-
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିର୍ବାଚନୀ ବଣ୍ଡ୍ ମାମଲାରେ ସମସ୍ତ ତଥ୍ୟ ଦେଇ ନଥିବାରୁ ପୁଣି ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ବଣ୍ଡ୍ର ଆଲ୍ଫା ନ୍ୟୁମରିକ୍ ସଂଖ୍ୟା ସହ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
-
ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି । ପାକିସ୍ତାନର ଏହି ଏୟାରଷ୍ଟ୍ରାଇକରେ ୭ ଜଣ ତାଲିବାନ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି ।
-
ଗୌତମ ଅଦାନୀ ଙ୍କ କମ୍ପାନୀ ୫ଜି ଇଣ୍ଟରନେଟ୍ କୁ ନେଇ କାମ କରୁଛି ।
-
ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୬ଟି ରାଜ୍ୟରେ ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକଙ୍କୁ ବି ବଦଳାଯାଇଛି ।
-
ବିହାରରେ ଏନଡିଏ ଏବଂ ଏହାର ସହଯୋଗୀ ଦଳମାନେ ଆସନ ବୁଝାମଣା ରେ ପହଞ୍ଚିଛନ୍ତି। ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ିବ ଏବଂ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ୧୬ଟି ଆସନରେ ଲଢ଼ିବ ।
-
ଦେଶର ନିଃସନ୍ତାନହୀନ ଦମ୍ପତିମାନଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଏକ ନୂଆ ଚିନ୍ତାଧାରା ଦେଖିବାକୁ ମିଳୁଛି। ସେମାନେ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି
-
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଦ୍ଵାରା ମାର୍ଚ ୧୫, ୨୦୨୪ରେ ନୂତନ ନିୟମ ଜାରି କରାଯାଇଛି, ଯାହା ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ। ନୂତନ ନିୟମ ଅନୁଯାୟୀ, ମୋବାଇଲ୍ ବ୍ୟବହାରକାରୀ ଯେଉଁମାନେ ନିଜର ସିମ୍ କାର୍ଡ ଅଦଳବଦଳ (ସ୍ବାଇପ୍) କରିଛନ୍ତି ସେମାନେ ଆଉ ମୋବାଇଲ୍ ନମ୍ବର ପୋର୍ଟ କରିପାରିବେ ନାହିଁ ।
-
ଇନଫୋସିସ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀ ତାଙ୍କର ଚାରି ମାସର ନାତି ଏକାଗ୍ର ରୋହନ ମୁର୍ତ୍ତୀଙ୍କୁ ୨୪୦ କୋଟିରୁ ଅଧିକ ମୂଲ୍ୟର ଶେୟାର ଉପହାର ଦେଇଛନ୍ତି।
-
ସିଏମ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ବିଧାୟକ ଭାବେ ପୁନଃସ୍ଥାପିତ ହୋଇଥିବା କେ. ପୋନମୁଡିଙ୍କୁ ରାଜ୍ୟପାଳ ଆର.ଏନ ରବି ଶପଥ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।
-
ଏପ୍ରିଲ ୨୦୧୮ରୁ ମେ’୨୦୧୯ମଧ୍ୟରେ ଆମ ଆଦମୀ ପାର୍ଟି (ଏଏପି) ପାଞ୍ଚଟି କମ୍ପାନୀ ଏବଂ ଦୁଇ ଜଣବ୍ୟକ୍ତିଙ୍କ ଠାରୁ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ୫.୭୫କୋଟି ଟଙ୍କା ମିଳିଛି। ଏହି ୫.୭୫ କୋଟି ଟଙ୍କା ମଧ୍ୟରୁ ୩ କୋଟି ଟଙ୍କା ବଜାଜ ଗ୍ରୁପ ପ୍ରଦାନ କରିଛି ।
-
ପ୍ରସିଦ୍ଧ କବି ପ୍ରଭା ବର୍ମା ମାଲାୟାଲମ ଭାଷାରେ ଉଲ୍ଲେଖନୀୟ କୃତ୍ତି ନିମନ୍ତେ ୨୦୨୩ ବର୍ଷ ପାଇଁ ସରସ୍ୱତୀ ସମ୍ମାନ ପାଇବେ। ତାଙ୍କର ମାଲାୟାଲମ ଭାଷାର କବିତା କୃତି ‘ରୁଦ୍ର ସାଥୱିକମ୍’ ଏବଂ ୨୦୧୩ରୁ ୨୦୨୨ ମଧ୍ୟରେ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
-
ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅର୍ଥ ଠକେଇ ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଅଙ୍କୁଶ ଓ ବୈଭବ ଜୈନଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ସେମାନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
୨୦୨୧-୨୨ରୁ ପରବର୍ତ୍ତୀ ୩ ବର୍ଷରେ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ୍ସ କମ୍ପାନିର ମୂଳ ଲାଭ ୨୧୫ କୋଟି ଟଙ୍କା। ଏହି ସମୟରେ ସେହି କମ୍ପାନି ୧୩୬୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି।
-
କଂଗ୍ରେସ ନେତ୍ରୀ ପ୍ରିୟା ଦତ୍ତ କଂଗ୍ରେସ ଛାଡି ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି । ପ୍ରିୟା ଦତ୍ତ ହେଉଛନ୍ତି ଦିବଙ୍ଗତ ଅଭିନେତା ତଥା କଂଗ୍ରେସ ନେତା ସୁନୀଲ ଦତ୍ତଙ୍କ ଝିଅ ଏବଂ ଅଭିନେତା ସଞ୍ଜୟ ଦତ୍ତଙ୍କ ଭଉଣୀ
-
‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି।
-
ଦିନକୁ ଦିନ ସାଇବର ଅପରାଧର ଆଶଙ୍କା ବଢ଼ୁଥିବାବେଳେ ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆଶଙ୍କା କରୁଛି।
-
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି।
-
ଓଡ଼ିଶା ଖଣି ନିଗମ (ଓଏମ୍ସି), ରେଡ୍ ସ୍ବସ୍ତିକ ସୋସାଇଟି, ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଇନାଲି ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟର ୪୦ଜଣ ଭିନ୍ନକ୍ଷମ ମହିଳାଙ୍କୁ ବୈଦ୍ୟୁତିକ ହାତ ଯୋଗାଇ ଦିଆଯାଇଛି।
-
ପେଟିଏମ୍ ଥାର୍ଡ ପାର୍ଟୀ ଆପ୍ ଭାବେ କାମ କରିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍ପିସିଆଇ) ପେଟିଏମ୍ର ମୂଳ କମ୍ପାନୀ ୱାନ୍ ୯୭ କମ୍ୟୁନିକେସନ ଲିମିଟେଡକୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ୟୁପିଆଇରେ ଥାର୍ଡ ପାର୍ଟୀ ଆପ୍ଲିକେସନ ପ୍ରୋଭାଇଡର ଭାବେ ଭାଗ ନେବା ଲାଗି ଅନୁମତି ଦେଇଛି ।
-
କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ୧୧ ଲକ୍ଷ ଯବାନଙ୍କ ପାଇଁ ଖୁସି ଖବର ଆସିଛି। ସିଏପିଏଫ କ୍ୟାଣ୍ଟିନ ଅର୍ଥାତ କେନ୍ଦ୍ରୀୟ ପୁଲିସ କଲ୍ୟାଣ ଭଣ୍ଡାର (କେପିକେବି)ରୁ ମିଳୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସ୍ଟି ରିଆତି ଦିଆଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।