-
ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।
-
ଇସ୍ରାଏଲ ସେନା କହିଛି ଯେ ସ୍ଥଳ ଅପରେସନ ମାଧ୍ୟମରେ ଏହା ୧୫୦ରୁ ଅଧିକ ଭୂତଳ ସୁଡ଼ଙ୍ଗ ଏବଂ ବଙ୍କର ସମେତ ଅନେକ ହମାସ କାର୍ଯ୍ୟକର୍ତ୍ତାଙ୍କ ସ୍ଥାନକୁ ଟାର୍ଗେଟ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମଧ୍ୟ ଉତ୍ତର ଗାଜା ବାସିନ୍ଦାଙ୍କୁ ଚେତାବନୀ ଦେଇ କହିଛି ଯେ ଏହା ହମାସ ବିରୋଧରେ ବିମାନ ଅଭିଯାନ ବୃଦ୍ଧି କରିଥିବାରୁ ଏହି ଅଞ୍ଚଳ ‘ଯୁଦ୍ଧକ୍ଷେତ୍ର’ରେ ପରିଣତ ହୋଇଛି।
-
ହଲିଉଡ ଅଭିନେତା ତଥା ଲୋକପ୍ରିୟ ଟିଭି କମେଡି ଷ୍ଟାର୍ ମାଥ୍ୟୁ ପେରିଙ୍କର ୫୪ ବର୍ଷରେ ପରଲୋକ ହୋଇଯାଇଛି। ଲସ ଆଞ୍ଜେଲ୍ସ ସ୍ଥିତ ବାସଭବନରେ ଏକ ଗରମ ଟବ୍ରେ ସେ ଅଚେତ ଅବସ୍ଥାରେ ମିଳିଥିଲେ।
-
ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ୩ ହଜାରରୁ ଅଧିକ ଅଭିଷ୍ୟାଳି ରେଜିଷ୍ଟ୍ରେସନ କରିଛନ୍ତି ।
-
ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଥିଲା ।
-
ମାତ୍ର ୧୦୦ ଘଣ୍ଟାର ଏକ ଶିଶୁପୁତ୍ରର ଅଙ୍ଗଦାନ ଯୋଗୁ ୪ ଜଣ ଶିଶୁ ଓ କିଶୋରଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଛି। ପିତାମାତା ଅନୁପ ଓ ବନ୍ଦନା ଠାକୁର ଏକ ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତିର ସମ୍ମୁଖୀନ ହୋଇଥିଲେ, କାରଣ ସେମାନଙ୍କର ପୂର୍ବ ସନ୍ତାନ ମୃତ ଜନ୍ମ ହୋଇଥିଲା। ତେବେ ପୁଅର ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ସେମାନେ ତା’ର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
-
ମିଳିତ ଜାତିସଂଘର ପାଲେଷ୍ଟାଇନ୍ ଶରଣାର୍ଥୀ ଏଜେନ୍ସି (ୟୁଏନ୍ଆର୍ଡବ୍ଲ୍ୟୁଏ)ର ଗୋଦାମ ଓ ବିତରଣ କେନ୍ଦ୍ରରେ ହଜାର ହଜାର ଗାଜା ବାସିନ୍ଦା ପଶି ଅଟା ଓ ମୌଳିକ ବଞ୍ଚିବା ସାମଗ୍ରୀ ଲୁଟ୍ କରିଛନ୍ତି।
-
କୋଚିର କଲାମସେରିସ୍ଥିତ ଏକ କନଭେନ୍ସନ୍ ସେଣ୍ଟରରେ ରବିବାର ହୋଇଥିବା ବିସ୍ଫୋରଣ ପାଇଁ ଜଣେ ବ୍ୟକ୍ତି ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । କେରଳର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି) ଏମ୍.ଆର୍. ଅଜିତ କୁମାର ଏହି ସୂଚନା ଦେଇଛନ୍ତି।
-
ଆଇଫୋନ୍ ନିର୍ମାତା ଆପଲ୍ର ଭାରତରେ କାରବାର ପ୍ରାୟ ୫୦ ହଜାର କୋଟି ଟଙ୍କା ହୋଇଯାଇଛି। ୨୦୨୨-୨୩ରେ କଂପାନିର ବିକ୍ରି ରାଜସ୍ବ ୪୮ ପ୍ରତିଶତ ବୃଦ୍ଧି ପାଇ ୪୯,୩୨୧ କୋଟି ଟଙ୍କା ହୋଇଛି।
-
ଦୀପାବଳି ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି।
-
ପଲାସା ପାସେଞ୍ଜରକୁ ପଛରୁ ପିଟିଥିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ। ଫଳରେ ପଲାସା ପାସେଞ୍ଜରର ୨ଟି ବଗି ପ୍ରଭାବିତ ହୋଇଛି। ୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି।
-
ମିରୁଟ କଙ୍କରଖେଡା ଅଞ୍ଚଳର କାସିମପୁର ଫାଟକରେ ଡେରାଡୁନ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଏକ ରିକ୍ସା ଧକ୍କା ହୋଇଛି। ଫଳରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି।
-
ଶ୍ରୀଲଙ୍କା ନୌସେନା ତାମିଲନାଡୁର ୩୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ଜଳ ଭିତରକୁ ପଶିଯିବା ପରେ ପାଞ୍ଚଟି ମତ୍ସ୍ୟଜୀବୀ ଡଙ୍ଗା ଜବତ କରାଯାଇଛି।
-
ମହାରାଷ୍ଟ୍ରର ହିଙ୍ଗୋଲିରୁ ଶିବସେନା ଏମପି ହେମନ୍ତ ପାଟିଲ ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି।
-
ପ୍ରାଇଭେଟ ସେକ୍ଟରରେ ଚାକିରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି, ସରକାରୀ କର୍ମଚାରୀମାନେ ପଛରେ ଅଛନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଯୁବବର୍ଗମାନଙ୍କ ସହିତ ପ୍ରାଇଭେଟ ସେକ୍ଟରରେ ଅଧିକ ସଂଖ୍ୟକ କାର୍ଯ୍ୟ କରୁଛନ୍ତି ।
-
୨ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨କୋଟି ଟଙ୍କା। ଏପରି ଘଟଣା ଘଟିଛି କର୍ନାଟକରେ। ସାଇବର ଠକ କର୍ନାଟକର ୧ଶହ ବ୍ୟାଙ୍କ ଖାତାରୁ ୨କୋଟି ଟଙ୍କା ଗାଏବ କରି ଦେଇଛନ୍ତି।
-
ଲୋକସଭା ସଂସଦରେ ଲାଞ୍ଚ ଦେଇ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟି ନଭେମ୍ବର ୨ ତାରିଖରେ ହାଜର ହେବାକୁ ମହୁଆ ମୋଇତ୍ରାଙ୍କୁ ନିର୍ଦ୍ଦେଶ ଦେଇଛି।
-
ଏହା ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଛନ୍ତି।
-
ଟ୍ରାଫିକ୍ ଭିଡ ମଧ୍ୟରେ ଓଲଟା ଚଲିବାକୁ ଲାଗିଲା କାର୍। ରାଜରାସ୍ତାରେ ଦେଖାଇଲେ ଭୟାନକ ଷ୍ଟଣ୍ଟ। ସୋଶାଲ ମିଡିଆରେ ଫେମସ ହେବା ନିଶା କଲା ଘାଇଲା। ରିଲ୍ସ ନିଶାରେ ଉଲ୍ଲଙ୍ଘନ କଲେ ଟ୍ରାଫିକ୍ ନିୟମ। ଶେଷରେ ବନ୍ଧା ହେଲେ। ଏଭଳି କିଛି ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ।
-
ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ରବିବାର ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ପୂରଣ କରିଛନ୍ତି। ପଞ୍ଚମ ଭାରତୀୟ ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ୪୫୭ତମ ମ୍ୟାଚ୍ରେ ୪୭୭ଟି ଇନିଂସରୁ ୧୮ ହଜାର ରନ ପୂରଣ କରିଛନ୍ତି।