-
ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୨୪ ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।
-
ଗୁଜୁରାଟର ଜଣେ ଭକ୍ତ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ସ୍ୱର୍ଣ୍ଣ ଅଳଙ୍କାର ସମର୍ପଣ କରିଛନ୍ତି ।ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ପ୍ରଦାନ କରିଛନ୍ତି । ଏହାର ଓଜନ ପ୍ରାୟ ୧କିଗ୍ରା ୭୫ଗ୍ରାମ ରହିଛି । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ୩ଟି ରୂପା ମୁକୁଟ ଦେଇଛନ୍ତି ଗୁଜୁରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ
-
ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।
-
ତିନି ଦିନ ଧରି ଚାଲିଥିବା ଏହି ଧାରାରେ କୌଣସି ବିରାମ ଲାଗୁନାହିଁ। ଆଜି ବିରୋଧୀ ଦଳର ଆଉ ୪୯ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହାସହିତ ନିଲମ୍ବିତ ସାଂସଦମାନଙ୍କ ସଂଖୃା ୧୪୧ରେ ପହଞ୍ଚିଛି। ଏହି ନିଲମ୍ବନର ପ୍ରତିବାଦରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଅସନ୍ତା ୨୨ ତାରିଖରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଘୋଷଣା କରିଛନ୍ତି।
-
ପୃଥିବୀର କକ୍ଷ ପକ୍ଷରେ ୬ ରହସ୍ୟମୟ ଓ ଅପରିଚିତ ବସ୍ତୁକୁ ଚୀନର ମହାକାଶ ଯାନ ସେନ୍ଲଙ୍ଗ୍ (ଦୈବୀ ଡ୍ରାଗନ) ସ୍ଥାପିତ କରିଛି। ଏହି ଘଟଣା ପରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସମେତ ବିଭିନ୍ନ ରାଷ୍ଟ୍ରର ମହାକାଶ ଗବେଷଣା ସଂସ୍ଥାନଗୁଡ଼ିକ ମଧ୍ୟରେ ଚହଳ ସୃଷ୍ଟି ହୋଇଛି।
-
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଆଗମୀ ଦିନରେ ତାଙ୍କ ପିଉସୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖପାତ୍ର କୁନାଲ ଘୋଷ ସୋମବାର କହିଛନ୍ତି।
-
ଶ୍ରୀଲଙ୍କାର ସାମୁଦ୍ରିକ ସୀମାରେ ଚୀନର ଗୁଇନ୍ଦା ଓ ଗବେଷଣା ଜାହଜ ସ୍ଥାପନ ଉପରେ ଶ୍ରୀଲଙ୍କା ସରକାର ପ୍ରତିବନ୍ଧକ ଲଗାଇଛି। ଶ୍ରୀଲଙ୍କା ସରକାର ଚୀନର ଜଳପୋତ ଉପରେ ୧ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିବା
-
ଇତିମଧ୍ୟରେ ଇସ୍ରାଏଲ ସେନା ଅଦ୍ୟାବଧି ୧୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ବନ୍ଦୀ କରିଛି। ଆଇଡିଏଫ୍ ମୁଖ୍ୟ କହିଛନ୍ତି ଯେ ଯେତେବେଳେ ଲଢୁଆମାନେ ଅସ୍ତ୍ରଶସ୍ତ୍ର ତଳେ ଥୋଇଦେଇ ହାତ ଉଠାନ୍ତି, ଆମେ ସେମାନଙ୍କୁ ଗିରଫ କରୁ, ଆମେ ସେମାନଙ୍କୁ ଗୁଳି କରୁନାହିଁ।
-
ବୁକିଂ ଡଟ୍ କମ୍ ଜାରି କରିଥିବା ରିପୋର୍ଟ ଅନୁସାରେ ଛୁଟିଦିନରେ ଲୋକମାନେ ଭ୍ରମଣ କରିବା ଲାଗି ପସନ୍ଦ କରୁଥିବା ସ୍ଥାନ ମଧ୍ୟରେ ପୁରୀ ଦ୍ବିତୀୟ ସ୍ଥାନରେ ଥିଲା। ଏବେ ରିତେଶ ଅଗ୍ରୱାଲଙ୍କ କଂପାନି ଓୟୋ ଜାରି କରିଥିବା ରିପୋର୍ଟ ଅନୁସାରେ ଧାର୍ମିକ ସ୍ଥଳ ମଧ୍ୟରେ ବୁକିଂରେ ପୁରୀ ଏକ ନମ୍ବର ସ୍ଥାନରେ ରହିଛି।
-
