-
ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ଚନ୍ଦ୍ର ଯାତ୍ରା ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି ଯାହା ପ୍ରାୟ ୨୦୨୮ ମସିହାରେ ଲଞ୍ଚ ହେବ।
-
ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗତ କିଛିମାସ ଧରି ଶଙ୍ଖ ଚିହ୍ନକୁ ଭିନ୍ନ ଢଙ୍ଗରେ ସରକାରୀ ବିଜ୍ଞାପନରେ ଉପଯୋଗ କରୁଛନ୍ତି । ଯାହାକି ପରୋକ୍ଷରେ ବିଜେଡିର ପ୍ରଚାରପ୍ରସାର ହେଉଛି । ନିର୍ବାଚନ କମିଶନ ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
-
୨୦୨୨-୨୩ ଆର୍ଥିକ ବର୍ଷରେ ୬ଟି ଜାତୀୟ ଦଳ ମୋଟ ୩୦୭୭ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଥିବା ବେଳେ ବିଜେପିକୁ ସର୍ବାଧିକ ୨୩୬୧ କୋଟି ଟଙ୍କା ମିଳିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ବୁଧବାର କହିଛି। ଶାସକ ବିଜେପିର ଆୟ ୬ଟି ଜାତୀୟ ଦଳର ମୋଟ ଆୟର ୭୬.୭୩ ପ୍ରତିଶତ ବୋଲି ଜଣାପଡ଼ିଛି।
-
୧୯୯୦ ବ୍ୟାଚ୍ର ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍ ଅଧିକାରୀ ଦଲଜିତ ସିଂହ ଚୌଧୁରୀଙ୍କୁ ଶକ୍ତିଶାଳୀ ନ୍ୟାସନାଲ୍ ସେକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
-
ଶତପ୍ରତିଶତ ମତଦାନ କେନ୍ଦ୍ରରେ ଭିଡ଼ିଓଗ୍ରାଫି ଏବଂ ୱେବକାଷ୍ଟିଂ ବ୍ୟବସ୍ଥା କରିବା ଦାବି ନେଇ ବିଜେପି ପ୍ରତିନିଧି ମଣ୍ଡଳ ବୁଧବାର ନିର୍ବାଚନ କମିସନରଙ୍କୁ ଭେଟିଛନ୍ତି। ସମ୍ପ୍ରତି ଦେଶର ପ୍ରାୟ ୫୦ ପ୍ରତିଶତ ମତଦାନ କେନ୍ଦ୍ରରେ ଏଭଳି ବ୍ୟବସ୍ଥା କରାଯାଇଛି।
-
୨୦୨୫ ସୁଦ୍ଧା ୨୫ ପ୍ରତିଶତ ରେଜିଷ୍ଟ୍ରେସନ୍ ହେବ ଇଲେକ୍ଟ୍ରି ଗାଡି । ଯାହା ଏବେ ମାତ୍ର ୬ ପ୍ରତିଶତ ରହିଛି । ଏଥିପାଇଁ ଖୁବଶୀଘ୍ର ପରିବହନ ବିଭାଗ ନୂଆ ଇଭି ଚାର୍ଜିଂ ପଲିସି ଆଣିବାକୁ ଯାଉଛି ।
-
ଓଡିଶା ରାଜ୍ୟ ସରକାର ମାଝି କନ୍ୟା ଭାଗଶ୍ରୀ ଯୋଜନା ମାଧ୍ୟମରେ ସରକାର ଝିଅଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
-
ଭୁବନେଶ୍ୱରକୁ ଦିନିକିଆ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ , କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା ।
-
କର୍କଟ ଚିକିତ୍ସାରେ ମୁମ୍ବାଇର ଟାଟା ଇନ୍ଷ୍ଟିଚ୍ୟୁଟକୁ ବଡ଼ ସଫଳତା ମିଳିଛି। ଦ୍ବିତୀୟ ଥର ଯେପରି ଏହି ରୋଗ ନ ହେବ ତାହାର ଚିକିତ୍ସା ଅନୁସନ୍ଧାନ କରିଥିବା ଦାବି କରାଯାଇଛି। ଏହି ପ୍ରତିଷ୍ଠାନର ଡାକ୍ତର ଏବଂ ଗବେଷକମାନେ ୧୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରି ଏକ ବଟିକା ପ୍ରସ୍ତୁତ କରିଛନ୍ତି।
-
୨୦୦୦-୨୦୦୧ ମସିହାରେ ରାଜ୍ୟରେ ମାତ୍ର ୫୫.୩୫ ଲକ୍ଷ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିଲା। ଏବେ ଓଡ଼ିଶାର ବାର୍ଷିକ ଖାଦ୍ୟ ଶସ୍ୟ ଉପ୍ତାଦନ ୨୪୧.୩୬ ଲକ୍ଷ ଟନରେ ପହଞ୍ଚିଛି।
-
ଚଳିତ ବର୍ଷ ଏପ୍ରିଲରେ ଶାସକ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନ୍ଡିଏ) ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି।
-
ପ୍ରଥମ ଭାରତୀୟ ନାଗରିକ ଭାବେ ଭାରତୀ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ମିଳିଛି ସମ୍ମାନଜନକ ନାଇଟହୁଡ୍ ମାନ୍ୟତା।
-
ଏସପି ଜାତୀୟ ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ବେଆଇନ ଖଣି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ସାକ୍ଷୀ ଭାବେ ଡକାଯାଇଛି। ଫେବୃଆରୀ ୨୯ରେ ତାଙ୍କୁ ଦିଲ୍ଲୀରେ ସିବିଆଇରେ ହାଜର ହେବାକୁ ଡକାଯାଇଛି।
-
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଇସ୍ତଫା ଦେଇ ନାହିଁ।
-
ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା। ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା ।
-
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନଙ୍କର ବୁଧବାର ପରଲୋକ ଘଟିଛି। ବୁଧବାର ସକାଳେ ଚେନ୍ନାଇର ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ସନ୍ଥନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
-
ପିଏମ୍ କିଷାନ ନିଧି ଯୋଜନା ଅଧୀନରେ ବୁଧବାର ୧୬ତମ କିସ୍ତି ଚାଷୀଙ୍କ ଖାତାକୁ ଆସିବ। ଏହାପୂର୍ବରୁ ୧୫ ନଭେମ୍ବର ୨୦୨୩ରେ ୧୫ତମ କିସ୍ତି ଆସିଥିଲା।
-
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍. ଖାନ୍ଓ୍ବିଲକରଙ୍କୁ ମଙ୍ଗଳବାର ଲୋକପାଳର ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
-
ସରକାରୀ ହସ୍ପିଟାଲରେ ଗୋଟିଏ ଆଖିର ମୋତିଆବିନ୍ଦୁ ଅପରେସନ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଘରୋଇ ହସ୍ପିଟାଲରେ ଏଥି ପାଇଁ ୩୦ ହଜାରରୁ ୧,୪୦,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଏନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି
-
ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍ ବ୍ୟବହାରକାରୀ କଓ୍ବୋଇସି ଅପ୍ଡେଟ୍ କରିନାହାନ୍ତି, ତାଙ୍କର ଟ୍ୟାଗ୍କୁ ଫେବୃୟାରୀ ୨୯ ପରଠାରୁ ବ୍ଲାକ୍ଲିଷ୍ଟ କରିଦିଆଯିବ।