Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
281 21-04-2025 Odia
  1. 1.ବିନା ଚେତାବନୀରେ ୧୦୦୦ରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ରଦ୍ଦ କରାଯାଇଥିବାରୁ ସମଗ୍ର ଆମେରିକାର କ୍ୟାମ୍ପସରେ ଅନିଶ୍ଚିତତା ବଢିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ବିବରଣୀ, ସରକାରୀ ଚିଠିପତ୍ର ଓ ଅଦାଲତ ଫାଇଲିଂ ଆଧାରରେ ୧୬୦ଟି କଲେଜର ଅତି କମ୍‌ରେ ୧୦୨୪ ଜଣ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି।

  2. 2.ଚୀନ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରିଚାଲିଛି । ଚୀନ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଅଣ-ପରମାଣୁ ବୋମା ପରୀକ୍ଷଣ କରିଛି । ଏହି ବୋମା ବିସ୍ଫୋରଣ ହେବା ପରେ ପ୍ରଚଣ୍ଡ ତାପମାତ୍ରା ସୃଷ୍ଟି କରିଥାଏ ।

  3. 3.ଓପନ୍‌ ଏଆଇ ଏକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଉପରେ କାମ କରୁଥିବାର ସୂଚନା ରହିଛି। ଯାହାଫଳରେ ମେଟା ଓ ଏକ୍ସ ପରି ସୋସିଆଲ୍‌ ମିଡିଆକୁ ଏକ କଡ଼ା ପ୍ରତିଦ୍ବନ୍ଦ୍ବୀ ମିଳିବାକୁ ଯାଉଛି ବୋଲି ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି।

  4. 4.ରାଜ୍ୟରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ୩୦ଟି ଜିଲାର ୩୦ ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ।

  5. 5.ବନ୍ଦେ ଭାରତ ଟ୍ରେନ ଯାତ୍ରା। ରେଲୱେ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଲଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼଼ିବ ବୋଲି ସୂଚନା ମିଳିଛି।

  6. 6.ଭାରତ କିଣୁଥିବା ‌ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୮ ଡଲାର ସ୍ତରକୁ ଖସିଆସିଛି। ଗତ ଚାରି ବର୍ଷ (୪୭ ମାସ) ଭିତରେ ଏହା ତୈଳ ଦରର ସର୍ବନିମ୍ନ ସ୍ତର। ଏତେ ଅନୁକୂଳ ସ୍ଥିତି ସତ୍ତ୍ବେ ଦେଶବାସୀଙ୍କୁ ଚଢ଼ା ଦରରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡ଼ୁଛି।

  7. 7.ଜମ୍ମୁ-କାଶ୍ମୀରର ରାମବନ, ଧରମକୁଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ଭୂସ୍ଖଳନ ଓ ବନ୍ୟା ଯୋଗୁଁ ୩୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।

  8. 8.ଦୀର୍ଘ ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ପରିବାରର ପୁନର୍ମିଳନ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି। ୨୦୦୫ରେ ଶିବସେନା ଛାଡି ନିଜର ଦଳ ଗଠନ କରିଥିବା ରାଜ ଠାକରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବେ ମରାଠୀ ସଂସ୍କୃତି ଓ ପରିଚୟ ପ୍ରତି ବିପଦ ଥିବା ଦର୍ଶାଇ ଏକାଠି ହେବାର ସଙ୍କେତ ଦେଇଛନ୍ତି ।

  9. 9.କର୍ଣ୍ଣାଟକର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଓମ୍‌ପ୍ରକାଶଙ୍କ କ୍ଷତବିକ୍ଷତ ମୃତଦେହ ରବିବାର ବେଙ୍ଗାଲୁରୁ ଏଚ୍ଏସ୍ଆର୍ ଲେଆଉଟ୍‌ସ୍ଥିତ ବାସଭବନରୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓମ୍‌ପ୍ରକାଶଙ୍କୁ ହତ୍ୟା କରାଯାଇଥିବାବେଳେ ପତ୍ନୀ ପଲ୍ଲବୀଙ୍କୁ ପୁଲିସ ଅଟକ ରଖିଛି।

  10. 10.ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି।

  11. 11.କରଣୀ ସେନାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ଝାଡ଼ଖଣ୍ଡ ରାଜ୍ୟ ସଭାପତି ବିନୟ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

  12. 12.ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍‌ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି। ଏହା ଦୁଇଦେଶ ମଧ୍ୟରେ ସବୁଠୁ ବଡ଼ ଡିଲ୍‌ ହେବାକୁ ଯାଉଛି।

  13. 13.ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ସମ୍ପ୍ରତି ମେରି ନିଜ ପାଟି ଖୋଲା କରିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୭.୬୨ ସେ.ମି. ରହୁଛି, ଯାହା ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ସର୍ବାଧିକ ହୋଇଥିବା ଜିଡବ୍ଲ୍ୟୁଆର୍‌ କହିଛି।

  14. 14.କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

  15. 15.ରାଜସ୍ଥାନ ରୟାଲ୍‌ସର କିଶୋର କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ ଗତକାଲି ନୂଆ ଇତିହାସ ରଚିଥିଲେ। ୧୪ ବର୍ଷ ୨୩ ଦିନ ବୟସରେ ଲକ୍ଷ୍ନୌ ବିପକ୍ଷରେ ପଦାର୍ପଣ କରି ଆଇପିଏଲ୍‌ ଖେଳିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।

124 Y
282 21-04-2025 English
  1. 1.Amaravati, the planned capital of Andhra Pradesh, is set to create history as it targets to become the world’s first city to be powered entirely by renewable energy as town planners look to build an ultra-modern yet environmentally sustainable ‘people’s capital’.
  2. 2.In a significant step towards strengthening sports infrastructure at grassroots level, Sports Minister Suryabanshi Suraj Sunday inaugurated 30 Khelo India centres in all the districts of the state.
  3. 3.Legal experts Sunday denounced Vice President Jagdeep Dhankhar and BJP MP Nishikant Dubey’s disparaging remarks against the judiciary, terming those irresponsible and asserting that the dignity and decorum of the top court should be maintained.
  4. 4.Law and Works Minister Prithiviraj Harichandan Sunday raised an alarm about the safety of Srimandir’s Ratna Bhandar saying that it is at risk of collapse due to “years of neglect and deterioration”.
  5. 5.Only 60 per cent of countries have legislations and standards governing food and beverages in schools, according to Global Education Monitoring Report by UNESCO.
  6. 6.Chief Minister Mohan Charan Majhi has approved a proposal for the creation of another battalion of Odisha Industrial Security Force (OISF) in the state, an official said.
  7. 7.Chief Minister Mohan Charan Majhi will conduct a public grievance hearing at the Mahanagar Nigam Offi ce in Durgapali in Sambalpur, Monday, beginning at 8am.
  8. 8.Veteran Communist leader and former CPI Odisha secretary Dibakar Nayak died here Sunday, party sources said. He was 72.
  9. 9.When people across the globe were celebrating the ‘World Heritage Day’ Friday, residents of Kecha village under this block of the district found a revered ancient Jain statue stolen from the village temple.
  10. 10.The Andhra Pradesh government Sunday released a notifi cation for conducting a ‘Mega District Selection Committee’ to fi ll 16,347 teacher posts across the state.
  11. 11.Andhra Pradesh Chief Minister and Telugu Desam Party’s national president N Chandrababu Naidu turned 75 Sunday.
  12. 12.After causing an uproar with his remarks against the Chief Justice of India, BJP MP Nishikant Dubey Sunday fi red a salvo at SY Quraishi, saying he was not an election commissioner but a “Muslim commissioner”, after the latter criticised the Waqf (Amendment) Act as a “sinister and evil plan of the government to grab Muslim lands”
  13. 13.Climate experts have proposed urgent measures, including paid heat leave, free water ATMs at labour hubs and legal recognition for the ‘right to cool’, to protect India’s informal workforce during the extreme summer months.
  14. 14.Automobile exports from India rose by 19 per cent to over 53 lakh units in the last 2024-25 fi scal year driven by robust demand for passenger vehicles, two wheelers and commercial vehicles in the overseas markets.
  15. 15.An Israeli probe into the killings of 15 Palestinian medics last month in Gaza by Israeli forces said Sunday it has found “professional failures” and a deputy commander will be fired.
110 Y
283 20-04-2025 Odia

1.ଅନ୍‌ଲାଇନ୍‌ ଗେମ୍‌ ଖେଳି ୫ ଲକ୍ଷ ଟଙ୍କା ହରାଇବାରୁ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଚମାରଗାଁ ପଞ୍ଚାୟତ ତେଘରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ(୪୪)।

2.ପୁଲିସ ଏନ୍‌କାଉଣ୍ଟର୍‌ ରାଜ୍ୟରେ ଶୂନ ଥିବା ବେଳେ ହଠାତ ଚେଇଁ ଉଠିବା ଏବଂ ଫେବ୍ରୁଆରି ୧୭ରୁ ଏପ୍ରିଲ ୧୬ ତାରିଖ, ମାତ୍ର ମାସକ ମଧ୍ୟରେ ୧୬ ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରିବା ଘଟଣା ରହସ୍ୟମୟ ହେବାରେ ଲାଗିଛି।

3.ରାଜ୍ୟରେ ଆଗାମୀ ୬ଦିନ ଯାଏଁ ପାଣିପାଗ ସ୍ଥିତି କିଭଳି ରହିବ ସେନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରେସରିଲିଜ୍ ଜାରି କରିଛି। ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଏଥିରେ କହିଛିl

4.ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। 

5.ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍‌ଡମ୍‌ର ସମ୍ମାନଜନକ ‘ସ୍ୟାଣ୍ଡ୍‌ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତିl

6.ରୋମରେ ପ୍ରଥମଥର ପାଇଁ ମଣିଷ ଡିମ୍ବାଶୟ ଫୋଲିକୁଲାର ତରଳ ପଦାର୍ଥରେ ମାଇକ୍ରୋପ୍ଲାଷ୍ଟିକ୍‌ ମିଳିଛି।ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ ପକାଇବ। ଯାହାକୁ ନେଇ ଭୟ ସୃଷ୍ଟି ହୋଇଛି। 

7.କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ଏକ ହାଇସ୍କୁଲରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଓ ବଳାତ୍କାର କରିବା ଅଭିଯୋଗରେ ଉକ୍ତ ସ୍କୁଲର ଶିକ୍ଷକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଦଳା ପୋଲିସ। ଅଭିଯୁକ୍ତ ହେଲେ ଶେଷଦେବ ପାତ୍ର। 

8.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍‌ ହାସିନାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିବା ଲାଗି ବାଂଲାଦେଶ ପୁଲିସ ଇଣ୍ଟରପୋଲକୁ ଆବେଦନ କରିଛି।

9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛିl

10.୨୧ରୁ ୨୪ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିl

11ଜେଇଇ ମେନ୍ ୨୦୨୫ ରେ ଓମ୍ ପ୍ରକାଶ ବେହେରା ଶତ ପ୍ରତିଶତ ନମ୍ବର ରଖି ଶ୍ରେଷ୍ଠ ୨୪ ତାଲିକାରେ ସାମିଲ। ରାଜ୍ୟସ୍ତରୀୟ ଟପ୍ପର ତାଲିକାରେ ନବନୀତ ପ୍ରିୟଦର୍ଶୀ ଅଛନ୍ତି।

12-ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ, ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି: ଆଇନ ଓ ପୂର୍ତ୍ତମନ୍ତ୍ରୀ ସୂଚନାl

13.ଆସନ୍ତା ୨୪ରେ, ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଯୋଜନା ଟଙ୍କା ପାଇବେ।

14.୨୧ରେ ମହାପ୍ରଭୁଙ୍କ ପଇତା ଲାଗି,ଓ ୨୩ରେ ବନକ ଲାଗି, ଶ୍ରୀମନ୍ଦିରରେ ରହିବ ଦର୍ଶନ କଟକଣା।

15-ଜାମ୍ବୁଗୁଡା ଗାଁକୁ ନଥିଲା ରାସ୍ତା, ବାହାଘର ପାଇଁ ନିଜ ଖର୍ଚ୍ଚରେ ରାସ୍ତା ତିଆରି କଲେ ରାୟଗଡାର ଯୁବକ।

16.ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ହେବ ଆଉ ଏକ ବାଟାଲିୟନ, ସୃଷ୍ଟି ହେବ ୧୦୪୦ ନୂଆ ପଦବୀ।

17.ରାୟଗଡ଼ାରେ ଚାଞ୍ଚଲ୍ୟ, ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ,ଘଟଣାର ତଦନ୍ତ ଚାଲିଛି 

18.ଓ୍ୱାଶିଂଟନ:MIT ପାନଥିଅନ ଗ୍ଲୋବାଲ ରାକିଂ, ତାଲିକାରେ ଦ୍ରୈ।ପଦୀ ମୁର୍ମୁ ,ପ୍ରତିଭା ରାୟ ଓ ମାନସୀ ପ୍ରଧାନ।

19.ପୁଟିନଙ୍କ ସାମୟିକ ଯୁଦ୍ଧ ବିରତି ଘୋଷଣା, ସତର୍କ ରହିବାକୁ ସେନାକୁ ନିର୍ଦେଶ।

20.-ଷ୍ଟୁଡେଣ୍ଟସ ଭିସାକୁ ଟ୍ରମ୍ପ ଛାଟ, ଭାରତୀୟ ଛାତ୍ରଛାତ୍ରୀ ଛାନିଆ,୫ ଶହ ଭାରତୀୟଙ୍କ ଷ୍ଟୁଡେଣ୍ଟସ ଭିସା ରଦ୍ଦ।

 

142 Y
284 19-04-2025 Odia
  1. 1.ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଖୁସି ପ୍ରକାଶ କରିଛନ୍ତି।

  2. 2.ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି ଇୟର ଭାବେ ସମ୍ମାନିତ କରାଯାଇଛି।

  3. 3.ୟେମେନରେ ହୁଥି ବିଦ୍ରୋହୀଙ୍କୁ ଟାର୍ଗେଟ କରି ଆମେରିକା ପୁଣି ଥରେ ଘାତକ ବୋମାମାଡ଼ କରିଛି। ଆମେରିକାର ସଦ୍ୟତମ ଆକ୍ରମଣ ହୁଥିଙ୍କ ଅଧିକୃତ ରାସ ଏସା ତୈଳ ବନ୍ଦର ଉପରେ କରାଯାଇଛି। ଆମେରିକାର ଏହି ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ଜଣ ଆହତ ହୋଇଛନ୍ତି।

  4. 4.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମ ଅନୁସାରେ ନାଗରିକତା ଉପରେ ରୋକ ​​ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କୋର୍ଟ ଅବରୋଧ କରିଛନ୍ତି। ତଥାପିକୋର୍ଟ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବାକୁ ରାଜି ହୋଇଛନ୍ତି ଏବଂ ଏହା ମେ ମାସରେ ଶୁଣାଣି ହେବ।

  5. 5.୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ସେ ଆସନ୍ତା ଜୁଲାଇ ୧ ତାରିଖରେ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ନେବେ। 

  6. 6.ମଧ୍ୟପ୍ରଦେଶର ବୁର୍‌ହାନପୁର ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୨୫ ବର୍ଷୀୟ ଯୁବକଙ୍କୁ ତାଙ୍କ ୧୭ ବର୍ଷୀୟ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ରାସ୍ତାରୁ ସଫା କରିଦେଇଛନ୍ତି। ପୀଡିତଙ୍କୁ ୩୬ ଥର ମଦ ବୋତଲ ଭୁସି ହତ୍ୟା କରାଯାଇଛି।

  7. 7.ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ହିଂସାସ୍ଥଳ ବୁଲି ଦେଖିବା ସହ ପୀଡିତଙ୍କ ସହ କଥା ହେବେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାସ୍ଥଳକୁ ନଯିବାକୁ ଅନୁରୋଧ କରିବା ପରେ ବି ତାଙ୍କ କଥାକୁ ଏଡାଇ ଦେଇ ଶେଷରେ ହିଂସାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ।

  8. 8.୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ କାଲିଠାରୁ ସପ୍ତାହବ୍ଯାପୀ ମାଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଡେଭଲପମେଣ୍ଟ (BIRD) ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି ।

  9. 9.ଓଡ଼ିଶା ସରକାର ଆଗାମୀ ପାଞ୍ଚ ବର୍ଷରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୪,୧୨୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  10. 10.ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୨୨ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।

  11. 11.ୟୁପିଆଇ ପ୍ରଦାନରେ ଜିଏସଟି ଖବରକୁ ମିଥ୍ୟା ବୋଲି ଅର୍ଥ ମନ୍ତ୍ରାଳୟ କହିବା ସହିତ ଡିିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବାରେ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସ୍ପଷ୍ଟୀକରଣ ରଖାଯାଇଛି।

  12. 12.ବିଶ୍ୱ ଐତିହ୍ୟ ତାଲିକାରେ ଭାରତର ୪୩ଟି ସ୍ଥାନ ଥିବା ବେଳେ ୟୁନେସ୍କୋର ଅସ୍ଥାୟୀ ତାଲିକାରେ ଆଉ ୬୨ଟି ସ୍ଥାନ ରହିଛି। ୧୯୮୩ ମସିହାରେ ଆଗ୍ରା ଦୁର୍ଗ, ତାଜମହଲ, ଅଜନ୍ତା ଗୁମ୍ଫା ଏବଂ ଏଲୋରା ଗୁମ୍ଫା ତାଲିକାଭୁକ୍ତ ହେବା ପରେ ଦେଶର ଯାତ୍ରା ଆରମ୍ଭ ହୋଇଥିଲା।

  13. 13.ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ ଟୋକିଓ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କରିଛନ୍ତି ।

  14. 14.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ହାଇଦ୍ରାବାଦ ୟୁନିଟ୍ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ୨୭.୫ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଛି।

  15. 15.କେନ୍ଦ୍ର ସରକାର ଫେସ୍ ଆଧାରିତ ପ୍ରମାଣୀକରଣ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ପ୍ରତ୍ୟେକ ଡାକ୍ତରଙ୍କ ଫୋନ୍‌ରେ ଇନ୍‌ଷ୍ଟଲ୍‌ କରାଯିବ। ଡାକ୍ତରମାନେ ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଆପ୍‌ ଜରିଆରେ ସେଲ୍‌ଫି ଦେବାକୁ ପଡ଼ିବ। ଏଥିସହିତ ଆପ୍‌ରେ ଥିବା ବ୍ୟବସ୍ଥା ଅନ୍ତର୍ଗତ ଜିପିଏସ୍‌ ଲୋକେସନ୍‌ ମଧ୍ୟ ଦେବାକୁ ପଡ଼ିବ।

  16. 16.ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ। ୬ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ରାସନ୍‌ କାର୍ଡ ମିଳିବ। ପାରମ୍ପରିକ କାର୍ଡ ବଦଳରେ ଏଥର ରଙ୍ଗିନ କାର୍ଡ ପାଇବେ ହିତାଧିକାରୀ।

  17. 17.ଜଙ୍ଗଲ ମଞ୍ଜୁରି ପାଇବାରେ ହେଉଥିବା ବିଳମ୍ବ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରେଳଠାରୁ ଆରମ୍ଭ କରି ଶକ୍ତି, ଶିକ୍ଷା ଓ ଜଳ ସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ ଶେଷ ହୋଇପାରିବ।

  18. 18.ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୭ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୦ଟିରେ ନିୟମିତ କୁଳପତି ନାହାନ୍ତି। ଉତ୍କଳ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୬ ମାସ ଲେଖାଏଁ ବୃଦ୍ଧି ହୋଇଛି।

  19. 19.ଆସନ୍ତା ମେ’ ୧ରୁ ‌‌ଦେଶରେ ଉପଗ୍ରହ ଟୋଲ ବ୍ୟବସ୍ଥା ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି। 

  20. 20.ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ୩୪ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପଂଜାବ କିଙ୍ଗ୍‌ସ ୫ ୱିକେଟ୍‌ରେ ପରାସ୍ତ କରିଛି।

137 Y
285 19-04-2025 English
  1. 1.UNESCO has added 74 new documentary heritage collections to its Memory of the World Register, including manuscripts of the Bhagavad Gita and Bharat Muni’s Natyashastra from India.

  2. 2.The government Friday clarified that it is not mulling to levy GST on UPI transactions above Rs 2,000.

  3. 3.Chief Minister M K Stalin Friday slammed Union Home Minister Amit Shah for accusing the DMK regime of using issues such as NEET and delimitation as diversionary tactic and challenged him to give "clear answers" to prove his point.

  4. 4.US airstrikes targetting an oil port held by Yemen's Houthi rebels killed 74 people and wounded 171 others, the group said Friday, marking the single-deadliest known attack under President Donald Trump's new campaign targetting the rebels.

  5. 5.Senior IAS offi cer Nikunja Bihari Dhal, who is currently serving as Additional Chief Secretary to the Chief Minister of Odisha, has been appointed as Secretary in Ministry of Parliamentary Affairs .

  6. 6. Amidst allegations of illegal coal mining and smuggling in Sundargarh district, the state government Friday dispatched two ministers to conduct an onthe-spot inquiry.

  7. 7.In a bid to ensure expeditious clearance of forest land for various development projects, the state government Friday decided to hold weekly review meetings every Tuesday.

  8. 8.In a move aimed at strengthening Public Distribution System (PDS), the state government is set to issue new ration cards to eligible beneficiaries under National Food Security Act (NFSA) and the State Food Security Scheme (SFSS).

  9. 9.Mahendra Hembram, 48, who spent 25 years in prison for the 1999 killing of Australian missionary Graham Staines and his two sons in Manoharpur village, was released this week and says he will now dedicate his life to social service and the protection of Sanatan Dharma.

  10. 10.Indian astronaut Shubhanshu Shukla is set to travel to the International Space Station next month as part of an Axiom-4 mission, four decades after Rakesh Sharma’s iconic spacefl ight onboard Russia's Soyuz spacecraft, Union Minister Jitendra Singh said Friday.

  11. 11.A rare exposition of the sacred tooth relic of Lord Buddha began Friday in Sri Lanka’s central town of Kandy after a gap of 16 years, according to an offi cial statement.

  12. 12. Israeli airstrikes hit about 40 targets across the Gaza Strip over the past day, the military said Friday, hours after Hamas rejected an Israeli ceasefire offer that it said fell short of its demand to agree a full end to the war.

  13. 13.A portrait of a young Palestinian boy who lost both arms as a result of an Israeli attack in Gaza was honoured Thursday as World Press Photo of the year.

  14. 14.After registering negative growth, the country's gold imports, which impact Current Account Defi cit (CAD), jumped by 192.13 per cent to $4.47 billion in March. Gold imports stood at $1.53 billion in January 2024.

  15. 15. Former West Bengal BJP president Dilip Ghosh tied the knot with party colleague Rinku Majumdar in an intimate ceremony Friday.

105 Y
286 18-04-2025 Odia
  1. 1.ୱକଫ୍‌ ଆଇନର କେତେକ ବ୍ୟବସ୍ଥା ଉପରେ ସୁପ୍ରିମ୍‌କୋର୍ଟ   ୭ ଦିନ ପାଇଁ ରୋକ୍ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  2.  2.ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ନିଜ ଚାକିରି ହରାଇଥିବା ୧୩ ହଜାରରୁ  ସଚ୍ଚୋଟ  ଶିକ୍ଷକ ସେମାନଙ୍କ ଚାକିରିରେ ରହିପାରିବେ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି।

  3. 3.ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ସୁପ୍ରିମ୍‌କୋର୍ଟର କ୍ଷମତା ଉପରେ କଡ଼ା  ମନ୍ତବ୍ୟ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯେଉଁଠାରେ ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି।

  4. 4.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଉଲ୍ଲଂଘନ ମାମଲାରେ ବେଙ୍ଗାଲୁରୁର କୁକୁର ବ୍ରିଡ଼ର ସତୀଶଙ୍କ ଘରେ ଚଢାଉ କରିଛି। ସତୀଶ ନାମକ ଏହି ବ୍ୟକ୍ତି ଦାବି କରିଥିଲେ ଯେ ସେ ୫୦ କୋଟି ଟଙ୍କାରେ ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣିଛନ୍ତି।

  5. 5.ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ୱାକଫ ବୋର୍ଡ କିମ୍ବା ୱାକଫ ପରିଷଦରେ କୌଣସି ନିଯୁକ୍ତି ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ କୋର୍ଟ ଏହା କରିଛନ୍ତି । ଏହା ସହିତ, ବ୍ୟବହାରକାରୀଙ୍କ ଦ୍ୱାରା ପଞ୍ଜିକୃତ କିମ୍ବା ଘୋଷିତ ୱାକଫ ସମ୍ପତ୍ତିଗୁଡ଼ିକୁ ବିସୂଚିତ କରାଯିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖରେ ହେବ।

  6. 6.ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ଦିବୁଲଗଞ୍ଜ ୟୁନାଇଟେଡ ହସ୍ପିଟାଲର ଜଣେ ଡାକ୍ତରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଜଙ୍ଗଲରେ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ହସ୍ପିଟାଲର ସିଏମଏସ ଡାକ୍ତର ରବି ପ୍ରତାପ ସିଂହ ତାଙ୍କୁ ସ୍ୱାଗତ କରିବାକୁ ଆସି ନଥିଲେ। ଏଥିରେ ମନ୍ତ୍ରୀ ରାଗିଯାଇଥିଲେ।

  7. 7.ଆସନ୍ତା ୩ ବର୍ଷ ମଧ୍ୟରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ। ଜର୍ମାନୀ ଓ ଜାପାନକୁ ଟପିଯିବ। ଏଥିସହିତ ୨୦୪୭ ମସିହା ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ନିତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ କହିଛନ୍ତି।

  8. 8.ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କ ମଧ୍ୟରେ ୨୦୨୧ରେ ଘଟିଥିବା ବିବାହ ବିଚ୍ଛେଦ ହେଉଛି ବିଶ୍ବର ସବୁଠୁ ମହଙ୍ଗା ବିଚ୍ଛେଦ। ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିଲ୍ ଓ ମେଲିଣ୍ଡା ପରସ୍ପରଠାରୁ ଅଲଗା ହୋଇଥିଲେ। ଏହି ବିଚ୍ଛେଦରୁ ମେଲିଣ୍ଡାଙ୍କୁ ୧୩,୦୦୦ କୋଟି ଡଲାର (୧୧,୧୦,୪୬୨ କୋଟି ଟଙ୍କା) ମିଳିଛି।

  9. 9.ଚଳିତମାସ ୧୧ତାରିଖରେ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କୁ ଏବେ କାର୍ଡ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହୋଇଛି। ରୋଗୀ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସଫ୍‌ଟୱେରରେ ଗୁରୁତର ସମସ୍ୟା କାରଣରୁ ରୋଗୀମାନେ ତୁରନ୍ତ ଆଡ୍‌ମିସନ ନ ପାଇ ହଟହଟା ହେଉଛନ୍ତି।

  10. 10.ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ। ଏଥିପାଇଁ ଆଜି ସେ ଶଙ୍ଖ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଉ କେହି ନାମାଙ୍କନ କରି ନଥିବାରୁ ନବୀନ ହିଁ ପୁଣି ନିଦ୍ଵନ୍ଦରେ ସଭାପତି ହେ‌ବା ଏକପ୍ରକାର ନିଶ୍ଚିତ ହୋଇଛି।

  11. 11.ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ, ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

  12. 12.ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।  ଖୁବ୍‌ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କ‌ା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

  13. 13.ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲିରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଜରିମୂଳିକୁ ସଂଯୋଗ କରିବାକୁ ଥିବା ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ପର୍କ ସେତୁର ଶିଳାନ୍ୟାସ ହୋଇଛି।

  14. 14.ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ରାମକୃଷ୍ଣ ମିଶନର ଜଣେ ସାଧୁ ସାଇବର ଅପରାଧୀମାନେ ସ୍ଵାମୀ ସୁପ୍ରଦୀପ୍ତାନନ୍ଦ ମହାରାଜଙ୍କୁ ଦୀର୍ଘ ୨୬ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖିଥିବାବେଳେ ତାଙ୍କଠାରୁ ଅନଲାଇନରେ ୨.୫୨ କୋଟି ଟଙ୍କା ଲୁଟି ନେଇଛନ୍ତି।

  15. 15.ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ୨ୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଭାରତର ସୁରୁଚି ସିଂହ। କ୍ରମାଗତ ୨ୟ ଦିନରେ ସୁରୁଚିଙ୍କ ଏହା ୨ୟ ସ୍ଵର୍ଣ୍ଣ।

143 Y
287 18-04-2025 English
  1. 1.Russia’s Supreme Court Thursday suspended the over two decades old ban on Afghanistan’s ruling Taliban, paving the way for the establishment of full-fl edged relations between Moscow and Kabul.
  2. 2.The Centre Thursday assured the Supreme Court that it will neither denotify waqf properties, including ‘waqf by user’, nor make any appointments to the Central Waqf Council and waqf boards till May 5.

  3. 3.Forest, Environment and Climate Change Minister Ganeshram Singhkhuntia Thursday announced that steps are being taken to grant Similipal the status of a National Park soon.

  4. 4.Leader of Opposition in the Assembly Naveen Patnaik Thursday filed his nomination papers for the post of BJD president for the ninth time here. The former CM was the sole candidate for the post.

  5. 5.Union Road Transport and Highways Minister Nitin Gadkari Thursday laid the foundation stones for 17 projects and inaugurated two others worth `4,173 crore in the state, and said Odisha will soon get America-like highways.

  6. 6.In a major relief, the Supreme Court Thursday extended till December 31 the services of terminated West Bengal teachers found 'untainted' by the CBI.

  7. 7.Maharashtra government has decided that Hindi as a third language will be mandatory for students in classes 1 to 5 in Marathi and English-medium schools across the state, in a departure from the practice of studying two languages.

  8. 8.Vice President Jagdeep Dhankhar Thursday questioned the judiciary setting a timeline for the President to take decisions and act as a ‘super Parliament’, saying the Supreme Court cannot fire a ‘nuclear missile’ at democratic forces.

  9. 9.Padma Shri awardee and internationally acclaimed sand artist Sudarsan Pattnaik met President Droupadi Murmu at Rashtrapati Bhavan Wednesday, her office confirmed Thursday.

  10. 10.The Olive Ridley turtle, tagged at Wheelers Island in Gahirmatha Marine Sanctuary on Odisha coast March 18, 2021, has swam around 3,600 km through the Bay of Bengal to lay eggs in Guhagar beach in Maharashtra, prompting experts to emphasise the need for an elaborate scientific study of their migration behaviour.

  11. 11.A major milestone in the Khurda Road–Bolangir New Rail Line project has been achieved with the successful breakthrough (daylighting) of the 4,185-metre-long Tunnel T-4 between Adenigarh and Charichhak stations in Boudh district Wednesday.

  12. 12. Over 1,000 kg of gold articles offered to 21 temples across Tamil Nadu by devotees but lying unused were melted and converted into 24-carat bars and deposited in banks. This investment of gold bars is fetching it an annual interest of Rs 17.81 crore, the government said Thursday.

  13. 13.Tamil Nadu Minister for Tamil Development, Information and Publicity, MP Saminathan, has announced that a statue of the revered Tamil poet, philosopher, and saint Thiruvalluvar will be installed at Jawaharlal Nehru University (JNU) in Delhi at an estimated cost of Rs 50 lakh.

  14. 14.The Madras High Court Thursday directed the Tamil Nadu police to file a case against state Forest Minister K Ponmudy, following his recent controversial remarks and warned of contempt if they failed to do so.

  15. 15. In a recently-filed chargesheet in the Associated Journals Limited-Young Indian-National Herald money-laundering case, the Enforcement Directorate (ED) has sought confiscation of assets worth Rs661 crore that it has attached during the course of the investigation, according to official sources.

107 Y
288 17-04-2025 Odia
  1. 1.ଜାତୀୟ ବଜାରଠାରୁ ଓଡ଼ିଶାରେ ଦରଦାମ୍‌ କମ୍ ହୋଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ କହୁଛି ଯେ ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ୩.୧ ପ୍ରତିଶତକୁ ହ୍ରାସ ପାଇଛି। ତାହା ଜାତୀୟ ହାର ୩.୩୪ ପ୍ରତିଶତଠାରୁ କମ୍। 

  2.  2.ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନୂଆ ଆଇନର  ବିଭିନ୍ନ ବ୍ୟବସ୍ଥା, ବିଶେଷକରି ‘ଵକଫ୍‌ ବାଇ ୟୁଜର’ ସମ୍ପତ୍ତି  ଉପରେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେଣ୍ଟ୍ରାଲ ଵକଫ୍‌ କାଉନସିଲରେ ଅଣମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବାର ବ୍ୟବସ୍ଥା ଉପରେ ମଧ୍ୟ କୋର୍ଟ ପ୍ରଶ୍ନ ଉଠାଇଥିଲେ ଏବଂ ସରକାରଙ୍କୁ ପଚାରିଥିଲେ ଯେ ମୁସଲମାନମାନଙ୍କୁ ହିନ୍ଦୁ ଏଣ୍ଡାଓମେଣ୍ଟ ବୋର୍ଡର ଅଂଶ ହେବାକୁ ଅନୁମତି ଦିଆଯିବ କି ?

  3. 3.ବୁଧବାର ଭୋର ୪ଟା ୪୩ ମିନିଟ ସମୟରେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୫.୯ । 

  4. 4.ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଭିତିରିଆ ସମର୍ଥନ କରିଥିଲେ କିନ୍ତୁ ଏହାକୁ ସର୍ବସାଧାରଣରେ ଲୋକ ଦେଖାଣିଆ ବିରୋଧ କରିଥିଲେ। ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ଏଏସ୍ ଦୁଲତ ତାଙ୍କ ନୂଆ ପୁସ୍ତକ ‘ଦ ଚିଫ୍ ମିନିଷ୍ଟର ଆଣ୍ଡ୍ ଦ ସ୍ପାଇ’ (ମୁଖ୍ୟମନ୍ତ୍ରୀ ଓ ଗୁପ୍ତଚର)ରେ ଏପରି ଦାବି କରିଛନ୍ତି। 

  5. 5.ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆପୋଲୋ ଗ୍ରିନ୍ ଏନର୍ଜି ୪୫୦୦ କୋଟି ଟଙ୍କା ନିବେଶ କରିବାକୁ ଆଗ୍ରହ ଦେଖାଇଛି। ବର୍ତ୍ତମାନ କମ୍ପାନି ଗଞ୍ଜାମରେ ୧୫୧ ‌କୋଟି ଟଙ୍କା ନିବେଶରେ ୫୪ ମେଗାୱାଟ୍ ବିଶିଷ୍ଟ ଏକ ସୌର ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରୁଛି। ରାଜ୍ୟର ଅନ୍ୟ ସ୍ଥାନରେ ସେହି ଧରଣର ପ୍ରକଳ୍ପ ବିକାଶ କରିବାକୁ କମ୍ପାନି ଆଗ୍ରହ ପ୍ରକାଶ କରିଛି।

  6. 6.ଚୀନ୍‌ର ଜଣେ ମହିଳା  ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍‌ରେ  ଆତଙ୍କ ସୃଷ୍ଟି ହୋଇଛି। 

  7. 7.ଆମେରିକା ଏବଂ ଚୀନ ମଧ୍ୟରେ ତାରିଫ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଚୀନ ଉପରେ ୨୪୫% ତାରିଫ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହା ୧୪୫% ରହିଥିଲା।

  8. 8.ଭାରତର ଆଗାମୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଭୂଷଣ ଆର ଗଭାଇଙ୍କ ନାମକୁ ପ୍ରସ୍ତାବ ଦିଆଇଛି। ଗଭାଇଙ୍କ ନାମକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଇନ ମନ୍ତ୍ରଣାଳୟକୁ ସୁପାରିସ ପଠାଯାଇଛି। ବର୍ତ୍ତମାନ ଭାରତର ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖାନ୍ନା ଆଗାମୀ ମେ ୧୩ ତାରିଖରେ ଅବସର ନେବାକୁ ଯାଉଛନ୍ତି। 

  9. 9. ମହାରାଷ୍ଟ୍ରର ଏକ ମ୍ୟୁନିସିପାଲିଟିର ସାଇନବୋର୍ଡରେ ଉର୍ଦ୍ଦୁ ଭାଷା ବ୍ୟବହାରକୁ ବିରୋଧ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଛନ୍ତି, ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ ଏବଂ ଭାରତର ଭାଷାଗତ ବିବିଧତାକୁ ପ୍ରଶଂସା କରାଯିବା ଉଚିତ।

  10. 10.ସୁନା ଦର ଗତଦୁଇ ଦିନ କମ୍ ହେବା ପରେ ବୁଧବାର ପୁଣି ମହଙ୍ଗା ହୋଇଛି। ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୯୫୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୯୯୦ ଟଙ୍କା ମହଙ୍ଗା ହୋଇଛି। ଏହି ଦରବୃଦ୍ଧି ପରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮,୧୫୦ ଟଙ୍କାକୁ ଏବଂ ୨୪ କ୍ୟାରେଟ୍ ସୁନା ଦାମ୍ ୯୬,୧୭୦ ଟଙ୍କାକୁ ବୃଦ୍ଧି ପାଇଛି। 

  11. 11.ଦିନିକିଆ ରାଜ୍ୟ ଗସ୍ତରେ ଆସୁଥିବା ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ରାଜପଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

  12. 12.ଅଧ୍ୟାପକ, ଛାତ୍ର ଓ ପୂର୍ବତନ ଛାତ୍ର ସମାଜ ଶୈକ୍ଷିକ ଉତ୍କର୍ଷତା, ବୈଜ୍ଞାନିକ ଭାବନା ଏବଂ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌‌ପାଟି ଆହ୍ୱାନ ଦେଇଛନ୍ତି।

  13. 13.ଓଡିଶାର ୬ ଜିଲା—କେନ୍ଦୁଝର,ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଏବଂ ମୟୂରଭଞ୍ଜ—ଓଡ଼ିଶାର ଖଣିଜ ଉତ୍ପାଦନରେ ମୁଖ୍ୟ ଭୂମିକା ନିର୍ବାହ କରନ୍ତି। ଏହି ଜିଲାଗୁଡ଼ିକର ଖଣିଜ ସମ୍ପଦ ରାଜ୍ୟ ତଥା ଦେଶର ଇସ୍ପାତ, ଶକ୍ତି ଏବଂ ଅଲୁମିନିୟମ ଶିଳ୍ପକୁ ଶକ୍ତି ଯୋଗାଇଥାଏ।

  14. 14.ହେମଗିରି ତହସିଲ ଅଧୀନ କନିକା ନିକଟସ୍ଥ ଜଙ୍ଗଲରେ ଦୁଇଟି ସ୍ଥାନରେ ବେଆଇନ୍‌ ଭାବେ ପରିଚାଳିତ ହେଉଥିବା ଆର୍ଯ୍ୟନ କୋଲ୍ ୱାସେରିକୁ ପ୍ରଶାସନ ସିଲ୍‌ କରିଦେଇଛି। ଆର୍ଯ୍ୟନ କୋଲ୍ ୱାସେରିର ପାହାଡ଼ ଉଚ୍ଚର ହଜାର ହଜାର ଟନ୍ ବେଆଇନ କୋଇଲା କାରବାର ନେଇ ଅଭିଯୋଗ ହେଲା ପରେ ପ୍ରଶାସନ ଏହାକୁ ନିର୍ଦ୍ଧାରିତ ସମୟରେ ଠାବ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। 

  15. 15.ଓଡିଶା କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍‌ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ। ଏଥି ପାଇଁ ୧୦୮ ଆମ୍ବୁଲାନ୍ସ ଭଳି ରହିବ ସ୍ଵତନ୍ତ୍ର ଟୋଲ ଫ୍ରି ନମ୍ବର ପରିଚାଳିତ ହେବ।

  16. 16.ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଭାରତ ଗସ୍ତରେ ଆସିବେ। ଆସନ୍ତା ୧୮ ତାରିଖରୁ ୨୪ ତାରିଖ ମଧ୍ୟରେ ଭାନ୍ସ ସପରିବାର ଇଟାଲୀ ଏବଂ ଭାରତ ଗସ୍ତରେ ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

  17. 17.କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ କେନ୍ଦ୍ର ସରକରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

  18. 18.କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି।

  19. 19.ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ ଆସିଛି।

  20. 20. PhonePe ଏକ ନୂତନ ଫିଚର ’UPI ସର୍କଲ’ ଲଞ୍ଚ କରିଛି, ଯାହା ଆପଣଙ୍କୁ ଆପଣଙ୍କ UPI ଆକାଉଣ୍ଟରୁ ଆପଣଙ୍କ ପରିବାର କିମ୍ବା ବନ୍ଧୁମାନଙ୍କୁ ପେମେଣ୍ଟ କରିବାର ବିକଳ୍ପ ପ୍ରଦାନ କରେ। ସେମାନଙ୍କର ନିଜସ୍ବ ବ୍ୟାଙ୍କ ଆକାଉଣ୍ଟ ନ ଥିଲେ ବି PhonePe ଆପ୍‌ରେ ଏହାର ଲାଭ ସହଜରେ ପାଇବେ।ଏହି ବୈଶିଷ୍ଟ୍ୟ ଆପଣଙ୍କୁ ଆପଣଙ୍କର UPI ଆକାଉଣ୍ଟରୁ ଅନ୍ୟ ଯେକୌଣସି ବ୍ୟକ୍ତି ଅର୍ଥାତଦ୍ୱିତୀୟ ଉପଭୋକ୍ତାଙ୍କୁ ପେମେଣ୍ଟ କରିବାକୁ ଅନୁମତି ଦିଏ।

175 Y
289 17-04-2025 English
  1. 1.China now faces tariffs up to 245 per cent on imports to the United States due to its retaliatory actions, the White House has said, as the trade war escalated between the world’s two largest economies.

  2. 2.Chief Justice of India Sanjiv Khanna Wednesday recommended to the Centre the name of Justice Bhushan Ramkrishna Gavai as the next CJI.

  3. 3.In a significant development, the Supreme Court Wednesday proposed to stay certain key provisions of the contentious Waqf (Amendment) Act, 2025, including the power to denotify properties declared as waqf by courts and inclusion of non-Muslims in central Waqf councils and boards.

  4. 4.After25 yrs Keonjhar, Mahendra Hembram, one of the convicts in the highprofile murder case of Australian missionary Graham Staines and his two minor sons, was released from Keonjhar jail Wednesday after serving 25 years.

  5. 5.Odisha is fully committed to realising the goal of Clean and Green India, and will provide all possible facilities and support to achieve the ambitious goal of green energy in Odisha, stated Deputy Chief Minister Kanak Vardhan Singh Deo during a meeting with Apollo Green Energy Limited (AGEL) at Lokseva Bhawan conference hall here Wednesday.

  6. 6.A major milestone in the Khurda Road–Bolangir new rail line project was achieved Wednesday, with the successful breakthrough (day lighting) of the 4,185-metre-long tunnel T-4 between Adenigarh and Charichhak stations in Boudh district.

  7. 7.Chief Minister Mohan Charan Majhi Wednesday announced that the state would receive a huge impetus in terms of industrial development as Rs7,000 crore will be invested in 10 new industrial projects lined up for Mayurbhanj district.

  8. 8.Maharashtra Chief Minister Devendra Fadnavis Wednesday inaugurated an airport at Amravati in eastern parts of the state, where he said a pilot training school coming up nearby will be the largest such institution in South East Asia.

  9. 9.West Bengal Chief Minister Mamata Banerjee Wednesday termed the communal violence in Murshidabad as "pre-planned", accusing BSF, central agencies and the BJP of orchestrating tension by allegedly facilitating outsiders and enabling cross-border infl ux from Bangladesh.

  10. 10.Urdu is born in this land, the Supreme Court has said while describing it as the fi nest specimen of ‘Ganga Jamuni tahzeeb’ and stating that considering it a language of Muslims is a “pitiable digression” from reality and unity in diversity.

  11. 11.The Central Railway (CR) has installed an automated teller machine (ATM) onboard the Mumbai-Manmad Panchavati Express on an experimental basis, officials said.

  12. 12.Amid what looks like a caste conundrum, the Karnataka cabinet, led by Chief Minister Siddaramaiah will discuss the contentious Socio-Economic and Education Survey report, popularly known as 'caste census' Thursday

  13. 13. Apex drugs regulatory body CDSCO has directed drug controllers of all states and Union territories to stop manufacture, sale and distribution of unapproved 35 fi xed-dose combination drugs that include painkillers, nutrition supplements and anti-diabetic.

  14. 14.India plans to end taxes on US ethane and liquefied petroleum gas (LPG) imports under broader negotiations with Washington as it looks to reduce its trade surplus and ease its tariff burden, three sources familiar with the matter said.

  15.  15.India is expected to grow by 6.5 per cent in 2025 on the back of continued robust public spending and ongoing monetary easing, even as the world economy is on a recessionary trajectory, driven by escalating trade tensions and persistent uncertainty, a UN report said.

137 Y
290 16-04-2025 Odia
  1. 1.ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ନିକଟରେ ‘ଟ୍ରେଣ୍ଡ୍‌ସ ଇନ୍ ମାଟର୍‌ନାଲ୍‌ ମୋର୍ଟାଲିଟି ୨୦୦୦ ଟୁ ୨୦୨୩’ ନାମକ ରିପୋର୍ଟ ପ୍ରକାଶ କରିଛି। ୨୦୨୩ରେ ପୃଥିବୀରେ ପ୍ରତି ଦିନ ୭୦୦ ଜଣ ମହିଳା ନିବାରଣଯୋଗ୍ୟ ଗର୍ଭଧାରଣ ଓ ପ୍ରସବକାଳୀନ ଜଟିଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ। ସେହି ବର୍ଷ ନାଇଜେରିଆରେ ସର୍ବାଧିକ ୭୫,୦୦୦ ମାତୃ ମୃତ୍ୟୁ , ତା’ ପଛକୁ ଭାରତ ଓ କଙ୍ଗୋରେ ୧୯,୦୦୦ ଲେଖାଏଁ ମାତୃ ମୃତ୍ୟୁ ହୋଇଥିଲା।

  2. 2.ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେସି)-୨୦୨୫ ର ସାମଗ୍ରିକ ରାଙ୍କିଂରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ୨୦୨୨ ରିପୋର୍ଟ ତୁଳନାରେ ଓଡ଼ିଶାର ରାଙ୍କିଂରେ ଉନ୍ନତି ହୋଇଛି। ୨୦୨୨ରେ ଓଡ଼ିଶାର ସାମଗ୍ରିକ ରାଙ୍କିଂ ୧୧ ଥିଲା।

  3. 3.ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖାଯାଉଛି। ଚୀନ୍ ୪ ଏପ୍ରିଲରେ ବିରଳ ପୃଥିବୀ ଉପାଦାନ ବା ରେୟାର ଆର୍ଥ ଏଲିମେଣ୍ଟ(ଆରଇଇ) ଏବଂ ଚୁମ୍ବକ ରପ୍ତାନି ନିଷେଧ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କର ଜବାବରେ ଏହି ପଦକ୍ଷେପ ନିଆଯାଇଛି।

  4. 4.ଟେକ୍ ଜାଏଣ୍ଟ ଆପଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମାଡ଼ରୁ ବର୍ତ୍ତିବା ପାଇଁ ରାତିଦିନ ଏକ କରି ଭାରତରୁ ୬ ଚାଟାର୍ଡ କାର୍ଗୋ ବିମାନରେ ୬୦୦ ଟନ୍ କିମ୍ବା ପ୍ରାୟ ୧.୫ ନିୟୁତ ଆଇଫୋନ୍ ଆମେରିକାକୁ ନେଇଯାଇଛି।

  5. 5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ଭାରତୀୟ ଧନୀମାନଙ୍କୁ ଗୁରୁତର ପ୍ରଭାବିତ କରିଛି। ଷ୍ଟକ୍ ବଜାରରେ କମ୍ପାନି ସେୟାର ମୂଲ୍ୟ କମ୍ ହେବାରୁ ସେମାନେ ବିପୁଳ ପାଣ୍ଠି ହରାଇଛନ୍ତି। ବ୍ଲୁମ୍‌ବର୍ଗ ବିଲିଓନେୟାର ଇଣ୍ଡେକ୍ସ ତଥ୍ୟ ଅନୁସାରେ ୨୦୨୫ରେ ଭାରତୀୟ ଧନୀମାନେ ୨.୬୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

  6. 6.ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କେତେକ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

  7. 7.ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି।

  8. 8.ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର  ଝଟକା । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ରହିଛି  ।

  9. 9.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମଙ୍ଗଳବାର ବିଧାନସଭାରେ ଘୋଷଣା କରିଛନ୍ତି ଯେ ରାଜ୍ୟପାଳଙ୍କ ସହ ବିବାଦ ବଢ଼ୁଥିବାରୁ ରାଜ୍ୟର ସ୍ୱୟଂଶାସନ ପାଇଁ ପଦକ୍ଷେପ ସୁପାରିସ କରିବା ଲାଗି ଏକ ପ୍ୟାନେଲ ଗଠନ କରାଯାଇଛି।

  10. 10.କର୍ଣ୍ଣାଟକରେ ଏକ ସ୍ବତନ୍ତ୍ର କୋର୍ଟ ମୁଦା ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ତଦନ୍ତ ଜାରି ରଖିବାପାଇଁ ଲୋକାୟୁକ୍ତକୁ ଅନୁମତି ଦେଇଛନ୍ତି।

  11. 11.ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଟିପ୍ପଣୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟ‌ରେ ହାଇକୋର୍ଟ ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିବା ସମୟରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହ ପୀଡ଼ିତାଙ୍କୁ କହିଥିଲେ ଯେ ସେ ନିଜେ ହିଁ ସମସ୍ୟାକୁ ଆମନ୍ତ୍ରଣ କରିଥିଲେ। ହାଇକୋର୍ଟଙ୍କର ଏହି ଟିପ୍ପଣୀକୁ ଆଜି ସୁପ୍ରିମକୋର୍ଟ ସମାଲୋଚନା କରି କହିଛନ୍ତି।

  12. 12.ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିର ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହେବା ସହ ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ (ନେଭା) ମାଧ୍ୟମରେ କାଗଜବିହୀନ ବିଧାନସଭା ପରିଚାଳନାର ସଫଳ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।

  13. 13.ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ଓପିଜିସିର ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପାଇଁ ଦୁଇଟି ଦରଖାସ୍ତ ଓଇଆରସିଙ୍କ ନିକଟରେ ଦାଖଲ ହୋଇଥିବାବେଳେ ଆୟୋଗ ପ୍ରଥମ ପର୍ଯ୍ୟାୟରେ ୪୨୦ ମେଗାୱାଟ ବିଶିଷ୍ଟ ୟୁନିଟ ୧ ଓ ୨ ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କରି ଖୁଚୁରା ବିଦ୍ୟୁତ୍ ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିଲେ।

  14. 14.ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

  15. 15.ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ଋଣ ବ୍ୟବସ୍ଥା ଜାରି ରହିବ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିଁ ।

174 Y