-
ଜ୍ଞାନବାପି ମସଜିଦ ମାମଲାରେ ତୋଷଖାନାରେ ହିନ୍ଦୁ ପକ୍ଷ ପୂଜା ଆରମ୍ଭ କରିବା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ । ହାଇକୋର୍ଟ ଅନଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଛନ୍ତି ।
-
ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ପେଟିଏମ୍ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଇସ୍ତଫା ଦେଇଛନ୍ତି। ସେ ବ୍ୟାଙ୍କର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ ଏହାର ବୋର୍ଡର ପୁନର୍ଗଠନ କରିଛି।
-
ଏକ ମାମଲାରେ ସୁପ୍ରିମକୋର୍ଟ କେଜ୍ରୱାଲ୍ ତାଙ୍କ ଓକିଲଙ୍କ ଜରିଆରେ କ୍ଷମା ପାର୍ଥନା କରିଛନ୍ତି। ଭିଡିଓର ପୁନଃ ପୋଷ୍ଟ କରିବା ତାଙ୍କର ଏକ ଭୁଲ ଥିଲା ବୋଲି କହିଛନ୍ତି। ପୋଷ୍ଟଟିକୁ ଅନୁରୂପ ଭାବେ ପୁନଃପୋଷ୍ଟ (ରିଟ୍ବିଟ୍) କରିଥିଲେ।
-
ସନ୍ଦେଶଖାଲିରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗରେ ଟିଏମସି ନେତା ଶେଖ ଶାହାଜାହାନଙ୍କୁ ତୁରନ୍ତ ଗିରଫ କରିବାକୁ ସୋମବାର କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଚାଲିଥିବା ଶୁଣାଣିରେ ମଙ୍ଗଳବାର ଠାରୁ ନିର୍ଦ୍ଧାରିତ ତାରିଖରେ ନିଶ୍ଚିତ ହାଜର ହେବାକୁ ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
-
ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠାର ପ୍ରାୟ ଏକ ମାସ ମଧ୍ୟରେ ମନ୍ଦିରକୁ ପ୍ରତ୍ୟକ୍ଷ ଭାବେ ୨୫ କୋଟି ଟଙ୍କାର ଦାନ ମିଳିଛି।
-
ଖାଲି ପଡ଼ିଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ଆସନ୍ତାକାଲି ୧୫ଟି ଆସନ ଲାଗି ନିର୍ବାଚନ ହେବ। ଗତ ମଙ୍ଗଳବାର ଦିନ ବିଭିନ୍ନ ରାଜ୍ୟର ୪୧ ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଥିଲା।
-
ପଶ୍ଚିମବଙ୍ଗରେ ଗତ ବର୍ଷ ହୋଇଥିବା ରାମନବମୀ ହିଂସା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ବଡ଼ ସଫଳତା ମିଳିଛି। ରାମନବମୀ ଶୋଭାଯାତ୍ରା ସମୟରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଏନଆଇଏ ୧୬ ଜଣଙ୍କୁ ଗିରଫ କରିଛି।
-
ଗାଜାରେ ଗତ ୪ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ପ୍ରୟାସ କରାଯାଉଛି।
-
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ନେତାଙ୍କ ନାମ ବିଜନ ଦାସ ଓ ବୟସ ୪୯ବର୍ଷ ଥିବା ଜଣାପଡ଼ିଛି।
-
ଦେଶରେ ଦାରିଦ୍ର୍ୟର ହାର ହ୍ରାସ ପାଇଛି। ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର।
-
ଜାତୀୟ ନମୁନା ସର୍ଭେକ୍ଷଣ ରିପୋର୍ଟ , ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ସହରାଞ୍ଚଳରେ ସବୁଠୁ ଗରିବ ଲୋକଟିର ଦୈନିକ ବ୍ୟୟ ମାତ୍ର ୬୭ ଟଙ୍କା ମଧ୍ୟରେ ଥିବାବେଳେ ଧନୀ ଲୋକଙ୍କର ହାରାହାରି ମୁଣ୍ଡପିଛା ଦୈନିକ ଖର୍ଚ୍ଚ ପ୍ରାୟ ୧୦ଗୁଣ ଅଧିକ ଓ ୬୯୫ ଟଙ୍କା। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ) ପକ୍ଷରୁ ନିକଟରେ ପ୍ରକାଶିତ ମାସିକ ମୁଣ୍ଡପିଛା ଉପଯୋଗିତା ବ୍ୟୟ (ଏମ୍ପିସିଇ) ତଥ୍ୟରେ ଏହା କୁହାଯାଇଛି।
-
ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ ଡିଜି ଯାତ୍ରା ସର୍ଭିସ୍ । ଏହା ଦ୍ବାରା ବିମାନ ଯାତ୍ରା ଅଧିକ ସହଜ ହୋଇ ପାରିବ।
-
ଦେଶରେ ବର୍ଷକୁ ବର୍ଷ ପେନ୍ସନ୍ ଭୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏକ ହିସାବ ଅନୁଯାୟୀ, ବର୍ତ୍ତମାନ ଦେଶର ୭୮ପ୍ରତିଶତ ବୟସ୍କ ବା ବରିଷ୍ଠ ନାଗରିକଙ୍କ ପାଖରେ କୌଣସି ପ୍ରକାର ପେନସନ ସାହାରା ନାହିଁ। ଅପରପକ୍ଷେ ୬୦ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରୁ କେବଳ ୧୮ପ୍ରତିଶତ ଲୋକଙ୍କର ବର୍ତ୍ତମାନ ସ୍ୱାସ୍ଥ୍ୟ ବୀମା ରହିଛି।
-
ବର୍ତ୍ତମାନ ଦେଶର ୧୨.୮ ପ୍ରତିଶତ ଲୋକ ୬୦ ବର୍ଷରୁ ଅଧିକ। ୨୦୩୧ ବର୍ଷ ସୁଦ୍ଧା ପ୍ରାୟ ୧୩.୨ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୧୯ ପ୍ରତିଶତ ଲୋକ ଏହି ବର୍ଗରେ ସାମିଲ ହେବେ।
-
ନୀତି ଆୟୋଗଙ୍କ ଅନୁଯାୟୀ ଦେଶର ୧୯ ପ୍ରତିଶତ ବୟସ୍କ ବ୍ୟକ୍ତି ଛାଡପତ୍ର ପାଇଛନ୍ତି କିମ୍ବା ସେମାନଙ୍କ ପରିବାର ଦ୍ୱାରା ଅଲଗା ହୋଇଯାଇଛନ୍ତି। ପାରମ୍ପରିକ ଗୃହ ବ୍ୟବସ୍ଥାରେ ବୃଦ୍ଧଙ୍କୁ ଧ୍ୟାନରେ ରଖି ଘର ନିର୍ମାଣ କରାଯାଇ ନ ଥାଏ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଡାକ୍ତରୀ ଚିକିତ୍ସା ସୁବିଧା ରହିଛି କି ନାହିଁ ତାହାର ଧ୍ୟାନ ଦିଆ ଯାଇ ନ ଥାଏ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଜୁନ୍ ମାସରୁ ସୁଧହାର ହ୍ରାସ କରିବା ଆରମ୍ଭ କରିବ। କାରଣ ଦୀର୍ଘ ଦିନ ଧରି ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଁବା ପରେ ଏବେ ତଳକୁ ଖସିବା ଆରମ୍ଭ ହୋଇଛି। ବର୍ତ୍ତମାନ ସମୟରେ ଉଭୟ ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ପରିଚାଳନା ସ୍ତରରେ ରହିବ।
-
ରାଜ୍ୟରେ ଏବେ ମୋଟ ୭ଟି ବାଘଛୁଆ ସମେତ ୩୦ଟି ବାଘ ଅଛନ୍ତି । ସେଥିରେ ୧୩ଟି କଳାବାଘ ଚିହ୍ନଟ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ବିଶ୍ୱର ଏହି ବିରଳ ପ୍ରଜାତିର କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟ କହିଛି ।
-
ସାଧାରଣ ନିର୍ବାଚନ ପୂର୍ବରୁ ଅଫିସରଙ୍କ ବଦଳି ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶର ୪୮ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ୨୨ଜଣ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି କରିଛନ୍ତି । କୌଣସି ଅଫିସର ଅବା କର୍ମଚାରୀ ନିଜ ସଂସଦୀୟ କ୍ଷେତ୍ରରେ କାର୍ଯ୍ୟ ପାରିବେ ନାହିଁ ବୋଲି ଗତ ୨୪ତାରିଖରେ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
-
ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଇଂଲଣ୍ଡ ଦଳକୁ ୫ ୱିକେଟରେ ମାତ ଦେଇଛି ଭାରତୀୟ ଦଳ। ପାଂଚ ଟିକିଆ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୩-୧ରେ ଆଗୁଆ ରହିଛି ଭାରତ।