-
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମିଖାଇଲ ମିସୁଷ୍ଟିନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ପୁନଃନିଯୁକ୍ତ କରିଛନ୍ତି। ପୁଟିନ୍ ତାଙ୍କ ନାମ ସଂସଦର ନିମ୍ନ ସଦନରେ ଅନୁମୋଦନ ପାଇଁ ପଠାଇଛନ୍ତି।
-
ଜାତିସଂଘର ସଂସ୍ଥା ‘ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍ (ଆଇଓଏମ୍)ର ରିପୋର୍ଟ ଅନୁସାରେ ୨୦୨୨ରେ ଭାରତ ୧୧,୧୦୦ କୋଟି ଡଲାର ହାସଲ କରିଛି। ଏହି ତାଲିକାରେ ଭାରତ ପଛକୁ ରହିଛନ୍ତି ମେକ୍ସିକୋ, ଚୀନ୍, ଫିଲିପାଇନ୍ସ ଓ ଫ୍ରାନ୍ସ।
-
୨୦୨୪ ମାର୍ଚ୍ଚ ମାସ ପାଇଁ ଦେଶର ଶିଳ୍ପ ଉତ୍ପାଦନ ତଥ୍ୟ ଆଜି ସରକାର ପ୍ରକାଶ କରିଛନ୍ତି। ମାର୍ଚ୍ଚରେ ଶିଳ୍ପ ଅଭିବୃଦ୍ଧି ୪.୯ ପ୍ରତିଶତ ରହିଛି। ମୁଖ୍ୟତଃ ଖଣି କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁ ଶିଳ୍ପ ଉତ୍ପାଦନ ମନ୍ଥର ହୋଇଛି।
-
୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଭାଂଶ ଆକାରରେ ଭାରତ ସରକାରଙ୍କୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିପାରେ।
-
ରାଜ୍ୟର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୩୦୭ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି।
-
ଲଗାତାର ୩ ଦିନ ଧରି ହ୍ରାସ ପରେ ଶେଷରେ ଷ୍ଟକ ବଜାରରେ ଉତ୍ସାହ ଫେରିଛି । ସପ୍ତାହର ଶେଷ କାରବାର ଦିବସ ଅର୍ଥାତ୍ ଶୁକ୍ରବାର (ମେ ୧୦) ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା
-
ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଯୌନ ନିର୍ୟାତନା ମାମଲାରେ ଦିଲ୍ଲୀର ଏକ ଅଦାଲତ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ବ୍ରଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
-
ଅକ୍ଷୟ ତୃତୀୟାରେ ଶୁକ୍ରବାର ଭୁବନେଶ୍ବର ଜନପଥରେ ଥିବା ଗହଣା ଦୋକାନଗୁଡ଼ିକରେ କିଛି ଏଭଳି ଦୃଶ୍ୟ ଥିଲା।ଗୋଟିଏ ଦିନରେ ପ୍ରାୟ ଅଢ଼େଇ କ୍ବିଣ୍ଟାଲ ସୁନା ବିକ୍ରି ହୋଇଛି ଯାହାର ମୂଲ୍ୟ ୧୭୫ କୋଟି ଟଙ୍କାରୁ ଅଧିକ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ।
-
ଆସନ୍ତା ମାସରେ ୟୁଜିସି-ଏନ୍ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଅବଧିକୁ ଅନ୍ଲାଇନ ଆବେଦନକୁ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
-
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ୍ରୁ ମୁକୁଳିଛନ୍ତି। ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲ ୫୦ ଦିନ ଜେଲ୍ରେ ରହିବାପରେ ଆଜି ତାଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
-
ଖଲିସ୍ତାନୀ ନେତା ତଥା 'ୱାରିସ୍ ଦେ ପଞ୍ଜାବ'ର ମୁଖ୍ୟ ଅମୃତପାଲ ସିଂହ ପଞ୍ଜାବର ଖଦୁର ସାହେବ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛି।
-
'କ୍ଷମା କରିବ ବାପା...ମୁଁ ପୁଲିସ ହୋଇପାରିବି ନାହିଁ'। ଏଭଳି ଲେଖି ଜୀବନ ହାରିଲେ ଛାତ୍ର। ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା। ପୁଲିସ କହିଛି ଯେ, ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ପିତାଙ୍କ ମୃତ୍ୟୁ କାରଣରୁ ମାନସିକ ଚାପରେ ରହୁଥିଲେ।
-
କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ୪ କି.ମି. ଚାଲି ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା।
-
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ।