-
ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଛନ୍ତି। ରଜନୀକାନ୍ତ ସିଂ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି। ସେ ୨୦୧୯ରୁ ଉପବାଚସ୍ପତି ଥିଲେ ।
-
ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଉ ତିନିଟି ଜିଲ୍ଲାକୁ ସାମିଲ କରାଯିବ । ସୁନ୍ଦରଗଡ,ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାକୁ ଏହି ଯୋଜନାରେ ଆଜି ସାମିଲ କରାଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ ।
-
ରପ୍ତାନି କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବା ୪୨ଟି ସଂସ୍ଥାକୁ ରାଜ୍ୟ ରପ୍ତାନି ପୁରସ୍କାର ପ୍ରଦାନ କରାଯାଇଛି। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରପ୍ତାନିକାରୀମାନଙ୍କୁ ପୁରସ୍କୃତ କରିଛନ୍ତି।
-
ଓଲିଉଡ଼ ପ୍ରଯୋଜକ ସଞ୍ଜୟ ଓରଫ୍ ଟୁଟୁ ନାୟକଙ୍କୁ ମିଳିଛି ଆଶ୍ବସ୍ତି। ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ବୁଧବାର ତାଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି।
-
ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ ସ୍ତରକୁ ଚାଲିଯାଇଥିବା ବେଳେ ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ୧୮ ନଭେମ୍ବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା ହୋଇଛି ।
-
ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୀଷଣ ହେଉଥିବା ବେଳେ ଗତ ମାସକ ମଧ୍ୟରେ ୮୯ ଜଣ ଜାତିସଂଘ କର୍ମଚାରୀ ଏଥିରେ ପ୍ରାଣ ହରାଇଲେଣି। ଇସ୍ରାଏଲ ବେପରୁଆ ଯୁଦ୍ଧନୀତି ପାଇଁ ଏଭଳି ସ୍ଥିତି ଆସି ଆସିଛି ବୋଲି ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟେରେସ୍ କହିଛନ୍ତି।
-
ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେନ୍ଦ୍ର ସରକାର ପୁନର୍ବାର ଚୟନ କରି ଅନୁମୋଦନ ଦେବା ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମ୍କୋର୍ଟ।
-
ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକପାଳ ମହୁଆଙ୍କ ମାମଲାରେ ସିବିଆଇ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି।
-
ପଞ୍ଜାବ ଓ ହରିୟାଣାର କୃଷକମାନେ ସାଟେଲାଇଟ୍ ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଚିହ୍ନଟରୁ ବର୍ତ୍ତିବା ପାଇଁ ରାତିରେ କ୍ଷେତରେ ନଡ଼ା ପୋଡ଼ୁଛନ୍ତି।
-
୨୦୨୨ରେ ଭାରତରେ ୨.୮ ନିୟୁତ (୨୮.୨ ଲକ୍ଷ) ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ମୃତ୍ୟୁ ହାର ୧୨ ପ୍ରତିଶତ ରହିଛି।
-
ମଙ୍ଗଳବାର ଦିନ କେଦାରନାଥ ମନ୍ଦିରରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ତାଙ୍କ ଦାଦାପୁଅ ଭାଇ ତଥା ‘ବିଜେପି’ ସାଂସଦ ବରୁଣ ଗାନ୍ଧୀଙ୍କ ମଧ୍ୟରେ ସ୍ବଳ୍ପ ସମୟ ପାଇଁ କଥାବାର୍ତ୍ତା ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
-
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛି। ସେହି ରାଜ୍ୟଗୁଡ଼ିକ ହେଲା ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାନା, ତାମିଲନାଡୁ, ତେଲଙ୍ଗାନା, ପୁଡୁଚେରୀ, ରାଜସ୍ଥାନ ଓ ଜାମ୍ମୁକାଶ୍ମୀର।
-
ଡିସେମ୍ବର ମାସ୨୦୨୩ ମସିହାରେ ଗୁଗୁଲ୍ ଅନେକ ମେଲ୍ ଆଇଡି ଡିଲିଟ୍ କରିଦେବ ବୋଲି ସୂଚନା ଦେଇଥିଲା . ଯେଉଁମେଲ୍ ଆଇଡିରେ ୨ ବର୍ଷ ଧରି ଲଗ୍ଇନ୍ ହୋଇ ନଥିବା କିମ୍ବା କୌଣସି ମଲେ୍ ନେଣଦେଣ ହୋଇ ନଥିବ ତେବେ ସେହି ମେଲ୍ ଆଇଡିକୁ ଗୁଗୁଲ୍ ଡିଲିଟ୍ କରିଦେବ ।
-
ବିବାଦ ମଧ୍ୟରେ ପୁଣି ନୂଆ ଓଡ଼ିଆ ସିନେମା ‘ପ୍ରଥା’ର ପୋଷ୍ଟର ଚିରିବା ଓ ଏହାର ପ୍ରଦର୍ଶନକୁ ବିରୋଧ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପୂର୍ବ ବିବାଦ ଥମିବା ପରିବର୍ତ୍ତେ ସେଥିରେ ରାଜନେତାଙ୍କ ମତ ଓ ମନ୍ତବ୍ୟ ଏବଂ ପ୍ରାୟ ପ୍ରତ୍ୟେକ ଦିନ ଉଭୟ ପକ୍ଷର ସମର୍ଥକମାନଙ୍କ ଭିଡିଓ ଜରିଆରେ ବିରୋଧାଭାସ ଘଟଣାକୁ ଆହୁରି ଜୋରଦାର କରିଛି।
-
ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୫୦ ଛୁଇଁଛି। ବୁଧବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୫ଟି ପଦକ ମିଳିଛି। ସାଇକଲ ଚାଳନା ମହିଳା ରୋଡରେଶରେ ସ୍ବସ୍ତି ସିଂହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
-
ଏୟାରଟେଲ ଏବଂ ଜିଓ ଭାରତର ଟେଲିକମ କ୍ଷେତ୍ରକୁ ଗ୍ରହଣ କରିଛନ୍ତି। କିନ୍ତୁ ବର୍ତ୍ତମାନ ଜଣେ ବ୍ୟବସାୟୀ ପ୍ରବେଶ କରିବାକୁ ଯାଉଛନ୍ତି ଯାହାଙ୍କର ଏହି ପ୍ରତିଯୋଗିତାକୁ ପରବର୍ତ୍ତୀ ସ୍ତରକୁ ନେଇଯିବାର ସାମର୍ଥ୍ୟ ଅଛି।
-
ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା, ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ବୁଧବାର ୯୬ ବର୍ଷରେ ପାଦ ରଖିଛନ୍ତି।
-
ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମା ଜଗିବା ଦାୟିତ୍ୱ ଏବେ ମହୁମାଛିଙ୍କୁ ଦେଇଛନ୍ତି। ଏନେଇ ‘ମିଶନ ହନି’ ପରୀକ୍ଷଣ ଆକାରରେ ଏକ ଅଗ୍ରଗାମୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଯାହା ମହୁମାଛି ଏବଂ ମିଶନ ହନିକୁ ପ୍ରୋତ୍ସାହିତ କରିବ ।.
-
ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଗୁରୁବାର ବାଙ୍ଗାଲୋରର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ୪୧ତମ ଲିଗ୍ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ଶେଷ ଲିଗ୍ ମ୍ୟାଚ ଖେଳିବେ।
-
ଚଳିତ ଆଇସିସି ଦିନିକିଆ ବିଶ୍ବକପରେ ଗତଥରର ବିଜେତା ଇଂଲଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି। କ୍ରମାଗତ ୫ଟି ପରାଜୟ ପରେ ଦଳ ବିଜୟଧାରାକୁ ଫେରିଛି। ବୁଧବାର ପୁଣେରେ ଖେଳାଯାଇଥିବା ୪୦ତମ ମ୍ୟାଚରେ ଇଂଲଣ୍ଡ ୧୬୦ ରନରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି।