-
ଆମେରିକାର ବାଲ୍ଟିମୋରରେ ଏକ ଜାହାଜ ସହ ଧକ୍କା ହେବା ପରେ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ବ୍ରିଜକୁ ଧକ୍କା ଦେବା ପରେ ଜାହାଜଟି ବୁଡ଼ି ଯାଇଥିଲା। ଅତ୍ୟଧିକ ଥଣ୍ଡା ଓ କମ୍ ଦୃଶ୍ୟମାନତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।
-
ପାକିସ୍ତାନର ଖାଇବର ପଖ୍ତୁନଖୱାର ଶାଙ୍ଗଲାଠାରେ ଆଜି ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୫ ଜଣ ଚୀନ୍ ନାଗରିକ ଓ ଜଣେ ପାକିସ୍ତାନୀ ପ୍ରାଣ ହରାଇଛନ୍ତି।
-
କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା ଦାବିରେ ସେ ଅଖିଆ ଅପିଆ ବିକ୍ଷୋଭ କରୁଥିଲେ।
-
ସିୟୁଇଟି-ୟୁଜି ୨୦୨୪ ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର କହିଛନ୍ତି ଯେ ବିଭିନ୍ନ ସ୍ଥରରୁ ଅନୁରୋଧ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
-
ଗ୍ରୀଷ୍ମ ଋତୁରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ, ଯାହା ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
-
ସିଭିଜିଲ୍ ଆପ୍ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହା ଏକକ ଆପ୍।
-
କେରଳର ୱାୟନାଡସ୍ଥିତ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଡ. ପିସି ଶଶିନ୍ଦ୍ରନ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ କୁଳପତି ଇସ୍ତଫା ଦେଇଛନ୍ତି କହିଛନ୍ତି।
-
ବରେଲି ଲୋକସଭା ଆସନରୁ ଆଠଥର ସାଂସଦ ଥିବା ସନ୍ତୋଷ ଗଙ୍ଗୱାରଙ୍କ ସମର୍ଥକମାନେ ନବମ ଥର ପାଇଁ ଟିକେଟ ମିଳିବ ବୋଲି ଆଶା ରଖିଥିଲେ ମଧ୍ୟ ଟିକେଟ ନ ପାଇବା ପରେ ମଧ୍ୟ ସନ୍ତୋଷ ଖୁସି ବ୍ୟକ୍ତ କରିଛନ୍ତି ।
-
ବିହାର ବିଜେପିର ତିନି ଚର୍ଚ୍ଚିତ ଚେହେରାଙ୍କୁ ଦଳ ଟିକେଟ୍ ଦେଇନି। ଏହି ତିନିଜଣ ହେଲେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍।
-
ଆଦିତ୍ୟ ରାଜେଶ ଅଳ୍ପ ବୟସରେ ଏକ କମ୍ପାନୀ ପ୍ରତିଷ୍ଠା କରି ଦେଶର ସର୍ବକନିଷ୍ଠ ସିଇଓ ହୋଇ ପାରିଛନ୍ତି। ମୂଳତଃ କେରଳର ବାସିନ୍ଦା ଆଦିତ୍ୟନ 9 ବର୍ଷ ବୟସରେ ଏକ ମୋବାଇଲ୍ ଆପ୍ ତିଆରି କରିଥିଲେ ଏବଂ ଆଜି ତାଙ୍କର ଦୁବାଇରେ ଏକ କମ୍ପାନୀ ଅଛି।
-
ହିମାଚଳ ପ୍ରଦେଶର ରାଜନୀତିରୁ ଏକ ବଡ଼ ଖବର ଆସିଛି। ହିମାଚଳର ୬ଟି ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ବିଜେପି ୬ କଂଗ୍ରେସ ବିଦ୍ରୋହୀଙ୍କୁ ଟିକେଟ୍ ଦେଇପାରେ ବୋଲି ବିଶ୍ୱାସ କରାଯାଉଥିଲା।ଏବେ ବିଜେପି ତାଙ୍କୁ ଟିକେଟ୍ ଦେଇଛି।
-
ପ୍ରକାଶିତ ରିପୋର୍ଟ ମୁତାବକ, ଅରୁଣ ଗୋବିଲ ‘ରାମାୟଣ’ର ପ୍ରତ୍ୟେକ ଅଧ୍ୟାୟ ପାଇଁ ପାଖାପାଖି ୫୧ହଜାର ଟଙ୍କାର ପାରିଶ୍ରମିକ ନେଇଥିଲେ। ରାମାୟଣ ୮୧ଟି ଅଧ୍ୟାୟର ରହିଥିବା ବେଳେ ଅରୁଣ ଏହି ଧାରାବାହିକ ପାଇଁ ପାଖାପାଖି ୪୦ଲକ୍ଷ ଟଙ୍କା ନେଇଥିବା ଅନୁମାନ କରାଯାଉଛି। ଅରୁଣଙ୍କ ମୋଟ ସମ୍ପତ୍ତି ୩୮କୋଟି ଟଙ୍କାର ରହିଛି।
-
୨୦୨୪ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ଇସ୍ତାହାର ଆଣିବ ବିଜେଡି। ଏଥି ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇସାରିଛନ୍ତି।
-
୨୦୨୪ ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବ ସାଉଦି ଆରବ। ପ୍ରଥମ ଥର ପାଇଁ ସାଉଦି ଆରବ ତା’ର ପ୍ରତିଯୋଗୀଙ୍କୁ ଏହି ପ୍ରତିଯୋଗିତାକୁ ପଠାଇବ। ମଡେଲ ରୁମୀ ଅଲକାହତାନୀ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ସାଉଦି ଆରବକୁ ପ୍ରତିନିଧିତ୍ୱ କରିବେ।
-
ପୁଣିଥରେ ଡରେଇବା ଆରମ୍ଭ କରିଛି ଆଭିଆନ ଇନ୍ଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ। ଭିଏତନାମରେ ବାର୍ଡ ଫ୍ଲୁ କାୟା ମେଲାଇବା ସହ ଜଣେ ୨୧ ବର୍ଷୀୟ ଛାତ୍ର ଜଣଙ୍କ ଜୀବନ ନେଇଛି। ବାର୍ଡ ଫ୍ଲୁ ଯୋଗୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଖବରକୁ ଭିଏତନାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଶ୍ଚିତ କରିଛି।
-
କଟକ ବାରଙ୍ଗ ପୁରୀ ମେନ୍ କେନାଲ ପଞ୍ଚୁପାଳ ଗାଁ ନିକଟରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର। ରଙ୍ଗ ଖେଳ ପରେ ଗାଧୋଉଥିବା ବେଳେ ଦୁଇ ଜଣ ବୁଡ଼ି ଯାଇଥିଲେ। ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଏହି ଛାତ୍ର ଜଣକର ମୃତଦେହ ଉଦ୍ଧାର ହୋଇଛି।
-
ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ବସ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲା ଏହି ଯାତ୍ରୀବାହୀ ବସ । କୋରାପୁଟ ଜିଲ୍ଲା ପୋଡାଗଡ଼ ପାୱାର ଗ୍ରୀଡ଼ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି।
-
ସୁଚନା ମୁତାବକ ଦିନ ପ୍ରାୟ ୪ଟା ସମୟରେ KBN ଗ୍ୟାଙ୍ଗ ରକିଛି ଅସାମାଜିକ ଯୁବକ ଖଣ୍ଡା ଭୁଜାଲି ଧରି ନୟାପଲ୍ଲୀ ବ୍ରିଟ କଲୋନି ପଟୁ ପଶିଥିଲେ । ପରେ ନୟାପଲ୍ଲୀ ଗଡ଼ ସାହି ପରେ ଏକ ପାର୍ଟି ଅଫିସ ସାମ୍ନା ଦେଇ ଯିବା ପରେ ପୋଖରୀ ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଚାଲିଲେ । ରାସ୍ତାରେ ଯିବା ସମୟରେ ଯାହାକୁ ପାରିଲେ ଆକ୍ରମଣ କଲେ । ଯିଏ ଅବରୋଧ କଲେ ତାକୁ ହାଣି ରକ୍ତାକ୍ତ କଲେ । ଫଳରେ ଯିଏ ଦେଖିଲେ ଘରେ ଲୁଚିଲେ ।
-
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ତାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ମେଣ୍ଡିସ୍ ପ୍ରଥମ ଇନିଂସରେ ୧୦୨ ରନ ଓ ଦ୍ୱିତୀୟ ଇନିଂସରେ ୧୬୪ କରିଛନ୍ତି।
-
ଆଇପିଏଲ୍ ମହାସମର। ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଦମଦାର ବିଜୟ। ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ହୋଇଛି।