-
ପ୍ରସିଦ୍ଧ ଗୀତିକାର ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଜ୍ଞାନପୀଠ ଚୟନ କମିଟି ଶନିବାର ଉଭୟ ନାମ ଘୋଷଣା କରିଛି। ଜ୍ଞାନପୀଠ ପୁରସ୍କାର ହେଉଛି ଭାରତର ସର୍ବୋଚ୍ଚ ସାହିତ୍ୟିକ ପୁରସ୍କାର |
-
ତୃତୀୟ ପିଢ଼ିର ପାଣିପାଗ ଉପଗ୍ରହ ‘ଇନ୍ସାଟ-୩ଡିଏସ୍’ର ସଫଳ ଉତ୍କ୍ଷେପଣ ହୋଇଛି। ଜିଏସ୍ଏଲ୍ଭି ରକେଟ୍ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ଶୀହରିକୋଟାରୁ ଏହି ଉତ୍କ୍ଷେପଣ କରାଯାଇଥିବା ବେଳେ ମାତ୍ର କିଛି ମିନିଟ୍ ମଧ୍ୟରେ ଏହା ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହି ଉପଗ୍ରହର ନାମ ରଖାଯାଇଛି ‘ନଟି ବୟ’।
-
ଭାରତ ଅଭିମୁଖେ ଆସୁଥିବା ପାନାମାର ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଉପରେ ଲୋହିତ ସାଗରରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି ବୋଲି ଶୁକ୍ରବାର ଆମେରିକାର ବୈଦେଶିକ ବିଭାଗ କହିଛି।
-
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ବବିତା କୁମାରୀ ଫୋଗତ ଭୂମିକାରେ ଅଭିନୟ କରିଥିବା ସୁହାନୀ ଭଟ୍ଟନାଗରଙ୍କ ଶୁକ୍ରବାର ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା।
-
ନେଦରଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଡ୍ରାଇସ୍ ଭାନ୍ ଆଗ୍ଟ ତାଙ୍କ ପତ୍ନୀ ୟୁଜିନିଙ୍କ ସହ ହାତକୁ ହାତ ମିଳାଇ ଆଇନଗତ ଇଚ୍ଛାମୃତ୍ୟୁ ମାଧ୍ୟମରେ ମୃତ୍ୟୁ ବରଣ କରିଛନ୍ତି। ଉଭୟ ଦମ୍ପତିଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
-
ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ଅଭିଯୁକ୍ତ ଶିବପ୍ରସାଦ ହାଜରାକୁ ଆଜି ଗିରଫ କରାଯାଇଛି | ଆଉ ଏପର୍ଯ୍ୟନ୍ତ ଏହି ଘଟଣାରେ ୧୮ ଜଣଙ୍କୁ ଗିରଫ କରାଯାଇଛି |
-
ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା)ରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡ କୌଣସି ନିୟମ ଉଲ୍ଲଂଘନ କରିନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏପ୍ରକାର କ୍ଲିନଚିଟ୍ ଉକ୍ତ ବ୍ୟାଙ୍କକୁ ପ୍ରଦାନ କରିଛି ବୋଲି ଏକ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇଛି।
-
ଓଡିଶା ରାଜ୍ୟର ମୋଟ ଯାନ ବିକ୍ରିରେ ଦୁଇ ଚକିଆର ଅଂଶ ପ୍ରାୟ ୮୦ ପ୍ରତିଶତରୁ ଅଧିକ। ରାଜ୍ୟରେ ପ୍ରାୟ ୩୦ଟି କମ୍ପାନି ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି କରୁଛନ୍ତି।
-
ଭାରତୀୟ ଷ୍ଟକ ମାର୍କେଟରେ ପୁଞ୍ଜି ନିବେଶ କରିଥିବା ବିଦେଶୀ ନିବେଶକମାନେ ଫେବ୍ରୁଆରି ମାସର ପ୍ରଥମ ୧୫ ଦିନରେ ନିଟ୍ ୩୭୭୬ କୋଟି ଟଙ୍କାର ଇକ୍ବିଟି ବିକ୍ରି କରିଛନ୍ତି। ଏହାଫଳରେ ୨୦୨୪ରେ ବିଦେଶୀ ନିବେଶକମାନେ ୨୯,୫୨୦ କୋଟି ଟଙ୍କାର ନିବେଶ ରାଶି ଭାରତୀୟ ବଜାରରୁ ଉଠାଇ ନେଇ ସାରିଲେଣି।
-
କୃଷକ ଆନ୍ଦୋଳନ ଯୋଗୁ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ଦୈନିକ ଅର୍ଥନୈତିକ କ୍ଷତି ୫୦୦ କୋଟି ଟଙ୍କା ହେବ। ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ବା ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)କୁ ଏହା ବାଧା ପହଞ୍ଚାଇବ ବୋଲି ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିର ସଭାପତି ସଞ୍ଜୀବ ଅଗ୍ରୱାଲ କହିଛନ୍ତି।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ ସାଥିମାନଙ୍କ ଆବଶ୍ୟକ ଖର୍ଚ୍ଚ (Contigent Exptenditure) ପାଇଁ ସହାୟତା ରାଶିର ପରିମାଣ ବୃଦ୍ଧି ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।
-
ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶି ୧ ହଜାର ୪୦୦ ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ଏହାଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ ।
-
ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୫ ଜିଲ୍ଲାର ୭୩ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାକୁ ଲୋକାର୍ପିତ କରିଛନ୍ତି ।
-
ଜୁନ୍ ୨୪ରେ ଓଡିଶା ବିଧାନସଭାର କାର୍ଯ୍ୟକାଳ ସରୁଥିବା ବେଳେ ୧୬ ଜୁନରେ ସରୁଛି ପାର୍ଲାମେଂଟର କାର୍ଯ୍ୟକାଳ। ତେଣୁ ଜୁନ ୧୬ ତାରିଖ ପୂର୍ବରୁ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ନିର୍ବାଚନ କମିସନ୍।
-
ଓଡିଶା ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢିଛି । ୨୦୧୯ ପରେ ଭୋଟ ହାର ୪.୪ ପ୍ରତିଶତ ବଢିଥିବା ବେଳେ ୯ ହଜାର ୬୦ ଶତାୟୁ ଭୋଟର ଚିହ୍ନଟ ହୋଇଛନ୍ତି।
-
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଐତିହାସିକ ମାମୁଁ ଭଣଜା ପାହାଡ ପାଦଦେଶରେ ହିଲ ସାଇଡ ପାର୍କର ଲୋକାର୍ପଣ କରିଛନ୍ତି ଶ୍ରୀ ମଙ୍ଗରାଜ।
-
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AI ଆଧାରିତ CCTV । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି ।
-
ଓଡିଶା ଆପାର୍ଟମେଣ୍ଟ ଆକ୍ଟର ଚିଠା ରୁଲ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ। ଏହି ଆଇନ କାର୍ଯ୍ୟକାରୀ ପାଇଁ ରୁଲର ବିଂଜ୍ଞପ୍ତି ପ୍ରକାଶ ପାଇଛି। ମାସକ ଭିତରେ ଆପତ୍ତି ଅଭିଯୋଗ ପାଇଁ ସମୟ ଦିଆଯାଇଛି। ଦୀର୍ଘ ଦିନରୁ ବନ୍ଦ ହୋଇ ପଡି ରହିଥିବା ଆପାର୍ଟମେଣ୍ଟ କିଣାବିକା ପାଇଁ ଖୁବ ଶୀଘ୍ର ବାଟ ଫିଟିବ।
-
ଦେଶର ଦକ୍ଷିଣ ରାଜ୍ୟ ତାମିଲନାଡୁରେ କଟନ କ୍ୟାଣ୍ଡି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। କର୍କଟ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥର ଉପସ୍ଥିତି ବିଷୟରେ ପ୍ରମାଣିତ ପରୀକ୍ଷଣ ରିପୋର୍ଟ ଯୋଗୁଁ ତାମିଲନାଡୁ ସରକାର ରାଜ୍ୟରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
-
ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ।