Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
1411 13-09-2023 Odia
  1. ଜୁନ୍ ୨୦୨୦ରେ ଗଲୱାନ୍ ସଂଘର୍ଷ ପରେ ଭାରତ ଓ ଚୀନ୍ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି ଯେ ଲଦାଖରେ ଚୀନ୍ ୪୦୬୭ ବର୍ଗ କିଲୋମିଟର ଜମି ହଡ଼ପ କରିନେଇଛି। ତଥାପି ସରକାର ଏହାକୁ ମାନିବାକୁ ନାରାଜ । ସ୍ବାମୀ କହିଛନ୍ତି, ସତ କ’ଣ ତାହା ଜାଣିବାକୁ ସେ ସୁପ୍ରିମକୋର୍ଟ ଯିବେ ।
  2. ଭାରତୀୟ କାର୍‌ କମ୍ପାନିଙ୍କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ସତର୍କ କରାଇ ଦେଇଛନ୍ତି। ଯଦି କମ୍ପାନିଗୁଡ଼ିକ ଡିଜେଲ ଗାଡ଼ିର ବିକ୍ରି ନକମାଇବେ ତାହେଲେ ସେ ବାଧ୍ୟ ହୋଇ ଏହି ଗାଡ଼ି ଉପରେ ଟିକସ ବଢ଼ାଇବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ।
  3. ମଣିପୁରରେ ପୁଣି ଘଟିଛି ରକ୍ତପାତ । ରାଜ୍ୟର କାଙ୍ଗପୋକପି ଜିଲ୍ଲାରେ ମଙ୍ଗଳବାର ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସର ସୂଚନା ଅନୁଯାୟୀ ଏହି ଆକ୍ରମଣରେ ନିହତ ଲୋକମାନେ କୁକି-ଜୋ ସମ୍ପ୍ରଦାୟର ।
  4. ୧୫୨ ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମଙ୍ଗଳବାର ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଉପନିବେଶକାଳୀନ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ୫ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି ।
  5. ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିବିଆଇକୁ ଅନୁମତି ଦେଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟକୁ ଏନେଇ ଅବଗତ କରିଛି ସିବିଆଇ ।
  6. କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି ।
  7. ସ୍ବଦେଶୀ ଜ୍ଞାନକୌଶଳରେ ୨ ବର୍ଷ ଧରି ନିର୍ମାଣ ଚାଲିଥିବା ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ ବୋଲି ସୋମବାର ସୂଚନା ଦିଆଯାଇଛି। ଏଥିରେ ୩ଜଣ ଅନୁସନ୍ଧାନକାରୀ ମଧ୍ୟ ଯିବେ।
  8. ପର୍ତ୍ତୁଗାଲର ସାଓ ଲରେନକୋ ଡି ବାଇରୋ ରବିବାର ଏକ ଛୋଟ ସହରର ରାସ୍ତାରେ ରେଡ୍ ୱାଇନ୍‌ର ନଦୀ ପ୍ରବାହିତ ହେବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨.୨ ନିୟୁତ ଲିଟରରୁ ଅଧିକ ରେଡ୍ ୱାଇନ୍ ଥିବା ବ୍ୟାରେଲ ବୋଝେଇ ଟାଙ୍କି ଅପ୍ରତ୍ୟାଶିତ ଭାବରେ ଫାଟି ଯାଇଥିଲା।
  9. ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଓ ପୂର୍ବ ଭାରତରେ ସକ୍ରିୟ ରହିବ ଏବଂ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୋମବାର କହିଛି।
  10. ନିଷିଦ୍ଧ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍‌ସ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ)ର ମୁଖ୍ୟ ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପାନୁନ ଭାରତ ସରକାରଙ୍କୁ ନୂଆ ଧମକ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ଏକ ନୂଆ ଅଡିଓରେ ଏହି ଧମକ ଦେଇଛି।
  11. ସଂସଦରେ ମୋଟ୍‌ ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣ ତଥା ୪୦ ପ୍ରତିଶତ ସାଂସଦଙ୍କ ବି‌ରୋଧରେ ଅପରାଧିକ ମାମଲା ରହିଛି। ଏଡିଆର (ଆସୋସିଏସନ ଫର୍‌ ଡିମୋକ୍ରାଟିକ ରିଫର୍ମସ) ଏବଂ ଏନ୍‌ଇଡବ୍ଲ୍ୟୁ (ନେସନାଲ ଇଲେକ୍ସନ୍‌ ୱାଚ) ଦ୍ବାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
  12. କୋଟିଆ ବିବାଦରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି।
  13. ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି)ରେ ନାଗାଲାଣ୍ଡ ରାଜ୍ୟକୁ ରିହାତି (ବାଦ ଦେବା) ପାଇଁ ଏକ ସଂକଳ୍ପ ନାଗାଲାଣ୍ଡ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି।
  14. ଫ୍ଲାଟ୍‌ ବିକ୍ରୟ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସମନ୍‌ ପାଇଥିବା ‘ତୃଣମୂଳ କଂଗ୍ରେସ’ (ଟିଏମ୍‌ସି) ସାଂସଦ ନୁସ୍‌ରତ୍‌ ଜହାଁ ଆଜି କୋଲ୍‌କାତାସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ହାଜର ହୋଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।
  15. ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ହରିୟାଣା ପୋଲିସ ଦ୍ୱାରା ଅଟକ ରହିବା ପରେ ବଜରଙ୍ଗ ଦଳର ମୋନୁ ମାନେସରଙ୍କୁ ଗିରଫ କରାଯାଇଥିଲା।
  16. ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍‌ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି।
  17. ଭାରତର ତାରକା ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିନ୍ତି। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
  18. କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରେ ଆରମ୍ଭ ହେବ। ଏଥିରୁ ସରକାର ୧ ହଜାର କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
  19. କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ ଦେଖୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।
  20. ଭାରତୀୟ ଜନତା ପାର୍ଟି(ଭାଜପା)ର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୨୪ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି।
401 Y
1412 13-09-2023 English
  1. Emergency workers uncovered hundreds of bodies as they dug through the wreckage of Libya's eastern city of Derna Tuesday, and 10,000 people were reported still missing after floodwaters broke through dams and smashed through the city, washing away entire neighbourhoods.

  2. About 40 per cent of sitting MPs have criminal cases registered against them out of which 25 per cent have declared serious criminal cases under charges of murder, attempt to murder, kidnapping and crimes against women, according to poll rights body ADR

  3. Two deaths reported from Kerala's Kozhikode district were caused by Nipah virus, Union Health Minister Mansukh Mandaviya said Tuesday

  4. The Supreme Court Tuesday sternly remarked that judicial work cannot be brought to a standstill, how unfortunate the incident might be, and issued notice to the president and secretary of Rayagada bar association for abstention of court work on account of death of an advocate.

  5. Manipur witnessed fresh violence Tuesday as unidentified armed men, suspected to be cadres of banned terror groups, attacked people from the tribal community, killing three of them in Kangpokpi district, officials said.

  6.  In a significant development, the Union government has allocated `2.4 crore for feasibility study of Jajpur Keonjhar-Dhamra Railway project.

  7. A fresh low-pressure area (Lopar) is brewing over the Bay of Bengal and due to it, heavy rains are likely in parts of Odisha till September 15, the India Meteorological Department (IMD) said Tuesday

  8. During a high-level meeting to review the status of several industrial and infrastructure projects, the Chief Minister Office (CMO) Tuesday decided to explore alternative options for utilising industrial land lying vacant in state to set up projects that will generate employment.

  9. Odisha Starup Yatra embarked on a journey from Khurda with enthusiastic participation from the more than 1,500 students. During the occasion, a total of 107 innovative ideas were generated from across 15 colleges. The Yatra has laid solid foundation to materialising state government’s ambition of creating 5,000 startups by 2025.

  10. BJD vice-president Soumya Ranjan Patnaik was removed from his post Tuesday, for allegedly writing critical editorials about the government in an Odia daily. The party has, however, not cited any reason for removing him from the post.

  11. West Bengal Chief Minister Mamata Banerjee Tuesday left for a 12-day tour of Spain and United Arab Emirates to seek investments for the state.

  12. The Supreme Court Tuesday referred to a constitution bench of at least five judges a batch of pleas challenging the constitutional validity of the IPC provision on sedition, a month after the Centre introduced in Parliament bills to replace the colonial-era penal statutes IPC, CrPC and the Evidence Act, proposing among other things the repeal of the sedition law.

  13. TMC MP and actor Nusrat Jahan was Tuesday grilled by Enforcement Directorate (ED) sleuths for nearly six hours at its office in a case linked to alleged duping of senior citizens by promising them flats in New Town area here, a senior official of the probe body said.

  14. North Korean leader Kim Jong Un arrived in Russia Tuesday where he is expected to hold talks with Russian President Vladimir Putin in Russia’s far east amid warnings from the US and South Korea against a potential arms transfer.

  15. India's road transport minister Tuesday said he will propose an additional 10% tax on diesel vehicles and warned automakers of even higher levies to come to force them away from dieselburners and cut fuel emissions and pollution.

  16. ReRetail inflation declined to 6.83 per cent in August after touching a 15- month high of 7.44 per cent in July, mainly due to softening prices of vegetables, but still remains above the Reserve Bank's comfort zone

  17. Russian companies have ceased offering fertiliser such as di-ammonium phosphate (DAP) to India at discounted prices due to tightening global supplies after becoming the biggest suppliers to the country last year, three industry sources told Reuters.

  18. The RBI Tuesday issued revised norms for classification, valuation, and operation of investment portfolios of commercial banks, aligning them with global standards and best practices.

  19. Seasoned umpire Raghu Prasad is the lone Indian match official selected by the International Hockey Federation (FIH) for the Paris Olympic Games 2024. The FIH confirmed Tuesday the names of the technical delegates, officials, umpire managers, umpires and medical officers who have been appointed to the Paris Olympic Games

  20. Aahan of Odisha won a double crown in the 3rd Ganeswar Memorial AITA-OTA All India Super Series U-12 and U-14 ranking tennis tournament, which ended here recently. The tournament was conducted at the Kalinga Stadium tennis complex in the Odisha capital.

427 Y
1413 12-09-2023 Odia
  1. ବେଙ୍ଘାଜି- ଭୀଷଣ ବାତ୍ୟା ଓ ବର୍ଷା ଯୋଗୁଁ ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା କଥା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୋମବାର ଦିନ କହିଛନ୍ତି।

  2. ଭ୍ଲାଦିଭୋସ୍ତୋକ୍‌ରେ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ବିଶେଷ ଶିଖର ସମ୍ମିଳନୀ କରିବା ନିମନ୍ତେ ନିଜସ୍ବ ଟ୍ରେନ୍‌ରେ ପ୍ୟୋଙ୍ଗ୍ୟାଙ୍ଗ୍‌ରୁ ଯାତ୍ରା ଆରମ୍ଭ କରିଥିବା ଉତ୍ତର କୋରିଆରର ନେତା କିମ୍ ଜୋଙ୍ଗ୍‌ ଉନ୍‌ ରୁଷ୍‌ରେ ପହଞ୍ଚିଥିବା କଥା ଜାପାନୀ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

  3. ଏସିଆ କପ ସୁପର ଫୋରରେ ପାକିସ୍ତାନ ବିପକ୍ଷରେ ଭାରତର ଐତିହାସିକ ବିଜୟ । ପାକିସ୍ତାନକୁ ୨୨୮ ରନରେ ହରାଇ ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ଅପରାଜିତ ଶତକୀୟ ପାଳି ପରେ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଭାରତ ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ପାକିସ୍ତାନକୁ ୨୨୮ ରନ୍‌ରେ ହରାଇ ଦେଇଛି ।

  4. ଆଇଟି କ୍ଷେତ୍ରରେ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଟେକ୍‌ ମହିନ୍ଦ୍ରା ଲିମିଟେଡ୍ ସହଯୋଗରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ ସହଯୋଗୀ ଭାବେ ଟାଟା ଷ୍ଟିଲ ରହିଛି । ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ସହ ମାଗଣା ଲଜିଂ, ବୋର୍ଡିଂ ଓ ପରିବହନ ବ୍ୟବସ୍ଥା ରହିଛି । ପ୍ରଥମ ବ୍ୟାଚରେ ସାରା ଓଡ଼ିଶାରୁ ୧୮୦ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି।

  5. ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିଛନ୍ତି । ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି ।

  6. ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି.

  7. ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ନିଜ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଗୁଳିରେ ବହୁ ବନ କର୍ମଚାରୀ ଜୀବନ ଯାଇଥିବା ବେଳେ ଏବେ ଶିକାରୀ ଓ କାଠ ମାଫିଙ୍କ ଦ୍ୱାରା ବନ କର୍ମଚାରୀଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି।

  8. ‘ୱାନ୍ ନେସନ୍ ୱାନ୍ କାର୍ଡ ରେ  ପାର୍କିଂ, ଟୋଲ୍, ମେଟ୍ରୋ, ଟ୍ରେନ୍ ଟିକେଟ୍, ବସ୍ ଟିକେଟ୍ ଭଳି ଅନେକ ସ୍ଥାନରେ ଆପଣ ଏହି କାର୍ଡ ବ୍ୟବହାର କରିପାରିବେ।

  9. ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଖୁବ ଶୀଘ୍ର ୨୦ହଜାର ପ୍ରାଥମିକ (ସ୍କିମାଟିକ) ଶିକ୍ଷକ ନିଯୁକ୍ତି ପାଇବେ । ଓସେପା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଲିଖିତ ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ।

  10. ସୁପ୍ରିମକୋର୍ଟର ଜଣେ ମହିଳା ଓକିଲଙ୍କୁ ହତ୍ୟା କରାଯାଇଛି। ଓକିଲଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି। ଉକ୍ତ ଓକିଲଙ୍କ ନାଁ ରେଣୁ ସିହ୍ନା ଏବଂ ତାଙ୍କ ବୟସ ୬୧।

  11. ଚୀନ ବିଦେଶ ମନ୍ତ୍ରୀ କିନ୍‌ ଗାଙ୍ଗ୍‌ଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନଥିବାବେଳେ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ନିଖୋଜ ହୋଇଯାଇଥିବା ଶୁଣିବାକୁ ମିଳୁଛି।

  12. ଚନ୍ଦ୍ର ମିସନର ସଫଳତା ଓ ସୌରଯାନର ସଫଳ ଉତ୍‌କ୍ଷେପଣ ପରେ ଭାରତୀୟ ବୈଜ୍ଞାନିକମାନେ ଏକ ସମୁଦ୍ରଯାନ ପ୍ରକଳ୍ପ ଆରମ୍ଭ କରିଛନ୍ତି।

  13. ମରକ୍କୋ ପରେ ୬ତୀବ୍ରତାର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ଜଣାଯାଇଛି। ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ଥିଲା।

  14. ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ହାୱାଇର କିଲାଉଆ ଆଗ୍ନେୟଗିରିରେ ପୁଣି ଥରେ ବିସ୍ଫୋରଣ ହୋଇ ୮୦ ଫୁଟରୁ ଅଧିକ ଉଚ୍ଚତାର ଲାଭା ଉଦଗୀରଣ ହୋଇଛି ।

  15. ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଚାକିରି ପାଇଁ ଟଙ୍କା ମାମଲାରେ ଜେରା କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆସନ୍ତା ୧୩ ତାରିଖ ଦିନ ହାଜର ହେବା ପାଇଁ ସମନ ଜାରି କରିଛି।

  16. ମଣିପୁରରେ ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ (ଇଜିଆଇ) ସଦସ୍ୟଙ୍କ ବିରୋଧରେ ଦୁଇଟି ଏଫ୍‌ଆଇଆର୍ ରୁଜୁ କରାଯାଇଥିବା ବେଳେ ସୁପ୍ରିମ୍‌କୋର୍ଟ ସେମାନଙ୍କ ଅନ୍ତରୀଣ ସୁରକ୍ଷାକୁ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି।

  17. ଜଗତସିଂହପୁରର ଜଟାଧାରରେ ଜେଏସ୍‌ଡବ୍ଲୁ ଗ୍ରୁପ୍ ସ୍ଥାପନ କରିବାକୁ ଥିବା ଜେଏସ୍‌ଡବ୍ଲୁ ଉତ୍କଳ ଇସ୍ପାତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ଅନୁମୋଦନ ପ୍ରଦାନ କରିଛନ୍ତି।

  18. ଜିନ୍ଦଲ ଫେରସ ଲିମିଟେଡ୍‌ ୩,୪୪୯ କୋଟି ଟଙ୍କା ନିବେଶ କରି ଯାଜପୁରର କଳିଙ୍ଗନଗରରେ ଏକ କାର୍ବନ ଷ୍ଟିଲ୍‌ ପ୍ଲାଣ୍ଟ୍‌ ସ୍ଥାପନ କରିବ

  19. ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଏହାର ସୂଚକାଙ୍କ ନିଫ୍ଟି ପ୍ରଥମ ଥର ପାଇଁ ଆଜି ୨୦,୦୦୦ ପଏଣ୍ଟ୍‌ ଅତିକ୍ରମ କରିଥିଲା।

  20. କାର୍ଡ, ଫୋନ୍ ଓ ସ୍ମାର୍ଟୱାଚ୍‌ ପରେ ଲୋକମାନେ ଆଗକୁ ନିଜ କାର୍‌ ଜରିଆରେ ଡିଜିଟାଲ୍‌ ପେମେଣ୍ଟ୍‌ କରିପାରିବେ। ଆମାଜନ ଓ ଟୋନ୍‌ଟ୍ୟାଗ୍‌ ମିଳିତ ଭାବେ ଏହି ଜ୍ଞାନକୌଶଳ ବିକାଶ କରିଛନ୍ତି।

489 Y
1414 12-09-2023 English
  1. Nifty scaled the record 20,000 mark for the first time while benchmark Sensex jumped by 528 points to regain the 67,000 level as robust buying by domestic investors helped equity markets extend the winning run to the seventh straight session Monday.

  2. The Supreme Court ruled Monday a provision of the Delhi Special Police Establishment (DSPE) Act, which made the Centre’s approval mandatory before launching a probe in corruption cases against officers of the rank of joint secretary and above in the Central government, will stand nullified since the date of its insertion September 11, 2003.

  3. North Korean leader Kim Jong Un will visit Russia and he is expected to hold a highly anticipated meeting with Putin.

  4. Terrorists belonging to banned groups United National Liberation Front (UNLF) and People’s Liberation Army (PLA) were allegedly part of the mob from which gunshots were fired at an army officer that left him severely injured in Manipur, officials said Monday.

  5. The Supreme Court Monday extended till September 15 the protection from coercive action it has granted to four members of the Editors Guild of India (EGI) in connection with two FIRs lodged against them.

  6. The state government Monday approved nine industrial projects involving a cumulative investment of Rs 1,01,804 crore. The projects are expected to create employment for over 28,000 people.

  7. The Department of Higher Education (DHE) Monday released the revised timeline for phase II UG and PG admission for the academic year 2023-24. According to the notification issued by DHE, the last date for applying through the common application form (CAF) for UG is September 16.

  8. India and Saudi Arabia Monday decided to expedite implementation of the $ 50 billion West Coast refinery project, and identified energy, defence, semiconductor and space as areas for intensified cooperation during talks between Prime Minister Narendra Modi and Saudi Crown Prince Mohammed Bin Salman Bin Abdulaziz Al-Saud.

  9. India and the UK Monday expressed their commitment to an early conclusion of the free trade agreement (FTA) between the two countries. Addressing a joint press conference with UK Chancellor of Exchequer Jeremy Hunt, Finance Minister Nirmala Sitharaman said both sides intend to expedite the free trade agreement.

  10.  India’s New Delhi has reimposed a ban on firecrackers ahead of the Diwali festival to curb air pollution in the winter, when air quality reaches hazardous levels, the capital city’s environment minister said Monday.

  11. Senior TMC leader Abhishek Banerjee Monday confirmed that he will appear before the ED September 13 as summoned by the central agency.

  12. Altogether 3,907 people have been arrested in Assam in cases relating to child marriage in the past five years, the state Assembly was informed Monday

  13. Tamil Nadu Chief Minister MK Stalin was the only Chief Minister from South India to attend the G20 dinner in New Delhi hosted by the President of India. Stalin shared pictures of his meeting with US President Joe Biden and Prime Minister Narendra Modi on his social media accounts.

  14. Forest department personnel belonging to the Rajnagar range in this district rescued Monday a four feet long estuarine crocodile which had got entangled in a fishing net at Kulasahi ghat.

  15.  Noted physician Professor Dr Rajkishore Das breathed his last at his Biju Patnaik Chhak residence here around 10am Monday. He was 87.

  16. The four vacant Lok Sabha seats are Chandrapur and Pune in Maharashtra, Ghazipur in Uttar Pradesh and Ambala in Haryana. Electoral law stipulates that a bypoll has to be held within six months of a seat falling vacant.

  17. American citizens and leaders across the US Monday paid tributes and honoured the memories of the nearly 3,000 people who died in the horrific September 11 terrorist attacks as the US commemorates 22 years of the tragedy

  18.  India’s top court Monday directed SpiceJet to pay $1.5 million in a case related to unpaid dues to Credit Suisse by September 15 and warned the budget airline of unspecified “drastic action” at the next hearing if it failed to do so.

  19. Hypermarket chain and mall operator Lulu Group International expects to launch its initial public offering (IPO) in the first half of 2024, its chairman said Monday, adding that the company’s shares will be listed in gulf. Regarding investments in India, Ali said the company has invested `200 billion so far and intends to raise this number to `500 billion by 2025

  20. Virat Kohli’s supreme fitness was evident in his 47th ODI century (122 n o, 94b, 9x4, 3x6) while comeback man KL Rahul produced an equally engaging ton (111 n o, 106b, 12x4, 2x6) on comeback as India thrashed a listless Pakistan by record 228-run margin in a rain-marred Super 4 game of the Asia Cup here Sunday

424 Y
1415 11-09-2023 Odia
  1. ଅକ୍ଷରଧାମ ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଅକ୍ଷରଧାମ ମନ୍ଦିରରେ ପୂଜା ଓ ଆଳତି କରିବା ସହ ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ ଅକ୍ଷରଧାମ ଦର୍ଶନ କରିବା ପରେ ବେଶ ଖୁସି ଥିଲେ ।

  2. ଜି-୨୦ ସମ୍ମିଳନୀ ଆଜି ଶେଷ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବିଶ୍ବ ନେତାମାନେ ପ୍ରଥମେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକସ୍ଥଳରେ ଶ୍ରଦ୍ଧା‌ଞ୍ଜଳି ଜ୍ଞାପନ କରିଛନ୍ତି।

  3. ନୂଆଦିଲ୍ଲୀଠାରେ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଜି-୨୦ ଅଧ୍ୟକ୍ଷତ‌ା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦ ଅଧ୍ୟକ୍ଷତାର ପ୍ରତୀକ ଗାଭେଲ (ହାତୁଡ଼ି) ହସ୍ତାନ୍ତର କରିଛନ୍ତି।

  4. ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଡଲାର ଦେବା ବିଷୟରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି୨୦ ଶିଖର ସମ୍ମିଳନୀର ଶେଷ ଦିନରେ ଘୋଷଣା କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ୧୯୪ଟି ଦେଶ ମିଶି ଏହି ପାଣ୍ଠି ସ୍ଥାପନ କରିଛନ୍ତି।

  5. ଭାରତ ୫ଜିରେ ଆଗୁଆ ରହିଥିବା ବେଳେ ପରବର୍ତ୍ତୀ ପିଢ଼ିର ମୋବାଇଲ୍‌ ପ୍ରଯୁକ୍ତି ୬ଜିରେ ମଧ୍ୟ ଆଗରେ ରହିବା ଲାଗି ଉଦ୍ୟମ ଆରମ୍ଭ କରିଛି। ୬ଜି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଭାରତ ଓ ଆମେରିକା ପରସ୍ପର ସହ ହାତ ମିଳାଇଛନ୍ତି। ଏନେଇ ଜି୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

  6. ଭାରତ ଅଧ୍ୟକ୍ଷତାରେ ହୋଇଥିବା ଜି-୨୦ ସମ୍ମିଳନୀ ଆଜି ସଫଳତାର ସହ ସଂପନ୍ନ ହୋଇଥିବା ବେଳେ ଏହା ବୈଶ୍ବିକସ୍ତରରେ ଭାରତର ପ୍ରାଧାନ୍ୟ ବଢ଼ାଇଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ବିଶ୍ବ ନେତାମାନେ ଭୂୟସୀ ପ୍ରଶଂସା କଲେ ।

  7. ମରକ୍କୋର ମର୍ମନ୍ତୁଦ ଭୂକମ୍ପରେ ୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି।

  8. ‘ଜି୨୦’ ଶିଖର ସମ୍ମିଳନୀ‌ ଅବସରରେ ଆୟୋଜିତ ରାତ୍ରଭୋଜିରେ ବିଶ୍ବନେତାମାନଙ୍କୁ ସୁନା ଓ ରୁପା ଥାଳିରେ ଖାଦ୍ୟ ପରିବେଷଣ କରିଥିବାରୁ ‘ଏନ୍‌ସିପି’ ନେତା ଶରଦ ପାୱାର ବିସ୍ମିତ ହେବା ସହିତ ରବିବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

  9. ପୋଲାଣ୍ଡର ଜିଡାଂସ୍କ ସହରରେ ଥିବା ବିଚିତ୍ର ତରଙ୍ଗାୟିତ ଅଟ୍ଟାଳିକା ସମୂହ ପର୍ଯ୍ୟଟକମାନଙ୍କ ଲାଗି ଅନ୍ୟତମ ଆକର୍ଷଣ ହୋଇ ରହିଛି। ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ବାସଗୃହର ଘୋର ଅଭାବ ଥିବା ସମୟରେ ଏହି କୋଠାଗୁଡ଼ିକର ନିର୍ମାଣ କରାଯାଇଥିଲା।

  10. ଅଣ୍ଡା ସଦୃଶ ଏକ ରହସ୍ୟମୟ ସୁବର୍ଣ୍ଣ ପେଣ୍ଡୁ ଆଲାସ୍କା ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗର ଚଟାଣରେ ଥିବା ଦେଖିବାକୁ ମିଳିଛି। ଏହା କ’ଣ ବୋଲି ଜାଣିବା ପାଇଁ ବୈଜ୍ଞାନିକମାନଙ୍କ ମନରେ କୌତୂହଳ ଜାତ ହୋଇଛି। ଆଲାସ୍କା ଜାତୀୟ ମହାସାଗର ଓ ବାୟୁମଣ୍ଡଳ ପ୍ରଶାସନ (ନୋଆ)ର ଏକ ଅନୁସନ୍ଧାନକାରୀ ଦଳ ପ୍ରଥମେ ଅଗଷ୍ଟ ୩୦ରେ ଏହି ଅଜବ ସୁନେଲି ବସ୍ତୁ ଦେଖିବାକୁ ପାଇଥିଲେ।

  11. ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

  12. ଆସନ୍ତାବର୍ଷ ରିଓ ଡି ଜେନିରୋରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମଳନୀରେ ‌ଯଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଯୋଗ ଦିଅନ୍ତି, ତାଙ୍କୁ ସେଠାରେ ଗିରଫ କରାଯାଇ ପାରିବ ନାହିଁ ଶନିବାର ଦିନ ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଦା ସିଲ୍‌ଭା କହିଛନ୍ତି।

  13. ଆସନ୍ତା ୧୩ରେ ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ ।

  14. କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

  15. ଭୁବନେଶ୍ବର ପୁଲିସ ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି ।  ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। ଏ ନେଇ  ଟ୍ରାପିକ ଏସିପି ଜୟନ୍ତ ଦୋରା ସୂଚନା  ଦେଇଛନ୍ତି।

  16. ଯକୃତ ଔଷଧ ଡିଫେଟେଲିୟୋ ଓ କ୍ୟାନସର (କର୍କଟ) ରୋଗୀ ପାଇଁ ବ୍ୟବହାର ହେଉଥିବା ଔଷଧ ଏଡ୍‌‌‌ସେଟ୍ରିସ୍‌ର ନକଲି ଔଷଧ ଦେଶରେ ବିକ୍ରି ହେଉଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହି ସୂଚନା ଦେଇଛି।

  17. ଚୀନର ଏକ ସଂସ୍ଥା ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଆୟୋଜକ ଭାବେ ଭାରତ ଜି ୨୦ ସମ୍ମିଳନୀର ଫାଇଦା ନେଇଛି। ଅନ୍ୟପକ୍ଷରେ ଚୀନର ସ୍ବାର୍ଥକୁ କ୍ଷତି ପହଞ୍ଚାଇଛି। ଚୀନର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରାଳୟ ସହ ଅନୁବନ୍ଧିତ ଚୀନ ଇନଷ୍ଟିଚ୍ୟୁଟ୍ ଅଫ କଣ୍ଟେମ୍ପୋରାରି ଇଣ୍ଟରନ୍ୟାସନାଲ ରିଲେସନ୍ସ ନାମକ ସଂସ୍ଥା ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି।

  18. ଆସନ୍ତା ବର୍ଷରୁ ଶିକ୍ଷା ଋଣ ପାଇବା ସହଜ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ‘ଫ୍ରିକ୍ସନଲେସ୍‌ କ୍ରେଡିଟ୍‌’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହା ଦ୍ବାରା ଋଣ ପାଇଁ ଆବେଦନ ପ୍ରକ୍ରିୟା ବେଶ ସଂଗଠିତ ଓ ସହଜ ହେବ।

  19. ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ରିଜର୍ଭ ଡେ’ ରେ ଖେଳାଯିବ।

  20. ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜର ୩ଦିନ ମଧ୍ୟରେ ହିଁ ଶାହରୁଖଙ୍କ ଫିଲ୍ମ ୩୫୦କୋଟି ଟଙ୍କା ଆୟ କରିସାରିଛି। ୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଥିବା ବେଳେ ଶାହରୁଖଙ୍କ ଫିଲ୍ମ ୩ଦିନରେ ୩୫୦କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

424 Y
1416 11-09-2023 English
  1. Odishaborn scientist of Bhabha Atomic Research Centre (BARC), Mumbai, Jyotirmayee Mohanty has received the IUPAC (International Union of Pure and Applied Chemistry) 2023 Distinguished Women in Chemistry or Chemical Engineering award.

  2. The Uttar Pradesh education department will now teach the basics of coding, computational thinking and artificial intelligence (AI) to over 50 lakh students of Classes 6-8 in around 45,000 state-run schools.

  3. INDIA alliance is very strong. This is the reason for the BJP’s panic. This is the reason that the BJP wants to change the name of the country said  Arbind Kejriwal

  4. DCGI directs states and UTs to keep vigil on sale of falsified versions of Defitelio and Adcetris

  5. Drone attack on an open market south of Sudan’s capital, Khartoum, kills at least 43 people.

  6. Morocco has declared three days of national mourning after a devastating earthquake late Friday night claimed the lives of 2,000 people.

  7. Aditya L1 spacecraft, India’s first space-based mission to study the Sun, successfully underwent its third earth-bound manoeuvre in the early hours of Sunday, ISRO said.

  8. Prime Minister Narendra Modi Sunday made a renewed push for expansion of the UN Security Council (UNSC) and reforms in global institutions to reflect world's "new realities", as the G20 Summit concluded here with world leaders lauding India's presidency for ensuring several tangible outcomes.

  9. After a local court in Vijayawada remanded TDP chief N Chandrababu Naidu in judicial custody for 14 days in an alleged multi-crore corruption scam Sunday, he is being taken amid tight security to Rajamahendravaram Central Prison, 200 km away from Vijayawada.

  10. US President Joe Biden secured deals with Vietnam on semiconductors and minerals as the strategic Southeast Asian nation elevated Washington to its highest diplomatic status alongside China and Russia.

  11. The Reserve Bank is likely to launch the pilot of Central Bank Digital Currency (CBDC) for transactions for interbank borrowing or call money market by October, central bank Executive Director Ajay Kumar Choudhary said Sunday.

  12. Billionaire Gautam Adani-led promoter group has increased stake in two of the group’s listed companies, as the ports-to-energy conglomerate continues to work on a claw back strategy after being hit by damaging reports.

  13. India has produced 66.14 MT crude steel in January-June 2023, registering a 5 per cent year-on-year growth and the uptrend is likely to continue in second half of the year as well, according to SteelMint.

  14. Tesla’s $25,000 car and the company’s dedicated robotaxi will feature a futuristic design -- inspired by the Cybertruck, according to Elon Musk biographer Walter Isaacson.

  15. India’s external debt of USD 624.7 billion at March-end 2023 with a debtservice ratio of 5.3 per cent is within the comfort zone and modest from a cross-country perspective, Finance Minister Nirmala Sitharaman has said.

  16. ONGC Sunday said there was no damage to either farmers or fishermen due to last week’s minor oil spill near Uran in Mumbai. Undersea pipelines bring crude oil from ONGC's fields in the Arabian Sea to Uran before it is transferred to refineries.

  17. Myanmar has received the first shipment of two Russian Su-30 fighter jets, Charlie Than, Myanmar’s trade minister, told the Russian RIA state news agency in remarks published Sunday

  18. The Allahabad High Court has formed a committee to look into the recent incident of police lathi charge on lawyers in Uttar Pradesh's Hapur district.

  19. The second day of IIA leadership conclave & design carnival organised by the Indian Institute of Architects (IIA), concluded Sunday. In the conclave, the Otto Koeinisberger Lifetime Achievement Award was conferred upon Geeta Patnaik, the first woman practicing architect in Odisha.

  20. Coco Gauff becomes 3rd teenager to win US Open women’s singles title after Tracy, Serena.

460 Y
1417 10-09-2023 Odia
  1. ଜି-୨୦ ସମ୍ମିଳନୀର ପ୍ରଥମ ଦିନ ଶନିବାର ନୂଆଦିଲ୍ଲୀରେ ଜି-୨୦ ଘୋଷଣା ପତ୍ରକୁ ମଞ୍ଜୁରୀ ମିଳିଛି। ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି।

  2. ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି  ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ। 

  3. ଶନିବାର ରାତିରେ ‘ଇସ୍ରୋ ଟେଲିମେଟ୍ରି, ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ୍‌ ନେଟ୍‌ୱାର୍କ’ର (ଇଷ୍ଟ୍ରାକ୍‌) ବୈଜ୍ଞାନିକମାନେ ସମ୍ପ୍ରତି ପୃଥିବୀ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ଭାରତର ପ୍ରଥମ ସୌର ମଣ୍ଡଳ ପର୍ଯ୍ୟବେକ୍ଷଣ ଅଭିଯାନରେ ଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୍‌୧’କୁ ତା’ର ତୃତୀୟ କକ୍ଷପଥ ପ୍ରବେଶ କରାଇବାରେ ସଫଳ ହୋଇଛନ୍ତି।

  4. ଭାରତ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ କରିବାପାଇଁ ବିଶ୍ଵସ୍ତରରେ ପ୍ରସ୍ତାବ ଦେଉଛି। ପରିବେଶ ଓ ଜଳବାୟୁ ଅବଲୋକନପାଇଁ ଜି-୨୦ ଉପଗ୍ରହ ମିଶନ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଉଛି।

  5. ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । 

  6. ଆସନ୍ତା ୧୨ ତାରିଖ ବେଳକୁ ଉତରପଶ୍ଚିମ ପାର୍ଶ୍ୱବର୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

  7. ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି । କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

  8. ନୂଆଦିଲ୍ଲୀ ‌ଘୋଷଣାନାମାରେ ୪ ପି – ପ୍ଲାନେଟ୍‌ (ଗ୍ରହ), ପିପୁଲ୍‌ (ଲୋକ), ପିସ୍‌ (ଶାନ୍ତି) ଏବଂ ପ୍ରସ୍‌ପରିଟି (ସମୃଦ୍ଧି) ଉପରେ ଫୋକସ୍‌ କରାଯାଇଛି। ଭାରତ ମଣ୍ଡପମରେ ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଉଦ୍‌ବୋଧନ ଦେବା ସମୟରେ ମୋଦୀ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ କରାଇବାକୁ ପ୍ରସ୍ତାବ ଆଣିଥିଲେ।

  9. କାହାର ନିୟନ୍ତ୍ରଣରେ ନଥିବା କ୍ରିପ୍ଟୋକରେନ୍ସିର ମୁକାବିଲା ଲାଗି ଜି୨୦ ଦେଶଗୁଡ଼ିକ ସହମତ ହୋଇଛନ୍ତି। ବିଶେଷ କରି ଏହି ମୁଦ୍ରାର ଅପବ୍ୟବହାରକୁ ରୋକିବା ଲାଗି ଏହି ଦେଶଗୁଡ଼ିକ ମିଳିତ ପ୍ରୟାସ କରିବେ।

  10. ବିଶ୍ବ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଜି୨୦ ରାଷ୍ଟ୍ରଗୁଡ଼ିକ ସହମତ ହୋଇଛନ୍ତି। ଏକ ବିଶ୍ବସ୍ତରୀୟ ଟିକସ ବୁଝାମଣା ଲାଗି ଭାରତ ସମେତ ୧୪୦ଟି ଦେଶ ସହମତ ହୋଇଛନ୍ତି।

  11. ବିଶ୍ବରେ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ପରମାଣୁ ଅସ୍ତ୍ରର ଧମକ ଆଦୌ ଗ୍ରହଣଯୋଗ୍ୟ ନୁହେଁ।

  12. ଆଫ୍ରିକୀୟ ସଂଘ ଆଜି ଜି-୨୦ରେ ସ୍ଥାୟୀ ସଦସ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏନେଇ ପ୍ରସ୍ତାବ ଆ‌ଣିଥିଲେ ଏବଂ ପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହାକୁ ସ୍ବାଗତ କରିଥିଲେ।

  13. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦାୟିତ୍ବବାନ ବ୍ୟବହାର ନେଇ ଜି୨୦ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହମତି ହୋଇଛି।

  14. ମଧ୍ୟପ୍ରଦେଶ ପନ୍ନାର ପୂର୍ବତନ ରାଜ ପରିବାରର ସଦସ୍ୟା ରାଣୀ ଜିତେଶ୍ୱରୀ ଦେବୀଙ୍କୁ ଶୁକ୍ରବାର ଜନ୍ମାଷ୍ଟମୀ ଉତ୍ସବ ସମୟରେ ନିୟମ ଉଲ୍ଲଂଘନ କରି ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।

  15. ଭାରତ ସରକାର ଜି୨୦ ଅଧ୍ୟକ୍ଷ ଭାବେ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିଛନ୍ତି। ଏଥିପାଇଁ ପ୍ରସ୍ତୁତିରେ ସରକାର ୪୧୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି।

  16. ଭାରତ ଜି୨୦ ବୈଠକ ଆୟୋଜନ କରିବା ଏକ ଐତିହାସିକ ମୁହୂର୍ତ ହୋଇଥିବା ବେଳେ ଚମତ୍କାର ସଂଯୋଗ ଭାବେ ଭାରତୀୟ ଷ୍ଟକ ବଜାର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତର ଷ୍ଟକ ବଜାର ଚଳିତ ସପ୍ତାହରେ ୩.୮ ଲକ୍ଷ କୋଟି ଡଲାର କ୍ଲବ୍‌ରେ ସାମିଲ ହୋଇଛି।

  17. ବ୍ରିଟେନର ଦ୍ବିତୀୟ ବଡ଼ ସହର ବର୍ମିଂହାମ୍‌ ଦେବାଳିଆ ହୋଇଯାଇଛି। ସହରରେ ଏହା ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସହର ପ୍ରଶାସନ ପକ୍ଷରୁ ୧୧୪ ଧାରାରେ ନୋଟିସ ଜାରି କରାଯାଇଛି। ଏଥିରେ ଖର୍ଚ୍ଚ ଉପରେ କଟକଣା ଲଗାଯାଇଛି।

  18. ଭାରତର ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ ପାଞ୍ଚ ଦଶନ୍ଧି ସମୟ ଲାଗିଥାନ୍ତା ବୋଲି କହିଛି।

  19. ବ୍ୟବସାୟିକ ସମ୍ପର୍କକୁ ଆହୁରି ଦୃଢ଼ ଓ ସହଜ କରିବା ପାଇଁ ଲଞ୍ଚ ହୋଇଛି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର। ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଶ୍ୱର ଅନ୍ୟ ନେତାମାନେ ମିଳିତ ଭାବେ ଏହି ବଡ଼ ପ୍ରକଳ୍ପକୁ ଆରମ୍ଭ କରିଛନ୍ତି। ବିଶ୍ୱର ୩ ପ୍ରାନ୍ତ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି କରିଡରକୁ କାର୍ଯ୍ୟକ୍ଷମ କରାଯିବ

  20. ଏସିଆ କପ୍‌ରେ ଆଜି ହେବ ମହା ମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ।

446 Y
1418 10-09-2023 English
  1. Prime Minister Narendra Modi on Saturday said that as the 'mother of democracy' India's belief in dialogue and democratic principles has been unwavering since time immemorial.

  2. G20 Summit 2023: The G20 warned on Saturday of significant headwinds and "cascading crises" buffeting the global economy, while saying more pain could be on the way.

  3. The Commissionerate Police Saturday arrested a cyber criminal on charges of duping a citybased engineer of more than `34 lakh after he entrapped the latter by posing as a female MBBS student in a fake facebook account.

  4. India Saturday pulled off a big diplomatic win after the G20 Summit adopted a consensus declaration overcoming major differences on the Russia-Ukraine war, as PM Narendra Modi called for ending “global trust deficit”. Modi also announced that African Union was admitted as G20's permanent member.

  5. The Supreme Court is scheduled to hear September 12 a batch of petitions challenging the constitutional validity of colonial-era provision of sedition under the Indian Penal Code (IPC).

  6. Telugu Desam Party (TDP) chief and former Andhra Pradesh Chief Minister N Chadrababu Naidu was arrested Saturday in connection with an alleged fraud case involving misappropriation of funds from the Skill Development Corporation, leading to a loss of `300 crore to the state government, AP CID Chief N Sanjay said.

  7. Even though the Union government is launching a slew of initiatives to address malnutrition among children, nearly 6 in 10 female teens in India were found to be anaemic, if a research analysis on National Family Health Surveys (NFHS) data is to be believed.

  8.  The Odisha chapter of Indian Institute of Architects (IIA) organised a two-day IIA leadership conclave & design carnival 2023 with the theme ‘SamarthEmpowering Architecture’

  9. The outstanding academic achievement award ceremony of Sahodaya Schools Complex, Bhubaneswar Chapter was held Saturday on the premises of Unit-VIII DAV Public School to honour academic achievers of SSE and SSCE 2023.

