# |
Date |
Type |
Current Affairs |
No. Of Views |
Status |
Action |
1371 |
02-10-2023 |
Odia |
- ବାପୁଙ୍କ ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ ବୋଲି ଆଜି ତାଙ୍କ ୧୫୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
- ଭାରତ-ଆମେରିକା ସମ୍ପର୍କକୁ ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କର ଗଭୀରତାକୁ ମାପିବା କଷ୍ଟକର। ଦୁଇ ଦେଶ ବର୍ତ୍ତମାନ ପରସ୍ପରକୁ ‘ଈପ୍ସିତ, ଶ୍ରେଷ୍ଠ ଓ ସ୍ବସ୍ତିଦାୟକ ଅଂଶୀଦାର’ ଭାବରେ ଦେଖୁଛନ୍ତି। ୱାସିଂଟନରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର ଉପରୋକ୍ତ ମତ ପ୍ରକାଶ କରିଛନ୍ତି।
- ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍ଏଏମ୍)ର ପୃଷ୍ଠପୋଷକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍ଝି ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ୭୯ ବର୍ଷ ହେଲାଣି।
- ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି।
- ଆସାମ-ମେଘାଳୟ ସୀମାକୁ ନେଇ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମାରୁ ରାଜ୍ୟ ପୋଲିସଙ୍କୁ ହଟାଇ ସିଆର୍ପିଏଫ୍ ଯବାନଙ୍କୁ ମୁତୟନ କରିବାକୁ ଉଭୟ ରାଜ୍ୟ ସରାକାର ନିଷ୍ପତ୍ତି ନେଇଛନ୍ତି।
- ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ବିଭାଜନ ସମ୍ପର୍କରେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଉପସ୍ଥିତ ରହି ନିଜ ପକ୍ଷ ଉପସ୍ଥାପନ କରିବେ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗରରେ ପହଞ୍ଚି ଏଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଭର୍ଚୁଆଲ ମାଧ୍ୟମରେ ୧୩,୫୦୦କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ।
- ଅମରୋହାରୁ ବାହୁଜନ ସମାଜ ପାର୍ଟି ଏମପି ଦାନିସ ଅଲ୍ଲିଙ୍କ ସହ ସଂସଦରେ ଅଶ୍ଳୀଳତା ମାମଲା ଜାତୀୟ ମାନବ ଅଧିକାର ଆୟୋଗରେ ପହଞ୍ଚିଛି।
- ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ୧,୬୨,୭୧୨ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୪,୨୪୯ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଦେଶରେ ଜିଏସ୍ଟି ସଂଗ୍ରହ ୧୦ ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶାରେ ୧୩ ପ୍ରତିଶତ ବଢ଼ିଛି।
- ପୁରୁଣା ପେନ୍ସନ ସ୍କିମ୍ (ଓପିଏସ୍) ଲାଗୁ କରିବା ଦାବି ନେଇ ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି।
- ପାକିସ୍ତାନରେ ଶୁକ୍ରବାର ଘଟିଥିବା ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ଏହି ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ପାକିସ୍ତାନ ସରକାର ଶନିବାର ଅଭିଯୋଗ କରିଛନ୍ତି।
- ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ ।
- ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ପାଇଁ ଆବେଦନ ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଦକ୍ଷତା ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
- ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନ୍ଲାଇନ ଲିଙ୍କ୍ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ।
- ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।
- ଦକ୍ଷିଣ ଭାରତୀୟ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘ଘୋଷ୍ଟ’ର ହିନ୍ଦୀ ଟ୍ରେଲର ରବିବାର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେଉ ହେଉ ଏହା ଦର୍ଶକଙ୍କ ଉତ୍ସାହକୁ ଦୁଇ ଗୁଣା କରିଦେଇଛି। ଚଳିତ ବର୍ଷ ଅକ୍ଟୋବର ୧୯ରେ ପରଦାକୁ ଆସିବ ‘ଘୋଷ୍ଟ’। ଫିଲ୍ମରେ ଶିବ କୁମାରଙ୍କ ସହ ବଲିଉଡ଼ର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।
- ଖଲିସ୍ତାନୀଙ୍କ ଚରମପନ୍ଥୀ କାର୍ଯ୍ୟକଳାପ କାନାଡ଼ାରୁ ସ୍କଟଲ୍ୟାଣ୍ଡକୁ ଡେଇଁଛି। ଶୁକ୍ରବାର ବ୍ରିଟେନ୍ରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋସ୍ଥିତ ଗୁରୁଦ୍ବାରକୁ ଯାଉଥିବାବେଳେ ଖଲିସ୍ତାନ ସମର୍ଥକ ବ୍ରିଟିଶ ଶିଖ୍ ତାଙ୍କୁ ଅଟକାଇବା ସହ ଧର୍ମପୀଠରେ ପ୍ରବେଶ କରାଇ ଦେଇନଥିଲେ ଓ ଫେରିଯିବାକୁ ସ୍ଲୋଗାନ୍ ଦେଇଥିଲେ। ପୁଲିସ ତଥା ଗୁରୁଦ୍ବାର କମିଟି ଭାରତୀୟ କୂଟନୀତିଜ୍ଞଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିଥିଲେ।
- ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଖେଳାଯିବ। ଏହି ବିଶ୍ବକପରେ ଭାରତର ତାରକା ସ୍ପିନର ଭାବେ କୁଳଦୀପ୍ ଯାଦବ ଉଭା ହୋଇଛନ୍ତି।
- ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛନ୍ତି ଅବିନାଶ ସାବଲେ।
- ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସଟ୍ଫୁଟ୍ରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ତଜିନ୍ଦର ପାଲ ସିଂ ତୁର
|
414 |
Y |
|
1372 |
02-10-2023 |
English |
-
India had an impressive performance in athletics Sunday, securing a remarkable tally of two gold, four silver, and three bronze medals at the Asian Games. Tajinderpal Singh Toor achieved a remarkable victory in the shot put event, claiming the top spot on the podium, while Avinash Sable set an Asian Games record as he won the gold medal in the men’s 3000m steeplechase.
-
Commercial cooking gas (LPG) rates were Sunday raised by a steep `209 per 19-kg cylinder, in line with the firming up seen in international benchmarks.
-
A majority of the medical colleges assessed in 2022-23 were found to have ghost faculty and senior residents, and none of the institutes met the requirement of 50 per cent attendance, the National Medical Commission has said.
-
Heavy rains are likely to continue in parts of Odisha till October 5 due to a well-marked low-pressure area over West Bengal and neighbouring Jharkhand, the India Meteorological Department (IMD) said Sunday
-
Senior citizens are valuable assets of society, Chief Minister Naveen Patnaik said Sunday, calling upon people to take care of them.
-
Well-known playwright and former National School of Drama professor Tripurari Sharma passed away Sunday after a prolonged illness, her friend and actor Amitabh Shrivastava said. She was 67.
-
Helped by improved compliance, GST collections increased by 10 per cent to over `1.62 lakh crore in September, crossing the `1.6 lakh crore mark for the fourth time during current financial year.
-
Odisha’s GST collection increased by 12.85 per cent to Rs 4,249.12 crore in September, officials said Sunday. The state had collected a gross GST revenue of Rs 3,765.17 crore in the same month last year, they said.
-
Bihar is witnessing an alarming rise in dengue cases, with 6,146 cases reported in September, the highest for the month in the last five years, according to the data.
-
Murder cases in Uttar Pradesh have dropped by 9 per cent in the past six years while robberies have come down by 16 per cent during the same period.
-
Four people were arrested by CBI in connection with the kidnapping and killing of two Manipuri youths, and the government will ensure the maximum punishment for them, Chief Minister N Biren Singh said here Sunday
-
The Assam Police Sunday said the Armed Forces (Special Powers) Act or AFSPA has been extended in four districts of the state for six more months.
-
At least 13 people have been killed in a fire in a nightclub in Murcia in southeast Spain, emergency services said Sunday, adding that rescuers were still searching for people unaccounted for after the blaze.
-
A United Nations mission arrived in NagornoKarabakh Sunday, Azerbaijani media reported, as a mass exodus of ethnic Armenians from the region continued following a lightning Azerbaijani military offensive last month.
-
Injured HS Prannoy’s absence hurt India as they went down fighting 2-3 against badminton powerhouses China to sign off with their firstever silver medal in the men’s team championships at the Asian Games here Sunday
|
399 |
Y |
|
1373 |
01-10-2023 |
Odia |
-
ଭାରତର ପ୍ରଥମ ସୌର ମିସନ ଆଦିତ୍ୟ ଏଲ୍-୧ ପୃଥିବୀଠାରୁ ୯.୨ ଲକ୍ଷ କିମି ଗତି କରିବା ସହ ପୃଥିବୀର ପ୍ରଭାବକ୍ଷେତ୍ରକୁ ଅତିକ୍ରମ କରିସାରିଛି ବୋଲି ଶନିବାର ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ପୃଥିବୀ ଓ ସୂର୍ଯ୍ୟ ମଝିରେ ଥିବା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଆଡ଼କୁ ଅଗ୍ରସର ହେଉଛି।
-
ରାଜ୍ୟରେ ୧୯ଟି ନୂଆ ପ୍ରକଳ୍ପରେ ୩୬୬୩ କୋଟି ଟଙ୍କା ନିବେଶ ହେବ। ଏ ନେଇ ଆସିଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଅନୁମତି ମିଳିଛି। ଉକ୍ତ ପ୍ରକଳ୍ପ ଜରିଆରେ ପ୍ରାୟ ୧୩,୬୬୩ ନିଯୁକ୍ତି ସୃଷ୍ଟି ହେବା ଲକ୍ଷ୍ୟ ରହିଛି।
-
ଗତ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ଭିତରେ ଭାରତରେ ୧୪୬ଟି ବାଘଙ୍କ ମୃତ୍ୟୁ ହୋଇଛି, ଯାହା ୨୦୧୨ ମସିହାରୁ ୧୧ ବର୍ଷ ଭିତରେ ସର୍ବାଧିକ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି।
-
କାଲ୍କାଟା ହାଇକୋର୍ଟ ଶନିବାର ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟ ଜଜ୍ ଅର୍ପଣ ଚଟ୍ଟୋପାଧ୍ୟାୟଙ୍କ ପ୍ରତି ନିଜର ଅସନ୍ତୋଷ ଝାଡ଼ିଛନ୍ତି। ସମ୍ପୃକ୍ତ ଜଜ୍ ଉକ୍ତ ଦୁର୍ନୀତି ମାମଲାରେ କେତେକ ରାୟ ଦେଇଥିବା ବେଳେ ତାଙ୍କ ବଦଳି ପାଇଁ ଦିଆଯାଇଥିବା ଆଦେଶକୁ କାହିଁକି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।
-
ପଂଜାବ କୃଷକଙ୍କ ୩ ଦିନିଆ ରେଳ ରୋକୋ ଆନ୍ଦୋଳନ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ଆନ୍ଦୋଳନ ଯୋଗୁଁ ପଂଜାବ ଏବଂ ହରିୟାଣାରେ ପ୍ରାୟ ୬୦୦ ଟ୍ରେନ୍ ପ୍ରଭାବିତ ହୋଇଛି।
-
ଆମେରିକାର ଆନ୍ହାଇମ୍ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍ ରିପବ୍ଲିକାନ୍ ପାର୍ଟି କନ୍ଭେନ୍ସନ୍’ରେ ଡୋନାଲ୍ଡ୍ ଟ୍ରମ୍ପ୍ ରାଷ୍ଟ୍ରପତି ଜୋ ବାଇଡେନ୍ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍) ବାଟ ପାଉନାହାନ୍ତି।
-
ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍ନାଲ୍ ଟାଇଗର୍ କଞ୍ଜର୍ଭେସନ୍ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ।
-
ଓଡିଶାରେ ମୋବାଇଲ୍ ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ବଢ଼ିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ଜୁଲାଇ ମାସ ଗ୍ରାହକ ତଥ୍ୟ ଅନୁସାରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୫ ଲକ୍ଷରୁ ଅଧିକ ହୋଇଛି।
-
ପଞ୍ଜାବର ମୋଗାଠାରେ ଡାକ୍ତରମାନେ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଅେସ୍ତ୍ରାପଚାର କରି ବିପୁଳ ପରିମାଣର ଇୟର ଫୋନ୍, ଲକେଟ୍, ସେଫ୍ଟିପିନ୍, ପେଚ, କଣ୍ଟା, ବୋଲ୍ଟ, ବୋତାମ, ୱାସର, ତାର, ରାପର, ମୁଣ୍ଡ କଣ୍ଟା, ଚେନ୍ ଜିପ୍, ମାର୍ବଲ ଖଣ୍ଡ ଓ ରାକ୍ଷି ଆଦି ବାହାର କରିଛନ୍ତି। ଗୁରୁବାର ଏହି ଅେସ୍ତ୍ରାପଚାର ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା।
-
ଡେକାନ୍ ହେରାଲ୍ଡର ପ୍ରକାଶନୀ ସଂସ୍ଥା ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡ୍ର ଶାନ୍ତ କୁମାର ଶୁକ୍ରବାର ପ୍ରେସ୍ ଟ୍ରଷ୍ଟ୍ ଅଫ୍ ଇଣ୍ଡିଆ (ପିଟିଆଇ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି।
-
ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସନୋଗ୍ରାଫି (ଏନ୍ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି।
-
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୭ ଦିନ ବୃଦ୍ଧି କରିଛନ୍ତି। ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଲୋକମାନେ ଏହି ସୁବିଧା ପାଇବେ। ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଥିଲା।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ।
-
ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ୟୁକ୍ରେନରେ ଯୁଦ୍ଧର ଆତଙ୍କ ଶେଷ ହୋଇନଥିବା ବେଳେ ଏବେ ୟୁରୋପରେ ଆଉ ଏକ ଯୁଦ୍ଧ ଆରମ୍ଭ ହେବା ପରିସ୍ଥିତି ଉପୁଜିଲାଣି। ବର୍ତ୍ତମାନ ୟୁରୋପର ଅନ୍ୟ ଦୁଇଟି ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
-
ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ପ୍ରଭାବରେ ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷା ହେବ।
-
ଏସିଆନ୍ସ ଗେମ୍ସରେ ଭାରତ ପୁଣି ଏକ ସ୍ବର୍ଣ୍ଣ ପଦକ ଜିତିଛି । ଟେନିସ ମିକ୍ସଡ୍ ଡବଲ୍ସରେ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ମିକ୍ସଡ ଡବଲ୍ସ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭେଟେରାନ ରୋହନ ବୋପନ୍ନା ଓ ଋତୁଜା ଭୋସଲେଙ୍କ ଯୋଡ଼ି । ଏହାସହ ମୋଟ ପଦକ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।
-
ଅକ୍ଟୋବର ୧ ରେ, ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୯ ଟଙ୍କା ବୃଦ୍ଧି କରି ଲୋକଙ୍କୁ ମୁଦ୍ରାସ୍ଫୀତି ଝଟକା ଦେଇଥିଲେ। ବାଣିଜି୍ୟକ ସିଲିଣ୍ଡରର ନୂତନ ଦାମ ୧ ଅକ୍ଟୋବରରୁ ଲାଗୁ ହୋଇଛି।
-
ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
-
ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଶନିବାର ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି।
-
ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ ହେବ।
|
391 |
Y |
|
1374 |
01-10-2023 |
English |
-
The state government Saturday approved 19 investment projects worth Rs 3,663 crore. The projects, approved during a meeting of the State Level Single Window Clearance Authority (SLSWCA) held under the chairmanship of Chief Secretary Pradeep Kumar Jena, are expected to generate employment for over 13,500 people, an official statement said
-
The Jagannath Temple in Puri owns over 60,822 acres of land in Odisha and six other states, Odisha Law Minister Jagannath Saraka informed the Assembly Saturday. In a written reply to a question from BJD member Prasanta Behera, the minister said a total of 60,426.943 acres of land in the name of Mahaprabhu Jagannath Bije, Srikhetra Puri, have been identified in 24 of the state’s 30 districts.
-
Odisha Police has unearthed an illegal gutkha manufacturing unit at Tulasi Bihar-Ralab Road under Golanthara police station limits in Ganjam district, police said Saturday.
-
Chief Minister Naveen Patnaik flagged off the ‘Cyber Suraksha Raths’, campaign vehicles for a fortnight long cyber awareness programme, during a special event at the Kalinga Stadium here Saturday evening. The vehicles equipped with advanced video and audio materials will roll out in 34 police districts across the state during September 30 till October 15
-
The First Lady of Kenya, Rachel Ruto, EGH, received the prestigious KISS Humanitarian Award 2022 at an event held in the institute’s campus, Saturday in presence of Governor Ganeshi Lal
-
Chhatrapati Shivaji Maharaj's legendary 'wagh nakh', the 'tiger claw' weapon he used to defeat Bijapur sultanate's general Afzal Khan in 1659, is set to return to Maharashtra from London in November.
-
The Afghanistan embassy in India suspended operations citing an inability to serve the country's interests and a shortage of staff and resources.
-
BS-III petrol and BS-IV diesel four-wheelers will be immediately banned in Delhi and Gurugram, Faridabad, Ghaziabad and Gautam Buddh Nagar if the AQI crosses the 400-mark.
-
The Reserve Bank of India (RBI) Saturday extended the deadline for exchange or deposit of `2,000 banknotes till October 7.
-
The Board of Secondary Education (BSE), Odisha has extended the last date for online filling up of application forms for the annual High School Certificate (HSC) and State Open School Certificate (SOSC) Examination, 2024 till October 5
-
As the advancement of Artificial Intelligence (AI) has given rise to new possibilities in the world of literature, experts and translators feel that there is still time before such tools learn to translate human emotions
-
The BJP’s Manipur unit has told its national president JP Nadda that people are angry as the state government has so far failed to contain the ethnic strife. A letter signed by party’s state unit president Sharda Devi, vice-president Ch Chidananda Singh and six others told Nadda that “public anger and protest is now slowly turning the tide, putting the sole onus of this prolonged disturbance into the failure of the government in dealing with the situation.”
-
Himachal Pradesh Chief Minister Sukhvinder Singh Sukhu Saturday announced a special package of `4,500 crore, including `1,000 crore under MGNREGA, to aid people affected by rain-related disasters during the July 7 to September 30 period
-
Lawmakers return to Congress Saturday with no clear path to resolving a squabble that appears likely to close wide swaths of the federal government, from national parks to financial regulation, in less than 18 hours.
-
Tata Consultancy Services (TCS) is reportedly ending work-from-home or hybrid work from October 1, and has asked employees to attend office for five days a week. The company will, however, continue flexibility/hybrid policies and make exceptions wherever necessary
-
From October 1, online gaming companies will charge 28 per cent GST on full value of bets, while offshore platforms too would be required to have GST registration to operate in India.
-
The government has increased the windfall tax on domestic crude oil produced by companies such as ONGC and Oil India Ltd as prices have shot up to around $95 per barrel
-
Pope Francis Saturday further cemented his legacy, elevating 21 prelates to the high rank of cardinal and significantly raising the percentage of electors chosen by him who will have the right to vote for his successor
-
Abhay Singh won the battle of attrition against Noor Zaman for the biggest prize of his career as top seeds India regained the Asian Games squash gold with an epic 2-1 win over Pakistan here Saturday.
-
Kidambi Srikanth rallied his way to a thrilling win in a tense decider as India kept alive their hopes of winning a first-ever gold medal at the Asian Games, reaching the men’s team championships final with a 3-2 win over South Korea here Saturday. This is India’s maiden entry into the final of the team event at the continental showpiece.
|
427 |
Y |
|
1375 |
30-09-2023 |
Odia |
-
ସ୍ବିଜରଲାଣ୍ଡସ୍ଥିତ ବିଶ୍ବର ବୃହତ୍ତମ କଣିକା ପରୀକ୍ଷାଗାର ‘ସର୍ଣ୍ଣ’ର ଗବେଷକ ଡାନିଏଲ ହୋଜକିନସନ୍ଙ୍କ କହିବାନୁଯାୟୀ, ଉଭୟ କଣିକା କିପରି ମାଧ୍ୟାକର୍ଷଣ ଉପସ୍ଥିତିରେ ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି, ତାହା ବୁଝିପାରିଲେ ବ୍ରହ୍ମାଣ୍ଡ ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଆହୁରି ସହଜ ହୋଇପାରିବ। ଉଭୟ କଣିକା ବିପରୀତଧର୍ମୀ ହୋଇଥିବାରୁ ମାଧ୍ୟାକର୍ଷଣ ବଳ ଦ୍ବାରା ବସ୍ତୁ ତଳକୁ ଖସୁଥିବାରୁ ପ୍ରତିବସ୍ତୁ ଉପରକୁ ଉଠୁଥିବ ବୋଲି ଏକ ଧାରଣା ପୂର୍ବରୁ ରହିଥିଲା। ମାତ୍ର ସଦ୍ୟ ଗବେଷଣାର ନିର୍ଯାସରୁ ଜଣାପଡ଼ିଛି ଆଣ୍ଟିମ୍ୟାଟର୍ ବା ପ୍ରତିବସ୍ତୁ କଣିକା ମଧ୍ୟ ବସ୍ତୁ ପରି ମାଧ୍ୟାକର୍ଷଣ ବଳ ଦ୍ବାରା ଆକର୍ଷିତ ହୋଇ ତଳକୁ ଖସୁଛି। ଏହି ନୂତନ ନିର୍ଯାସକୁ ଭିତ୍ତି କରି ବୈଜ୍ଞାନିକମାନେ ଏବେ ପ୍ରତିବସ୍ତୁ ବାବଦରେ ବିକଳ୍ପ ତତ୍ତ୍ବମାନ ଖୋଜିବାରେ ଲାଗିଛନ୍ତି।
-
ପୋକ୍ସୋ ଆଇନ ଅଧିନରେ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ଲ' କମିସନ ବା ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
-
ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)।
-
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
-
ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ବିଲ୍ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏବଂ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା।
-
ପୂର୍ବତନ କେନ୍ଦ୍ରମନ୍ତୀ ତଥା ଭାଜପା ସାଂସଦ ମେନକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଇସ୍କନ ପକ୍ଷରୁ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇମାନଙ୍କୁ ବିକ୍ରି କରୁଛି ବୋଲି କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ ।
-
‘କନ୍ନଡ଼ ଓକୁଟା’ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବାରୁ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରାୟ ୪୪ଟି ବିମାନ ଯାତ୍ରା ବାତିଲ କରାଯିବାରୁ ସେଠାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
-
ଅକ୍ଟୋବରରୁ ଡିସେମ୍ବର ତ୍ରୟମାସ ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କରିଛନ୍ତି। ସରକାର ୫ ବର୍ଷିଆ ରିକରିଂ ଡିପୋଜିଟ୍ (ଆରଡି) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ତେବେ ଗୋଟିଏ ସ୍କିମ୍ ବ୍ୟତୀତ ଅନ୍ୟ କୌଣସି ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
-
ଆମାଜନ୍ରେ ସାମ୍ସଙ୍ଗ୍, ୱାନ୍ପ୍ଲସ୍, ସୋନି, ଏଲ୍ଜି ଏବଂ ଜିଆମି ପରି ବ୍ରାଣ୍ଡ୍ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ରେଡ୍ମି୪୩-ଇଞ୍ଚ୍ ୪କେ ଅଲ୍ଟ୍ରା ଏଚ୍ଡିକୁ ଏହି ଅଫର୍ ସମୟରେ ୨୦୪୯୯ ଟଙ୍କାରେ କିଣିପାରିବେ। ଏହାର ପୁରୁଣା ଦର ରହିଛି ୪୨୯୯୯ ଟଙ୍କା।
-
ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକମାନେ ଡାଲି ଫିଙ୍ଗିବା ଘଟଣାକୁ କଡ଼ା ନିନ୍ଦା କରିଛି ବିଜେଡି । ବିରୋଧୀ ଦଳ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି ବୋଲି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।
-
୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାଜ୍ୟରେ ବହୁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ବେଳେ ଶନିବାର ଠାରୁ ରାଜ୍ୟରେ ପାଗ ବଦଳି ମେଘୁଆ ପାଗ ସହ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
-
ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍ ମ୍ୟାଚ୍ ଆରମ୍ଭ ହୋଇଛି ।
-
ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।
-
ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।
-
ଓଡ଼ିଶା ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ ଏବଂ ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଗଣମାଧ୍ୟମକୁ କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟରୁ ଓହରିବନି।
-
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ। ତେବେ ଏକ ରାଷ୍ଟ୍ର-ଏକ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ କାମ ଜାରି ରଖିଛି ଏବଂ ଏହା ୨୦୨୯ରେ ସମ୍ଭବ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।
-
ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆସନ୍ତାକାଲି (ଶନିବାର) ଶେଷ ହେଉଛି।
-
ଡିଜେ ଡାକିଆଣୁଛି ଡେଞ୍ଜର। କାନ ପରଦା ଫାଟିପାରେ, ହାର୍ଟ ଆଟାକ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ ହୋଇପାରେ। ଜୀବନ ମଧ୍ୟ ଯାଇପାରେ। ଚଳିତ ସପ୍ତାହରେ ଅସହ୍ୟ ଡିଜେ ଶବ୍ଦରେ ଜଣଙ୍କର ହାର୍ଟ ଆଟାକ ଓ ଅନେକ ଲୋକ ଅସୁସ୍ଥ ହୋଇପଡ଼ିବା ପରେ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି
-
ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ତା’ର ସ୍ଥିର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ ୮ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି
|
405 |
Y |
|
1376 |
30-09-2023 |
English |
-
President Droupadi Murmu has given her assent to the Women's Reservation Bill which seeks to provide 33 per cent reservation to women in the Lok Sabha and state Assemblies
-
ISKCON sends a `100 crore defamation notice to BJP MP Maneka Gandhi for questioning the religious organisation over its upkeep of cows
-
Indian shooting brigade secure five more medals recording their best-ever medal haul in the Asian Games
-
The Orissa High Court Friday directed the state government to constitute a high-level panel that would assist the Shree Jagannath Temple Managing Committee (SJTMC) for ‘inventorisation of valuables’ in Srimandir Ratna Bhandar.
-
With CanadaIndia relations worsening after Prime Minister Justin Trudeau accused New Delhi of involvement in the killing of Sikh separatist leader Hardeep Singh Nijjar in Surrey in June, various Canadian government agencies have reported cyberattacks from India.
-
A fire broke out at a cloth shop at Choudhury Bazaar here Friday morning, police said.
-
The Union Coal Ministry Friday executed agreements with the successful bidders of six coal mines including the Meenakshi West coal mine located in Ib valley of Sundargarh district in Odisha for commercial mining.
-
KIIT deemed-to-be-university (KIIT-DU) has secured 6th rank in the prestigious Times Higher Education World University Rankings, 2024 among the 91 Indian higher education institutes featured in the list. KIIT has also managed to get the first position in Odisha, retaining its ranking from last year.
-
Senior TMC leader Abhishek Banerjee Friday said he will participate in the party’s protest programme in New Delhi October 3, a day after he was summoned by the Enforcement Directorate (ED) for questioning in connection with the school jobs scam in Kolkata on the same day.
-
Amid a row over Ramesh Bidhuri's derogatory remarks in the Lok Sabha against him, BSP MP Danish Ali on Friday urged Prime Minister Narendra Modi to make a public statement condemning Bidhuri's behaviour and ensure "suitable punishment" to the BJP MP.
-
The Gujarat police have registered an FIR against Gurpatwant Singh Pannun, the chief of banned outfit Sikhs for Justice (SFJ), for threatening to turn the Cricket World Cup, starting on October 5 at Narendra Modi stadium here, into "World Terror Cup", an official said Friday.
-
The Law Commission has advised the government not to tinker with the existing age of consent under the POCSO Act and suggested introducing guided judicial discretion in the matter of sentencing in cases involving tacit approval of children in the 16-18 age bracket.
-
Russian President Vladimir Putin was Friday shown meeting one of the most senior former commanders of the Wagner mercenary group and discussing how best to use “volunteer units” in the Ukraine war.
-
Jet Airways may finally start flying in 2024 as the Jalan-Kalrock consortium (JKC) said it has completed investing Rs 350 crore to revive the now-defunct airline. The new promoters recently deposited Rs 100 crore into the airline, taking the total investment to Rs 350 crore.
-
The government Friday raised the interest rate on five-year recurring deposit scheme to 6.7 per cent from 6.5 per cent for the December quarter and retained the rates for all other small savings schemes.
-
The Centre’s fiscal deficit in the first five months of 2023-24 touched 36 per cent of the fullyear target, government data showed Friday.
-
Manipur Governor Anusuiya Uikey on Friday visited the family members of two youths who were killed after being allegedly kidnapped, leading to violent protests in the northeastern state.
-
Businessman Sujit Patkar played a "key role" in the allotment of a civic contract to his partnership firm for running jumbo COVID-19 centres in Mumbai, the Enforcement Directorate said in its chargesheet.
-
South Africa have always been a team to watch out for in every tournament they feature. Despite having quality squads for past 20-25 years, they failed to reach the final in the World Cup.
-
Without breaking a sweat, Nikhat Zareen secured a Paris Olympic quota place by reaching the semifinal of the Asian Games here Friday, a just reward for the indomitable boxer who missed out on the Tokyo Games.
|
446 |
Y |
|
1377 |
29-09-2023 |
Odia |
-
ଚଳିତ ବର୍ଷ ଚୀନ୍ ହ୍ୟାକରମାନେ ଆମେରିକା ବୈଦେଶିକ ବିଭାଗର ଆକାଉଣ୍ଟରୁ ହଜାର ହଜାର ଇମେଲ୍ ଚୋରି କରିବାରେ ସଫଳ ହୋଇଛନ୍ତି ବୋଲି ସିନେଟ୍ର ଜଣେ କର୍ମଚାରୀ ବୁଧବାର କହିଛନ୍ତି। ଅଧିକାରୀମାନେ ସାଂସଦମାନଙ୍କୁ କହିଛନ୍ତି ଯେ ବୈଦେଶିକ ବିଭାଗର ୧୦ଟି ଆକାଉଣ୍ଟରୁ ୬୦,୦୦୦ ଇମେଲ୍ ଚୋରି ହୋଇଛି।
-
ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ଗୁରୁବାର ସକାଳେ ଅନେକ ସଂଖ୍ୟାରେ ଆନ୍ଦୋଳନରତ ଛାତ୍ର ଏବଂ ଜନତା ଇମ୍ଫାଲ ପଶ୍ଚିମରେ ଡିସି (ଡେପୁଟି କମିସନର) ଅଫିସ ଭଙ୍ଗାରୁଜା କରିଛନ୍ତି ଏବଂ ୨ଟି ୪ ଚକିଆ ଗାଡ଼ି ଜାଳି ଦେଇଛନ୍ତି।
-
ସଂଶୋଧିତ ସୂଚନା ପ୍ରଯୁକ୍ତି (ଆଇଟି) ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ପିଟିସନ ଉପରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ନିୟମ ଅନୁଯାୟୀ ପ୍ରତିଷ୍ଠା ହେବାକୁ ଥିବା ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫ୍ସିୟୁ)କୁ ସମର୍ଥନ କରି ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଛନ୍ତି ଯେ ଅନ୍ଲାଇନ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଏଫ୍ସିୟୁ ଦ୍ୱାରା ଚିହ୍ନିତ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।
-
ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି।
-
ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।
-
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ମୃତ୍ୟୁ ପରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ କାନାଡା ଉପରେ ସାଇବର ଆକ୍ରମଣ ହୋଇଛି । କାନାଡା ସେନାର ୱେବସାଇଟକୁ ହ୍ୟାକରମାନେ ଟାର୍ଗେଟ କରିଛନ୍ତି ।
-
ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍-୨୦୨୩ ଭାରତରେ ସପ୍ତାହବ୍ୟାପି ଚାଲିବାକୁ ଥିବା ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ।
-
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଗୁରୁବାର କହିଛନ୍ତି ଯେ ଚନ୍ଦ୍ର ମିସନ ଚନ୍ଦ୍ରଯାନ -୩ର ରୋଭର ‘ପ୍ରଜ୍ଞାନ’ଠାରୁ ଯାହା ଆଶା କରାଯାଉଥିଲା ତାହା ହାସଲ ହୋଇସାରିଛି।
-
ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଉପୁଜିଛି। ତେବେ ହିଂସା ଘଟଣାରେ ସମ୍ପୃକ୍ତ ଦୋଷୀ ଗିରଫ ହେବେ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
-
ହ୍ୟାରି ପୋଟର’ ସରିଜର ପ୍ରସିଦ୍ଧ ଅଭିନେତା ମାଇକେଲ ଗାମ୍ବୋନ୍ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ହ୍ୟାରି ପୋଟର ସିରିଜର ୮ଟି ଫିଲ୍ମ ମଧ୍ୟରୁ ୬ଟିରେ ହଗୱାର୍ଡସ୍ ହେଡମାଷ୍ଟର ଆଲବସ୍ ଡମ୍ବଲଡୋର ଭୂମିକାରେ ଅଭିନୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିଲେ।
-
ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ ପକ୍ଷରୁ ଇଣ୍ଡିଆନ ଅଏଲ୍ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। କଂପାନିର ଗୋପାଳପୁର ଓ ଆଠଗଡ଼ରେ ଥିବା ଫେରୋ ଆଲଏଜ୍ କାରଖାନାକୁ ଇଣ୍ଡିଆନ ଅଏଲ୍ ଏଲ୍ପିଜି ଯୋଗାଇବା ସହ ସେଥିପାଇଁ ବ୍ୟବସ୍ଥା ସ୍ଥାପନ କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ। ଫର୍ନେସ୍ ତୈଳ ଓ ହାଇ-ସ୍ପିଡ୍ ଡିଜେଲ୍ ବଦଳରେ କଂପାନି ଏଲ୍ପିଜି ବ୍ୟବହାର କରିବ।
-
ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆର ପାଇଲଟ୍, ଫ୍ଲାଇଟ୍ ଷ୍ଟାଫ୍ ଏବଂ କ୍ୟାବିନ୍ କ୍ରୁଙ୍କ ୟୁନିଫର୍ମକୁ ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର ମନୀଷ ମାଲହୋତ୍ରା ଡିଜାଇନ୍ କରିବେ। ଆଜି ଏୟାର ଇଣ୍ଡିଆ ଏ ନେଇ ଏକ ଆନୁଷ୍ଠାନିକ ଘୋଷଣା କରିଛି ଓ ମନୀଷ ମାଲହୋତ୍ରାଙ୍କ ଭଳି ଜଣେ ସେଲିବ୍ରିଟି ଡିଜାଇନର୍ ଏୟାରଲାଇନ୍ସ କର୍ମଚାରୀଙ୍କ ୟୁନିଫର୍ମ ଡିଜାଇନ୍ କରିବେ ବୋଲି ଖୁସି ବ୍ୟକ୍ତ କରିଛି ।
-
ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ, ଏକ୍ସ ତଥା ବିଭିନ୍ନ ଏଡୁଟେକ୍ କମ୍ପାନିଙ୍କ ଉପରେ ଟିକସ ଲାଗୁ କରାଯିବ । ଏସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି ।
-
ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ ।
-
ଭୀମ ପୃଷ୍ଟି ପାଇବେ ୪୪ତମ ‘ଶାରଳା ପୁରସ୍କାର’, ‘ଜମ୍ବୁଲୋକ’ ପାଇଁ ହେବେ ସମ୍ମାନିତ ।
-
କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥବୋଲି ଏହି ଘୋଷଣା କରିଛନ୍ତି ।
-
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ ପୁରୁଷ ବର୍ଗରେ ଅର୍ଜୁନ ଚିମା, ସରବଜ୍ୟୋତ ସିଂହ ଏବଂ ଶିବ ନରୱାଲା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ୩ ସୁଟର ମୋଟ ୧୭୩୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।
-
ଆଫଗାନିସ୍ତାନରେ ଅର୍ଥନୀତିର ଦୁରାବସ୍ଥା, ତାଲିବାନର ନିଷ୍ଠୁର ଶାସନ ଭିତରେ ଦେଶର ଅର୍ଥନୀତି ପାଇଁ ଭଲ ଖବର ଆସିଛି। ବିଶ୍ୱର ଉତ୍ତମ ପ୍ରଦର୍ଶନକାରୀ ମୁଦ୍ରା ଭିତରେ ଆଫଗାନିସ୍ତାନର ମୁଦ୍ରା ‘ଆଫଗାନୀ’ ଭଲ ପ୍ରଦର୍ଶନ କରିଛି।
-
ଉଭୟ ଆରବସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଦୁଇଟି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓ୍ବେଲମାର୍କ ଲୋପ୍ରେସର ରୂପ ନେବ। ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମୁହାଁ ହେବ ।
-
ବିଶ୍ୱକପ୍ ଟିମ୍ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍ଙ୍କ ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।
|
387 |
Y |
|
1378 |
29-09-2023 |
English |
- An architect of India's Green Revolution & Agricultural scientist Dr MS Swaminathan, known as the father of India's Green Revolution, passed away in Chennai. He was 98 years.
- As many as 15 districts in the state Odisha , including the capital city of Bhubaneswar, are at risk of the most unpredictable natural disaster, earthquake, according to Revenue and Disaster Management (R&DM) Minister Sudam Marndi.
- :Two BJP MLAs, including Opposition chief whip Mohan Majhi, were suspended from the Odisha Assembly till the end of the current session for allegedly throwing ‘dal’ (pulses) at Speaker Pramila Mallik’s podium Thursday.
- I ndian women are at 25 per cent higher risk of having heart diseases than men, say experts on the occasion of World Heart Day, Thursday.
- The Supreme Court has stayed an order of the Orissa High Court requiring the personal appearance of the managing director (MD) of Odisha Civil Supplies Corporation Ltd (OCSCL) to show cause as to why contempt proceedings be not initiated against him.
- PM Modi will launch a week-long programme for Aspirational Blocks in the country called Sankalp Saptaah in New Delhi on Saturday.
- Union Minister for Road Transport and Highways Nitin Gadkari has said that a policy is being framed to make all the national highway potholes free by December 2023.
- 11. The KARNATAKA government has declared a holiday for schools and colleges based in Bengaluru and Mandya districts on September 29, in view of the bandh called by pro-Kannada groups and farmers' organisations to protest against the release of Cauvery river water to neighbouring Tamil Nadu.
- Several farmers' bodies on Saturday announced a three-day rail blockade in Punjab from September 28 in support of their demands, including a financial package for losses caused by the recent floods, a legal guarantee for MSP and a debt waiver.
- The Kerala Cabinet decided to petition the Supreme Court against the “inordinate delay” on the part of Governor Arif Mohammed Khan in giving gubernatorial assent to several laws passed by the State Assembly over the past one-and-a-half years.
- Andhra Pradesh CM Y.S. Jagan Mohan Reddy would deposit Rs 275.93 crore on Friday to the accounts of 2,75,931 beneficiaries, each one getting Rs 10,000 under the YSR Vahana Mitra scheme in its phase 5
- Manipur CM condemned the killing of two innocent students by suspected armed insurgents and said that the perpetrators will be given appropriate punishment as per law.
- Chairman of Central Board of Indirect Taxes and Customs (CBIC) Sanjay Kumar Agarwal on Thursday said that tackling the issue of illicit trade is necessary for safeguarding India’s economic stability, ensuring fair competition, and fostering a conducive environment for sustainable growth.
- The 56th Network Planning Group Meeting under PM Gati Shakti assessed six Infrastructure Projects. These include four projects of Road Transport and Highways Ministry and two projects of Railways Ministry with the total project cost of about 52 thousand crore rupees.
- Tamil actor-producer Vishal has made alarming allegations against the Central Bureau of Film Certification (CBFC) Mumbai office, claiming that they demanded a bribe of Rs 6.5 lakh in exchange for Hindi censor rights for his latest film, 'Mark Antony.'
- India has retained 40th rank in the Global Innovation Index 2023. NITI Aayog said India retained the 40th rank out of 132 economies in the Global Innovation Index 2023 rankings published by the World Intellectual Property Organization.
- India and the UN have jointly launched the "India-UN Capacity Building Initiative" to share India's development expertise with Global South nations.
- The Kartarpur corridor is rewarding Pakistan and the Khalistan movement is gaining momentum now, said the official. Pakistan’s plan is going successfully and ISI is regaining ground in India again with the help of Khalistani supporters, the official claimed.
- Sri Lanka is facing delays in receiving the second tranche of its $2.9 billion IMF bailout package due to unresolved issues with its external debt restructuring. This crisis comes as the nation grapples with its worst economic downturn in history, characterized by dwindling foreign exchange reserves and public protests over shortages of vital commodities.
- The men’s 10m air pistol team continued India’s success story at the Asian Games here, winning gold with two marksmen also making it to the individual finals Thursday
|
441 |
Y |
|
1379 |
28-09-2023 |
Odia |
-
ଆବିଷ୍କାର ହେଲା ବିଶ୍ବର ୮ମ ମହାଦେଶ ‘ଜିଲାଣ୍ଡିଆ’, ଏହାର ୯୪% ଭାଗ ସମୁଦ୍ର ତଳେ ରହିଛି l ବୈଜ୍ଞାନିକ ଓ ଗବେଷକମାନେ ପୃଥିବୀର ୮ମ ମହାଦେଶକୁ କଲେ ଆବିଷ୍କାର l ଏହି ଦ୍ୱୀପର ୬ ପ୍ରତିଶତ ନ୍ୟୁଜିଲାଣ୍ଡ ଆଖପାଖ ଅଞ୍ଚଳରେ ଅବସ୍ଥିତ ।
-
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, ଉତ୍ତରପୂର୍ବ ରାଜ୍ୟ ଏବେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି।
-
ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି। ଆମ ସୌର ଜଗତର ଉଜ୍ଜ୍ବଳତମ ଗ୍ରହ ଶୁକ୍ର ମିସନ ନେଇ ଇସ୍ରୋ ପ୍ରସ୍ତୁତି ଚଳାଇଛି ବୋଲି ଏହାର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।
-
ଇରାକ୍ର ସବୁଠୁ ବଡ଼ ଖ୍ରିଷ୍ଟିଆନ ସହରରେ ମଙ୍ଗଳବାର ଏକ ବିବାହ ପାର୍ଟିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
-
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଲେ ଘରୋଇ ବସ୍ ମାଲିକ ସଂଘ।
-
ଏଣିକି ରାଜ୍ୟର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ଯେଉଁଠି ବି ଚାଷ ଜମିକୁ କୃଷି ବ୍ୟତୀତ ଯେ କୌଣସି ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କିସମ ପରିବର୍ତ୍ତନ କଲେ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଦେୟ ଦେବାକୁ ପଡ଼ିବ।
-
ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
-
ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି ଖୋଲାଗଲା l ସେଥିରୁ ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା l
-
ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହେଲା । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣିଲା କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରର କାହାଣୀ ।
-
ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ମିଳିଲା ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ l
-
ରେକର୍ଡ ଭାଙ୍ଗିଲେ ଆମେରିକାର ମହାକାଶଚାରୀ l ସ୍ପେସ୍ ଷ୍ଟେସନ୍ରେ ୩୭୧ ଦିନ ରହି ପୃଥିବୀକୁ ଫେରିଲେ ଆମେରିକା ସେନାର ଲେପ୍ଟନାଣ୍ଟ କର୍ଣ୍ଣେଲ ଏବଂ ନାସାର ମହାକାଶଯାତ୍ରୀ ଫ୍ରାଙ୍କ ରବିୟୋ l
-
ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ଯୁଦ୍ଧ ପଛରେ ପାକସ୍ତାନର ହାତ। ପାକସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍ଆଇ) ହିଁ ଭାରତ ଓ କାନାଡା ମଧ୍ୟରେ କଳି ଲଗାଇବାକୁ ଯୋଜନା କରିଥିଲା l
-
ନେପାଳରେ ରଦ୍ଦ ହେଲା ତିନି ତଲାକ।
-
ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ l ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୬୬ ରନରେ ହରାଇଲା, ଭାରତ ନେଲା ଟ୍ରଫି l
-
ଏସୀୟ କ୍ରୀଡ଼ାର ଚତୁର୍ଥ ଦିନରେ ୨୨ଟି ପଦକ ସହ ସପ୍ତମ ସ୍ଥାନରେ ରହିଲା ଭାରତ l ଏଥିରେ ୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ରହିଛି l
-
ଦୀର୍ଘ ୭ ବର୍ଷ ପରେ ଭାରତରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଦଳ । ବିଶ୍ବକପ୍ ଆରମ୍ଭ ପୂର୍ବରୁ ହାଇଦ୍ରାବାଦରେ ନିଜର ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ ଦଳ ।
-
ଭାରତ ଉପରେ ଚୀନର ସତର୍କ ଦୃଷ୍ଟି ଜାରି ରହିଛି । ଭାରତ ଉପରେ ନଜର ରଖିବାକୁ ଚୀନ ପୁଣି ଥରେ ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ଉପକୂଳକୁ ପଠାଇଛି ।
-
ଜାତିସଂଘର ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ୬୦ ବର୍ଷ ବୟସରେ ପହଞ୍ଚିଥିବା ପୁରୁଷମାନେ ଆଉ ୧୭.୫ ବର୍ଷ ଏବଂ ମହିଳାମାନେ ଆଉ ୧୯ ବର୍ଷ ବଞ୍ଚୁଛନ୍ତି।
-
ଜାତିସଂଘର ଏକ ରିପୋର୍ଟ ଅନୁସାରେ ୪୦ ପ୍ରତିଶତରୁ ଅଧିକ ବୟସ୍କ ଲୋକ ସମ୍ପତ୍ତି ଦୃଷ୍ଟିରୁ ତଳ ଆଡ଼ର ଏକ ପଞ୍ଚାମଂଶ ମଧ୍ୟରେ ରହିଛନ୍ତି। ସେମାନଙ୍କ ପାଖରେ ବିଶେଷ କିଛି ଧନ ନାହିଁ। ସେମାନେ ଗରିବ ଭଳି ଜୀବନ ବିତାଉଛନ୍ତି। ୧୮.୭ ପ୍ରତିଶତ ବୟସ୍କ ଲୋକଙ୍କ କୌଣସି ଆୟ ନାହିଁ।
-
ଖବରକାଗଜରେ ଖାଇବା ଜିନିଷ ଗୁଡ଼ାଇ ନରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ କୁହାଯାଇଛି। ଖବରକାଗଜ ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଓ ପରିସ୍ଥିତି ଦେଇ ଗତି କରିଥାଏ। ଫଳରେ ସେଥିରେ ଜୀବାଣୁ, ଭୂତାଣୁ ଓ ଅନ୍ୟାନ୍ୟ ହାନିକାରକ ଉପାଦାନ ରହିଥାଏ ଯାହା ଖାଦ୍ୟ ସାମଗ୍ରୀରେ ମିଶିବାର ଆଶଙ୍କା ରହିଛି।
|
406 |
Y |
|
1380 |
28-09-2023 |
English |
-
The Cauvery Water Regulation Committee recommended Karnataka to release 3,000 cusecs of water every day to Tamil Nadu starting from September 28. The committee made the decision after holding a meeting on Tuesday.
-
95% of the components used in the rockets, including those used in Chandrayaan 3 mission, were made in India: Chairman The Indian Space Research Organisation , S Somanath said.
-
8. ISRO plans to launch its first space mission to Venus called 'Shukrayaan-1' in December 2024.
-
As many as 1,094 teaching and 1,747 non-teaching posts are lying vacant in different universities across Odisha, Higher Education (HE) Minister Atanu Sabyasachi Nayak told the Assembly Wednesday.
-
Chhatishgarh government has unveiled its plan to provide homes for over 47,000 impoverished residents in the state’s rural areas as part of the inaugural phase of the “Mukhyamantri Gramin Awas NYAY Yojana.”
-
The Ayush Ministry will observe “Ek Tareekh Ek Ghanta Ek Saath” under the aegis of the Swachhata Hi Seva Campaign on the 1st of next month.
-
Himachal Pradesh Chief Minister Sukhvinder Singh Sukhu on Wednesday thanked the government of Assam and Uttrakhand for donating Rs 10 crore and Rs 5 crore each towards the Aapada Rahat Kosh-2023, or the state disaster relief fund.
-
The Centre on Wednesday notified the appointment of 11 Additional Judges of the Punjab and Haryana High Court as Permanent Judges.
-
NIA conducts raids at multiple locations in Punjab, Haryana, Delhi-NCR, Rajasthan, Uttarakhand and UP in connection with Khalistani-gangster nexus.
-
The Supreme Court issues directions to Central & State govts to ensure effective implementation of HIV & AIDS (Prevention and Control) Act, 2017 (HIV Act).
-
National Bank for Agriculture and Rural Development (NABARD) said it has issued its first rupee-denominated AAA rated social bonds with a total size of ₹1040.50 crore. The bonds issued privately to eligible institutional investors will be listed on the Bombay Stock Exchange (BSE) on September 29, 2023.
-
The Reserve Bank of India (RBI) has granted its approval for Poonawalla Fincorp’s collaboration with IndusInd Bank to issue a co-branded credit card.
-
Government E-Marketplace (GeM) will launch GeM Sahay 2.0 for the sellers to provide easy access to loans up to 10 lakh rupees.
-
About 70 per cent of the 5.3 million premature deaths from cancer globally in 2020 were preventable, while the remaining 30 per cent were treatable, as per a new Lancet Global Health research.
-
A record 91 Indian universities have made it to the World University Rankings announced by the Times Higher Education (THE) magazine, with the top performing Indian Institute of Science (IISc), Bangalore, returning to the global 250 for the first time since 2017.
-
The District Consumer Disputes Redressal Commission here has ordered a photocopy shop owner to pay a fine amounting `25,000 for refusing to return `3 to a customer, a report said Wednesday
-
Special POCSO Judge Ranjan Kumar Sutar Wednesday convicted an accused for outraging the modesty of two minor girls and sentenced him to five years of Rigorous Imprisonment (RI) along with a fine of `2,000. The judge further ordered that in default of the fine the convict would further undergo another one-year jail term. The convict identified as Miltan Jadav of village Badakia under Chandipur police had outraged the modesty of two girls, who are siblings, after finding them alone.
-
The Supreme Court Wednesday said it will not restrain the trial court from dealing with a plea seeking police custody of former Andhra Pradesh chief minister and TDP leader N Chandrababu Naidu as it announced a new bench will hear his petition for quashing the FIR in the alleged Rs 371 crore scam in the state's Skill Development Corporation October 3.
-
The direction of the Cauvery Water Regulation Committee to Karnataka to release water at the rate of 3,000 cubic feet per second (cusecs) to Tamil Nadu from Thursday to October 15 will be challenged before the Supreme Court, the Chief Minister Siddaramaiah said Wednesday
-
Young star Sift Kaur Samra stole the show with a gold medal in the women’s 50m rifle 3 position event as Indian shooters set the range ablaze by securing seven medals at the Asian Games here Wednesday. In the same event, Ashi Chouksey, who was in contention for a silver, settled for bronze with a score of 451.9.
|
428 |
Y |
|