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ଏୟାରଲାଇନ୍ସ ସ୍ପାଇସ୍ଜେଟ୍ରେ ମୁମ୍ବାଇରେ ବାସ କରୁଥିବା ଓଡ଼ିଆ ଦମ୍ପତି ହରିହର ମହାପାତ୍ର ଓ ପ୍ରୀତି ମହାପାତ୍ର ୧୧୦୦ କୋଟି ଟଙ୍କା ନିବେଶ କରିଛନ୍ତି। ସେମାନେ ସ୍ପାଇସ୍ଜେଟ୍ର ୧୯ ପ୍ରତିଶତ ଅଂଶଧନ ହାସଲ କରିଛନ୍ତି।
-
ନିଜର ସମ୍ପତ୍ତି ବଢ଼ାଇବାରେ ଓପି ଜିନ୍ଦଲ ଗ୍ରୁପ୍ର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ଆଗରେ ରହିଛନ୍ତି। ବ୍ଲୁମ୍ବର୍ଗ ବିଲିଓନେୟାର ସୂଚୀ ଅନୁସାରେ ଦେଶର ଏକ ନମ୍ବର ଧନୀ ମୁକେଶଠାରୁ ତାଙ୍କ ସମ୍ପତ୍ତି ଅଧିକ ବଢ଼ିଛି।
-
ଦିଲ୍ଲୀରେ ଅନଧିକୃତ ଭାବେ ଗଢ଼ିଉଠିଥିବା କୋଠାଗୁଡ଼ିକ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁରକ୍ଷାକୁ ଡିସେମ୍ବର ୩୧ ସମୟସୀମା ଶେଷ ହେବା ପରେ ଆଉ ୩ ବର୍ଷ ବଢ଼ାଇବାକୁ ଏକ ବିଲ୍ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି।
-
ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ।
-
୨୦୨୦ରୁ ୨୦୨୩ ଗତ ୩ ବର୍ଷ ମଧ୍ୟରେ ୨୦୬ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି।
-
ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନଵାପି ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ବିଚାରପତି ରୋହିତ ରଂଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ କମିଟି ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟିରୁ ଅଧିକ ବନ୍ଧକ ମୁକ୍ତ ଋଣ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଉଦ୍ୟୋଗୀ ଅଭିଳାଷକୁ ବୃଦ୍ଧି କରିନାହିଁ ବରଂ ଦେଶର ଉନ୍ନତ ବିକାଶକୁ ମଧ୍ୟ ସୁନିଶ୍ଚିତ କରିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜି -୨୦ ଅଧ୍ୟକ୍ଷତା ମାଧ୍ୟମରେ ଭାରତ ଭିନ୍ନ ଭିନ୍ନ ଦାୟିତ୍ୱ ଏବଂ ସମ୍ପୃକ୍ତ ସାମର୍ଥ୍ୟ ଆଧାରରେ ଜଳବାୟୁ କାର୍ଯ୍ୟକୁ ଏକ ସହଯୋଗୀ ପ୍ରକ୍ରିୟା କରିବାକୁ ପ୍ରତିଶୃତି ଦେଇଛି। ସେ କହିଛନ୍ତି ଯେ ଭାରତକୁ କେବଳ ବିଶ୍ୱର ଦେଶମାନେ ଗ୍ରହଣ କରି ନ ଥିଲେ ବରଂ ଏହାକୁ ୟୁଏଇର ଘୋଷଣାପତ୍ରରେ ମଧ୍ୟ ସାମିଲ କରିଛନ୍ତି।
-
ପ୍ରଶାନ୍ତ ଶର୍ମାଙ୍କ ଦ୍ବାରା ନିର୍ଦେଶିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ହନୁମାନ’କୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।ଇତି ମଧ୍ୟରେ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଛି, ଯାହା ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।
-
ଦୁବାଇର କୋକାକୋଲା ଆରେନାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ଚାଲିଛି। ବିଶ୍ୱକପ ତାରକା ମିଚେଲ ଷ୍ଟାର୍କ ଏବଂ ପ୍ୟାଟ୍ କମିନ୍ସ ଏହି ନିଲାମରେ ସବୁଠୁଁ ଆଗରେ ରହିଛନ୍ତି।
-
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଦିନିକିଆ ସିରିଜ୍ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ସେଣ୍ଟ ଜର୍ଜସ ପାର୍କରେ ଖେଳାଯାଉଛି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି ।