-
ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନି ମେଟା ପକ୍ଷରୁ ଆକଳନ କରାଯାଇଛି ଯେ ଦିନକୁ ୧ ଲକ୍ଷରୁ ଅଧିକ ଶିଶୁଙ୍କ ନିକଟକୁ ଅଶ୍ଳୀଳ ଫଟେ ଏବଂ ଭିଡିଓ ପଠାଯାଉଛି। ୨୦୨୧ ମସିହାରେ କମ୍ପାନି ପକ୍ଷରୁ କରାଯାଇଥିବା ଏକ ଆଭ୍ୟନ୍ତରୀଣ ଉପସ୍ଥାପନା ସମୟରେ ଏହା କୁହାଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅଯୋଧ୍ୟାରେ ରାମ ମନ୍ଦିରକୁ ସମର୍ପିତ ସ୍ମାରକୀ ଡାକଟିକଟର ଏକ ସିରିଜ୍ ଏବଂ ଏକ ୪୮ ପୃଷ୍ଠାର ପୁସ୍ତିକା ଉନ୍ମୋଚନ କରିଛନ୍ତି। ପୁସ୍ତିକାଟି ହେଉଛି ଭଗବାନ ଶ୍ରୀରାମଙ୍କୁ ସମ୍ମାନ ଜଣାଇ ସାରା ବିଶ୍ୱରେ ପ୍ରଚଳିତ ଥିବା ଡାକଟିକଟ ବା ଷ୍ଟାମ୍ପଗୁଡ଼ିକର ଏକ ସଂକଳନ।
-
କେରଳର ପ୍ରସିଦ୍ଧ ଶ୍ରୀପଦ୍ମନାଭସ୍ୱାମୀ ମନ୍ଦିର ପକ୍ଷରୁ ଅଯୋଧ୍ୟା ରାମମନ୍ଦିରକୁ ଉପହାର ସ୍ୱରୂପ ପାରମ୍ପରିକ ଧନୁ ‘ଓନାଭିଲୁ’ ପ୍ରଦାନ କରାଯିବ।
-
ପାକିସ୍ତାନ ଓ ଇରାନ ପରସ୍ପରର ସୀମା ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ନେଇ ବିସ୍ଫୋରକ ସ୍ଥିତି ଉପୁଜିଛି।
-
ଗୁଜରାଟର ବଡ଼ୋଦରା ଜିଲ୍ଲା ନିକଟରେ ଥିବା ହରନୀ ମୋତନାଥ ହ୍ରଦରେ ଆଜି ଡଙ୍ଗା ବୁଡ଼ିଯିବା ଯୋଗୁ ୧୬ ଜଣ ସ୍କୁଲ୍ ଛାତ୍ର ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।
-
ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସଂସଦରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କୁ ଧକ୍କା ଲାଗିଛି । ତାଙ୍କୁ ଏବେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିବ ।
-
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିସର ବଢୁଥିବାବେଳେ ଓ ହୁତି ବିଦ୍ରୋହୀମାନେ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାବେଳେ ସତର୍କ ହୋଇଉଠିଛି ଭାରତୀୟ ନୌସେନା ।
-
ଅଯୋଧ୍ୟାରେ ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ୪ ଘଣ୍ଟାର ପୂଜା ପରେ ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନୃତ୍ୟ ମଣ୍ଡପରେ ପହଞ୍ଚିଥିଲା। ବୈଦିକ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା।
-
ରାମ ମନ୍ଦିରର ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
-
ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ।
-
ରାଷ୍ଟ୍ରାୟତ୍ତ କୋଇଲା କମ୍ପାନି ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ସହାୟକ ସଂସ୍ଥା ମହାନଦୀ ବେସିନ୍ ପାୱାର ଲିମିଟେଡ୍ (ଏମ୍ବିପିଏଲ୍) ପକ୍ଷରୁ ସୁନ୍ଦରଗଡ଼ରେ ଏକ ୧୬୦୦ ମେଗାୱାଟ୍ର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ।
-
ବଜାଜ ଅଟୋ ପକ୍ଷରୁ ନୂଆ ତିନିଚକିଆ ମାଲବାହୀ ଇଲେକ୍ଟ୍ରିକ୍ ଯାନ ଏକ୍ସଏଲ୍ କାର୍ଗୋ ଇ-ଟେକ୍ ୧୨.୦କୁ ଉନ୍ମୋଚନ କରାଯାଇଛି। ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କମ୍ପାନିର ଭିପି-ସେଲ୍ସ ରାଜୀବ ବର୍ମା ତାହାକୁ ଉନ୍ମୋଚନ କରିଥିଲେ।
-
ସ୍ମାର୍ଟଫୋନ ନିର୍ମାତା ସାମସଙ୍ଗ ଏକ ବଡ ଘୋଷଣା କରିଛି । ସାମସଙ୍ଗ ଏହାର ନୋଇଡା କାରଖାନାରେ ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ସଜ୍ଜିତ ଗାଲାକ୍ସି ଏସ୨୪ ସିରିଜ୍ ସ୍ମାର୍ଟଫୋନ୍ ତିଆରି କରିବ।
-
ମଙ୍ଗଳବାର ପ୍ରସ୍ତୁତ ହୋଇଥିବା କୋଚିଂ ସେଣ୍ଟର ୨୦୨୪ ରେଜିଷ୍ଟ୍ରେସନ ଏବଂ ରେଗୁଲେସନ ପାଇଁ ନିର୍ଦ୍ଦେଶାବଳୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ନୂଆ ନିୟମ ଅନୁଯାୟୀ ଏଣିକି ବୃତ୍ତିଗତ ପାଠ୍ୟକ୍ରମ ପାଇଁ ତାଲିମ ପ୍ରଦାନ କରୁଥିବା କୋଚିଂ ପ୍ରତିଷ୍ଠାନଗୁଡିକ ବର୍ତ୍ତମାନ ପଞ୍ଜୀକୃତ ହେବା ଆବଶ୍ୟକ। ସେହିପରି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ କିମ୍ବା ଅତିରିକ୍ତ ଫି ଆଦାୟ କରିପାରିବେ ନାହିଁ ଏବଂ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି।
-
ଆମ ଆଦମୀ ପାର୍ଟି (ଏଏପି) ନେତା ଅଶୋକ ତନୱାର ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରେ ଯୋଗଦେବା କାରଣରୁ ଦଳ ଛାଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଥିବା ଚିଠିରେ ତନୱାର କହିଛନ୍ତି।
-
ଭବିଷ୍ୟତରେ ଭାରତୀୟ ରେଲଓ୍ବେ, ସ୍ବିଜରଲ୍ୟାଣ୍ଡ ରେଲଓ୍ବେ ଏକତ୍ର କାର୍ଯ୍ୟ କରିବେ। ଘଟଣାହେଲା, ଭାରତୀୟ ରେଲଓ୍ବେ ସ୍ବିଜରଲ୍ୟାଣ୍ଡର ରେଲଓ୍ବେ ସହିତ ଏକ ଏମଓୟୁ ସ୍ବାକ୍ଷର କରିବାକୁ ଯୋଜନା ପ୍ରସ୍ତୁତ କରୁଛି।
-
ଦେଶରେ ଆଣ୍ଟିବାୟୋଟିକ କିମ୍ବା ଆଣ୍ଟିମାଇକ୍ରୋବାୟଲ ଔଷଧର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ ଏହି ଔଷଧ ଲେଖିବାବେଳେ ‘ସଠିକ ସୂଚକ’ ଲେଖିବା ବାଧ୍ୟତାମୂଳକ କରିଛନ୍ତି।
-
ଅଯୋଧ୍ୟାରେ ନବ ନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶରେ ଉତ୍ସାହର ପରିବେଶ। ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଅଧା ଦିନ ଅର୍ଥାତ ‘ହାଫ୍ ଡ଼େ’ ଛୁଟି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଓଡିଶା ସରକାର।
-
ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ୍-୧ର ସଫଳତା ପରେ ଏବେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ମହାକାଶରେ ଆଉ ଏକ ସ୍ୱତନ୍ତ୍ରକାର୍ଯ୍ୟ କରିବା ପାଇଁ ଯାଉଛି । ଗଗନ ଯାନରେ ମହାକାଶକୁ ମାନବ ପଠାଇବ ଇସ୍ରୋ ।
-
କେନ୍ଦ୍ର କ୍ୟାବିନେଟ ଷୋଡଶ ଅର୍ଥ ଆୟୋଗ ନିମନ୍ତେ ଯୁଗ୍ମ ସଚିବ ସ୍ତରରେ ତିନୋଟି ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୁଗ୍ମ ସଚିବ ସ୍ଥରରେ ଦୁଇଟି ପଦବୀ ଏବଂ ଗୋଟିଏ ଅର୍ଥନୈତିକ ପରାମର୍ଶଦାତା ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।