crore. The bonds issued privately to eligible institutional investors will be listed on the Bombay Stock Exchange (BSE) on September 29, 2023.
-
The Reserve Bank of India (RBI) has granted its approval for Poonawalla Fincorp’s collaboration with IndusInd Bank to issue a co-branded credit card.
-
Government E-Marketplace (GeM) will launch GeM Sahay 2.0 for the sellers to provide easy access to loans up to 10 lakh rupees.
-
About 70 per cent of the 5.3 million premature deaths from cancer globally in 2020 were preventable, while the remaining 30 per cent were treatable, as per a new Lancet Global Health research.
-
A record 91 Indian universities have made it to the World University Rankings announced by the Times Higher Education (THE) magazine, with the top performing Indian Institute of Science (IISc), Bangalore, returning to the global 250 for the first time since 2017.
-
The District Consumer Disputes Redressal Commission here has ordered a photocopy shop owner to pay a fine amounting `25,000 for refusing to return `3 to a customer, a report said Wednesday
-
Special POCSO Judge Ranjan Kumar Sutar Wednesday convicted an accused for outraging the modesty of two minor girls and sentenced him to five years of Rigorous Imprisonment (RI) along with a fine of `2,000. The judge further ordered that in default of the fine the convict would further undergo another one-year jail term. The convict identified as Miltan Jadav of village Badakia under Chandipur police had outraged the modesty of two girls, who are siblings, after finding them alone.
-
The Supreme Court Wednesday said it will not restrain the trial court from dealing with a plea seeking police custody of former Andhra Pradesh chief minister and TDP leader N Chandrababu Naidu as it announced a new bench will hear his petition for quashing the FIR in the alleged Rs 371 crore scam in the state's Skill Development Corporation October 3.
-
The direction of the Cauvery Water Regulation Committee to Karnataka to release water at the rate of 3,000 cubic feet per second (cusecs) to Tamil Nadu from Thursday to October 15 will be challenged before the Supreme Court, the Chief Minister Siddaramaiah said Wednesday
-
Young star Sift Kaur Samra stole the show with a gold medal in the women’s 50m rifle 3 position event as Indian shooters set the range ablaze by securing seven medals at the Asian Games here Wednesday. In the same event, Ashi Chouksey, who was in contention for a silver, settled for bronze with a score of 451.9.
|
430 |
Y |
|
1387 |
27-09-2023 |
Odia |
-
ଚଳିତବର୍ଷର ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ପାଇବେ ବଲିଉଡ୍ ଅଭିନେତ୍ରୀ ୱହିଦା ରେହମାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଏହି ଘୋଷଣା କରିଛନ୍ତି।
-
ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି ଜାତିସଂଘ ମହାସଭାରେ ଉଦ୍ବୋଧନ ଦେଇ ଏଜେଣ୍ଡାଧାରୀ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ବ ଚାଲିବ ନାହିଁ।
-
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପିକେ ମିଶ୍ର ଯୋଗ ଦେଇ କହିଛନ୍ତି ଯେ ଭାରତର ଜି-୨୦ ଅଧ୍ୟକ୍ଷତାରେ ଜନ ଭାଗିଦାରୀ ଉପରେ ଗୁରୁତ୍ବ ଦିଆଯାଇଛି। ଦେଢ଼ କୋଟିରୁ ଅଧିକ ନାଗରିକ ସିଧାସଳଖ ଜି-୨୦ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସଚେତନତା ଶୋଭାଯାତ୍ରା, ସ୍ମାରକୀ ସହ ସେଲ୍ଫି, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା, କର୍ମଶାଳ, ମାରାଥନ୍, ସ୍ବଚ୍ଛତା ଅଭିଯାନ, ଯୁବା ସମ୍ବାଦ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ର ଉଦ୍ଦେଶ୍ୟକୁ ଅନ୍ତିମ ସୋପାନ ପର୍ଯ୍ୟନ୍ତ ନିଆଯାଇଛି।
-
ଗତ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ, ଭାରତୀୟ ରେଳବାଇ ଅନେକ କାର୍ଯ୍ୟକଳାପ ମାଧ୍ୟମରେ ଏକ ସ୍ୱଚ୍ଛ ରେଳ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି। ଚଳିତ ବର୍ଷ ଷ୍ଟେସନଗୁଡ଼ିକରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନରେ ସ୍ୱଚ୍ଛ ସମ୍ବାଦ (ସ୍ୱଚ୍ଛ ସଂଳାପ), ସ୍ୱଚ୍ଛ ରେଳଗାଡି, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ପରିସର, ସ୍ୱଚ୍ଛ ଆହାର ଏବଂ ସ୍ୱଚ୍ଛ ପ୍ରସାଧନ (ସ୍ୱଚ୍ଛ ପାଣ୍ଟ୍ରି) ଆଦି ଅନ୍ତର୍ଭୁକ୍ତ।
-
ଦୀର୍ଘ ଅବଧି ପରେ ସୁପ୍ରିମକୋର୍ଟ ଆଜି ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମନ୍ଥରତା ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି। ହାଇକୋର୍ଟ ଦ୍ବାରା ହୋଇଥିବା ୭୦ଟି କଲେଜିୟମ ସୁପାରିସ ଦୀର୍ଘ ୧୦ ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଛି।
-
କାନାଡ଼ା ସଂସଦରେ ୟୁକ୍ରେନର ଜଣେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ପ୍ରସଙ୍ଗରେ କାନାଡ଼ାକୁ ଏବେ ପ୍ରବଳ ଅନ୍ତର୍ଜାତୀୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
-
ବ୍ରିଟେନର ଜନୈକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗୋଟିଏ ଅଜଣା ରୋଗର ନାଁ ଦେଇଛି ଡିଜିଜ୍ ଏକ୍ସ। ଏହି ରୋଗ କୋଭିଡ୍-୧୯ ଅପେକ୍ଷା ଆହୁରି ଭୟଙ୍କର ମହାମାରୀର କାରଣ ହୋଇପାରେ।
-
୧୯ ମାସ ବିତିଯାଇଥିଲେ ବି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବରୁ ୟୁକ୍ରେନର ବିଦ୍ୟୁତ ଶକ୍ତି କେନ୍ଦ୍ର ଉପରେ ବୋମା ଓ କ୍ଷେପଣାସ୍ତ୍ର ମାଡ କରୁଥିଲା ରୁଷ, କିନ୍ତୁ ଏବେ ୟୁକ୍ରେନ ମଧ୍ୟ ସମାନ ଧରଣର ଆକ୍ରମଣ ରୁଷ ଉପରେ କରୁଛି ।
-
ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ବନ୍ଦ ହେଲା ଇଣ୍ଟରନେଟ। ଆଜିଠାରୁ ୫ ଦିନ ପାଇଁ ମଣିପୁରରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିବ।
-
ଅଯୋଧ୍ୟାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ।
-
‘ବେଙ୍ଗାଲୁରୁ ବନ୍ଦ’ରେ ନିୟୋଜିତ ପୁଲିସକର୍ମୀଙ୍କୁ ମଲା ମୂଷା ପଡ଼ିଥିବା ଖାଦ୍ୟ ଦେଇ ବନ୍ଧାହେଲେ ହୋଟେଲ ମାଲିକ। ଯଶୱନ୍ତପୁର ଟ୍ରାଫିକ ପୁଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ‘ବେଙ୍ଗାଲୁରୁ ବନ୍ଦ’ ଡ୍ୟୁଟି କରୁଥିଲେ।
-
ସମ୍ପତ୍ତି କିଣାରେ ଅନିୟମିତତାକୁ ନେଇ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ୍ ସିଂ ବାଦଲଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଏକ ଅଦାଲତ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଛନ୍ତି।
-
ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍ଏସ୍) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ସମର୍ଥନ ଜଣାଇଛନ୍ତି।
-
ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଅଭିମୁଖେ ଅଗ୍ରସର ହେଉଛି।
-
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା କ୍ରମାଗତ ଭାବେ ଅପରେଶନ ଜାରି ରଖିଛି। ରାଜ୍ୟର ବାରମୁଳା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମର୍ଥନ ନେଟୱାର୍କରେ ଥିବା ୬ ଜଣଙ୍କୁ ସେନା ଗିରଫ କରିଛି।
-
ଇନକମ ଟ୍ୟାକ୍ସ ବିଭାଗ ନିବେଶକମାନଙ୍କୁ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ଦିଆଯାଇଥିବା ଶେୟାରର ମୂଲ୍ୟ ନିର୍ଦ୍ଧାରଣ ସହିତ ଜଡିତ ନୂତନ ଏଞ୍ଜଲ ଟ୍ୟାକ୍ସ ନିୟମ ସମ୍ପର୍କରେ ସୂଚିତ କରିଛି।
-
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦାବି କରିଛି ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ। ସମସ୍ତ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଏବଂ ପ୍ରାୟ ୬ମାସ କିମ୍ବା ଅଧିକ ସମୟ ପାଇଁ ଷ୍ଟକ ରହିଛି।
-
ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି।
-
ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍) ରେଡ୍ କର୍ନର ନୋଟିସ୍ ଜାରି କରିଛି।
-
ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ (ଏଲ୍ଓସି) ଜାରି କରାଯାଇଛି । ବଠିଣ୍ଡାରେ ସମ୍ପତ୍ତି କିଣାରେ ଅନିୟମିତତା ଅଭିଯୋଗରେ ବାଦଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
|
368 |
Y |
|
1388 |
27-09-2023 |
English |
- In a partial modification of its earlier notification, Odisha government Tuesday declared September 28 as a holiday to mark the birthday of Prophet Muhammad. “The Government of Odisha is pleased to declare a holiday of September 28 instead of September 29 on account of the birthday of Prophet Muhammad for state government offices as well as the Revenue and Magisterial courts,” it said.
- Altogether 45 students, many of them girls, were injured in Manipur's Imphal Valley Tuesday as the police fired tear gas shells and batoncharged protesters demonstrating against the killing of two youths who were allegedly kidnapped in July, officials said.
- In a partial modification of its earlier notification, Odisha government Tuesday declared September 28 as a holiday to mark the birthday of Prophet Muhammad. “The Government of Odisha is pleased to declare a holiday of September 28 instead of September 29 on account of the birthday of Prophet Muhammad for state government offices as well as the Revenue and Magisterial courts,” it said.
- A day after its introduction, the state Assembly Tuesday passed the Odisha Apartment (Ownership and Management) Bill, 2023 to regulate apartment ownership and management, replacing the Odisha Apartment (Ownership and Management) Ordinance, 2023.
- After remaining paralysed since Monday, normalcy returned to the Odisha Assembly Tuesday evening and the House passed six bills.
- Over 28,000 villages in the state are yet to g et piped water supply, Drinking Water Minister Pradip Kumar Amat told the Assembly Tuesday.
- AIIMSBhubaneswar will soon get three more departments that will help in enhancing patient care, its executive director Ashutosh Biswas said Tuesday
- A highlevel delegation of the Nigerian government arrived in Odisha Tuesday to learn the state’s experience in rice fortification.
- The Supreme Court has expressed dissatisfaction over the non-appearance of a standing counsel of the Odisha government in a matter of personal liberty despite the notice being served.
- The Trinamool Congress will send more than 50 lakh letters from people denied MGNREGA benefits in West Bengal to Prime Minister Narendra Modi ahead of the party's much-touted protests in New Delhi next month against the alleged withholding of funds by the Centre.
- The Supreme Court asked the Enforcement Directorate (ED) Tuesday to not summon BRS leader K Kavitha in the Delhi excise policy case till it hears her plea November 20.
- The Delhi High Court Tuesday rejected a plea by climate activist Disha Ravi, who is facing prosecution for her alleged involvement in sharing a toolkit linked to the 2021 farmers' protest, seeking modification of the bail condition where she needs prior permission of the trial court before travelling abroad.
- India will set carbon emission reduction targets for four fossil fuel dependent sectors, as the country looks to align its industry with the country’s greenhouse emissions reduction target, two government officials said.
- The GST Council, chaired by Union finance minister and comprising state ministers, will meet October 7. “The 52nd meeting of the GST Council will be held on 7th October, 2023 at Vigyan Bhawan, New Delhi,”
- Skipper Rohit Sharma would fancy a perfect culmination to Indian team’s World Cup preparations as hosts eye a rare clean sweep of Australia in the third and final ODI here Wednesday.
- The International Society for Krishna Consciousness (ISKCON) is the "biggest cheat" in the country as they sell cows from their gaushalas (cowsheds) to butchers, BJP MP Maneka Gandhi said in a scathing attack on the religious organization.
- The Rajasthan Police has raided a factory in Chittorgarh district and seized fake gutkha, equipment and raw material having a total face value of ₹ 25 crore, officials said on Tuesday.
- The Supreme Court on Tuesday directed both the Indian Army and the Indian Air Force to pay ₹ 1.54 crore in compensation for their medical negligence to the ex-Air Force officer who contracted HIV/AIDS during a blood transfusion in 2002.
- A CBI team will visit the Manipur capital tomorrow to expedite the investigation in the case of brutal murder of two minors who went missing in July, announced Chief Minister N Biren Singh in a late night post.
- Singapore Airlines on Tuesday said it aims to complete the merger of Vistara with Air India "as soon as possible" subject to remaining approvals from relevant authorities.
|
419 |
Y |
|
1389 |
26-09-2023 |
Odia |
-
ଆମେରିକା ମହାକାଶ ଏଜେନ୍ସି ନାସାର ଏକ କ୍ୟାପ୍ସୁଲ ୭ ବର୍ଷ ପରେ ପୃଥିବୀକୁ ଫେରିଛି। ଏହି ଯାନ ଗ୍ରହାଣୁପୁଞ୍ଜ ବେଣୁରୁ ନମୁନା ସଂଗ୍ରହ କରି ଆଣିଛି। ଏହି ନମୁନା ଦ୍ବାରା ପୃଥିବୀର ରହସ୍ୟ ଉନ୍ମୋଚନ ହୋଇପାରେ। ୪.୫ ଅରବ ବର୍ଷ ତଳେ ସୂର୍ଯ୍ୟ ଏବଂ ଗ୍ରହଗୁଡିକର ସୃଷ୍ଟି, ଜୀବନ କେମିତି ଆରମ୍ଭ ହୋଇଥିଲା ତାହାର ସୂଚନା ମିଳିପାରେ। ଏହି ଅଭିଯାନର ନାମ ଓସିରିସ-ଆରଇଏକ୍ସ ରଖାଯାଇଥିଲା। ୨୦୧୬ ସେପ୍ଟେମ୍ବର ୮ରେ ଏହାର ଉତ୍କ୍ଷେପଣ ହୋଇଥିଲା।
-
ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସରେ ଏହାକୁ ସାମିଲ କରିଛନ୍ତି ।
-
ଭାରତର ଏକ ବଡ଼ ଉପଲବ୍ଧି ଭାବେ ବିଚାର କରାଯାଉଥିବା ସ୍ବତନ୍ତ୍ର ପରିଚୟପତ୍ର ଆଧାର ଉପରେ ବିଶ୍ବସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍ ଇନଭେଷ୍ଟର୍ସ ସଭିସ୍ ପ୍ରଶ୍ନ ଉଠାଇଛି। ଉତ୍ତପ୍ତ ଓ ଆର୍ଦ୍ରତା ଅଧିକ ରହୁଥିବା ସ୍ଥାନଗୁଡ଼ିକରେ ଆଧାର ଭରସାଯୋଗ୍ୟ ନୁହେଁ। ଏଥିପାଇଁ ଏହି ଅଂଚଳର ଲୋକମାନେ ସେବା ପାଇବାରୁ ବଞ୍ଚିତ ହେେବ ବୋଲି ମୁଡିସ୍ ଆଶଙ୍କା ପ୍ରକାଶ କରିଛି।
-
ପୁରୁଣା ଆଣ୍ଡ୍ରଏଡ୍ ଫୋନ୍ରେ ଆସନ୍ତା ମାସ ୨୪ରୁ ହ୍ବାଟସ୍ଆପ୍ କାମ କରିବ ନାହିଁ। କେବଳ ଆଣ୍ଡ୍ରଏଡ୍ ୫.୦ ଓ ତା’ଠାରୁ ଅଧିକ ଭର୍ସନର ଫୋନ୍ରେ ହ୍ବାଟସ୍ଆପ୍ କାମ କରିବ। ତା’ଠାରୁ କମ୍ ଭର୍ସନ ଓଏସ୍ ଥିବା ଫୋନ୍ରେ ଏହି ମେସେଜିଂ ଆପ୍ କାମ କରିବ ନାହିଁ।
-
ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଛି।
-
ଗତ ୩ ବର୍ଷରେ କେବଳ ଟ୍ବିନ୍ ସିଟି କଟକ-ଭୁବନେଶ୍ବରରେ ଅମାନିଆ ଗାଡିଚାଳକ ୧୮୬ କୋଟି ଟଙ୍କା ଜରିମାନା ଗଣିଛନ୍ତି। ଯାହା ଆଜି ବିଧାନସଭାରେ କଟକ-ଚୌଦାର ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।
-
୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ)ସହିତ ସମ୍ପର୍କକୁ ସମାପ୍ତ କରିଛି ।
-
ରାହୁଲ ବିଳାସପୁରରେ ରାଜ୍ୟ ସରକାରଙ୍କ ‘ଆୱାସ ନ୍ୟାୟ ସମ୍ମିଳନୀ’ରେ ଯୋଗ ଦେଇ କହିଛନ୍ତି, କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ।
-
କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବାରେ ଏହି ବସ ବେଶ ସହାୟକ ହେବ |
-
ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୩୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଛି।
-
ଆଗାମୀ ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଆସନ୍ତା ୨୯ ତାରିଖରୁ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳିବ । କିନ୍ତୁ ଭିସା ମିଳୁନଥିବାରୁ ଦଳ ଏପର୍ଯ୍ୟନ୍ତ ଭାରତ ଆସିପାରୁନାହିଁ ।
-
ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ।
-
ଆମ୍ ଆଦ୍ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
-
ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ। ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।
-
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ଯ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି ।
-
ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲାଣ୍ଡା ଓ ଏହାର ସହଯୋଗୀମାନଙ୍କର ପ୍ରାୟ ୪୮ଟି ଠିକଣାରେ ଆଜି ପଞ୍ଜାବ ପୁଲିସ ଏକକାଳୀନ ରେଡ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଖଲିସ୍ତାନୀ ସପକ୍ଷବାଦୀଙ୍କ ଠିକଣାରେ ଏପରି ଚଢ଼ଉ କରାଯାଇଛି।
-
ଉତ୍ତର ପ୍ରଦେଶର ଏକ ବିଦ୍ୟାଳୟରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ର ମାଡ ମାରିବା ଘଟଣାକୁ ଗୁରୁତର ସହ ନେଲେ ସୁପ୍ରିମକୋର୍ଟ। ଧର୍ମ ନାମରେ ପିଲାମାନଙ୍କ ସହ ଏପରି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଏହା ରାଜ୍ୟ ସରକାରଙ୍କ ବିବେକକୁ ବାଧିବା ଉଚିତ୍। ତୁରନ୍ତ ସରକାର ଏ ଉପରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିବା ଖଣି ଲିଜ୍ଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ ଯୋଗୁ ଦୀର୍ଘ ପ୍ରାୟ ୭ବର୍ଷ ପରେ ବି ୨୬ଟି ଖିଲାପୀ ଖଣି କମ୍ପାନୀଠୁ ୨୯୬୫.୨୮କୋଟି ଟଙ୍କାର ଜୋରିମାନା ଆଦାୟ ସମ୍ଭବପର ହୋଇନି ।
-
ପାରିବାରିକ ଅଡୁଆ ସୂତାରେ ଛନ୍ଦି ହୋଇପଡ଼ିଥିବା ଅନୁଭବ ମହାନ୍ତିଙ୍କୁ ଆଟାକିଂ ମୁଡ୍ରେ ଦେଖିବାକୁ ମିଳିଛି। କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇ ବାହାରିବା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ବର୍ଷିଛନ୍ତି ଅନୁଭବ। କହିଛନ୍ତି, ନିଜର ରିଜେକ୍ସନ୍କୁ ସେଲିବ୍ରେସନ୍ କରୁଛନ୍ତି ବର୍ଷା। ସୋଶାଲ୍ ମିଡିଆ ଆକାଉଣ୍ଟରେ ଲେଖୁଛନ୍ତି- ଧର୍ମର ଜୟ ହେଲା
|
391 |
Y |
|
1390 |
26-09-2023 |
English |
-
The first C-295 medium tactical transport aircraft was inducted into the Indian Air Force (IAF) Monday, boosting its logistics capabilities. The induction ceremony took place at the Hindan Air Force Station here in the presence of Defence Minister Rajnath Singh.
-
Chief Minister Naveen Patnaik Monday asserted that no ministers-versus-officers issue exists in the state, dismissing criticisms from various quarters over holding of people’s grievance meetings by a controversial CMO official.
-
Monsoon started withdrawing from India Monday, eight days after the normal date of September 17, the India Meteorological Department said.
-
Ending its four year-old ties with the BJP, the AIADMK Monday announced walking out of the National Democratic Alliance (NDA) and said it would lead a separate front for the 2024 Lok Sabha polls.
-
Odisha recorded 1,771 deaths due to drowning in rivers and other water bodies in the last three years, with an average of 590 fatalities annually, Minister of State (MoS) for Home Tusharkanti Behera told the Assembly while replying to a question by BJD MLA Mousadhi Bag.
-
The Commissionerate Police has collected `91,26,01,740 from the twin city of Cuttack and Bhubaneswar as penalty from traffic offenders in three years – 2020, 2021 and 2022, Minister of State (MoS) Home Tusharkanti Behera told the House Monday. Responding to a query of Choudwar-Cuttack MLA Souvic Biswal, Behera said `14,52,18,800 has been collected from violators in Bhubaneswar and `76,73,82,940 from Cuttack during the period.
-
The HR head of EML/Sambad Baijayanti Kar moved the Orissa High Court Monday seeking anticipatory bail to evade arrest in connection with the loan fraud case which is being investigated by the Economic Offences Wing (EOW) of the Odisha Crime Branch.
-
Health and Family Welfare Minister of State SP Singh Baghel urged the state government to join the Ayushman Bharat Pradhan Mantri Jan Arogya Yojana (ABPMJAY) scheme for the benefit of the state’s poor people.
-
The Gujarat government Monday sought time from the high court to submit before it the final report of the special investigation team (SIT) probing the collapse of a suspension bridge at Morbi town in October last year, in which 135 people were killed.
-
Ahmedabad, a city where time seems to stand still, boasts of rich history, culture, and architecture. Cross the Sabarmati River, and you find yourself in old Amdavad, a place where every lane whispers tales of the past.
-
Bihar Chief Minister Nitish Kumar Monday ruled out returning to the NDA, an alliance he parted with a year ago, to which the BJP retorted he would not be welcome even if he begged for another chance.
-
Gujarat was born liquor ‘dry’ and remains so till this day. That is for the record. In actual fact, it remains as ‘wet’ as a watermelon fuelling a multi-crore rupee, wholly illegal, black money spewing industry that oils cop capers and political ‘padrones’ besides lots others.
-
India’s top oil firm IOC Monday unveiled the nation’s first green hydrogenpowered bus that emits just water as it takes the lead in bringing out unrivaled tools to replace fossil fuels.
-
Moody’s Investors Service Monday upgraded Tata Steel’s long-term issuer rating on the back of the company’s solid market position and expectation of an increase in profitability
-
S&P Global Ratings Monday retained India’s growth forecast for current fiscal at 6 per cent citing slowing world economy, rising risk of subnormal monsoons and delayed effect of rate hike.
-
The Allahabad High Court on Monday granted bail to gangster-politician and former MLA Mukhtar Ansari in a 2007 case registered under the Gangsters Act.
-
Indian shooters made a telling statement at the Asian Games, winning three medals, including a team gold, as the country’s marksmen asserted their class by grabbing five podium finishes in just two days of competition here.
-
Online submission of documents for admission to World Skill Center (WSC) 2023-24 Batch will start from 11.00 AM of September 26 (Tuesday) and continue till 11.00 PM of September 30.
-
Railway Minister Ashwini Vaishnaw has approved the extension of Varanasi-Sambalpur Express up to Visakhapatnam in Andhra Pradesh to enhance train services in western and southern Odisha.
-
As many as 355 Professor, Associate Professor and Assistant Professor posts are currently lying vacant in government medical colleges in Odisha, said Health and Family Welfare Minister Niranjan Pujari in the Assembly
|
415 |
Y |
|