-
୨୦୨୪ ନିର୍ବାଚନ ପାଇଁ ସଂସଦୀୟ କ୍ଷେତ୍ର ଲାଗି ଖର୍ଚ୍ଚ ପରିମାଣ ୯୫ ଲକ୍ଷ ଟଙ୍କା କରାଯାଇଛି। ୨୦୧୯ରେ ଏହି ଖର୍ଚ୍ଚ ପରିମାଣ ୭୦ ଲକ୍ଷ ଥିଲା।
-
ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଉସ ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରି ଆସିଷ୍ଟାଣ୍ଟ ପୁଲିସ କମିସନର (ଏସିପି) ଏ.କେ ସିଂଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇବାକୁ କହିଛନ୍ତି।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ ବିରୋଧରେ ଜର୍ମାନ ଦୂତାବାସର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରି ପ୍ରତିବାଦ ଜଣାଇଛି।
-
ସିବିଆଇ, ଇଡି ଏବଂ ଆୟକର ବିଭାଗ ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଥିବା ୪୧ଟି କମ୍ପାନି ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ବିଜେପିକୁ ୨୪୭୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସରକାରଙ୍କ ଠାରୁ ୧୭୨ଟି ବୃହତ୍ ଚୁକ୍ତି ଓ ପ୍ରକଳ୍ପ ଅନୁମୋଦନ ପାଇଥିବା ୩୩ଟି ସଂସ୍ଥା ମଧ୍ୟ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଚାନ୍ଦା ଦେଇଛନ୍ତି।
-
ମସ୍କୋ କନ୍ସର୍ଟ ହଲ୍ରେ ଶୁକ୍ରବାର ରାତିରେ ଆତଙ୍କବାଦୀଙ୍କ ଭୟାନକ ଆକ୍ରମଣ ପୂରା ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ୍ୟୁସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି ବୋଲି ରୁଷ୍ର ତଦନ୍ତକାରୀ କମିଟି ପ୍ରକାଶ କରିଛି।
-
ବିହାରରେ ହୋଲି ରେ ମଧ୍ୟ ସ୍କୁଲ ଖୋଲା ରହିବ । ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଛି, ଯାହାକୁ ନେଇ ବିଶେଷ କରି ଶିକ୍ଷକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି।
-
ରାଜସ୍ଥାନର ଜୟପୁର ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଛି।
-
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଫୋନରେ କଥା ହୋଇଛନ୍ତି।
-
ବୈଜ୍ଞାନିକମାନେ ଶକ୍ତିଶାଳୀ ସିଆର୍ଆଇଏସ୍ପିଆର୍ ଟେକ୍ନୋଲୋଜି (କ୍ଲଷ୍ଟର୍ଡ୍ ରେଗୁଲାରଲି ଇଣ୍ଟରସ୍ପେସ୍ଡ ସର୍ଟ ପାଲିଣ୍ଡ୍ରୋମିକ୍ ରିପିଟ୍ସ) ବ୍ୟବହାର କରି କୋଷରୁ ଏଚ୍ଆଇଭି ସଂକ୍ରମଣକୁ ଦୂର କରିପାରିବେ ବୋଲି ବିବିସି ରିପୋର୍ଟ କରିଛି।
-
ହୋଲି ଉପଲକ୍ଷେ ଦେଶରେ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ହେବା ନେଇ ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି। କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସମ୍ଭାବନା ରହିଛି।
-
ଦେଶର ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନ୍ ଇଣ୍ଡିଆ ଏହାର ବିକ୍ରେତାଙ୍କ ପାଇଁ ଆସନ୍ତା ମାସ ୭ ତାରିଖରୁ ଅନେକ ଶୁଳ୍କ ବା ଫିରେ ସଂଶୋଧନ ଆଣିବା ନେଇ ଘୋଷଣା କରିଛି।
