-
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ନାମ ସୁପାରିସ୍ କରିଛି କଲେଜିୟମ୍ । ପାଟ୍ନା ହାଇକୋର୍ଟର ବିଚାରପତି ଅଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।
-
ଭାରତର ସବୁଠୁ ବଡ଼ ବଦାନ୍ୟ ବ୍ୟକ୍ତି ହେଉଛନ୍ତି ଏଚ୍ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର। ଗତ ଆର୍ଥିକ ବର୍ଷରେ ସେ ୨,୦୪୨ କୋଟି ଟଙ୍କା ଦାନ କରିଛନ୍ତି। ଅର୍ଥାତ ହାରାହାରି ଭାବେ ଦୈନିକ ସେ ୫.୬ କୋଟି ଟଙ୍କା ଦାନ କରିଛନ୍ତି। ଏଡେଲ୍ଗିଭ୍ ହୁରୁନ୍ ଇଣ୍ଡିଆ ବଦାନ୍ୟ ବ୍ୟକ୍ତି ତାଲିକା ଅନୁସାରେ ୧୧୯ ଜଣ ଭାରତୀୟ ବ୍ୟବସାୟୀ ୨୦୨୨-୨୩ରେ ୮,୪୪୫ କୋଟି ଟଙ୍କା ଦାନ କରିଛନ୍ତି।
-
ଗତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ୍ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଆରମ୍ଭ ହେବାପରଠାରୁ ଏଯାବତ ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପକ୍ଷେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
-
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗୁରୁବାର ଆପଲ୍କୁ ଏକ ନୋଟିସ୍ ପଠାଇ ‘ରାଷ୍ଟ୍ର-ପ୍ରାୟୋଜିତ ଆକ୍ରମଣ’ ଦାବିର ପ୍ରମାଣ ଦାଖଲ କରିବାକୁ କହିଛି। ଏ ନେଇ ତୁରନ୍ତ ଜବାବ ଦେବାକୁ ମନ୍ତ୍ରଣାଳୟ ଆପଲ୍କୁ କହିଛି।
-
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆଜି ସଦାଚାର କମିଟିରେ ହାଜର ହୋଇଥିଲେ ମଧ୍ୟ ଅଧାରୁ ଉଠି ପଳାଇ ଆସିଛନ୍ତି। କେବଳ ମହୁଆ ନୁହନ୍ତି, କମିଟିର ଅନ୍ୟ ବିରୋଧୀ ସଦସ୍ୟ ମଧ୍ୟ ଅଧାରୁ ବୈଠକ ସ୍ଥଳ ଛାଡ଼ି ବାହାରକୁ ପଳାଇ ଆସିଛନ୍ତି।
-
ବର୍ଷିଆନ ସାମ୍ବାଦିକ ଶରତ ମିଶ୍ର ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଖବର ଅନୁଯାୟୀ, ସେ ‘ସମାଜ’ର ପୂର୍ବତ ସମ୍ପାଦକ ଥିଲେ । ଶ୍ରୀଯୁକ୍ତ ମିଶ୍ର “ଅନୁପମ ଭାରତ’ର ପ୍ରତିଷ୍ଠାତା, ସମ୍ପାଦକ ଥିଲେ।
-
କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ପାଇଁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।
-
ଇଡିର ଦୁଇ ଅଧିକାରୀଙ୍କୁ ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ରାଜସ୍ଥାନ ଏସିବି ଏକ ମାମଲାର ରଫାଦଫା କରିବା ପାଇଁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ଇଡି ଅଧିକାରୀଙ୍କ ନାଁ ନବଲକିଶୋର ମୀନା ଏବଂ ତାଙ୍କର ସହଯୋଗୀ ବାବୁଲାଲା ମୀନା।
-
ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ଜୀବନସାଥୀ (ସ୍ୱାମୀ ଅଥବା ପତ୍ନୀ) ଜୀବିତ ଥିଲେ ମଧ୍ୟ ଝିଅ/ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ।
-
ମେଟା ମାଲିକାନା ହ୍ଵାଟସ୍ ଆପ୍ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ଅନୁଯାୟୀ ସେପ୍ଟେମ୍ବରରେ 71.1 ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି।
-
ଡାଇବେଟିସରେ ପୀଡିତ ରୋଗୀଙ୍କୁ ଖୁବଶୀଘ୍ର ଆଶ୍ୱସ୍ତି ମିଳିପାରେ । ଯଦି ସବୁକିଛି ଠିକ୍ ରୁହେ, ତେବେ ଶୀଘ୍ର ରୋଗୀଙ୍କୁ ଇନ୍ସୁଲିନର ଯନ୍ତ୍ରଣାରୁ ମୁକ୍ତି ମିଳିପାରେ । ଆଗାମୀ କିଛି ବର୍ଷରେ ଇନ୍ସୁଲିନ୍ ସ୍ପ୍ରେ ଲୋକଙ୍କ ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରେ । ଏହାଦ୍ୱାରା ରୋଗୀ ସିରିଞ୍ଜ ବଦଳରେ ମୁହଁରେ ହିଁ ଇନ୍ସୁଲିନ୍ ନେଇପାରିବେ ।
-
ରାଜନୈତିକ ଦଳ କେଉଁ ସୂତ୍ରରୁ ପାଣ୍ଠି ସଂଗ୍ରହ କରୁଛନ୍ତି, ଏସଂପର୍କରେ ଜାଣିବାର ଅଧିକାର ଭୋଟରଙ୍କର ନାହିଁ। କେନ୍ଦ୍ର ସରକାରଙ୍କର ଏଭଳି ଯୁକ୍ତି ନେଇ ସୁପ୍ରିମ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କହିଛନ୍ତି ଯେ ଏଭଳି ଯୁକ୍ତି ଗ୍ରହଣ କରିବା ଟିକେ କଷ୍ଟକର ଲାଗୁଛି।
-
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗୁରୁବାର ଅଭିଯୋଗ କରିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜେପି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବା ଲାଗି ସିଆର୍ପିଏଫ୍ ଗାଡ଼ି ବ୍ୟବହାର କରୁଛି।
-
ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଗୁଡ଼ିକ ଲାଗି ବହୁ ସୁବିଧା ପ୍ରଦାନ କରୁଛନ୍ତି। ସେବିଷୟରେ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶାସ୍ବତ ମିଶ୍ର ସଂସ୍ଥାଗୁଡ଼ିକୁ ଅବଗତ କରିଛନ୍ତି।
-
ଗ୍ରାମାଞ୍ଚଳରେ ଆଶାନୁରୂପ ବିସ୍କୁଟ ବିକ୍ରି ହେଉନି। ଲୋକମାନେ ବିସ୍କୁଟ ଖାଇବା କମ୍ କରିଛନ୍ତି। ଗ୍ରାମୀଣ ଅର୍ଥନୀତି କେତେ ଚାପରେ ରହିଛି ତାହା ଏଥିରୁ ଜଣାପଡ଼ୁଛି।
-
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅପ୍ରେଲ ମାସ ପ୍ରଥମ ସପ୍ତାହରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ଜଣ ମନ୍ତ୍ରୀଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସମାପ୍ତ ହେବ। ତାଲିକାରେ ଓଡ଼ିଶାର ଉଭୟ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଅଛନ୍ତି।
-
ଦେଶରେ ବେକାରୀ ହାର ଗତ ସେପ୍ଟେମ୍ବରରେ ୭.୦୯%ରୁ ୧୦.୦୫%କୁ ବୃଦ୍ଧି ପାଇଛି, ଯାହାକି ୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍ଆଇଇ) ପକ୍ଷରୁ ଗୁରୁବାର ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।
-
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିର୍ବାଚନ ବଣ୍ଡ ମାଧ୍ୟମରେ ସମସ୍ତ ରାଜନୈତିକ ଦଳ ଗ୍ରହଣ କରିଥିବା ପାଣ୍ଠି ଉପରେ ଅଦ୍ୟତନ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଆଜି ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
-
ନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ସମୃଦ୍ଧ ଖାଦ୍ୟ ସଂସ୍କୃତି ସହିତ ବିଶ୍ୱକୁ ପରିଚିତ କରାଇବା। ଏହି ପ୍ରଦର୍ଶନୀରେ ୨୩ଟି ରାଜ୍ୟ ତଥା ଅନେକ ଦେଶର ପ୍ରାୟ ୧୨୦୦ ଅଂଶଗ୍ରହଣକାରୀ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଦ୍ରବ୍ୟ ପ୍ରଦର୍ଶନ କରିବେ ।
-
ଭାରତର ଘାତକ ବୋଲିଂରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ କରିଥିଲା । ଫଳରେ ଭାରତ ଆଜିର ମ୍ୟାଚକୁ ୩୦୨ ରନରେ ଜିତି ନେଇଛି।