-
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଖଣ୍ଡପୀଠ ଏକ ଐତିହାସିକ ରାୟରେ କହିଛନ୍ତି ଯେ ଲାଞ୍ଚ ମାମଲାରେ ସଂସଦ ଓ ରାଜ୍ୟ ବିଧାନସଭାର ସଦସ୍ୟମାନେ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ନୁହନ୍ତି।
-
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଯେଉଁଦିନ ଭାରତର ଆଦିତ୍ୟ-ଏଲ୍୧ ମିସନ ମହାକାଶକୁ ଉତ୍କ୍ଷେପଣ କରିଥିଲେ, ସେହିଦିନ ହିଁ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।
-
ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରାଙ୍କୁ ପୁଣି ସମନ କରିଛି।
-
ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କୁ ବଡ଼ ଝଟକା ଲାଗିଛି। ରାଜ୍ୟରେ ଥିବା ସ୍କୁଲର ସ୍ଥିତି ନେଇ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି।
-
ପ୍ରଦର୍ଶନକାରୀ ଚାଷୀ ସଂଗଠନର ନେତାମାନେ ଘୋଷଣା କରିଛନ୍ତି ୧୦ ମାର୍ଚ୍ଚରେ ଦେଶବ୍ୟାପି ମଧ୍ୟାହ୍ନ ୧୨ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାରି ଘଣ୍ଟିଆ ରେଳ ରୋକୋ ଆନ୍ଦୋଳନ କରାଯିବ। ଏହା ପୂର୍ବରୁ ଚାଷୀ ସଂଗଠନ ମିଳିତ ଭାବେ ମାର୍ଚ୍ଚ ୬ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
-
ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନେସ୍କିଙ୍କ ସହିତ କୌଣସି ଶାନ୍ତି ଆଲୋଚନା ପାଇଁ ରୁଷିଆ ପ୍ରତିପକ୍ଷ ବ୍ଲାଡିମିର ପୁଟିନ ମନା କରିଛନ୍ତି।
-
ଉତ୍ତରପ୍ରଦେଶର ବାରବାଙ୍କିର ବିଜେପି ସାଂସଦ ଉପେନ୍ଦ୍ର ସିଂହ ରାୱତ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି। ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ବିଜେପି ସାଂସଦ ଏହି ନିଷ୍ପତ୍ତି ନେଇଛନ୍ତି।
-
ଆମ୍ ଆଦମୀ ପାର୍ଟି କୋର୍ଟର ଜମିରେ ନିଜ ଅଫିସ ତିଆରି କରି ଅଡ଼ୁଆରେ ଫସିଯାଇଛି । ଦଳକୁ ନିଜର ଅଫିସ ଖାଲି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
-
ଫ୍ରାନ୍ସ ସରକାର ଗର୍ଭପାତ ଅଧିକାର ସମ୍ବିଧାନରେ ସାମିଲ କରିବାର ଯୋଜନା କରିଛନ୍ତି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ସୋମବାର ସରକାର ନିଷ୍ପତ୍ତି ନେବେ। ଯଦି ସରକାର ଏହି ବିଲ୍ ସପକ୍ଷରେ ନିଷ୍ପତ୍ତି ନିଅନ୍ତି ତେବେ ଏହା କରିବାରେ ଫ୍ରାନ୍ସ ବିଶ୍ବର ପ୍ରଥମ ଦେଶ ହେବ।
-
ଏଣିକି ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ଟଙ୍କା ଲେଖାଏଁ ମିଳିବ। ଦିଲ୍ଲୀର କେଜ୍ରିୱାଲ ସରକାର ୨୦୨୪ ମାର୍ଚ୍ଚ ୪ ତାରିଖରେ ସୋମବାର ଦିନ ୧୦ମ ବଜେଟ ଉପସ୍ଥାପନା କରିଛନ୍ତି।
-
ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି।
-
ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।
-
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢିବନି । ବର୍ତ୍ତମାନ ଯେତିକି ତାପମାତ୍ରା ରେକର୍ଡ ହେଉଛି ସେତିକି ମଧ୍ୟରେ ରହିବ ତାତି। ରାଜ୍ୟରେ ଏବେ ଏକ ପଶ୍ଚମାଝଡ ସକ୍ରିୟ ଥିବାରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।
-
ନିକଟରେ ଭାଜପା ସହ ମିଳିତ ମେଣ୍ଟରେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଦୁଇଟି ଲୋକ ସଭା ଏବଂ ଗୋଟିଏ ବିଧାନ ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।
-
ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୪’ର ବିଜେତା ଘୋଷଣା ହୋଇଯାଇଛି। ଏଥିରେ କାନପୁରର ବୈଭବ ଗୁପ୍ତା ବିଜୟ ମୁକୁଟ ପିନ୍ଧିଛନ୍ତି। ବୈଭବଙ୍କୁ ‘ଇଣ୍ଡିଆନ୍ ଆଇଡଲ୍-୧୪’ର ଆକର୍ଷଣୀୟ ଟ୍ରଫି ମିଳିଛି। ଏଥିସହ ୨୫ ଲକ୍ଷ ଟଙ୍କାର ଚେକ୍ ଏବଂ ‘ହଟ୍ ଆଣ୍ଡ ଟେକି’ ବ୍ରିଜା କାର୍ ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଛି।
-
ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ୨୦୦୦ ଟଙ୍କା ଚାନ୍ଦା ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଦଳକୁ ଆର୍ଥିକ ରୂପରେ ଅଧିକ ସଶକ୍ତି କରିବାକୁ ମୋଦୀ ନମୋ ଆପ୍ ଜରିଆରରେ ‘ଡୋନେସନ୍ ଫର୍ ନେସନ୍ ବିଲ୍ଡିଂ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି ।
-
ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କର ଗୁଜରାଟର ଜାମନଗରରେ ମାର୍ଚ୍ଚ ୧ରୁ ୩ ପର୍ଯ୍ୟନ୍ତ ଚାଲିଥିବା ପ୍ରାକ୍-ବିବାହ ଉତ୍ସବ ରବିବାର ରାତିରେ ଶେଷ ହୋଇଛି। ଏହି ଉତ୍ସବରେ ଦେଶ ବିଦେଶର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ, ଇଭାନା ଟ୍ରମ୍ପ, ଶାହରୁଖ ଖାନ, ସଚିନ ତେନ୍ଦୁଲକର, ଏମଏସ ଧୋନୀ, ଅମିତାଭ ବଚ୍ଚନ, ରଜନୀକାନ୍ତ ଓ ଗୌତମ ଆଦାନୀଙ୍କ ଭଳି ପ୍ରଖ୍ୟାନ ନାମ ସାମିଲ ଅଛି।
-
ଆଜିଠୁ ବହୁ ପ୍ରତୀକ୍ଷିତ ହରିଦାସପୁର- ପାରାଦ୍ୱୀପରେଲୱେ ଟ୍ରାକରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
-
ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟବାସୀଙ୍କୁ ଭେଟିଦେବେ ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ।
-
କଂଗ୍ରେସ ସହ ୪୦ ବର୍ଷର ସମ୍ପର୍କଚ୍ଛିନ କରିଛନ୍ତି ଅର୍ଜୁନ ମୋଧୱାଡିଆ। ପୋରବନ୍ଦର ବିଧାୟକ ତଥା ଗୁଜରାଟ କଂଗ୍ରେସର ପ୍ରମୁଖ ଚେହେରା ଅର୍ଜୁନ ଅସହାୟତା ଅନୁଭବ କରି ଦଳ ଛାଡ଼ିଥିବା କହିଛନ୍ତି।