-
ଜାନୁଆରି ୨୨ ତାରିଖରେ ରାମଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ପ୍ରତିଷ୍ଠା ସମାରୋହରେ ୫୪ଟି ଦେଶରୁ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ ବୋଲି ନିଶ୍ଚିତ ହୋଇଥିବା ବେଳେ ବିଦେଶୀ ଅତିଥିଙ୍କ ଭାରତ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
-
ଭାରତ-ମ୍ୟାଁମାର ସୀମାରେ ଏଣିକି ଅନୁପ୍ରବେଶ ବନ୍ଦ କରିବା ପାଇଁ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି କରାଯିବ। ଏହା ସହିତ ସମଗ୍ର ସୀମାରେ ତାର ବାଡ଼ ଲଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଘୋଷଣା କରିଛନ୍ତି।
-
ଦେଶରେ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି।
-
ନିର୍ବାଚନ ଆୟୋଗ କହିଛନ୍ତି ଲୋକସଭା ଏବଂ ବିଧାନସଭା ନିର୍ବାଚନର ଏକକାଳୀନ ନିର୍ବାଚନ ହେଲେ ନୂତନ ’ଇଲେକ୍ଟ୍ରୋନିକ ଭୋଟିଂ ମେସିନ’ (ଇଭିଏମ) କିଣିବା ପାଇଁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ହେବ।
-
ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି।
-
ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ବନ୍ଦ ରହିବ। ଅନ୍ୟପକ୍ଷରେ ଶନିବାର ( ଜାନୁଆରି ୨୦)ରେ ପ୍ରଥମ ଥର ପାଇଁ ଷ୍ଟକ ବଜାର ଖୋଲା ହେଲା।
-
ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଦାୟିତ୍ବବାନ ହୋଇ ଖବର ପ୍ରକାଶ କରିବାକୁ ସରକାର କହିଛନ୍ତି ।
-
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ।
-
ହାଇଦ୍ରାବାଦସ୍ଥିତ ରାମୋଜୀ ଫିଲ୍ମ ସିଟିରେ ରୌପ୍ୟ ଜୟନ୍ତୀ ପାଳନ ଉତ୍ସବ ବେଳେ ଦୁର୍ଘଟଣା ଘଟିବାରୁ ଆମେରିକାର ଏକ ଘରୋଇ କମ୍ପାନିରେ ‘ସିଇଓ’ ଥିବା ସଞ୍ଜୟ ଶାହାଙ୍କର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
-
ଶୁକ୍ରବାର ଦିନ ଗୋଆର କ୍ୟାବୋ ଡି ରାମା ବେଳାଭୂମି ଅନ୍ତର୍ଗତ ସମୁଦ୍ରରେ ସ୍ତ୍ରୀଙ୍କୁ ବୁଡ଼ାଇ ମାରିଥିବା ଅଭିଯୋଗରେ ଦକ୍ଷିଣ ଗୋଆସ୍ଥିତ ଏକ ବିଳାସମୟ ହୋଟେଲ୍ର ମ୍ୟାନେଜର୍ଙ୍କୁ ଶନିବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।
-
ଆଇନଗତ ଉପାୟରେ ଏଣିକି ଭାରତୀୟ ବନ୍ୟପ୍ରାଣୀଙ୍କୁ କିଣା ବିକା କରି ହେବ।
-
ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ ।
-
ଦିଲ୍ଲୀର ରୌଜ୍ ଏଭେନ୍ୟୁ କୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୩ ଫେବୃଆରୀ ପର୍ଯ୍ୟନ୍ତ ଏଏପି ଏମ୍ପି ସଞ୍ଜୟ ସିଂ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି।
-
ଜାନୁଆରୀ ୨୨ରେ ରାମ ମନ୍ଦିର ସମର୍ପଣ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୪ ଜଣ ଦମ୍ପତି ‘ଯଜମାନ’ କର୍ତ୍ତବ୍ୟ ପାଳନ କରିବେ।
-
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ ୨୦୨୩ ନଭେମ୍ବର ମାସରେ ୧୩ ଲକ୍ଷ ୯୫ ହଜାର ସଦସ୍ୟ ଗ୍ରହଣ କରିଛି। ସଂଗଠନ ଦ୍ୱାରା ପ୍ରକାଶିତ ସୂଚନାରୁ ଏହା ଜଣାପଡିଛି।
-
୫ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାରେ ୩୬୧ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୟୁରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ବଲାଙ୍ଗିର ଜିଲ୍ଲାର ୧୦୦, ସମ୍ବଲପୁର ଜିଲ୍ଲାର ୬୩, ରାୟଗଡ଼ା ଜିଲ୍ଲାର ୬୦ ଓ ନୂଆପଡ଼ା ଜିଲ୍ଲାର ୩୩ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି ।
-
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
-
ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା RI ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଶରତ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ୧୯ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ (Instream Storage Structure) ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏଥିପାଇଁ ୪,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
-
ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ତିନୋଟି ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି ।