-
ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା କରିଛନ୍ତି। କିଛି ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣି ଆପ୍ ପ୍ରାର୍ଥୀ କୁଳଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି।
-
ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ ।
-
ଚଳିତ ଶିକ୍ଷାବର୍ଷରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ମାର୍ଚ୍ଚ ୨ରୁ ପରୀକ୍ଷା ଆରମ୍ଭ ହେବ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ଓ ଦ୍ଵିତୀୟ ସିଟିଂ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ରହିଛି।
-
ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି।
-
ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ଆଜି ୩୭ ଡ଼ିଗ୍ରୀ ଛୁଇଁଯାଇଛି।
-
ବୁଧବାରଠାରୁ ପୁଣି ‘ଦିଲ୍ଲୀ ଚଲୋ’ ଅଭିଯାନକୁ ଜୋରଦାର କରିବା ପାଇଁ ଚାଷୀ ସଂଗଠନଗୁଡ଼ିକ ନିଷ୍ପତ୍ତି ନେଇ ଶମ୍ଭୁ ସୀମାରେ ସମବେତ ହେଉଛନ୍ତି।
-
ଏମ୍ଏସ୍ପି ନେଇ ସରକାରଙ୍କ ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଚାଷୀ ନେତାମାନେ ଏବେ ଜୋରଦାର ଆନ୍ଦୋଳନ ଧମକ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚାଷୀ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଓ ଲିଙ୍କ୍କୁ ସାମୟିକ ଭାବେ ଅଚଳ କରିଦିଆଯାଇଛି।
-
କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍ ମୁରୁଗାନ୍ ଏବଂ ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅଶୋକ ଚୌହାନଙ୍କ ସମେତ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି।
-
୨୦୧୮ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁଲତାନପୁରର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିଛନ୍ତି।
-
ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପ୍ରାୟ ୧୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ (ଡ୍ରଗ୍ସ) ଜବତ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି ।
-
ସନ୍ଦେଶଖାଲିର ସ୍ଥିତିକୁ ନେଇ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରି କାଲକାଟା ହାଇକୋର୍ଟ ମଙ୍ଗଳବାର କହିଛନ୍ତି ଯେ ସ୍ଥାନୀୟ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାଁ ଫେରାର ପାରିବେ ନାହିଁ ଏବଂ ରାଜ୍ୟ ତାଙ୍କୁ ସମର୍ଥନ କରିପାରିବ ନାହିଁ।
-
ମହାରାଷ୍ଟ୍ରରେ ମରାଠା ସମ୍ପ୍ରଦାୟ ପାଇଁ ୧୦ଟି ସଂରକ୍ଷଣ ପାଇଁ ବାଟ ସଫା ହୋଇଯାଇଛି। ମଙ୍ଗଳବାର ଅପରାହ୍ନରେ ଏକନାଥ ସିନ୍ଦେ ସରକାର ବିଧାନସଭାରେ ସଂରକ୍ଷଣ ବିଲ୍ ଆଗତ କରିଥିଲେ, ଯାହାକି ଗୃହୀତ ହୋଇଛି।
-
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତି ଅସନ୍ତୋଷ ଥିବାର ଦର୍ଶାଇ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ |
-
ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ରହିଥିବା ସମସ୍ୟା ପ୍ରସଂଗକୁ ନେଇ ବିଚାରାଧୀନ ମାମଲାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି।
-
ଜାପାନ ସରକାର ଆଜି ଭାରତର ବିଭିନ୍ନ କ୍ଷେତ୍ରରେ ୯ଟି ପ୍ରକଳ୍ପ ପାଇଁ ପ୍ରାୟ ୨୩୨.୨ ବିଲିୟନ ଜାପାନୀ ୟେନର ବିକାଶ ସହାୟତା ଋଣ ଘୋଷଣା କରିଛନ୍ତି।
-
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ବାପା ହୋଇଛନ୍ତି। ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
-
ଏଲନ ମସ୍କ ମାନବ ଇତିହାସର ସବୁଠାରୁ ବଡ କାରନାମା କରି ଦେଖାଇଛନ୍ତି । ନିକଟରେ ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ୍ ଜଣେ ମାନବ ମସ୍ତିଷ୍କରେ ଏକ ଚିପ୍ ଲଗାଇଥିଲା । ଏନେଇ ସୂଚନା ଦେଇଥିଲେ ଏଲନ ମସ୍କ । ଏବେ ଜଣାପଡିଛି କି ମସ୍ତିଷ୍କରେ ଚିପ୍ ଲାଗିଥିବା ବ୍ୟକ୍ତି ଜଣକ ବିନା ସ୍ପର୍ଶ କରି କମ୍ପ୍ୟୁଟରର ମାଉସ ଚଲାଇପାରିଛନ୍ତି ।
-
ପିଆଜ ରପ୍ତାନି ଉପରେ କଟକଣା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କେନ୍ଦ୍ର ସରକାର ଦୋହରାଇଛନ୍ତି।
-
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରୁଥିଲେ ଅପରେସନ। ହେଲେ ଚାଲିଗଲା ଜୀବନ। ବିବାହର ସପ୍ତାହକ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାଇଦ୍ରାବାଦର ୨୮ ବର୍ଷର ଯୁବକ ଲକ୍ଷ୍ମୀନାରାୟଣ ଭିଞ୍ଜାମଙ୍କ ମୃତ୍ୟୁ ହୋଇଛି।
-
ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚାମ୍ପିୟନଶିପ୍ ଟ୍ରଫି ଏବଂ ଝାଡ଼ଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ ଚାମ୍ପିୟନଶିପ୍ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରୁଥିବା ବେଳେ ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କାଙ୍କୁ ଯଥାକ୍ରମେ ୩,୭୫,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହେଉଛି ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଏକ ମହାଦେଶୀୟ ପ୍ରତିଯୋଗିତା ।