-
ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
-
କେନ୍ଦ୍ର ସରକାରଙ୍କ ମାଗଣା ରାଶନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।
-
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ ପ୍ରକାଶ କରିଛନ୍ତି ଯେ ଏହାର ପୂର୍ବତନ ମୁଖ୍ୟ କେ ଶିବନ ତାଙ୍କୁ ମହାକାଶ ଏଜେନ୍ସିର ଅଧ୍ୟକ୍ଷ ହେବାରୁ ରୋକିବାକୁ ଚେଷ୍ଟା କରିଥିଲେ। ଏହି ଅଭିଯୋଗ ତାଙ୍କ ଆତ୍ମଜୀବନୀ ‘ନୀଲବୁ କୁଡିଚା ସିଂହଙ୍ଗଲ’ରେ ଉଲ୍ଲେଖ ରହିଛି।
-
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଞ୍ଚିଲାଣି । ଏହାମଧ୍ୟରେ ଖବର ଆସୁଛି ଯେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ଘର ଉପରକୁ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ୍ ସେନା।
-
ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ଝିଅ ତଥା ଓ୍ବାଇଏସ୍ଆର୍ ତେଲଙ୍ଗାନା ପାର୍ଟିର ଅଧ୍ୟକ୍ଷା ଓ୍ବାଇ.ଏସ୍. ଶର୍ମିଲା ନଭେମ୍ବର ୩୦ରେ ହେବାକୁ ଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ।
-
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ରାୟରେ ଥିବା ତ୍ରୁଟିକୁ ଦୂର କରିବା ପାଇଁ ବ୍ୟବସ୍ଥାପିକା (ଲେଜିସଲେଚର) ଏକ ନୂତନ ଆଇନ ପ୍ରଣୟନ କରିପାରିବ କିନ୍ତୁ କୋର୍ଟଙ୍କ ରାୟକୁ ଏହା ସିଧାସଳଖ ଖାରଜ କରିପାରିବ ନାହିଁ।
-
ଭାରତୀୟ ନୌସେନା (ଆଏନ୍ଏସ୍)ର ଗୋଟିଏ ଚେତକ ହେଲିକପ୍ଟଟର ଦୁର୍ଘଟଣାଗ୍ରସ୍ତ ହେବାରୁ ନୌସେନାର ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଛି।
-
ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନର ତିନି ଦିନ ପୂର୍ବରୁ ମାଓବାଦୀମାନେ ପ୍ରଚାର କରୁଥିବା ଜଣେ ବରିଷ୍ଠ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ମାଓବାଦୀ ହତ୍ୟା କରିଥିବା ବିଜେପି ନେତାଙ୍କ ନାମ ରତନ ଦୁବେ ହୋଇଥିବା ବେଳେ ସେ ବିଜେପିର ନାରାୟଣପୁର ଜିଲ୍ଲା ୟୁନିଟର ଉପାଧ୍ୟକ୍ଷ ଥିଲେ।
-
ଦିଲ୍ଲୀ ଏମ୍ସରେ ସଫଳ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଦିଲ୍ଲୀ ଏମ୍ସର ଡାକ୍ତରମାନେ ଚୁମ୍ବକ ବ୍ୟବହାର କରି ଜଣେ ୭ ବର୍ଷୀୟ ଶିଶୁର ବାମ ଫୁସଫୁସ ଭିତରେ ଫଶି ଯାଇଥିବା ଏକ ଛୁଞ୍ଚିକୁ ସଫଳତାର ସହ ବାହାର କରିଛନ୍ତି।
-
ସରକାର ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ୍ ଜାରି କରିବାକୁ ଅନୁମୋଦନ ଦେଇଛନ୍ତି। ଫଳରେ ଆସନ୍ତା ନଭେମ୍ବର ୬ ତାରିଖରେ ୨୯ତମ ପର୍ଯ୍ୟାୟ ଇଲେକ୍ଟୋରାଲ ବଣ୍ଡ୍ ବିକ୍ରି ପାଇଁ ଉନ୍ମୁକ୍ତ ହେବ।
-
ନୂଆଦିଲ୍ଲୀସ୍ଥିତ କନ୍ଷ୍ଟିଚ୍ୟୁସନ କ୍ଲବ୍ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଗ୍ରୁପ୍ର ଅଧ୍ୟକ୍ଷା ଡ. ଶିଳ୍ପୀ ସାହୁ ‘ପ୍ରତିଭା ପଟ୍ଟନାୟକ ମହିଳା ଆଚିଭର’ ବର୍ଗରେ କ୍ୟାପିଟାଲ୍ ଫାଉଣ୍ଡେସନ ଜାତୀୟ ପୁରସ୍କାର ଗ୍ରହଣ କରିବେ।
-
ବ୍ରେନ ଡେଡ୍ ମହିଳାଙ୍କ ଅଙ୍ଗଦାନ ଫଳରେ ୭ ଜଣ ରୋଗୀ ପାଇବେ ନୂଆ ଜୀବନ । ଗ୍ରୀନ କରିଡରରେ ପଠାଯାଇଛି ଅଙ୍ଗ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।
-
ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ଲେଜର ସ୍କାନିଂ ପାଇଁ ଆବଶ୍ୟକ ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
-
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ ।
-
ଶ୍ରୀମନ୍ଦିର କର୍ମଚାରୀଙ୍କ ଲାଗି ଆରସିଏମ ଫାସିଲିଟି ସୁବିଧା ରହିବ । ରିଏମ୍ବର୍ସ କଷ୍ଟ୍ ଅଫ ମେଡିସିନ ବ୍ୟବସ୍ଥା କରାଯିବ । ୧୨ ହଜାର ଟଙ୍କାର ସିଲିଂରେ ବ୍ୟବସ୍ଥା କରାଯିବ । ସେବକ କଲ୍ୟାଣ ସ୍ବାସ୍ଥ୍ୟ ବୀମା ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସେବକଙ୍କ କନ୍ୟାଙ୍କ ବିବାହ ସହାୟତା ପରିମାଣ ୫୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ବ୍ରତ ଘର ସହାୟତା ୩୦ ହଜାର ଟଙ୍କାକୁ ବୃଦ୍ଧି । ଶୁଦ୍ଧିକ୍ରିୟାରେ ସହାୟତା ୨୦ ହଜାର ଟଙ୍କାକୁ ବୃଦ୍ଧି ।
-
ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକଙ୍କ ସମେତ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ କାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ହାଜର ହୋଇଛନ୍ତି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଚାକିରି କରାଇ ଦେବା ନାମରେ ହୋଇଥିବା ଠକେଇ ମାମଲାରେ ହାଜର ହୋଇଛନ୍ତି ।
-
ଭୁବନେଶ୍ୱର ବିମାନବନ୍ଦରରୁ ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସକୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ବର ବିମାନ ବନ୍ଦର ସଂଯୋଗ କରିଛି ବୋଲି ସୂଚନା ଦେଇଛନ୍ତି ମିନା ବନ୍ଦର କର୍ତ୍ତୃପକ୍ଷ ।
-
ଜାଗା ମିଶନ ଅଧୀନରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ ଚିଠା ନିୟମ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ସେମାନେ ଘର ର୍ନିମାଣ ପାଇଁ ଗୃହ ଋଣ ପାଇପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗତକାଲି ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ (ସଂଶୋଧନ) ନିୟମ, ୨୦୨୩ର ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
-
ମୟୂରଭଞ୍ଜ ଜିଲ୍ଲାର ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରେ ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର ୪୨୭ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
-
ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଶନିବାର ଓଡ଼ିଶାକୁ ଗୋଟିଏ ରୌପ୍ୟ ଏବଂ ୩ କାଂସ୍ୟ ମିଳିଛି। ଫଳରେ ଏ ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୩୮ରେ (୬ ସ୍ବର୍ଣ୍ଣ, ୧୧ ରୌପ୍ୟ, ୨୧ କାଂସ୍ୟ) ପହଞ୍ଚିଛି। କାୟାକିଂର କେ୨ଏମ୍+୧୦୦ ମିଟରରେ ଥୋମ୍ରିଲଙ୍ଗାନ୍ବା ଏନ୍ଗାସେପାମ ଓ କେ ହାଙ୍ଗେମ୍ବାବ ନାନାଓ ମେଇତେଇ ରୌପ୍ୟ ଜିତିଥିଲେ।