-
‘ସେପିଆନ୍ ଲ୍ୟାବ୍ସ – ମେଣ୍ଟାଲ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ ୨୦୨୩’ ଅନୁଯାୟୀ ବ୍ରିଟିସ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ବ୍ରିଟେନ ଦ୍ୱିତୀୟ ସବୁଠାରୁ ଦୁଃଖୀ ଦେଶ ଭାବରେ ସ୍ଥାନ ପାଇଛି।ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ଖରାପ ରାଷ୍ଟ୍ର ଭାବେ ଉଜ୍ବେକିସ୍ତାନକୁ ଦର୍ଶାଯାଇଛି।
-
ଜୁନ୍ ୩୦ ପର୍ଯ୍ୟନ୍ତ ମହଲତ ଦେବାପାଇଁ ଷ୍ଟେଟ୍ ବ୍ୟାଙ୍କର ପିଟିସନକୁ ଖାରଜ କରିଦେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୪ ଘଣ୍ଟା ଭିତରେ ଏହି ତଥ୍ୟ ଦେବାକୁ ପଡ଼ିବ। ଏଥିରେ ବିଫଳ ହେଲେ ଷ୍ଟେଟ୍ ବ୍ୟାଙ୍କ ବିରୋଧରେ ଅଦାଲତ ଅବମାନନା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଏହି ତଥ୍ୟକୁ ନିର୍ବାଚନ କମିସନ ଆସନ୍ତା ଶୁକ୍ରବାର ବା ୧୫ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ୱେବସାଇଟ୍ରେ ସାର୍ବଜନୀନ କରିବା ପାଇଁ କମିସନଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
-
ସାଧାରଣ ନିର୍ବାଚନର ଅଳ୍ପ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଛନ୍ତି।
-
ସନ୍ଦେଶଖାଲିରୁ ଆଉ ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ଗତ ଫେବ୍ରୁଆରି ମାସରେ ହୋଇଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣରେ ଏମାନେ ସଂପୃକ୍ତ ଥିଲେ ।
-
ମାଓବାଦୀ ଲିଙ୍କ୍ ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ୧୯୬୭ ଅନୁଯାୟୀ ଗିରଫ ପ୍ରଫେସର ଜିଏନ୍ ସାଇବାବା ଓ ଅନ୍ୟ ୫ ଜଣଙ୍କୁ ଦୋଷମୁକ୍ତ କରି ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇବାକୁ ସୁପ୍ରିମ୍କୋର୍ଟ ସୋମବାର ମନା କରିଦେଇଛନ୍ତି।
-
ଏବେ ଦୁଇଜଣ ବିଜେପି ସାଂସଦ ଦଳ ଛାଡ଼ି କଂଗ୍ରେସରେ ମିଶିଛନ୍ତି। ହରିୟାଣା ହିସାର ଲୋକସଭା ସାଂସଦ ବ୍ରଜେନ୍ଦ୍ର ସିଂହଙ୍କ ପରେ ଏବେ ରାଜସ୍ଥାନ ଚୁରୁର ସାଂସଦ ରାହୁଲ କସ୍ବାଂ ବିଜେପି ଛାଡ଼ିଛନ୍ତି।
-
ଲୋକ ସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ସହ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ୍ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସ୍ପି)ର ମେଣ୍ଟ ହୋଇଛି
-
ଡିଆର୍ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
-
ଦିଲ୍ଲୀ ହାଇକୋର୍ଟ ଜଣେ ଆଇନ ଛାତ୍ରଙ୍କ ଶୁଣାଣି ସମୟରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଡିଗ୍ରୀରେ ଯେଉଁଠାରେ ଅଭିଭାବକଙ୍କ ନାମ ଉଲ୍ଲେଖ କରାଯାଇଥାଏ, ସେଠାରେ ଉଭୟ ମା ଏବଂ ବାପାଙ୍କ ନାମ ସେଠାରେ ରହିବା ଉଚିତ୍।
-
ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘଟଣା ହେଲା ଅଷ୍ଟ୍ରେଲିଆରେ ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ଚୈତନ୍ୟା ମଧାଗାନୀଙ୍କୁ ହତ୍ୟା କରାଯାଇଛି।
-
ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦ ଟଙ୍କା ଜମା କରିବେ।
-
ଓଡିଶାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି , ସଂପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି।
-
ବିଜେଡିରୁ ଇସ୍ତଫା ଦେଇଥିବା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା କଂଗ୍ରେସରେ ମିଶିଛନ୍ତି।
-
ଶିଶୁଙ୍କ ସହ ଜଡ଼ିତ ଅଶ୍ଳୀଳ ଫଟୋ ବା ଭିଡିଓ ଡାଉନଲୋଡ କରିବା ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ହାଇକୋର୍ଟ ଦେଇଥିବା ରାୟରେ ସର୍ବୋଚ୍ଚ ଅଦାଲତନ ଅସନ୍ତୋଷ ପ୍ରକାଶ କରିଛନ୍ତି ।