Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1661 03-05-2023 Odia
  1. ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୁଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।
  2. ଓଡିଶାର “ମୋ ସ୍କୁଲ ଓ ୫-ଟି ହାଇସ୍ତୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ପ୍ରଶଂସା ସାଉଁଟୁଛି । ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରିବା ସହ ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି । ଏହାର ଉଚ୍ଚପ୍ରଶଂସା କରିବା ସହ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି ।

  3. ପାଣିପାଗ ବିଭାର ସୂଚନା ଅନୁସାରେ  ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ୪୮ ଘଣ୍ଟା ଭିତରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ଏହାପରେ ଏହା ବାତ୍ୟାର ରୂପ ନେଇପାରେ। ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ଏବେଠୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

  4. ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ ରଞ୍ଜନ ଦାଶ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ କଲେ । ଦାୟିତ୍ବ ନେଲା ପରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ସେବାରେ କାର୍ଯ୍ୟ କରିବେ ବୋଲି ରଞ୍ଜନ ଦାଶ କହିଛନ୍ତି।

  5. ୧୯ ବର୍ଷ ପରେ ଓଡ଼ିଶା ବୋଟ ନିୟମ ବଦଳିବ । ଦୁଇ ମାସ ଭିତରେ ନୂଆ ଓଡ଼ିଶା ବୋଟ ଅଧିନିୟମ ଆସିବ । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ । ବୋଟ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଧାରକଙ୍କୁ ନେଇ ନୂଆ ବୋଟ ଅଧିନିୟମ ନେଇ ବିଚାର ବିମର୍ଷ ଚାଲିଛି ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।

  6. ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି ।

  7. ଏନ ସି ପି ର ଜାତୀୟ ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି । ୧୯୯୯ ରେ ସେ କଂଗ୍ରେସରୁ ଅଲଗା ହୋଇ ଏନ ସି ପି ଗଠନ କରିଥିଲେ। ସେବେଠାରୁ ସେ ଦଳର ସଭାପତି ରହିଥିଲେ।

  8. ସ୍କୁଟର କମ୍ପାନୀ ଗ୍ରାହକଙ୍କଠାରୁ ବ୍ୟାଟେରୀ ଚାର୍ଜର ପାଇଁ ମଧ୍ୟ ଟଙ୍କା ନେଇଥିଲା। କିନ୍ତୁ କମ୍ପାନୀ ଚାର୍ଜର ପାଇଁ ଟଙ୍କା ନେବା କଥା ନୁହେଁ । କେନ୍ଦ୍ର ସରକାର ଏହି ଚାର୍ଜର ପାଇଁ ଟଙ୍କା ଫେରସ୍ତ କରିବାକୁ କହିଛନ୍ତି। ଏହି ପରିମାଣ ୯ ହଜାରରୁ ୧୯ ହଜାର ଟଙ୍କା ମଧ୍ୟରେ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦ରୁ ମାର୍ଚ୍ଚ ୩୦, ୨୦୨୩ ମଧ୍ୟରେ ଯେଉଁମାନେ ଓଲା ଏସ-୧ ପ୍ରୋ ମଡେଲ କିଣିଛନ୍ତି ସେମାନଙ୍କୁ କମ୍ପାନୀ ଦେୟ ଫେରସ୍ତ କରିବ।

  9. ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଯୋଜନା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦଶରେ ଆରମ୍ଭ ହେଲା ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସ୍କୁଲକୁ ଦିଆଯାଇଛି ଏସଓପି ଏବଂ ନିୟମାବଳୀ।

  10. ବଲିଉଡ କିମ୍ବଦନ୍ତୀ ରାଜ କପୁରଙ୍କ ମହଲର ମାଲିକାନା ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ ପେଶୱାର ହାଇକୋର୍ଟ ଖାରଜ କରିଦେଇଛନ୍ତି।

  11. ପୂର୍ବ ୟୁକ୍ରେନରେ ବିଶେଷ କରି ବାଖମୁଟରେ ପାଞ୍ଚ ମାସ ଧରି ଚାଲିଥିବା ଯୁଦ୍ଧରେ ୨୦ ହଜାରରୁ ଅଧିକ ରୁଷିଆ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ ୮୦ ହଜାରରୁ ଅଧିକ ଆହତ ହୋଇଛନ୍ତି।

  12. ଗୁଜରାଟ ହାଇକୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ବଦନାମ ମାମଲାରେ ଦାଖଲ ହୋଇଥିବା ଅପରାଧିକ ସଂଶୋଧନ ଆବେଦନ ଉପରେ ଶୁଣାଣି ହୋଇଥିଲା। କୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ମନା କରିଥିବାବେଳେ ଦୋଷୀ ସାବ୍ୟସ୍ତ ହେବା ପାଇଁ ତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି।

  13. ଆସନ୍ତା ୭ ତାରିଖ ଯାଏଁ ଓଡିଶାରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଓ ପବନର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

  14. ଉପନିବେଶୀୟ ଅମଳର ଦେଶଦ୍ରୋହ ଆଇନ ବା ଆଇପିସିର ଧାରା ୧୨୪ଏ ଉପରେ ସମୀକ୍ଷା ଚାଲିଛି ଏବଂ ଏହାକୁ ସଂଶୋଧନ ପାଇଁ ପାର୍ଲାମେଣ୍ଟର ଆସନ୍ତା ମୌସୁମୀ ଅଧିବେଶନରେ ଉପସ୍ଥାପିତ କରାଯାଇପାରେ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟକୁ ଜଣାଇଛନ୍ତି।

  15. ଆମେରିକାର ଦୁର୍ବଳ ହୋଇପଡ଼ିଥିବା ଫାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କକୁ ଜେପି ମୋର୍ଗାନ୍ ଚେଜ୍ କିଣିବ। ଏହି ବ୍ୟାଙ୍କର କାରବାରକୁ ଆମେରିକାର ଆର୍ଥିକ ନିୟାମକ ସଂସ୍ଥା ନିଜ ଅକ୍ତିଆରକୁ ଆଣିଛି। ଫାଷ୍ଟ୍‌ ରିପବ୍ଲିକ୍‌ର ସମସ୍ତ ଜମା ଏବଂ ସମ୍ପତ୍ତିକୁ ଜେପି ମୋର୍ଗାନ ଅଧିଗ୍ରହଣ କରିବ।

  16. କୋଭିଡ-୧୯ କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ‘ବିବାଦ ସେ ବିଶ୍ୱାସ-୧’ ଯୋଜନା ଆରମ୍ଭ କରିଛନ୍ତି।

  17. ଦେଶରେ ଏପ୍ରିଲ ମାସରେ ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ହ୍ରାସ ପାଇଛି। ମାର୍ଚ୍ଚ ମାସରେ ୮୩,୨୯୨ଟି ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ହୋଇଥିବାବେଳେ ଏପ୍ରିଲରେ ଏଥିରେ ପାଖାପାଖି ଏକ ଚତୁର୍ଥାଂଶ ହ୍ରାସ ଘଟି ୬୨,୫୮୧ ରହିଛି ବୋଲି ବାହାନ ତଥ୍ୟରୁ ଜଣାଯାଇଛି।

  18. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଅଧିକ ପେନସନ ପାଇଁ ଆବେଦନର ସମୟସୀମା ଆଜି ବଢ଼ାଇ ଦେଇଛି। ମେ ୩ ତାରିଖରେ ଏଥିପାଇଁ ଅନଲାଇନ ଆବେଦନର ସୁଯୋଗ ପୂର୍ବରୁ ରହିଥିବାବେଳେ ଆଜି ଏହାକୁ ୨୬ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

  19. ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହେବାକୁ ଯାଉଛି। ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରଟି ଅତ୍ୟାଧୁନିକରୂପରେ ନିର୍ମାଣ ହୋଇଥିବା ବେଳେ ଏଥିରେ ବିଦେଶୀ ସରଞ୍ଜାମ ସବୁ ଲାଗିଛି।

  20. ଆଇପିଏଲ ୨୦୨୩ ଚାଲିଥିବା ବେଳେ ଟିମ୍‌ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଦିର୍ଘ ୧୪ ମାସ ପରେ ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତ ପଛକୁ ଅଷ୍ଟ୍ରେଲିଆ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଦ୍ବିତୀୟ ସ୍ଥାନରେ ରହିଛି।

444 Y
1662 03-05-2023 English
  1. In a significant ruling, the Orissa High Court has asked the state government to ensure that the development authorities do not allot multiple plots to individuals, said officials Tuesday

  2. Nationalist Congress Party (NCP) supremo Sharad Pawar Tuesday announced he has decided to step down as chief of the party he founded and helmed since 1999, in a dramatic move that could have a bearing on national and Maharashtra politics ahead of the 2024 Lok Sabha elections.

  3. Odisha has registered the highest-ever gross goods and services tax (GST) collection of `5,035.74 crore during April 2023, official sources said Tuesday.

  4. In a major boost to prisoners’ rehabilitation, the state government has constituted a corpus fund of `10 crore for the strengthening of industries in the prisons across the state. The Home department in a notice has also specified the rules and guidelines regarding the administration and functioning of the corpus fund.

  5. Chief executive member (CEM) of Bodoland Territorial Council (BTC) Pramod Boro visited the state office of Mo School Abhiyan and appreciated the state government’s unique initiative for its transformative impact on education.

  6. The School and Mass Education Department of the Odisha Government has launched toll-free numbers and help desks to support school students in completing their summer vacation homework.

  7. Twenty-five people were injured when their bus rammed into a trailer truck after the latter's driver applied brakes suddenly in Maharashtra's Palghar district, police said on Wednesday.

  8. Chief Minister Naveen Patnaik Tuesday congratulated the Odisha FC Football Team on winning the Super Cup trophy.

  9. Continuing the third phase of High School Transformation Programme, Chief Minister Naveen Patnaik Tuesday inaugurated 449 transformed high schools in five districts. It includes 233 high schools of Balasore district, 64 high schools in Nayagarh, 58 schools in Nuapada, 49 school in Sundargarh and 45 schools in Rayagada district.

  10. The Unique Identification Authority of India (UIDAI) Tuesday announced the addition of new facility on its website and mobile app to allow residents to verify their mobile numbers and email IDs seeded with their Aadhaar.

  11. Taking serious note of the “plummeting level of campaign discourse” during electioneering in Karnataka, the Election Commission Tuesday asked political parties and their star campaigners to exercise caution and restraint in their utterances and not to vitiate the election atmosphere.

  12. The Supreme Court held Monday it has the discretion of exercising the plenary power it commands under Article 142 of the Constitution to dissolve a marriage on the ground of "irretrievable breakdown", and the authority to dispense with the 6-month waiting period mandated under the Hindu Marriage Act, 1955 while granting divorce with mutual consent.

  13. The Uttar Pradesh Public Service Commission (UPPSC) is working to secure the future of candidates who qualify for the interview stage of Combined State/Upper Subordinate Services Examination, commonly known as UPPSC, but fail to clear it.

  14. The Gujarat High Court Tuesday refused to grant interim relief to Congress leader Rahul Gandhi on his plea for stay of conviction in a criminal defamation case over his “Modi surname” remark, saying it will pass its final order post-summer vacation.

  15. Ukraine's Deputy Foreign Minister Emine Dzhaparova, who recently visited India, on Tuesday expressed "regrets" over the depiction of Goddess Kali in a "distorted manner" by the defence ministry and apologised for the act, saying her country and its people respect "unique Indian culture"

  16. India has recorded 3,720 new COVID-19 infections and the count of active cases of the disease in the country stands at 40,177, according to Union Health Ministry data updated on Wednesday.

  17. Under 'Operation Kaveri', the 12th flight carrying 231 stranded Indian evacuees, departed from Jeddah on a Mumbai-bound flight.

  18. The Delhi High Court on Tuesday dismissed a plea by Vishal Yadav seeking parole to pursue filing of an appeal in the Supreme Court challenging his conviction and life sentence in the killing of business executive Nitish Katara in 2002.

  19. An Indian Air Force (IAF) C-130J aircraft on Tuesday departed from Port Sudan carrying 135 Indians to Jeddah, marking the 18th batch of evacuees from the conflict-torn African country to the Saudi Arabian city, the Ministry of External Affairs said.

  20. Dr. Lokanath Dash of AVP Care Hospitals in Bhubaneswar has been conferred with Top-100 CX Leaders in India award for his dynamic leadership, strategic influence and major contribution towards delivering excellence and innovation in the CX space,

485 Y
1663 02-05-2023 Odia
  1. ପୁଣି ଥରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଜୁଲାଇ ୩୦ରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMRମୋଡ୍‌ରେ ହେବ ପରୀକ୍ଷା । ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ OSSC ପକ୍ଷରୁ ବିଜ୍ଞପ୍ତି ।

  2. ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମାତ୍ର ୫୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।

  3. ବଲାଙ୍ଗିର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଦେବଦତ୍ତ ଚାନ୍ଦଙ୍କ ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ।

  4. ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହୋଇଛି । ମେ’ ୨୭ ତାରିଖ ଯାଏଁ ସର୍ଭେ ଚାଲିବ । ପ୍ରତି ଗ୍ରାମରେ ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ଏହି ସର୍ଭେ କରାଯିବ । ସର୍ଭେ ପାଇଁ ପ୍ରତି ୱାର୍ଡରେ ଖୋଲାଯିବ ଏନୁମରେଟର ସେଣ୍ଟର। ସୂଚନା ଅନୁସାରେ ଆଜିଠୁ ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ସର୍ଭେ କରାଯିବ । ମେ’ ୨୧ରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ ।

  5. ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ ରୋଗ ଥିଲା।

  6. ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା।

  7. କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି।

  8. ସିରିଆରେ ଆଇଏସ୍‌ଆଇଏସ୍‌ ମୁଖ୍ୟ ଆବୁ ହୁସେନ ଅଲ-କୁରେଶୀଙ୍କୁ ହତ୍ୟା କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି।

