Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1641 15-05-2023 Odia
  1. କଂଗ୍ରେସ  ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟର କଂଗ୍ରେସ ମୋଟ ୧୩୫ ସିଟରେ ବିଜୟ ପାଇଛି ।
  2. ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ । ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ।
  3. ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ସପ୍ତାହକୁ ତିନି ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି । ସେଠାକୁ ସିଧାସଳଖ ବିମାନ ଚଳାଚଳ ଓଡ଼ିଶା ପାଇଁ ଆଇଟି, ମ୍ୟାନୁଫାକଚରିଂ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଏକାଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି କରିବ।
  4. କର୍ଣ୍ଣାଟକର ପୁଲିସ ଡିଜି ପ୍ରବୀଣ ସୁଦ୍ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ହୋଇଛନ୍ତି । ସେ ଦୁଇ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ହୋଇଛନ୍ତି ।
  5. ଓଟିପି ସେୟାରିଙ୍ଗ ସ୍କାମ ନେଇ ଏସଟିଏଫରର ବଡ଼ ଧରଣର ରେଡରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର ।
  6. ରବିବାର ଦିନ ସାମୁଦ୍ରିକ ବାତ୍ୟା ‘ମୋକା’ ମିଆଁମାର୍‌ର ବନ୍ଦର ନଗରୀ ସିତ୍ତ୍ବେକୁ ଛାରଖାର କରିପକାଇଥିବା କଥା ‘ଦି ଡେଲିଷ୍ଟାର୍‌’ ରିପୋର୍ଟ କରିଛି। ଘଣ୍ଟାପ୍ରତି ୧୩୦ ମାଇଲ୍‌ ବେଗରେ ପ୍ରବାହିତ ବତାସ ଟିଣ-ଛପର ଉଡ଼ାଇ ନେବା ସହିତ ଟେଲିଫୋନ୍‌ ଟାୱାର୍‌ ଭାଙ୍ଗି ତଳେ ପକାଇ ଦେଇଥିବା ବେଳେ ମିଆଁମାର୍‌ର ରାଖିନେ ପ୍ରଦେଶର ରାଜଧାନୀ ସିତ୍ତ୍ବେର ବହୁ ଅଞ୍ଚଳ ବର୍ଷା ଯୋଗୁଁ ଜଳମୟ ହୋଇଯାଇଥିଲା।
  7. ରପ୍ତାନି କାରବାର ବଢ଼ାଇବା ଉପରେ ‌ଭାରତ ଜୋର ଦେଉଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶକୁ ରପ୍ତାନି ହ୍ରାସ ପାଇଥିବା ଜଣାପଡ଼ିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭଳି ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ବେ କିନ୍ତୁ ୟୁରୋପ ଓ ଆମେରିକାକୁ ଭାରତର ରପ୍ତାନି ବଢ଼ିଛି।
  8. ଏୟାର ଇଣ୍ଡିଆ ବିକ୍ରି ହୋଇଯିବା ପରେ ଏହାର ସହାୟକ ସଂସ୍ଥା ଆଲାଏନ୍ସ ଏୟାରକୁ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆଲାଏନ୍ସ ଏୟାରକୁ ସରକାର ୩୦୦ କୋଟି ଟଙ୍କାର ପାଣ୍ଠି ଦେବେ।
  9. ଭାରତ ନିଜ ୮୫ ପ୍ରତିଶତ ତୈଳ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ଏଥିପାଇଁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରୁଛି।
  10. ଭାରତରେ ପ୍ରଥମ ଥର ଲାଗି ସରକାରୀ ମାଗଣା ସ୍କିମ୍‌ର ମୂଲ୍ୟ ନିର୍ଧାରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ସିଇଏସ୍‌)ରେ ମାଗଣା ସ୍କିମ୍‌ ସମ୍ପର୍କିତ ପ୍ରଶ୍ନ ଲୋକମାନଙ୍କୁ ପଚରାଯାଉଥିଲା।
  11. ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦ୍ୱିତୀୟ ଇୟୁ ଇଣ୍ଡୋ-ପାସିଫିକ୍‌ ମିନିଷ୍ଟ୍ରିଆଲ ଫୋରମ୍‌ (EIPMF)ରେ ଅଂଶଗ୍ରହଣ କରିବାକୁ ସ୍ବିଡେନରେ ପହଞ୍ଚିଛନ୍ତି। ସେ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲ୍‌ଗେରିଆ, ସାଇପ୍ରସ୍‌, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି।
  12. ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି।
  13. ଆଫଗାନିସ୍ତାନରେ ୨୦୨୩ର ପ୍ରଥମ ପୋଲିଓ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଫଗାନିସ୍ତାନର ସ୍ବାସ୍ଥ୍ୟ ଅଧିକାରୀ ନାଙ୍ଗାହାରରେ ଜଣେ ପୋଲିଓ ସଂକ୍ରମିତ ଶିଶୁକୁ ଚିହ୍ନଟ କରିଛନ୍ତି।
  14. ନୌସେନାର ଫ୍ରଣ୍ଟଲାଇନ୍‌ ଗାଇଡେଡ୍‌ ମିଶାଇଲ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ମୋର୍ମୁଗାଓରୁ ବ୍ରହ୍ମୋସ୍‌ ସୁରପସୋନିକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି।
  15. ଭାରତରେ ଶୀଘ୍ର ସମାନ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ ହେବ। ଏଥିସହ ବହୁ ବିବାହ ପ୍ରଥା ମଧ୍ୟ ଉଚ୍ଛେଦ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ସୂଚନା ଦେଇଛନ୍ତି।
  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୪ ଜିଲାରେ ନୂତନ ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ହୋଇଥିଲା।
  17. ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି।
  18. ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି।
  19. ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ସଫଳତା ପରେ ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୬ ୱିକେଟରେ କେକେଆର୍ ପରାସ୍ତ କରିଛି।
  20. ପଞ୍ଜାବର ପଟିଆଲାସ୍ଥିତ ଗୁରୁଦ୍ୱାର ପରିସରରେ ଜଣେ ମହିଳା ବସି ମଦ ପିଉଥିବା ବେଳେ ଏହାକୁ ସେଠାକାର ସେବକ ତୀବ୍ର ବିରୋଧ କରିବା ସହ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  ପୁଲିସ୍‌ ଅଭିଯୁକ୍ତ ସେବକଙ୍କୁ ଗିରଫ କରିଛି ।
444 Y
1642 15-05-2023 English
  1. Council for the Indian School Certificate Examinations (CISCE) Sunday announced results of Indian Certificate of Secondary Education (ICSE) and Indian School Certificate (ISC) exams, 2023. Students can check it on cisce.org and results.cisce.org using unique ID and index number.

  2. Praveen Sood, an IPS officer from the 1986 batch of the Karnataka cadre, has been appointed as the Director of the Central Bureau of Investigation (CBI) by a high-level selection committee.

  3. The Special Task Force (STF) of state Crime Branch has unearthed a racket involved in sharing one-time passwords (OTPs) and selling mule bank accounts created using SIM cards registered with fake names to Pakistani intelligence operatives and other cyber criminals in exchange for financial favours.

  4. Newly elected Congress MLAs in Karnataka Sunday authorised party president Mallikarjun Kharge to pick the next chief minister, party sources said.

  5. Losing your mobile can give you a harrowing time in today’s digitised and datadriven world. Once misplaced, as we all know, the chance of retrieval of the essential gadget is very slim. More than the lost handset, the precious data within, if not backed up, seems impossible to recover.

  6. With three vacancies in the Naveen Patnaik Cabinet in Odisha following the resignation of two ministers of state, ruling Biju Janata Dal (BJD) MLAs have started lobbying to become a minister ahead of the general elections next year.

  7. In a bid to preserve and propagate tribal culture and protect the unique identity of tribal groups, Chief Minister Naveen Patnaik announced creation of 14 Special Development Councils (SDCs) during an event in Unit I area here, Sunday.

  8. Taking a significant step towards making justice more accessible, the Orissa High Court has taken the initiative of uploading digitally signed orders and judgments on its website and keeping online system of certified copies.

  9. A huge quantity of ganja valued at over ` 2.8 crore was seized from a forest area of Boudh district. Ganja weighing around 28 quintal was hidden by smugglers inside Matagadu Dunkan forest area under the jurisdiction of Boudh Sadar police station.

  10. The Forest department has launched efforts for the revival of the historical Siddhamatha medicinal forest in this town, officials informed Sunday.

  11.  Manipur Chief Minister N Biren Singh and four members of his cabinet have gone to Delhi to meet Prime Minister Narendra Modi and Union Home Minister Amit Shah Sunday to discuss the situation in the northeastern state shaken by violence for the past several days, a source said.

  12. The discovery of a carnivorous Alligator Gar fish in Kashmir's famous Dal Lake has set the alarm bells ringing among scientists and authorities as its presence poses a great threat to the native fish species.

  13. The Transport Department of Delhi government and the University of Chicago Trust (UC Trust) have signed a memorandum of understanding (MoU) to facilitate an evidence-based approach to reducing vehicular pollution in the national capital.

  14. More than 2.32 lakh cases were tried in Lok Adalats organised in all district court complexes, Delhi High Court and tribunals here Saturday as part of the second National Lok Adalat of 2023, the Delhi State Legal Services Authority said.

  15. The Supreme Court has agreed to hear May 17 an appeal by some of the family members of those killed in the 2008 Jaipur serial blasts challenging the Rajasthan High Court verdict acquitting four men, who were handed down death penalty by a trial court in the case.

  16. German President Frank-Walter Steinmeier has welcomed Ukrainian President Volodymyr Zelenskyy to Berlin on his first visit to the country since Russia invaded Ukraine.

  17. The government is set to make an equity infusion of Rs 300 crore in regional carrier Alliance Air, which is facing financial headwinds, according to a senior official.

  18. A superintendent of Delhi's Tihar jail has been issued a notice for moving two prisoners to the cell of former Aam Aadmi Party (AAP) minister, Satyendra Jain, after he cited "loneliness".

  19. Assam Chief Minister Himanta Biswa Sarma on Sunday said Uniform Civil Code (UCC) will be implemented in the country soon and polygamy would come to an end.

  20. India has logged 801 new coronavirus infections, while the active cases have dipped to 14,493 from 15,515, according to the Union Health Ministry data updated on Monday

468 Y
1643 14-05-2023 English
  1. The ruling Biju Janata Dal (BJD) retained the Jharsuguda Assembly seat, as its candidate Dipali Das defeated her nearest Bharatiya Janata Party (BJP) rival Tankadhar Tripathy by a margin of 48,721 votes Saturday, an election official said

  2. A 35-yearold woman and her two children were found dead inside a closed room under mysterious circumstances at Sunapali Gountiapada area under Dhanupali police limits here, Saturday.

  3. Thousands flocked to cinemas in Dhaka to watch Shah Rukh Khan’s blockbuster ‘Pathaan’, the first Indian movie to get a full release in Bangladesh in more than half a century.

  4. The five newly established Regional Judicial Academies at Angul, Balasore, Sambalpur, Ganjam and Koraput were inaugurated by Supreme Court Judge Justice Surya Kant in presence of Orissa High Court Chief Justice S Muralidhar and other High Court Judges in virtual mode from Odisha Judicial Academy here Saturday.

  5. Vivek Murthy, the US surgeon general, recently warned that “being sociallydisconnected” has a similar effect on mortality as smoking up to 15 cigarettes a day. This statement was widely reported in the media, including in the Washington Post, the Times and the Daily Mail. But where does this “15 cigarettes a day” figure come from?

  6. The chairperson of the Chhattisgarh State Commission for Women, Dr Kiranmayee Nayak on Saturday said that trend of pre-wedding photo and video shooting is dangerous for the future of girls.

  7. The Election Commission ordered recounting of postal ballots in Jayanagar constituency in the city where Congress candidate Sowmya Reddy is in close contest with BJP's C K Ramamurthy.

  8. The Congress victory in the Karnataka assembly elections is a record in terms of both seats and vote share in over 30 years. The party has won 137 seats -- 57 more than 2018 -- and had a vote share of 42.9 per cent.

  9. After the thumping victory of the Congress in the Karnataka Assembly elections, Congress president M Mallikarjun Kharge on Saturday said those who wanted 'Congress Mukt Bharat' ended up facing 'BJP Mukt Dakshin Bharat'.

  10. Pakistan's Chief of Army Staff (COAS) General Asim Munir on Saturday warned against further attempts to vandalise security installations after Pakistan Tehreek-e-Insaf (PTI) supporters attacked and caused damage to security installations on May 9

  11. The Commissionerate Police Saturday arrested a fraudster for duping hundreds of employees and a woman of more than `8.50 lakh in the City. The accused identified as Anjali Behera, 32, is a resident of Kurujanga village under Konark police station in Puri.

  12. As part of the state government’s vision to provide safe and piped drinking water to every household by 2024, a total of 40 mega drinking water projects are in progress across Odisha.

  13. Jharkhand’s first boat ambulance service is all set to roll out from Sahibganj district next week, an official said Saturday. The facility will help extend health facilities to over two lakh people living in Diara area, a stretch of land located near the river Ganga.

  14. Aam Aadmi Party (AAP) leader Raghav Chadha and actor Parineeti Chopra on Saturday got engaged in a private ceremony, attended by family members and political leaders

  15. The Department of Telecommunications (DoT) has detected around 1.52 lakh suspected fake mobile connections subscribed based on forged documents in six states of the northeast region, officials said on Thursday

  16. The personal information of 237,000 current and former federal government employees has been exposed in a data breach at the US Transportation Department (USDOT), sources briefed on the matter said Friday. The breach hit systems for processing TRANServe transit benefits that reimburse government employees for some commuting costs.

  17. Civil defence teams have been deployed at Bakkhali Sea Beach in South 24 Parganas of West Bengal as Cyclone 'Mocha' intensifies into an extremely severe cyclonic storm, officials said on Saturday.

  18. The Reserve Bank of India Friday said a special 100 days campaign will be launched under which banks trace and settle their top 100 deposits in every district of the country

  19. Billionaire Gautam Adani’s group will raise Rs 21,000 crore (over $2.5 billion) through share sale in two group companies in the boldest comeback strategy after the ports-toenergy conglomerate was rocked by allegations of fraud levelled by a US short-seller.

  20. Newly appointed Twitter CEO Linda Yaccarino said in a tweet on Saturday that she has been inspired by owner Elon Musk's vision to create a brighter future and is excited to help to transform the social media platform.

455 Y
1644 14-05-2023 Odia
  1. ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ଦୀପାଳି ଦାସ ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ।

  2.  ରାଜ୍ୟର ୧୦ ଜିଲ୍ଲାରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ଆରମ୍ଭ ହେବ। ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଟ୍ରକ୍‌‌ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା ହୋଇଛି। ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, ଯାଜପୁର, ବ୍ରହ୍ମପୁର, କେନ୍ଦୁଝର ଏବଂ ଜଗତସିଂହପୁରରେ ଟ୍ରକ୍‌‌ ଟର୍ମିନାଲ ନିର୍ମାଣ କରାଯିବ।

  3. ସମ୍ବଲପୁରରେ ଏକ ବନ୍ଦ ଘରୁ ତିନିଜଣଙ୍କ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ୪ବର୍ଷର ଝିଅ ଓ ୭ବର୍ଷର ପୁଅ ରହିଛନ୍ତି।

  4. ଓଡ଼ିଶା ବିଚାର ବିଭାଗ ପକ୍ଷରୁ ବାଲେଶ୍ବର ଷ୍ଟେସନ ଛକ ଠାରେ ଶନିବାର ପୂର୍ବାହ୍ନରେ ଆଞ୍ଚଳିକ ନ୍ୟାୟିକ ବିଦ୍ୟାପୀଠ ଉଦଘାଟନ ହୋଇଯାଇଛି। ଏହି ବିଦ୍ୟାପୀଠକୁ ଆଭାଷୀ ମାଧ୍ୟମରେ ମାନ୍ୟବର ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏହାକୁ ଉଦଘାଟନ କରିଥିଲେ।

  5. ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାଶ । ସେହିପରି ଶ୍ରମ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଧାୟକ ଶ୍ରୀକାନ୍ତ ସାହୁ । ଇସ୍ତଫା ପରେ ଖାଲିପଡିଥିଲା ବିଭାଗ । ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

  6. ଲିକ୍ ହୋଇଥିବା ‘ପିଟିଆର୍ ଅଡିଓ ଟେପ୍‌’କୁ ନେଇ ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ ତାଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା ରୁଜୁ କରିବାକୁ ସେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

  7. ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇଛି। କନ୍ନଟପ୍ଲେସ୍‌ସ୍ଥିତ କପୁରତାଲା ହାଉସରେ ହୋଇଥିବା ନିର୍ବନ୍ଧର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି।

  8. ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି। ଭାରତୀୟ ସାମଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ସେମାନଙ୍କ ବିରୋଧରେ ହୋଇଥିଲା।

  9. କୋହିନୂର୍‌ ହୀରା ସମେତ ସମଗ୍ର ଇଂଲଣ୍ଡ୍‌ ସଂଗ୍ରହାଳୟଗୁଡ଼ିକରେ ଥିବା ବିଭିନ୍ନ ପ୍ରତିମା ଏବଂ ଭାସ୍କର୍ଯ୍ୟ ଭଳି ଉପନିବେଶୀୟ ଅମଳର କଳାକୃତି ସବୁ ସ୍ବଦେଶ ଫେରାଇ ଆଣିବା ପାଇଁ ଭାରତ ଯୋଜନା କରୁଥିବା କଥା ବ୍ରିଟିଶ୍‌ ସମ୍ବାଦପତ୍ର ‘ଦି ଟେଲିଗ୍ରାଫ୍‌’ ଶନିବାର ଦିନ ରିପୋର୍ଟ କରିଛି।

  10. ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ବିଶାଳ ବିଜୟ ହୋଇଛି। ରାଜ୍ୟରେ ସମସ୍ତ ୧୭ଟି ମେୟର ଆସନରେ ବିଜେପି ବିଜୟୀ ହୋଇଛି। ବିଜେପି ୯୮ଟି ପୌରାଧ୍ୟକ୍ଷ ପଦ ହାସଲ କରିଥିବା ବେଳେ ସମାଜବାଦୀ ପାର୍ଟି ୫୮, ବହୁଜନ ସମାଜବାଦୀ ପାର୍ଟି ୧୯ ଏବଂ କଂଗ୍ରେସ ୭ଟି ପୌରାଧ୍ୟକ୍ଷ ଆସନରେ ବିଜୟୀ ହୋଇଛି।

  11. ଭାରତୀୟ ନୌବାହିନୀ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମିଳିତ ଚଢ଼ଉରେ କେରଳ ଉପକୂଳରେ ଏକ ଜାହାଜରୁ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨,୫୦୦ କିଲୋଗ୍ରାମ୍ ମେଥାମ୍ଫେଟାମାଇନ୍ (ଡ୍ରଗ୍) ଜବତ କରାଯାଇଥିବା ଶନିବାର ଏନ୍‌ସିବି ପକ୍ଷରୁ କୁହାଯାଇଛି।

  12. କର୍ଣ୍ଣାଟକର ୧୪ ଜଣ ମନ୍ତ୍ରୀ ଚଳିତ ନିର୍ବାଚନରେ ହାରି ଯାଇଛନ୍ତି। କିନ୍ତୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଜଣେ ହେଭିୱେଟ୍‌ ନେତା ଜଗଦୀଶ ସେଟ୍ଟାର ଚଳିତ ନିର୍ବାଚନ ହାରି ଯାଇଛନ୍ତି।

  13. ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପୁରୁଣା ଭୂବନେଶ୍ବରର କପିଳେଶ୍ୱର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ’ ଘୋଷଣା କରିଛି।

  14. ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

  15. ଆଦାନି ଗ୍ରୁପ୍ ଏହାର ଦୁଇଟି କମ୍ପାନିର ସେୟାର ବିକ୍ରି କରି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବ। ଗ୍ରୁପ ଏହାର ମୁଖ୍ୟ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡର ସେୟାର ବିକ୍ରି କରି ୧୨୫୦୦ କୋଟି ଏବଂ ଆଦାନି ଟ୍ରାନ୍ସମିସନର ସେୟାର ବିକ୍ରି କରି ୮୫୦୦ କୋଟି ଟଙ୍କା ଯୋଗାଡ଼ କରିବ।

  16. ଭାରତୀୟ ରିଜର୍ଭ ବ୍ୟାଙ୍କ କାନାଡ଼ା ବ୍ୟାଙ୍କ ଉପରେ ୨.୯୨ କୋଟି ଟଙ୍କାର ଜରିମାନା ଲଗାଇଛି। ବିଭିନ୍ନ ନିୟମର ଉଲ୍ଲଂଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଛି।

  17. କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଭାରତୀୟ ବ୍ୟବସାୟୀମାନଙ୍କ ଏକ ପ୍ରତିନିଧି ଦଳ କାନାଡ଼ା ଗସ୍ତ କରିଛନ୍ତି।

  18. ଅଟୋମୋବାଇଲ କମ୍ପାନୀଙ୍କ ମଧ୍ୟରେ ଟିଭିଏସ୍ ମୋଟର୍ସ, ବଜାଜ ଅଟୋ, ହିରୋ ମୋଟୋକର୍ପ ପ୍ରମୁଖ ଇଲେକ୍ଟ୍ରିକ ସ୍କୁଟର ବ୍ୟବସାୟ କରୁଥିବାବେଳେ ଏବେ ଆଉ ଏକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି |

  19. ସେଣ୍ଟର ଫର୍‌ ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି (ସିଏମ୍‌ଆଇଇ) ଅନୁଯାୟୀ ଭାରତରେ ମାର୍ଚ୍ଚ ମାସରେ ବେକାରି ହାର ଲଗାତାର ଦ୍ବିତୀୟ ମାସ ପାଇଁ ବୃଦ୍ଧି ପାଇ ୭.୮ ପ୍ରତିଶତ ରହିଛି। ମାର୍ଚ୍ଚ ମାସରେ ଦେଶର ସହରାଞ୍ଚଳରେ ବେକାରି ହାର ୮.୫୧ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୪୭ ପ୍ରତିଶତ ରହିଥିଲା।

  20. ପୂର୍ବତନ କନିଷ୍ଠ ବିଶ୍ବକପ୍‌ ବିଜେତା ହୃଦୟ ହଜାରିକା ଏବଂ ହରିୟାଣାର ନାନ୍‌ସି ବରିଷ୍ଠ ସୁଟିଂ ବିଶ୍ବକପ୍‌ରେ ନିଜ ନିଜର ପ୍ରଥମ ପଦକ ଜିତିଛନ୍ତି।

455 Y
1645 13-05-2023 Odia
  1. ଗାନ୍ଧୀବାଦୀ ଓ ସର୍ବୋଦୟୀ ସମାଜସେବୀ ତଥା ‘ଏକତା ପରିଷଦ’ର ପ୍ରତିଷ୍ଠାତା ରାଜଗୋପାଳ ପିଭିଙ୍କୁ ଜାପାନର ୪୦ତମ ନିୱାନୋ ଶାନ୍ତି ପୁରସ୍କାର ମିଳିଛି। ପୁରସ୍କାର ଆକାରରେ ତାଙ୍କୁ ମିଳିଥିବା ଦୁଇ କୋଟି ଜାପାନୀ ୟେନ୍‌ (ପ୍ରାୟ ଏକ କୋଟି କୋଡିଏ ଲକ୍ଷ ଟଙ୍କା)କୁ ଉପଯୋଗ କରି ଏକ ‘ଶାନ୍ତିକୋଷ’ ପ୍ରତିଷ୍ଠା କରିବେ ବୋଲି ସେ ଘୋଷଣା କରିଛନ୍ତି।

  2. ମ୍ୟାନ୍‌ମାରର ସାମରିକ ସରକାର ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି।

  3. ଟ୍ବିଟର୍‌ ସିଇଓ ପଦ ଛାଡିଛନ୍ତି ଏଲନ୍‌ ମସ୍କ। ଏଥି ସହିତ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟର ନୂଆ ସିଇଓ ଲିଣ୍ଡା ୟାକ୍‌କାରିନୋ ହୋଇଛନ୍ତି ।

  4. ଛତିଶଗଡର ବିଳାସପୁର ଜୋନ୍‌ରେ ଟ୍ରେନରେ ଏସ୍‌ସି କୋଚ୍‌ ଯାତ୍ରୀ ୫୫ ଲକ୍ଷ ଟଙ୍କା ମୂଲ୍ୟର ଚାଦର, ତକିଆ ଏବଂ ଟାୱେଲ ଲୁଟିନେଇଛନ୍ତି। ଯାତ୍ରୀମାନଙ୍କର ଏହି ଅଭ୍ୟାସ କାରଣରୁ ରେଳବାଇକୁ ଚଳିତବର୍ଷ ଲକ୍ଷାଧିକ ଟଙ୍କାର ଚୂନ ଲାଗିଥିବା ଜଣାଯାଇଛି।

  5. ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରି’ ଉପରେ ପଶ୍ଚିମବଙ୍ଗ ସରକାର କଣ ପାଇଁ ବ୍ୟାନ୍‌ ଲଗାଇଛନ୍ତି। ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ସ୍କ୍ରିନିଂ ହେଉଛି ପଶ୍ଚିମବଙ୍ଗରେ କାହିଁକି ନ ହେବ ? ଫିଲ୍ମ ଭଲ କି ଖରାପ ତାହା ଲୋକଙ୍କୁ ସ୍ଥିର କରିବାକୁ ଦିଅ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମମତା ସରକାରଙ୍କୁ କହିଛନ୍ତି ।

  6. ସିବିଆଇ ପ୍ରାଥମିକ ତଦନ୍ତ କରିବା ପରେ ଆଇଆରଏସ୍‌ ଅଧିକାରୀ ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଥିଲା। ସିବିଆଇ ସୀମର ୱାଙ୍ଖେଡେଙ୍କ ସମେତ ୩ ଜଣ ସରକାରୀ ଅଫିସରଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ କରିଛି। ସେହିପରି ୨୯ଟି ସ୍ଥାନରେ ରେଡ ମଧ୍ୟ ଜାରି ରହିଛି।

  7. ଓଡିଶା ମନ୍ତ୍ରୀମଣ୍ଡଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି। ପ୍ରଥମେ ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ । ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କିଛି ପରିବର୍ତ୍ତନ କରିବେ ବୋଲି କୁହାଯାଉଛି।

  8. ଥରେ ଓଟିଇଟି(ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ)ରେ ପାସ କାଲେ ଆଉ ଜୀବନସାରା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଓଟିଇଟିର ବୈଧତା ୭ ବର୍ଷ ଥିବା ବେଳେ ରାଜ୍ୟ ସରକାର ଏହାକୁ ଲାଇଫ ଟାଇମ ପାଇଁ ବଢ଼ାଇ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

  9. ସୁପ୍ରିମକୋର୍ଟ ଗୁଜରାଟର ୬୮ ଜଣ ବିଚାରପତିଙ୍କ ଜିଲ୍ଲା ଜଜ୍ କ୍ୟାଡରରେ ପଦୋନ୍ନତିକୁ ବେଆଇନ ବୋଲି କହିଛନ୍ତି । ଏଥିସହ ସୁପ୍ରିମକୋର୍ଟ ସମ୍ପୃକ୍ତ ପଦୋନ୍ନତି ତାଲିକା ଉପରେ ରୋକ୍ ଲଗାଇଛନ୍ତି । ଯେଉଁ ଜଜଙ୍କ ପଦୋନ୍ନତି ହୋଇଛି ସେମାନଙ୍କୁ ନିଜ ମୂଳ ପୋଷ୍ଟିଂ (ପୁରୁଣା ପଦ)କୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

  10. ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି  । ଚଳିତବର୍ଷ ମୋଟ ପାସ୍ ହାର ରହିଛି ୯୩.୧୨ ପ୍ରତିଶତ । ଗତବର୍ଷ ଅପେକ୍ଷା ୧.୨୮ ପ୍ରତିଶତ କମ୍ ରହିଛି ପାସ୍‌ ହାର । ଝିଅଙ୍କ ପାସ୍ ହାର ୯୪.୨୫% ରହିଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୯୨.୨୭% । ୯୯.୯୧% ପାସ୍ ହାର ସହ ତ୍ରିବେନ୍ଦ୍ରମ୍ ରିଜିଅନ୍ ଶୀର୍ଷରେ ରହିଛି ।

  11. ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ତଦନ୍ତ ଶେଷ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଉ ୬ ମାସ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏତେ ଅଧିକ ସମୟ ଦେବା ଠିକ୍ ହେବ ନାହିଁ। ବୋଲି ମତ ଦେଇଛନ୍ତି ।

  12. ସୁପ୍ରିମକୋର୍ଟ  ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୌନ ଉତ୍ପୀଡ଼ନ କମିଟି ଗଢ଼ାଯାଇଛି କି ନାହିଁ, ତାହା ଯାଞ୍ଚ କରି ସୁନିଶ୍ଚିତ କରିବାକୁ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  13. କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ସଦସ୍ୟ ପ୍ରସନ୍ନ କୁମାର ଦାସ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଓଡ଼ିଶାର ସଂସ୍କୃତି ଆଧାରିତ ପୁସ୍ତକ ‘ଇମେଜିଂ ଓଡ଼ିଶା’ ପ୍ରଦାନ କରିଛନ୍ତି।

  14. ସ୍ଥାନୀୟ ଅଞ୍ଚଳର ସାମଗ୍ରୀକୁ ପ୍ରୋତ୍ସାହିତ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିଲା ‘ଏକ ଷ୍ଟେସନ୍‌ ଏକ ଉତ୍ପାଦ (ଓଏସ୍‌ଓପି)’ ପାଇଲଟ ପ୍ରକଳ୍ପ। ୨୦୨୩ ମେ ପହିଲା ସୁଦ୍ଧା ଦେଶର ୨୧ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଂଚଳର ୭୨୮ଟି ରେଳ ଷ୍ଟେସନରେ ଏହା କାର୍ଯ୍ୟକାରୀ ହେଉଛି।

  15. କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌)କୁ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ବ୍ୟବହାର କରାଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି।

  16. ଇସ୍ରାଏଲ ଆକ୍ରମଣରେ ୫ ଜଣ ବରିଷ୍ଠ ଗାଜା କମାଣ୍ଡର ନିହତ ହୋଇଛନ୍ତି। ଇସ୍ରାଏଲ ‌ବାହିନୀର ଆକ୍ରମଣ ଦ୍ବାରା ଗାଜ‌ାରେ ସପ୍ତାହକ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ୍‌ ୩୦ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି।

  17. ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ବିଧାନସଭା ବାଚସ୍ପତି ଯଦି ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗରେ କିଛି ନିଷ୍ପତ୍ତି ନ ନିଅନ୍ତି ତେବେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ।

  18. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ ହ‌ାଇକୋର୍ଟରେ ହାଜର କରାଯାଇଥିଲା। ଅଲ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଅଦାଲତ ୨ ସପ୍ତାହ ଜାମିନ ଦେବା ସହ ମେ ୧୫ ପର୍ଯ୍ୟନ୍ତ କୌଣସି ମାମଲାରେ ବି ଗିରଫ  ହେବେନି।

  19. ମହାରାଷ୍ଟ୍ରର ସିନ୍ଦେ ସରକାର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବା ସହ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି।

  20. ବ୍ରଜଭୂଷଣ ଶରଣ ସିଂହଙ୍କ ବୟାନ ରେକର୍ଡ କରିଛି। ଯେଉଁଥିରେ ବ୍ରଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପୁଲିସ ଦୁଇ ଥର ତାଙ୍କ ବୟାନ ନେଇଛି ।

449 Y
1646 13-05-2023 English
  1. The ruling Biju Janata Dal (BJD) retained the Jharsuguda Assembly constituency seat after its candidate Dipali Das trounced the Bharatiya Janata Party (BJP) candidate Tankadhar Tripathy by a huge margin of 48,619 votes.

  2. The election saw a voter turnout of 65.69% with a total of 3,49,88,756 voters casting their votes. The state has a total of 224 constituencies, and the party that manages to secure a simple majority of 112 seats will be declared the winner. Till 12.30PM the congress leading in 125 seats.

  3. The Calcutta High Court has ordered the cancellation of appointment of around 36,000 candidates who were untrained at the time of their recruitment as primary teachers in West Bengal government-sponsored and -aided schools, as the due procedure was not followed in the appointment process.

  4. The Supreme Court on Friday stayed the promotion of 40 judicial officers who had been made district judges by Gujarat High Court and the state government, saying the elevations were “illegal and contrary to relevant rules”.

  5. The Central Board of Secondary Education (CBSE) declared Friday the Class X and XII examination results. In the Class X examinations, Bhubaneswar with a pass percentage of 93.94 was placed eighth among all the regions while in the Class XII segment it was 11th with a pass percentage of 83.39.

  6. Ahead of Assembly and Lok Sabha polls, Speaker Bikram Keshari Arukh along with two state ministers, Samir Ranjan Dash and Srikanta Sahu resigned from their positions Friday. The sudden resignation of the Speaker and two ministers,at a time when Chief Minister Naveen Patnaik is away in New Delhi and Governor Ganeshi Lal is out of station, shocked the entire political fraternity.

  7. In a bid to promote indigenous products and create additional income opportunities for marginalised sections, outlets have been allotted at 31 railway stations in Odisha under the ‘One Station One Product’ (OSOP) scheme, the Ministry of Railways said Friday. OSOP outlets have been allotted at stations including Bhubaneswar, Puri, Cuttack, Sambalpur, Angul, Bolangir, Balasore, Dhenkanal, Rourkela, Rayagada, Khurda Road, Jharsuguda, Hirakud and Bargarh Road.

  8. Southern Asia accounts for nearly two-thirds of the world's small for gestational age (SGA) newborns - babies born too small, according to a paper published in the Lancet.

  9. The National Human Rights Commission (NHRC) has sought an Action Taken Report (ATR) from the Koraput district Collector on the issue of migrant workers who had to walk from Bangalore to Koraput after being refused their wages.

  10. Over 2,500 mobile toilets will be set up for the Amarnath Yatra in Jammu and Kashmir, with most on the two routes to reach the cave shrine located at a height of 3,880 metres in the Himalayas, officials said.

  11. Girls continued to outshine boys in CBSE Class 10 and 12 exams while the pass percentage and the number of students scoring above 90 and 95 per cent marks dipped compared to last year.

  12. The CBI has filed an FIR against former Narcotics Control Bureau officer Sameer Wankhede for allegedly seeking Rs 25 crore bribe for not framing Shah Rukh Khan's son Aryan Khan in the drugs-on-cruise case, officials said Friday.

  13. The Allahabad High Court Friday ordered determination of the age of the structure claimed to be a shivling in the Gyanvapi mosque in Varanasi using modern technology.

  14. Geological Survey of India (GSI) plans to launch an early warning system for possible landslides across the nation in 2026, an official of the organisation said.

  15. The Bihar government has earned all-time high revenue of Rs 1384.46 crore from sand mining during 2022-23, an increase of nearly 54 per cent compared to the previous fiscal, a top official said.

  16. The World Health Organization declared that mpox no longer constitutes a global health emergency Thursday, almost exactly a year after the disease formerly known as monkeypox started spreading globally.

  17. Domestic passenger vehicle despatches witnessed a 13 per cent year-on-year rise in April as demand remained robust across segments, industry body SIAM said Friday.

  18. Lucknow Super Giants will be itching to get back to winning ways against a buoyant Sunrisers Hyderabad with young wrist-spinner Ravi Bishnoi holding the key in a must-win IPL game here, Saturday.

  19. The Assam government launched a healthcare scheme, offering cashless medical treatment up to Rs 5 lakh per family per year.

  20. The state government employees possessing Sikkim Subject Certificate/Certificate of Identification shall get one advanced increment for having two surviving children, the Department of Personnel Secretary Rinzing Chewang Bhutia said in a notification issued on May 10.

 

460 Y
1647 12-05-2023 Odia

 

  1. ଇଟାଲୀର ମିଲନ ସହରର କେନ୍ଦ୍ରସ୍ଥଳରେ ଗୁରୁବାର ବଡ଼ ଧରଣର ବିସ୍ଫୋରଣ ଘଟି ବହୁ ଗାଡ଼ି ଜଳିଯାଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

  2. ଗୁରୁବାର ବିଳମ୍ବିତ ରାତିରେ ଟୁଇଟ୍‌ କରି ଏଲନ୍‌ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ମସ୍କ ଟୁଇଟ୍‌ରେ ସିଇଓ ପଦ ଛାଡ଼ିବାକୁ କହିଛନ୍ତି।

  3. ତେଲଙ୍ଗାନାରେ ଇଣ୍ଟରମିଡିଏଟ୍‌ (ଯୁକ୍ତ ଦୁଇ) ପରୀକ୍ଷା ଫଳ ଘୋଷଣା ପରେ ବୁଧବାର ୮ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅନ୍ୟ ଜଣେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

  4. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ ଆଶ୍ବସ୍ତି । ଇମ୍ରାନ ଖାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ପୂର୍ବରୁ ଇମ୍ରାନଙ୍କ ଗିରଫଦାରୀ ବେଆଇନ ଓ ଅବୈଧ ବୋଲି କହିଥିଲେ ସୁପ୍ରିମକୋର୍ଟ ।

  5. ରାଜ୍ୟ ମିଶନଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକାମାନଙ୍କ ବିଦେଶ ଯାତ୍ରା କାର୍ଯ୍ୟକ୍ରମରେ ସେ ସ୍ଥାନ ପାଇଛନ୍ତି। ସମଗ୍ର ରାଜ୍ୟରୁ ୧୦ ଜଣ ଅଗ୍ରଣୀ ମହିଳାମାନଙ୍କୁ ଉତ୍ସାହିତ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଦୁବାଇ ପଠାଯାଉଛି। ସେମାନଙ୍କ ମଧ୍ୟରେ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଅନ୍ତର୍ଭୁକ୍ତ। ଆସନ୍ତା ୧୫ ତାରିଖ ଦିନ ସେମାନେ ଭୁବନେଶ୍ୱରରୁ ଦୁବାଇ ଯାତ୍ରା କରିବେ।

  6.  ସାରା ଓଡ଼ିଶା। ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବୌଦ୍ଧ ଓ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଏ ଦୁଇ ସହରରେ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ୪୩. ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

  7. ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା କହିଛନ୍ତି ନବୀନ ପଟ୍ଟନାୟକ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଦାବି ଉପସ୍ଥାପନ କରିଛନ୍ତି ନବୀନ । ଭୁବନେଶ୍ବରରେ ଏୟାର ଟ୍ରାଫିକ ଜାମ ଯୋଗୁଁ ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

  8. କନ୍ଧମାଳ ଜିଲାର ମାଓବାଦୀ ଅଧ୍ୟୁଷତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି।

  9. ଗତ ମାସ ୨୮ ତାରିଖରେ ପ୍ରଥମ ଥର ଲାଗି ହାୱଡା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଟ୍ରେନର ଟ୍ରାଏଲ ଚଳାଚଳ ହୋଇଥିଲା। ସକାଳ ୬ଟା ୧୦ରେ ହାୱଡାରୁ ଏହି ଏକ୍ସପ୍ରେସ୍‌‌ର ଟ୍ରାଏଲ ରନ୍‌‌ ଆରମ୍ଭ ହୋଇଥିଲା। ଏହା ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବା ପୁରୀରେ ପହଞ୍ଚିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ୍‌‌ ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ମଧ୍ୟାହ୍ଣ ୧.୫୦ ମିନିଟରେ ପୁରୀ ଛାଡ଼ିଥିଲା।

  10. ତିନିଟି ପର୍ଯ୍ୟାୟରେ ରାଜ୍ୟର ୬,୧୩୫ଟି ସରକାରୀ ହାଇସ୍କୁଲ୍‌କୁ ‘୫-ଟି’ ସ୍କୁଲ୍‌ରେ ରୂପାନ୍ତରିତ କରାଯାଇଥି ବା ବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହି ଯୋଜନାରେ ମୋଟ ୨ ହଜାର ୭ଶହ ସ୍କୁଲ ସାମିଲ୍‌‌ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରିୟା ଶେଷହେବ।

  11. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ଯେ, ମଙ୍କିପକ୍ସ ଏବେ ଏକ ଜରୁରି ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନୁହେଁ। ପ୍ରାୟ ବର୍ଷେ କାଳ ଏହି ରୋଗ ବିଶ୍ବର ବିଭିନ୍ନ ଦେଶରେ ବ୍ୟାପିଥିବା ବେଳେ ଆଜି ହୁ ନିର୍ଦ୍ଦେଶକ ଟେଡ୍ରୋସ ଆଧାନମ ଗେବ୍ରେୟେସସ କହିଛନ୍ତି

  12. ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଅଧିକାରକୁ ନେଇ ବିବାଦ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ।

  13. ଦିଲ୍ଲୀର ତିହାର ଜେଲ୍‌ରେ ସୁରକ୍ଷାରେ ତ୍ରୁଟି ପାଇଁ ଚିନ୍ତା ପ୍ରକଟ କରି ଦିଲ୍ଲୀ କାରାଗାର ବିଭାଗ ଦ୍ବାରା ୯୯ ଅଧିକାରୀଙ୍କୁ ତିହାର ଜେଲ୍‌ରୁ ଅନ୍ୟ ଜେଲ୍‌କୁ ବଦଳି କରାଯାଇଛି।

  14. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ସିଏନ୍‌ଏନ୍‌ର ମଡରେଟର କେଟଲିନ କଲିନ୍ସଙ୍କୁ ‘ବାଜେ ଲୋକ’ ବୋଲି କହିଛନ୍ତି।

  15. ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟରେ ୧୦ ଦିନ ଧରି ଶୁଣାଣି ଚାଲିବା ପରେ ଗୁରୁବାର ତାହା ଶେଷ ହୋଇଛି ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ୫ ଜଣିଆ ଖଣ୍ଡପୀଠରେ ଏହାର ଶୁଣାଣି ଚାଲିଥିଲା।

  16. ଫିନଲାଣ୍ଡର ବିଦାୟୀ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ତାଙ୍କର ସ୍ବାମୀ ମାର୍କସ ରାଇକୋନେନଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଯୁଗ୍ମଭାବେ ଆବେଦନ କରିଥିବା ବୁଧବାର ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

  17. ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଆକ୍ସନରେ ଅଛନ୍ତି। ବଦଳି ଓ ପୋଷ୍ଟିଂ ଉପରେ ନିୟନ୍ତ୍ରଣ ରଖିବାକୁ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର କିଛି ଘଣ୍ଟା ପରେ ଦିଲ୍ଲୀ ସରକାର ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ ।

  18. ଦିଲ୍ଲୀ ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।

  19. ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍‌ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି।

  20. ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବି.ଏସ ୟେଦୁରୁପ୍ପାଙ୍କ ଜନ୍ମସ୍ଥାନ ବୁକାନାକେରେର ଗଞ୍ଜୀଗେରର ଗ୍ରାମବାସୀମାନେ ମାଗଣା ଉପହାର ଫେରସ୍ତ କରିଥିଲେ। ବୁଧବାର ସକାଳେ ଗ୍ରାମବାସୀ ସ୍ଥାନୀୟ ଭାଜପା ନେତାଙ୍କ ଘରର ତାଲା ପଡିଥିବା ଦ୍ୱାରରେ ଚିକେନ ଏବଂ ଶାଢି ଫିଙ୍ଗିଥିବାର ନଜର ଆସିଥିଲା।

460 Y
1648 12-05-2023 English
  1. Heatwave conditions continued to prevail across Odisha with mercury breaching the 40°C mark at 16 places Thursday. According to the India Meteorological Department (IMD), Boudh and Jharsuguda were the hottest places in the state and recorded the day’s maximum temperature of 43.4°C. The searing heat may continue for another fourfive days, IMD said.

  2. A `1 crore defamation case and a petition seeking an injunction to restrain his autobiography has been filed against Rajya Sabha MP and former Chief Justice of India (CJI) Ranjan Gogoi by Assam Public Works (APW) president Aabhijeet Sharma at a local court here.

  3. In a major relief for Imran Khan, Pakistan’s Supreme Court declared Thursday the former prime minister’s arrest ‘illegal’ and ordered his immediate release after he was produced before a bench on its orders.

  4. Former director of National Institute of Science Education and Research (NISER), Sudhakar Panda will receive ‘Biju Patnaik Award for Scientific Excellence’, which carries a cash award of Rs 2 lakh along with a citation and memento.

  5. Luna Samanta of Ravenshaw University, CSIR-IMMT, Bhubaneswar chief scientist Danda Srinivas Rao, NIT-Rourkela’s Anup Kumar Panda and National Botanical Research Institute of Lucknow’s director Saroj Kanta Barik will receive ‘Samanta Chandra Sekhar Award’. The award carries a cash award of Rs 1 lakh and a citation with memento.

  6. The Economic Offences Wing (EOW) of state Crime Branch has frozen Rs 1.22 crore of fake trading application ‘Join Trade’, an official said Thursday.

  7. More than half of all fraud incidents in India were ‘platform’ fraud, a novel form of economic crime that involves fraudulent activities associated with social media, e-commerce, enterprise and finTech platforms, said a PwC India report Thursday.

  8. Delhi Chief Minister and Aam Aadmi Party (AAP) leader Arvind Kejriwal Thursday thanked the Supreme Court for doing justice to the people of the national capital and said that the pace of development will increase manifold.

  9.  The Supreme Court Thursday reserved its verdict on a batch of pleas seeking legal validation for same-sex marriage after a marathon hearing of 10 days.

  10.  A central government agency has authorised 800 farmers and entrepreneurs to use the Geographical Indication (GI) tag for 13 agricultural products of the northeastern region, an official said.

  11. The UN food agency is warning that a widespread locust infestation in several Afghan provinces is of ‘huge concern’ and could possibly decimate a quarter of the wheat crop.

  12. Minister of State for Electronics and IT Rajeev Chandrasekhar Thursday said that in the semiconductor space, the country will soon have a talent pool of 85,000 who will not only create innovative designs and solutions for the country but also for the world.

  13. State-owned Oil and Natural Gas Corporation (ONGC) has discovered crude oil and natural gas in two blocks in Mumbai offshore, the company said Thursday without giving details of reserves found. The discoveries, which have been named ‘Amrit’ and ‘Moonga’, were made in the blocks that the company won in recent open acreage licensing rounds.

  14. A total of 833 persons have been arrested in 427 cases registered in the past two years under the Prohibition of Unlawful Conversion of Religion Act, 2020 that is now back in focus with the release of the movie 'The Kerala Story' that highlights the same issue.

  15.  Four wagons of a goods train, loaded with cement, derailed near Katni station in Madhya Pradesh on Thursday, officials said.

  16. Air India's two pilot unions on Thursday decided to accept the revised service norms and new compensation structure offered by the airline.

  17. The BBC and Wikimedia Foundation Thursday submitted in a Delhi court that it does not have jurisdiction to try a criminal complaint filed by a BJP leader seeking to restrain them from publishing a documentary on the 2002 Gujarat riots.

  18. With the Supreme Court ruling in his government's favour on administration of some services in Delhi on Thursday, Chief Minister Arvind Kejriwal pledged the speed of work will increase 10 times now that his hands are no longer tied.

  19. The Supreme Court today reserved its verdict on a batch of pleas seeking legal validation for same-sex marriage.

  20. Cyclone Mocha is likely to intensify into a very severe cyclonic storm today over the southeast and adjoining areas of central Bay of Bengal, officials have said.

493 Y
1649 11-05-2023 Odia
  1. ଆସନ୍ତା ୧୩ ତାରିଖରେ ଭୋଟ ଗଣତି ହେବ। ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରୁ ଜଣାପଡ଼ୁଛି ଯେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି। ଏଣୁ ସରକାର ଗଢିବା ପାଇଁ ଜନତାଦଳ (ଧର୍ମନିରପେକ୍ଷ)ର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବାର ସମ୍ଭାବନା ରହିଛି।

  2. ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୭ ସୁଦ୍ଧା ଦେଶରେ ଚାଲୁଥିବା ସମସ୍ତ ଡିଜେଲ ଗାଡି ବନ୍ଦ ହୋଇଯିବ। ଏଗୁଡିକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛି। ଏହା ବଦଳରେ ଲୋକଙ୍କୁ ବିଦ୍ୟୁତ ଓ ଗ୍ୟାସ ଦ୍ୱାରା ଚାଲୁଥିବା ଗାଡି ଉପରେ ଗୁରୁତ୍ବ ଦେବା ଆବଶ୍ୟକ।

  3. ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ ବି‌ରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ଲାଗି ସୁପ୍ରିମକୋର୍ଟ ଯେଉଁ କମିଟି ଗଠନ କରିଥିଲେ ତାହା ମୁଦା ଲଫାପାରେ ରିପୋର୍ଟ ଦାଖଲ କରିଛି।

  4. ଯେଉମାନେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହ୍ବାଟସ୍‌ଆପ୍ରେ ଆଲୋଚନା କରୁଛନ୍ତି। କିନ୍ତୁ ସେମାନେ ଜାଣିନାହାନ୍ତି ‌ଯେ ସେମାନଙ୍କ ସେହି ଆଲୋଚନା ଓ କଥାବାର୍ତ୍ତାକୁ ହ୍ବାଟସ୍‌ଆପ୍ ଲୁଚିଛପି ଶୁଣୁଛି। ବିଶ୍ବରେ ବହୁଳ ପ୍ରଚଳିତ ମୋବାଇଲ୍ ଆପ୍ ହ୍ବାଟସ୍‌ଆପ୍ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି।

  5. ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇଙ୍କ ବିରୋଧରେ ରାଜ୍ୟ ସରକାର ବୁଧବାର ଆପରାଧିକ ମାନହାନି ମାମଲା ରୁଜୁ କରିଛନ୍ତି।

  6. କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ଇନ୍‌ଫର୍ମେସନ ସିଷ୍ଟମ (ଏଲ‌୍ଏମ୍‌ଆଇଏସ୍‌), ସକ୍ଷମ (ଷ୍ଟିମୁଲେଟିଂ ଆଡ୍‌ଭାନ୍‌ସଡ ନଲେଜ୍ ଫର ସଷ୍ଟେନେବଲ୍ ହେଲ୍ଥ ମ୍ୟାନେଜ୍‌ମେଣ୍ଟ)ର ଶୁଭାରମ୍ଭ କରିଛନ୍ତି.

  7. ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ସୋସିଆଲ ମିଡିଆ ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବ। ମସ୍କ ନିଜେ ଏହି ସୂଚନା ଦେଇଛନ୍ତି। ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ଦେଖାଯାଉଛି । 

  8. ବିଲ୍‌ ଗେଟ୍‌ସ ପ୍ରତିଷ୍ଠା କରିଥିବା ଏବଂ ଭାରତୀୟ ବଂଶୋଦ୍ଭବ ସତ୍ୟ ନାଡେଲାଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ସଫ୍ଟୱେର କଂପାନି ମାଇକ୍ରୋସଫ୍ଟ ଚଳିତ ବର୍ଷ ଏହାର ସ୍ଥାୟୀ କର୍ମଚାରୀମାନଙ୍କ ଦରମା ବଢ଼ାଇବ ନାହିଁ।

  9. ସୋନାଲିକା ଟ୍ରାକ୍ଟର୍ସ ୨୦୨୩-୨୪ ଆର୍ଥିକ ବର୍ଷକୁ ଉତ୍ସାହର ସହ ଆରମ୍ଭ କରିଛି। କଂପାନି ଏପ୍ରିଲ୍‌ରେ ୧୨,୫୯୦ ଟ୍ରାକ୍ଟର ବିକ୍ରି କରିଛି। ଏହା ଦ୍ବାରା କଂପାନି ବଜାର ଅଂଶକୁ ୧.୯ ପ୍ରତିଶତ ବଢ଼ାଇପାରିଛି।

  10. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ରହିଥିବା ବିଭିନ୍ନ ବିପଦ ଉପରେ ବିଶେଷଜ୍ଞମାନେ ପ୍ରତିଦିନ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ବିଶ୍ବର ଅନ୍ୟତମ ପ୍ରତି‌ଷ୍ଠିତ ଏଆଇ ଗୁରୁ ବେନ୍ ଗୋଏର୍ଜେଲ୍‌ କହିଛନ୍ତି ଯେ ଆଗାମୀ କିଛି ବର୍ଷ ଭିତରେ ଏଆଇ ୮୦ ପ୍ରତିଶତ ଚାକିରି  ନେଇଯିବ। ମଣିଷ କରୁଥିବା ଅଧିକାଂଶ କାମ ଏଆଇ କରିବ।

  11. ବ୍ରିଟେନ୍‌ରେ ପ୍ରଥମ ଥର ପାଇଁ ୩ ଜଣ ବ୍ୟକ୍ତିଙ୍କ ଡିଏନ୍‌ଏକୁ ମିଶ୍ରଣ କରି ଶିଶୁ ଜନ୍ମ କରାଯାଇଛି।

  12. ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି।

  13. କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ।

  14. ଚଳିତବର୍ଷ ସାମ୍ବାଦିକତା କ୍ଷେତ୍ରରେ ନ୍ୟାଶନାଲ ରିପୋର୍ଟିଂ ପାଇଁ କ୍ୟାରୋଲିନ କିଚ୍‌ନେର(ଓ୍ବାଶିଂଟନ୍‌ ପୋଷ୍ଟ)ଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ଆମେରିକାରେ ମହିଳାଙ୍କ ଗର୍ଭପାତ ଅଧିକାର ସମ୍ପର୍କିତ ‘ରୋ ବନାମ ଓ୍ବେଡ୍‌’ ମାମଲାକୁ ସୁପ୍ରିମକୋର୍ଟ ପଲଟାଇଦେବା ପରେ ଗର୍ଭବତୀଙ୍କ ଜୀବନ ଉପରେ ଏହି ରାୟର ପ୍ରଭାବ ସମ୍ପର୍କରେ କ୍ୟାରୋଲିନ୍‌ ରିପୋର୍ଟିଂ କରି ଚର୍ଚ୍ଚାକୁ ଆସିଥିଲେ।

  15. ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି।

  16. ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

  17. ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

  18. ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗଜପତି ଜିଲାର ଆର. ଉଦୟଗିରି ବ୍ଲକ୍‌ ଛେଳିଗଡ଼ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୨୮୦ ମିଟର ଦୀର୍ଘ ଏକ ସୁଡ଼ଙ୍ଗ ଏଥିପାଇଁ ଖୋଳାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ।

  19. ପ୍ରତିବର୍ଷ ମେ ୧୧ ତାରିଖରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ସର୍ବଭାରତୀୟସ୍ତରରେ ପାଳନ କରାଯାଉଛି।

  20. ବୋଲରଙ୍କ ଚମତ୍କାର ପ୍ରଦର୍ଶନ; ମୋଟଉପରେ ଦଳଗତ ସଫଳତା ବଳରେ ବୁଧବାର ଚଳିତ ଆଇପିଏଲ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳକୁ ୨୭ ରନ୍‌ରେ ପରାସ୍ତକରି ୧୨ଶ ମ୍ୟାଚ୍‌ରେ ୭ମ ବିଜୟ ସହ ସିଏସ୍‌କେ ପଏଣ୍ଟ ଟେବୁଲର ୨ୟ ସ୍ଥାନ ବଜାୟ ରଖିଛି।

455 Y
1650 11-05-2023 English
  1. In a major win for the AAP government, the Supreme Court today in a unanimous verdict ruled that the Delhi government has legislative and executive powers over services except for public order, police and land.

  2. The Supreme Court's landmark judgment today clarifying that it is the elected government and not the Lieutenant Governor who is the boss of Delhi, should be a "big lesson" for the BJP, Aam Aadmi Party's Raghav Chadha said.

  3. The Supreme Court today said that it cannot disqualify the Eknath Shinde-led Maharashtra government and rejected the submission to reinstate Uddhav Thackeray as chief minister because the latter had chosen to resign instead of facing a test

  4. Karnataka recorded a voter turnout of 72.67 per cent in the Assembly elections, which is slightly above the previous polls in 2018.

  5. The Indian Space Research Organisation has sucessfully commenced testing of its semi-cryogenic engines that would power future launch vehicles.

  6. National Technology Day is observed today .  It marks the anniversary of the Pokhran nuclear tests, conducted in 1998.

  7. Kerala has become the first state in the country to have a drone surveillance system in all police districts in the state.

  8. The Income Tax department today conducted searches on the premises of Mankind Pharma over allegations of tax evasion, official sources said.

  9. India recorded 1,690 fresh Covid infections in a day, while the number of active cases has come down to 19,613 from 21,406 a day earlier, according to the Union Health Ministry data on Thursday.

  10. Senior CPI(M) leader of Nilagiri area in Balasore district, Ramachandra Shaw, 72, died Wednesday after being bitten by a swarm of honeybees at Bankisahi village under Garadi panchayat.

  11. A 23-year-old doctor was stabbed to death Wednesday at a taluk hospital in Kottarakkara locality of this district in Kerala allegedly by a man, a school teacher under suspension. The man identified as Sandeep, had been brought to the hospital by the police after being involved in a fight with his family members.

  12. All high schools will have modern infrastructure and advanced facilities under state’s ambitious 5T High School Transformation Programme (HSTP) by December this year, said School and Mass Education (S&ME) department commissionercum-secretary Aswathy S, Wednesday.

  13. India, Pakistan, Nigeria, China and Ethiopia together accounted for 45 per cent of all babies born early (before 37 weeks of pregnancy) in 2020, according to a new report released by UN agencies and partners Wednesday.

  14. The Supreme Court, hearing a clutch of pleas seeking legal validation for samesex marriage, Wednesday said an individual in a homosexual relationship is not precluded from adopting a child under the law irrespective of marital status.

  15. Santiniketan - the place where Gurudev Rabindra Nath Tagore built Visva-Bharati over a century ago, has been recommended for inclusion in the UNESCO World Heritage List by an international advisory body, Union Culture Minister G Kishan Reddy said

  16. The Supreme Court will hear May 12 the pleas on the Adani-Hindenburg row and is likely to consider market regulator SEBI's application seeking a six-month extension to complete its probe into the allegations of stock price manipulation by the Adani group and lapses in regulatory disclosure.

  17. Mounting pressure on Rajasthan Chief Minister Ashok Gehlot and the Congress' central leadership in the run-up to the assembly polls, party leader Sachin Pilot began his "Jan Sangharsh Yatra" from Ajmer on Thursday.

  18. The hearing of Nobel laureate Amartya Sen’s stay application on the eviction order issued by Visva-Bharati from a stretch of his ancestral home Pratichi was deferred to May 30 by the acting Birbhum district judge on Wednesday.

  19. US network gear maker Cisco Wednesday announced manufacturing plans for Tamil Nadu, India, as its chairman and CEO Chuck Robbins asserted that the company is bullish about India market and its prospects.

  20. MS Dhoni punished Khaleel Ahmed and then marshalled his bowling resources to perfection as Chennai Super Kings comprehensively beat Delhi Capitals by 27 runs to take a giant stride towards IPL playoffs, here Wednesday.

453 Y