-
ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଯାପିତ ହୋଇଛି । ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
-
ଆମେରିକୀୟ ମହାକାଶ ଏଜେନ୍ସି ନାସା ୧୩୭ ଆଲୋକବର୍ଷ ଦୂରରେ ପୃଥିବୀ ପରି ଏକ ସମ୍ଭାବ୍ୟ ବାସଯୋଗ୍ୟ ଗ୍ରହ ‘ସୁପର-ଆର୍ଥ’ର ଆବିଷ୍କାର କରିଛି।
-
ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସ୍ଥା ଭୋଟ୍ରେ ସେ ବିଜୟୀ ହୋଇଛନ୍ତି। ୪୭ ଜଣ ବିଧାୟକଙ୍କ ସମର୍ଥନରେ ସେ ଜିତିଥିବା ସୂଚନା ରହିଛି। ସେହିପରି ବିରୋଧୀ ଦଳକୁ ମିଳିଛି ମାତ୍ର ୨୯ଟି ଭୋଟ୍।
-
ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଶୁଣାଣିବେଳେ ସୁପ୍ରିମ୍ କୋର୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ କଡ଼ା ସମାଲୋଚନା କରିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ରିଟର୍ଣ୍ଣିଂ ଅଫିସର ବାଲଟ୍ ପେପରକୁ ବିକୃତ କରିଥିଲେ। ଏହା ଗଣତନ୍ତ୍ରର ହତ୍ୟା ବୋଲି କୋର୍ଟ କହିଛନ୍ତି ।
-
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ, ଫେବ୍ରୁଆରି ମାସର ୨୯ ଦିନ ମଧ୍ୟରୁ ବ୍ୟାଙ୍କ ୧୧ ଦିନ ପାଇଁ ଛୁଟି ରହିବ।
-
ଲୋକସଭା ନିର୍ବାଚନ ଥିବାବେଳେ ପ୍ରଚାର କାର୍ଯ୍ୟରେ ପିଲାମାନଙ୍କୁ ବ୍ୟବହାର ନ କରିବାକୁ ନିର୍ବାଚନ ଆୟୋଗ ଦଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
-
ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ବିବାଦ ପରେ ଶ୍ରୀଲଙ୍କାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି ଭାରତୀୟ ପର୍ଯ୍ୟଟକମାନେ ବର୍ତ୍ତମାନ ବହୁ ସଂଖ୍ୟାରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି।
-
ଲକ୍ଷ୍ମୌ ଜିଲ୍ଲା ଜେଲରୁ ୩୬ଜଣ କଏଦୀ ଏଚଆଇଭି ସଂକ୍ରମିତ ଥିବା ଜଣାପଡ଼ିଛି।
-
୨୦୧୫ରେ ଡେରାଡୁନ୍ରେ ଚାକିରି କରୁଥିବା ବେଳେ ଗୃହ ସହାୟିକାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଶନିବାର ଦିନ ଜଣେ କର୍ଣ୍ଣେଲ୍ଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।
-
ପ୍ୟାନ-ଆଧାର ସଂଯୋଗରେ ବିଳମ୍ବ ହେତୁ ସରକାର ୬୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛନ୍ତି। ପ୍ରାୟ ୧୧.୪୮ କୋଟି ସ୍ଥାୟୀ ଆକାଉଣ୍ଟ ନମ୍ବର ବାୟୋମେଟ୍ରିକ ସହିତ ଏବେ ବି ଲିଙ୍କ ହୋଇନାହିଁ |
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍ରେ ଯାତ୍ରା ମାଗଣା ହେବ।
-
ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ପାରୋଲରେ ଭେଟିବାକୁ ଅନୁମତି ଦେଇଛନ୍ତି।
-
ରୋଜଗାରକୁ ନେଇ ସ୍ବାମୀଙ୍କୁ ଥଟ୍ଟା କରିବା ଏବଂ କ୍ରମାଗତ ଭାବରେ ଅଯୌକ୍ତିକ ଦାବି କରିବା ମାନସିକ କ୍ରୁରତା ଅଧୀନରେ ଆସେ ବୋଲି ଦିଲ୍ଲୀ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
-
ସୁପ୍ରିମକୋର୍ଟରେ କେରଳ ରାଜ୍ୟ ଯାଚିକାର ଜବାବ ରଖିବାବେଳେ କେନ୍ଦ୍ର ସରକାର କହିଛନ୍ତି, କେରଳ ଆର୍ଥିକ ରୂପରେ ସବୁଠାରୁ ଅସୁସ୍ଥ ରାଜ୍ୟ ଅଟେ।
-
ବିହାରରେ ‘ବିହାର ଲଘୁ ଉଦ୍ୟମୀ ଯୋଜନା’ ଆରମ୍ଭ କରିଛନ୍ତି । ଜାତି ଆଧାରିତ ଗଣନା ସମୟରେ କରାଯାଇଥିବା ସର୍ଭେରୁ ଜଣାପଡୁଛି କି ରାଜ୍ୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । ସେହି ପରିବାରଗୁଡିକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଦିଆଯିବ।
-
ୟୁପିଏସସି, ଏସଏସସି ଭଳି ନିଯୁକ୍ତି ପରୀକ୍ଷା ଏବଂ ନିଟ୍, ଜେଇଇ ଓ ସିୟୁଇଟି ଭଳି ପ୍ରବେଶିକା ପରୀକ୍ଷାରେ ଲିକ୍, ଅନିୟମିତତା ତଥା ସଙ୍ଗଠିତ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାର ଲୋକସଭାରେ ‘ପବ୍ଲିକ୍ ଏକ୍ଜାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ବିଲ୍, ୨୦୨୪’ ଆଗତ କରିଛନ୍ତି।
-
ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ନାମରେ ନାମିତ ହେବ।
-
ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ। କର୍ମକ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଓଡ଼ିଆ ଭାଷା କହିଲେ, ଓଡ଼ିଆ ଭାଷା ସମୃଦ୍ଧ ହେବ ବୋଲି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।
-
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି ରାଜ୍ୟପାଳ। ୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ସୁବିଧା ଦେବ ।
-
ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ୧୦୬ ରନ୍ରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ୩୯୯ର ବିଜୟ ଲକ୍ଷ୍ୟକୁ ପିଛା କରି ୨୯୨ରେ ଅଲ୍ ଆଉଟ୍ ହୋଇଗଲା ଇଂଲଣ୍ଡ।