-
ତାମିଲନାଡୁର ଜଣେ ମହିଳା ତାଙ୍କ ଝିଅର ସ୍ମୃତିରେ ଏକ ସରକାରୀ ବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ୪ କୋଟି ଟଙ୍କା ମୂଲ୍ୟର ଏକ ଜମି ଦାନ କରିଛନ୍ତି। ଆୟୀ ଅମ୍ମାଲ ନାମରେ ମଧ୍ୟ ପରିଚିତ ପୂରନମ୍ ଚାହୁଛନ୍ତି ଯେ ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ତାଙ୍କ ଝିଅ ନାମରେ ବିଦ୍ୟାଳୟର ନାମକରଣ କରାଯାଉ।
-
ମନ୍ଦିର ସହର ଅଯୋଧ୍ୟାରେ ଦେଶର ପ୍ରଥମ ୭ ତାରକା ବିଳାସପୂର୍ଣ୍ଣ ହୋଟେଲ ହେବାକୁ ଯାଉଛି, ଯେଉଁଠାରେ କେବଳ ନିରାମିଷ ଖାଦ୍ୟ ପରିବେଷଣ କରାଯିବ। ଏହି ସହରରେ ଆସନ୍ତା ସୋମବାର ଭବ୍ୟ ରାମମନ୍ଦିର ଉନ୍ମୋଚନ ହେବାକୁ ଯାଉଛି।
-
ଜାନୁଆରି ୨୨ରେ ଭଗବାନ ରାମ ଆମକୁ ଦର୍ଶନ ଦେବେ ଏବଂ ମୁଁ ଭାଗ୍ୟବାନ୍ ଯେ ମୋତେ ଅଯୋଧ୍ୟା ରାମମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି।
-
ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଏବଂ ସ୍ଥଳ ଅପରେସନ ଯୋଗୁଁ ୧୦୦ ଦିନରେ ୧୦,୦୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ପିଲା ନିଖୋଜ ଅଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍ଏୱାଇ-ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି।
-
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ସପକ୍ଷରେ ମହାରାଷ୍ଟ୍ର ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଥାକରେ ଗୋଷ୍ଠୀ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
-
ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ସୋମବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ। ତେବେ ନିର୍ବାଚନ ପରବର୍ତ୍ତୀ ମେଣ୍ଟକୁ ସେ ଅସ୍ୱୀକାର କରିନାହାନ୍ତି।
-
ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଗର୍ଭଗୃହ ପାଇଁ କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ମୂର୍ତ୍ତି ଚୟନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଏହି ସୂଚନା ଦେଇଛନ୍ତି।
-
ୟୁକ୍ରେନ କହିଛି ଯେ ରବିବାର ରାତିରେ ଆଜୋଭ ସାଗରରେ ଏକ ସୁପରିକଳ୍ପିତ ଏବଂ କାର୍ଯ୍ୟକାରୀ ଅପରେସନରେ ରୁଷିଆର ଏକ ବହୁମୂଲ୍ୟ ଗୁପ୍ତଚର ବିମାନକୁ ଖସାଇ ଦିଆଯାଇଛି। ଏହି ଗୁପ୍ତଚର ବିମାନର ମୂଲ୍ୟ ପ୍ରାୟ ୨୭୪ ନିୟୁତ ପାଉଣ୍ଡ (୨,୭୯୨.୮ କୋଟି ଟଙ୍କା) ହେବା ଅନୁମାନ କରାଯାଉଛି ।
-
ଦେଶରେ ଦାରିଦ୍ର୍ୟକୁ ନେଇ ନୀତି ଆୟୋଗ ଏକ ରିପୋର୍ଟ ଜାରି କରିଛନ୍ତି । ଆୟୋଗ ପକ୍ଷରୁ ୨୦୨୨-୨୩ ପାଇଁ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଗତ ୯ ବର୍ଷମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ସୀମାରେଖାରୁ ବାହାରକୁ ଆସିଛନ୍ତି।
-
ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭାଙ୍କ ଏକ ମନ୍ତବ୍ୟ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଏଆଇ ବିଶ୍ବର ୪୦ ପ୍ରତିଶତ ଚାକିରିକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।
-
ବର୍ତ୍ତମାନ ଫାସ୍ଟ୍ୟାଗ୍ ଜରିଆରେ ଟୋଲ୍ ସଂଗ୍ରହ କରାଯାଉଥିବା ବେଳେ ସେହି ସ୍ଥାନରେ ଜିପିଏସ୍ଭିତ୍ତିକ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରଯାଉଛି। ଏହି ନୂଆ ବ୍ୟବସ୍ଥାର ପରୀକ୍ଷଣ ଆରମ୍ଭ ହୋଇଛି। ବୈଧ ବାଲାନ୍ସ ଥାଇ ମଧ୍ୟ KYC ସମ୍ପୂର୍ଣ୍ଣ ହୋଇ ନ ଥିଲେ ଜାନୁଆରୀ ୩୧ ପରେ ବ୍ୟାଙ୍କଗୁଡ଼ିକ ଫାସ୍ଟାଗ୍କୁ ଅକାମୀ କରିଦେବେ କିମ୍ବା ଏହାକୁ କଳା ତାଲିକାଭୁକ୍ତ କରିବେ।
-
ବିଦେଶରେ ଲିଥିଅମ୍ ଖଣି ଅନୁସନ୍ଧାନ ଓ ଉତ୍ତୋଳନ ପାଇଁ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କାବିଲ୍) ଓ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶର କଂପାନି କେମେନ୍ ଏସ୍ଇ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।
-
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି।
-
ଜାନୁଆରୀ ୨୨ରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ। ରାମ ମନ୍ଦିରର ଗର୍ଭ ଗୃହ ଏବେ ପ୍ରସ୍ତୁତ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।
-
୨୦୨୦ ଠାରୁ ବିଶ୍ବର ୫ଜଣ ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୨ଗୁଣରୁ ଅଧିକ ହୋଇଥିବା କଥା ଆଜି ଦାତବ୍ୟ ସଙ୍ଗଠନ ‘ଅକ୍ସଫାମ୍’ କହିଛି। ସେମାନେ ହେଉଛନ୍ତି, ଏଲନ୍ ମସ୍କ୍, ବର୍ଣ୍ଣାର୍ଡ ଆର୍ଣ୍ଣନଲ୍ଟ୍, ଜେଫ୍ ବେଜୋସ୍, ୱାରେନ୍ ବଫେଟ୍ ଓ ଲେରି ଏଲିସନ୍ସ୍।
-
ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।
-
ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି ।
-
ଶ୍ରୀଲଙ୍କା ନୌସେନା ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ସେମାନେ ଦ୍ୱୀପ ଦେଶର ଜଳରେ ମାଛ ଧରିବା ଅଭିଯୋଗ ହୋଇଛି।
-
ଭାରତୀୟ ବାସୁମତି ଚାଉଳକୁ ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ମିଳିଛି। ଲୋକପ୍ରିୟ ଖାଦ୍ୟ ବିଶ୍ଳେଷଣକାରୀ ସଂସ୍ଥା ‘ଟେଷ୍ଟ ଆଟ୍ଲାସ୍’ ପକ୍ଷରୁ ବାସୁମତି ଚାଉଳକୁ ବର୍ଷ ୨୦୨୩-୨୪ ପାଇଁ ବିଶ୍ୱର ସର୍ବୋତ୍ତମ ଚାଉଳ ମାନ୍ୟତା ପ୍ରଦାନ କରାଯାଇଛି। ନିକଟରେ ଏହି ସଂସ୍ଥା ବିଶ୍ୱର ୧୦୦ ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତକୁ ୧୧ ତମ ସ୍ଥାନରେ ରଖିଥିଲା।