-
ଭାରତୀୟ ରେଲୱେ ପାସେଞ୍ଜର ଟ୍ରେନ ଟିକେଟ ଦର ହ୍ରାସ କରିଛନ୍ତି। ଭାରତୀୟ ରେଲୱେ ପାସେଞ୍ଜର ଟ୍ରେନ ଟିକେଟ ଦର ୪୦ରୁ ୫୦ ପ୍ରତିଶତ କମ୍ କରିଛି।
-
ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ପ୍ରସ୍ତାବ ଦେଇ ବିବାହ ନ କରିବା ଅପରାଧ ବର୍ଗରେ ଆସୁନାହିଁ। ଯଦି ଏଭଳି କାର୍ଯ୍ୟରେ ଠକିବାର କୌଣସି ଉଦ୍ଦେଶ୍ୟ ନାହିଁ ତେବେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।
-
ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ସଂଗଠନ ଜମାତ-ଏ-ଇସଲାମି ଉପରେ ଲାଗିଥିବା ନିଷେଧାଦେଶକୁ ଭାରତ ସରକାର ଆଉ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।
-
ଡାଟାବେସ୍ ପ୍ରସ୍ତୁତି ନିମନ୍ତେ ୧୦,୦୦୦ ଭିନ୍ନ ଭିନ୍ନ ଭାରତୀୟ ଜନସମ୍ପ୍ରଦାୟର ଜିନୋମ ବା ‘ଡିଏନ୍ଏ’ର ଅନୁକ୍ରମ କରାଯାଇଥିବା କଥା ମଙ୍ଗଳବାର ଦିନ ବୈଜ୍ଞାନିକମାନେ ଘୋଷଣା କରିଛନ୍ତି।
-
ଉଜ୍ବେକିସ୍ତାନରେ ଭାରତର ଏକ ଔଷଧ କମ୍ପାନି ଦ୍ବାରା ନିର୍ମିତ କଫ୍ ସିରପ ସେବନ କରି ୬୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଉଜ୍ବେକିସ୍ତାନର କୋର୍ଟ ଜଣେ ଭାରତୀୟଙ୍କ ସମେତ ୨୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।
-
ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ତାମିଲନାଡୁର ଚେନ୍ନାଇର କୋୟମ୍ବେଡୁଠାରେ ଥିବା ଏକ ମସଜିଦ ଏବଂ ମଦ୍ରାସାକୁ ଭଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବେଆଇନ ଭାବେ ନିର୍ମିତ ହୋଇଛି।
-
ଅବସରପ୍ରାପ୍ତ ଜିଲ୍ଲା ଜଜ୍ମାନଙ୍କୁ ପର୍ଯ୍ୟାପ୍ତ ପେନସନ ଦିଆଯାଉ ନାହିଁ ବୋଲି ସୋମବାର ସୁପ୍ରିମ୍କୋର୍ଟ କହିଛନ୍ତି। ଏହି ବିଚାରପତିମାନଙ୍କୁ ଏତେ ଲମ୍ବା ଚାକିରି ପରେ ୧୯,୦୦୦ରୁ ୨୦,୦୦୦ ଟଙ୍କା ପେନସନ ପ୍ରଦାନ କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଦର୍ଶାଇଛନ୍ତି।
-
ମଧ୍ୟପ୍ରଦେଶର ଉଜ୍ଜୈନ ସହର ନାଁରେ ଆଉ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି । ଏଠାରେ ଲାଗିଛି ବିଶ୍ବର ପ୍ରଥମ ବୈଦିକ ଘଡ଼ି । ଆସନ୍ତା ମାର୍ଚ୍ଚ ୧ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିବେ।
-
କୌଣସି ବ୍ୟକ୍ତି ବିରୋଧରେ ଅର୍ଥନୈତିକ ଅପରାଧର ପ୍ରମାଣ ପାଇଲେ କିମ୍ବା ସନ୍ଦେହ ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚୁରା ପାଇଁ ସମନ ଜାରି କରିପାରିବ ବୋଲି ଆଜି ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷନ୍, ଅଜିତ କ୍ରିଷନନ୍, ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା।
-
ଦକ୍ଷିଣ ଭାରତର ଗିତମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଗବେଷଣା କ୍ଷେତ୍ରରେ ୧୦୦ କୋଟି ଟଙ୍କା ନିବେଶ କରାଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୟାନନ୍ଦ ସିଦ୍ଦବତ୍ତମ ଏହି ସୂଚନା ଦେଇଛନ୍ତି।
-
ରାଜ୍ୟସଭା ଆସନରେ ୟୁପିରେ ବିଜେପି ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଜୟୀ ହୋଇଛନ୍ତି। ହିମାଚଳ ପ୍ରଦେଶରେ କ୍ରସ୍ଭୋଟି ଯୋଗୁଁ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ସମାନ୍ ୩୪ଟି ଲେଖାଏଁ ଭୋଟ୍ ମିଳିଥିଲା। ଲଟେରି ଜରିଆରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଜେମିନିକୁ ନେଇ ଗୁଗୁଲ୍ ସମାଲୋଚନାର ଶିକାର ହୋଇଛି। ଏଆଇର ନେତୃତ୍ବ ନେବାରେ କମ୍ପାନିର ସିଇଓ ସୁନ୍ଦର ପିଚାଇ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
-
ଯୋଗଗୁରୁ ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ ଏହାର ଔଷଧ ଉତ୍ପାଦର ବିଜ୍ଞାପନ ଉପରେ ମଧ୍ୟ ଅଦାଲତ ରୋକ୍ ଲଗାଇଛନ୍ତି।
-
ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟର ସଚେତନତା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
-
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସରକାରଙ୍କ ୧୦ ବର୍ଷ ମଧ୍ୟରେ ଭାରତୀୟ ଅର୍ଥନୀତି ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି।
-
ଋଷିଆର ଏସ୍-୫୦୦ ପ୍ରୋମେଥିୟସ୍ ଏୟାର ଡିଫେନ୍ସ ସିଷ୍ଟମ ହାଇପରସୋନିକ୍ ଟାର୍ଗେଟକୁ ସଫଳତାର ସହ ଟ୍ରାକ୍ କରି ଖସାଇ ଦେଇଛି।
-
ଗାଜାରେ ମୃତ୍ୟୁ ସଂଖ୍ୟା ଚଳିତ ସପ୍ତାହରେ ୩୦,୦୦୦ର ମାଇଲଖୁଣ୍ଟ ଅତିକ୍ରମ କରିବା ସମ୍ଭାବନା ରହିଛି, କାରଣ ଅସ୍ତ୍ରବିରତି ଓ ବନ୍ଧକମୁକ୍ତି ପାଇଁ କେହି କାହାର ସର୍ତ୍ତ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଇସ୍ରାଏଲ ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି।
-
ଆଜି ୟୁପିଆଇ ସମାଜର ସମସ୍ତ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଛି। ବିଶ୍ୱର ମୋଟ ଡିଜିଟାଲ ଦେଣନେଣର ୪୬ ପ୍ରତିଶତ ଭାରତରେ ହେଉଛି ।
-
ଦେଶରେ ଥିବା ୩ କୋଟିରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମଧ୍ୟରୁ ପ୍ରାୟ ୮୦୦୦ ସଂସ୍ଥା ବିଭିନ୍ନ ପ୍ରକାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଛନ୍ତି। କିଛି ବର୍ଷରେ ସେମାନଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇ ୧୬ ହଜାରରୁ ଅଧିକ ହେବାର ସମ୍ଭାବନା ରହିଛି।