  10. A delegation of the Rourkela Chamber of Commerce and Industries (RCCI) met Nandan Kumar Karar, divisional head, IDCO here and discussed several issues plaguing industries these days. The team was led by RCCI president Sunil Kayal, VP Gurmeet Singh, GS PK Tiberwal and others.

  11.  A 22-km line made with 3.5 lakh saplings was launched here at the first event for creating a Guinness World Record of tree plantation by Assam Environment and Forest minister Chandramohan Patowary Saturday.

  12. The West Bengal education department has decided to make CCTV cameras compulsory at all girls’ schools, state-run or private, in the state.

  13. India Saturday pulled off a big diplomatic win after the G20 summit adopted a consensus declaration overcoming major differences on the Russia-Ukraine war, as Prime Minister Narendra Modi called for ending "global trust deficit". Modi also announced that African Union was admitted as G20's permanent member.

  14. The Congress Saturday constituted several panels for poll-bound Telangana with Damodar Raja Narasimha, former deputy chief minister of united Andhra Pradesh, appointed as chairman of the election management committee.

  15. India Saturday launched the Global Biofuels Alliance with Prime Minister Narendra Modi urging the G20 nations to join the initiative with a plea to take ethanol blending with petrol globally to 20 per cent.

  16. The G20 nations on Saturday resolved to promote faster, cheaper, more transparent and inclusive cross-border payments as envisaged in the G20 roadmap for enhancing cross-border payments.

  17. The Supreme Court has awarded life imprisonment to former Lok Sabha MP from Bihar Prabhunath Singh for the killing of two persons on polling day during assembly elections in Saran district in 1995.

  18.  As PC and laptop makers urge the government to rethink its decision on import licensing requirements accompanied by a quota, the industry stakeholders have met IT Ministry officials to seek solutions on the matter.

  19. India and the US have settled the last trade dispute at the World Trade Organization (WTO) over poultry products, according to a joint statement released Friday.

  20. The Indian team management’s predicament to choose between KL Rahul and Ishan Kishan will be the dominating theme amid the usual edgy emotional quotient, when they face arch-rivals Pakistan in the most-awaited Super 4 match of the Asia Cup here Sunday

441 Y
1419 09-09-2023 Odia

 

  1. ଭାରତ ଆୟୋଜନ କରୁଥିବା ଜି୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏକ ଦସ୍ତାବିଜରେ ବିଶ୍ବବ୍ୟାଙ୍କ ଜଣାଇଛି ଯେ ୟୁପିଆଇ, ଜନଧନ, ଆଧାର, ଓଏନ୍‌ଡିସି ଓ କୋୱିନ୍‌ ଜରିଆରେ ଭାରତ ଏକ ଦୃଢ଼ ସାର୍ବଜନୀନ ଡିଜିଟାଲ୍ ଭିତିଭୂମି ବିକାଶ କରିପାରିଛି।

  2. ‘ଇଣ୍ଡିଆ’ର ନାମ ପରିବର୍ତ୍ତନ କରି ‘ଭାରତ’ କରିବାପାଇଁ ଯଦି ସମସ୍ତ ଔପଚାରିକତା ପୂର୍ଣ୍ଣ ହେବ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହେବ ତେବେ ଆମେ ‘ଇଣ୍ଡିଆ’କୁ ‘ଭାରତ’ ଭାବେ ଗ୍ରହଣ କରିବୁ। 

  3. ଶନିବାରଠାରୁ ନୂଆଦିଲ୍ଲୀରେ ବହୁ ପ୍ରତୀକ୍ଷିତ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବ। ଏଥିପାଇଁ ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ବ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ସଂସ୍ଥାର ମୁଖ୍ୟମାନେ ଭାରତ ପହଞ୍ଚିଛନ୍ତି। 

  4. ଜି-୨୦ ଶିଖର ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ରୁଷ୍‌କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ୟୁରୋପୀୟ ରାଷ୍ଟ୍ରସଂଘ ଅଧ୍ୟକ୍ଷ ଚାର୍ଲ୍ସ ମିସେଲ ଦିଲ୍ଲୀରେ ପହଞ୍ଚିବା ପରେ ରୁଷ୍‌କୁ କଡ଼ା ସମାଲୋଚନା କରିବା ସହ ପୂରା ବିଶ୍ବକୁ ରୁଷ୍‌ ଅସ୍ଥିର କରିବାକୁ ଯୋଜନା କରୁଥିବା କହିଛନ୍ତି।

  5. ଜି-୨୦ ପ୍ରତିନିଧିଙ୍କ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ନୈଶ ଭୋଜନ କାର୍ଯ୍ୟକ୍ରମକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି।

  6.  ଛତ୍ରପତି ଶିବାଜୀ ମହାରାଜ ବ୍ୟବହାର କରିଥିବା ବାଘର ପଂଝା ପରି ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’ ଭାରତ ଫେରିବ। ବ୍ରିଟେନରେ ଥିବା ଏହି ବାଘ ନଖ ଭାରତ ଫେରିବ ବୋଲି ଆଜି ସ୍ପଷ୍ଟ ହୋଇଛି । 

  7. ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ୭ଟି ଆସନରୁ ଇଣ୍ଡିଆ ମେଣ୍ଟ ୪ଟି ଆସନ‌ରେ ଜିତିଥିବା ବେଳେ ବିଜେପି ୩ଟି ଆସନରେ ଜିତିଛି। 

  8. ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ‘ସିଆଇଡି’  ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିବା କଥା ଦଳର ଜଣେ ମୁଖପାତ୍ର କହିଛନ୍ତି।

  9. ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର  ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ ।

  10. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ୍‌ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

  11. ୫ଟି ସଚିବ ଭିକେ ପାଣ୍ଡିଆନ ୩୦ଟି ଜିଲ୍ଲା ଗସ୍ତ କରିଛନ୍ତି।୩୦ଟି ଜିଲ୍ଲାରୁ ମୋଟ ୫୬ ହଜାର ୪୨୪ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୪ ହଜରା ୨୬୦ଟି ଅଭିଯୋଗର ସମଧାନ କରାଯାଇଥିବା ବେଳେ ୨୨ ହଜାର ୧୬୪ଟି ଅଭିଯୋଗର ସମାଧାନ ପାଇଁ କାର୍ଯ୍ୟ ଚାଲିଛି। ଏଥିସହ ମୋଟ ଅଭିଯୋଗର ୬୦ ପ୍ରତିଶତରୁ ଉର୍ଦ୍ଧ୍ବ ସମାଧାନ ହୋଇସାରିଛି।

  12. ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମିଶ୍ରଣ କରାଯାଇ ଗୋଟିଏ ବିଭାଗ ଗଠନ କରାଯିବ। ଏହି ବିଭାଗ ଅଧୀନରେ ଥିବା ଛାପାଖାନା ନିର୍ଦ୍ଦେଶାଳୟକୁ ଅଲଗା କରାଯିବ। ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିସାରିଛି। ଆସନ୍ତା ବର୍ଷରୁ ଉଭୟ ବିଭାଗ ପାଇଁ ଗୋଟିଏ ବଜେଟ୍ ବ୍ୟୟବରାଦ କରାଯିବ। 

  13. ଏୟାରପୋର୍ଟ ପରି ଅନୁଭୂତି ପାଇବେ ଯାତ୍ରୀ ଓ କର୍ମଚାରୀ। କଟକବାସୀଙ୍କ ଅପେକ୍ଷାର ହେବ ଅନ୍ତ। ସେପ୍ଟେମ୍ବର ୧୬ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ ଟର୍ମିନାଲ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  14. ଜି ୨୦ ସମ୍ମିଳନୀରେ ସାମିଲ୍‌ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ବିମାବନ୍ଦରରେ ପହଞ୍ଚି ବାଇଡେନଙ୍କୁ ସ୍ବାଗତ କରିଥିଲେ।

  15. ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ଓ ଗ୍ରୀ୍‌‌ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍‌‌ ସ୍ପେସିଆଲ ଇକୋନମିକ୍‌‌ ଜୋନ୍‌‌ ଲିମିଟେଡ୍‌‌ (ଟିଏସ୍‌‌ଏସ୍‌‌ଇଜେଡ୍‌‌ଏଲ୍‌‌)ଏବଂ ସମନ୍ବିତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପ୍‌‌ର ଗ୍ରୀନହାଇଡ୍ରୋଜେନ୍‌‌ ଶାଖା-ଆଭାଡା ଗ୍ରିନ୍‌‌ଏଚ୍‌‌୨ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌‌ଓୟୁ) ସ୍ୱାକ୍ଷର ହୋଇଛି।

  16. ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍‌‌ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି।

  17. ମୁମ୍ବାଇ ଦେଇ ଯାଉଥିବା ମସ୍‌କାଟ୍‌-ଢାକା ବିମାନରେ ଜଣେ ଏୟାର୍‌ ହୋସ୍‌ଟେସ୍‌ଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ଅଭିଯୋଗରେ ଜଣେ ୩୦ ବର୍ଷିୟ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିବା କଥା ଆଜି ଜଣେ ପୁଲିସ ଅଧିକାରୀ କହିଛନ୍ତି।

  18. ଲଗାତାର ୪ ଦିନ ଧରି ଟଙ୍କା ମୂଲ୍ୟ ହ୍ରାସ ପାଉଛି। ଗତକାଲି ତୁଳନାରେ ଆଜି ଟଙ୍କା ମୂଲ୍ୟ ୧୫ ପଇସା ଦୁର୍ବଳ ହୋଇଛି। ଫଳରେ ୧ ଡଲାର ମୂଲ୍ୟ ୮୩ ଟଙ୍କା ୨୨ ପଇସା ରହିଛି, ଯାହାକି ସର୍ବକାଳୀନ ନିମ୍ନ ବୋଲି କୁହାଯାଇଛି। 

  19. ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଓଡ଼ିଶାକୁ ଗର୍ବିତ କରିଥିବା ଏହି ୪ ଦୃଷ୍ଟିବାଧିତ ମହିଳା ଓ ୩ ଜଣ ପୁରୁଷ କ୍ରିକେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

  20.  ଚଳିତ ଏସିଆ କପ୍‌ର ଶନିବାର ସୁପର-୪ର ଦ୍ବିତୀୟ ମ୍ୟାଚ କଲମ୍ବୋରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।

418 Y
1420 09-09-2023 English
  1. CM Naveen Patnaik is scheduled to flag off Odisha Startup Yatra and Startup Express 2023 in Bhubaneswar Sept 11

  2. In an attempt to promote and spread the valour of Paikas, Chief Minister Naveen Patnaik Friday approved a proposal to set up Odisha Paika Academy and Research Centre in Khurda district.

  3. As world leaders converge at the G20 Summit here, hosts India Friday said the New Delhi Leaders' Declaration will reflect the voice of global south and Prime Minister Narendra Modi expressed confidence that the conclave will chart a new path in the human-centric and inclusive development.

  4. Biden and Modi hold wide ranging bilateral talks on the eve of the G20 Summit.

  5. Renowned cartoonist Ajit Ninan, best known for the ‘Centrestage’ series in ‘India Today’ magazine and ‘Ninan’s World’ in ‘Times of India’, died at his flat here Friday.

  6. Two days after urging the Centre to declare lightning a natural disaster that has claimed a staggering 923 lives in Odisha in last three years, the state government Friday asked the Forest and Agriculture departments to take up massive palm tree plantation as an effective mitigation measure to avoid injury and fatality due to thunderbolt strikes in rural areas.

  7. The byelection results for seven assembly seats in six states declared Friday were a mixed bag for the BJP and the Opposition INDIA bloc, with the saffron party winning three seats and one each going to its rivals Congress, JMM and TMC and Samajwadi Party.

  8. There is no end to violence in Manipur as two more persons were killed and nearly 50 injured in two separate incidents of firing at Pallel in Manipur’s Tengnoupal district Friday, officials said.

  9. To ensure health services to livestock animals under the Mukhyamntri Bhramyaman Pranichikitsa Seva (MBPS) initiative, Chief Minister Naveen Patnaik launched 181 mobile veterinary units (MVUs) here at Kalinga Stadium Friday.

  10. The BJP will have an understanding with former Prime Minister HD Deve Gowda-led JD(S) for the 2024 Lok Sabha elections, former Chief Minister BS Yediyurappa said Friday, an announcement that shot up political temperature in the state.

  11. Deputy Chief Minister DK Shivakumar Friday gave a clear hint about some prominent leaders of the BJP and JD(S) joining Congress, and said that he was “looking for an auspicious time to facilitate their joining his party.”

  12. The ‘wagh nakh’, an iron weapon shaped like tiger claws that was used by Chhatrapati Shivaji Maharaj to kill Bijapur sultanate’s general Afzal Khan in 1659, is likely to be brought to Maharashtra from London in November, state Culture Minister Sudhir Mungantiwar said Friday.

  13. A sessions court in Ahmedabad Friday reserved its order on the pleas filed by AAP leaders Arvind Kejriwal and Sanjay Singh, challenging the summons issued to them by a local magistrate in a criminal defamation case over comments about Prime Minister Narendra Modi's educational qualification.

  14. The 2022 heatwave was unprecedented and the most intense in the last 70 years, severely affecting millions of people in South Asia, according to new research from India.

  15. Ukrainian President Volodymyr Zelenskyy said Friday Russian leader Vladimir Putin was behind the death of mutinous mercenary boss Yevgeny Prigozhin, who died in an unexplained plane crash with his top lieutenants last month.

  16. Oil India Ltd (OIL) aims to invest Rs 165 billion in clean energy projects to meet its 2040 net zero carbon emissions goal, said two sources. State-run energy companies - Indian Oil Corp, Bharat Petroleum Corp, Hindustan Petroleum Corp, GAIL (India) Ltd, Oil and Natural Gas Corp have already announced their net zero goal

  17. Benchmark BSE Sensex rallied further 333 points Friday to extend its winning run to a sixth straight session driven by buying in index heavyweights HDFC Bank, Larsen & Toubro and Reliance Industries.

  18. The Reserve Bank of India (RBI) Friday said the issue price for the next tranche of Sovereign Gold Bond has been fixed at Rs 5,923 per gram and will open for subscription from September 11.

  19. In view of the prevailing weather conditions, the Asian Cricket Council (ACC) Friday decided to add an exclusive reserve day for the Super 4 match between India and Pakistan, which is scheduled for September 10, here Sunday.

  20. India produced a dominant show to crush Maldives 8-0 in the semifinal and qualify for the SAFF U16 Championship summit clash, here Friday.

457 Y