# |
Date |
Type |
Current Affairs |
No. Of Views |
Status |
Action |
2711 |
30-10-2021 |
Odia |
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ତିନିଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି। ଶୁକ୍ରବାର ମୋଦୀ ଇଟାଲୀର ରୋମରେ ପହଞ୍ଚିବା ପରେ ‘ପିଆଜାଗାନ୍ଧୀ’ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଥିଲେ।
- ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମିରେ ମହିଳା କ୍ୟାଡେଟ୍ମାନଙ୍କ ପ୍ରବେଶ ଉତ୍ସବ ଆୟୋଜନ ହୋଇଛି । ଭାରତୀୟ ସେନାମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଭାଣେ ମହିଳା କ୍ୟାଡେଟଙ୍କ ପ୍ରଶଂସା କରିଛନ୍ତି । କିଛି ବର୍ଷ ପରେ ମୋ ପଦବୀରେ ମହିଳାମାନଙ୍କୁ ଦେଖିବା ବୋଲି ସେ କହିଛନ୍ତି । ୧୪୧ ତମ ଏନଡିଏ ପରେଡକୁ ସମ୍ବୋଧନ କରିଛନ୍ତି ଏମଏମ ନରଭାଣେ ।
- କନ୍ନଡ ସିନେମାର ପାୱାର ଷ୍ଟାର କୁହାଯାଉଥିବା ଅଭିନେତା ପୁନିତ ରାଜକୁମାରଙ୍କ ଆଜି ଦେହାନ୍ତ ହୋଇଛି। ଅକ୍ଟୋବର ୨୯ରେ ହୃଦଘାତ ପରେ ତାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିଥିଲା । କ୍ରିକେଟର ଭେଙ୍କଟେଶ ପ୍ରସାଦ ଟ୍ୱିଟରରେ ଟ୍ୱିଟ କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।
- କୋଲକତା ହାଇକୋର୍ଟ ଆଗାମୀ ପର୍ବପର୍ବାଣିକୁ ଦୃଷ୍ଟିରେ ରଖି କଠୋର ନିଷ୍ପତ୍ତି ନେଇଛନ୍ତି । କୋର୍ଟ ବାଣ ବିକ୍ରି ସହ ବାଣ ଫୁଟାଇବା ଉପରେ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । କେବଳ ଦୀପାବଳି ନୁହେଁ କାଳୀ ପୂଜା, ଛଟ୍ ପୂଜା ଓ ଖ୍ରୀଷ୍ଟମାସ ଆଦିରେ ବାଣ ଫୁଟାଇବା ବ୍ୟାନ୍ କରାଯାଇଛି ।
- ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର ।
- ୩୯ ମହିଳା ସେନା ଅଧିକାରୀଙ୍କୁ ମିଳିଲା ସ୍ଥାୟୀ କମିଶନ, ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ ।
- କଟକର ନିର୍ମାଣାଧୀନ ନେତାଜୀ ବସ୍ ଟର୍ମିନାଲ ପାଇଁ ଅଧିକ ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର ।
- ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ଜବରଦସ୍ତ ସଫଳତା; ୭ ବର୍ଷରେ ଖୋଲିଛି ୪୪ କୋଟି ।
- ପୁଣି ବିବାଦରେ ଜେଏନୟୁ, ପେଜ୍ରେ ଲେଖାଗଲା ‘ଭାରତୀୟ ଅଧିକୃତ କାଶ୍ମୀର’, ଓ୍ଵେବିନାର ରଦ୍ଦ ।
- ଦୀପାବଳି ଠାରୁ ବଜାରରେ ମିଳିବ ଜିଓଫୋନ ନେକ୍ସଟ ।
- ରାଜଧାନୀକୁ ଅଚଳ କରିଦେଲେ ଡ୍ରାଇଭର: ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପ୍ରାୟ ୪ ଘଂଟା ଧରି ଟ୍ରାଫିକ ଜାମ୍
- କେନ୍ଦ୍ର କୋଇଲା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ , ସୁନ୍ଦରଗଡରେ AIIMS ସ୍ୱଚ୍ଛ ଶକ୍ତି ସେସରେ ୬୦ ପ୍ରତିଶତ ଅଂଶୀଦାର ପାଇଁ କଲେ ଦାବି
- ଭାରତକୁ ଫେରିଛି ୨୪୮ଟି ପ୍ରାଚୀନ କୀର୍ତ୍ତି। ପ୍ରାୟ ୧୫ ନିୟୁତ ଡଲାରର ଦୁର୍ମୂଲ୍ୟ ପ୍ରାଚୀନ କୀର୍ତ୍ତିକୁ ଫେରସ୍ତ କରିଛି ଆମେରିକା । ଏହି କୀର୍ତ୍ତି ମଧ୍ୟରେ ରହିଛି ଦ୍ବାଦଶ ଶତାବ୍ଦୀର ଏକ ବ୍ରୋଞ୍ଜନିର୍ମିତ ଶିବ ନଟରାଜଙ୍କ ମୂର୍ତ୍ତି । ଗତ ଦଶନ୍ଧି ଧରି ଆମେରିକାରେ ବଡ ଧରଣର ସର୍ଚ୍ଚ ଅପରେସନ, ଯ଼ାଞ୍ଚ, ଚଢାଉ କରି ଏହି ମୂର୍ତ୍ତି ଓ କୀର୍ତ୍ତିଗୁଡିକୁ ଠାବ କରାଯାଇଥିଲା ।
- ଆଜି ଦେଶରେ ୩ଟି ଲୋକସଭା ଏବଂ ୩୦ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା-ନଗର ହାେଓ୍ଵଲି ଓ ଦାମନ-ଦିୟୁର ୩ଟି ଲୋକସଭା ଆସନ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ଭୋଟ୍ ଗ୍ରହଣ ଚାଲିଛି।
- ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାରେ ଆତ୍ମହତ୍ୟା ୨୧% ବୃଦ୍ଧିପାଇଛି। ୨୦୨୦ରେ ରାଜ୍ୟରେ ସମୁଦାୟ ୫୫୪୬ ଆତ୍ମହତ୍ୟା କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୪୫୮୨। ୨୦୨୦ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩୯୦୯ ଥିବାବେଳେ ମହିଳାଙ୍କ ସଂଖ୍ୟା ଥିଲା ୧୬୩୭। ଗତକାଲି ଏନ୍ସିଆର୍ବି ଦ୍ବାରା ପ୍ରକାଶିତ ରିପୋର୍ଟ-୨୦୨୦ରେ ଏହା ଉଲ୍ଲେଖ କରାଯାଇଛି।
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଟେନିସ ତାରକା ଲିଆଣ୍ଡର ପେସ୍ ଆଜି ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି।
- ଜିଓ ଓ ଗୁଗୁଲ୍ ପକ୍ଷରୁ ମିଳିତ ଭାବେ ଡିଜାଇନ୍ କରାଯାଇଥିବା ବହୁ ପ୍ରତିକ୍ଷୀତ ଜିଓଫୋନ୍ ନେକ୍ସଟ୍ ଦୀପାବଳିରେ ଷ୍ଟୋର୍ଗୁଡ଼ିକରେ ଉପଲବ୍ଧ ହେବ ବୋଲି ଆଜି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ବଳକା ରାଶିକୁ ୧୮ କିମ୍ବା ୨୪ ମାସିଆ ସହଜ କିସ୍ତି ଜରିଆରେ ପ୍ରଦାନ କରାଯାଇପାରିବ । କଂପାନି ପକ୍ଷରୁ ଜିଓଫୋନ୍ ନେକ୍ସଟ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ଲାନ୍ ସହ ବଣ୍ଡଲ୍ଡ କରାଯାଇଛି ।
- ବିଶ୍ବର ଜନସଂଖ୍ୟା ପାଖାପାଖି ୮ ଶହ କୋଟି। ଆଗାମୀ ୪ ଦଶନ୍ଧି ମଧ୍ୟରେ ଭାରତର ଜନସଂଖ୍ୟା ପ୍ରାୟ ୧୭୦ କୋଟି ଛୁଇଁ ସାରିଥିବ। ଏତେ ବଡ଼ ବିଶାଳ ଜନସଂଖ୍ୟାଙ୍କୁ ଦୈନିକ ଆହାର ଯୋଗାଇବା ସେତେବେଳେ ଦେଶ ପାଇଁ ନୂତନ ଆହ୍ବାନ ସୃଷ୍ଟି କରିବ।
- ଗତ ବର୍ଷକ ମଧ୍ୟରେ ଆତ୍ମହତ୍ୟା ପରିମାଣ ୧୦ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ରେ ଦେଶରେ ମୋଟ ୧ ଲକ୍ଷ ୫୩ ହଜାର ୫୨ଜଣ ଆତ୍ମହତ୍ୟା କରିଛନ୍ତି; ଯାହା ୨୦୧୯ ତୁଳନାରେ ୧୦ପ୍ରତିଶତ ଅଧିକ ବୋଲି ଜାତୀୟ ଅପରାଧ ରେକର୍ଡସ୍ ବ୍ୟୁରୋ (ଏନ୍ସିଆରବି) ପକ୍ଷରୁ ସୂଚନା ଦିଆଯାଇଛି।
- ନଭେମ୍ବର ମାସ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଥିବାବେଳେ ଏହାକୁ ଅନୁପାଳନ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
|
639 |
Y |
|
2712 |
29-10-2021 |
English |
- India reported 16,156 new COVID-19 cases and 733 deaths in the last 24 hours, informed the Ministry of Health and Family Welfare on Thursday.
- The Supreme Court permitted Thursday the National Testing Agency (NTA) to declare the National Eligibility Entrance Test (NEET) results for admission to undergraduate medical courses across India
- Home Ministry has extended the COVID-19 restrictions across the country till 30th November this year to prevent any further spread of the pandemic.
- India’s Ministry of Railways has asked the Indian Railway Catering and Tourism Corporation (IRCTC) to share 50% of revenues coming from service charts on e-ticketing, i.e., convenience fees, with the government.The company will start sharing half of the convenience fees with the government from November 2021.
- CM Y.S. Jagan Mohan Reddy has asked officials to concentrate on establishing a 'London Eye/Millennium Wheel' type project in Visakhapatnam and provide state-of-the-art facilities in the tourism sector to attract global tourists to Andhra Pradesh.
- Delhi Petrol prices continue to rise, crosses Rs 108 in Delhi, Rs 114 in Mumbai.Petrol and diesel prices differ from state to state depending on the incidence of value-added tax.The price of diesel also saw a hike by 35 paise and took the fuel's rate to Rs 97.02 per litre in the national capital.
- PM Modi on 29 Oct (Thursday) attended the 18th ASEAN-India Summit and exchanged views on regional and global issues with ASEAN partners.Addressing a virtual meet, the PM said that the country decided to celebrate 2022 as 'India-ASEAN Friendship Year' to commemorate 30 years of ASEAN-India Partnership.
- India is scheduled to host the G-20 Summit in 2023 for the first time. At COP-26 in Glasgow, the Parties will work to achieve the completion of Paris Agreement implementation guidelines, the mobilization of climate finance, actions to strengthen climate adaptation, technology development and transfer, and keeping in reach the Paris Agreement goals of limiting the rise in global temperatures.
- China said that its new land border law will not affect the implementation of existing border treaties or change the country’s position on border-related questions. Beijing’s response comes a day after India’s Ministry of External Affairs expressed concerns about the legislation in view of a protracted military standoff between India and China along the Line of Actual Control (LAC) in eastern Ladakh.
- The Government of India and the Asian Development Bank on Thursday signed a 251 million dollar loan for climate-resilient, integrated urban flood protection and management in the Chennai-Kosasthalaiyar basin to strengthen resilience of Chennai city to floods. The agreement was signed between, Rajat Kumar Mishra, Additional Secretary, Department of Economic Affairs and Takeo Konishi, Country Director of Asian Development Bank’s India Resident Mission
- China will build a base for police in Tajikistan near the Afghan border, The base points to deepening security cooperation between impoverished Tajikistan and China, which is reported to maintain another base in the southeast of the ex-Soviet country.
- The World Health Organization (WHO) has expressed concerns over the worsening coronavirus disease (Covid-19) pandemic situation in Europe. On Wednesday, the UN health body said that Europe had the maximum number of cases and deaths due to the viral disease over the last week.
- The Odisha Electricity Regulatory Commission (OERC) ordered Thursday Reliance Infrastructure Ltd (RIL) to pay dues of over Rs 4,000 crore accrued by its three power distributions companies (discoms), the licences of which were revoked six years ago.
- In a major relief, the Bombay High Court granted Thursday bail to Aryan Khan, Arbaaz Merchant and Munmun Dhamecha who were nabbed in the cruise ship rave party raided by officials of the Narcotics Control Bureau (NCB). While granting a conditional bail to the trio, Justice NW Sambre passed the operative order and the detailed one is expected Friday.
- According to the report released Thursday, factors like logging, wildfires and clearance of land for agriculture are to blame. The excess carbon turns up from just 10 of 257 forests classified among UNESCO World Heritage sites. The Switzerland-based International Union for Conservation of Nature and UNESCO said their report provides the first-ever assessment of greenhouse gases produced and absorbed in UNESCOlisted forests. The study was based on information collected through onsite monitoring and from satellites .
- : A robotic surgery centre of excellence (CoE) called ‘Robotic Sx system (Versius) of CMR (UK)’ became operational Thursday at Shanti Memorial Hospital, a leading healthcare provider of Odisha.
- Odisha registered a 21 per cent jump in cases of suicides during 2020 as compared to 2019. As many as 5,546 persons committed suicide in 2020 as against 4,582 in the previous year, as per data revealed by the National Crime Records Bureau (NCRB)
- Students studying in colleges under the Sambalpur University no longer need to run from pillar to post to get migration certificates for admission in other institutions as an online service has been launched could apply online and get it .
- Delhi has a seropositivity of 97 per cent for Covid19 antibodies, the sixth serological survey conducted in the city has revealed, Delhi Health Minister Satyendar Jain said Thursday. Every district has a sero-positivity of above 95 per cent, he said.