  9. ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ।

  10. ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍‌ପି ଏମ୍‌ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି।

  11. ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିିନ୍ତି, ବିବାହକୁ ରଦ୍ଦ ବୋଲି ଘୋଷଣା କରିବାର ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର ରହିଛି।

  12. ଏପ୍ରିଲ ୨୦୨୩ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ଇତିହାସ ସୃଷ୍ଟି କରିଛି। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

  13. ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି।

  14. ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବିବାହକୁ ‘ପ୍ରେମର ବନ୍ଧନ’ ବୋଲି ବର୍ଣ୍ଣନା କରି ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇଛନ୍ତି।

  15. ଗତବର୍ଷ ପଡ଼ ପରଦ‌ାରେ ଦେଖିବାକୁ ମିଳିଥିବା ଚୋଲ୍‌ ସାମ୍ରାଜ୍ୟର ‘ପୋନିୟିନ୍‌ ସେଲ୍‌ଭନ୍‌’ର ପ୍ରଥମ ଭାଗ ଜବରଦସ୍ତ ହିଟ୍‌ ହୋଇଥିଲା। ‘ପୋନିୟିନ୍‌ ସେଲ୍‌ଭନ୍‌-୧’ ବିଶ୍ବ ସ୍ତରରେ ୫୦୦ କୋଟି ଟଙ୍କାର ବେପାର କରିଥିଲା। ‘ପୋନିୟିନ୍‌ ସେଲ୍‌ଭନ୍‌-୨’ରୁ ବି ସେହି ଧରଣର ରୋଜଗାର ଆଶା କରାଯାଉଛି। ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ରିଭ୍ୟୁ ବହୁତ ଭଲ ମିଳିଛି।

  16. ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଗ୍ରା  ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି ।

  17. ମୁମ୍ବଇ ଇଣ୍ଡିଆନ୍‌ସ ରରିବାର ଆଇପିଏଲ୍‌ ଇତିହାସରେ ୧୦୦୦ତମ ମ୍ୟାଚ୍‌ରେ ବିଜୟୀ ହୋଇଛି । ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ଓପ୍‌ନର ଯଶସ୍ବୀ ଜୟସୱାଲଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୭ ୱିକେଟରେ ୨୧୨ ରନ୍‌ କରିଥିଲା।

  18. ବିନା ଜାତୀୟ ମୂଲ୍ୟାଙ୍କନ ଓ ସ୍ବୀକୃତି ପରିଷଦ (ନାକ୍) ମାନ୍ୟତାରେ ରାଜ୍ୟରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ। ହେଲେ ୯ଟି ବିଶ୍ବବିଦ୍ୟାଳୟ ଏବଂ ୩୨୮ ମହାବିଦ୍ୟାଳୟର ନାକ୍ ମାନ୍ୟତା ନାହିଁ। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂଆ ବିଶ୍ବବିଦ୍ୟାଳୟ ଖୋଲୁଛନ୍ତି। ହେଲେ ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ନାକ୍ ମାପଦଣ୍ଡ ପୂରଣ କରୁନାହାନ୍ତି।

  19. ଓଡିଶାରେ  ସାଇବର ଓ ଅର୍ଥନୈତିକ ଅପରାଧ ବାଢୁଛି । ଏହାର  ତଦନ୍ତ ତଥା ମାମଲା ପରିଚାଳନା ପାଇଁ ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ରାଉରକେଲା, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବ୍ରହ୍ମପୁର, କନ୍ଧମାଳ ଓ କୋରାପୁଟରେ ସାଇବର ଥାନା ଖୋଲାଯାଇଛି। ଏହି ୧୪ଟି ସ୍ବତନ୍ତ୍ର ଥାନା ବ୍ୟତୀତ ରାଜ୍ୟର ସମସ୍ତ ଥାନାକୁ ସାଇବର ଅପରାଧର ପଞ୍ଜୀକରଣ ଓ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।

  20. ଭାରତୀୟ ଦଳର ଅଧିନାୟକ ହିଟ୍‌ ମ୍ୟାନ ରୋହିତ ଶର୍ମା ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ରବିବାର ରୋହିତଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁମ୍ବଇ ଇଣ୍ଡିଆନ୍‌ସର ଖେଳାଳି ରୋହିତଙ୍କ ଜନ୍ମଦିନକୁ ସ୍ବତନ୍ତ୍ର ଭାବେ ପାଳନ କରିଥିଲେ।

429 Y
1664 02-05-2023 English
  1. Senior Maharashtra politician Sharad Pawar has stepped down as president of the Nationalist Congress Party.

  2. The Supreme Court today refused to entertain a plea seeking a stay on release of the movie "The Kerala Story" on grounds that its a "worst kind of hate speech" and an "audio-visual propaganda".

  3. AAP leaders Sanjay Singh and Raghav Chadha have been mentioned by the Enforcement Directorate in a chargesheet in the liquor policy case. The MPs' names are included in a supplementary charge sheet by the probe agency, but not as accused.

  4. Mahatma Gandhi's grandson Arun Gandhi died at 89 age  at Kolhapur in Maharashtra on Tuesday after brief illness, family sources said.

  5. A rare black (pseudo-melanistic) tiger has been found dead in the Similipal National Park (STR) in Mayurbhanj district of Odisha, park officials said today indicating that the death was suspected due to infighting.

  6. India has logged 3,325 new coronavirus infections, while the active cases have dipped to 44,175 from 47,246, according to the Union Health Ministry data updated on Tuesday.

  7. About 4.7 million WhatsApp accounts were banned in the month of March and 1.7 million of those accounts were proactively banned before any reports from users' side, the instant messaging platform said in its monthly report.

  8. The Gujarat High Court on Monday allowed medical termination of a 26-week pregnancy of a 23-year-old woman, a rape survivor with "sub-normal intelligence" and 70 per cent permanent physical disability.

  9. According to the latest National Assessment and Accreditation Council (NAAC) grading, Utkal University in Odisha has dropped from A+ to A.

  10. Noted journalist Basudev Mahapatra passed away in Bhubaneswar. He is survived by his wife Sujata, who works as a senior reporter with an Odia news channel, and their son. Mahapatra was sick for the last few days.

  11. The Orissa High Court has restricted the Bhubaneswar Development Authority (BDA) to allot multiple plots to individuals in the city under its schemes. The directive of the court came while a single bench of Justice Biswanath Rath was hearing a petition related to allotment of multiple plots by the BDA under discretionary quota.

  12. : An apartment named ‘Raj Vatika’ was built on forest land at Patharagadia locality on the outskirts of State Capital about eight years ago and it thrives even today.

  13. Sambalpur Collector Ananya Das and Balangir Collector Chanchal Rana tied the nuptial knot at a hotel in Guwahati on Monday.

  14. Andhra Pradesh Deputy Chief Minister Peedika Rajanna Dora once again visited Kotia group of villages under Pottangi block of Odisha’s Koraput district amid the ongoing territorial dispute between the two states.

  15. Odisha has recorded the highest ever gross GST collection of all time to the tune of Rs 5,035.74 crore during April 2023.

472 Y
1665 01-05-2023 Odia
  1. ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଲେବର କିଷାନ ପାର୍ଟି ଅଫ୍‌ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ। ସେହିଦିନ ଠାରୁ ଆମ ଦେଶରେ ମେ’ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।
  2. ସାରସ୍ବତ ସାଧକ ପ୍ରଫେସର ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକ ଯଥାକ୍ରମେ ୨୦୨୨ ଏବଂ ୨୦୨୩ ମସିହା ପାଇଁ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ୪ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସଂସଦର ୪୨ତମ ବାର୍ଷିକ ଉତ୍ସବରେ ଏହି ଦୁଇ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବ।
  3. ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଶନିବାର କହିଛନ୍ତି ଯେ ସେ ଆତ୍ମରକ୍ଷା ପାଇଁ ନିଜ ପାଖରେ ସବୁବେଳେ ଏକ ପିସ୍ତଲ ରଖିଥାନ୍ତି। ଯଦି ୨୦୨୨ରେ ଯୁଦ୍ଧ ଆରମ୍ଭରେ ରୁଷ୍ ସେନା କିବ୍ ଆକ୍ରମଣ କରି ତାଙ୍କ ଅଫିସ୍ ଭିତରେ ପଶିଥାନ୍ତେ ତେବେ ସେ କଦାପି ଆତ୍ମସମର୍ପଣ କରି ନଥାନ୍ତେ।
  4. ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରସ୍ପରର ପ୍ରତିଷ୍ଠା ଦିବସ ପାଳନ କରିବେ। ଏନେଇ କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏଣିକି ସମସ୍ତ ରାଜ୍ୟ କେବଳ ନିଜ ପ୍ରତିଷ୍ଠା ଦିବସ ନୁହେଁ, ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବେ।
  5. ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫-ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ ।
  6. ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି । ଏହା ସହ ସେ ମଧ୍ୟ ଆଣବିକ ଶକ୍ତି ବିଭାଗର ସଚିବ ପଦରେ ରହିବେ । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏନେଇ ଅନୁମୋଦନ ଦେଇଛି । ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
  7. ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।
  8. ଭୁବନେଶ୍ୱର ରେ ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ କଡା ନିୟମ, କାମୁଡ଼ିଲେ ଦେବାକୁ ପଡିବ ସର୍ବାଧିକ ୧୦ହଜାର ଜରିମାନା
  9. ଲନ ମସ୍କଙ୍କ ଘୋଷଣା, ଟ୍ୱିଟରରେ ନ୍ୟୁଜ୍ ପଢିବା ପାଇଁ ଏଣିକି ୟୁଜରଙ୍କୁ ଦେବାକୁ ପଡିବ ପଇସା l
  10. ୨୦୨୫ ‌ଅକ୍ଟୋବର ୧୪ରେ ୱିଣ୍ଡୋଜ୍‌ ୧୦କୁ ବନ୍ଦ କରିବ ବିଶ୍ବର ଅଗ୍ରଣୀ ସଫ୍ଟୱେର କଂପାନି ମାଇକ୍ରୋସଫ୍ଟ l ଏଥିପାଇଁ କଂପାନି ଆଉ କୌଣସି ଅପ୍‌ଡେଟ୍‌ ଜାରି କରିବ ନାହିଁ। ୱିଣ୍ଡୋଜ୍‌ ୧୦ର ଯେଉଁ ଭର୍ସନ ରହିଛି ତାହା ହେବ ଶେଷ ଭର୍ସନ।
  11. ବୀମା କମ୍ପାନୀଗୁଡିକର କର୍ମଚାରୀମାନେ ସୋସିଆଲ ମିଡିଆରେ ଗୋପନୀୟ ତଥ୍ୟ ପ୍ରକାଶ କରିବାକୁ ସମର୍ଥ ହେବେ ନାହିଁ।
  12. ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କୀ ବାତ୍ ପ୍ରସାରିତ ହୋଇଛି। ଏହାକୁ ପ୍ରଶଂସା କରିବା ସହ ଏହା ଉପରେ ଏକ ସ୍ବତନ୍ତ୍ର ପୁସ୍ତକ ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଛନ୍ତି।
  13. ରୁଷ୍‌ ତେଲକୁ ବିଶୋଧନ କରିବା ପରେ ତାହାକୁ ୟୁରୋପ ପଠାଇ ଭାରତ ଉପକୃତ ହେଉଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ସେହି ତେଲ ଲାଗି ୟୁରୋପ ଅଧିକ ଅର୍ଥ ଗଣୁଥିବା ବ୍ଲୁମ୍‌ବର୍ଗର ଏକ ରିପୋର୍ଟରେ କୁହାଯାଇଛି।
  14. ନିକଟରେ ଏକ ରୢାଲିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ‘ରାବଣ’ କହିଥିବା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ ରାଜସ୍ଥାନର ଚିତୋରଗଡ଼ରେ ଏକ ମାମଲା ରୁଜୁ କରାଯାଇଛି।
  15. ଅବସରପ୍ରାପ୍ତ ନୌସେନା ଅଧିକାରୀ କମାଣ୍ଡର ଅଭିଳାଷ ଟମି ଉଚ୍ଚ ସମୁଦ୍ରରେ ଇତିହାସ ରଚିଛନ୍ତି। ୪୪ ବର୍ଷୀୟ ଅଭିଳାଷ ପ୍ରଥମ ଭାରତୀୟ ଓ ଏସୀୟ ଭାବେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌କୁ ଶେଷ କରିବାରେ ସଫଳ ହୋଇଥିଲେ।
  16. ସର୍ବଦା କିଛି ନୂଆ କରିବାକୁ ପସନ୍ଦ କରୁଥିବା ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ନୂଆ ସଉକ ବିଷୟରେ ଲୋକମାନଙ୍କୁ ଜଣାଇଛନ୍ତି। ତାହା ହେଉଛି ପୋଷାକ ଡିଜାଇନ୍ ଓ ପୋଷାକର ୩ଡି ପ୍ରିଣ୍ଟିଂ। ଖାଲି ସମୟରେ ସେ ଏହି କାମ କରୁଛନ୍ତି।
  17. ଦେଶରେ ଲଜି‌ଷ୍ଟିକ୍ ଖର୍ଚ୍ଚ କମ୍ କରିବାରେ ପିଏମ୍ ଗତି ଶକ୍ତି ଯୋଜନା ବିଶେଷ ସହାୟକ ହେବ ବୋଲି କହିବା ସହ ସେ କହିଛନ୍ତି ଭାରତର ଲଜିଷ୍ଟିକ୍ ଖର୍ଚ୍ଚ ଜିଡିପିର ୧୩-୧୪ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଆମେରିକା ଭଳି ବିକଶିତ ଦେଶରେ ସେହି ହାର ୮-୯ ପ୍ରତିଶତ ରହିଛି। ଲଜିଷ୍ଟିକ୍ ଖର୍ଚ୍ଚ ଅଧିକ ରହୁଥିବାରୁ ଭାରତରେ ତିଆରି କରାଯାଉଥିବା ଉତ୍ପାଦର ପ୍ରତିଯୋଗିତା ଭାବ ହ୍ରାସ ପାଉଛି।
  18. ବଦଳିବ କଲ୍‌ ଏବଂ ଏସଏମଏସ୍‌ ନିୟମ l ସ୍ପାମ୍‌ କଲ୍‌ ଏବଂ ଏସଏମଏସ ଉପରେ ରୋକ୍‌ ଲଗାଇବାକୁ ଏକ ଫିଲ୍ଟରର ବ୍ୟବହାର କରିବ ଟ୍ରାଇ ।
  19. ଉଜବେକିସ୍ତାନରେ ଚାଲିଥିବା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଓଡ଼ିଆ ଆଥଲେଟ୍‌ ବାପି ହାଂସଦା ନିଜ ଜଲୱା ଦେଖାଇଛନ୍ତି। ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିବା ବାପି ହାଂସଦା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଛନ୍ତି।
  20. ଶେଷ ହେଲା ୫୮ ବର୍ଷର ଅପେକ୍ଷା, ବ୍ୟାଡମିଣ୍ଟନ ଏସିଆନ ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ସାତ୍ତ୍ବିକ ଏବଂ ଚିରାଗ l

 

460 Y
1666 01-05-2023 English
  1. Police have arrested a man for allegedly posing as an official of Gujarat Chief Minister’s Office (CMO) and president of Gujarat International Finance Tec-City (GIFT City), and on the charge of raping a model on the promise of giving her a job.

  2. A doctor, who worked as a labourer during his childhood in Berunapadi village in Keonjhar district, has gifted his village a nofee world-class school.

  3. Chief Secretary PK Jena, Cuttack Collector BS Chayani, CDA chairman Anil Samal and CMC commissioner Nikhil Pavan Kalyan inspect ongoing downtown projects in the Silver City, Sunday.

  4. Distinguished Odia scientist Ajit Kumar Mohanty has been appointed as the Secretary of Department of Atomic Energy and Chairman of Atomic Energy Commission, officials said Sunday.

  5. As many as 19,630 water bodies in Odisha are not in use on account of being dried up, siltation, salinity and destruction beyond repair, according to India’s first-ever census of water bodies conducted by the Ministry of Jal Shakti.

  6. On the 26th death anniversary of great Indian leader Bhumi Putra Biju Patnaik, Aks Society, Delhi organised ‘Bhumi Putra Honourable Biju Patnaik International Peace Awards 2023’ at Kaveri Kala Sangam, New Delhi. 10 eminent personalities awarded Biju Patnaik Int’l Peace Awards ’23.

  7. The Bhitarkanika National Park (BNP) and Bhitarkanika Wildlife Sanctuary under this block in Kendrapara district will remain closed for tourists and locals for a period of three months from May 1 to July 31 in view of the mating and nesting season of saltwater crocodiles.

  8. The new Secretariat of Telangana has been named after B R Ambedkar with the intention that people's representatives and the entire government machinery should work to realise the ideals of the Architect of the Indian Constitution, Chief Minister K Chandrasekhar Rao said Sunday.

  9. About 300 officers of Assam Police, who are “habitual drinkers”, will be offered voluntary retirement, Chief Minister Himanta Biswa Sarma said Sunday.

  10. Punjab Kings sealed a stunning four-wicket win over Chennai Super Kings with Sikandar Raza holding his nerve to knock off the required three runs off the final ball in a tense Indian Premier League match here Sunday.

  11. The Delhi Court today extended the judicial custody of Trinamool Congress (TMC) leader Anubrata Mondal till May 4 in connection with the cattle smuggling case.

  12. Maoists on Monday torched two tipper trucks engaged in construction work in the Ittapara area of Sukma district, said SP Sukma, Sunil Sharma.

  13. India on Monday reported 4,282 coronavirus infections, while the number of active cases dropped by over 1,750 to stand at 47,246, according to the latest Health Ministry data.

  14. Centre Blocks 14 Mobile Messenger Apps In Big Crackdown On Terror Groups.The banned apps include Crypviser, Enigma, Safeswiss, Wickrme, Mediafire, Briar, BChat, Nandbox, Conion, IMO, Element, Second Line, Zangi, and Threema.

  15. The Delhi Police on Sunday provided security to the female wrestlers including a minor who levelled allegations of sexual harassment against Wrestling Federation of India chief Brij Bhushan Sharan Singh, officials said.

440 Y
1667 30-04-2023 Odia
  1. ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିବା ବୀର ବିକ୍ରମ ଯାଦବଙ୍କ ସ୍ଥାନରେ  ରଞ୍ଜନ ଦାସଙ୍କୁ  ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ଏଥି ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଣିକି ସ୍ବତନ୍ତ୍ର ସଚିବ ପାହ୍ୟା ମିଳିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

  2. ଦିଲ୍ଲୀପ ରାଉତରାଏ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ ଓଡ଼ିଶା ପରିବାରର ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

  3. ନାୟକ ଦୀପକ ସିଂଙ୍କ ପତ୍ନୀ ରେଖା ସିଂ ଲେଫ୍ଟନାଣ୍ଟ ଭାବରେ ସେନାରେ ନିଯୁକ୍ତ କରାଯାଇଛି। ବିଶେଷ କଥା ହେଉଛି ରେଖା ସିଂଙ୍କୁ ପୂର୍ବ ଲଦାଖରେ LAC ରେ ପ୍ରଥମ ପୋଷ୍ଟିଂ ଦିଆଯାଇଛି। 

  4. ଜେଇଇ ମେନ୍ ସେସନ୍-୨ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥି ସହିତ ୯୯.୯୮ ପ୍ରତିଶତ ମାର୍କ ସହ ଓଡ଼ିଶାର ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି । ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ମୋଟ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।

  5. ଆଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ୍ ଓ ଏକ ଲକ୍ଷ ଟଙ୍କା ଜରିମାନା ହୋଇଛି । କୋର୍ଟ ରାୟ ପରେ ସାଂସଦ ଆଫଜଲ ଅନସାରୀଙ୍କୁ ପୁଲିସ ହେପାଜତକୁ ନିଆଯାଇଛି। ତାଙ୍କ ଭାଇ ମୁଖତାର୍ ଅନସାରୀ ପୂର୍ବରୁ ବାନ୍ଦା ଜେଲରେ ଅଛନ୍ତି ।

  6. ଭାରତର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍ କରିଦେଇଛି ଟ୍ବିଟର। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ ନକରିବାରୁ ଟ୍ୱିଟର ଏସୀୟ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ର ଆକାଉଣ୍ଟକୁ ଳକ୍‌ କରିଥିବା କାରଣରେ ଦର୍ଶାଇଛି।

  7. ଉପଯୁକ୍ତ କାରଣ ନ ଥାଇ ଅସ୍ତ୍ରୋପଚାର କରାଯାଇ ଥିଲେ କ୍ଲିନିକାଲ ଏଷ୍ଟାବ୍ଳିସମେଣ୍ଟ ଆକ୍ଟ ଅନୁସାରେ ସମ୍ପୃକ୍ତ ଘରୋଇ ଡାକ୍ତରଖାନା, ନର୍ସିଂହୋମ୍‌‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ ଅସ୍ତ୍ରୋପଚାର ପ୍ରସବର ଅଡିଟ୍‌‌ ପ୍ରକ୍ରିୟାରେ କେବଳ ସରକାରୀ ଡାକ୍ତରଖାନା ସାମିଲ ଥିବା ବେଳେ ଏଣିକି ଘରୋଇ ଡାକ୍ତରଖାନାକୁ ଏହାର ପରିଧି ମଧ୍ୟକୁ ଅଣାଯାଇଛି।

  8. ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି। ମୋଟ ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ କେବଳ ବଜ୍ରପାତ ଯୋଗୁଁ ହୋଇଛି। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍‌‌ ସ୍ଟେଟ୍‌‌ମେଣ୍ଟ-୨୦୨୨”ରେ ଏହି ତଥ୍ୟ ଦିଆଯାଇଛି।

  9. ଏନ୍‌ସିଆର୍‌ବିର ଭାରତରେ ଦୁର୍ଘଟଣା ଓ ଆତ୍ମହତ୍ୟା ମୃତ୍ୟୁ (ଏଡିଏସ୍‌ଆଇ) ରିପୋର୍ଟ ଅନୁଯାୟୀ ଗୁଜରାଟରେ ଗତ ୫ ବର୍ଷରେ ୩୦୦୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। କେବଳ ଗତ ୨୦୨୨ରେ ୭ ଜଣ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି।

  10. ସୁଦାନରେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ। ତିନିଦିନଆ ଅସ୍ତ୍ରବିରତି ପାଇଁ କଥାବର୍ତ୍ତା ହୋଇଥିଲେ ମଧ୍ୟ ସେନା ଓ ଅର୍ଦ୍ଧସାମରିକ ବାହିନୀ ଗୁଳିଗୋଳା ଆକ୍ରମଣ ଜାରି ରଖିଛନ୍ତି

  11. ଦେଶର ୧୫ % ପିଏଚଡି ଏବଂ ୧୧ % ସ୍ନାତକୋତ୍ତର ତାମିଲନାଡୁ ରାଜ୍ୟର। ଏହି ମାନବସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉଦ୍ଭାବନର ପେଣ୍ଠସ୍ଥଳୀ ହୋଇପାରିବ ବୋଲି ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି।

  12. ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ୭ଟି ମାଓପ୍ରବଣ ରାଜ୍ୟରେ ସଡ଼କ ନିର୍ମାଣ ପାଇଁ ୧୦୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନାରେ ଓଡ଼ିଶାକୁ ୮ କୋଟି ଟଙ୍କା ମିଳିଥିବା ବେଳେ ଛତିଶଗଡ଼କୁ ସର୍ବାଧିକ ୮୫ କୋଟି ଟଙ୍କା ଦିଆଯାଇଛି।

  13. ଗେଲ୍ ଇଣ୍ଡିଆ ଲିମିଟେଡ ଶିଳ୍ପ କ୍ଷେତ୍ର ଏବଂ ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପିଏନ୍‌ଜି (ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ) ମୂଲ୍ୟ ମେ’ ପହିଲାରୁ ହ୍ରାସ କରିବ ବୋଲି ଘୋଷଣା କରିଛି।

  14. ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ଶେଷ କରିବା ପାଇଁ ଆଉ ୬ ମାସ ସମୟ ଦରକାର ବୋଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି।

  15. ନେଦରଲ୍ୟାଣ୍ଡସ କୋର୍ଟ ଶୁକ୍ରାଣୁ ଦାନ କରୁଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ରୋକ ଲଗାଇଛନ୍ତି। ବ୍ୟକ୍ତି ଜଣଙ୍କ ଏବେ ପର୍ଯ୍ୟନ୍ତ ତାଙ୍କ ଶୁକ୍ରାଣୁରୁ ୪୦୦-୫୦୦ ଶିଶୁଙ୍କୁ ଜନ୍ମ ଦେଇ ସାରିଛନ୍ତି।

  16. ଡ୍ରୋନ୍‌ ଷ୍ଟ୍ରାଇକ୍‌ ଯୋଗୁ ମସ୍କୋରେ ଅବସ୍ଥିତ କ୍ରିମିଆ ସେବାଷ୍ଟୋପୋଲର ବନ୍ଦରର ଏକ ଇନ୍ଧନ ଡିପୋରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି

  17. ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

  18. ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ଭାବେ ଜଣାଶୁଣା ଅଷ୍ଟ୍ରିଆର ‘ଓ୍ବିନେର ଜେଇଟୁଙ୍ଗ୍‌’ ଏହାର ଛାପା ସଂସ୍କରଣ ବନ୍ଦ କରିବାକୁ ଯାଉଛି। ୧୭୦୩ରୁ ପ୍ରକାଶ ପାଇ ଆସୁଥିବା ଏହି ଖବରକାଗଜକୁ ବନ୍ଦ କରିବା ପାଇଁ ଅଷ୍ଟ୍ରିଆ ପାର୍ଲାମେଣ୍ଟ ଗୁରୁବାର ନିଷ୍ପତ୍ତି ନେଇଛି।

  19. ବେଙ୍ଗାଲୁରୁସ୍ଥିତ ଶିକ୍ଷା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ବାଇଜୁ’ର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ କେତେକ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି।

  20. ଡେଲୋଏଟ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି, ୨୦୨୨ ତୁଳନାରେ ୨୦୨୩ରେ ୫୩ପ୍ରତିଶତ କାର୍ଯ୍ୟରତ ଭାରତୀୟ ମହିଳା ଅଧିକ ଚାପର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଦେଶର ମହିଳାମାନଙ୍କ ତୁଳନାରେ ଏହା ମଧ୍ୟ ସର୍ବାଧିକ।

455 Y
1668 30-04-2023 English

 

  1. Noted historian Ranajit Guha has died due to old age-related ailments, West Bengal Chief Minister Mamata Banerjee said on Saturday. Guha, who was 100 years old, died at his residence in Austria on Friday. He left behind his wife Mechthild.

  2. The state government is realising its resolution of 'Nirogi Rajasthan', Chief Minister Ashok Gehlot said on Saturday, referring to the Chiranjeevi Health Insurance Scheme and the Right to Health Act.

  3. The Enforcement Directorate (ED) Saturday said it has searched the Bangalore office and residential premises of Edtech major BYJU'S and its CEO and co-founder Raveendran Byju and seized “incriminating” documents and digital data as part of a foreign exchange violation probe.

  4. Priyanka Sar of KIIT International School (KIIT-IS) has made her alma mater proud by becoming the Odisha topper in the JEE Main exams, the results of which were declared Saturday. Priyanka scored 99.98 per cent. Besides Priyanka, 17 other students from the school have cleared the exam with flying colours.

  5. The state government has initiated the process to lease out six accommodation units under the Tourism department for development, augmentation, operation and maintenance through public-private partnership (PPP) mode. The Tourism department has invited tenders to lease out the Panthanivas Paradip, Panthanivas Keonjhar, Yatrinivas Satapada, Yatrinivas Konark (part), TRC Gopalpur and BN Palace Paralakhemundi.

  6. The state government Saturday appointed IAS officer Ranjan Kumar Das as chief administrator of Shree Jagannath Temple Administration (SJTA). As per a notification issued by the General Administration and Public Grievances department, Das will take the charge from incumbent SJTA chief administrator VV Yadav.

  7. The India Meteorological Department (IMD) Saturday said a low pressure area is likely to take shape over south Bay of Bengal (BoB) around May 5.

  8. The total value of assets attached in the 2014 money laundering case linked with the Rose Valley Group has risen to more than `1,171 crore with the Enforcement Directorate (ED) saying it has seized properties worth `54 crore in the case.

  9. The Odisha Protection of Interest of Depositors (OPID) court in Balasore Friday ordered attachment of `7 crore worth property of M/S Lakshya Level Marketing Pvt. Ltd, a chit fund company.

  10. As many as 6,000 villagers who live in 38 forest and unsurveyed villages in Ganjam district will be benefited as their villages have been granted revenue status under the Forest Rights Act and Orissa Survey and Settlement Act.

  11. A court here Saturday sentenced gangster-politician Mukhtar Ansari and his brother and BSP MP Afzal Ansari to imprisonment for 10 years and four years, respectively in a 2007 Gangsters Act case.

  12. For a change, the traditional political rivals in Kerala, the ruling CPI-M led Left and the Congress led Opposition, are up in arms against the controversial Hindi film ‘The Kerala Story’.

  13. The offence for which Congress leader Rahul Gandhi was awarded the maximum sentence of two years in jail was not serious nor did it involve any "moral turpitude", his lawyer told the Gujarat High Court Saturday while seeking a stay to his conviction in the 2019 defamation case.

  14. In a historic first, the Indian Army has inducted five women officers into its Regiment of Artillery and three of them have been posted to frontline formations along the Line of Actual Control (LAC) with China, military sources said Saturday. Lt Mehak Saini, Lt Sakshi Dubey, Lt Aditi Yadav, Lt Pious Mudgil and Lt Akanksha have joined the Army's premier artillery units after successfully completing their training at the Officers Training Academy (OTA) in Chennai.

  15. The U.S. confiscated Iranian oil on a tanker at sea in recent days in a sanctions enforcement operation, three sources said, and days later Iran seized another oil-laden tanker in retaliation, according to a maritime security firm.

  16.  Facing allegations of sexual harassment by seven women wrestlers, WFI chief Brij Bhushan Sharan Singh Saturday said he is ready for “any kind of investigation” but won’t resign from his post as it would mean he has accepted the charges against him.

  17. India records 5,874 Covid cases in 24 hours, 18 per cent lower than yesterday.

  18. Minister of State (MoS) for Education Subhas Sarkar on Saturday said there was "misleading propaganda" about the removal of Darwin's Theory from the National Council of Educational Research and Training (NCERT) science textbook for Class 10.

  19. Nine people have died and 11 are unwell after a gas leak incident at a factory in the Giaspura area of Ludhiana in Punjab, news agency ANI reported.

  20. An earthquake of magnitude 4.1 struck Jammu and Kashmir early Sunday morning, National Center for Seismology said.

 

500 Y
1669 29-04-2023 Odia
  1. କେନ୍ଦ୍ର ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସାଂଘାଇ ସହଯୋଗ ସଂଗଠନ – ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କୁ ସଡ଼କ ପରିବହନ କ୍ଷେତ୍ରରେ ସମସାମୟିକ ଆହ୍ୱାନର ପ୍ରଭାବଶାଳୀ ସମାଧାନ ନିମନ୍ତେ ଗବେଷଣା ତଥା ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ କହିଛନ୍ତି।

  2. କଲମ୍ବୋସ୍ଥିତ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରରେ ଭାରତୀୟ ସିନେମା ଉପରେ ଏକ କର୍ମଶାଳା ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ନଗର ଉନ୍ନୟନ ଓ ଗୃହମନ୍ତ୍ରୀ ଅରୁନ୍ଦୀକା ଫର୍ନାଣ୍ଡୋ ଏବଂ ଶ୍ରୀଲଙ୍କାରେ ଭାରତର ଡେପୁଟି ହାଇ କମିଶନର ବିନୋଦ ଯାକବ ଯୋଗ ଦେଇଥିଲେ।

  3. ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା।

  4. ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଶେଷରେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ପ୍ରତିନିଧି  ଦଳ।

  5. ସୁଦାନରେ ବିନା ଆଲୋକରେ ବିମାନ ଅବତରଣ କଲେ ସାହସୀ IAF ପାଇଲଟ, ଆଶ୍ଚର୍ଯ୍ୟଜନକ ଅପରେସନରେ ୧୨୧ ଜଣ ଭାରତୀୟ ଉଦ୍ଧାର।

  6. ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ନେଟ୍‌ଫ୍ଲିକ୍ସ ଡକୁସିରିଜ୍‌ ‘ୱା‌ର୍କିଂ’ର ବହୁ ଦୃଶ୍ୟରେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନକୁ ଦେଖିବାକୁ ମିଳିବ। ୱାର୍କିଂର ଟ୍ରେଲରକୁ ଓବାମା ଜାରି କରିଛନ୍ତି।

  7. ଘୃଣା ଭାଷଣ ମାମଲାରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ଭାଷଣ ମାମଲାରେ ଅଭିଯୋଗ ଦାଏର ନହେଲେ ବି ରାଜ୍ୟମାନେ ନିଜ ଆଡ଼ୁ ଏହି ଘୃଣା ଭାଷଣ ମାମଲାରେ ଏତଲା ରୁଜୁ କରିବା ଉଚିତ । ମାମଲା ରୁଜୁ ହେବାରେ ଯଦି ବିଳମ୍ବ ହୁଏ ତେବେ ଏହାକୁ ଅଦାଲତ ଅବମାନନା ଭାବେ ଧରି ନିଆଯିବ। ସୁପ୍ରିମକୋର୍ଟ କହିଛନ୍ତି, ଘୃଣା ଭାଷଣ ହେଉଛି ଏକ ଗୁରୁତର ଅପରାଧ।

  8. ପଶ୍ଚିମବଙ୍ଗ ସରକାରଙ୍କ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାକୁ କଲିକତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଖଣ୍ଡପୀଠରୁ ବାଦ୍ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଏକ ଟିଭି ଚ୍ୟାନେଲକୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଦେଇଥିବା ସାକ୍ଷାତକାର ଆଧାରରେ ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ସେ ଚ୍ୟାଲେଂଜ କରିଛନ୍ତି।

  9. ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କ ହତ୍ୟା ଘଟଣାର ତଦନ୍ତ ଦେଶର ସବୋର୍ଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ କରିବ। ଏହି ମାମଲାର ତଦନ୍ତ ଭାର ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସିବିଆଇକୁ ହସ୍ତାନ୍ତର କରିବେ ବୋଲି ଆଜି ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସରକାର।

  10. ଜାତୀୟ ରାଜଧାନୀରେ ଅନୁଷ୍ଠିତ ‘ଜାତୀୟ କନ୍‌କ୍ଲେଭ୍‌; ମନ୍‌ କୀ ବାତ୍‌ @ ୧୦୦’ କାର୍ଯ୍ୟକ୍ରମ ବେଳେ ପ୍ରସବ ବେଦନା ହେବାରୁ ଜଣେ ଆମନ୍ତ୍ରିତ ମହିଳା ଅତିଥି ପୁତ୍ରବତୀ ହୋଇଛନ୍ତି।

  11. ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଆଜି କିଛି ବିଶୃଙ୍ଖଳ ଜନତା ନିଆଁ ଲଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ଚୁରାଚାନ୍ଦପୁର ଜିଲ୍ଲାରେ ଏକ ଜିମ୍‌ ସ୍ପୋର୍ଟସ ଫ୍ୟାସିଲିଟି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିଲା।

  12. ବ୍ରିଜ ଭୂଷଣ ଓ ମହାସଂଘର କିଛି ସଦସ୍ୟ ମହିଳା ରେସଲରମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ରେସଲରମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହେଁ ଏଯାଏ ଏଫଆଇଆର ରୁଜୁ କରାଯାଇ ନଥିଲା। ନ୍ୟାୟ ପାଇଁ କିଛି ରେସଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହା ପରେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛି ଦିଲ୍ଲୀ ପୁଲିସ।

  13. ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାରେ ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିବା ସୂଚନା ।

  14. ଅଙ୍ଗଦାନ କରୁଥିବା କେନ୍ଦ୍ର କର୍ମଚାରୀଙ୍କୁ ୪୨ ଦିନ ପାଇଁ ସ୍ବତନ୍ତ୍ର ଛୁଟି (ସିଏଲ) ମିଳିବ। ଅସ୍ତ୍ରୋପଚାର ପରେ ସୁସ୍ଥ ହେବା ପର୍ଯ୍ୟନ୍ତ ଏହି ଛୁଟି ଦିଆଯିବ। ଏଥିପାଇଁ ସରକାରୀ ମାନ୍ୟତା ପ୍ରାପ୍ତ ଡାକ୍ତରଙ୍କ ଅନୁମତି ନେବାକୁ ପଡିବ। ବର୍ତ୍ତମାନ ଏବେ ଏଭଳି ମାମଲାରେ ୩୦ ଦିନ ପାଇଁ ଛୁଟି ମିଳୁଛି।

  15. ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ପୋଲିସ ସୁରକ୍ଷା ବାବଦ ୮ ଲକ୍ଷ ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।

  16. ସମଲିଙ୍ଗୀ ବିବାହର ବୈଧିକରଣ ଲାଗି ହେଉଥିବା ଉଦ୍ୟମକୁ ବିରୋଧ କରି ୧୨୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ଅଛନ୍ତି।

  17. ଗୋଟାଏ ଦିନରେ ଜୁକରବର୍ଗଙ୍କ ସଂପତ୍ତି ୧୪ ପ୍ରତିଶତ ବଢ଼ିଲା; ପଛରେ ପଡ଼ିଲେ ମୁକେଶ ଅମ୍ବାନୀ ।

  18. ହାଇସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ, ନେଲା ମଧୁର ପ୍ରତିଶୋଧ ।

  19. ଗୋଟିଏ ଇନିଂସରେ ବୋଲିଂ କଲେ ୯ ଜଣ ଖେଳାଳି:IPL ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ରାହୁଲ।

  20. ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୫୬ ରନ୍‌ରେ ବିଜୟ ହୋଇଛି।

430 Y
1670 29-04-2023 English
  1. The Centre Friday named Siddhartha Mohanty as the first chief executive of the Life Insurance Corporation of India (LIC), the country's biggest insurer.

  2. Russia fires more than 20 cruise missiles and two drones at Ukraine early Friday, killing at least 22 people.

  3. Delhi Police Friday registered two FIRs in connection with sexual harassment allegations levelled by women wrestlers against Wrestling Federation of India chief Brij Bhushan Sharan Singh.

  4. BBC Chairman Richard Sharp resigned Friday over a report into whether he failed to properly disclose his involvement in the facilitation of a loan to former British Prime Minister Boris Johnson.

  5. In view of sharp rise in Caesarean Section deliveries between National Family Health Survey (NFHS)-4 of 2015-16 and 2019-21, the state government has expanded the audit of such delivery cases to all private hospitals too that would come into effect from May 1. Earlier, the audit was being done in government hospitals.

  6. The Odisha government has informed the Supreme Court that it will appoint a full-time chief administrator for Srimandir at the earliest, an official said Friday.

  7. Odisha has witnessed a significant boost in the field of farm mechanisation with the sale of machinery reaching over Rs 805 crore during 2022- 23. The state has set a target for Rs 1000 crore sales in 2023-24, said Agriculture & Farmers’ Empowerment Principal Secretary Arabinda Padhee, Friday.

  8. The Commissionerate Police has arrested a man for allegedly duping a woman of Ranihat area here of around Rs 62 lakh by claiming himself a sorcerer, Friday. Mangalabag police have arrested Sheikh Ashfaq and seized as many as 70 mobile phones, Rs 2.76 lakh in cash, two cars, and a motorcycle from his possession, said deputy commissioner of police (DCP) Pinak Mishra.

  9. To celebrate India’s G20 Presidency, AIIMS Bhubaneswar students Friday formed a large Human Chain depicting G20. To mark the theme of One Earth, One Family, One Family, only girl students of AIIMS Bhubaneswar formed G20 inside the premises of the national institute.

  10. India Friday brought home 754 people under its mission to evacuate stranded Indians from strife-torn Sudan. While 392 people arrived in New Delhi in a C-17 heavy-lift aircraft of the Indian Air Force, another batch of 362 Indians were brought to Bengaluru.

  11. More than 120 eminent citizens, including retired high court judges and former bureaucrats, have written to President Droupadi Murmu opposing what they called "highly objectionable attempts" to legalise same-sex marriages.

  12. The hospitality sector in India saw a 60 per cent rise in job postings from March 2022 to March 2023, with DelhiNCR emerging as the top city for such jobs, a report showed Friday.

  13. Jharkhand Chief Minister Hemant Soren Friday launched the state's first air ambulance service from Ranchi to other parts of the country. Soren flagged-off the service for which an aircraft of the Redbird Airways has been taken on lease, an official of the state civil aviation department said.

  14.  Online food delivery platform Swiggy has started charging all users a “platform fee” of `2 per food order, irrespective of the cart value.

  15. A resurgent Gujarat Titans, boasting a powerpacked bowling unit, will come in the way of Kolkata Knight Riders’ revival hopes when the two teams cross swords in the IPL here Saturday.

458 Y