-
ବ୍ଲୁମବର୍ଗ ବିଲିନେୟର ସୂଚୀ ଅନୁସାରେ ଆରନଲ୍ଟଙ୍କ ନିଟ୍ ସଂପତ୍ତି ଗୋଟିଏ ଦିନରେ ୩୨.୩ ବିଲିଅନ ଡଲାର ଅର୍ଥାତ୍ ୨ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ (୨୭,୦୦,୦୮,୧୩,୫୫,୦୦୦) ବୃଦ୍ଧି ପାଇଛି। ଆର୍ନଲ୍ଟଙ୍କ ନିଟ୍ ସଂପତ୍ତି ୨୩୦ ବିଲିଅନ ଡଲାର ଛୁଇଁଛି।
-
ପ୍ରସିଦ୍ଧ ଘରୋଇ ଦୁଗ୍ଧ ବ୍ରାଣ୍ଡ ଅମୂଲ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି। ଆମେରିକାର ଲୋକଙ୍କୁ ଅମୂଲ ଏହାର ଉତ୍ପାଦର ସ୍ବାଦ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି।
-
କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୭ ସୁଦ୍ଧା ଜଳାଶୟ ସ୍ତର ଗତବର୍ଷ ତୁଳନାରେ ୧୫.୩ ପ୍ରତିଶତ କମ୍ ରହିଛି। ବୃଷ୍ଟିପାତ ମଧ୍ୟ ୧୧.୪ ପ୍ରତିଶତ କମ୍ ଥିବା ରିପୋର୍ଟରେ ଦର୍ଶାଯାଇଛି।
-
ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ କିଛି ଦିନ ତଳେ ଦ୍ବିତୀୟ ବିବାହ କରିଛନ୍ତି। ମେକ୍ସିକୋର ପୂର୍ବତନ ମଡେଲ୍ ଗ୍ରେସିଆ ମୁନୋଜ୍ଙ୍କୁ ସେ ବିବାହ କରିଛନ୍ତି।
-
ଭାରତ ଓ ଜାପାନ ମଧ୍ୟରେ ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଦୁଇଟି ପୁସ୍ତକ, ସିଦ୍ଧମ କ୍ୟାଲିଗ୍ରାଫି ଅଫ ସଂସ୍କୃତ ହେରୋନିମସ ଏବଂ ସଂସ୍କୃତ ମାନୁସ୍କ୍ରିପଟସ ଫ୍ରମ ଜାପାନର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଦି ଆର୍ଟସରେ ଉନ୍ମୋଚିତ ହୋଇଛି।
-
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ଅନିୟମିତତା ପାଇଁ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିଛି। ଏଥିରେ ଦିଲ୍ଲୀର ୫ଟି ସ୍କୁଲ ରହିଛି।
-
ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ୪ଟି ଜିଲ୍ଲାରେ ୪ ଜଣ ଜିଲ୍ଲାପାଳଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବ ମେଦିନୀପୁରରେ ଜୋୟୋଶି ଦାସ ଗୁପ୍ତା (ଆଇଏଏସ୍), ଝାରଗ୍ରାମରେ ମୌମିତା ଗୋଦାର ବସୁ (ଆଇଏଏସ୍), ପୂର୍ବ ବର୍ଦ୍ଧମାନରେ କେ ରାଧିକା ଆୟାର (ଆଇଏଏସ୍) ଏବଂ ବୀରଭୂମରେ ଶଶାଙ୍କ ସେଠୀ (ଆଇଏଏସ୍) ନିଯୁକ୍ତ ହୋଇଛନ୍ତି।
-
ତମ୍ବା, ଷ୍ଟିଲ୍ ଆଦି ବୋତଲ ଶରୀର ପାଇଁ ଲାଭଦାୟକ। ଯଥା ସମ୍ଭବ ପ୍ଲାଷ୍ଟିକ୍ ବୋତଲକୁ କମ୍ ବ୍ୟବହାର କରନ୍ତୁ। ତମ୍ବା, ଷ୍ଟିଲ୍ ଆଦି ବୋତଲକୁ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ।
-
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ଦ୍ୱିତୀୟ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଜି ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ ବିଜୟ ଲାଭ କରିଛି।