-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ' ପ୍ରଦାନ କରାଯାଇଥିଲା।
-
ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ୪୧ଟି କମ୍ପାନୀ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିକୁ ୨ ହଜାର ୪୭୧ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଚଢ଼ାଉ ପରେ ସେହି କମ୍ପାନୀଗୁଡ଼ିକ ୧ ହଜାର ୬୯୮ କୋଟି ଟଙ୍କା ଦେଇଥିବା ସୁପ୍ରିମକୋର୍ଟରେ ନିର୍ବାଚନୀ ପାଣ୍ଠି ଯୋଜନାକୁ ଚ୍ୟାଲେଞ୍ଜ କରିଥିବା ନାଗରିକ ସମାଜ କର୍ମକର୍ତ୍ତାମାନେ ଦାବି କରିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଅନ୍ୟ ମନ୍ତ୍ରୀ ଓ ଆପ୍ ନେତାଙ୍କ ସହ ଅବକାରୀ ଦୁର୍ନୀତି ମାମଲାର କୋର୍ଟ ୬ ଦିନିଆ ରିମାଣ୍ଡ ଦେଇଛନ୍ତି |
-
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଗୁରୁବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।
-
ଆୟକର ବିଭାଗ ଦ୍ୱାରା କଂଗ୍ରେସ ବିରୋଧରେ ଆରମ୍ଭ ହୋଇଥିବା ପୁନଃମୂଲ୍ୟାୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।
-
ଦେଶର ବିଭିନ୍ନ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିରୋଧୀ ଦଳ ନେତାଙ୍କ ପରାମର୍ଶ ପ୍ରକ୍ରିୟା ପାଇଁ ନିର୍ଦ୍ଦେଶାବଳୀ ନର୍ଦ୍ଧାରଣ କରାଯିବ ବୋଲି ସୁପ୍ରିମ୍କୋର୍ଟ ଶୁକ୍ରବାର କହିଛନ୍ତି।
-
ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ଦୁଇ ଝିଅ ମିସା ଭାରତୀ ଓ ରୋହିଣୀ ଆଚାର୍ଯ୍ୟଙ୍କୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
-
ବିହାରର ସୁପୌଲରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ଅନେକ ଶ୍ରମିକ ଫସି ରହିଥିବା ରିପୋର୍ଟରୁ ପ୍ରକାଶ ପାଇଛି। କୋସି ନଦୀ ଉପରେ ନିର୍ମିତ ଏକ ନିର୍ମାଣାଧୀନ ପୋଲର ଏକ ସ୍ଲାବ ଭୁଶୁଡ଼ିବା ପରେ ଏହି ଘଟଣା ଘଟିଛି।
-
ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବିଜେଡି। ଦଳ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢ଼ିବ। ଏନେଇ ସୋସିଆଲ ମଡିଆ ଏକ୍ସରେ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
-
ଆଗାମୀ ୩ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି।
-
ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। ରାଜ୍ୟସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ବାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
-
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର କର୍ନାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଇସ୍ରୋ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି।
-
ସରକାର ବିରୋଧୀ ଖବରକୁ ଚିହ୍ନଟ କରି ରୋକିବା ସକାଶେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ ପ୍ରତିଷ୍ଠା ପାଇଁ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରଣାଳୟ ବୁଧବାର ବିଜ୍ଞପ୍ତି ଜାରି କରିଥିଲା। ଗୁରୁବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ନାଗରିକଙ୍କ ଅଭିବ୍ୟକ୍ତି ସ୍ବାଧୀନତା ପ୍ରଭାବିତ ହେବା ଦର୍ଶାଇ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।
-
ଭାରତ ବିରୋଧୀ ବୟାନ ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ଭାରତ ତାଙ୍କ ଦେଶର ଘନିଷ୍ଠ ସହଯୋଗୀ ରହିବ ଏବଂ ଦ୍ୱୀପପୁଞ୍ଜ ଦେଶକୁ ଋଣ ଛାଡ଼ ପ୍ରଦାନ କରିବାକୁ ନୂଆଦିଲ୍ଲୀକୁ ଅନୁରୋଧ କରିଛନ୍ତି।
-
ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ, ଏନେଇ ଟ୍ୱିଟ କଲେ ରାଜ୍ୟ ସଭାପତି ମନମୋହନ ସାମଲ ।
-
ଉତ୍ତରାଖଣ୍ଡରେ ସିଲ୍କିୟାରା-ବାରକୋଟ ଟନେଲ ନିର୍ମାଣ କରୁଥିବା ହାଇଦ୍ରାବାଦସ୍ଥିତ ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍ (ଏନ୍ଇସି) ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିଛି ଏବଂ ସମ୍ପୂର୍ଣ୍ଣ ଅର୍ଥ ବିଜେପିକୁ ଦାନ କରିଛି। ୨୦୨୩ ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ମୋଟ ୪୧ ଜଣ ଶ୍ରମିକ ଫସି ଯାଇଥିଲେ। ନଭେମ୍ବର ୨୮ ତାରିଖରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା।
-
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଗାମୀ ଲୋକସଭା ନିର୍ବାଚନ ପ୍ରକ୍ରିୟାରେ ବେଆଇନ ଭାବେ ହସ୍ତକ୍ଷେପ କରିବା ଏବଂ ନିର୍ବାଚନ କମିସନଙ୍କ ଭଳି ସମାନ୍ତରାଳ କାର୍ଯ୍ୟାଳୟ ଚଳାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ତୃଣମୂଳ କଂଗ୍ରେସ (ଟିଏମସି) ଶୁକ୍ରବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି।
-
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।
-
ରୁଷ୍ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍ ସିଟି ହଲ୍ରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗୁଳିବର୍ଷା ଓ ବୋମାମାଡ଼ରେ ୪୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ଖବର ମିଳିଛି।