-
ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର କନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ଯାଦବ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରିବେ।
-
ଜଣାଶୁଣା ଅନଲାଇନ୍ ପେମେଣ୍ଟ୍ ଆପ୍ ପେଟିଏମ୍ ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଉପହାର ଦେଇଛି । ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ନୂତନ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଏନପିସିଆଇ ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ୱାନ୍-୯୭କମ୍ୟୁନିକେସନ୍କୁ ଅନୁମତି ଦେଇଛି ।
-
ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଇଭିଏମ୍ ଏବଂ ଭିଭିପାଟର ବିଭିନ୍ନ ଉପାଦାନର ଉତ୍ପାଦକଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଛି।
-
ସଂରକ୍ଷଣ ଲାଭ ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି)ରେ ଅନ୍ତର୍ଭୁକ୍ତ କରିଛନ୍ତି।
-
ଯଦି ଜଣେ ନାବାଳିକା କାହାକୁ କିଛି ନଜଣାଇ ସ୍ବେଚ୍ଛାକୃତ ଭାବରେ ତାଙ୍କ ପିତାମାତାଙ୍କ ଘରୁ ଚାଲି ଯାଆନ୍ତି ତେବେ ତାହାକୁ ଅପହରଣ କୁହାଯାଇ ପାରିବ ନାହିଁ କି ସେ ଯାହା ସହିତ ଯାଇଥିବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରାଯାଇ ପାରିବନାହିଁ।
-
ସେନା ପାଇଁ ଆସିବ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଜାକେଟ୍ । ଯବାନଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ। ଏହି ଜାକେଟରେ ୬ ଟି ଗୁଳି ବାଜିଲେ ମଧ୍ୟ କିଛ କ୍ଷତି ହେବ ନାହିଁ ।
-
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍। ପ୍ରକାଶିତ ବିଜ୍ଞାପନ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି।
-
ଘରୋଇ ଆର୍ଥିକ କମ୍ପାନି ‘କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ’ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ କରିଛି। ଅନ୍ଲାଇନ୍ ଓ ମୋବାଇଲ୍ ବ୍ୟାଙ୍କିଂ ଚାନେଲ୍ ଜରିଆରେ ନୂଆ ଗ୍ରାହକଙ୍କୁ ସାମିଲ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଉକ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।
-
ଏଜୁଟେକ୍ ଷ୍ଟାର୍ଟଅପ୍ ବାଇଜୁସ୍ ବିରୋଧରେ ଦାଏର ହୋଇଥିବା ଏକ ଦେବାଳିଆ ଆବେଦନର ଜବାବ ଦେବାରେ ବିଫଳ ହେବାରୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି) ବୁଧବାର ଏହା ଉପରେ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି।
-
ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍ସ ଆସନ୍ତା ମେ‘ ୬ରେ ପୁଣି ମହାକାଶକୁ ଯାତ୍ରା କରିବେ। ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି।
-
ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ପି.ଚନ୍ଦ୍ର ଶେଖର ସବୁଠାରୁ ଧନୀ ପ୍ରାର୍ଥୀଭାବେ ମାନ୍ୟତାଲାଭ କରିଛନ୍ତି। ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଚନ୍ଦ୍ର ଶେଖରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ୫୭୮୫ କୋଟି ଟଙ୍କା ବୋଲି ଜଣାପଡିଛି।
-
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡ଼ିଜିସିଏ) ଏୟାରଲାଇନ୍ସଗୁଡିକୁ ସୁନିଶ୍ଚିତ କରିବାକୁ କହିଛି ଯେ ଯେଭଳି ୧୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହିତ ସିଟ୍ ଆବଣ୍ଟନ କରାଯାଉ।
-
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏପରିକି ରାଜ୍ୟରେ ପାରଦ ୪୬ ଡିଗ୍ରୀ ଟପିବାର ଆଶଙ୍କା ରହିଛି।
-
ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି।
-
ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ।