Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1691 20-04-2023 Odia
  1. 1.  ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍  ଭୁବନେଶ୍ୱର କସମୋପଲିସ ଅଞ୍ଚଳରେ ବିଏମସି ପକ୍ଷରୁ ନିର୍ମାଣ କରାଯାଇଛି ଏହି ସ୍ୱତନ୍ତ୍ର ତଥା ଆଦର୍ଶ ଭେଣ୍ଡିଂ ଜୋନରେ ୪୨ଟି ଦୋକାନ ରହିଛି । ଏଥିପାଇଁ ମୋଟ ୧ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ଏହି ଆଦର୍ଶ ମହିଳା ଭେଣ୍ଡିଂଜୋନକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  2. 2. ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି ‘ମିଲେଟ୍ ଶକ୍ତି କାଫେ’। ଆସନ୍ତା ଅକ୍ଷୟ ତୃତୀୟା ଅର୍ଥାତ ୨୩ ତାରିଖରେ ଏହାର ଶୁଭାରମ୍ଭ ହେବ। ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
  3. 3. ଖୋର୍ଦ୍ଧା ନିକଟ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁଜଙ୍ଗରେ ୧୯୪୧ ମସିହାରେ ପ୍ରତିଷ୍ଠିତ ପ୍ରାଥମିକବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପରେ ସେଠାରେ ଗଢ଼ି ଉଠିଛି ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର । ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଏଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ ହେବ।
  4. 4. ଚୀନ୍‌ଠାରୁ ୨.୯ ନିୟୁତ ଅଧିକ ଜନସଂଖ୍ୟା ଥାଇ ଏବେ ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ବୋଲି ‘ୟୁନାଇଟେଡ୍‌ ନେସନ୍‌ସ୍‌ ପପୁଲେସନ୍‌ ଫଣ୍ଡ୍‌’ର (ୟୁଏନ୍‌ଏଫ୍‌ପିଏ) ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି।ଗୋଟିଏ ବର୍ଷ ଭିତରେ ଭାରତର ଜନସଂଖ୍ୟା ୧.୫୬ ପ୍ରତିଶତ ବଢିଯାଇଛି । ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ୧୪୨.୮୬ କୋଟି ଲୋକ ରହିଛନ୍ତି । ସେହିଭଳି ଚୀନର ଜନସଂଖ୍ୟା ୧୪୨.୫୭ କୋଟି ରହିଛି ।
  5. 5. ୟୁନାଇଟେଡ ନ୍ୟାସନାଲ ପପୁଲେଶନ ଫଣ୍ଡ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ମୋଟ ପ୍ରଜନନ ଦର ୨.୦ ରହିଛି । ଏଠାରେ ଗୋଟିଏ ପୁରୁଷର ହାରହାରି ଜୀବନ କାଳ ୭୧ ବର୍ଷ । ସେହିଭଳି ମହିଳାଙ୍କ ଜୀବନକାଳ ୭୪ ବର୍ଷ । ଏହି ରିପୋର୍ଟ ୧୯୭୮ରେ ପ୍ରକାଶିତ ହୋଇଆସୁଛି । ୟୁଏନଏଫପିଏ ଇଣ୍ଡିଆର ପ୍ରତିନିଧି କହିଛନ୍ତି ଯେ, ସାରା ବିଶ୍ୱର ଜନସଂଖ୍ୟା ବର୍ତ୍ତମାନ ୮ ଅରବ ହୋଇଯାଇଛି ।
  6. 6. ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଚରଣଜିତ୍‌ ସଂ ଅଟଓ୍ବାଲା ବୁଧବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। 
  7. 7. ମହାରାଷ୍ଟ୍ରରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୫ଟା ମଧ୍ୟରେ ଖୋଲା ସ୍ଥାନରେ କୌଣସି ଇଭେଣ୍ଟ କରାଯାଇପାରିବ ନାହିଁ।
  8. 8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନ୍ୟାଶନାଲ କ୍ୱାଣ୍ଟମ ମିଶନକୁ ଅନୁମୋଦନ ଦିଆଯାଇଛି। ଏହି ମିଶନ ପାଇଁ କେନ୍ଦ୍ର ସରକାର ୨୦୨୩-୨୪ରୁ ରୁ ୨୦୩୦-୩୧ ମଧ୍ୟରେ ମୋଟ ୬୦୦୩.୬୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। କ୍ୱାଣ୍ଟମ୍ ଟେକ୍ନୋଲୋଜି ସାଧାରଣ କମ୍ପ୍ୟୁଟର ଅପେକ୍ଷା ଅନେକ ଗୁଣରେ ତା’ ପୁଣି କମ୍ ସମୟରେ ଅନେକ ତଥ୍ୟକୁ ପ୍ରୋସେସ କରିପାରିବ।
  9. 9. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତ୍ରୁଣମୂଳ କଂଗ୍ରେସର ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରାୟ କହିଛନ୍ତି, ମୁଁ ସବୁବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି, ମୁଁ କୌଣସି ଧୋକା ଦେଇନାହିଁ। 
  10. 10. ନିବେଶ ସ୍ଥାନାନ୍ତରଣ ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟରେ ପୃଥିବୀର ସବୁଠାରୁ ଧନୀ ସହରଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଥମ ୧୦ ଧନୀ ସହୀ ମଧ୍ୟରେ ଆମେରିକାର ୪ ଏବଂ ଚାଇନାର ୨ ସହର ରହିଛି। ତେବେ ତାଲିକାରେ ଭାରତର କୌଣସି ସହର ସ୍ଥାନ ପାଇ ନାହିଁ। 
  11. 11. ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍. ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ କେନ୍ଦ୍ର ସରକାରଙ୍କୁ କରାଯାଇଥିବା ସୁପାରିସକୁ ସୁପ୍ରିମକୋର୍ଟ କଲେଜିୟମ ଫେରାଇ ନେଇଛନ୍ତି।
  12. 12 ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ୨୦୧୪ରେ ୟୁଏପିଏରେ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବା ଓ ଅନ୍ୟମାନଙ୍କୁ ଜେଲରୁ ଖଲାସ କରିବାକୁ ଗତ ଅକ୍ଟୋବର ୧୪ ତାରିଖରେ ବମ୍ବେ ହାଇକୋର୍ଟ ଆଦେଶ ଦେଇଥିବା ବେଳେ ସୁପ୍ରିମ୍‌କୋର୍ଟ ଏହି ଆଦେଶକୁ ରଦ୍ଦ କରିଦେଇଛନ୍ତି।
  13. 13. ମାର୍କ ଜୁକରବର୍ଗଙ୍କ କଂପାନି ମେଟା ୧୦ ହଜାର କର୍ମଚାରୀଙ୍କୁ ଛଟେଇ ଆରମ୍ଭ କରିଛି। ମେଟା ଅଧୀନରେ ଥିବା ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ବାଟସ୍‌ଆପ୍‌ର କର୍ମଚାରୀ ଏହା ଦ୍ବାରା ପ୍ରଭାବିତ ହେବେ। ଗତବର୍ଷ ନଭେମ୍ବରରେ କଂପାନି ୧୧ ହଜାର କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା।
  14. 14. ବୈଦେଶିକ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ସିବିଆଇ ପକ୍ଷରୁ ଅକ୍ସଫାମ୍ ଇଣ୍ଡିଆ ଓ ଏହାର କର୍ମକର୍ତ୍ତାଙ୍କ ଠିକଣାରେ ଆଜି ଚଢ଼ଉ କରାଯାଇଛି। ଗତବର୍ଷ ଜାନୁଆରିରେ ଅକ୍ସଫାମ୍ ଇଣ୍ଡିଆର ଏଫ୍‌ଆର୍‌ସିଏ ଲାଇସେନ୍ସକୁ ସରକାର ରଦ୍ଦ କରିଥିଲେ।
  15. 15. ଗୁରୁଗ୍ରାମର ଜିଲ୍ଲା ଓ ଦୌରା ଜଜ୍ ଜଣେ ଲୋକକୁ ନିଜ ମାଆକୁ ବଳାତ୍କାର କରିବା ଓ ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କରାଦଣ୍ଡାଦେଶ ଦେଇଛନ୍ତି। କୋର୍ଟ କହିଲେ ଯେ, ପୁଅ ହିସାବରେ ନିଜ ମାଆକୁ ସୁରକ୍ଷା ଦେବା କଥା।
  16. 16. ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଘର ଜାଳି ଦେଇଛି ଅଭିଯୁକ୍ତ। ଫଳରେ ଉକ୍ତ ଘଟଣାରେ ପୀଡ଼ିତାଙ୍କ ପୁଅ ଏବଂ ତାଙ୍କ ଭଉଣୀଙ୍କ ଦେହରେ ନିଆଁ ଲାଗିଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ଅଛି।
  17. 17 ମେ ୨୧ରେ ହେବ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ୍‌ ୨୦୨୨ ପ୍ରିଲିମିନାରୀ ପରୀକ୍ଷା, ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ମିଳିବ ଅଧିକ ୩୦ ମିନିଟ ସମୟ.
  18. 18. ମେ’ ୫ରୁ ବିଦ୍ୟାଳୟରେ ଖରାଛୁଟି, ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା
  19. 19. ଆଇପିଏଲ୍‌ରେ ବୁଧବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ। ରାଜସ୍ଥାନ ରୟାଲ୍‌ସକୁ ୧୦ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି। କାଏଲ୍‌ ମେୟର୍ସଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଲକ୍ଷ୍ନୌ ୭ ୱିକେଟରେ ୧୫୪ ରନ୍‌ କରିଥିଲା।
  20. 20. ବିହାର ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ତଥା ଅଫ୍‌ସ୍ପିନର ଭି. ଭେଙ୍କଟରାମ ଓଡ଼ିଶା କ୍ରିକେଟ୍‌ ଏକାଡେମୀର ବୈଷୟିକ ନିର୍ଦେଶକ ନିଯୁକ୍ତ ହୋଇଛି। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ଏହି ଘୋଷଣା କରାଯାଇଛି। ୬ ବର୍ଷ ଧରି ବିହାର ରଣଜୀ ଦଳର ଅଧିନାୟକ ଥିବା ଭେଙ୍କଟରାମ ବିସିସିଆଇ ସ୍ବୀକୃତ ଜଣେ ଲେଭଲ୍‌-୩ କ୍ରିକେଟ୍‌ ପ୍ରଶିକ୍ଷକ।
475 Y
1692 20-04-2023 English
  1. A severe heatwave with record-breaking temperatures has swept across many parts of Asia affecting normal life.

  2. India has surpassed China to become the world’s most populous nation with 142.86 crore people, as per the latest UN data released Wednesday. China now has a population of 142.57 crore and hence it has slipped to second spot.

  3. According to a UNFPA’s ‘State of the World Population Report’ (SWOP) 2023, about 25 per cent of India’s population is in the age group of 0-14 years, 18 per cent in 10 to 19 years group, 26 per cent in the age bracket of 10 to 24 years, 68 per cent in 15 to 64 years age group and seven per cent above 65 years.

  4. The University Grants Commission (UGC) has asked universities to allow students to write exams in local languages even if the course is offered in English medium, while arranging evaluators and encouraging the translation of textbooks, according to chairman M Jagadesh Kumar.

  5. Extreme heatwave conditions continued to grip the state Wednesday with mercury breaching the 40 degrees Celsius mark at 30 places in Odisha. However, there is some hope for relief with the IMD stating that some parts of Odisha may receive rainfall April 22 onwards for a few days.

  6. Giving new hope to the differently abled people of the state, Chief Minister Naveen Patnaik Wednesday inaugurated a new center of famous Jaipur Foot – ‘Biju Mahaveer Jaipur Foot Centre’in Khurda.

  7.  The Union Cabinet on Wednesday approved the Cinematograph (Amendment) Bill 2023 that has provisions to curb transmission of pirated film content on the internet, Information and Broadcasting Minister Anurag Thakur said.

  8. In view of upcoming festivals like Eid and Akshay Tritiya, the Uttar Pradesh government Wednesday issued directions regarding holding programmes in the state and ordered that no religious event be held by obstructing roads and traffic.

  9. Alcohol abuse is the major cause of increase in liver disorders in the country, experts pointed out at the second edition of the India Liver Health Summit organised Wednesday.

  10. The CBI registered an FIR against Oxfam India and its office-bearers for alleged violation of the Foreign Contribution (Regulation) Act and carried out searches at its office here, officials said Wednesday.

  11. Prithvi Shaw, Delhi Capitals’ blue-eyed boy till last season, could become the first casualty of the team’s floundering IPL campaign as they prepare to take on Kolkata Knight Riders here Thursday.

  12. The Centre on Tuesday directed local bodies to ensure only recognised organisations carry out the animal birth control programme in stray dogs as per the recently notified rules.

  13. The Supreme Court Collegium headed by Chief Justice DY Chandrachud on Wednesday recommended the appointment of chief justices of five high courts. The five high courts for which the Collegium, also comprising Justices Sanjay Kishan Kaul and K M Joseph, proposed new chief justices are: Madras High Court, Kerala High Court, Bombay High Court, Himachal Pradesh High Court and Rajasthan High Court.

  14. Taking firm action against the private schools over expensive books and uniforms, the Delhi government has sent show-cause notices to 12 schools, and also initiated an enquiry against six other schools, according to an official statement.

  15. The Ministry of Road Transport and Highways (MoRTH) has put plans in place to maintain the pace of highway development and construct 12,500 km of highways in the current financial year, a senior official on Wednesday said.

  16. The Assam government on Wednesday announced that it will give a monthly pension of ₹ 15,000 to over 300 people jailed during the Emergency period.

  17. The National Green Tribunal also formed a 10-member joint committee to plan and oversee remedial action and said the compensation amount has to be utilised for restoration of the environment.

  18. Arjun Tendulkar, son of cricket great Sachin Tendulkar, had a night to remember on Tuesday as he picked his first wicket in the Indian Premier League (IPL) 2023 for Mumbai Indians against SunRisers Hyderbad

  19. The Centre on Tuesday directed local bodies to ensure only recognised organisations carry out the animal birth control programme in stray dogs as per the recently notified rules.

  20. More than 80 people were killed and hundreds injured in a crush at a charity distribution event in war-torn Yemen on Thursday, Huthi officials said, one of the deadliest stampedes in a decade.

484 Y
1693 19-04-2023 Odia
  1. . ସାରା ରାଜ୍ୟରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସ୍କୁଲ । ୧୯ ଓ ୨୦ ତାରିଖ ଦୁଇ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ଯନ୍ତ ବନ୍ଦ ରହିବ ସ୍କୁଲ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଦୁଇଦିନ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।
  2. 2. ପୁରୀରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା ୨୩ ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ଭୋର୍‌ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ ।
  3. 3. ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।
  4. 4. ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (Fire Station) ପ୍ରତିଷ୍ଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି
  5. 5. ଜାତୀୟସ୍ତରର ସଂସ୍ଥା ଏଜୁକେସନ ୱାର୍ଲ୍ଡ (ଇଡବ୍ଲ୍ୟୁ) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷ ନିମନ୍ତେ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇଛି। ଦେଶରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ୨୪ତମ ରାଙ୍କରେ ରହିଛି। ଓଡ଼ିଶାରେ ଶୈଳବାଳା ଶ୍ରେଷ୍ଠ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବେ ସ୍ଥାନ ପାଇଛି।
  6. 6. ଚୀନ୍‌ ରାଜଧାନୀ ବେଜିଂରେ ଆଜି ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ବେଜିଂର ଚାଙ୍ଗଫେଙ୍ଗ ହସ୍ପିଟାଲ୍‌ର ଇନପେସେଣ୍ଟ୍‌ ବିଭାଗରେ ଆଜି ଅପରାହ୍ନ ପ୍ରାୟ ୧୨.୫୭ ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି।
  7. 7. ଅତିକ ଅହମଦର ମୃତ୍ୟୁ ହୋଇସାରିଛି। କିନ୍ତୁ ଅତିକର ହାତଲେଖା ଚିଠି ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଛି।
  8. 8. ଆମାଜନ ଦ୍ବାରା ମଙ୍ଗଳବାର ପ୍ରକାଶିତ ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ପିଲାମାନେ ମୋବାଇଲ, ଟିଭି ଓ କମ୍ପ୍ୟୁଟର ପରଦାରେ ମାତ୍ରାଧିକ ସମୟ ବିତାଉଥିବାରୁ ୮୫ ପ୍ରତିଶତ ଭାରତୀୟ ପିତାମାତା ଚଳିତ ଗ୍ରୀଷ୍ମାବକାଶ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି।
  9. 9. ୨୦୧୬ ମସିହାରେ ବିହାରରେ ମଦ ନିଷିଦ୍ଧ ହେବା ପରଠାରୁ ଦୀର୍ଘ ୭ ବର୍ଷ ମଧ୍ୟରେ ବିହାର‌ରେ ବିଷାକ୍ତ ମଦ ବିଭୀଷିକା ଯୋଗୁଁ ୨୬୯ ଜଣଙ୍କ ମୃତ୍ୟୁ ହେଲାଣି। କିନ୍ତୁ ଏଯାବତ ଏହି ବିଷାକ୍ତ ମଦମୃତ୍ୟୁ ମାମଲାରେ କୌଣସି ଜଣେ ହେଲେ ଦୋଷୀସାବ୍ୟସ୍ତ ହୋଇନାହାନ୍ତି।
  10. 10. ଗତ ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍‌ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି।
  11. 11. ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନିରେ ଛଟେଇ ଜାରି ରହିଛି । ଆମାଜନ୍ ଠାରୁ ଆରମ୍ଭ କରି ମେଟା, ଟ୍ୱିଟର ଓ ମାଇକ୍ରୋସଫ୍ଟ ପର୍ଯ୍ୟନ୍ତ ହଜାର ହଜାର ଚାକିରି ଛଟେଇ କରିଛନ୍ତି।
  12. 12. ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ ଆଡକୁ ମୁହାଁଇଛନ୍ତି।
  13. 13. ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓରେଭା ଗ୍ରୁପ ମୋରବି ଝୁଲାପୋଲ ଦୁର୍ଘଟଣାର ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ରାଶି ଜମା କରିଛି।
  14. 14. ଏନସିପି ନେତା ଅଜିତ ପାୱାର ଭାଜପାରେ ଯୋଗ ଦେବା ନେଇ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା କରାଯାଉଛି। ଏହି ସମୟରେ ଅଜିତ ପାୱାର ତାଙ୍କ ଟୁଇଟର ଆକାଉଣ୍ଟରୁ ଦଳୀୟ ଚିହ୍ନକୁ ହଟାଇ ଦେଇଛନ୍ତି।
  15. 15. ଶ୍ରୀମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଲା ଆଇନ ବିଭାଗ। ଜେଟିଏର ଦୁଇଟି ଫାଇଲ ଖୋଜି ପାଉନି ଆଇନ ବିଭାଗ। ହଜି ଯାଇଥିବା ଫାଇଲକୁ ଖୋଜିବା ପାଇଁ ଆଇନ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି।
476 Y
1694 19-04-2023 English
  1. The state government Tuesday appointed senior IAS officer Saroj Kumar Samal as the director of the Information and Public Relations (I&PR) department.

  2. As heatwave sweeps state, Odisha government Tuesday ordered closure of all schools up to Class XII and Anganwadi centres till April 20, an official said.

  3. A retired NASA satellite, Reuven Ramaty High Energy Solar Spectroscopic Imager (RHESSI), is expected to reenter Earth’s atmosphere Wednesday, almost 21 years after launch. It does not present any threat to humans, the US space agency said.

  4. Two important files related to Shree Jagannath Temple Administration (JTA) have gone missing from the Law department. The incident came to the fore after the department’s deputy secretary wrote to all sections under it to trace out those two files on priority basis.

  5. The Enforcement Directorate (ED) Tuesday said it has attached properties to the tune of `11.04 crore belonging to Congress MP Karti Chidambaram in the INX Media money laundering case, an official statement said here.

  6. Apple’s chief executive Tim Cook Tuesday launched the iconic consumer technology company’s first retail store in India, welcoming customers into the facility inside a mall in suburban BKC.

  7. The US aims to increase visa interview appointments for Indian students by 30 per cent this summer, US Consul General in Mumbai Mike Hankey said here on Tuesday.

  8. The Supreme Court collegium has recommended the names of six additional judges of the Punjab and Haryana High Court for appointment as permanent judges.

  9. The Punjab vigilance bureau on Tuesday said it has filed a charge sheet against AAP MLA from Bathinda Rural seat Amit Rattan Kotfatta and his personal assistant in a bribery case.

  10. Passenger traffic at Bangalore airport jumped 96 per cent to 31.91 million in FY2022-23 compared to 16.28 million in the previous year, the private airport operator announced.

  11. The Odisha Government has decided to implement a scheme for the re-deployment of superannuated Armed Force Medical Services (AFMS) teachers in the government medical colleges and hospitals in the State.

  12. Chief Minister Naveen Patnaik today approved a proposal to set up three new fire service station in Bhubaneswar. In view of the growing population and city, the government has taken such a decision.

  13. The Odisha government will soon set up a crèche at the Lok Seva Bhawan as a welfare measure for employees working at the state Secretariat. The facilities at the proposed crèche can be used by the employees on a payment basis.

  14. UK Prime Minister, Rishi Sunak today delivered a speech on Britain's 'anti-math mindset'. During his speech, he made a vow to make poor numeracy culturally unacceptable. Rishi Sunak Plans to make Math Subject Compulsory In UK Schools .

  15. Nepal’s Kathmandu tops list of world’s most polluted cities. AQI crosses to dangerous category amid surge in forest fires in the country.

453 Y
1695 18-04-2023 Odia
  1.  ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ( ଆଇସିସିଆର ) ପକ୍ଷରୁ ପ୍ରାୟୋଜିତ ଜେନ୍‌ ନେକ୍ସଟ-ଡେମୋକ୍ରାସି-ନେଟ ଓ୍ୱାର୍କ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମରେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧିଙ୍କ ପାଇଁ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଆୟୋଜିତ ଏକ ଆଲୋଚନା ଚକ୍ରରେ ବେଲଜିୟମ, ବ୍ରାଜିଲ, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ୍‌ ଓ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶକୁ ୨୬ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

  2. ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ପିଲା ସକାଳ ସାଢ଼େ ୯ରୁ ରାତି ୭ଟା ଯାଏ କ୍ରେଚ୍‌ରେ  ରହିପାରିବେ। ଏନେଇ ସବୁ ବିଭାଗକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି।

  3. ଓଡିଶାରେ ରାଜ୍ୟରେ ପ୍ରଥମ କରି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବାଣିଜ୍ୟ ପରିଷଦ (ଟ୍ରେଡ୍‌‌ ବୋର୍ଡ) ଗଠନ ହେବାକୁ ଯାଉଛି। ଏହାଦ୍ୱାରା ରାଜ୍ୟବ୍ୟାପୀ ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ୍‌‌ ସମାଧାନ ହୋଇପାରିବ। ବିଶେଷକରି ଏହି ବୋର୍ଡ ଦ୍ୱାରା ବ୍ୟବସାୟୀମାନେ ନିଜର ଦାବି ଏବଂ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଜଣାଇପାରିବେ।

  4. ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ଆକାଶ ଏୟାର ବେଙ୍ଗାଲୁରୁ ଏବଂ ପୁଣେ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି। ଓଡ଼ିଶାରୁ ଏହା ଆକାଶ ଏୟାର ଲାଇନ୍ସ ପ୍ରଥମ ବିମାନ ସେବା ।

  5. ୨୦୨୩-୨୪ ବର୍ଷ ପାଇଁ କେଉଁ କେଉଁ ଦିଗ ଏବଂ ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ ସେ ନେଇ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୩୦ଟି ନୂଆ ଅନ୍ତଃପ୍ରବାହୀ ଜଳଭଣ୍ଡାର ପ୍ରକଳ୍ପ (ଇନଷ୍ଟ୍ରିମ ଷ୍ଟୋରେଜ) ହାତକୁ ନିଆଯିବ। ଏହାଦ୍ୱାରା ବିପୁଳ ମାତ୍ରାରେ ଜମିକୁ ଜଳସେଚିତ କରାଯିବା ସହ ପାନୀୟ ଜଳ ଭଳି ସମସ୍ୟାକୁ ଦୂର କରାଯାଇପାରିବ।

  6. କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଛଉ କେନ୍ଦ୍ର ଉପଦେଷ୍ଟା ଭାବେ ମୟୂରଭଞ୍ଜର ଅନ୍ୟତମ ପ୍ରମୁଖ ଉସ୍ତାଦ ପାଗୁଲୁ ଜେନା ମନୋନୀତ ହୋଇଛନ୍ତି। ଏକାଡେମୀର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବାର ଜଣା ଯାଇଛି। ଶ୍ରୀ ଜେନା ଆସନ୍ତା ପାଞ୍ଚ ବର୍ଷ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ।

  7. ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୨ ହଜାରରୁ ଅଧିକ ବୃହତ ଜଳାଶୟ ଗୁଡିକୁ ଆମ ପୋଖରୀ ଯୋଜନା ମାଧ୍ୟମରେ ସର୍ବସାଧାରଣଙ୍କ ବ୍ୟବହାର ଉପଯୋଗୀ କରାଯିବ। ରାଜ୍ୟର ୧୧୫ ଟି ପୌରାଞ୍ଚଳରେ ୨୦୨୩-୨୪ ବର୍ଷ ପାଇଁ ଏ ବାବଦକୁ ୧୨୦ କୋଟି ଟଙ୍କା ବିନିଯୋଗ ଲାଗି ରାଜ୍ୟ ସରକାର ବଜେଟ୍‌‌ରେ ମଧ୍ୟ ବ୍ୟୟ ବରାଦ କରିଛନ୍ତି।

  8. ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩। ଦେଶର ସବୁ ଜିଲ୍ଲାକୁ ପଛରେ ପକାଇ ଗଞ୍ଜାମ ହୋଇଛି ଶ୍ରେଷ୍ଠ `ଜିଲ୍ଲା ପଞ୍ଚାୟତ’। ୬ ଗୋଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

  9. ଡାକ୍ତରଖାନାର କୌଣସି କର୍ମଚାରୀ ୬ ମାସ ପର୍ଯ୍ଯନ୍ତ ଆନ୍ଦୋଳନ କରି ପାରିବେ ନାହିଁ। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ   ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏସମା ଲାଗୁ ହୋଇଛି।

  10. ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସାରା ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା।

  11. ଆଦାନି ବିରୋଧରେ ହିଣ୍ଡେନ୍‌ବର୍ଗ ଆଣିଥିବା ସଙ୍ଗିନ ଅଭିଯୋଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଯେହେତୁ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି, ଭାରତ ସରକାର କଂପାନିମାନଙ୍କଠାରୁ ଦୂରରେ ରହିଛନ୍ତି।

  12. ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟଠୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁରରେ ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି। ପଥର ମାଡ଼ ଓ ଦୋକାନ ପୋଡ଼ା ଘଟଣାରେ ୪୯ ଗିରଫ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଆଉ ୫୦ ଜଣଙ୍କୁ ଗିରଫ କରାଯିବ ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।

  13. ଭୁବନେଶ୍ବରରେ ଚଳିତମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ ହେବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧି ଯୋଗଦେବେ।

  14. ରେଳବାଇ ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୨.୪୦ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ୨୦୨୧-୨୨ ତୁଳନାରେ ରେଳବାଇ ୪୯ ହଜାର କୋଟି ଟଙ୍କା ଅଧିକ ଆୟ କରିଛି। ଯାତ୍ରୀ ପରିବହନରୁ ଏହା ୬୩,୩୦୦ କୋଟି ଟଙ୍କା ଏବଂ ମାଲ୍ ପରିବହନରୁ ୧.୬୨ ଲକ୍ଷ କୋଟି ଟଙ୍କା‌ ଆୟ କରିଛି।

  15. ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି।

  16. ଫାସ୍‌ଟ୍ୟାଗ ପାଇଁ ଟୋଲ ଆଦାୟ ୫୮ ପ୍ରତିଶତ ବୃଦ୍ଧି।

  17. ଗୁଗଲ ପ୍ଲେ ଷ୍ଟୋରର ୬୦ଟି ଆପ୍‌ ବିପଦଜନକ.. ୧୦ କୋଟି ଡାଉନ୍‌ଲୋଡ୍‌ ହୋଇଛି.. ଏଥିରେ ରହିଛି ବିପଦପୂର୍ଣ୍ଣ ମାଲଓ୍ୱାର।

  18. ‘୧୮ ଫୁଟ୍‌ବଲ୍‌ ଡଟ୍‌ କମ୍‌’ ଦେଶରେ ୧୦୦୦ କୋଟିରୁ ଅଧିକ ଠକେଇ କରିଛି। ଏହି ଅସାଧୁ କାରବାରର ଚେର ଚୀନ୍‌କୁ ଲମ୍ବିଛି। ଅନଲାଇନ ଫୁଟବଲ ଜୁଆ (ବେଟିଂ)ରେ ଟଙ୍କା ଲଗାଇ କୋଟିପତି ହେବା ସ୍ବପ୍ନରେ ଦେଶର ଲକ୍ଷ ଲକ୍ଷ ଲୋକ ଫସିଛନ୍ତି। ଗଞ୍ଜାମ ଜିଲାର ପ୍ରାୟ ୮ ଶହ ଲୋକ ଏହି ଠକେଇ ରାକେଟରେ ପଡିଛନ୍ତି।

  19. ଅଲିମ୍ପିକ୍‌ ବିଜେତା ଓଡ଼ିଆ ତାରକା ପ୍ରମୋଦ ଭଗତ ବ୍ରାଜିଲର ସାଓ ପାଓଲୋରେ ଆୟୋଜିତ ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ଆନ୍ତର୍ଜାତିକ ପ୍ରତିଯୋଗିତାର ପୁରୁଷ ଯୁଗଳ ବର୍ଗରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଏକକରେ ରୌପ୍ୟ ପଦକ କରାୟତ୍ତ କରିଛନ୍ତି।

  20. ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୧୬ରେ ଚେନ୍ନଇ ସୁପରକିଙ୍ଗ୍‌ସ ତୃତୀୟ ବିଜୟ ହାସଲ କରିଛି। ସୋମବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ସୋମବାର ଖେଳାଯାଉଥିବା ୨୪ତମ ଲିଗ୍‌ ମ୍ୟାଚରେ ଚେନ୍ନଇ ୮ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି।

435 Y
1696 18-04-2023 English
  1.  According to the Home department, ESMA will be applicable to employees, including contractual ones, in all government hospitals and dispensaries of the state for six months to ensure uninterrupted medical services.

  2. Senior BJP leader and former Karnataka Chief Minister Jagadish Shettar Monday joined the Congress, dealing a blow to the ruling party ahead of the May 10 Assembly elections.

  3. Odisha reeled under intense heat Monday with temperatures soaring past 40 degrees Celsius in at least 21 places. Baripada, which became the hottest place in the state by recording 44.2 degrees Celsius, is the fourth hottest place in the world, according to El Dorado Weather.

  4. The Orissa High Court has informed the Supreme Court that 10 more virtual courts covering nine districts of the state were made functional with effect from March 27.

  5. The third meeting of Education Working Group (EWG) will be held in Bhubaneswar from April 27 to 28 and the precursor events to the G20 Education Working Group Meetings would be held from April 23 to 26, secretary to higher education K Sanjay Murthy said here, Monday.

  6. The Mahanadi Water Dispute Tribunal will commence the site visit of Mahanadi river basin in Chhattisgarh from Tuesday. The three judges of the tribunal, the assessors and the registrar will be accompanied by the teams of Odisha and Chhattisgarh during the site visit.

  7. The teaching community lost a luminary in eminent economist professor Ghanshyam Das who passed away Sunday (April 16) at Baramunda in Bhubaneswar.

  8. President Droupadi Murmu Monday conferred eight awards under the National Panchavat Awards-2023 to Odisha during a function at Vigyan Bhawan .

  9. A special Delhi court Monday extended the judicial custody of AAP leader Manish Sisodia in the corruption and money laundering cases lodged by the CBI and the ED respectively in the alleged excise scam. Special Judge M K Nagpal extended the custody of Sisodia in CBI case till April 27 and in the ED case till April 29, after he was produced before the court on expiry of his judicial custody granted in the two cases earlier.

  10. Heatwave conditions are predicted in parts of east India over the next four days and the northwest region of the country over the next two days, the Met office said Monday

  11. Assam Chief Minister Himanta Biswa Sarma received the Geographical Indication Registration Certificate for Asomiya Gamosa.

  12. Bolstered by Suryakumar Yadav’s return to form, five-time champions Mumbai Indians will look to continue their winning momentum when they face a resurgent Sunrisers Hyderabad in the Indian Premier League here Tuesday

  13. BM Mallikarjuna, also known as 'Fighter Ravi', resigned from the BJP's primary membership on Saturday. Mallikarjuna, who has a criminal record related to cricket betting and other scams, didn't receive a ticket for the upcoming Assembly elections in Karnataka. Last month. 

  14. Union Home & Cooperation Minister Amit Shah to present ‘Maharashtra Bhushan’, highest civilian award of state government, at an event in Kharghar Mumbai; The 2022 Maharashtra Bhushan award to be given to social worker Dattatreya alias Appasaheb Dharmadhikari. 

  15. A book fair to be held in Kolkata from April 16-25 to mark ‘Nababarsho’ or Bengali New Year. 

  16. Big relief to Aadhaar card holders! Now you will not have to go to the post office to make and change your Aadhar card. However, now they have started getting all the facilities in the village itself. The Department of Posts has given the device to Gramin Dak Sevaks for making transactions etc. 

  17. Small Industries Development Bank of India (SIDBI) is the apex regulatory body for overall licensing and regulation of micro, small and medium enterprise finance companies in India. 

  18. India’s goods exports declined for the second successive month in March, falling 13.9% to USD 38.38 billion, while imports dipped 7.9% to USD 58.11 billion.

  19. Consumer inflation eases to 5.66% in March; This is higher than the 6.5% average price rise projected by the Reserve Bank of India (RBI).

  20. The Old Pension Scheme (OPS) would be restored from April 1, 2023 in Himachal Pradesh, benefitting 1.36 lakh employees who will no longer be required to faced deductions under the National Pension Scheme (NPS).

462 Y
1697 17-04-2023 Odia
  1. ରାଜସ୍ଥାନ କୋଟାର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ-୨୦୨୩ ବିଜେତା ହୋଇଛନ୍ତି। ଏଥିସହିତ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ଏବଂ ଥୌନାଓଜାମ୍ ଷ୍ଟ୍ରେଲା ଲୁୱାଙ୍ଗ୍ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି।

  2. ସୁଦାନ ସେନା ସହିତ ଏକ ସମାନ୍ତରାଳ ବିଦ୍ରୋହୀ ଗୋଷ୍ଠୀ ରାପିଡ୍ ସପୋର୍ଟ ଫୋର୍ସର ସଂଘର୍ଷ ଫଳରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ୧୮୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ଖାର୍ତୁମ ନିକଟରେ ଘଟିଥିବା ଏହି ସଂଘର୍ଷରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

  3. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ତେବେ ପରବର୍ତ୍ତୀ ଜେରା ପାଇଁ ତାଙ୍କୁ ସମନ ହୋଇନାହିଁ।

  4. ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ(ଏଡିଆର୍‌) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

  5. ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ।

  6. ପାୱାର କହିଛନ୍ତି, ଦଳ ଛାଡିବାକୁ କେହି ଚାହୁଁ ନାହାଁନ୍ତି କିନ୍ତୁ ସେମାନଙ୍କ ପରିବାରକୁ ଟାର୍ଗେଟ କରାଯାଉଛି।  ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ବର୍ତ୍ତମାନର ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଭଜପା ସହିତ ଯାଉଥିବା ରାଜନେତାମାନଙ୍କର ରାଜନୈତିକ ମୃତ୍ୟୁ ଘଟିବ ବୋଲି ଉଭୟ ଉଦ୍ଧବ ଏବଂ ପାଓ୍ବାର କହିଛନ୍ତି।

  7. ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ନେଇ ରାଜନୈତିକ ମହଲରେ ହଟଚମଟ ଦେଖିବାକୁ ମିଳିଛି। ସବୁଆଡୁ ଲଗାତାର ବୟାନବାଜି ଚାଲୁ ରହିଛି। ସୂଚନାନୁୟାୟୀ, ଭାଜପା ହାଇକମାଣ୍ଡ ନିଜ ଦଳୀୟ ନେତାଙ୍କ ବୟାନରେ ଅସନ୍ତୁଷ୍ଟ ଅଛନ୍ତି।

  8. ପୂର୍ବତନ ଏମ୍‌ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି।

  9. କର୍ନାଟକର ପୂର୍ବତନ ମୂଖ୍ୟମନ୍ତ୍ରୀ ଜଗଦୀଶ ଶେଟର ଭାଜପାର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏଥସହ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

  10. ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତି ବ୍ୟବହାର କରି ଚାଟ୍‌ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥାର ଓପନଏଆଇର ସିଇଓ କହିଛନ୍ତି ଯେ ଜିପିଟି-୫ ଉପରେ ବର୍ତ୍ତମାନ କିଛି କାମ ହେଉନାହିଁ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ କାମ କରିବାର ଯୋଜନା ବି ନାହିଁ।

  11. ଦୁବାଇର ଏକ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ୪ ଭାରତୀୟଙ୍କ ମଧ୍ୟରେ କେରଳର ଗୋଟିଏ ଦମ୍ପତି ଏବଂ ତାମିଲନାଡ଼ୁର ଦୁଇଜଣ ବ୍ୟକ୍ତି ରହିଛନ୍ତି।

  12. ମହରାଷ୍ଟ୍ରରେ ଖୋଲା ଆକାଶ ତଳେ ରବିବାର ଭୂଷଣ ବଣ୍ଟନ ସମାରୋହ  ଚାଲିଥିବାବେଳେ ଖରା ସହିନପାରି ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୨୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ପ୍ରାୟ ୫୦ ଜଣଙ୍କୁ ଖରଘରସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି

  13. ଓପେକ୍ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ହ୍ରାସ କରି ଯଦି ତେଲ ଦାମ୍ ବଢ଼ାଇବାକୁ ଉଦ୍ୟମ କରିବେ ତେବେ ରିହାତିରେ ମିଳୁଥିବା ରୁଷ୍‌ ତେଲକୁ ଅଧିକ ମାତ୍ରାରେ କିଣିବା ଉପରେ ଭାରତ ବିଚାର କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

  14. ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପରିସରର  କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ। ସେ ସବୁଦିନ ଭଳି ରବିବାର ସକାଳୁ ମଧ୍ୟ ସାର୍‌ ସୟିଦ ମ୍ୟୁଜିୟମରେ ଥିବା ଗୋଟିଏ ଗାର୍ଡେନକୁ ମର୍ଣ୍ଣିୱାକ ପାଇଁ ଯାଇଥିଲେ। ସେ ମର୍ଣ୍ଣିୱାକ୍‌ କରୁଥିବା ବେଳେ ହଠାତ୍‌ ୫ରୁ ୬ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

  15. କୋଲକାତା ନାଇଟ ରାଡର୍ସର ବ୍ୟାଟର ଭେଙ୍କଟେଶ ଆୟର ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ମଧ୍ୟ ଏହା ଦଳକୁ ଜିତାଇବାକୁ ସକ୍ଷମ ହୋଇନି। ଆୟରଙ୍କ ୧୦୪ ରନର ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୬ ୱିକେଟ ହରାଇ ୧୮୫ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଈଶନ କିଶନଙ୍କ ୨୫ ବଲରେ ବିସ୍ଫୋରକ ୫୮ ରନ ବଳରେ ମ୍ୟାଚ୍‌କୁ ୫ ୱିକେଟରେ ଜିତି ନେଇଛି।

  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ମିଳୁଛି । ଗତ ଫେବୃଆରୀ ମାସରେ ଓଡ଼ିଶାକୁ ସ୍ପୋର୍ଟ୍ସ ଷ୍ଟାର ଆସେସ ଆୱାର୍ଡ ମିଳିଥିଲା । କ୍ରୀଡ଼ା କ୍ଷେତ୍ରରେ ଅନନ୍ୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଥିଲା । ମୁମ୍ବାଇଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ

  17. ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦ କୋଟିର ଅର୍ଡର ଚୀନର କମ୍ପାନୀକୁ ଦେଇଥିବା କୁହାଯାଉଛି । ଏହି କମ୍ପାନୀର ନାମ ଜେଡଟିଇ ବୋଲି କୁହାଯାଉଛି ।

  18. ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳ ପ୍ରଦୂଷିତ ଥିବା ନେଇ ରିପୋର୍ଟରେ କୁହାଯାଇଥିଲା । ଏହି ଦୂଷିତ ପାଣି ପିଇବା ଫଳରେ ପେଟ ରୋଗ, କିଡନୀ ଓ ଚର୍ମରୋଗ ବ୍ୟାପିଥିଲା । ଜଳରେ ନାଇଟ୍ରେଟ, ଫ୍ଲୋରାଇଡ, ଆଇରନ, ଟୋଟାଲ କଲିଫର୍ମ, ଫେସାଲ କମିଫର୍ମ, କ୍ଲୋରାଇଡ ଆଦି କେତେ ମାତ୍ରାରେ ରହିଥିଲା ତାହା ସ୍ପଷ୍ଟ ହୋଇଥିଲା ।

  19. ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିକଟରେ ଦିଆଯାଇଥିବା ରିପୋର୍ଟ ମୁତାବକ, ଦୟା ୱେଷ୍ଟ କେନାଲ, ତାଳଦଣ୍ଡା, ପୁରୀ କେନାଲର ଜଳ ପ୍ରଦୂଷିତ । ଏଗୁଡ଼ିକ ପିଇବା କଥା ଛାଡ଼ ଗାଧୋଇବା ଯୋଗ୍ୟ ମଧ୍ୟ ନୁହେଁ । ଗତ ବର୍ଷ ମେ ମାସରୁ ଦୟା ୱେଷ୍ଟ କେନାଲର ୮ଟି ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଆସୁଛି । ଏହି ତିନୋଟି କେନାଲ ଜଳ ଉପରେ ଭୁବନେଶ୍ୱର, କଟକ ଓ ପୁରୀ ବାସୀ ନିର୍ଭର କରିଥାନ୍ତି ।

  20. ପିଲାମାନଙ୍କୁ ଇୟରଫୋନ୍ ପିନ୍ଧାଇବା ତାଙ୍କ ଶରୀର ଉପରେ ବହୁତ କ୍ଷତି ପକେଇଥାଏ । ଦୀର୍ଘ ସମୟ ଧରି ଲଗାତାର ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର କରିବା ପିଲାଙ୍କ କାନ ଉପରେ ଖରାପ ପ୍ରଭାବ ପକାଇବ ଏବଂ ପିଲାଙ୍କ କାନରେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇପାରେ ।

428 Y
1698 17-04-2023 English
  1. Uttar Pradesh Chief Minister Yogi Adityanath Sunday issued a notification for setting up of a three-member judicial commission that will probe the murders of gangster-turned-politician Atiq Ahmed and his brother Ashraf Ahmed in presence of the police and the media Saturday night.

  2.  A man was mauled to death by a pack of stray dogs in the premises of Aligarh Muslim University here Sunday morning, police said. Safdar Ali, a resident of a locality adjoining the campus, was out on a morning walk in a garden at Sir Syed Museum when the dogs attacked him, they said.

  3. The ‘Maharashtra Bhushan’ award event in Navi Mumbai Sunday turned tragic with the death of at least 8 people apparently due to sunstroke as the function, attended by lakhs, was held in an open ground.

  4. The Odisha Excise department has collected `8,967.49 crore as revenue in 2022- 23 against `7,622.41 crore in 2021- 22, registering a 17.65 per cent growth.

  5. In line with the Education Ministry's push for Indian systems of knowledge, new undergraduate and postgraduate courses varying from Vastu to Indian musical instruments will be offered from academic session 2023-24.

  6. Delhi Lt Governor V K Saxena has raised red flags over "procedural lapses" in summoning of the state Assembly's one-day session on Monday amid AAP convener and Chief Minister Arvind Kejriwal's questioning by the CBI in the alleged liquor scam case.

  7. A court in Ahmedabad has issued summons to Delhi Chief Minister Arvind Kejriwal and Aam Aadmi Party's Rajya Sabha member Sanjay Singh in a criminal defamation complaint for their alleged sarcastic and derogatory statements against the Gujarat University over Prime Minister Narendra Modi's academic degree.

  8. Seven of the top-10 most valued firms together added Rs 67,859.77 crore in market valuation in a holidayshortened last week, with ICICI Bank and HDFC Bank emerging as the biggest gainers.

  9. After pulling out funds on a net basis in 2022-23, foreign portfolio investors (FPIs) started the current financial year on a positive note and invested Rs 8,767 crore in the Indian equities so far this month on the reasonable stocks’ valuation.

  10. Power consumption grew 9.5 per cent to 1,503.65 billion units year-on-year in 2022-23, mainly due to higher demand amid a rise in economic activities, showed government data.

  11. Rashtriya Swayamsevak Sangh (RSS) chief Mohan Bhagwat, in an apparent reference to religious conversions, said on Sunday that missionaries take advantage of the situations wherein people feel that the society is not with them.

  12. In the backdrop of the Nandini vs Amul battle, Congress leader Rahul Gandhi on Sunday bought a Nandini ice cream and termed the brand "Karnataka's pride."

  13. The Odisha Police has arrested 79 people for their alleged involvement in the violence in Sambalpur city during Hanuman Jayanti celebrations, officials said Sunday.

  14. Four Indians, including a couple from Kerala, were among 16 people dead after a massive fire broke out in a residential building in Dubai that also injured nine others, officials said on Sunday.

  15. The Central Bureau of Investigation (CBI) on Sunday arrested YS Bhaskar Reddy, the uncle of Andhra Pradesh Chief Minister YS Jagan Mohan Reddy, in connection with the murder of former MP Vivekananda Reddy.

471 Y
1699 16-04-2023 Odia
  1. କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ବା ସିଏପିଏଫ କନଷ୍ଟେବଳ ପରୀକ୍ଷାରେ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ । ସିଏପିଏଫ କନେଷ୍ଟବଳ ପଦବୀ ପାଇଁ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ । ଇଂରାଜୀ ଓ ହିନ୍ଦୀ ସହ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ହେବ ।

  2. ଚଳିତ ବର୍ଷ ଉଚ୍ଚଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବ ବୋଲି ବିଭାଗ ଦର୍ଶାଇଛି।

  3. ମହାକାଶ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟି ହେବାକୁ ଯାଉଛି ଏକ ନୂଆ ସମ୍ଭାବନା। ଓଡ଼ିଆ ବୈଜ୍ଞାନିକ, ଇଞ୍ଜିନିୟର, ବୃତ୍ତିଧାରୀ, ଗବେଷକଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ କୃତ୍ରିମ ଉପଗ୍ରହ ପ୍ରସ୍ତୁତ ହେବ ଏବଂ ଚଳିତ ବର୍ଷ ଡିସେମ୍ବରରେ ଏହି କୃତ୍ରିମ ଉପଗ୍ରହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସହଯୋଗରେ ଅନ୍ତରୀକ୍ଷ ପଠାଯିବ। 

  4. ଗତକାଲି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡ଼ା ସର୍ବାଧିକ ୪୧ ଡିଗ୍ରି ତାପମାତ୍ରା ‌ରେକର୍ଡ କରାଯାଇଛି। ଦିନ ତମାମ ମୁଣ୍ଡ ଫଟା ଖରା ହେଉଥିବା ବେଳେ ସନ୍ଧ୍ୟାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

  5. କାମାକ୍ଷାନଗର-ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର। ଲକ୍ଷାଧିକ ଟଙ୍କାର ଘର ସାମଗ୍ରି ପୋଡି ପାଉଁଶ। ଅଗ୍ନିକାଣ୍ଡ କାରଣ ଅଷ୍ପଟ। କାମାକ୍ଷାନଗର ଅଗ୍ନିଶମ ବାହିନି ପହଞ୍ଚି ନିଆଁକୁ ଆୟତ କରିଥିଲେ। 

  6. ୨୦୧୮-୧୯ରୁ ୨୦୨୨-୨୩ (ଫେବୃଆରୀ) ପର୍ଯ୍ୟନ୍ତ ରାଜ୍ୟରେ ୩,୫୩୧୫ ଜଣ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଏହି ୫ ବର୍ଷ ମଧ୍ୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିବା ପୁରୁଷଙ୍କ ସଂଖ୍ୟା ମାତ୍ର ୫୩୯୦। ପରିବାର ନିୟୋଜନ ପାଇଁ ବିଭିନ୍ନ ପ୍ରକାର ପଦ୍ଧତ୍ତି ଅବଲମ୍ବନ କରାଯାଉଛି।

  7. ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନ ଓ ପୁଲିସିଂରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ସ୍ଥାନ ୧୦ରେ ରହିଛି । ଯାହାକି ଗ୍ରୀନ୍ ଜୋନରେ ଦର୍ଶାଉଛି । ୨୦୨୦ରେ ଓଡ଼ିଶା ନ୍ୟାୟ ପ୍ରଦାନରେ ୧୧ତମ ସ୍ଥାନରେ ଥିଲା ।

  8. କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଶନିବାର ମେ ’୧୦ରେ ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ଶିଗଗାଓଁ ଆସନରୁ ଭଜପା ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  9. ଜନତା ଦଳ (ସେକୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା କହିଛନ୍ତି, ସେ ୨୦୨୪ ଲୋକସଭା ନିର୍ବାଚନରେ ବାମପନ୍ଥୀ ଦଳ ସହ ଛିଡା ହେବେ।

  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତ୍ତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫଙ୍କ ପାଇଁ ହିନ୍ଦୀ ଓ ଇଂରାଜି ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ ପରୀକ୍ଷା ଆୟୋଜନ କରିବାକୁ ମଞ୍ଜୁରୀ ପ୍ରଦାନ କରିଛି।

  11. ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଥିବା ପୋଲିସ କର୍ମଚାରୀ ଏକ ଡ୍ରଗ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏଥିରେ ବଲତେଜ ସିଂ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯିଏକି ସତଓ୍ବନ୍ତ ସିଂଙ୍କ ଭଣଜା।

  12. ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ।

  13. ଦେଶର ପ୍ରମୁଖ ଘରୋଇ ଶକ୍ତି ବିତରଣ କମ୍ପାନୀ ଟାଟା ପାଓ୍ବାରକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ବିତରଣ ସଂସ୍ଥାର ସ୍ବୀକୃତି ପ୍ରଦାନ କରାଯାଇଛି।

  14. ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି।

  15. ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍‌ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍‌ ସ୍ପିଡ୍‌ ମିଳିଛି। ଜିଓ ତୁଳନାରେ ଏୟାରଟେଲ୍‌ ପଛୁଆ ରହିଛି।

  16. ଭାରତ ସରକାଙ୍କର ଅଧିନରେ ଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ଦ୍ୱାରା ଭାରତୀୟ ସୁପରସୋନିକ୍‌ ଜେଟ୍‌ ଟ୍ରେନର ଏଚ୍‌ଏଲ୍‌ଏଫ୍‌ଟି-୪୨ ନିର୍ମାଣ କରାଯାଉଛି । ଏହାର କଳାତ୍ମକ ପ୍ରକରଣକୁ ବେଙ୍ଗୁଲର ଏରୋ ଇଣ୍ଡିଆ ସୋରେ ପ୍ରଦର୍ଶୀତ କରାଯାଇଥିଲା । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ବା ହାଲ୍‌ ଲାଇଟ୍‌ କମ୍ବାକ୍ଟ ଏୟାର କ୍ରାଫ୍ଟ ତେଜସ୍‌ ତିଆରି କରିଛି ।

  17. ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ବିସ୍ଫୋରଣ ଘଟିଛି । ବାକାୟାମ୍‌ରେ ଏକ ସଭାରେ ପ୍ରଧାନମନ୍ତ୍ରୀ କିସିଦା ଭାଷଣ ଦେଉଥିବା​ବେଳେ ବିସ୍ଫୋରଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ  ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇ ନାହିଁ  ଓ ସେ ସୁରକ୍ଷିତ ଥିବା ଜଣାପଡିଛି।

  18. ଆରଏସଏସ୍‌ ମାନହାନୀ କେସ୍‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ରାହୁଲଙ୍କ ବିରୋଧରେ ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ ଖୁଣ୍ଟେ କରିଥିବା ଅପରାଧିକ ମାନହାନୀ କେସ୍‌ରେ ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟ ରାହୁଲଙ୍କୁ ବଡ଼ ଆଶ୍ୱସ୍ତ ଦେଇଛନ୍ତି। ତାଙ୍କୁ ସ୍ଥାୟୀ ଭାବେ କୋର୍ଟ ହାଜିରାରୁ ମୁକ୍ତି ମିଳିଛି।

  19. ଶୁକ୍ରବାର ସନ୍ଧ୍ୟା ବେଳେ ଦିଲ୍ଲୀ ‘ବିଜେପି’ ନେତା ସୁରେନ୍ଦ୍ର ମାଟିୟାଲାଲ୍‌ଙ୍କୁ ତାଙ୍କ ଅଫିସ୍‌ରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାରି ହତ୍ୟା କରିଥିବା କଥା ପୁଲିସ କହିଛି।

  20. ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି।

 

471 Y
1700 16-04-2023 English

 

  1.  In order to conserve the fish stock in the sea during the breeding season, a 61-day-long ban on fishing has been imposed in sea and estuaries along the eastern coast of the nation including the Odisha coast, starting Friday. The ban will be in force starting from April 15 to June 14.

  2. Mo College Abhijan has signed an MOU with Federation of Indian Chambers of Commerce and Industry (FICCI FLO) to offer On-Job Training Program/ Internship program to students of various College and Universities for the training and better employment to the students under Mo College Abhijan.

  3. In a dramatic turn of events, jailed gangster-turned-politician Atiq Ahmed and his brother Ashraf were shot dead by three assailants while they were being escorted by police to a medical college here Saturday night. Atiq and his brother were shot when they were being taken for a medical test to the Colvin Hospital here. Both died on the spot.

  4. Odisha has been awarded Global Planet Purpose Award for Drive for Results at the Planet Explore 2023-Transparency to Action Conference in Washington DC, USA. Drive for Results Award is given to agencies who rapidly hypothesize and test, measure, and improve the way they approach solving a problem to drive more results.

  5. In a landmark decision, the Ministry of Home Affairs has approved the conduct of constable (general duty) examination for Central Armed Police Forces in 13 regional languages, in addition to Hindi and English.

  6. Congress president Mallikarjun Kharge telephoned Delhi Chief Minister Arvind Kejriwal on Saturday, a day after the AAP convenor was summoned by the CBI, and stressed the need for opposition parties to unite against the BJP ahead of the 2024 elections.

  7. Karnataka Chief Minister Basavaraj Bommai has assets of ₹ 49.70 crore, reveals his election affidavit filed before the returning officer on Saturday to contest for the May 10 Assembly elections from Shiggaon constituency in Haveri district.

  8. Maharashtra Deputy Chief Minister Devendra Fadnavis on Saturday appeared before a court here in connection with an application seeking action against him for alleged non-disclosure of criminal cases in his election affidavit in 2014.

  9. The Supreme Court Collegium headed by Chief Justice of India DY Chandrachud has recommended to the Centre the names of judicial officers Girish Kathpalia, Dharmesh Sharma and Manoj Jain for their appointment as Delhi High Court judges.

  10. A court in Maharashtras Thane district on Saturday granted a permanent exemption to Congress leader Rahul Gandhi from appearing before it in a defamation case filed against him by a RSS functionary.

  11. The Aam Aadmi Party (AAP) suffered a setback in Surat city of Gujarat as six of its corporators in the local civic body joined the ruling Bharatiya Janata Party (BJP), a party functionary said on Saturday.

  12. The NCERT consulted 25 external experts and 16 CBSE teachers to carry out its syllabus rationalisation exercise.

  13. The Enforcement Directorate (ED) Saturday said it has chargesheeted former BJD MLA Anam Naik in a Prevention of Money Laundering Act (PMLA) case. The central probe agency said the chargesheet was filed before a special PMLA court in Bhubaneswar against Naik and a few others suggesting their conviction as well as confiscation of properties worth Rs 1.52 crore

  14.  Autonomous colleges will no longer be required to ensure that the number of contractual faculty is not more than 10 per cent of the total sanctioned faculty positions, according to revised University Grants Commission (UGC) norms

  15. The Odisha marine fishery department has imposed a ban on fishing activities along the eastern coast of Bay of Bengal in the state to facilitate fish breeding.

472 Y