# |
Date |
Type |
Current Affairs |
No. Of Views |
Status |
Action |
1341 |
19-10-2023 |
Odia |
-
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।
-
କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ଅର୍ଥାତ୍ ‘ଡିଏ’ ହାର ୪୨ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।
-
ଗାଜାରେ ଗତକାଲି ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା
-
ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସ୍ର ଆକ୍ରମଣ ପାଇଁ ପାଲେଷ୍ଟାଇନବାସୀଙ୍କୁ ସାମୂହିକ ଦଣ୍ଡ ଦେବା ଯୁକ୍ତିଯୁକ୍ତ ନୁହେଁ ଏବଂ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ।
-
୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
-
ଆଇସିସି ବିଶ୍ବକପ୍-୨୦୨୩ର ୧୬ତମ ମ୍ୟାଚ୍ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍ ସଂଗ୍ରହ କରିିଥିଲା।
-
ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।
-
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରିଛନ୍ତି।
-
ଅତ୍ୟାଧନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ ) ଟେକ ଟାୱାର ଲୋକାର୍ପିତ । ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି।
-
କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ଶିକ୍ଷା ବର୍ଷରେ ମୋଟ ୫୦ଟି ସିଟ୍ରେ ନାମଲେଖା ହେବ। ଯେଉଁମାନେ ଚଳିତଥର ବିଇଡି ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ନାମଲଖା ପାଇଁ ଆବେଦନ କରିପାରିବେ।
-
ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।
-
ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି।
-
ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ।
-
ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ।
-
ମାଳଦ୍ବୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମହମ୍ମଦ ମୁଇଜୁ ଦ୍ବୀପଦେଶରୁ ଭାରତୀୟ ସେନାକୁ ତଡ଼ିବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି ଦୋହରାଇଛନ୍ତି।
-
ଖୁବ୍ଶୀଘ୍ର ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେସ୍ତୋରାଁ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହି ରେସ୍ତୋରାଁରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇବେ। ଏଥିରେ ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ବି କରିପାରିବେ।
-
୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
-
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୱେଲ୍ସ୍ପନ୍ର ଅଧ୍ୟକ୍ଷ ବାଲ୍କ୍ରିଷ୍ଣ ଗୋଏଙ୍କା ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।
-
ଇସ୍ରାଏଲ୍-ହମାସ ଲଢ଼େଇ ଜୋରଦାର ହେବା ପରେ ଭାରତୀୟ ଷ୍ଟକ୍ବଜାର ଉପରେ ତାହାର ପ୍ରଭାବ ପଡ଼ିଛି। ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୫୫୧ ପଏଣ୍ଟ ହ୍ରାସ ପାଇ ୬୫,୮୭୭ ପଏଣ୍ଟ୍ରେ ବନ୍ଦ ହୋଇଛି।
-
ଚଳିତ ଆର୍ଥିକ ବର୍ଷରେ ଜିଏସ୍ଟି ଗୁଇନ୍ଦା ଅଧିକାରୀମାନେ ୧.୩୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଠକେଇ ଠାବ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଉନ୍ନତ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଠକେଇ ଧରିବାକୁ ଉଦ୍ୟମ କରୁଛି।
|
398 |
Y |
|
1342 |
19-10-2023 |
English |
-
The Rashtrapati Bhavan announced Wednesday that former Chief Minister of Jharkhand, Raghubar Das has been appointed as the Governor of Odisha. He replaces Professor Ganeshi Lal who assumed the Governor’s office in the state May 29, 2018. His tenure ended earlier this year.
-
The Union Cabinet on Wednesday approved release of an additional installment of dearness allowance (DA) to central government employees and dearness relief (DR) to pensioners from July 1, 2023 onwards, representing an increase of 4 per cent over the existing rate of 42 per cent of the basic pay and pension, to compensate against price rise.
-
Ahead of Assembly polls in key wheat growing states, the government announced Wednesday an increase in the minimum support price (MSP) of wheat by `150 to `2,275 per quintal for the 2024-25 marketing season.
-
Chief Minister Naveen Patnaik inaugurated Odisha Power Transmission Corporation Limited (OPTCL) Tech Tower, the public enterprise’s corporate office, in Saheed Nagar area of the City, Wednesday
-
Passengers are in for a tough time during the festive season as the Private Bus Owners’ Association has decided to keep vehicles off the roads from October 20 protesting against the state government’s Location Accessible Multi-modal Initiative (LAccMI) programme.
-
A Delhi court convicted Wednesday five people for the murder of television journalist Soumya Vishwanathan, who was shot dead 15 years ago while she was returning home from work.
-
Odisha has come up with SOPs to meet the challenges of drinking water across the state, especially in villages, before the onset of next year’s summer
-
Medical instruments worth over Rs 60 lakh have been stolen from the Capital Hospital here Tuesday night, an official said Wednesday. Some employees and security personnel are suspected to have been involved in it, he said.
-
Former chief justice of Orissa High Court Justice Dr S Muralidhar is slated to begin practice law before the Supreme Court as he was designated as senior advocate October 16.
-
India's fastest woman Dutee Chand has expressed optimism that same-sex marriage will become a reality one day. Chand made the remark while expressing her views on the apex court's judgment on the legality of same-sex marriage.
-
Tribal dominated Mayurbhanj district got three of the four pairs of trains that were recently approved by the Indian Railways in the South Eastern Railway jurisdiction, officials said Wednesday.
-
A building of the newly established Odisha University of Health Sciences (OUHS) in Ekamra Kshetra here was unveiled by Health Minister Niranjan Pujari Wednesday.
-
Revenue Divisional Commissioner (RDC) (Central Division) Suresh Chandra Dalai has appealed to the devotees to donate mature Phasi, Asan and Dhaura timber for construction of chariots of Lord Jagannath and His siblings, Lord Balabhadra and Devi Subhadra, for the annual Rath Yatra in Puri.
-
Tamil Nadu Tourism department, in association with the state IT department, is developing a tourism app that will cater to all the needs of both domestic and international tourists wishing to explore the state.
-
The Income Tax department has seized unaccounted cash of Rs 32 crore and gold bullion worth Rs 28 crore after its recent searches against two business groups, including one linked to DMK MP S Jagathrakshakan, in Tamil Nadu and Pondicherry.
-
The government Wednesday approved setting up of a Rs 20,773.70 croretransmission line for evacuation of solar power from a 13 GW renewable energy project in Ladakh to Kaithal in Haryana.
-
Walmartowned PhonePe said Wednesday its consolidated revenue for financial year 2023 surged 77%, as more customers used its platform to send and receive money in India’s booming digital payments market.
-
Going by the current form of the teams, the popular pre-match prediction of India’s World Cup game against Bangladesh here Thursday will be a romp for Rohit Sharma’s men.
-
The extraordinary powers of the Enforcement Directorate will come under the scanner of the Supreme Court again with the judges agreeing to hear another batch of petitions challenging them.
-
A police sub-inspector posted in Pune district who recently shot to fame after winning ₹ 1.5 crore on a fantasy sports platform was suspended for alleged misconduct on Wednesday, an official said.
|
414 |
Y |
|
1343 |
18-10-2023 |
Odia |
-
ମୋଦୀ ସରକାର ଦୀପାବଳୀ ଅବସରରେ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର ମଙ୍ଗଳବାର (୧୭ ଅକ୍ଟୋବର) ଦୀପାବଳୀ ବୋନସ ଦେବାକୁ ଘୋଷଣା କରିଛନ୍ତି। ଏହାରି ମାଧ୍ୟମରେ ଗ୍ରୁପ -ବି ଏବଂ ଗ୍ରୁପ -ସି ବର୍ଗର କର୍ମଚାରୀଙ୍କୁ ୩୦ ଦିନର ଅତିରିକ୍ତ ଦରମା ମିଳିବ।
-
ରିଉଟର୍ସ ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ମଙ୍ଗଳବାର ୧୭ ଅକ୍ଟୋବରକୁ ଗହମର ଦାମ୍ ୧.୬ ପ୍ରତିଶତ ବୃଦ୍ଧି ପାଇଁ ୨୭,୩୯୦ ଟଙ୍କା ପ୍ରତି ମେଟ୍ରିକ ଟନରେ ପହଞ୍ଚିଛି, ଯାହା ୧୦ ଫେବୃଆରୀ ୨୦୨୩ ପରେ ସବୁଠୁ ମହଙ୍ଗା ଅଟେ।
-
ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।
-
ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ଲକ୍ଷ୍ୟରେ ଇସ୍ରାଏଲୀ ସେନା ଗାଜା ଅଞ୍ଚଳରେ ଆକ୍ରମଣ ଆହୁରି ତୀବ୍ର କରିଛି। ଏପରିକି ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କୁ ମଧ୍ୟ ନିସ୍ତାର ମିଳିନାହିଁ। ପ୍ରାୟ ୧୦ ହଜାରରୁ ଅଧିକ ସୈନିକ ହମାସ୍ ସୁଡ଼ଙ୍ଗ ମଧ୍ୟରେ ପଶି ହମାସ୍ ଆତଙ୍କବାଦୀଙ୍କୁ ନିପାତରେ ଲାଗିଛନ୍ତି ବୋଲି ସୂଚନା ମିଳିଛି।
-
ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ମହାକାଶ ପ୍ରତି ଉତ୍ସାହ ଅଧିକ ରହିଛି। ଚନ୍ଦ୍ରଯାନ-୩ ମିଶନ ପରେ ଆଦିତ୍ୟ L1 ର ସଫଳତା ସମଗ୍ର ବିଶ୍ୱକୁ ଚକିତ କରିଛି। ମହାକାଶରେ ଏକ ଦୃଢ ଉପସ୍ଥିତି ବଜାୟ ରଖିବା ପାଇଁ ଭାରତ ଏହିପରି ମିଶନ ଜାରି ରଖିବ। ଏହି କ୍ରମରେ ଏବେ ଗଗନଯାନ ମିଶନରେ ଜୁଟିଯାଇଛନ୍ତି ଇସ୍ରୋ ବୈଜ୍ଞାନିକ ।
-
ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ଚଳଚିତ୍ର ପାଇଁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ‘ପୁଷ୍ପା ଦି ରାଇଜ୍ ‘ ଦର୍ଶକଙ୍କୁ ଆକର୍ଷିତ କରିଥିଲା । କ୍ରୀତି ସନନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନୀତ କରାଯାଇଛି ।
-
ଚଳଚିତ୍ର ମିମି ପାଇଁ କ୍ରୀତି ସାନନ ଏବଂ ଗଙ୍ଗୁବାଇ କାଠିଆୱାଡି ଫିଲ୍ମ ପାଇଁ ଆଲିଆଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଓ୍ବାହିଦା ରେହମାନ୍ ପାଇଲେ ଦାଦା ସାହେବ୍ ଫାଲକେ ପୁରସ୍କାର । ଭାରତୀୟ ଚଳଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଫାଲକେ ଆଓ୍ବାର୍ଡ ।
-
ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।
-
‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଜାତୀୟ ପୁରସ୍କାର ମିଳିଛି। ଏହି ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ। ଫିଲ୍ମଟି ରିଲିଜ ହେବା ପରେ ବେଶ ସଫଳତା ସାଉଁଟି ଥିଲା।
-
ଆଇଏମ୍ଡି ପକ୍ଷରୁ ମଙ୍ଗଳବାର ସୂଚନା ମିଳିଛି। ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲଘୁଚାପ ସୃଷ୍ଟି ସମ୍ଭାବନା ପରେ ଏ ବର୍ଷ ପୂଜାକୁ ଲଘୁଚାପ ଭସାଇବା ନେଇ ଆଶଙ୍କା ବଢିଛି। ୨୦ ତାରିଖରେ ମହାଷଷ୍ଠୀ,୨୪ରେ ଦଶହରା ଓ ୨୫ରେ ଭସାଣ। ଲଘୁଚାପ ସମ୍ଭାବନା ପରେ ପୂଜା ଭିଜା ଭିଜା ନେଇ ଆଶଙ୍କା ବଢିଯାଇଛି।
-
ତାମିଲନାଡୁର ଭିରୁଧୁନଗର ଜିଲାର ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
-
ଅକ୍ଟୋବର ୨୯ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଗୌହାଟୀ ଡାଇରେକ୍ଟ ଫ୍ଳାଇଟ୍ । ସପ୍ତାହକୁ ସାତଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ ।
-
ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଐତିହାସିକ ରାୟ ୫ ଜଣିଆ ଖଣ୍ଡପୀଠ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ କହିଛନ୍ତି ଯେ, କୋର୍ଟ ଆଇନ ତିଆରି କରିପାରିବେ ନାହିଁ । ଏହା କେବଳ ଏହାର ବ୍ୟାଖ୍ୟା ଏବଂ କାର୍ଯ୍ୟକାରୀ କରିପାରିବ। ସ୍ୱତନ୍ତ୍ର ବିବାହ ଆଇନର ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ତାହା ସ୍ଥିର କରିବା ସଂସଦର କାର୍ଯ୍ୟ।
-
ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ମନ୍ଦିର ବାହାରେ କିମ୍ବା ରାସ୍ତାରେ ଭିକାରି ଦେଖିଲେ ଉଠାଇନେବ ବିଏମସି ସ୍କ୍ୱାର୍ଡ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
-
ଏକଦା ଦେଶ ତଥା ବିଦେଶରେ ‘ଭୋକର ଭୂଗୋଳ’ ଓ ‘ଅନାହାର ପର୍ଯ୍ୟଟନ ଭୂମି’ କୁହାଯାଉଥିବା ଓଡ଼ିଶା ଏବେ ଦେଶ ପାଇଁ ପାଲଟିଛି ଖାଦ୍ୟ ଭଣ୍ଡାର।ପରିଣତିସ୍ୱରୂପ ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୪% ହ୍ରାସ ପାଇଛି।
-
ଭୀମସାରରେ ହୃଦ୍ରୋଗ ଚିକିତ୍ସା ପାଇଁ ଷ୍ଟେମି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ହୃଦ୍ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳିବା ସହ ହୃଦ୍ରୋଗରେ ମୃତ୍ୟୁହାର ସଂଖ୍ୟା ହ୍ରାସ ପାଇବ ବୋଲି ଭୀମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାଏକ କହିଛନ୍ତି।
-
ମାସ୍ ଆକ୍ରମଣରେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି।ଅଧ୍ୟୟନରୁ ଜଣାପଡ଼ିଛି ଯେ ହମାସ୍ ଆତଙ୍କବାଦୀମାନେ ବ୍ୟକ୍ତିଙ୍କୁ ବାନ୍ଧି ସେମାନଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ସେହିପରି ଆହୁରି ଅନେକଙ୍କ ହାତ ବାନ୍ଧି ବ୍ଲେଡ୍ରେ କାଟି ଦେଇଥିବା ଜଣାପଡ଼ିଛି। ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି ଏବଂ ନିର୍ମମ ନିର୍ଯାତନା ଦିଆଯାଇଛି।
-
ଆପ୍ ସାଂସଦ ରାଘବ ଚଢ଼ାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ରାଘବ ଚଢ଼ା ତାଙ୍କ ଟାଇପ୍-୭ ସରକାରୀ ବଙ୍ଗଳାରେ ରହିପାରିବେ। ରାଘବଙ୍କ ବଙ୍ଗଳା ଖାଲି କରିବା ସଂକ୍ରାନ୍ତ ରାଜ୍ୟସଭା ସଚିବାଳୟ ନିଷ୍ପତ୍ତି ଉପରେ ପୂର୍ବରୁ ଗତ ଟ୍ରାଏଲ କୋର୍ଟ ରୋକ୍ ଲଗାଇଥିଲେ। ଏହି ରାୟ ବଳବତ୍ତର ରହିବ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ଥିବା ଏକ ମାନହାନି ମାମଲା ରଦ୍ଦ କରିବାପାଇଁ ମୁମ୍ବାଇର ବୋରିଭଲି କୋର୍ଟ ମନା କରିଦେବା ପରେ ସେ ଏହାକୁ ଚ୍ୟାଲେଂଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
-
ପାଲେଷ୍ଟାଇନ ଚରମପନ୍ଥୀ ସଂଗଠନ ହମାସ ବିରୋଧରେ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ଏକ ବଡ଼ ସଫଳତା ମିଳିଛି । ଇସ୍ରାଏଲ ବାୟୁ ସେନାର ଆକ୍ରମଣରେ ହମାସର ସେଣ୍ଟ୍ରାଲ ବ୍ରିଗେଡର ମୁଖ୍ୟ ଆୟମାନ ନୋଫେଲ ନିହତ ହୋଇଛି ।
|
432 |
Y |
|
1344 |
18-10-2023 |
English |
-
Hamas’ military wing, the Qassam Brigades, says that an Israeli airstrike in the central Gaza Strip has killed one of its top militant commanders. Ayman Nofal is the most high-profile Hamas militant to be killed so far in Israeli bombardment on the Gaza Strip. Nofal, known by his nom de guerre Abu Mohammed, was killed on Tuesday in Israeli strikes that targeted the Bureij camp in the central Gaza Strip, the militant group said in a statement.
-
The 69th National Film Awards ceremony was a grand celebration of outstanding achievements in Indian cinema, held at the prestigious Vigyan Bhavan in Delhi today, October 17. The star-studded event honoured some of the most talented individuals in the film industry, including acclaimed actors Alia Bhatt and Kriti Sanon who jointly bagged Best Actress awards for their movies Mimi and Gangubai Kathiawadi.
-
Solicitor General Tushar Mehta Tuesday welcomed the Supreme Court judgement refusing to accord legal recognition to same-sex marriage under the Special Marriage Act and leaving the issue for Parliament to decide.
-
Chief Minister Naveen Patnaik Tuesday felicitated javelin star Kishore Kumar Jena with a cash award of `1.5 crore for his stellar performance in the recently-concluded Asian Games in China.
-
The administration in this district held Monday a public hearing for Vedanta Limited’s proposed Sijimali bauxite mining project, amid protests by those opposed to it. While more than 150 armed police personnel were guarding the venue at a school at Sunger under Kashipur block, hundreds of men and women assembled to participate in the discussions
-
Chief Minister Naveen Patnaik launched the ‘Ama Odisha Nabin Odisha’ programme in Mayurbhanj, Bargarh and Deogarh districts through virtual mode from Bhubaneswar, Tuesday
-
In a significant judgment, the Supreme Court Tuesday refused to grant legal recognition to the marriages and civil unions between same-sex couples and left it to the Parliament to decide on enacting laws with respect to the matter. It, however, held that same-sex couples have the right to cohabit.
-
Buoyed by the success of the Chandrayaan mission, Prime Minister Narendra Modi Tuesday set ambitious goals for ISRO, asking them to set up an Indian Space Station by 2035 and send the first Indian to the Moon by 2040.
-
The Vedvyas Dham will soon see a complete image transformation as the government has sanctioned additional funds for the project. This famous religious tourism destination is a leading Shaivite shrine. The shrine is witnessing massive development work and the additional state government funds will only spur the process.
-
The Forest department Tuesday launched the tiger census at Similipal National Park amidst suspicion over the number of big cats in Odisha. The state government decided to go for the tiger census after the AllIndia Tiger Estimation (AITE) 2022 released in July this year said that the total number of tigers in Odisha has gone down to 20 during the year from 45 in 2006.
-
The Supreme Court Tuesday reserved its verdict on the regular bail pleas of former Delhi Deputy Chief Minister and Aam Aadmi Party (AAP) leader Manish Sisodia in corruption and money laundering cases arising out of the Delhi excise policy ‘scam’
-
The Supreme Court Tuesday granted Maharashtra assembly Speaker Rahul Narwekar a final opportunity to give it a realistic timeframe for deciding the cross-petitions filed by the rival factions of the Shiv Sena seeking disqualification of each other’s MLAs following a split in the party.
-
The National Green Tribunal (NGT) has issued notices to the chief secretaries of all states and the Union Ministry of Jal Shakti (MoJS) in a matter regarding non-compliance with the tribunal's order regarding the pollution of various river stretches across the country.
-
Hamas’ military wing, the Qassam Brigades, says that an Israeli airstrike in the central Gaza Strip has killed one of its top militant commanders. Ayman Nofal is the most high-profile Hamas militant to be killed so far in Israeli bombardment on the Gaza Strip.
-
Ukraine Tuesday claimed to have carried out one of the most destructive attacks on Russian air assets since the beginning of the war, as a US official revealed that the longerrange ballistic missiles sought for months by Kyiv had been delivered quietly and are in battlefield use.
-
The US, China, Korea and Chinese Taipei have raised concerns on India’s decision to impose import restrictions on laptops, and computers, in a meeting of the World Trade Organisation (WTO), an official said.
-
Even as India’s retirement system has improved to some extent from last year, the country ranked 45 out of the 47 retirement income systems analysed, a report said Tuesday
-
The Central government on Tuesday has revived the Diwali bonus for its employees belonging to group C and Group D and certain categories of group B.
-
Ahead of the Durga Puja festival, the Assam government on Tuesday has decided to provide ₹ 10,000 to each 6953 puja pandals across the state as grants-in-aid.
-
The Supreme Court collegium headed by Chief Justice D Y Chandrachud on Tuesday recommended the names of seven judicial officers for appointment as judges of the Patna and Madhya Pradesh High Courts.
|
474 |
Y |
|
1345 |
17-10-2023 |
Odia |
-
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି।
-
ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ନିଜର କାମ ବହୁତ ଭଲ ଭାବେ କରିବା ପରେ ଏବେ ଖୁସିରେ ଚନ୍ଦ୍ରରେ ଶୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ସୋମବାର କହିଛନ୍ତି।
-
ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଶ୍ରୀମନ୍ଦିର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ ।ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ଟା ୪ ମିନିଟ୍ ୫୫ ସେକେଣ୍ଡଠାରୁ ରାତି ୨ଟା ୨୪ ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ରହିବ ।
-
ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆପ୍ ସାଂସଦ ରାଘବ ଚଢ଼ା ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହେବା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କ ସହାୟତା ଲୋଡିଛନ୍ତି।
-
ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ର ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ବାରକୋଟ ଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି
-
ଜଣେ ବିବାହିତା ମହିଳାଙ୍କୁ ତାଙ୍କ ୨୬ ସପ୍ତାହର ଗର୍ଭ ନଷ୍ଟ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।ସୋମବାର କୋର୍ଟ କହିଛନ୍ତି ଯେ ଏମ୍ସ ରିପୋର୍ଟ ଅନୁଯାୟୀ ଗର୍ଭସ୍ଥ ଶିଶୁର କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏମ୍ସରେ ଠିକ୍ ସମୟରେ ପ୍ରସବ କରାଯାଇପାରିବ।
-
ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ଥିଲେ ବିନୋଦିନୀ । ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ପ୍ରତମକରି ଲେଖିଥିଲେ ଗୀତ ।
-
ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି ।
-
ଇସ୍ରାଏଲ-ହମାସ୍ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି।
-
ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି ଇରାନ କହିଛି।
-
ଗାଜାରେ ଏକ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ପ୍ରସ୍ତୁତ ହେଉଥିବାବେଳେ ଇରାନ୍ ଇସ୍ରାଏଲକୁ ଏନେଇ ଘନ ଘନ ଚେତାବନୀ ଦେଉଛି। ପାଲେସ୍ତିନୀୟଙ୍କ ବିରୋଧରେ ତୁରନ୍ତ ଆକ୍ରମଣ ବନ୍ଦ କରିବାପାଇଁ ଇରାନ ଇସ୍ରାଏଲକୁ କହିଛି।
-
ବେଙ୍ଗାଲୁରୁ ରେ ହୃତ୍ପିଣ୍ଡ ପ୍ରତିରୋପଣର ଆବଶ୍ୟକତା ଥିବା ଜଣେ ୭ ବର୍ଷୀୟା ବାଳିକାର ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦାତାଙ୍କ ହୃତ୍ପିଣ୍ଡକୁ ଶେଷାଦ୍ରିପୁରମରୁ ୧୪ କିମି ଦୂର ଆର୍ଆର୍ ନଗରର ସ୍ପର୍ଶ ହସ୍ପିଟାଲରେ ମାତ୍ର ୧୩ ମିନିଟ୍ ୧୭ ସେକେଣ୍ଡରେ ପହଞ୍ଚା ଯାଇଛି।
-
ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚିଙ୍କୁ କେନ୍ଦ୍ର ସରକାର ଆଜି ଜାତିସଂଘର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏଥିସହିତ ଜେନେଭାଠାରେ ଅବସ୍ଥିତ ଅନ୍ୟ ଅନ୍ତର୍ଜାତୀୟ ସଂଗଠନର ସ୍ଥାୟୀ ପ୍ରତିନିଧି ମଧ୍ୟ ତାଙ୍କୁ କରାଯାଇଛି।
-
ଯେପରି ସାରା ଦେଶର ଲୋକମାନଙ୍କର ୟୁନିକ୍ ଆଇଡି ( ଆଧାର ନମ୍ବର) ରହିଛି , ଠିକ ସେହିପରି ସ୍କୁଲ ପିଲାଙ୍କ ପାଇଁ ଏକ ୟୁନିକ୍ ଆଇଡି ବା ସ୍ବତନ୍ତ୍ର ପରିଚୟ ସଂଖ୍ୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୋଜନା କରୁଛି ।
-
ଗୁଗୁଲପେ, ଫୋନ୍ପେ, ପେଟିଏମ୍ ଆଦି ଆପ୍ ଜରିଆରେ ଡିଜିଟାଲ୍ ପେମେଣ୍ଟ୍ରେ ଅଭ୍ୟସ୍ତ ହୋଇପଡ଼ିଥିବା ଲୋକମାନେ ଗତ କିଛିଦିନ ହେଲାଣି ସମସ୍ୟା ଦେଇ ଗତି କରୁଛନ୍ତି। କୌଣସି ଜିନିଷ କିଣି ମୋବାଇଲ୍ ଜରିଆରେ ପେମେଣ୍ଟ୍ କରିବା ବେଳେ ତାହା ସଫଳ ହେଉନଥିବାରୁ ନିରାଶ ହୋଇ ଫେରୁଛନ୍ତି।
-
ଜମି ବଦଳରେ ଚାକିରି ଦେବା ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କୋର୍ଟରୁ ଆଉ ଏକ ଆଶ୍ୱସ୍ତି ପାଇଛନ୍ତି। କୋର୍ଟ ତେଜସ୍ବୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି।
-
ବର୍ତ୍ତମାନ ସୁପ୍ରିମକୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ଏକ ବେଞ୍ଚ ରାଜନୈତିକ ଦଳର ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ଚାନ୍ଦା ଗ୍ରହଣ କରିବାର ମାମଲାର ଶୁଣାଣି କରିବ।
-
ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ଦିନର ବିତର୍କ ପରେ କୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।
-
୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଅଲିମ୍ପିକ୍ସ ପାଇଁ ଟି-୨୦ ଫର୍ମାଟକୁ ଅନୁମୋଦନ ମିଳିଛି । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।
|
433 |
Y |
|
1346 |
17-10-2023 |
English |
-
The Supreme Court Monday declined to permit a married woman, a mother of two, to terminate her over 26-week pregnancy as the foetus was healthy and the AIIMS medical board found no abnormality with it.
-
Prime Minister Narendra Modi and Chief Ministers of various states were among those who wished Odisha Chief Minister Naveen Patnaik on his 77th birthday, Monday.
-
Odisha has made transformational progress in strengthening livelihoods and food security with a focus on marginalised communities, said Chief Minister Naveen Patnaik on World Food Day here Monday. On the occasion, the CM pledged to reinforce sustainable and inclusive development practices, ensuring availability of nutritious and safe foods for all.
-
Five coaches of a diesel-electric multiple unit (DEMU) passenger train were gutted in a fire that broke out near Narayandoh station in Maharashtra's Ahmednagar district Monday afternoon, but no casualties were reported, officials said.
-
In more trouble for the city's ruling AAP, the CBI and the ED told the Supreme Court Monday they are contemplating making the party an accused in the corruption and money laundering cases linked to the scrapped Delhi excise policy.
-
ISRO Monday said it would commence unmanned flight tests for the Gaganyaan human spaceflight mission with the launch of a test vehicle between 7 am and 9 am October 21 from Sriharikota spaceport to demonstrate the performance of the crew escape system.
-
Palestinians in besieged Gaza crowded into hospitals and schools Monday, seeking shelter and running low on food and water.
-
Daniel Noboa has managed to do what his father failed at five times: Getting elected as Ecuador's President.
-
US President Joe Biden will pay a solidarity visit to Israel on Wednesday following the Hamas attacks, Secretary of State Antony Blinken announced, as he also said Israel and Washington had agreed to develop a plan for aid to Gaza.
-
The Supreme Court told the CBI and ED on Monday they cannot keep former deputy chief minister and AAP leader Manish Sisodia in jail for an "indefinite period" in the Delhi excise policy cases.
-
Arvind Kejriwal's Aam Aadmi Party has decided to make electoral debut in the northeast by contesting in the Mizoram assembly polls.
-
The Allahabad High Court Monday acquitted domestic help Surinder Koli and his employer Moninder Singh Pandher in the sensational 2006 Nithari serial killings in which they were facing death sentence, holding that the prosecution failed to prove the guilt “beyond reasonable doubt” and that the investigation was “botched up’.
-
The CBI Monday filed a charge sheet against six people and a juvenile in connection with two tribal women being paraded naked in Manipur’s Kangpokpi district in May this year.
-
Former Congress MLA Judhistir Samantaray passed away at a private hospital here Monday. He was 73.
-
With the International Olympic Committee (IOC) Monday giving its final nod, Cricket in the Twenty20 format will return to the Olympic Games for the first time since 1900 when Los Angeles hosts the mega event in 2028
|
382 |
Y |
|
1347 |
16-10-2023 |
Odia |
-
ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା।
-
ଇସ୍ରାଏଲରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ଗତ ଗୁରୁବାରଠାରୁ 'ଅପରେସନ ଅଜୟ' ଆରମ୍ଭ କରିଥିବା ବେଳେ ଆଜି ଚତୁର୍ଥ ବ୍ୟାଚ୍ରେ ଆଉ ୨୭୪ ଭାରତୀୟ ଦିଲ୍ଲୀ ପହଞ୍ଚିଛନ୍ତି।
-
ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ତୁହାକୁ ତୁହା ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ‘ସୁଦୂରପ୍ରସାରୀ ପରିଣାମ’ ଆସିପାରେ ବୋଲି ଇରାନ କହିଛି।
-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ରବିବାର କହିଛନ୍ତି ଯେ, ଭାରତର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ମହାକାଶଯାନ ଜାନୁଆରି ମଧ୍ୟଭାଗ ସୁଦ୍ଧା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧)ରେ ପହଞ୍ଚିବ।
-
ଆମ ପୃଥିବୀ ଓ ସୌରଜଗତରେ ଥିବା ଅନ୍ୟ ଗ୍ରହମଣ୍ଡଳ ସୃଷ୍ଟି ପଛରେ ଏକ ବିଗବ୍ୟାଙ୍ଗ୍ ବା ମହାବିସ୍ଫୋରଣ ଥିବା ବୈଜ୍ଞାନିକମାନେ ପୂର୍ବରୁ କହିଆସୁଛନ୍ତି । ଏବେ ସେହିପରି ଏକ ମହାବିସ୍ଫୋରଣ ହୋଇଥିବା ଆମେରିକୀୟ ମହାକାଶ ଏଜେନ୍ସି ନାସା ଦାବି କରିଛି ।
-
ଏକ ଶିଶୁ ନିରୋଧୀ ଖରାପ ବ୍ୟବହାର ମାମଲାର ତଦନ୍ତରେ ସହେଯାଗ କରିବାରେ ବିଫଳ ହୋଇଥିବା ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ ଉପରେ ଅଷ୍ଟ୍ରେଲିଆ ସରକାର ୩,୮୬,୦୦୦ ଡଲାର ଜରିମାନା ଲାଗୁ କରିଛନ୍ତି।
-
ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ମନୋହର ସିଂହ ଗିଲ୍ (୮୬)ଙ୍କର ଆଜି ପରଲୋକ ହୋଇଛି। ଦକ୍ଷିଣ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
-
ଓଡ଼ିଶା ସମେତ ୧୪ଟି ରାଜ୍ୟରେ ମୁଦ୍ରାସ୍ଫୀତି ଜାତୀୟ ହାର ଠାରୁ ଅଧିକ ରହିଛି। ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତ ରହିଥିଲା।
-
ଆସନ୍ତା ମାସରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି।
-
ଇସ୍ରାଏଲ ସେନାକୁ ମାଗଣାରେ ଖାଦ୍ୟ ପ୍ରଦାନ କରୁଛି ଫାଷ୍ଟ୍ଫୁଡ୍ କମ୍ପାନି ମ୍ୟାକଡୋନାଲ୍ଡସ୍। କମ୍ପାନିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
-
ବିଆରଏସ୍ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।
-
କଂଗ୍ରେସ ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ପାଇଁ ୧୪୪ , ଛତିଶଗଡ ପାଇଁ ୩୦ ଏବଂ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।
-
ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି।
-
ରାଜ୍ୟରେ ପ୍ରାଥମିକ କୃଷିଋଣ ସମିତି (ପାକ୍ସ) ଏବଂ ବୃହତାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍) ପେଟ୍ରୋଲ ପମ୍ପ, ଏଲ୍ପିଜି ଡିଲରସିପ୍ ନେବାପାଇଁ ନିଷ୍ପତ୍ତି ହେବା ପରେ ଏନେଇ ଆଗ୍ରହ ପ୍ରକାଶ ପାଇଛି। ରାଜ୍ୟବ୍ୟାପୀ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଆସିଥିବା ବେଳେ ୯ଟି ପାକ୍ସ ଏବଂ ଲ୍ୟାମ୍ପସ ପେଟ୍ରୋଲ ପମ୍ପ ପାଇଁ ଆବେଦନ ମଧ୍ୟ କରିଛନ୍ତି।
-
ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ତାଲିକାରେ ଦେଶର ମୋଟ ୧୧ଟି ସ୍କୁଲ ସ୍ଥାନ ପାଇଛି।
-
ଶିମିଳିପାଳ ଅଭୟାରଣ୍ୟରେ ସୋମବାର ଠାରୁ ବାଘ ଗଣନା ଆରମ୍ଭ ହୋଇଛି। ୨୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର)ର ୧୬ ଗୋଟି ରେଞ୍ଜ୍ର ୧୭୩ ବିଟ୍ ଏବଂ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡର କେତେକ ରେଞ୍ଜରେ ଗଣନା ଆରମ୍ଭ ହୋଇଛି।
-
ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି।
-
ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍କୁ ଦେଖୁଥିଲେ। ଅନଲାଇନ୍ OTT ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଲୋକ ଏହି ମ୍ୟାଚ୍ ଲାଇଭ୍ ଦେଖିଥିଲେ । ଯାହା ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଏହି ସୂଚନା ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଛି। ଏକ ସମୟରେ ହଟଷ୍ଟାରରେ ୩.୧ କୋଟି ଲୋକ ଏକାସାଙ୍ଗରେ ଏହି ମ୍ୟାଚ୍ ଦେଖୁଥିଲେ । ଏହା ପରେ ଏହି ସଂଖ୍ୟା ଆହୁରି ବଢି ୩.୫ କୋଟି ଛୁଇଁଥିଲା।
-
ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।
-
ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ବିଶ୍ୱକପ୍ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍ ଇଂଲଣ୍ଡକୁ ୬୯ରେ ରନ୍ରେ ପରାସ୍ତ କରିଛି ଆଫଗାନିସ୍ତାନ।
|
430 |
Y |
|
1348 |
16-10-2023 |
English |
-
Chief Minister Naveen Patnaik, who turns 78 Monday, will not celebrate his birthday owing to the demise of his elder sister Gita Mehta last month, a CMO statement said.
-
Former chief election commissioner Manohar Singh Gill died at a south Delhi hospital Sunday after a brief illness, according to people close to him. He was 86.
-
The government has given a final call to all legal entities engaged in sugar trade to declare their stocks on a food ministry website by October 17, and warned that strict action will be taken against those for violation.
-
The Empowered committee in PLI (production-linked incentive) scheme has approved Rs 1,000 crore disbursement to beneficiary firms of the electronics sector, a top government official said.
-
A war of words has ensued between the ruling Congress and the opposition BJP in Karnataka following the recovery of unaccounted cash of over ₹ 50 crore from people including ₹ 42 crore from a contractor in the recent Income Tax raids in Bengaluru.
-
The airport, touted as the dream project of Haryana Home Minister Anil Vij, will be established on 20 acres, alongside the Air Force Station.
-
The Congress has fielded young television actor Vikram Mastal, who is popular for his portrayal of Hanuman in Anand Sagar’s ‘Ramayan’, against Chief Minister Shivraj Singh Chouhan in the upcoming Madhya Pradesh elections
-
Actor Michael Caine has officially retired from acting, with the film The Great Escaper being his ultimate undertaking, has shared his decision to retire, citing his advanced age as the primary reason.
-
Eminent theatre personality Manoj Pattanyak, who received the Sangeet Natak Akademi award earlier this year, has been elected as the President of Odisha Natya Sangh (ONS), an assembly of over 150 drama troupes in Odisha.
-
Town police here Sunday seized 2,160 bottles of cough syrup from an auto-rickshaw and arrested two persons during a raid near Krushak Bazaar on Gurudwar Square-Railway Station road in the town while it was being smuggled outside, Sunday
-
The Supreme Court is scheduled to hear Monday a plea moved by Aam Aadmi Party leader Raghav Chadha, challenging his indefinite suspension from the Rajya Sabha.
-
The Congress Sunday announced its first list of party candidates for the Madhya Pradesh, Chhattisgarh and Telangana assembly elections.
-
Raising social security pension amounts, increasing financial assistance given under the 'Rythu Bandhu' investment support scheme for farmers and providing LPG cylinders at `400 each are some of the promises made by the ruling BRS for the upcoming assembly elections in Telangana.
-
Star Indian pacer Jasprit Bumrah traced the origin of his fine two for 19 spell that played a big part in India bowling out Pakistan for 191 in their World Cup match Saturday to his ability to read the pitch at a venue where he played a lot cricket from the junior days. India easily won the match by seven wickets andBumrah was adjudged as the player of the match.
-
ISRO has lined up a series of exploration missions including to Mars, Venus and to the Moon again, apart from the maiden human spaceflight programme, Chairman S Somanath said on Sunday.
|
391 |
Y |
|
1349 |
15-10-2023 |
Odia |
-
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପୁଣି ଥରେ ଆରମ୍ଭ ହେଲା ନୌସେବା l ନାଗାପଟ୍ଟିନମ୍ରୁ କାନକେସନଥୁରାଇକୁ ଚାଲିଲା ଯାତ୍ରୀବାହୀ ଜାହାଜ l ୪୦ ବର୍ଷ ହେଲା ଥିଲା ବନ୍ଦ l ଅଭାଷୀ ମାଧ୍ୟମରେ ଶୁଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀl
-
ଆସନ୍ତା ୧୮ ତାରିଖରୁ ହ୍ରାସ ପାଇବ ତାତି । ପାରଦ ୨ରୁ ୪ ଡିଗ୍ରୀ ସେଲ୍ସିୟସ ତଳକୁ ଖସିବ।
-
ଏଣିକି ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପିକୁ ମିଳିଲା ମଂଜୁରୀ l
-
ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଅନନ୍ତ କିଶୋର ବେହେରାଙ୍କର ୫୨ ବର୍ଷ ବୟସରେ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ହେଲା ଦେହାନ୍ତ l
-
ହମାସ୍ର ମୂଳ-ଡାଳ ଉପାଡ଼ି ଫୋପାଡ଼ିବାକୁ ବଦ୍ଧପରିକର ଇସ୍ରାଏଲ ସେନାର ଚେତାବନୀ ପରେ ହଜାର ହଜାର ପାଲେଷ୍ଟିନୀୟ ଆଶ୍ରୟ ନେବାକୁ ଦକ୍ଷିଣ ଗାଜା ପଳାଇଛନ୍ତି।
-
ଗାଜାରେ ହମାସ୍ ସହ ଇସ୍ରାଏଲର ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଭାରତର ମଣିପୁର ଓ ମିଜୋରାମର ମୂଳ ନିବାସୀ କୁକି ସମ୍ପ୍ରଦାୟର ୨୦୬ ଜଣ ଲୋକ ହମାସ୍ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି।
-
ଦକ୍ଷିଣ ଲେବାନନ୍ରେ ଜଣେ ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ଭିଡିଓ ସାମ୍ବାଦିକ ଇସାମ୍ ଅବଦୁଲ୍ଲା ଦକ୍ଷିଣ ଲେବାନନ୍ରେ ଏକ ଲାଇଭ୍ ଭିଡିଓ ସିଗନାଲ୍ ଦେଉଥିବାବେଳେ ଗୋଳାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି।
-
ଫିଲ୍ମ ‘ଗଦର-୨’ର ଅପୂର୍ବ ସଫଳତା ପରେ ପୁଣିଥରେ ବଲିଉଡରେ ନିଆଁ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସନ୍ନି ଦେଓଲ । ପ୍ରତୀକ୍ଷିତ ସିନେମା ‘ବର୍ଡର-୨’କୁ ନେଇ ହେଲା ଡ଼ିଲ l ଆସନ୍ତା ୨୦୨୪ର ଦ୍ୱୀତିୟାର୍ଦ୍ଧରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ l
-
ଇସ୍ରାଏଲ-ହମାସ ଯୁଦ୍ଧରକୁ ପ୍ରଭାବ l ଭାରତୀୟଙ୍କ କପାଳରେ ପୁଣି ମହଙ୍ଗା ମାଡ଼, ବଢ଼ିପାରେ ଟିଭି, ୱାସିଂମେସିନ ଭଳି ସାମଗ୍ରୀ ମୂଲ୍ୟ l
-
ଚଳିତବର୍ଷ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିଥିଲା। ଏହାର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠ ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଥିଲା।
-
ଓଡ଼ିଶା ସମେତ ୧୩ ରାଜ୍ୟରେ ହେଲା ମୁଦ୍ରାସ୍ଫୀତି ଅଧିକ, ରାଜସ୍ଥାନରେ ସବୁଠୁ ଅଧିକ, ଛତିଶଗଡ଼ରେ ସବୁଠୁ କମ୍ l
-
ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି।
-
ଆକ୍ସନ ମୁଡ୍କୁ ଆସିଲେ ଇସ୍ଲାମିକ୍ ଦେଶ: OIC ଡାକିଲା ଜରୁରୀ ବୈଠକ, ଏକାଠି ହେବେ ୫୭ ମୁସଲିମ୍ ରାଷ୍ଟ୍ର l
-
ରିଜଓ୍ୱାନଙ୍କୁ କଟାକ୍ଷ କଲେ ଇସ୍ରାଏଲ ରାଷ୍ଟ୍ରଦୂତ, କହିଲେ- ହମାସ ଆତଙ୍କୀ ପାଇଁ ବିଜୟ ଉତ୍ସର୍ଗ କରିପାରିଲାନି ପାକିସ୍ତାନ l
-
ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି।
-
ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ ।
-
ବିଶ୍ୱକପ୍ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହେଲା ଭାରତ l ୬ ପଏଣ୍ଟ ପାଇ ସମସ୍ତ ୧୦ ଦଳକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହେଲା l
-
ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଆଉ ଏକ ରେକର୍ଡ, ତେନ୍ଦୁଲକର, ଧୋନୀ ଓ ଡିଭିଲିୟର୍ସଙ୍କୁ ପକାଇଲେ ପଛରେ l ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ବିଶ୍ୱକପ୍ରେ ୧୦୦୦ ରନ୍ ପୂରା କରିବା ସହ ସର୍ବାଧିକ ଛକ୍କା ଓ ସର୍ବାଧିକ ଶତକ ମାରିବାର କଲେ ରେକର୍ଡ l
-
ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପରେ ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ l
-
ବିଶ୍ବକପ କ୍ରିକେଟରେ ପାକିସ୍ତାନ ଉପରେ ବିଜୟକୁ ଭାରତବାସୀ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି । ତାହା ହେଉଛି, ୨୦୩୬ ଅଲମ୍ପିକ୍ସ ଆୟୋଜନ ।
|
445 |
Y |
|
1350 |
15-10-2023 |
English |
- India fired on all cylinders in what was supposed to be war minus the shooting, blowing away arch-rivals Pakistan by seven wickets in a World Cup face-off that ended in a damp squib after causing unbridled hysteria and logistical hassles.
- Amid demands for opening of the ‘Ratna Bhandar' of the Puri Jagannath temple and making an inventory of the valuables stored there, the shrine authorities Saturday claimed that the treasure chest of the Lord is safe.
- The Central government has notified August 23, the day Chandrayaan-3 made a soft landing on the moon, as National Space Day.
- The Similipal National Park in Mayurbhanj district reopened for visitors Saturday, after remaining closed for four months due to monsoon, officials said. This year, the park was opened early instead of the usual November 1, they said. On the first day, 13 vehicles with 73 tourists entered the park
- To ensure the state’s energy security and expand green energy capacity, the Rural Electrification Corporation (REC) here signed three memoranda of understanding (MoUs) with prominent power enterprises Odisha Power Grid Corporation (OPGC), Avaada Energy, and ACME Solar, Saturday.
- Roughly 52 per cent of cervical cancer cases diagnosed between 2012 and 2015 survived, scientists have found after analysing data from Population Based Cancer Registries (PBCRs) across India.
- Accessibility challenges, lack of adequate infrastructure, information dissemination and varied fees taken from Mo Seva Kendra (MSK) pose a major challenge in farmer’s registration in the Krushak Odisha portal, revealed a recent study conducted by Atmashakti Trust, Odisha Shramajeebee Mancha, and Mahila Shramajeebee Mancha, Odisha
- Two students of Government ITI, Berhampur were honoured by the Central government in a programme organised at Delhi Friday.
- National Human Rights Commission (NHRC) has sought for detailed reports from the Centre and Odisha government on snakebite deaths, preventive measures and provision of compensation to the victims’ families.
- In a series of letters to the Chief Ministers of Haryana and Punjab, Delhi Lt. Governor (L-G) VK Saxena has expressed his growing concerns about the alarming increase in air pollution in the national capital due to the burning of crop residue, known as ‘parali’, in the two neighbouring states.
- The CBI Saturday busted a fake passport racket involving officials and middlemen in West Bengal and Sikkim, and arrested two persons, including an official of Passport Laghu Seva Kendra in Gangtok, an agency spokesperson said.
- New Zealand’s centre-right National Party led by Christopher Luxon will form a new government with its preferred coalition party ACT, as Prime Minister Chris Hipkins conceded his Labour Party could not form a government after Saturday’s general election.
- Securitisation volume crossed the `1 lakh croremark in the second quarter of the current fiscal after a strong start in the June quarter.
- The Athletics Federation of India (AFI) will need a “couple of more days” to decide on making a formal bid for hosting the World Athletics Championships in 2027, said its president Adille Sumariwalla here Saturday.
- Their campaign back on track after the humiliating loss in the opener, title holders England would look for a dominating all-round effort against a battered Afghanistan in the World Cup here Sunday, with eyes firmly set on bettering their net run rate.
|
416 |
Y |
|