- 
	
ଓଡିଶା ରାଜ୍ୟ ସରକାର ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।
	 
	- 
	
ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୪୦୦ରୁ ଅଧିକ ନର୍ସିଂ, ଫାର୍ମାସୀ ଓ ଆନୁସଂଗିକ ମେଡିକାଲ ଛାତ୍ରଛାତ୍ରୀ ଭେଟି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ  ନବୀନ ନିବାସରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
	 
	- 
	
ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି ।
	 
	- 
	
ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି।
	 
	- 
	
ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ।ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ ।
	 
	- 
	
ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଞ୍ଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି ।  ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି ।
	 
	- 
	
ଅଯୋଧ୍ୟାର ରାମମନ୍ଦିରକୁ ଉତ୍ତରପ୍ରଦେଶ ଏଟାହ ଜିଲ୍ଲାର ଜଲେସର ସହରରୁ ୨୪୦୦ କେଜି ଓଜନର ଏକ ବିଶାଳ ଘଣ୍ଟି ମିଳିବାକୁ ଯାଉଛି।  ଯାହା ୨୫ ଲକ୍ଷ ଟଙ୍କାରେ ଅଷ୍ଟଧାତୁରେ ନିର୍ମିତ ହୋଇଛି।
	 
	- 
	
ଆମେରିକା ଓ ବ୍ରିଟେନର ନୌସେନା ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ୧୮ଟି ଡ୍ରୋନ୍ ଏବଂ ୩ଟି କ୍ଷେପଣାସ୍ତ୍ରକୁ ଗୋଟିଏ ରାତିରେ ନଷ୍ଟ କରିଛି।
	 
	- 
	
ଆମେରିକାର ଘରୋଇ କମ୍ପାନି ଆଷ୍ଟ୍ରୋବୋଟିକ୍ର ଚନ୍ଦ୍ର ଲ୍ୟାଣ୍ଡର ମିସନ ବିଫଳ ହୋଇଥିବା ନେଇ ମଙ୍ଗଳବାର ପ୍ରକାଶ କରିଛି।
	 
	- 
	
ଗୋଆର ଏକ ସର୍ଭିସ ଆପାର୍ଟମେଣ୍ଟରେ ନିଜ ୪ ବର୍ଷର ପୁଅକୁ ହତ୍ୟା କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ସେଠ୍ ବାଳକକୁ ଶ୍ବାସରୁଦ୍ଧ କରିବା ପାଇଁ ତଉଲିଆ କିମ୍ବା ତକିଆ ବ୍ୟବହାର କରିଥିବା ଡାକ୍ତର କହିଛନ୍ତି।
	 
	- 
	
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ଗ୍ରୀନ୍ ଏନର୍ଜି ଆଣ୍ଡ୍ ରିନ୍ୟୁଏବଲ୍ ସେକ୍ଟର (ସବୁଜ ଶକ୍ତି ଏବଂ ନବୀକରଣ ଯୋଗ୍ୟ କ୍ଷେତ୍ରରେ) ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାର ଯୋଜନା ରଖିଛି
	 
	- 
	
ଭାରତର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ।
	 
	- 
	
ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅଗ୍ରାଧିକାର କ୍ଷେତ୍ର ଲାଗି ୨,୦୦,୬୦୮ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି।
	 
	- 
	
ବିଶ୍ବର ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜ୍ ବିନାନ୍ସକୁ ଆପଲ୍ ଏହାର ଆପ୍ ଷ୍ଟୋର୍ରୁ ହଟାଇଦେଇଛି। ବିଟ୍ଫିନେକ୍ସ, ଏଚ୍ଟିଏକ୍ସ ଓ କୁକଏନ୍ ଭଳି ଆଠଟି କ୍ରିପ୍ଟୋ ଏକ୍ସଚେଞ୍ଜ୍ ଆଉ ଆପ୍ ଷ୍ଟୋର୍ରେ ନାହିଁ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆପ୍ଗୁଡ଼ିକୁ ହଟାଇ ଦିଆଯାଇଛି।
	 
	- 
	
ମଣିପୁର ସରକାର ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି। ସୀମିତ ସଂଖ୍ୟକ ଲୋକଙ୍କ ସହ ଏହି ଅନୁମତି ଦିଆଯାଇଛି।
	 
	- 
	
ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା ପରିମାଣ ଦୁଇଗୁଣା କରିବାକୁ ସରକାର ବଜେଟରେ ଚିନ୍ତା କରୁଛନ୍ତି। ଏହା ହେଲେ ମହିଳା କୃଷକଙ୍କ ସଞ୍ଚୟ ଖାତାକୁ ୧୨ ହଜାର ଟଙ୍କା ଆସିବ।
	 
	- 
	
୧୯୬୨ରେ ଭାରତ-ଚାଇନା ଯୁଦ୍ଧରେ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ରିଗେଡିୟର(ଅବସରପ୍ରାପ୍ତ) AJS ବହଲଙ୍କର ୮୨ବର୍ଷରେ ଦେହାନ୍ତ ହୋଇଛି।
	 
	- 
	
୫ ଦିନିଆ ବେଜିଂ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମେହାମେଦ ମୁଇଜୁ ମଙ୍ଗଳବାର ନିଜ ଦେଶକୁ ଅଧିକ ପର୍ଯ୍ୟଟକଙ୍କ ପଠାଇବା ପାଇଁ ଚାଇନାକୁ ଅନୁରୋଧ କରିଛନ୍ତି।
	 
	- 
	
କେରଳର ଜଣେ ପ୍ରଫେସରଙ୍କ ପାପୁଲି କାଟିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସହାବକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୋର୍ଟ ଜାନୁଆରୀ ୨୪ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି।
	 
	- 
	
ଶ୍ରୀଲଙ୍କାର କାଣ୍ଡିରେ ଆଇଆଇଟି ମାଡ୍ରାସର ଏକ ନୂଆ କ୍ୟାମ୍ପସ ଆରମ୍ଭ ହେବ ବୋଲି ଶ୍ରୀଲଙ୍କା ଶିକ୍ଷା ମନ୍ତ୍ରୀ ଡଃ ସୁଶୀଲ ପ୍ରେମଜୟନ୍ତା କହିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରେମାସିଂହ ୨୦୧୪ ବର୍ଷ ପାଇଁ ପ୍ରସ୍ତାବିତ ବଜେଟରେ ଏହା ଅନ୍ତର୍ଭୁକ୍ତ ହୋଇଛି।