-
ଭାରତ ୨ଟି ବିପରୀତଧର୍ମୀ ବ୍ୟାଧିର ବୋଝ ତଳେ ଚାପିହୋଇଯାଇଛି। ଗୋଟିଏ କୁପୋଷଣ ଓ ଅନ୍ୟଟି ମେଦବହୁଳତା। ଗୁଣାତ୍ମକ ଖାଦ୍ୟର ଅଭାବ, ଶସ୍ତା ତଥା ଅସ୍ବାସ୍ଥ୍ୟକର ଆହାର ଗ୍ରହଣ କରିବା ଯୋଗୁ ବହୁ ଲୋକ କୁପୋଷଣର ଶିକାର ହେଉଛନ୍ତି। ୨୦୨୨ରେ ଦେଶର ପ୍ରାୟ ୪୪ ନିୟୁତ ମହିଳା ଏବଂ ୨୬ ନିୟୁତ ପୁରୁଷ ମେଦବହୁଳଗସ୍ତ ହୋଇଥିବା ଲାନ୍ସେଟର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।
-
ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ୪ଟି ମେଡିକାଲ କଲେଜ(ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ, ବାରିପଦାର ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲ, ସୁନ୍ଦରଗଡର ସରକାରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ, କେନ୍ଦୁଝରର ବିଶିଷ୍ଟ ଧରଣୀ ଧର ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ଓ ବାଲେଶ୍ୱରର ବିଶିଷ୍ଟ ଫକୀର ମୋହନ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ ।)ର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି।
-
ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ଫେସବୁକ୍ ବାୟୋରୁ ତାଙ୍କ ଅଫିସିଆଲ୍ ପଦବି ହଟାଇ କଂଗ୍ରେସ ନେତୃତ୍ୱକୁ ପୁଣି ଥରେ ଚିନ୍ତାରେ ପକାଇଛନ୍ତି।
-
ସର୍ଭିସ ଫି ବିବାଦ କାରଣରୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିବା ଭାରତୀୟ ମୋବାଇଲ ଆପକୁ ପୁଣି ରଖିବା କରିବା ପ୍ରକ୍ରିୟା ଆରମ୍ଭ କରିଛି ଗୁଗୁଲ ।
-
ପୂର୍ବ ଆଫ୍ରିକାର ଗ୍ରେଟର ଭିରୁଙ୍ଗା ଅଞ୍ଚଳରେ ୫୦ ବର୍ଷର ତଥ୍ୟକୁ ଆଧାର କରି କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ଓ ବୃଷ୍ଟିପାତ କମିବା ଦ୍ୱାରା ୪୦ ବର୍ଷରୁ ଅଧିକ ବୟସ୍କ ହାତୀ ଖାଦ୍ୟ ଅଭାବରୁ ଚାପଗ୍ରସ୍ତ ହୋଇଥାନ୍ତି।
-
ଝାଡ଼ଖଣ୍ଡର ଦୁମକାରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେନ୍ର ଜଣେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହଂସଡିହା ଥାନା ଅନ୍ତର୍ଗତ କୁରୁମହାଟରେ ଏହି ଘଟଣା ଘଟିଛି। ୭ ଜଣ ଏହି ଅପରାଧ ଘଟାଇଥିବା ବେଳେ ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଛି।
-
କାନପୁରଭିତ୍ତିକ ଏକ ପ୍ରମୁଖ ତମାଖୁ କମ୍ପାନି ବଂଶୀଧର ଟବାକୋ ପ୍ରାଇଭେଟ ଲିମିଟେଡର ମୁଖ୍ୟାଳୟ ସମେତ ପ୍ରାୟ ୨୦ଟି ସ୍ଥାନରେ ଆୟକର ବିଭାଗ ଏକକାଳୀନ ଚଢ଼ଉ କରି ବିପୁଳ ପରିମାଣର ସଂପତ୍ତି ଠାବ କରିଛି।
-
୨୦୧୭ ଡିସେମ୍ବରରେ ଭୁବନେଶ୍ବରରେ ଏହି ସେବା ଗେଲ୍ ଇଣ୍ଡିଆ ଆରମ୍ଭ କରିଥିଲା। ଗତ ପ୍ରାୟ ୭ ବର୍ଷ ମଧ୍ୟରେ ରାଜଧାନୀରେ ୧୦୧୬୦ ଟି ପରିବାରକୁ କମ୍ପାନି ଗ୍ୟାସ୍ ସଂଯୋଗ ଯୋଗାଇ ଦେଇପାରିଛି। ଅନ୍ୟପକ୍ଷରେ କଟକରେ ଏହି ସେବା ୨୦୧୯ ଶେଷ ଆଡ଼କୁ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୦୨୫ଟି ପରିବାରରେ ଉକ୍ତ ସଂଯୋଗ ପହଞ୍ଚିଛି।
-
ଆଠ ବର୍ଷ ପରେ ପ୍ରଥମ ଥର ଲାଗି ଦେଶରେ ଚାଉଳ ଉତ୍ପାଦନ ହ୍ରାସ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୨୩-୨୪ରେ ହାରାହାରି ବୃଷ୍ଟିପାତ ସ୍ବାଭାବିକ ଠାରୁ କମ୍ ରହିବା କାରଣରୁ ଧାନ ଚାଷ ପ୍ରଭାବିତ ହୋଇଛି।
-
ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହରେ ସର୍ବକାଳୀନ ରେକର୍ଡ ହୋଇଛି। ଚଳିତ ବର୍ଷ ଫେବ୍ରୁଆରିରେ ରାଜ୍ୟରେ ୫୧୩୬ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଛି। ପୂର୍ବରୁ କୌଣସି ମାସରେ ଜିଏସ୍ଟି ସଂଗ୍ରହ ଏହି ସ୍ତରରେ ପହଞ୍ଚିନଥିଲା।
-
ଟେସଲାର ମୁଖ୍ୟ ଏଲନ ମସ୍କ ବିଶ୍ବର ଚର୍ଚ୍ଚିତ ଏଆଇ ଟୁଲ ବିକାଶ କରିଥିବା ସଂସ୍ଥା ଓପନଏଆଇ ବିରୋଧରେ ଅଦାଲତରେ ମାମଲା ରୁଜୁ କରିଛନ୍ତି। ୨୦୧୫ରେ ଏହି ସଂସ୍ଥା ସ୍ଥାପନ ବେଳେ ଯେଉଁ ନୀତି ମଞ୍ଜୁର ହୋଇଥିଲା ତାହାକୁ କମ୍ପାନି ଉଲ୍ଲଂଘନ କରିଥିବା ସେ ଅଭିଯୋଗ କରିଛନ୍ତି।
-
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବାହାଘର ଆସନ୍ତା ଜୁଲାଇ ୧୨ରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ମୁମ୍ବାଇରେ ହେବ।
-
ଆସନ୍ତା ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୋଷ୍ଟାଲ ବାଲାଟ୍ ନିୟମ ସଂଶୋଧନ କରିଛନ୍ତି। ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସର ନାଗରିକ ଏହି ସୁବିଧା ଉଠାଉଥିଲେ।
-
ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି।
-
ମଣିପୁରରେ ଜାତି ଆଣ ହିଂସା ହେତୁ ବିସ୍ଥାପିତ ହୋଇଥିବା ଲୋକ ଆସନ୍ତା ଲୋକସଭା ନିର୍ବାଚନରେ ମତଦାନ କରିପାରିବେ। ଏଥିପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ମତଦାନ କେନ୍ଦ୍ର ଗଠନ କରାଯିବ।
-
ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ। ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ୨ବର୍ଷ ସିଜେଆଇ ପଦରେ ବସିବା ପରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ।
-
ମହାରାଷ୍ଟ୍ରର ନାଶିକ ପୋଲିସ ଇନପୁଟ ଗ୍ରହଣ କରିଛି ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ପରି ବୋମା ବିସ୍ଫୋରଣ କରାଯିବ ବା ବୋମାରେ ଉଡାଇ ଦିଆଯିବ।
-
ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିଶାଇଲ, ରାଡାର, ଓ୍ବିପନ୍ ସିଷ୍ଟମ, ମିଗ୍-୨୯ ଜେଟ୍ ବିମାନ ପାଇଁ ଏରୋ-ଇଞ୍ଜିନ୍ ସମେତ ୫ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଭାରତ ଶୁକ୍ରବାର ବିଭିନ୍ନ ସଂସ୍ଥା ସହ ୩୯,୧୨୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିଛି।
-
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ (MLE (EV) ମାନଙ୍କ ପାରିତୋଷିକ ୫୩୭୯ ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
-
ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV) ମାନଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା।