-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
-
ଇଣ୍ଟରନେଟ୍ର ବ୍ୟାପକତା ପରେ ନେଟିଜନ୍ସଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଛୋଟଠାରୁ ବଡ଼ ସମସ୍ତେ ଇଣ୍ଟରନେଟ୍ରେ କିଛି ନା କିଛି ସର୍ଚ୍ଚ କରିବାରେ ବ୍ୟସ୍ତ। ତେବେ ୨୦୨୩ରେ ଭାରତରେ ସର୍ବାଧିକ ଟ୍ରେଣ୍ଡ୍ କରିଥିବା ସର୍ଚ୍ଚ ହେଉଛି ‘ହାଓ ଟୁ’।
-
ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ୧୦ ଡିଗ୍ରୀ ଓ ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପାମାତ୍ରା ରହିଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି।
-
ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରାୟ ୨୫୦ ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସୀମାରୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଆତଙ୍କବାଦୀମାନେ ସୀମା ପାର୍ଶ୍ୱରେ ଥିବା ଲଞ୍ଚପ୍ୟାଡରେ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି।
-
ନିକଟରେ ଅନୁଷ୍ଠିତ ରାଜସ୍ଥାନ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ଆର୍ଥିକ ପୃଷ୍ଠଭୂମି ଏବଂ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରି ନ୍ୟାସନାଲ ଇଲେକ୍ସନ ୱାଚ୍ ଆଣ୍ଡ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ୬୭୮ ଜଣ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୫୯୫ ଜଣ (୮୮ ପ୍ରତିଶତ) କୋଟିପତି।
-
ଶନିବାର ଦିନ ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍ନ୍ୟାସ୍ନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ’ (ଆଇଓଏମ୍) କହିଛି।
-
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କୁ ମହଙ୍ଗା ପଡ଼ିଛି। ଆଜି କମଳନାଥଙ୍କୁ ତାଙ୍କ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇଛି।
-
ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ସମସ୍ତ ସାଂସଦଙ୍କୁ ପତ୍ର ଲେଖି ଡିସେମ୍ବର ୧୩ ତାରିଖରେ ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ ନେଇ ଉଦ୍ବେଗ ପ୍ରକାଶ କରିବା ସହ ସାଂସଦଙ୍କ ନିଲମ୍ବନ ମାମଲାରେ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
-
ମାଲ୍ଟାର ଏକ ଜାହାଜ ସୋମାଲିଆ ଉପକୂଳ ଆଡ଼କୁ ଯାଉଥିବା ବେଳେ ଆରବ ସାଗରରେ ଏହାକୁ ଅପହରଣ କରାଯାଇଥିଲା। ଏହା ଜଣାପଡ଼ିବା ପରେ ତୁରନ୍ତ ଜବାବ ଦେଇଛି ଭାରତୀୟ ନୌସେନା।
-
ଅତ୍ୟନ୍ତ ସୁରକ୍ଷିତ ମନେ କରାଯାଉଥିବା ଦିଲ୍ଲୀ ମେଟ୍ରୋ ଟ୍ରେନରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମେଟ୍ରୋର କବାଟରେ ଶାଢ଼ି ଫସିଯିବାରୁ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି ।
-
ଡିସେମ୍ବର ୧୮ରୁ 'ଦେଶ ପାଇଁ ଦାନ' ନାମରେ ଏକ ଅନଲାଇନ୍ କ୍ରାଉଡଫଣ୍ଡିଂ ଅଭିଯାନର ଶୁଭାରମ୍ଭ କରିବାକୁ କଂଗ୍ରେସ ଶନିବାର ଘୋଷଣା କରିଛି । ଦଳ କହିଛି ଯେ ଏହି ଅଭିଯାନ ୧୯୨୦-୨୧ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ 'ତିଲକ ସ୍ୱରାଜ ପାଣ୍ଠି'ରୁ ଅନୁପ୍ରାଣିତ ହୋଇ ଆରମ୍ଭ କରାଯାଇଛି ।
-
କାର୍ ଭିତରେ ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ପୁଅକୁ ଆମେରିକୀୟ ପ୍ରଦେଶ ଉତ୍ତର କାରୋଲିନାର ଜଣେ ମାଆ ଏକ ଜନପ୍ରିୟ ତଥା ବିବାଦୀୟ ‘ଟ୍ରାକିଙ୍ଗ୍ ଆପ୍’ ସହାୟତାରେ ଧରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
-
ଇସ୍ରାଏଲ୍ ନିମନ୍ତେ ୧୦,୦୦୦ କୁଶଳୀ ଶ୍ରମିକ ଚୟନ କରିବ ବୋଲି ଶୁକ୍ରବାର ଦିନ ‘ହରିୟାଣା କୌଶଳ ରୋଜଗାର ନିଗମ’ (ଏଚ୍କେଆର୍ଏନ୍) ବିଜ୍ଞପ୍ତି ପ୍ରକାଶ କରିଛି।
-
‘ଇଲେକ୍ଟୋରାଲ୍ ବଣ୍ଡ୍’ ଜରିଆରେ ବର୍ଷ ୨୦୨୨-୨୩ରେ ‘ବିଜେଡ଼ି’ ସମେତ ୫ଟି ଆଞ୍ଚଳିକ ରାଜନୈତିକ ଦଳ ସମୁଦାୟ ୧,୨୪୩ କୋଟି ଟଙ୍କା ସଂଗ୍ରହ କରିଥିବା କଥା ସେମାନଙ୍କ ସଦ୍ୟତମ ବାର୍ଷିକ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି।
-
‘ଅନ୍ଲାଇନ୍ ଫୁଡ୍ ଡେଲିଭରି ପ୍ଲାଟ୍ଫର୍ମ’ ‘ସ୍ବିଗି’ରେ ୮.୫ ନିୟୁତ ‘କେକ୍’ ବରାଦ ଦେଇଥିବାରୁ ବେଙ୍ଗାଲୁରୁ ସହର ବର୍ଷ ୨୦୨୩ ଲାଗି ଦେଶର ‘କେକ୍ କ୍ୟାପିଟାଲ୍’ ମାନ୍ୟତା ପାଇଛି।
-
କଦା ଆମେରିକାର ରିୟଲିଟି ଟେଲିଭିଜନ୍ ସୋ’ ‘ଗଟ୍ ଟାଲେଣ୍ଟ୍’ରେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିବା ୭ ଫୁଟ୍ ୬ ଇଞ୍ଚ୍ ଡେଙ୍ଗା ପଞ୍ଜାବ ପୁଲିସର ଜଣେ ପୂର୍ବତନ କନେଷ୍ଟବଳଙ୍କୁ ‘ହେରୋଇନ୍’ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି।
-
କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
-
ଡିସେମ୍ବର ୨୦୨୨ ଶେଷ ଏବଂ ୨୦୨୩ ଆରମ୍ଭ ମଧ୍ୟରେ ଗୁଗଲରୁ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଗୁଗଲ କମ୍ପାନୀର ଇତିହାସରେ ଏହା ସବୁଠାରୁ ବଡ ଛଟେଇ ଥିଲା।
-
ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍ ବୋଲର୍’ ମହମ୍ମଦ୍ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି।