# |
Date |
Type |
Current Affairs |
No. Of Views |
Status |
Action |
1651 |
11-05-2023 |
Odia |
-
ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହେବ। ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡ଼ୁଛି ଯେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି। ଏଣୁ ସରକାର ଗଢିବା ପାଇଁ ଜନତାଦଳ (ଧର୍ମନିରପେକ୍ଷ)ର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବାର ସମ୍ଭାବନା ରହିଛି।
-
ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୭ ସୁଦ୍ଧା ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡି ବନ୍ଦ ହୋଇଯିବ। ଏଗୁଡିକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି। ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
-
ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଯେଉଁ କମିଟି ଗଠନ କରିଥିଲେ ତାହା ମୁଦା ଲଫାପାରେ ରିପୋର୍ଟ ଦାଖଲ କରିଛି।
-
ଯେଉମାନେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହ୍ବାଟସ୍ଆପ୍ରେ ଆଲୋଚନା କରୁଛନ୍ତି। କିନ୍ତୁ ସେମାନେ ଜାଣିନାହାନ୍ତି ଯେ ସେମାନଙ୍କ ସେହି ଆଲୋଚନା ଓ କଥାବାର୍ତ୍ତାକୁ ହ୍ବାଟସ୍ଆପ୍ ଲୁଚିଛପି ଶୁଣୁଛି। ବିଶ୍ବରେ ବହୁଳ ପ୍ରଚଳିତ ମୋବାଇଲ୍ ଆପ୍ ହ୍ବାଟସ୍ଆପ୍ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି।
-
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇଙ୍କ ବିରୋଧରେ ରାଜ୍ୟ ସରକାର ବୁଧବାର ଆପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି।
-
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ଇନ୍ଫର୍ମେସନ ସିଷ୍ଟମ (ଏଲ୍ଏମ୍ଆଇଏସ୍), ସକ୍ଷମ (ଷ୍ଟିମୁଲେଟିଂ ଆଡ୍ଭାନ୍ସଡ ନଲେଜ୍ ଫର ସଷ୍ଟେନେବଲ୍ ହେଲ୍ଥ ମ୍ୟାନେଜ୍ମେଣ୍ଟ)ର ଶୁଭାରମ୍ଭ କରିଛନ୍ତି.
-
ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ଟ୍ବିଟର୍ରେ ଖୁବ୍ଶୀଘ୍ର ଭଏସ୍ ଓ ଭିଡିଓ କଲ୍ କରିବା ସୁବିଧା ମିଳିବ। ମସ୍କ ନିଜେ ଏହି ସୂଚନା ଦେଇଛନ୍ତି। ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ଦେଖାଯାଉଛି ।
-
ବିଲ୍ ଗେଟ୍ସ ପ୍ରତିଷ୍ଠା କରିଥିବା ଏବଂ ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡେଲାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ସଫ୍ଟୱେର କଂପାନି ମାଇକ୍ରୋସଫ୍ଟ ଚଳିତ ବର୍ଷ ଏହାର ସ୍ଥାୟୀ କର୍ମଚାରୀମାନଙ୍କ ଦରମା ବଢ଼ାଇବ ନାହିଁ।
-
ସୋନାଲିକା ଟ୍ରାକ୍ଟର୍ସ ୨୦୨୩-୨୪ ଆର୍ଥିକ ବର୍ଷକୁ ଉତ୍ସାହର ସହ ଆରମ୍ଭ କରିଛି। କଂପାନି ଏପ୍ରିଲ୍ରେ ୧୨,୫୯୦ ଟ୍ରାକ୍ଟର ବିକ୍ରି କରିଛି। ଏହା ଦ୍ବାରା କଂପାନି ବଜାର ଅଂଶକୁ ୧.୯ ପ୍ରତିଶତ ବଢ଼ାଇପାରିଛି।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ରହିଥିବା ବିଭିନ୍ନ ବିପଦ ଉପରେ ବିଶେଷଜ୍ଞମାନେ ପ୍ରତିଦିନ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ ଏଆଇ ଗୁରୁ ବେନ୍ ଗୋଏର୍ଜେଲ୍ କହିଛନ୍ତି ଯେ ଆଗାମୀ କିଛି ବର୍ଷ ଭିତରେ ଏଆଇ ୮୦ ପ୍ରତିଶତ ଚାକିରି ନେଇଯିବ। ମଣିଷ କରୁଥିବା ଅଧିକାଂଶ କାମ ଏଆଇ କରିବ।
-
ବ୍ରିଟେନ୍ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି।
-
ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍-ଇ-ଇନ୍ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି।
-
କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ।
-
ଚଳିତବର୍ଷ ସାମ୍ବାଦିକତା କ୍ଷେତ୍ରରେ ନ୍ୟାଶନାଲ ରିପୋର୍ଟିଂ ପାଇଁ କ୍ୟାରୋଲିନ କିଚ୍ନେର(ଓ୍ବାଶିଂଟନ୍ ପୋଷ୍ଟ)ଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ଆମେରିକାରେ ମହିଳାଙ୍କ ଗର୍ଭପାତ ଅଧିକାର ସମ୍ପର୍କିତ ‘ରୋ ବନାମ ଓ୍ବେଡ୍’ ମାମଲାକୁ ସୁପ୍ରିମକୋର୍ଟ ପଲଟାଇଦେବା ପରେ ଗର୍ଭବତୀଙ୍କ ଜୀବନ ଉପରେ ଏହି ରାୟର ପ୍ରଭାବ ସମ୍ପର୍କରେ କ୍ୟାରୋଲିନ୍ ରିପୋର୍ଟିଂ କରି ଚର୍ଚ୍ଚାକୁ ଆସିଥିଲେ।
-
ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି।
-
ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ପ୍ରେସ୍ମିଟ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।
-
ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
-
ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗଜପତି ଜିଲାର ଆର. ଉଦୟଗିରି ବ୍ଲକ୍ ଛେଳିଗଡ଼ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୨୮୦ ମିଟର ଦୀର୍ଘ ଏକ ସୁଡ଼ଙ୍ଗ ଏଥିପାଇଁ ଖୋଳାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ।
-
ପ୍ରତିବର୍ଷ ମେ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ସର୍ବଭାରତୀୟସ୍ତରରେ ପାଳନ କରାଯାଉଛି।
-
ବୋଲରଙ୍କ ଚମତ୍କାର ପ୍ରଦର୍ଶନ; ମୋଟଉପରେ ଦଳଗତ ସଫଳତା ବଳରେ ବୁଧବାର ଚଳିତ ଆଇପିଏଲ୍ରେ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ୨୭ ରନ୍ରେ ପରାସ୍ତକରି ୧୨ଶ ମ୍ୟାଚ୍ରେ ୭ମ ବିଜୟ ସହ ସିଏସ୍କେ ପଏଣ୍ଟ ଟେବୁଲର ୨ୟ ସ୍ଥାନ ବଜାୟ ରଖିଛି।
|
456 |
Y |
|
1652 |
11-05-2023 |
English |
-
In a major win for the AAP government, the Supreme Court today in a unanimous verdict ruled that the Delhi government has legislative and executive powers over services except for public order, police and land.
-
The Supreme Court's landmark judgment today clarifying that it is the elected government and not the Lieutenant Governor who is the boss of Delhi, should be a "big lesson" for the BJP, Aam Aadmi Party's Raghav Chadha said.
-
The Supreme Court today said that it cannot disqualify the Eknath Shinde-led Maharashtra government and rejected the submission to reinstate Uddhav Thackeray as chief minister because the latter had chosen to resign instead of facing a test
-
Karnataka recorded a voter turnout of 72.67 per cent in the Assembly elections, which is slightly above the previous polls in 2018.
-
The Indian Space Research Organisation has sucessfully commenced testing of its semi-cryogenic engines that would power future launch vehicles.
-
National Technology Day is observed today . It marks the anniversary of the Pokhran nuclear tests, conducted in 1998.
-
Kerala has become the first state in the country to have a drone surveillance system in all police districts in the state.
-
The Income Tax department today conducted searches on the premises of Mankind Pharma over allegations of tax evasion, official sources said.
-
India recorded 1,690 fresh Covid infections in a day, while the number of active cases has come down to 19,613 from 21,406 a day earlier, according to the Union Health Ministry data on Thursday.
-
Senior CPI(M) leader of Nilagiri area in Balasore district, Ramachandra Shaw, 72, died Wednesday after being bitten by a swarm of honeybees at Bankisahi village under Garadi panchayat.
-
A 23-year-old doctor was stabbed to death Wednesday at a taluk hospital in Kottarakkara locality of this district in Kerala allegedly by a man, a school teacher under suspension. The man identified as Sandeep, had been brought to the hospital by the police after being involved in a fight with his family members.
-
All high schools will have modern infrastructure and advanced facilities under state’s ambitious 5T High School Transformation Programme (HSTP) by December this year, said School and Mass Education (S&ME) department commissionercum-secretary Aswathy S, Wednesday.
-
India, Pakistan, Nigeria, China and Ethiopia together accounted for 45 per cent of all babies born early (before 37 weeks of pregnancy) in 2020, according to a new report released by UN agencies and partners Wednesday.
-
The Supreme Court, hearing a clutch of pleas seeking legal validation for samesex marriage, Wednesday said an individual in a homosexual relationship is not precluded from adopting a child under the law irrespective of marital status.
-
Santiniketan - the place where Gurudev Rabindra Nath Tagore built Visva-Bharati over a century ago, has been recommended for inclusion in the UNESCO World Heritage List by an international advisory body, Union Culture Minister G Kishan Reddy said
-
The Supreme Court will hear May 12 the pleas on the Adani-Hindenburg row and is likely to consider market regulator SEBI's application seeking a six-month extension to complete its probe into the allegations of stock price manipulation by the Adani group and lapses in regulatory disclosure.
-
Mounting pressure on Rajasthan Chief Minister Ashok Gehlot and the Congress' central leadership in the run-up to the assembly polls, party leader Sachin Pilot began his "Jan Sangharsh Yatra" from Ajmer on Thursday.
-
The hearing of Nobel laureate Amartya Sen’s stay application on the eviction order issued by Visva-Bharati from a stretch of his ancestral home Pratichi was deferred to May 30 by the acting Birbhum district judge on Wednesday.
-
US network gear maker Cisco Wednesday announced manufacturing plans for Tamil Nadu, India, as its chairman and CEO Chuck Robbins asserted that the company is bullish about India market and its prospects.
-
MS Dhoni punished Khaleel Ahmed and then marshalled his bowling resources to perfection as Chennai Super Kings comprehensively beat Delhi Capitals by 27 runs to take a giant stride towards IPL playoffs, here Wednesday.
|
453 |
Y |
|
1653 |
10-05-2023 |
Odia |
-
୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ ।
-
ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଆକଳନ କରାଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି।
-
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି ।
-
ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ।
-
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଗିରଫ ହୋଇଛନ୍ତି। ଇସଲାମାବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି।
-
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ ।
-
୬୦ ବର୍ଷର ପୁରୁଣା ଯୁଦ୍ଧ ବିମାନ ମିଗ୍-୨୧। ବିମାନ ଚଳାଚଳ ଇତିହାସରେ ଏହା ପ୍ରଥମ ସୁପରସୋନିକ ଯୁଦ୍ଧ ବିମାନ ଏବଂ ବିଶ୍ବରେ ଏହା ସବୁଠାରୁ ଅଧିକ ବିକ୍ରି ହୋଇଥିବା ଯୁଦ୍ଧ ବିମାନ। ଆମେରିକାଠାରୁ ଭିଏତନାମ ପର୍ଯ୍ୟନ୍ତ ସମସ୍ତଙ୍କ ବାୟୁସେନାରେ ମିଗ୍-୨୧ ସାମିଲ ଥିଲା।
-
ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଓ ଭାରତର ଜେଲଗୁଡ଼ିକରେ ୭୪୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଅଛନ୍ତି।
-
ନୂଆପଡ଼ା ବନ ବିଭାଗ ରେଞ୍ଜ ଅଫିସରେ ଗତ ୨୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି ଚିକିତ୍ସାଧୀନ କଲରାପତରିଆ। ସୋମବାର ରାତି ୧୨ଟା ୧୫ ମିନିଟ ସମୟରେ ବାଘଟି ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ଡିଏଫ୍ଓ।
-
ଆସାମରେ ବହୁବିବାହ ପ୍ରଥା ନିଷେଧ ହେବ। ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ ପରିବର୍ତ୍ତେ ରାଜ୍ୟ ଆଇନ ଜରିଆରେ ସରକାର ଏହା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବୁଧବାର ଦିନ ଏ ନେଇ ସରକାର ଏକ କମିଟି ଗଠନ କରିବେ।
-
କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ ।
-
ମଧ୍ୟପ୍ରଦେଶର ଖର୍ଗୋନ୍ ଜିଲାରେ ମଙ୍ଗଳବାର ସକାଳେ ଏକ ବସ୍ ବ୍ରିଜ୍ରୁ ନଦୀକୁ ଖସିପଡ଼ିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
-
କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି।
-
ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ।
-
ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି।
-
ଦେଶର ସ୍ବାଧୀନତାର ୭୫ ବର୍ଷ ପରେ ଭାରତୀୟ ସେନା ନିଜର ୟୁନିଫର୍ମ ବଦଳାଇବାକୁ ଯାଉଛି।
-
ଆମ ଆଦମୀ ପାର୍ଟି (ଏଏପି) ନେତା ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମେ’୧୩ରେ ହେବ ବୋଲି ଜଣାଯାଇଛି।
-
ଦେଶର ୭୨ପ୍ରତିଶତ ଭୂତଳ ଜଳ ଶୁଖି ଗଲାଣି। ୧୯ଟି ରାଜ୍ୟରେ ଜଳସମସ୍ୟା ଦେଖା ଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବଜଗତ ପ୍ରଭାବିତ ହୋଇଛି। ଜଳ ସଙ୍କଟ ଅର୍ଥନୈତିକ ଓ ସ୍ଥାନାନ୍ତର ସମସ୍ୟା ସୃଷ୍ଟି କରିବ। ଜଳ ସଂରକ୍ଷଣ, ସଦୁପଯୋଗ ଏବଂ ପରିଚାଳନା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚାହିଁଲେ ୨ଘଣ୍ଟାରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ।
-
ଓଡିଆର ବିଭିନ୍ନ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଜାରି କରାଯାଇଥିବା ୫୨ ହଜାର ୮୮ଟି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି। ରାଜ୍ୟ ଦୂରସଂଚାର ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଏହି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ ଟେଲିକମ୍ ଅପରେଟରଙ୍କ ଦ୍ୱାରା ପୁନଃଯାଞ୍ଚ କରାଯାଇଥିଲା ଏବଂ ଫଳସ୍ୱରୂପ ୫୧ ହଜାର ୨୬୦ଟି ସଂଯୋଗ ନକଲି ବୋଲି ଜଣାଯାଇଥିଲା
-
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ୬ ୱିକେଟ୍ର ଦମଦାର ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ୍ର ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି।
|
457 |
Y |
|
1654 |
10-05-2023 |
English |
- The SC had set up a panel to look at providing protection to Indian investors after a damning report by Hindenburg wiped out more than $140 billion of the Indian conglomerate's market value.
- Karnataka Election 65.69 per cent voter turnout has been recorded till 5 pm.
- The rupee consolidated in a narrow range and settled for the day higher by 6 paise at 82.00 (provisional) against the US dollar on Wednesday, as investors remained on the sidelines ahead of the crucial US inflation data.
- The government is yet to accept a report of the energy transition committee that recommended banning the use of diesel-powered four-wheelers in cities with over 10 lakh population and switch to electric and gas-fuelled vehicles by 2027, the oil ministry said.
- Indian laws permit an individual to adopt a child irrespective of marital status, the Supreme Court said on Wednesday while asserting that the law recognises there may be situations apart from an "ideal family" having its own biological children.
- IMD forecasts heatwave conditions in West Bengal and Bihar till May 12.
- The Supreme Court today dismissed an application seeking the recusal of Chief Justice of India DY Chandrachud from hearing the pleas relating to legal validation for same-sex marriages.
- The Congress on Wednesday alleged that DRDO official Pradeep Kurulkar, arrested on charges of providing confidential information to a Pakistani agent, was an "active RSS volunteer".
- Delhi Chief Minister Arvind Kejriwal approved a policy on Wednesday for regulating cab aggregators and delivery service providers in the city.
- The Delhi High Court Wednesday stayed the trial court proceedings against BJP MP Manoj Tiwari in a defamation case filed by former deputy Chief Minister Manish Sisodia.
- A Delhi court on Wednesday sought a status report from the city police over the FIRs registered against Wrestling Federation of India chief and BJP MP Brij Bhushan Sharan Singh over sexual harassment charges.
- The Tamil Nadu government today filed a defamation case against the state BJP chief K Annamalai for his "DMK files". The party has alleged that Mr Annamalai is defaming Chief Minister MK Stalin.
- A few hours after he took on the country’s powerful army for allegedly hatching a plot to kill him, Pakistan’s former prime minister (PM) Imran Khan was arrested Tuesday as he appeared in the Islamabad High Court to face corruption charges, with scores of security forces in riot gear dragging the high-profile politician into an armoured vehicle.
- In a major crackdown against cyber criminals, at least 51,260 fake mobile connections were disconnected in Odisha by various telecom operators, the Union ministry of Communications said.
- The Union government has released Rs 30,285.92 crore as food subsidy to Odisha during the last four years, the Union ministry of Consumer Affairs, Food and Public Distribution said, Tuesday
- More than 4.5 million women and babies die every year during pregnancy, childbirth or the first weeks after birth – equivalent to one death happening every 7 seconds – mostly from preventable or treatable causes, according to a new report from the United Nations Tuesday.
- India and Israel Tuesday firmed up a mobility pact and vowed to expand ties in a range of areas such as trade, regional connectivity, and defence as Israeli foreign minister Eli Cohen held talks with the Indian leadership.
- "The Kerala Story" will be tax free in Uttar Pradesh, Chief Minister Yogi Adityanath announced Tuesday, prompting the opposition Samajwadi Party to say the state government should not use cinema and literature to impose "poisonous agenda on nation".
- India’s Project Cheetah received yet another jolt as one more cheetah died at Madhya Pradesh’s Kuno National Park (KNP) Tuesday - the third to die in just over a month.
- India has extended a $1 billion credit line for Sri Lanka by one year, a Sri Lankan official said, giving the crisis-hit country a backup funds to pay for essential imports. The credit line, part of about $4 billion in emergency assistance extended by India during the peak of Sri Lanka’s financial crisis early last year, was scheduled to end in March.
|
470 |
Y |
|
1655 |
09-05-2023 |
Odia |
-
ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦତ୍ତ ଅତିବଡି ପୁରସ୍କାର ରବିବାର ଘୋଷଣା ହୋଇଛି। ୨୦୨୧ ବର୍ଷ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର, ୨୦୨୩ ପାଇଁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ଅତିବଡି ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ଏହା ସହିତ ୩ ବର୍ଷ ପାଇଁ ୪୫ଜଣ ବରିଷ୍ଠ ସାହିତି୍ୟକଙ୍କୁ ସମ୍ବର୍ଦ୍ଧିତ କରାଯିବ।
-
ଏକ ମାନବାଧିକାର ଗୋଷ୍ଠୀ ଦାବି କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ଇରାନ ଶାସନ ପ୍ରତି ୬ ଘଣ୍ଟାରେ ହାରାହାରି ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
-
ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଡ୍ରୋନ ଫୁଟେଜରେ ବାଖମୁଟ ଜଳୁଥିବା ଦେଖାଯାଇଛି।
-
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ସଂସଦୀୟ ପ୍ରତିନିଧୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି କେବଳ ଏକୁଟିଆ ଇରାନ ୫୦ ଉତ୍ତର କୋରିଆ ସହିତ ସମାନ।
-
କିଙ୍ଗ ଚାଲର୍ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍ରେ ରବିବାର ଭୋଜିର ଆୟୋଜନ କରିଥିଲେ।
-
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ସଂପର୍କରେ କଂଗ୍ରେସ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟ୍କୁ ସଂଶୋଧନ କରିବାକୁ ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିଛନ୍ତି।
-
ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି।ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦ କେରଲା ଷ୍ଟୋରୀ’
-
ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।
-
ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି।ବର୍ତ୍ତମାନ ଆମ ପାଖରେ ଡି.ଓ୍ବାଇ ଚନ୍ଦ୍ରଚୂଡ ଭାରତର ପ୍ରଧାନ ବିଚାରପତି ଭାବରେ ଅଛନ୍ତି, ଯାହାର ଅଭିଜ୍ଞତା, ପ୍ରତିବଦ୍ଧତାଏବଂ ପ୍ରତିଭାର ଅଭାବ ନାହିଁ।
-
ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା(ଆଇଏଏଫ୍)ର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପାଇଲଟ ସାମାନ୍ୟ ଆହତ ହୋଇଥିବା ଆଇଏଏଫ୍ କହିଛି।
-
୪ ବର୍ଷ ପରେ ଅର୍ଥାତ ୨୦୨୭ ସୁଦ୍ଧା ଦେଶରେ ବନ୍ଦ ହୋଇପାରେ ସମସ୍ତ ପ୍ରକାରର ଡିଜେଲ ଚାଲିତ କାର୍। ଡିଜେଲ ଚାଲିତ କାର୍ଗୁଡ଼ିକ ୨୦୨୭ ସୁଦ୍ଧା ବ୍ୟାନ କରିବାକୁ ସୁପାରିସ କରିଛି ତୈଳ ମନ୍ତ୍ରଣାଳୟର ଗୋଟିଏ ପ୍ୟାନେଲ।
-
୫-ଟି ସ୍କୁଲ ରୂପାନ୍ତରଣର ଶେଷ ଦିନରେ ୪ଟି ଜିଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ।
-
ସାଉଥ୍ ଫିଲ୍ମ ‘ପୁଷ୍ପା’ର ଅପୂର୍ବ ସଫଳତା ପରେ ଶୁଟିଂ ହେଉଛି ପାର୍ଟ-୨। ଏହି ଫିଲ୍ମର କିଛି ଅଂଶ ପ୍ରାକୃତିକ ସୌର୍ଯ୍ୟରେ ଭରା ମାଲକାନଗିରି ଶୁଟିଂ ହେବ। ସେଥିପାଇଁ ପୂରା ପ୍ରସ୍ତୁତି କରିଛି ପ୍ରଡକ୍ସନ୍ ଟିମ୍।
-
ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଚଳିତ ବର୍ଷ ସାଉଦି ଆରବକୁ ହଜ କୋଟା ଫେରାଇଛି। ଗତ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପାକିସ୍ତାନ ଅର୍ଥନୀତି ଘୋର ସଙ୍କଟ ଦେଇ ଗତି କରୁଥିବାରୁ ଏଥର ଅଧିକାଂଶ ପାକିସ୍ତାନୀ ନାଗରିକ ହଜ୍ ଯିବା ଯୋଜନାକୁ ବାତିଲ କରିଛନ୍ତି।
-
ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଟିପ୍ପଣୀ ଦେଇ କହିଥିଲେ, ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ଆମର ସଂପୂର୍ଣ୍ଣ ଆସ୍ଥା ରହିଛି। ଏହି ଧାର୍ମିକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଉ ହସ୍ତକ୍ଷେପ କରିବେ ନାହିଁ କିମ୍ବା କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ।
-
ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିଥିବା ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍ ମସ୍କ କହିଛନ୍ତି ଯେ ଟ୍ବିଟରରେ ଦୀର୍ଘବର୍ଷ ଧରି ଅଚଳ ଥିବା ଆକାଉଣ୍ଟ୍ଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହେବ।
-
ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ୍ ଚର୍ଚ୍ଚାରେ ରହିଛି। ଫିଲ୍ମ ‘ଆଦିପୁରୁଷ’ର ଅଫିସିଆଲ ଟ୍ରେଲର ମଙ୍ଗଳବାର ଅର୍ଥାତ୍ ୯ ମେ ରେ ରିଲିଜ୍ ହେବାକୁ ଯାଉଛି।
-
ସାରା ବିଶ୍ୱରେ ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ର କ୍ରେଜ ଜାରି ରହିଛି। ନିକଟରେ ୯୫ତମ ଏକାଡେମୀ ପୁରସ୍କାରରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆର୍ଆର୍ଆର୍’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି।
-
ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି।
-
ରିଙ୍କୁ ସିଂ ମ୍ୟାଚ୍ର ଶେଷ ବଲରେ ଚୌକା ମାରି କୋଲକାତାକୁ ବିଜୟୀ କରିଛନ୍ତି। ଆଇପିଏଲ୍ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଦେଇଛି କୋଲାକାତା ନାଇଟ୍ ରାଇଡର୍ସ(କେକେଆର୍)।
|
483 |
Y |
|
1656 |
09-05-2023 |
English |
-
Iran hangs two men convicted of blasphemy carrying out death sentences for the crime as executions surge across the Islamic Republic.
-
After almost five years and 26 sittings, the Supreme Court Monday closed proceedings in a public interest litigation (PIL) which highlighted the difficulties faced by devotees at Srimandir in Puri and sought directions for better management of affairs at the 12th century shrine.
-
The 117th State Level Single Window Clearance Authority (SLSWCA), chaired by Chief Secretary Pradeep Kumar Jena, Monday approved `2,840.73 crore worth 11 industrial projects that would generate at least 3,721 jobs in Odisha.
-
Chief Minister Naveen Patnaik Monday inaugurated 335 transformed high schools in four districts, concluding the third phase of state’s ambitious High School Transformation programme.
-
Chief Minister Naveen Patnaik Monday congratulated Odia film makers for winning awards for their short film at international film festival in Mauritius. Krishna DK and Simanchal Maharaha from Hinjilicut bagged two awards--best documentary short film and best film story writer- for their documentary ‘Adwitiya’ at the Indian Ocean International Film Festival.
-
West Bengal Chief Minister Mamata Banerjee Monday ordered an immediate ban on the screening of the controversial film 'The Kerala Story' in the state to avoid “any incident of hatred and violence”, a senior state government official said.
-
Rajasthan Police has booked Manikanta Rathod, a BJP candidate in upcoming Karnataka Assembly poll, and local BJP MLA Madan Dilawar with charges of murder and criminal intimidation for their remarks against Congress leader Mallikarjun Kharge, a senior officer said Monday.
-
More than 2.7 crore passengers could not travel by train in 2022-23 despite buying tickets because of being waitlisted, according to the response to an RTI query, indicating shortage of trains on busy routes in the country.
-
All schools for students up to class 8 in Jammu and Kashmir’s Ramban, Doda and Kishtwar districts were closed Monday due to heavy rains, officials said.
-
Delegates from 10 countries, including host India, will participate in a Youth20 event on climate change to be held at University of Kashmir, Vice Chancellor Prof Neelofar Khan said.
-
The Centre Monday defended in the Supreme Court the third extension of service granted to Enforcement Directorate chief Sanjay Kumar Mishra, asserting it was due to a peer review being conducted by the Financial Action Task Force (FATF) this year and said he will retire this November.
-
Concerned over the huge loss of life and property, the Supreme Court Monday asked the Centre and the Manipur government to step up relief and rehabilitation efforts for those hit by ethnic violence in the northeastern state, besides protecting places of worship, many of which were targeted during the mayhem.
-
Russia launched its biggest swarm of drones for months against Ukraine Monday, the eve of Russia’s May 9 holiday celebrating the defeat of Nazi Germany, which Kyiv marked a day earlier in a symbolic new break with Moscow.
-
Pakistani authorities are expected to go ahead with its goodwill gesture to release on Friday 199 Indian fishermen arrested for allegedly fishing illegally in the country's waters, despite the death of an Indian civilian who was to be repatriated with them.
-
Russian investors are flocking to Indian capital markets with three entities in Russia having registered with Sebi as foreign portfolio investors (FPIs) amid sanctions imposed on the nation in response to the war against Ukraine.
|
457 |
Y |
|
1657 |
08-05-2023 |
Odia |
-
କାଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ ୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ଜିଲ୍ଲାଗୁଡିକ ହେଲା ମାଲକନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ।
-
କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପାର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା।
-
ଓଡ଼ିଶାର ଯୁବକ ଯୁବତୀମାନେ ଡ୍ରୋନ୍ ପରିଚାଳନାରେ ଦକ୍ଷତା ହାସଲ କରିବେ। ପରିବର୍ତ୍ତିତ ସମୟରେ ଏହା ସେମାନଙ୍କୁ ରୋଜଗାରକ୍ଷମ କରିବ। ଏଥିପାଇଁ ରାଜ୍ୟ ସରକାର ଏକ ଡ୍ରୋନ୍ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି।
-
ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଜଡ଼ିତ ରଖୁଥିବାର ଗୋଟିଏ ପରେ ଗୋଟିଏ ଖବର ଆସୁଛି। କିଛି ଦିନ ତଳେ ସେ ସିଲାଇ ଶିଖି ନିଜ ଝିଅ ପାଇଁ ୩ଡି ଡ୍ରେସ୍ ତିଆରି କରିଥିଲେ।
-
ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି। ମଦ ଦୁର୍ନୀତି ମାମଲାରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ତଥା ରାୟପୁର ମେୟର ଆଇଜାଦ ଧେବର ଏବଂ ତାଙ୍କ ଭାଇ ଅନୱର ଧେବରଙ୍କୁ ଗତକାଲି ଗିରଫ କରିବା ପରେ ଆଜି ଦୁର୍ନୀତିର ଆକାର ସଂପର୍କରେ ସୂଚନା ଦେଇଛି।
-
ଦେଶର ପ୍ରଥମ ପଡ୍ ଟାକ୍ସି ନୋଏଡାରେ ଚାଲିବ। ଯମୁନା ଏକ୍ସପ୍ରେସ୍ୱେ ଶିଳ୍ପ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହାକୁ ଉତ୍ତରପ୍ରଦେଶ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ମଞ୍ଜୁରି ମିଳିବା ପରେ କାମ ଆରମ୍ଭ ହେବ। ୨୦୨୪ ଶେଷ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଆଶା କରାଯାଉଛି।
-
ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏହି ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯେଉଁଥିପାଇଁ ୧୯୮୮ ମସିହାରୁ ଅଦ୍ୟାବଧି ମୋଟ ୪୨ ଜଣ ନିଜର ସାଂସଦ ପଦ ହରାଇଛନ୍ତି।
-
ଭୁବନେଶ୍ବର ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ।
-
ଲୋକପ୍ରିୟ ଆଇଫୋନ୍ ନିର୍ମାତା ଆପଲ୍ର ସିଇଓ ଟିମ୍ କୁକ୍ ଭାରତ ପ୍ରେମରେ ପଡ଼ିଯାଇଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ କଂପାନିର ଦୁଇ ଅଫିସିଆଲ ଷ୍ଟୋର୍ ଖୋଲିବା ପରଠାରୁ ସେ ଭାରତକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଛନ୍ତି।
-
ମ୍ୟୁଚୁଆଲ ଫଣ୍ଡ୍ ଶିଳ୍ପକୁ ସିଷ୍ଟମେଟିକ୍ ଇନ୍ଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍ଆଇପି) ଜରିଆରେ ଆସୁଥିବା ନିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଗତ ଆର୍ଥିକ ବର୍ଷରେ ପରିଲକ୍ଷିତ ହୋଇଛି।
-
ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ କେବଳ ମହିଳା ମାର୍ଚିଂ ଓ ବ୍ୟାଣ୍ଡ୍ କଣ୍ଟିଜେଣ୍ଟଙ୍କୁ ଦେଖିବାକୁ ମିଳିବ।
-
ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାର ଲୋକେ ଏକାଠି ହେଉଛନ୍ତି।
-
ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଭାରତର ସୁପ୍ରିମକୋର୍ଟ କୌଣସି ତିଲକ ମାର୍ଗର ସୁପ୍ରିମକୋର୍ଟ ନୁହେଁ, ଏହା ସମ୍ପୂର୍ଣ୍ଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ।
-
ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ପ୍ରାୟ ୬ ଦିନ ହେଲା ଅଶାନ୍ତ ହୋଇପଡ଼ିଛି ମଣିପୁର । ଏହି ରକ୍ତାକ୍ତ ସଂଘର୍ଷରେ ଏ ଯାବତ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ କିନ୍ତୁ ଏହି ସଂଖ୍ୟା ବହୁ ଅଧିକ ବୋଲି ଦାବି ହେଉଛି।
-
ରବିବାର ଆଇପିଏଲ୍ ମ୍ୟାଚ୍ର ନାଟକୀୟ ଅନ୍ତଃ ଘଟିଛି। ଶେଷ ବଲ୍ରୁ ୫ ରନ୍ ଆବଶ୍ୟକ ଥିବା ବେଳେ ସନ୍ରାଇଜର୍ସ ହାଇଦରାବାଦର ଅବ୍ଦୁଲ ସମାଦ୍ କ୍ୟାଚ୍ ଆଉଟ୍ ହୋଇଥିଲେ। ହେଲେ ଏହ ନୋ’ବଲ୍ ଥିବାରୁ ସନ୍ରାଇଜର୍ସ ପୁନର୍ଜୀବନ ପାଇଥିଲା। ଶେଷ ବଲ୍ରେ ଛକାମାରି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସମାଦ୍ ସନ୍ରାଇଜର୍ସ ଦଳକୁ ୪ ୱିକେଟରେ ରୋମାଞ୍ଚକର ବିଜୟ ଦେଇଛନ୍ତି।
|
456 |
Y |
|
1658 |
08-05-2023 |
English |
-
Head of the UN’s nuclear watchdog expresses growing anxiety about the safety of the Zaporizhzhia Nuclear Power Plant.
-
A number of khap panchayats and the protesting wrestlers Sunday issued a 10- day ultimatum to the Central government, demanding action be taken against Wrestling Federation of India (WFI) chief Brij Bhushan Sharan Singh regarding the allegations of sexual harassment against him.
-
Odia students stuck in conflict-hit Manipur at the Central Agricultural University, Imphal, were Sunday brought back safely after the state government made special arrangements for their evacuation.
-
The Student Police Cadet (SPC) scheme launched by Odisha Police in January 2019 to inculcate moral values, ethics and discipline in students and make them responsible citizens remains a non-starter.
-
A cyclonic circulation lies over the southeast Bay of Bengal (BoB) and adjoining south Andaman Sea and under its influence, a low-pressure area is likely to form over the region Monday, the regional centre of India Meteorology Department (IMD) here said, Sunday.
-
In a drastic shift that is bound to make a statement, next year’s Republic Day Parade here could see all-women marching and band contingents with authorities working on such a proposal for the ceremonial event to be held at Kartavya Path, defence sources said.
-
The state government Sunday brought back safely 10 Odia students stuck in the conflict-hit Manipur at the Central Agricultural University, Imphal, by making special arrangements for their transport and accommodation. Odisha Paribar director Dilip Routray received the students, who had reached Kolkata from Manipur Saturday night, here at the Biju Patnaik International Airport.
-
The state government’s notification regarding the merger of 57 villages under this block in Cuttack district with Cuttack Development Authority (CDA) has heat up politics in the area, a report said
-
The Tamil Nadu government is planning to distribute coconut oil and groundnut oil through ration shops. As a pilot project, coconut oil and groundnut oil will be distributed from ration shops in Coimbatore, Nilgiris, Tenkasi and Kanniyakumari districts of the state.
-
The recent disqualification of Rahul Gandhi from Lok Sabha has put the spotlight on provisions of an Act which has been used to removed 42 members from Parliament since 1988, with the 14th Lok Sabha witnessing the ouster of 19 lawmakers in connection with the cash-for-query scam and cross-voting.
-
Money was "illegally" collected from "every bottle" of liquor sold in Chhattisgarh and evidence of "unprecedented" corruption and laundering of `2,000 crore generated by an alcohol syndicate led by Anwar Dhebar, the elder brother of Raipur Mayor Aijaz Dhebar, has been collected, the ED said Sunday.
-
One lakh saplings, 90 per cent of them are of willow and poplar species, will be planted in the arid Ladakh region May 17 with an aim to achieve its 85-90 per cent survival rate, volunteers of the plantation drive said Sunday.
-
The ruling DMK in Tamil Nadu Sunday hit out at the Centre for what it called replacing the national broadcaster’s name ‘All India Radio’ with ‘Akashvani’ and demanded that the Union government restore the name AIR.
-
In the past two decades, children have become more obese and have developed obesity at a younger age. A 2020 report found that 14.7 million children and adolescents in the US live with obesity.
-
India’s gold imports, which have a bearing on the current account deficit, dipped 24.15 per cent to $35 billion in 2022- 23 due to global economic uncertainties, according to data from the commerce ministry. Imports of the yellow metal stood at $46.2 billion in 2021-22.
-
Two civilians were killed after a part of an Air Force MIG-21 Fighter aircraft fell on their home in Rajasthan this morning, officials have said.
-
The Indian Air Force was closely monitoring a Pakistan International Airlines Boeing 777 jetliner which crossed into the Indian airspace last week after it failed to land at Lahore airport because of heavy rain in the region.
-
The Supreme Court will on Monday hear a batch of pleas on the Manipur situation including one by a ruling BJP MLA challenging the high court order on the issue of Scheduled Tribe status to the Meitei community.
-
As many as 94.03 per cent of the over 8 lakh students who appeared for the class 12 exams in Tamil Nadu have passed, the Directorate of Government Examinations (DGE) said on Monday.
-
The rupee gained 8 paise to 81.70 against the US dollar in early trade on Monday tracking the weakness of the American currency in the overseas market.
|
473 |
Y |
|
1659 |
07-05-2023 |
Odia |
-
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।
-
ଓଡ଼ିଶା ହାଇକୋର୍ଟର ପେପରଲେସ କୋର୍ଟ ବ୍ୟବସ୍ଥାକୁ ପ୍ରଶଂସା କରି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଉପନିବେଶ କାଳରେ ଲୋକଙ୍କୁ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡୁଥିଲା । ଏବେ ଅଦାଲତ ଲୋକଙ୍କ ନିକଟରେ ପହଞ୍ଚିପାରୁଛି । ଇ-ଅଦାଲତ ତଥା ପ୍ରଯୁକ୍ତି ବିଦ୍ୟା ପାଇଁ ଏହା ସମ୍ଭବ ହୋଇପାରିଛି । ଏଣୁ ଭର୍ଚୁଆଲ ଅଦାଲତ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରୁଛି ।
-
ଇ-ଅଦାଲତ ପ୍ରକଳ୍ପ ପାଇଁ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ୭୨୧୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୩-୨୪ରୁ ୨୦୨୬-୨୭ବର୍ଷ ପାଇଁ ଉପରୋକ୍ତ ଅର୍ଥ ରାଶି ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ପାଇଁ ଖର୍ଚ୍ଚ ହେବ । ୨୦୨୩-୨୪ରେ ୨୦୨୪କୋଟି, ୨୦୨୪-୨୫ରେ ୨୧୦୯କୋଟି,୨୦୨୫-୨୬ରେ ୧୫୨୩କୋଟି ଓ ୨୦୨୬-୨୭ ପାଇଁ ୧୫୫୨କୋଟି ଟଙ୍କା ଇ-ଅଦାଲତ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବା ପାଇଁ ମଂଜୁର ହୋଇଛି ।
-
୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ହାଇସ୍କୁଲ, ବରଗଡ ଜିଲ୍ଲାର ୬୨ଟି, ମୟୁରଭଂଜ ଜିଲ୍ଲାର ୧୦୦ଟି, ବୌଦ୍ଧ ଜିଲ୍ଲାର ୨୩ଟି ହାଇସ୍କୁଲ ଏବଂ ନବରଙ୍ଗପୁର ଜିଲ୍ଲାର ୭୬ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ପଞ୍ଚମ ଦିନରେ ସମୁଦାୟ ୧୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା।
-
ମେଡିକାଲ୍ କଲେଜରେ ନାମଲେଖା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍ ୟୁଜି ପ୍ରବେଶିକା ରବିବାର ଅନୁଷ୍ଠିତ ହେବ । ରାଜ୍ୟର ୫୬ ହଜାର ୮୮୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ଦେବାକୁ ଥିବାବେଳେ ୨୭ଟି ସହରରେ ୧୨୫ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି ।
-
ଶିକ୍ଷା ଲାଭର କେବେ ବି ଅନ୍ତ ନାହିଁ। ଶିକ୍ଷା ଲାଭ କରିବା କେବେ ବି ସରେ ନାହିଁ । ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମ୍ଏସ୍ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନରେ ଏହା କହିଛନ୍ତି।
-
ଉପନିର୍ବାଚନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ। ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ, ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।
-
ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିବାବେଳେ ହଠାତ ବିଜୁଳି ଚାଲିଯାଇଥିଲା । ପ୍ରାୟ ୯ ମିନିଟ ଧରି ଅନ୍ଧାରରେ ଅଭିଭାଷଣ ରଖିଥିଲେ ମହାମହିମ । ଏହାକୁ ନେଇ ସେଠାରେ ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା ।
-
ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ୫-ଟି ରୂପାନ୍ତର ସଂପର୍କରେ ବୁଝାଇ ସାଧୁତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।
-
ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାଫିଆ ଅତିକ ଅହମ୍ମଦର ଓକିଲ ଖାନ ସୌଲତ ହନିଫ ଆଜି ଏକ ବଡ ଖୁଲାସା କରିଛି | ପୁଲିସ ରିମାଣ୍ଡରେ ପଚରାଉଚରା ବେଳେ ହନିଫ କହିଛି ଯେ ଏହି ଗୁଳିକାଣ୍ଡ ପଛରେ ତାହାର ମଧ୍ୟ ସମ୍ପୃକ୍ତି ଥିଲା | ମିଳିଥିବା ସୂଚନା ମୁତାବକ ପୁଲିସକୁ ହନିଫ କହିଛି ଯେ ଫେବୃଆରୀ ୨୪ରେ, ଉମେଶ ପାଲଙ୍କ ଲୋକେସନ ବାବଦରେ ସେ ହିଁ ସୁଟରମାନଙ୍କୁ ସୂଚନା ଦେଇଥିଲା |
-
ମଣିପୁରରେ ସଂରକ୍ଷଣ ବିବାଦକୁ ନେଇ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି।
-
ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ଉତ୍ତରପ୍ରଦେଶ ମାଧ୍ୟମିକ ସଂସ୍କୃତ ଶିକ୍ଷା ପରିଷଦ, ଲକ୍ଷ୍ନୌ ଦ୍ବାରା ପରିଚାଳିତ ୟୁପି ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏକ ସ୍କୁଲ୍ର ଜଣେ ମୁସ୍ଲାମାନ ଛାତ୍ର ଟପ୍ପର ହୋଇଥିବା ସୂଚନା ରହିଛି।
-
ଲଣ୍ଡନରେ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍ବର୍ଗରରୁ ମୂଷାର ମଳ ପଡ଼ିଥିବା ଏବଂ ରେସ୍ତୋରାଁର ପରିବେଶ ଭଲ ନଥିବାରୁ ୫.୧୪ କୋଟି ଟଙ୍କାର ଜରିମାନା ଅଦାଲତ ଲଗାଇଛନ୍ତି।
-
ସାତ ଦଶନ୍ଧି ମଧ୍ୟରେ ବ୍ରିଟେନରରେ ଏହା ସର୍ବ ବୃହତ ରାଜ୍ୟାଭିଷେକ ସମାରୋହ। ଏହା ହଜାର ବର୍ଷର ପୁରୁଣା ପରମ୍ପରା। କିନ୍ତୁ ପ୍ରଥମଥର ପାଇଁ ଏକବିଂଶ ଶତାବ୍ଦୀର ବ୍ରିଟେନରେ ଏହା ଝଲକ ଦେଖିବାକୁ ମିଳିଛି।
-
ଅଷ୍ଟ୍ରେଲିଆ ସୁନ୍ଦରୀଙ୍କର ଶେଷରେ ଘୋଡ଼ାରୁ ପଡ଼ି ଜୀବନ ଗଲା। ମାତ୍ର ୨୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିୟୁଟି ସିଆନା ୱେରଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଏହାକୁ ସହଜେ ତାଙ୍କ ଫ୍ୟାନ୍ସ ଗ୍ରହଣ କରି ପାରି ନାହାନ୍ତି।
-
କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ ଜାରି କରିଛନ୍ତି।
-
୬୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛତିଶଗଡ ପୋଲିସ ୨ ବାଂଲାଦେଶୀଙ୍କୁ ଗିରଫ କରିଛି।
-
ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି।
-
ଆଇପିଏଲ୍ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ମୁହାଁମୁହିଁ ହୋଇଥିଲେ।
|
467 |
Y |
|
1660 |
07-05-2023 |
English |
-
King Charles III was crowned Saturday in Britain’s biggest ceremonial event for seven decades, a sumptuous display of pageantry dating back 1,000 years.
-
Lights went off during President Droupadi Murmu's address at the 12th convocation of the Maharaja Shri Ramchandra Bhanjadeo University in Odisha's Baripada on Saturday plunging the venue into darkness.
-
An assassination plot has been hatched to ‘wipe out’ Congress president M Mallikarjun Kharge, his wife and his entire family by a BJP candidate, party general secretary and Karnataka in-charge Randeep Singh Surjewala alleged Saturday
-
The National Eligibility-cum-Entrance Test NEET (UG) – 2023 will be conducted Sunday. A total of 56,989 candidates from Odisha will appear for the examination including 14,481 from the state capital. The tests will be held in 27 cities.
-
The toll in the ethnic violence which has engulfed Manipur increased to 54, officials said Saturday here. However, unofficial sources placed the figure at several scores dead and more than 150 injured. Life returned to a wary normalcy in the Imphal Valley as shops and markets reopened and a few cars started plying on the roads.
-
Chief Justice of India (CJI) DY Chandrachud said Saturday that live streaming of court proceedings has a flip side. So, the judges need to be trained because every word that ‘we say is up in the public realm’
-
Railway Protection Force (RPF) personnel Saturday rescued a newborn baby boy from the dustbin of a train at Khurda Road railway station under the East Coast Railway (ECoR).
-
Research shows China exporting huge amounts of artificial intelligence (AI) technology, dwarfing its contributions in other frontier technology sectors, said Harvard.
-
In what may come as a good news for the movie buffs, shooting of Puspa-II is all set to start within two months at Palluru near Andhra-Odisha border under Kalimela block in Malkangiri district.
-
The Election Commission has issued a notice to the Karnataka Congress over its "corruption rate card" advertisements published in newspapers targeting the BJP, and sought "empirical evidence" to prove its allegations by Sunday evening.
-
Athletes who are currently protesting at Jantar Mantar were roughed up at the protest site by Delhi Police personnel late at night on Wednesday, May 3. Sakshi Joshi, a journalist, was also reportedly manhandled by the police and detained for a long time. She tweeted videos depicting the events that took place.
-
The Bombay High Court has directed the Maharashtra government to hand over two south Mumbai flats to their owner, a 93-year-old woman, putting an end to a property dispute that dragged on for eight decades.
-
The Vishva Hindu Parishad has issued a legal notice to Congress president Mallikarjun Kharge, accusing him of making defamatory remarks against the Bajrang Dal in his party's Karnataka poll manifesto and demanding a compensation of more than Rs 100 crore.
-
Projects worth `32,000 crore are underway in the Braj region to revive and restore the grandeur and divinity of Mathura as seen during the ‘Dwapar era’. The famous Bankey Bihari temple is to be revamped on the lines of the Kashi Vishwanath Dham in Varanasi.
-
Madhya Pradesh Chief Minister Shivraj Singh Chouhan Saturday announced to give tax-free status to 'The Kerala Story' in the state, a day after the Prime Minister credited the movie for bringing out terror conspiracies.
-
The Congress Saturday lodged a complaint against Prime Minister Narendra Modi in Bangalore for his statement linking the party (Congress) with terrorism.
-
In some shocking news for Elon Musk, more than half of the earliest subscribers of Twitter Blue who paid $8 a month are no longer subscribed and have reportedly ditched the Blue check marks.
-
In a setback to the ruling Bharatiya Janata Party in Madhya Pradesh months before Assembly elections, senior party leader and former minister Deepak Joshi joined the Congress on Saturday.
-
Odisha Chief Minister Naveen Patnaik will meet his Bihar counterpart Nitish Kumar on May 9, amid talks of regional parties coming together ahead of the 2024 general elections, officials said.
-
Dallas- A shooter who went on a rampage at a Texas outlet mall on Saturday killed nine people and wounded seven others, authorities said.
|
442 |
Y |
|