-
ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍କେଏମ୍) ସମେତ ବିଭିନ୍ନ କୃଷକ ସଂଗଠନ ସେମାନଙ୍କ ଦାବି ନେଇ ଶୁକ୍ରବାର ଦେଶବ୍ୟାପୀ ଗ୍ରାମୀଣ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ପଂଜାବରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି।
-
ଦେଶର ସବୁଠାରୁ ବଡ ବ୍ୟବସାୟ ଟାଇକୁନ୍ ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି | କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ବିବାହ ହେବାକୁ ଯାଉଛି |
-
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ମୋଟ ସମ୍ପତ୍ତି ୧୨.୮୩ କୋଟି ଟଙ୍କା ଘୋଷଣା କରିଛନ୍ତି।
-
ଚାଷୀ ଆନ୍ଦେଳନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଏମଏସପି ବୃଦ୍ଧି ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଦିଲ୍ଳୀର ଶମ୍ଭୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ଜଣେ କୃଷକଙ୍କର ମୃତ୍ୟୁ ହୋଇଛି ।
-
ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କରେ ଚଳିତ ମାସ ୨୯ ପରଠାରୁ ପେଟିଏମ୍ ବ୍ୟାଙ୍କ ଖାତାରେ ଜମା ଓ ଉଠାଣ ବନ୍ଦ ହେବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟ ସୀମାକୁ ଆଜି ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମୁଣ୍ଡାଆମ୍ବଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଖୋର୍ଦ୍ଧା ଫୁଡ୍ପାର୍କର ଶୁଭ ଉଦ୍ଘାଟନ କରିବା ସହିତ କଳାବତୀ ଶିଳ୍ପାଞ୍ଚଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଭୟ ପ୍ରକଳ୍ପରେ ପ୍ରାୟ ୧୯ଟି ଶିଳ୍ପ ସ୍ଥାପନ ହେବାକୁ ଥିବା ବେଳେ ୧୦ଟି ଶିଳ୍ପର କାମ ଆରମ୍ଭ ହୋଇଯାଇଛି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି।
-
ପ୍ରଥମ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ।
-
ଓଡିଶା ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ୟୁନିଫର୍ମ ପୋଷାକ ବାବଦରେ ୭୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ଏହି ଟଙ୍କା ମିଳିବ । ଏସଏଚଜି ଏକଜ୍ୟୁଟିଭ୍ ମାନଙ୍କୁ ବ୍ଲେଜର୍ ବାବଦରେ ଅଧିକ ୧୦୦୦ ଟଙ୍କା ମିଳିବ । ଅର୍ଥାତ୍ ସେମାନଙ୍କୁ ମିଳିବ ୨୦୦୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
-
ଭିଜିଲାନ୍ସ ବିଭାଗ କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଆରଟିଓ ବସନ୍ତ କୁମାର ମହାପାତ୍ର ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି ।
-
ଖଣ୍ଡଗିରି ଉଦୟଗିରି ପାଦଦେଶରେ ମାଘ ସପ୍ତମୀଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ।
-
୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ମାଗଣା ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।
-
ଗୁଗଲ୍, ମାଇକ୍ରୋସଫ୍ଟ ଭଳି ୧୫ଟି ଅଗ୍ରଣୀ ଟେକ୍ନୋଲୋଜି କମ୍ପାନି ସହ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ଡିସି)ର ଏମ୍ଓୟୁ ଭାରତର ଯୁବଶକ୍ତିଙ୍କୁ ଦକ୍ଷ ଏବଂ ସଶକ୍ତ କରିବ।
-
ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଅଦ୍ୟାବଧି ରାଜନୈତିକ ଦଳଗୁଡ଼ିକୁ ଏହାର ବିକ୍ରିରୁ ୧୬,୦୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଏଥିରୁ ଏକ ସିଂହଭାଗ ଶାସକ ଦଳ ଭାଜପାକୁ ମିଳିଥିଲା।
-
ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍ସିପି ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଶରଦ ପାଓ୍ବାର ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆବେଦନକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ଗୁରୁବାର ଖାରଜ କରିଦେଇଛନ୍ତି।
-
ଜେଲରେ ଥିବା ରୁଷ୍ର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍ନିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଜେଲ୍ ସେବା ପକ୍ଷରୁ ଆଜି ଏ ବାବଦ ସୂଚନା ଦିଆଯିବା ପରେ ଏହାକୁ ନେଇ ରୁଷ୍ରେ ସରଗରମ ସ୍ଥିତି ସୃଷ୍ଟି ହୋଇଛି ।
-
ହମାସ ପରିଚାଳିତ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧରେ ନିହତ ହୋଇଥିବା ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୨୮,୭୭୫କୁ ବୃଦ୍ଧି ପାଇଛି।
-
ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଜମ୍ମୁ କାଶ୍ମୀରରେ ଏକାକୀ ଲଢ଼ିବା ନେଇ ନ୍ୟାଶନାଲ କନ୍ଫରେନ୍ସ(ଏନ୍ସି)ର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଘୋଷଣା କରିଛନ୍ତି।
-
ଓଡିଶା ସରକାରଙ୍କ ‘ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨’ ଅଧିନରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ ସବୁଜ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସୌରଶକ୍ତି ସମ୍ପନ୍ନ କରାଯିବ।