Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1591 09-06-2023 Odia
  1. ରାଜ୍ୟର ୨୩ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୪୪.୬ ଡିଗ୍ରୀ ସେଲସିୟସ ସହ ସୁବର୍ଣ୍ଣପୁର ଓ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି।

  2. ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନ ଥିଲେ ଏଥର ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଖୀଲାପକାରୀ ଚାଳକଙ୍କୁ ମିଳିବନି ନିସ୍ତାର ।  ଜୁନ ୨୩ରୁ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।  ହାଇ ସିକ୍ୟୁରିଟି ନମ୍ବର ନଥିଲେ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିହନ ବିଭାଗ ପକ୍ଷରୁ କୁହାଯାଇଛି।

  3. ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନ କମିସନ ଆଜି ଏନେଇ ଘୋଷଣା କରିଛନ୍ତି। ପ୍ରାର୍ଥୀମା‌ନେ ଆସନ୍ତାକାଲିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିବେ।

  4. ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ପ୍ରଦାନ କରାଯାଉଥିବା ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ-୨୦୨୩ର ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି।

  5. ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓଡିଶା ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରୁ ସଫଳ ପରୀକ୍ଷଣ କରାଯାଇଛି ।

  6. ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍ ଘଟଣା । ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁରରେ ଉକ୍ତ ଲଙ୍କା ବୋଝେଇ ଟ୍ରକଟି ଠାବ ହୋଇଛି । ଲଙ୍କା ବେପାରୀ ଏବଂ ମଧ୍ୟପ୍ରଦେଶ ପୁଲିସ୍ ବନମାଳିପୁରରେ ପହଁଞ୍ଚି ଚୋରି ହୋଇଯାଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି ।

  7. କାର୍ଯ୍ୟରତ ଗୋମିତ୍ରମାନଙ୍କୁ ପ୍ରାଣିସଂପଦ ବିକାଶ ଅଧିନସ୍ଥ କାର୍ଯ୍ୟାଳୟ ଗୁଡ଼ିକରେ ଖାଲିଥିବା ଆଟେଣ୍ଡାଣ୍ଟ ଗ୍ରୁପ୍‌-ଡି ପଦବୀରେ ନିଯୁକ୍ତି ଦେବା ନିମନ୍ତେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

  8. ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ  ୩୦ ହଜାର ୫୪୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଦେଇଛନ୍ତି ୫ ହଜାର ୭୨୦ ଛାତ୍ରଛାତ୍ରୀ ।ଯୁକ୍ତ ଦୁଇ କଳାରେ ପାସ୍ ହାର ୭୮.୮୮ % ରହିଥିବା ବେଳେ  ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।

  9. ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପଯ୍ୟୟ’ ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

  10. ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

  11. ଏମ ଏସ ସ୍ୱାମୀନାଥନ କମିଶନ ଅନୁସାରେ ଧାନ ପାଇଁ ଶାଢେ ତିନି ହଜାର ଖର୍ଚ୍ଚ ହେଉଛି। ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା। ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ। ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ।

  12. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଡକାଇଥିବା ବିରୋଧୀ ଦଳ ବୈଠକ ଜୁନ୨୩ରେ ଅନୁଷ୍ଠିତ ହେବାକୁ ଯାଉଛି।

  13. ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି।

  14. ଲକ୍ଷ୍ନୌ କୋର୍ଟ ପରିସରରେ ବୁଧବାର ମୃତ୍ୟୁ ହୋଇଥିବା ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କ ପତ୍ନୀ ପାୟଲ ମାହେଶ୍ୱରୀ ସୁପ୍ରିମକୋର୍ଟ ପହଞ୍ଚି, ସେଠାରେ ସେ ନିଜ ସୁରକ୍ଷା ଭିକ୍ଷା କରିଛନ୍ତି।

  15. ଦେଶର ୫୦ଟି ନୂଆ ମେଡିକାଲ କଲେଜରେ ୨୦୨୩-୨୪ ଶିକ୍ଷା ବର୍ଷରୁ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ ହେବ। ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମେଡିକାଲ କଲେଜ ଓ କଟକ ( ଟାଙ୍ଗୀ) ଠାରେ ନୂତନ ଭାବରେ ସ୍ଥାପନ ହୋଇଥିବା ‘ଡ୍ରିମ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲ୍‌ଥ ସାଇନ୍ସ ଆଣ୍ଡ୍ ହସ୍‌ପିଟାଲକୁ ଏଥି ପାଇଁ ଅନୁମତି ମିଳିଛି।

  16. ବିଶ୍ବର ୫୦ ଜଣ ବୈଜ୍ଞାନିକଙ୍କ ଏକ ଦଳ କହିଛନ୍ତି ଯେ ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ସମ୍ପ୍ରତି ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି। ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ମାନବୀୟ କାର୍ଯ୍ୟକଳାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି।

  17. ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନିକଟରେ କହିଛନ୍ତି ଯେ, ଏକ ବାସ୍ତବ ଅଧିକାର-ସଚେତନ ସମାଜ ପାଇଁ ନାଗରିକ ସମାଜ ସଂଗଠନଗୁଡ଼ିକ ସହ କୋର୍ଟଗୁଡ଼ିକର ନିରବଚ୍ଛିନ୍ନ ମତବିନିମୟ ଜରୁରୀ।

  18. ଇଟାଲୀ ପାର୍ଲାମେଣ୍ଟରେ ଏମ୍‌ପି ଗିଲ୍‌ଡା ସ୍ପୋର୍ଟିଏଲ୍ଲୋ ନିଜ ଶିଶୁପୁତ୍ର ଫେଡେରିକୋକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାକୁ ଆସିଛନ୍ତି। ଚ୍ୟାମ୍ବର ଅଫ୍‌ ଡେପୁଟିଜ୍‌ରେ ନିଜ ପିଲାକୁ କ୍ଷୀର ପିଆଉଥିବାବେଳେ ସବୁ ଦଳର ଏମ୍‌ପିମାନେ ତାଳିମାରି ତାଙ୍କୁ ଉତ୍ସାହିତ କରିଥିଲେ।

  19. ସିଙ୍ଗାପୁରର ଜଣେ ଭାରତୀୟ ମୂଳ ବାସିନ୍ଦା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ଗୁରୁବାର ୨୨ ବର୍ଷ ପରେ ସକ୍ରିୟ ରାଜନୀତିରୁ ବାହାରି ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ଲଢିବାକୁ ଘୋଷଣା କରିଛନ୍ତି।

  20. ଦ ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଫାଇନାଲର ଦ୍ୱିତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ।

435 Y
1592 09-06-2023 English
  1. The southwest monsoon hit India on Thursday with its onset over Kerala, a week later than normal, the IMD said. The southwest monsoon normally sets in June 1 over Kerala with a standard deviation of about seven days. In mid-May, the IMD had predicted that the monsoon may arrive in Kerala by June 4.

  2. As the deadline for affixing High Security Registration Plates (HSRPs) on old vehicles registered prior to April 1, 2019, has ended February 28, 2023, and still many vehicles are spotted on roads without the new number plates, the State Transport Authority (STA) has decided to conduct a special drive from June 23, 2023, to detect such vehicles and impose penalty.

  3. The Odisha  State Level Single Window Clearance Authority (SLSWCA) led by Chief Secretary Pradeep Kumar Jena has approved 18 industrial projects worth `3,457 crore, which will generate employment opportunities for 14,436 persons.

  4. Goa Police Thursday arrested a native of Odisha for allegedly possessing 3.5 kg ganja. The raid was conducted in Margao-South Goa.

  5. In a bid to connect the remote villages of Keonjhar district, which is surrounded by hills and forests, the district administration has taken up road connectivity projects with support from Odisha Mineral Bearing Areas Development Corporation (OMBADC).

  6. ‘Agni Prime’, the new-generation ballistic missile, was successfully flight-tested from an island off Odisha coast Thursday, officials said.

  7. Dropout rate of students in tribal dominated Mayurbhanj district is very high as many of them give up studies due to poverty and a variety of other reasons, a report said.

  8. Release of untreated effluents and drain water straight into the rivers has polluted the water bodies and led to a decline in fish population, thereby causing loss of livelihood for fishermen in riparian villages here.

  9. A Thane court Thursday sent Manoj Sane, who allegedly killed his live-in partner at their rented flat in Mira Road town, to police custody till June 16 even as it emerged that he is reportedly suffering from AIDS, while his “house of horror” revealed more macabre secrets.

  10. The father of the minor wrestler told PTI Thursday that they deliberately filed a false police complaint of sexual harassment against WFI chief because they wanted to get back at him for the perceived injustice against the girl.

  11. The Tata-owned Air India Thursday said that the airline will fully refund ticket fare to 216 passengers of a Delhi-San Francisco flight that made an unscheduled two-day stop at Magadan in Russia after the aeroplane developed a technical issue.

  12. India is set to host the Miss World 2023 competition, as the coveted international beauty pageant makes its return to the country after nearly three decades.

  13. India's mission to send a manned submersible vehicle to a depth of 6,000 metres to explore the sea, as part of the Samudrayaan project, is progressing as scheduled and the vehicle will be ready soon, Union Minister for Earth Sciences Kiren Rijiju said Thursday.

  14. After the collapse of the four-lane SultanganjAguwani Ghat Bridge in Bhagalpur, the Bihar Engineering Services Association (BESA) has demanded a structural audit of all recently completed and under-construction bridges in the state.

  15. After the underconstruction bridge collapsed in Bihar's Bhagalpur on June 4, concerns are rising about a number of old bridges, some of which are British-era ones, including the 161-year-old Abdul Bari bridge in Bhojpur district.

  16. The Valparai municipality in Tamil Nadu is in the dock after plastic waste was found in the dung of wild elephants in Anamalai Tiger Reserve (ATR).

  17. The Tamil Nadu forest department has appointed a five-member research team for the protection and conservation of the state animal, Nilgiri tahr

  18. India Thursday warned Canada against giving space to separatists and extremists elements, saying it was not good for the bilateral ties, days after a video of a float, depicting the assassination of former Prime Minister Indira Gandhi, at a parade in Brampton went viral on social media.

  19. The Municipal Corporation of Delhi's standing committee will have three members each from the AAP and the BJP as the results of the poll held on February 24 to elect members of the key panel were declared Thursday. The results were declared days after the Delhi High Court set aside the decision of Mayor Shelly Oberoi to call for a repoll and directed her to declare forthwith the results of the poll.

  20. Margins on petrol and diesel have turned positive following softening of international oil prices but a revision in retail prices may happen only after state-owned oil firms recoup losses they incur red last year, officials said.

435 Y
1593 08-06-2023 Odia
  1. ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି। ଏଥି ପାଇଁ ରାଜ୍ୟମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଳା। ୧୫ଟି ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି।

  2. ବାଲେଶ୍ବରର ବାହାନଗାରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି।

  3. ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଂ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ରେଳବାଇ ଦ୍ବାରା ନିୟନ୍ତ୍ରିତ। ଏହାର ଆଉଟସୋର୍ସିଂ ହୋଇନଥାଏ। ଯେଉଁ ରୁଟ୍‌ରେ ଏହାର ଆବଶ୍ୟକତା ହୋଇଥାଏ ସେଠାରେ ଇଣ୍ଟର ଲକିଂ ବ୍ୟବସ୍ଥା କରାଯାଇଥାଏ।

  4. ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ଇଂରାଜୀ ଖବର କାର୍ଯ୍ୟକ୍ରମର ଏଙ୍କ ର ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି।ତାଙ୍କର ୩ ଦଶନ୍ଧିର କାର୍ଯ୍ୟକାଳରେ ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ପୁରସ୍କାର ହାସଲ କରିଥିଲେ।

  5. ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୀର୍ଘ ୧୦୩ ଦିନ ପରେ ବୁଧବାର ଦିନ ତାଙ୍କ ପତ୍ନୀ ସୀମା ‌ସିସୋଦିଆଙ୍କୁ ଭେଟିଛନ୍ତି। ୭ ଘଣ୍ଟା ପାଇଁ ସିସୋଦିଆ  ବୁଧବାର ଦିନ ତାଙ୍କ ପତ୍ନୀଙ୍କ ସହ ଥିଲେ।

  6. BSNL ପାଇଁ ସରକାରଙ୍କ ବଡ଼ ଘୋଷଣା। ଘୋଷଣା ହେଲା ୯୦ ହଜାର କୋଟି ପୁନଃରୁଦ୍ଧାର ପ୍ୟାକେଜ୍‌।

  7. ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ, ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସୁଥିବାରୁ ଏଥର ନିଅଂଟିଆ ବର୍ଷା ହୋଇପାରେ ।

  8. କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ନାରାୟଣପାଟଣାର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା l ପ୍ରତି କ୍ଷତିଗ୍ରସ୍ତ ପରିବାର ୩୦,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ ।

  9. ଦିଲ୍ଲୀରେ ଏଣିକି ୨୪ଘଣ୍ଟା ଖୋଲା ରହିବ ୧୫୫ ଦୋକାନ, ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ l ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ l

  10. ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍‌ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଆଜି ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି।

  11. ଖରିଫ ବିପଣନ ଋତୁ ୨୦୨୩-୨୪ ପାଇଁ ସାଧାରଣ ଧାନର କ୍ବିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ୧୪୩ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଧାନର ଏମ୍ଏସ୍‌ପି ୨୦୪୦ ଟଙ୍କାରୁ ବୃଦ୍ଧି ପାଇ ୨୧୮୩ ଟଙ୍କା ହୋଇଛି।

  12. ଯାଜପୁର ରୋଡ ଷ୍ଟେଶନଠାରେ ମାଲବାହୀ ଟ୍ରେନ୍‌ରେ କଟି ୬ ଜଣ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  13. ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୫ ଟ୍ରିଲିୟନ୍‌ ଡଲାର ଛୁଇଁବାକୁ ଯାଉଛି।

  14. ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। 

  15. କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା’ କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍ l

  16. ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଜୋୟିତା ଗୁପ୍ତାଙ୍କୁ ନେଦରଲାଣ୍ଡ୍ସ ସରକାର ସ୍ପିନୋଜା ପୁରସ୍କାର ପ୍ରଦାନ କରିଛନ୍ତି। ନେଦରଲାଣ୍ଡ୍ସର ବିଜ୍ଞାନ କ୍ଷେତ୍ରରେ ଏହାକୁ ସର୍ବୋଚ୍ଚ ସମ୍ମାନ ‘ଡଚ୍‌ ନୋବେଲ ପ୍ରାଇଜ୍‌’ ଭାବେ ବିବେଚନା କରାଯାଏ। 

  17. ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ପାଇଁ ବୁଧବାର କେନ୍ଦ୍ର ସରକାର ୧୨,୯୧୧ କୋଟି ଟଙ୍କା ପ୍ରଦାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

  18. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ରାଜନୈତିକ ମତଭେଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ କିସମର ଆମ୍ବ ପଠାଇଛନ୍ତି। 

  19. ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ, ସ୍ମିଥ୍‌-ହେଡ୍‌ଙ୍କ ଦ୍ବିଶତକୀୟ ଭାଗୀଦାରି l ଟ୍ରାଭିସ ହେଡଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୨୭/୩ l

  20. ଅତି ସମ୍ବେଦନଶୀଳ ପ୍ରସଙ୍ଗରେ କୁସ୍ତି ଖେଳାଳି ତଥା ରେସଲର ଏବଂ ସରକାର ମଧ୍ୟରେ ହେଲା ସକରାତ୍ମକ ବାର୍ତ୍ତାଳାପ l ୧୫ ସୁଦ୍ଧା ହେବ ଚାର୍ଜସିଟ୍, ୩୦ ଜୁନ୍ ସୁଦ୍ଧା ହେବ ଫେଡେରେସନ୍ ନିର୍ବାଚନ l

446 Y
1594 08-06-2023 English
  1. Gitanjali Aiyar, one of India's first English female news presenters on national broadcaster Doordarshan, passed away on Wednesday.She was in her mid 70s.
  2. 41-year-old well-known cardiologist in Gujarat's Jamnagar city, Dr Gaurav Gandhi, died after suffering a heart attack at his residence here, his family members and a colleague said on Wednesday.
  3. The Delhi Police's Special Investigation Team (SIT) probing sexual harassment allegations against WFI chief Brij Bhushan Sharan Singh is likely to submit in the court its investigation report in the two cases registered against him by next week
  4. West Bengal Chief Minister Mamata Banerjee on Wednesday sent top varieties of the state's mangoes to President Droupadi Murmu and Prime Minister Narendra Modi.
  5. The Karnataka High Court has quashed a criminal proceeding related to an alleged illegal denotification and allotment of sites against former chief minister BS Yediyurappa.
  6. Nearly 3,000 people monitored by the Railway Ministry's war room worked round the clock for 51 hours to ensure the tracks were laid, bodies cleared and trains running at the Balasore triple train tragedy site that claimed 275 lives.
  7. The Congress spent over ₹ 130 crore for contesting the Gujarat and Himachal Pradesh assembly polls held late last year, according to an expenditure report submitted by the party to the Election Commission.
  8. The protesting wrestlers Wednesday agreed to suspend their agitation for a week after the government asked them to wait till police completes its probe into sexual harassment allegations against WFI chief Brij Bhushan Sharan Singh by June 15.
  9. Another mishap occurred on tracks near Jajpur-Keonjhar Road railway station claiming the lives of six workers and injuring two others, allegedly due to the ‘lapse’ by the Railway authorities.
  10. Amidst the pendency of concerns raised in the Supreme Court by Odisha, Telangana and Chhattisgarh with regard to submergence of their territories due to Polavaram irrigation project across Godavari River in Andhra Pradesh, the Union government has approved the proposal for sanctioning `12,911.15 crore to AP for the project.
  11. The Centre Wednesday hiked the minimum support price (MSP) of paddy by `143 to `2,183 per quintal for 2023-24 crop year (July-June) in order to encourage farmers to bring more area under the crop and boost their income.
  12. Chief Minister Naveen Patnaik Wednesday sanctioned Rs 423.87 crore for 37 urban local bodies (ULBs) covering 10 districts under the state’s Mukhya Mantri Karma Tatpara Abhiyan (Mukta) scheme for 2023-24. The ULBs of the remaining 20 districts will be covered in the next two phases, it was learnt
  13. The National Highway Authority of India (NHAI) is planning the construction of new National Highway No-320(D). It will be a 25-km road connecting Bandhamunda with Jareikela via Hockey Square in the Steel City, sources said Wednesday.
  14. Breaking stereotype barriers and empowering the fair sex at workplace, state-run Himachal Road Transport Corp (HRTC) driver Seema Thakur, the first and only woman driver in the fleet of 2,773 buses, has become the first woman on the wheel to drive on some of the toughest and long inter-state motorable roads.
  15. The Election Commission has initiated the process to hold a bypoll in the Wayanad Lok Sabha seat which Congress leader Rahul Gandhi had held until he was disqualified following his conviction in a criminal defamation case over his “Modi surname” remark.
  16. The government Wednesday approved the continuation of the central sector plan ‘Exploration of Coal and Lignite scheme’ with an estimated expenditure of `2,980 crore.
  17. China’s exports fell 7.5 per cent from a year earlier in May and imports were down 4.5 per cent, adding to signs an economic rebound following the end of anti-virus controls is slowing as global demand weakens under pressure from higher interest rates. Exports slid to $283.5 billion, reversing from April’s unexpectedly strong 8.5per cent growth, customs data showed Wednesday.
  18. The government Wednesday approved the continuation of the central sector plan ‘Exploration of Coal and Lignite scheme’ with an estimated expenditure of `2,980 crore.
  19. Mike Pence announced Wednesday his entry into the 2024 United States presidential election, as the former vice president goes up against his ex-boss Donald Trump for the Republican nomination.
  20. The Union Cabinet Wednesday approved the third revival package for BSNL with a total outlay of `89,047 crore, primarily for expenses related to spectrum for 4G and 5G services, Telecom and IT Minister Ashwini Vaishnaw said.
442 Y
1595 07-06-2023 Odia
  1. କଟକ ରେଭେନ୍ସା ପଡିଆରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସସିବି ହସ୍ପିଟାଲ ଯାଇ ସେଠାରେ ୫୮ ଆହତ ଯାତ୍ରୀ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

  2. ସୁନ୍ଦରଗଡ଼ ଗ୍ରାମ୍ୟ ପୂର୍ତ୍ତ ଡିଭିଜନର ଯନ୍ତ୍ରୀଙ୍କ ଘରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ଓ ଭଦ୍ରକର ୭ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ସଞ୍ଜୟ ବେହେରାଙ୍କ ବନ୍ତ ସ୍ଥିତ ନିଜ ପୈତୃକ ଘରେ, ଶଶୁର ଘର ସିଂଢୋଲ ଏବଂ ଭଦ୍ରକ ସ୍ଥିତ ବାସ ଭବନରେ ରେଡ ଚାଲିଛି। ଚଢ଼ାଉରେ ସାମିଲ ଅଛନ୍ତି ୪ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୪ ଏଏସଆଇ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ।

  3. ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁଛି ଆଉ ଏକ ମାଇଲଖୁଣ୍ଟ। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି ।

  5. ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତ ହୋଇ ନ ଥିବା ସତ୍ୱେ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହାସହ ସମସ୍ତ ମୃତାହତଙ୍କ ପରିବାରକୁ ୪ ମାସ ଯାଏଁ ମାଗଣା ରାସନ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

  6. ୨୦୧୧ ଜାନୁଆରି ୨୧ରେ ମନରେଗା ଦୁର୍ନୀତି, ୨୦୧୪ ମେ’ ୯ରେ ଚିଟଫଣ୍ଡ ଦୁର୍ନୀତି, ୨୦୧୫ ଜାନୁଆରି ୨୧ରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଠାବ କରିବା ପାଇଁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ତିନିଟି ମାମଲାରୁ ଦୁଇଟିର ତଦନ୍ତ ସିବିଆଇ ଶେଷ କରିଥିବା ବେଳେ ଚିଟ୍‌ଫଣ୍ଡ ଦୁର୍ନୀତି ଏବେ ବି ଜାରିରହିଛି।

  7. କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍)-୨୦୨୩ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର କରିଛି।

  8. ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶକୁ ୧୨,୮୧୧. ୧୫ କୋଟି ଟଙ୍କା ମଂଜୁର କରିଛି।

  9. ଦୁନିଆର ଏକଛତ୍ରବାଦୀ ଶାସକ ଭାବେ ପରିଚିତ ଆଡଲଫ ହିଟଲରଙ୍କ ଏକ ସ୍ୱତନ୍ତ୍ର ପେନ୍ସିଲକୁ ପ୍ରାୟ ୮୧ ଲକ୍ଷ ଟଙ୍କାରେ ନିଲାମ କରାଯାଇପାରେ। ଏକ ରିପୋର୍ଟ ଅନୁଯାୟୀ, ଏହି ପେନ୍ସିଲ୍ ତାଙ୍କୁ ତାଙ୍କ ପ୍ରେମିକା ଇଭା ବ୍ରାନ୍ ଉପହାର ଦେଇଥିଲେ।

  10. ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ବିଷୟରେ ଖବର ପାଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ ୬ମାସ ପର୍ଯ୍ୟନ୍ତ ମାଗଣାରେ ରାସନ  ଦିଆଯିବ ବୋଲି କହିଛନ୍ତି ।

  11. ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ କରିଥିବା ଇରାନ ଦାବି କରିଛି , ଯାହାକି ଶବ୍ଦର ବେଗଠାରୁ ୧୫ ଗୁଣ ବେଗରେ ଗତି କରିପାରିବ । ଇରାନ ଏଭଳି ଏକ ସମୟରେ ଘୋଷଣା କରିଛି ଯେତେବେଳେ ଆମେରିକା ସହ ତାହାର ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି ।

  12. ଦୁଇ ହଜାର ପ୍ରାଥମିକ କୃଷି କ୍ରେଡିଟ ସୋସାଇଟିକୁ ପ୍ରଧାନ ମନ୍ତ୍ର ଜନ ଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

  13. ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।

  14. କର୍ନାଟକ ବିଧାନ ପରିଷଦର ୩ଟି ଆସନ ପାଇଁ ନିର୍ବାଚନ ଆୟୋଗ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି। ଏହି ଆସନଗୁଡିକ ପାଇଁ ଜୁନ ୩୦ରେ ମତଦାନ ଅନୁଷ୍ଠିତ ହେବ.

  15. ବୁଥ୍‌ସ୍ତରରେ ଏଣିକି ଛାତ୍ର କଂଗ୍ରେସର ସକ୍ରିୟ ପ୍ରତିନିଧି ନିଯୁକ୍ତ ହେବେ। ତୃଣମୂଳସ୍ତରରୁ ଲଢ଼େଇକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ୪୦ ହଜାର ବୁଥ୍‌ରେ ଛାତ୍ର କଂଗ୍ରେସ ପ୍ରତିନିଧି ନିଯୁକ୍ତ କରିବ।

  16. ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ୨୦୨୩ ମେ ମାସରେ ୫,୧୯, ୪୭୪ ୟୁନିଟ୍‌ ମୋଟର ସାଇକେଲ ବିକ୍ରି କରିଛି। ଏପରିକି ୨୦୨୨ ମେ’ ମାସ ତୁଳନାରେ କମ୍ପାନୀର ବିକ୍ରି ଅଭିବୃଦ୍ଧି ୭% ରହିଛି।

  17. ଦକ୍ଷିଣ ୟୁକ୍ରେନ୍‌ ଓ ରୁଷିଆ ମଝିରେ ଥିବା ଏକ ବୃହତ୍‌ ଡ୍ୟାମ୍‌କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି।

  18. ବାଲେଶ୍ବର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ।

  19. ସମୟ ସହିତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆରେ ସମ୍ମାନ ହାସଲ କରିଛି ବୋଲି କହିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି। ପୂର୍ବରୁ ଅଷ୍ଟ୍ରେଲିଆ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣୁଥିଲା।

  20. ମହିଳା ଏସିଆ କପ୍‌ ଜୁନିୟର ହକିରେ ଭାରତୀୟ ଦଳ କୋରିଆ ସହିତ ପଏଣ୍ଟ ବାଣ୍ଟିଛି। ୨-୦ରେ ପଛୁଆ ରହିଥିବା ବେଳେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌ ଡ୍ର ରଖିବାରେ ସମର୍ଥ ହୋଇଥିଲା।

475 Y
1596 07-06-2023 English
  1. Union Civil Aviation Minister Jyotiraditya Scindia on Wednesday said that 200-220 more airports, heliports and water aerodromes will be built in the country over the next five years.

  2. Union minister Anurag Thakur presented a written proposal to protesting wrestlers after a five-hour meeting today. It assured completion of investigation against the wrestling federation chief by June 15, but had no word on his arrest.

  3. The Uttar Pradesh government has undertaken a major upgradation, renovation and beautification work for temples and religious sites in Prayagraj, ahead of the 2025 Maha Kumbh.

  4. The addition of ‘trust’ and ‘distrust’ buttons on social media, alongside standard ‘like’ buttons, could help reduce the spread of misinformation, finds a new experimental study.

  5. The Reserve Bank of India’s rate-setting Monetary Policy Committee (MPC) began deliberations Tuesday amid expectations that the central bank will keep the benchmark interest rates unchanged at 6.5 per cent on the back of easing retail inflation and the need to push economic growth.

  6. Chief Election Commissioner Rajiv Kumar has inaugurated the new hostel block at the India International Institute of Democracy and Election Management (IIIDEM) in Delhi. 

  7. National Institutional Ranking Framework (NIRF): IIT Madras remained the best educational institution in overall rankings for the fifth consecutive term.

  8. The bye-elections to the Karnataka Legislative Council will be held on June 30, the Election Commission of India announced on Tuesday. The by-polls are being held after three members -- Laxman Savadi, Baburao Chinchansur and R Shankar -- resigned to contest the Assembly elections in the state. Only Savadi won the election.

  9. The deep depression over the Arabian Sea is likely to turn into a severe cyclonic storm called Biparjoy in the next 24 hours, and will most likely make landfall in Pakistan.

  10. The Central Bureau of Investigation has registered a case to probe Balasore train accident. 

  11. A day after NIA Special Court Mohali, declared Arshdeep Singh Dala a Proclaimed Offender in a targeted killing conspiracy case, NIA raided several premises connected with associates of Canada-based individual designated terrorist in Punjab and Haryana. 

  12. The internet ban in Manipur which was imposed amid violence on May 3 has been extended till June 10. Nearly 98 people were killed and 310 others were injured in the ethnic violence in the state. Around 10,000 Army and Assam Rifles personnel have been deployed to bring back peace.

  13. The government has decided to allow two thousand Primary Agricultural Credit Societies PACS to open Pradhan Mantri Bhartiya Jan Aushadhi Kendras across the country.

  14. Central Board of Film Certification (CBFC) has launched its revamped website and the new mobile app in Mumbai. CBFC Chairman Prasoon Joshi launched the website and the newly developed mobile app.

  15. Actress Anna Shay, popular for her role in series 'Bling Empire', died due to a stroke at the age of 62.

  16. President Droupadi Murmu has been conferred with Suriname’s highest civilian award by President Chandrikapersad Santokhi. 

  17. Pakistan has issued 215 visas to Sikh pilgrims from India to facilitate their participation at an event to be held on the eve of the 'martyrdom day' of Guru Arjan Dev. The annual festival will be held in Pakistan from June 8 to June 17. 

439 Y
1597 06-06-2023 Odia
  1. ଭାରତ ଆର୍ଥିକ ବର୍ଷ ୨୦୨୯-୩୦ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୬.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। ଏସିଆର ଅନ୍ୟ କୌଣସି ଦେଶ ଭାରତ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବେ ନାହିଁ। ଏଭଳିକି ଚୀନ୍‌ ବି ଭାରତ ପାଖାପାଖି ପହଞ୍ଚିପାରିବନି।

  2. ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ଯେ ମୌସୁମୀ ଆସିବାରେ ଆହୁରି ୨-୩ ଦିନ ଲାଗିଯିବ । ଏହି ହିସାବରେ ଓଡ଼ିଶାକୁ ମୌସୁମୀ ଆସୁ ଆସୁ ଜୁନ ୧୭ ଟପିଯିବ ।

  3. ଆଇଆରସିଟିସି ୱେବସାଇଟ୍ ଅନୁଯାୟୀ, ୨୦୨୧ ନଭେମ୍ବର ପହିଲାରୁ ସମସ୍ତ ଟିକସକୁ ମିଶାଇ ପ୍ରିମିୟମ ଯାତ୍ରୀ ପିଛା ୩୫ ପଇସା ରହିଛି। ଅର୍ଥାତ୍ ରେଳ ଯାତ୍ରା ବୀମା ପାଇଁ ଯାତ୍ରୀଙ୍କୁ ମାତ୍ର ୩୫ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ବଦଳରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମିଳୁଛି ।

  4. ବାରଣାସୀର ‘ଏମପି-ଏମଏଲଏ କୋର୍ଟ’ ଅବଧେଶ ରାୟ ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

  5. ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଲାଣି । ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ସାରା ଓଡ଼ିଶାର ଲୋକେ ସ୍ବତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି।

  6. ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ଯୋଗୁ ଲିଭ୍‌ ଇନରେ ରହୁଥିବା ଶହ ଶହ ଯୁବବର୍ଗଙ୍କ ପାର୍ଇ ବିପଦ ସୃଷ୍ଟି ହୋଇଛି। ଫଳରେ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ବିପଦକୁ ଅନୁଭବ କରି ଏଭଳି ଯୁବବର୍ଗମାନେ ସୁରକ୍ଷା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଛନ୍ତି। ଗତ ଚାରି ଦିନ ଧରି ହାଇକୋର୍ଟରେ ଏହି ପ୍ରସଙ୍ଗରେ ବିତର୍କ ଚାଲିଛି, କିନ୍ତୁ ବିଚାରପତିମାନେ ନିଷ୍ପତ୍ତ ନେବା ସ୍ଥିତିରେ ପହଞ୍ଚି ପାରି ନାହାନ୍ତି।

  7. ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲଙ୍କର ୭୯ ବର୍ଷ ବୟସରେ  ଦେହାନ୍ତ ହୋଇଛି।

  8. ଧାରଣାରୁ ଓହରିଯିବା ରିପୋର୍ଟକୁ ଭୁଲ ବୋଲି ବର୍ଣ୍ଣନା କରି ସାକ୍ଷୀ ମଲିକ କହିଛନ୍ତି ଯେ ଏହି ଖବର ସଂପୂର୍ଣ୍ଣ ଭୁଲ ଅଟେ। ନ୍ୟାୟ ସଂଗ୍ରାମରେ ଆମ ମଧ୍ୟରୁ କେହି ପଛଘୁଞ୍ଚା ଦେଇ ନାହାଁନ୍ତି କିମ୍ବା ଏହା ମଧ୍ୟ କରିବେ ନାହିଁ। ସତ୍ୟଗ୍ରାହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ୱ ପୂରଣ କରୁଛି। ଆମେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିଛି। ଦୟାକରି କୌଣସି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

  9. ଛତିଶଗଡ଼ର ବିଜାପୁରରେ ପୁଣିଥରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ।ସୋମବାର ସକାଳେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି।

  10. ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ପହଞ୍ଚିଥିଲା ଯେତେବେଳେ ଲିଭ ଇନରେ ରହୁଥିବା ୧୦୦ ଦମ୍ପତି ବିବାହ କରିଥିଲେ ମଧ୍ୟ ବିଭିନ୍ନ ସମୟରେ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ପୂର୍ବରୁ ବିବାହ କରିସାରିଛନ୍ତି, କିନ୍ତୁ ଛାଡପତ୍ର ନ ହୋଇ ଅନ୍ୟ ସମ୍ପର୍କରେ ରହିବାକୁ ଲାଗିଲେ। ଏହାର ଫଳାଫଳ କ’ଣ ହେବ ସେମାନେ ଚିନ୍ତା କରି ନାହାନ୍ତି। ବର୍ତ୍ତମାନ ହାଇକୋର୍ଟ ଏଭଳି ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଛନ୍ତି।

  11. ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି।

  12. ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍‌ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି।

  13. ଦୀର୍ଘଦିନ ହେବ ତୁର୍କୀରେ ରାଷ୍ଟ୍ରପତି ଥିବା ରେସେପ ତୈୟପ ଏର୍ଦୋଗନ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି।

  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ ଏବଂ ସେ ଏଥିପାଇଁ ଗର୍ବିତ।

  15. ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି।

  16. ଭାରତ ଜନ୍ମିତ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ବିକ୍ରମ ପଟେଲ ହାର୍ଭାର୍ଡ ମେଡିକାଲ ସ୍କୁଲ(ଏଚ୍‌ଏମ୍‌ଏସ୍‌)ର ଗ୍ଲୋବାଲ ହେଲ୍‌ଥ ଆଣ୍ଡ ସୋସିଆଲ ମେଡିସିନ ବିଭାଗର ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

  17. କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍) ୨୦୨୩ ପ୍ରକାଶ ପାଇଛି।ଶ୍ରେଷ୍ଠ ୧୦୦ କଲେଜ ବର୍ଗରେ ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ ନାହିଁ। ଶ୍ରେଷ୍ଠ ୫୦ ଗବେଷଣା ଅନୁଷ୍ଠାନ ବର୍ଗରେ ଏନଆଇଟି ରାଉରକେଲା ୨୯ତମ ସ୍ଥାନ, କିଟ୍ ୪୪ତମ ଏବଂ ସୋଆ ୪୯ତମ ସ୍ଥାନରେ ରହିଛି। ଶ୍ରେଷ୍ଠ ୩୦ ଆର୍କିଟେକଚର ଆଣ୍ଡ ପ୍ଲାନିଂରେ ଏନଆଇଟି ରାଉରକେଲା ୮ମ ସ୍ଥାନରେ ଏବଂ ଶ୍ରେଷ୍ଠ ୪୦ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବର୍ଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ୨୨ତମ ସ୍ଥାନରେ ରହିଛନ୍ତି।

  18. ଇଚିଅନ (ଦକ୍ଷିଣ କୋରିଆ)ରେ ଚାଲିଥିବା ୨୦ ବର୍ଷରୁ କମ୍‌ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ସିଦ୍ଧାର୍ଥ ଚୌଧାରୀ ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଆଣିଦେଇଛନ୍ତି।

  19. ଜର୍ମାନୀର ସୁଲ୍‌ଠାରେ ଚାଲିଥିବା ଆଇଏସଏସ୍‌ଏଫ୍‌ ଜୁନିୟର ଶୁଟିଂ ବିଶ୍ୱକପ୍‌ରେ ଭାରତର ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

  20. ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସ୍ପିନରଙ୍କ ପାଇଁ ଅନୁଷ୍ଠିତ ୧୫ ଦିନିଆ ଶିବିର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁଙ୍କ ତତ୍ତ୍ୱାବଧାନରେ ସୋମବାର ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି।

444 Y
1598 06-06-2023 English
  1. Veteran actor and filmmaker Sarabjeet Singh alias ‘Gufi’ Paintal Gufi was 78 and best remembered for his role as the cunning ‘Shakuni Mama’ in the mega-teleserial by the late BR Chopra, ‘Mahabharat’ (1988- 1990) which was died.

  2.  Just three days after the triple train tragedy in Balasore, a goods train of a private company derailed in Bargarh district, officials said Monday.

  3. Asserting that none of the protesting wrestlers have backed down, Olympic medallists Sakshi Malik and Bajrang Punia Monday said they will continue their fight for justice and rubbished reports of their withdrawal from the protest as attempts to sabotage the movement.

  4. A court in Varanasi Monday awarded life sentence to gangster politician Mukhtar Ansari for the murder of a Congress leader’s brother, Awadhesh Rai, more than 30 years ago.

  5. The Government Medical College & Hospital, Bhawanipatna in Kalahandi district has been rechristened as ‘Saheed Rendo Majhi Medical College and Hospital’ in the honour of the great freedom fighter of the western Odisha district.

  6. Chief Secretary Pradeep Kumar Jena said his government has no intention to hide the deaths in the Balasore train crash and the entire rescue operation was being conducted in full public view. Reacting to allegations that the death toll was being manipulated, he said Odisha believes in transparency.

  7. Facing an uphill task of preserving the bodies of those killed in the Balasore train accident, AIIMS-Bhubaneswar has procured at least five deep freezer containers from Paradip Port to prevent further decay of the mortal remains of the deceased.

  8. The Siksha ‘O’ Anusandhan (SoA) Deemed to be University jumped to 26th ranking while Kalinga Institute of Industrial Technology (KIIT) jumped to 29th rank in the National Institutional Ranking Framework (NIRF), 2023, which was released by the Union Education ministry Monday.

  9. Over 200 Indian fishermen, who were in Pakistan jails, returned to their homeland in Vadodara Sunday night.

  10. The Indian Institute of Technology (IIT) Madras retained the top spot among institutes in the country for the fifth consecutive year, while the Indian Institute of Science (IISc) Bengaluru was adjudged the best university and research institution, according to the Ministry of Education's National Institutional Ranking Framework (NIRF).

  11. Around 60 Afghan girls were hospitalised after being poisoned at their school in northern Afghanistan, police said Monday.

  12. Moscow said Monday it had thwarted a major Ukrainian offensive in the south of Ukraine’s Donetsk region but Russia’s main mercenary leader said Russian forces had lost ground around Bakhmut further north.

  13. Ashok Gehlot government's big-ticket promise - cooking gas cylinders at ₹ 500 - came into effect today, barely six months away from the assembly elections in Rajasthan.

  14. India can reduce its pollution by over 40 per cent by not using fossil fuels like petrol and diesel, while the country imports crude oil worth ₹ 16 lakh crore every year, Union Minister Nitin Gadkari said.

  15. The Enforcement Directorate (ED) on Monday said it has seized ₹ 2.74 crore worth assets of a Kolkata-based business family which allegedly held a Swiss bank account and whose name figured in the Panama Papers leak.

  16. The state's Budget will be tabled on July 7, Karnataka Chief Minister Siddaramaiah said on Monday.

  17. Embattled Adani Group Monday said it has repaid loans aggregating $2.65 billion to complete a prepayment programme to cut overall leverage in an attempt to win back investor trust post a damning report of a US short seller.

  18. The government has mopped up Rs 4,185 crore through a three per cent stake sale in state-run Coal India. The holding of the government has come down to 63.13 per cent in the coal producer after the offer-forsale (OFS), CIL said in a stock exchange filing.

  19.  Star Australia batter Steve Smith Monday expressed his concerns over the future of the five-day game ahead of the World Test Championship (WTC) final against India beginning here Wednesday.

  20. India's top wrestlers - Sakshee Malikkh, Vinesh Phogat and Bajrang Punia - have denied reports that they have withdrawn from the protest.

461 Y
1599 05-06-2023 Odia
  1. ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରୁ କୋହିନ‌ୂର ହୀରା ନେଇ ଯାଇଥିଲା ବୋଲି ରାଜ ପରିବାର ମାନିଛି। ଏହି ମୂଲ୍ୟବାନ ହୀରାକୁ ଦେବା ପାଇଁ ମହାରାଜ ଦିଲୀପ ସିଂହଙ୍କୁ ବାଧ୍ୟ କରାଯାଇଥିଲା। ଏବେ ବ୍ରିଟେନ ‘ଟାୱାର ଅଫ ଲଣ୍ଡନ’ରେ ରାଜ ପରିବାରର ଅଳଙ୍କାରଗୁଡିକର ପ୍ରଦର୍ଶନୀ ଲାଗିଛି।

  2. ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

  3. ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣା ସହିତ ଜଡିତ ୧୭୦ ମୃତ ଶରୀରକୁ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି ।

  4. ବାହାନଗାଠାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣାର କାରଣ ସିଗ୍‌ନାଲିଂ ତ୍ରୁଟି ବୋଲି ରେଳବାଇ ଏହାର ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି। ଦୁର୍ଘଟଣାର କାରଣ ସଂପର୍କରେ ସୂଚନା ଦେବା ପାଇଁ ରେଳ ବୋର୍ଡ ପକ୍ଷରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

  5. ଓଡ଼ିଶାର ବାଲେଶ୍ବରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନି ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏହି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ବିଦ୍ୟାଳୟ ଶିକ୍ଷା ଦାୟିତ୍ବ ଆଦାନୀ ଗ୍ରୁପ ଗ୍ରହଣ କରିବ ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

  6. ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁର କିଛି ଅଂଶ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି ।

  7. ମଣିପୁରର ବିଭିନ୍ନ ଅଞ୍ଚଳରେ ଜାତିଆଣ ହିଂସାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଜାତୀୟ ରାଜପଥ-୨ରେ ବଡ଼ ଧରଣର ଅବରୋଧ ଦେଖିବାକୁ ମିଳିଛି।

  8. ବାଲେଶ୍ବର ରେଳ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କ ପ୍ରତି ସହାୟତାର ହାତ ପହଞ୍ଚିବାରେ ଲାଗିଛି । ଏହି ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇବେ ବୋଲି କହିଛନ୍ତି  କ୍ରିକେଟ ଖେଳା​ଳି ବୀରେନ୍ଦ୍ର ସେହୱାଗ ।

  9. ଜ୍ଞାନବାପି ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷବାଦୀ ତଥା ବିଶ୍ୱ ବୈଦିକ ସନାତନ ସଂଘର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂହ ବିସେନ ଜ୍ଞାନବାପି ସହ ଜଡ଼ିତ ସମସ୍ତ ମାମଲାରୁ ଓହରିବା ନେଇ ଘୋଷଣା କରିଛନ୍ତି।

  10. ମହାରାଷ୍ଟ୍ରର ଜଙ୍ଗଲ ଓ ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗନ୍ତୀୱର ଆଜି କହିଛନ୍ତି ଯେ ସିମେଣ୍ଟରେ ତିଆରି କାନ୍ଥ ଭାଙ୍ଗିପାରେ, କିନ୍ତୁ ସିନ୍ଦେ-ଫଡନାଭିସଙ୍କ ଗଠବନ୍ଧନ ଭାଙ୍ଗିବ ନାହିଁ |

  11. ଚୀନର ମହାକାଶ ଷ୍ଟେସନ୍ ନିର୍ମାଣ ପାଇଁ ଦୀର୍ଘ ୬ ମାସ ଧରି ଚାଲିଥିବା ଅଭିଯାନ ଶେଷ କରିବା ପରେ ୩ ଜଣ ଚୀନ୍ ମହାକାଶଚାରୀ ରବିବାର ସେନଜୋ-୧୫ ମାନବବାହୀ ମହାକାଶଯାନରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି।

  12. ଟ୍ରେନ କଲିଜନ ଆଭଏଡାନ୍ସ ସିଷ୍ଟମ (ଟିସିଏଏସ୍‌) ବା ‘କବଚ’ର ପରୀକ୍ଷଣ ଗତବର୍ଷ ରେଳମନ୍ତ୍ରୀଙ୍କ ଦ୍ବାରା ହୋଇଛି। ୨୦୨୪ ସୁଦ୍ଧା ଏହି ପ୍ରଯୁକ୍ତି ଟ୍ରେନଗୁଡ଼ିକରେ ଲାଗିପାରେ ବୋଲି ରେଳ ମନ୍ତ୍ରାଳୟର ପ୍ରବକ୍ତା ଅମିତାଭ ଶର୍ମା ଶନିବାର କହିଛନ୍ତି।

  13. ରିହାତିରେ ରୁଷ୍‌ରୁ ମିଳୁଥିବା ତେଲକୁ ଭାରତ ହାତ ଛଡ଼ା କରିବାକୁ ଚାହୁନାହିଁ। ପ୍ରତି ମାସରେ ଏହା ଅଧିକରୁ ଅଧିକ ତେଲ କିଣୁଛି। ମେ’ ମାସରେ ରୁଷ୍ ତେଲ କିଣ‌ାରେ ରେକର୍ଡ ହୋଇଛି। ଏହି ମାସରେ ଭାରତ ୪୨ ପ୍ରତିଶତ ତେଲ ରୁଷ୍‌ରୁ କିଣିଛି।

  14. ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ସମସ୍ତ ୧୨ଟି ସରକାରୀ ବ୍ୟାଙ୍କ ଲାଭ କରିଛନ୍ତି। ତେଣୁ ସରକାର ଏଥର ସେମାନଙ୍କଠାରୁ ଦୁଇ ଗୁଣା ଅଧିକ ଲାଭାଂଶ ପାଇବେ ବୋଲି ଆଶା କରାଯାଉଛି।

  15. ସାହାରା ଇଣ୍ଡିଆ ଲାଇଫ୍ ଇନ୍‌ସ୍ୟୁରାନ୍ସକୁ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ କିଣିବ। ସାହାରା ଇଣ୍ଡିଆ ଲାଇଫ୍‌ର ସମସ୍ତ ପଲିସି ଓ ସମ୍ପତ୍ତିକୁ ଏସ୍‌ବିଆଇ ଲାଇଫ୍‌ ଅଧିଗ୍ରହଣ କରିବ।

  16. ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍ ଗୁଜରାଟର ସାନନ୍ଦରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟାଟେରି ତିଆରି କରିବା ଲାଗି ଏକ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୩ ହଜାର କୋଟି ଟଙ୍କା ନିବେଶ କରିବ।

  17. ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ବୀମା ସୁବିଧା ରହିଛି। କିନ୍ତୁ ଏକଥା ବୋଧହୁଏ ଅନେକ ଜାଣି ନଥାନ୍ତି। ଆଇଆରସିଟିସି ଯାତ୍ରୀମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଯୋଗାଇ ଦେଇଥାଏ।

  18. କେନ୍ଦ୍ର ଓ ରାଜ୍ୟ ସରକାର ମୃତକ ଓ ଗୁରୁତର ଆହତଙ୍କ ପରିବାର ପାଇଁ ସ୍ଥାୟୀ ମାସିକ ଆୟର ବ୍ୟବସ୍ଥା କରିବାକୁ ସୁଦ ଦାବି କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ମଧ୍ୟ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅଭିନେତା ଅନୁରୋଧ କରିଛନ୍ତି।

  19. ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସାଲ୍ ଯୋଗ ସ୍ପୋର୍ଟସ୍ ଫେଡେରେସନ୍‌ର ମିଳିତ ସହଯୋଗରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇଦିନିଆ ନ୍ୟାସନାଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପ୍-୨୦୨୩ ଉଦ୍‌ଯାପିତ ହୋଇଯାଇଛି। ଯେଉଁଥିରେ ଭାରତର ୨୨ଟି ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ବ ଯୋଗ ଆଥଲେଟ୍ ଅଂଶଗ୍ରହଣ କରିଥିଲେ।

  20. ଦକ୍ଷିଣ କୋରିଆର ୟେଞ୍ଚିଅନ୍‌ରେ ରବିବାରଠାରୁ ଆରମ୍ଭ ହୋଇଥିବା ୨୦ ବର୍ଷରୁ କମ୍ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ୨ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକରୁ ଅଭିଯାନ ଆରମ୍ଭ କରିଛନ୍ତି। ଯୁବ ପ୍ରତିଭା ରୋଜାନା ମଲ୍ଲିକ ହୀନା ମହିଳା ୪୦୦ ମିଟର୍‌ ଦୌଡ଼ରେ ୫୩.୩୧ ସେକେଣ୍ଡ୍ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।

445 Y
1600 05-06-2023 English
  1. The railways Sunday sought a CBI inquiry into the Balasore train crash, hours after Minister Ashwini Vaishnaw said the ‘root cause’ of the accident and the people behind the ‘criminal’ act have been identified.

  2. Chief Minister Naveen Patnaik Sunday announced an ex gratia of `5 lakh to the family members of the people from the state killed in the triple train accident at Bahanaga Bazar near Balasore.

  3. Odisha police Sunday appealed to all sections to desist from circulating rumours giving a communal colour to Balasore’s triple train accident.

  4. Expressing grief over the tragedy, the Life Insurance Corporation (LIC) has announced to support those affected and expedite settlement claims to provide financial relief. Siddhartha Mohanty,

  5.  Noted actor Sulochana Latkar ,the well-known actor of Marathi and Hindi cinema died due to a prolonged illness at a hospital in Mumbai at the age of 94 years.

  6. An under-construction bridge over the Ganga river collapsed in Bihar Sunday, portions of which were deliberately destroyed in a planned fashion under expert advice as it had design flaws, claimed state government officials.

  7. The Uttar Pradesh social welfare department has come up with an ‘Elder Line’ 14567 service to rescue aged destitute and help them find shelter in old age homes. The initiative is a brain child of Minister of state (Independent Charge) for Social Welfare Asim Arun, who had earlier headed the emergency helpline 112 as an Additional Director General.

  8. The Centre Sunday set up a Commission of Inquiry, headed by former chief justice of the Gauhati High Court Ajai Lamba, to probe the recent series of violence in Manipur that claimed more than 80 lives.

  9. Ukrainian President Volodymyr Zelenskyy said Sunday that Russia’s war, now in its 16th month, has killed at least 500 Ukrainian children. Zelenskyy provided the number hours after rescue workers found the body of a 2-year-old girl who died in one of the latest Russian strikes.

  10. The Reserve Bank of India (RBI) will maintain the policy repo rate at 6.5 per cent during its upcoming June 8 announcement, considering the easing of retail inflation in April and the potential for further decline, indicating the effectiveness of previous policy rate actions, anticipate experts.

  11. The country’s largest two-wheeler maker Hero MotoCorp has increased price of its electric scooter VIDA V1 Pro by around `6,000 in order to offset the impact of curtailed subsidy structure on electric two-wheelers coming into effect from June 1.

  12. The combined market valuation of seven of the top-10 most-valued firms eroded by Rs 65,656.36 crore last week, with Reliance Industries taking the biggest hit, amid a muted trend in domestic equities.

  13. Sustainable or ESG (environmental, social, and governance) focused mutual funds, which are in a nascent stage in India, have seen their asset base declining by Rs 2,020 crore in fiscal 2022-23 even as experts hope such funds will attract greater attention in coming years.

  14. Salt-to-software conglomerate Tata Group signed an agreement with the Gujarat government to set up a giga-factory for manufacturing lithium-ion cells, with an estimated initial investment of around ₹ 13,000 crore.

  15. One of the main litigants from the Hindu side Jitendra Singh Visen has announced that he and his family are withdrawing from all cases related Gynavapi issue due to alleged "harassment".

428 Y