-
ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ନୂଆ ସ୍କୁଲ ପାଠ୍ୟପୁସ୍ତକରେ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ୍)କୁ ସାମିଲ କରିବା ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ଏକ ୧୯ ଜଣିଆ କମିଟି ଗଠନ କରିଛି।
-
ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଏ ସଂକ୍ରାନ୍ତରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
-
ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଆବାସିକ ଅଞ୍ଚଳରେ ବୋମାମାଡ଼ କରିବାରୁ ଗତ ୨୪ ଘଣ୍ଟାରେ ଲକ୍ଷାଧିକ ପାଲେଷ୍ଟାଇନ ନାଗରିକ ଦକ୍ଷିଣକୁ ପଳାୟନ କରିଛନ୍ତି।
-
ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ତ୍ବରିତ ବିଚାର ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟର ହାଇକୋର୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ବାଲ୍ ସାହିତ୍ୟ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ମାଧବ କୌଶିକଙ୍କ ହାତରୁ ଆଜି ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଗ୍ରହଣ କରିଛନ୍ତି।
-
: ଗତ ଅକ୍ଟୋବର ୨୭ର ହୋଇଥିବା ଘୋଷଣା ମୁତାବକ ଟାଟା ଗ୍ରୁପ କମ୍ପାନି ଟାଟା ଇଲେକ୍ଟ୍ରୋନିକ୍ସ ଭାରତରେ ଆଇଫୋନ ତିଆରି କରୁଥିବା ଓ୍ବିଷ୍ଟ୍ରନକୁ ୧୨୫ ନିୟୁତ ଡଲାର ବିନିମୟରେ କିଣିବାକୁ ଚୁକ୍ତିରେ ସ୍ବାକ୍ଷର କରିଛି ।
-
ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାୟଗଡା ଜିଲାକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
-
ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ l
-
ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ଆସିବ ୧୫ ତମ କିସ୍ତି l ସାରା ଦେଶରେ ୮ କୋଟି ଚାଷୀ ଏହି ଯୋଜନାର ଲାଭ ପାଇବେ।
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଯୁକ୍ତି ପ୍ରଦାନ ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ ୩ ଜଣ ନୂଆ ବିଚାରପତିଙ୍କୁ କରାଇଲେ ଶପଥ ପାଠ l
-
ଗ୍ଲୋବାଲ ମାକ୍ରୋ ଆଉଟଲୁକ୍ ରିପୋର୍ଟ ଜାରି କଲା ମୁଡିଜ୍, ଚଳିତ ଆର୍ଥକ ବର୍ଷ ପାଇଁ ୬.୬%ରେ ବଜାୟ ରହିଲା ଅଭିବୃଦ୍ଧି ହାର l
-
ଗାଜାରେ ୩ ଦିନ ଯୁଦ୍ଧ ବନ୍ଦ କରିବାକୁ ବାଇଡେନ୍ଙ୍କ ଆହ୍ୱାନ, ସେପଟେ ଦୈନିକ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି l
-
ଭାରତରେ ପହଞ୍ଚିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍, ୨+୨ ମନ୍ତ୍ରିସ୍ତରୀୟ ବାର୍ତ୍ତାରେ ହେବେ ସାମିଲ୍ l
-
କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ ସରକାର l ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଗୁଜୁରାଟ ରାଜ୍ୟରୁ ଥିବା ଜଣାପଡିଛି
-
କତାର କୋର୍ଟ ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶୁଣାଇଲେ ଫାଶୀଦଣ୍ଡାଦେଶ l ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଅପିଲ କଲେ ଭାରତ ସରକାର
-
ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ଭାରତର ସାଂସ୍କୃତିକ ଐତିହ୍ୟ ମଧ୍ୟ ବୋଲି ସେ କହିଛନ୍ତି।
-
କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି। ସିବିଆଇ ଏକ ସ୍ବାଧୀନ ଆଇନଗତ ଅନୁଷ୍ଠାନ ଏବଂ ଏହା ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ କେନ୍ଦ୍ର ସରକାର କହିଛନ୍ତି।
-
ଗୁରୁବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଆସନ୍ତ ୬ ମାସରେ ୪୦ ପ୍ରତିଶତ ଭାରତୀୟ ସେମାନଙ୍କର ଚାକିରି ଛାଡିପାରନ୍ତି। ଏହାର କାରଣ ହେଉଛି କାର୍ଯ୍ୟସ୍ଥଳରେ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସୁବିଧା ଉପଲବ୍ଧ କରାଯାଉନାହିଁ।
-
ବିଶ୍ୱକପ୍ କ୍ରିକେଟରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗତକାଲି ଖେଳା ଯାଇଥିବା ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ୍ରେ ଶ୍ରୀଲଙ୍କାକୁ କଲା ପରାସ୍ତ l
-
ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ସଫଳ ଅଧିନାୟିକା ମେଗ୍ ଲାନିଂ ଗତକାଲି ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଅବସର କଲେ ଘୋଷଣା l