- In an important verdict to protect the rights of Children with Special Needs or suffering from disability (CwSN), the Supreme Court Thursday directed the Centre to forthwith notify the norms and standards of pupil-teacher ratio for special schools and separate norms for special teachers who alone can impart education and training to CwSN in the general schools.
|
665 |
Y |
|
2713 |
29-10-2021 |
Odia |
- ଜିଏସ୍ଟି କ୍ଷତିପୂରଣ ଭାବରେ ଅର୍ଥ ମନ୍ତ୍ରଣାଳୟ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଋଣ ସୁବିଧା ବିଧେୟକ ଅଧୀନରେ ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛି।
- ଦେଶର ସାମୁଦ୍ରିକ ନିରାପତ୍ତାକୁ ମଜଭୁତ କରିବା ପାଇଁ ସ୍ୱଦେଶରେ ନିର୍ମିତ ଭାରତୀୟ ଉପକୂଳରକ୍ଷୀ ବାହିନୀର ଯୁଦ୍ଧ ଜାହାଜ ‘ସାର୍ଥକ’କୁ ଆଜି ଗୋଆଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ଜାହାଜ ଗୁଜୁରାଟର ପୋର୍ ବନ୍ଦର ମୁତୟନ ରହିବ ଏବଂ ଭାରତର ପଶ୍ଚିମାଞ୍ଚଳ ସମୁଦ୍ର ଉପକୂଳରେ ପହରା ଦେବ।
- ରାଜ୍ୟର ୧୧୪ ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ରମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।
- ବିଶିଷ୍ଟ ଶିକ୍ଷାବିତ ଡକ୍ଟର ନାରାୟଣ ମହାନ୍ତି ଚଳିତ ବର୍ଷ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ ପାଇବେ। ଆସନ୍ତା ୩୧ରେ ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହେବାକୁ ଥିବା ଉତ୍କଳ ସାହିତ୍ୟ ସମାଜର ୧୧୯ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଡକ୍ଟର ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
- ଓଡିଶାରେ ଆରମ୍ଭ ହେଲା ମୋବାଇଲ ସ୍କୁଲ, ଗାଁକୁ ଗାଁ ବୁଲି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବ ଏକ ସ୍ବତନ୍ତ୍ର ଭ୍ୟାନ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରଠାରେ ‘ସ୍କୁଲ ସଂଯୋଗ କାର୍ଯ୍ୟକ୍ରମ ମୋବାଇଲ୍ ସ୍କୁଲ୍ ଇନ୍ ଏ ଭ୍ୟାନ୍’କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।
- ରାଜ୍ୟସ୍ତରୀୟ ସିନିୟର୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ, ଯୋଗଦେଲେ ୧୩୫ ଖେଳାଳି ।
- ଇଶା ଅମ୍ବାନିଙ୍କୁ “ସ୍ମିଥ୍ସୋନିୟନ ନ୍ୟାସନାଲ୍ ମୁ୍ୟଜିୟମ୍ ଅଫ୍ ଏସିଆନ୍ ଆର୍ଟର ବୋର୍ଡରେ ନିଯୁକ୍ତି ।
- ୧୫୦ ଟଙ୍କା ଛୁଇଁବ ପେଟ୍ରୋଲ ଦାମ ! ୨୮ ଦିନରେ ୨୧ ଦିନ ବଢିଲାଣି ତେଲ ଦର ।
- ଭୋପାଲରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ଅକ୍ଟୋବରରେ ୧୩.୪ ଡିଗ୍ରି ସେଲସିୟସକୁ ଖସିଲା ପାରଦ ।
- ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।
- କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ । ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।
- କେନ୍ଦ୍ର ଗୃହମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଚାଲିଥିବା କୋଭିଡ କଟକଣାକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦେଶରେ ଗତକାଲିର ତୁଳନାରେ ଆଜି ସଂକ୍ରମିଣ ହାର ୨୦ ପ୍ରତିଶତ ବୃଦ୍ଧି ପାଇବାପରେ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ।
- NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ଫଳାଫଳ ଘୋଷଣା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।
- ଖସିଲା ସେନସେକ୍ସ, ୪ ଲକ୍ଷ, ୮୦ ହଜାର କୋଟି ହରାଇଲେ ନିବେଶକ । ୬ ମାସ ଭିତରେ ସେୟାର ବଜାରରେ ସବୁଠାରୁ ବଡ ହ୍ରାସ ।
- ମାଟ୍ରିକ୍ ପରେ ଡ୍ରପ୍ ଆଉଟ୍, ପାଠପଢ଼ାରୁ ମୁହଁ ମୋଡ଼ିଲେ ୧.୮ଲକ୍ଷ ପିଲା ।
- ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଘଣ୍ଟାକୁ ୩୦୦ କିଲୋମିଟରରୁ ଅଧିକ ବେଗରେ ମାଡିଆସିଥିଲା ପବନ। ଛାରଖାର ହୋଇଯାଇଥିଲା ଅଧା ଓଡ଼ିଶା ।
- ରାଜ୍ୟ ସରକାରଙ୍କ 5-ଟି ମାଧ୍ୟମରେ ରୂପାନ୍ତରଣ ହେବ ଗଜପତିର 60ଟି ହାଇସ୍କୁଲ ।
- ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ଏପ୍ରିଲ ୧୯୯୯ରୁ ଏହି ଦାୟିତ୍ବ ନେଇଥିଲା ରିଲାଏନ୍ସ-ଇନଫ୍ରା
- ବିଶ୍ବର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ଫେସବୁକ ପାଇଲା ନୂଆ ପରିଚୟ। ଫେସବୁକର ନାଁ ବଦଳାଇଛି କମ୍ପାନୀ। ଏବେ ନୂଆ ନାଁ ରଖାଯାଇଛି ‘ମେଟା’। କମ୍ପାନୀର ବାର୍ଷିକ ଉତ୍ସବରେ ନୂଆ ନାଁ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ମାର୍କ ଜୁକରବର୍ଗ।
- କାନାଡ଼ର ପ୍ରତୀରକ୍ଷା ଗାଦି ସମ୍ଭାଳିବାରେ ପ୍ରଥମ ହିନ୍ଦୁ ମହିଳା ହେବାର ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ ।
|
626 |
Y |
|
2714 |
28-10-2021 |
English |
- India reported 13,451 new COVID-19 cases and 585 deaths in the last 24 hours, taking the cumulative tally to 3,42,15,653, informed the Ministry of Health and Family Welfare on Wednesday.
- Mumbai Police has deputed police officers for enquiry into complaints of alleged extortion against NCB officers including zonal director Sameer Wankhede in the drugs bust case involving Aryan Khan, a senior police official said on Wednesday.
- The World Health Organisation on Wednesday said it expects to receive clarifications from Bharat Biotech by the end of this week on its COVID-19 vaccine -- Covaxin.
- The Election Commission on Wednesday issued a notice to Assam minister and BJP leader Ashok Singhal for violating provisions of the model code during electioneering for bypolls.
- The Ministry of Civil Aviation on Wednesday launched Krishi Udan 2.0 scheme under which cargo-related infrastructure will be built in airports of north-east, hilly and tribal regions to assist farmers in transporting agriculture products.
- Participating in the 16th East Asia Summit earlier on Wednesday via videoconference, Modi also stressed the importance of Free, Open and Inclusive Indo-Pacific and raised the idea of developing global standards on cyber security.
- The government earlier this month decided to sell Air India to Talace Pvt Ltd, a unit of the holding company of salt-to-software conglomerate Tata group, for Rs 18,000 crore.
- The Union Public Service Commission (UPSC) has declared the result of the written exam held on September 19 for Assistant Director of Census Operation (Technical), RGI; Statistical Officer (Planning - Statistics), GNCTD; Senior Scientific Assistant (Mechanical), Ministry of Defence posts. The UPSC result is available on the official website of the Commission, upsc.gov.in.
- India successfully test-fired Agni-5, a surface-to-surface ballistic missile, from the APJ Abdul Kalam Island, off the Odisha coast today. The intercontinental ballistic missile was test-fired by the Defence Research and Development Organisation (DRDO) at 7:50 PM.
- Deputy Chief Minister Manish Sisodia announced on Wednesday that all schools in the national capital will be permitted to open from November 1. However, physical attendance will be voluntary and parents would not be forced to send their children to school.
- The Centre Wednesday notified the four-year integrated teacher education programme (ITEP) — envisaged as the minimum degree qualification for school teachers under the National Education Policy 2020 — which will be offered by about 50 institutes across the country from the next academic year.
- The three-judge bench, headed by Chief Justice of India N V Ramana, in ordering a probe by a committee headed by former Supreme Court judge R V Raveendran, flagged that its intervention is to “uphold the constitutional aspirations and rule of law” without being “consumed in (the) political rhetoric.”
- From next month, no central government file will pass more than four hands before a decision and ministries will also be able to submit e-files to each other. The idea is to speed up decision-making and usher in an executive-centric and business-oriented functional transformation of government offices by flattening the organisation and going for delegation rather than pushing files up to higher levels needlessly,
- The Similipal National Park, which had remained out of bounds to public since May this year due to COVID-19 second wave, will reopen for tourists from November 1.
- Offline classes for First Year UG and PG students will start in degree colleges and universities across Odisha from November 1 and November 15, respectively.The State Government has written to the Principals of all Colleges and Vice-Chancellors of all Universities in this regard.
- Sanjeev Mohanty was appointed as Levi Strauss & Co.’s Senior Vice President and Managing Director for US and Canada operations.
- The President of India, Ram Nath Kovind will visit Gujarat from October 28 to 30, 2021.On October 29, the President will inaugurate a Housing Scheme Project for Economically Weaker Section at Bhavnagar.
- Chief Minister Y.S. Jagan Mohan Reddy on Tuesday credited a total of Rs 2,190 crore under YSR Rythu Bharosa, YSR Sunna Vaddi Panta Runalu and YSR Yantra Seva Pathakam directly into the accounts of all eligible farmers across the state.
- Over 103 million people across India have not turned up for their second doses of Covid-19 vaccines .
- Odisha chief minister Naveen Patnaik virtually launched India’s first Fifa Football for Schools programm.
|
558 |
Y |
|
2715 |
28-10-2021 |
Odia |
- ବିଶିଷ୍ଟ ଗାନ୍ଧୀବାଦୀ ନେତା ଡ. ସାଲେମ ନଞ୍ଜୁଦୟା ସୁବ୍ବାରାଓଙ୍କର ଆଜି ଜୟପୁର ସରକାରୀ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା।
- ନଭେମ୍ବର ୧ରୁ ୟୁଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପାଠ ପଢ଼ିବେ। ସେହିପରି ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପିଲାମାନଙ୍କର ମଧ୍ୟ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ।
- ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓ୍ବାଙ୍ଖଡେଙ୍କ ଭଉଣୀ, ମହିଳା ଆୟୋଗଙ୍କୁ ଲେଖିଲେ ଚିଠି ।
- ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର ।
- ଆସନ୍ତା ବର୍ଷ ଫେବୃଆରୀ ଶେଷ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବାକୁ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି । ମାର୍ଚ୍ଚ ୯ ତାରିଖରୁ ୧୧ ତାରିଖ ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଜିଲା ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ସାରିବାକୁ ତତ୍ପରତା ପ୍ରକାଶ ପାଇଛି ।
- ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -୫ ସଫଳତାର ସହିତ ଉତ୍କ୍ଷେପଣ ।
- ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ ।
- କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶୁଭାରମ୍ଭ କଲେ “ସମ୍ଭବ”-୨୦୨୧, ଯୋଗଦେବେ ଦେଢ ଲକ୍ଷ ଛାତ୍ରଛାତ୍ରୀ ।
- ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରେଶନ(ଏଫ୍ଡିଏ)ର ପରାମର୍ଶଦାତା କମିଟି ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର କୋଭିଡ୍ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ ସୁପାରିସ୍ କରିଛି ।
- ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
- ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ପୁରୀ ପୌରାଞ୍ଚଳ ବାସୀ । ନଭେମ୍ବର ୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି ।
- ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଶେଷ ଚଳଚ୍ଚିତ୍ର ‘ଅକ୍କାଡ ବକ୍କଡ ରାଫୁ ଚକ୍କର’ର ରିଲିଜ ତାରିଖ ସାମ୍ନାକୁ ଆସିଛି। ଏହି ଫିଲ୍ମ ନଭେମ୍ବର ୩ ରେ ଆମାଜନ ପ୍ରାଇମରେ ରିଲିଜ ହେବ ।
- ଡିସେମ୍ବର ମାସ ଭିତରେ ୧୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ନେଇ ଝଡ଼ ଉଠିଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
- ନଭେମ୍ବରରୁ ମେଗା ଟିକାକରଣ, ଘର ଘର ବୁଲି ଦିଆଯିବ କରୋନା ଟିକା । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
- ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ଚଳିତ ବର୍ଷ ୧୧ ଜଣ କ୍ରୀଡ଼ାବିତ୍ଙ୍କ ନାମ ସୁପାରିଶ କରାଯାଇଛି । ଏଥି ମଧ୍ୟରେ ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ୍ ବିଜେତା ନୀରଜ ଚୋପ୍ରା, ସିଲ୍ଭର୍ ମେଡାଲ୍ ଆଣିଥିବା ରବି ଦହିଆଙ୍କ ନାମ ରହିଛି ।
- ନଭେମ୍ବର ୧ରୁ ପ୍ରଥମ ବର୍ଷ UG କ୍ଲାସ୍ ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ରୁ ପ୍ରଥମ ବର୍ଷ PG କ୍ଲାସ୍ ଆରମ୍ଭ ହେବ । ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପଢ଼ିବେ ।
- ଏନସିବିର ତଦନ୍ତକାରୀ ଅଫିସର ସମୀର ୱାଙ୍ଖଡେଙ୍କ ବିରୋଧରେ ବିବାଦୀୟ ବୟାନ। ଗିରଫ ହେଲେ କିରଣ ଗୋସାଭି। ଗତକାଲି ବିଳମ୍ବିତ ରାତିରେ ପୁନେ ପୋଲିସ ଗୋସାଭିକୁ ଗିରଫ କରିଛି। କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଗିରଫ ଆର୍ଯ୍ୟନ ଖାନ୍ ମାମଲାରେ ଏକମାତ୍ର ସାକ୍ଷୀ ଥିଲେ ଗୋସାଭି।
- ଏୟାର ଇଣ୍ଡିଆର ବକେୟା ରାଶି ତୁରନ୍ତ ପୈଠ କରିବା ଲାଗି ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ। ବର୍ତ୍ତମାନଠାରୁ ବାକିରେ ନୁହେଁ ବରଂ ନଗଦ ଅର୍ଥ ଦେଇ ଟିକେଟ କିଣିବାକୁ ପଡିବ। ଗତ ଦୁଇ ସପ୍ତାହ ତଳେ ଟାଟା ଗ୍ରୁପ ଅଧୀନସ୍ଥ ଟେଲେସ ପ୍ରାଇଭେଟ ଲିମିଟେଡକୁ ୧୮ ହଜାର କୋଟି ଟଙ୍କାରେ ସରକାର ଏୟାର ଇଣ୍ଡିଆକୁ ବିକିବା ଲାଗି ନିଷ୍ପତ୍ତି ନେଇଥିଲେ।
- ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପୂର୍ବ ଭଳି ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ପହିଲାରୁ ଖୋଲିବ ଯୁକ୍ତ ତିନି । ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦୀପାବଳି ପରେ ଏନେଇ ନିଷ୍ପତ୍ତି ନିଆଯିବ
- ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ କନ୍ୟା ସୁକମାବତୀ ସୁକର୍ଣ୍ଣପୁତ୍ରୀ (୬୯) ଇସ୍ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମ ଗ୍ରହଣ କରିଛନ୍ତି
|
566 |
Y |
|
2716 |
27-10-2021 |
Odia |
- ଆସନ୍ତା ୩୦ ତାରିଖରୁ ଇଟାଲୀରେ ଆରମ୍ଭ ହେବ ଦୁଇଦିନିଆ ଜି-୨୦ ନେତାମାନଙ୍କ ଶୀର୍ଷ ବୈଠକ ୨୦୨୧। ଜି-୨୦ ହେଉଛି ବିଶ୍ୱର ବୃହତ୍ ଅର୍ଥନୈତିକ ରାଷ୍ଟ୍ରଗୁଡ଼ିକର ଏକ ଅନ୍ତର୍ଜାତୀୟ ସମୂହ।
- କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଂଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍ ଆପାରେଲ(ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁଁ ଘୋଷଣା କରାଯାଇଛି।
- ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଓ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଦ୍ୱାରା ଜାରି ଋଣ ଅଂଶଧନରେ ପୁଞ୍ଜି ନିବେଶ କରିବାକୁ ଭାରତୀୟ ରିଜର୍ବ ବ୍ୟାଙ୍କ ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶକାରୀଗୁଡ଼ିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି।
- ନଭେମ୍ବର ୨୯ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ, ସମାନ ସମୟରେ ଚାଲିବ ଉଭୟ ଗୃହ ।
- “ଶ୍ରୀକ୍ଷେତ୍ରରୁ ସାହିଜାତ”କୁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ପୁରସ୍କୃତ ।
- ବୁଡାଜାହାଜ ତଥ୍ୟ ପ୍ରଘଟ, ନେଭି କମାଣ୍ଡର ସମେତ ୫ ଜଣଙ୍କୁ ବାନ୍ଧିଲା ସିବିଆଇ ।
- ‘ମୋ କଲେଜ ଅଭିଯାନ’ ପାଇଁ ୧.୫ କୋଟିର ଅନୁଦାନ । ୧.୫ କୋଟିର ଅନୁଦାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୫ଟି ଅଧୀନରେ ୪୦ କଲେଜ ବିକଶିତ ହେବ ।
- ଲଖିମପୁର ଖେରୀ ହିଂସା : ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ।
- ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମଙ୍ଗଳବାର ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅଞ୍ଜୁମଙ୍କୁ ଆଇଏସଆଇର ନୂତନ ମୁଖ୍ୟ ଭାବରେ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛି ।
- ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର, ଜଗଦୀଶ କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ।
- ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ । ଏହି ମାମଲାରେ ବଲିଉଡ୍ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ମାମଲାର ଶୁଣାଣିକୁ ସ୍ଥଗିତ କରାଯାଇଛି। ଏହାର ଶୁଣାଣି ବୁଧବାର ହେବ ।
- ନଭେମ୍ବର ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିୟର ହକି ବିଶ୍ୱକପ୍ । ତେବେ ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳାଯିବ ।
- . ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୮, ୨୯ ଓ ୩୦ ତାରିଖରେ ରାଜ୍ୟରେ ୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।
- ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବଂ ଶକ୍ତି କ୍ଷେତ୍ରରେ ଅଭିଜ୍ଞ ‘ବିପି’ ପ୍ରଥମ ପେଟ୍ରୋଲ ପମ୍ପ ଖୋଲିଛନ୍ତିି । ଏହି ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ ସହିତ ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।
- କୋଟିଆ ମାମଲାରେ ଓଡ଼ିଶା ସହ ବିବାଦ ବଢ଼ାଉଛି ଆନ୍ଧ୍ର । ନିର୍ବାଚିତ ପ୍ରତିନିଧିଙ୍କୁ ବିପୁଳ ସ୍ୱାଗତ ।
- ଓଏଏସସ୍ତରରେ ବଦଳି, ସତ୍ୟରଞ୍ଜନ ସାହୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ନିଷ୍ପତ୍ତି: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ।
- କୋଭାକ୍ସିନକୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ସ୍ୱୀକୃତି ।
- ୨୦୨୨ ଆଇପିଏଲ୍ରେ ୧୦ଟି ଦଳ ଭାଗନେବେ । ଆଇପିଏଲ୍ରେ ଏହା ପ୍ରଥମଥର ନୁହେଁ ଯେ ୧୦ଟି ଦଳ ଖେଳିବାକୁ ଯାଉଛନ୍ତି। ୨୦୧୧ ଆଇପିଏଲ୍ରେ ମଧ୍ୟ ୧୦ଟି ଦଳ ଖେଳିଥିଲେ।
- ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଓ ଯୁବଗୋଷ୍ଠୀ ମଧ୍ୟରେ ନବୀକରଣର ଭାବନା ଜାଗ୍ରତ କରିବା ଲକ୍ଷ୍ୟରେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ‘ଆଧାର ହାକାଥନ୍-୨୦୨୧’ ଆୟୋଜନ କରୁଛି। ଏହା ଆସନ୍ତା ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
|
594 |
Y |
|
2717 |
27-10-2021 |
English |
- To provide a conducive atmosphere to children who need police service, the state government has decided to set up 34 child-friendly police stations (PSes) across the state.
- Japanese Princess Mako quietly married a commoner without traditional wedding celebrations Tuesday
- Chief Minister Naveen Patnaik Tuesday released the first tranche of matching grants of Rs 1.5 crore to 12 colleges and two universities under ‘Mo College’ campaign.
- 40 colleges will be taken up for transformation under the 5T initiative in the first phase in Odisha.
- Noted Odia fiction writer Paramita Satpathy was Tuesday conferred with the prestigious ‘Sarala Puraskar' for her novel ‘Abhipreta Kala'.
- Karnataka High Court has directed the government to publish advertisements in newspapers and put information on the website of Bruhat Bengaluru Mahanagara Palike (BBMP) to facilitate people to lodge complaints against private hospitals which have charged excess fees for the Covid treatment.
- Delhi Chief Minister Arvind Kejriwal Tuesday said the Delhi government would arrange free-ofcost travel for senior citizens from Delhi to Ayodhya.
- The CBI has arrested five persons including a commander-rank Navy officer for allegedly leaking confidential information related to an ongoing submarines project in return for illegal gratification, officials said Tuesday.
- Dearness Allowance for central government employees has been hiked to 31 per cent of the basic pay from 28 per cent with effect from July 1, 2021, the Finance Ministry said.
- Banks have sanctioned loans worth `11,168 crore to about 2 lakh borrowers under the credit outreach programme, Finance Minister Nirmala Sitharaman said Tuesday.
- The Supreme Court Tuesday directed the Uttar Pradesh government to grant protection to the witnesses of Lakhimpur Kheri violence in which eight people including four farmers were killed during a farmers' protest.
- Union Home Minister Amit Shah on Tuesday paid homage to 40 CRPF jawans who were killed in the deadly Pulwama terror attack in February 2019 in Jammu and Kashmir.
- IPS officer K Siva Subramani, present SP of Dhenkanal has been appointed as Central Bureau of Investigation (CBI) SP.
- The World Health Organisation is likely to grant emergency use approval to Bharat Biotech's Covaxin according to media reports on Tuesday.
- To celebrate ''Azadi Ka Amrit Mahotsav'' and to promote the culture of innovation among youth, the Unique Identification Authority of India (UIDAI) will conduct ''Aadhaar Hackathon 2021'' from 28th October 2021 to 31st October.
- A five-member team from the vigilance section of the Narcotics Control Bureau will go to Mumbai to investigate the allegations against Sameer Wankhede, the zonal officer in charge of the drugs on cruise ship case.
- The Bombay High Court said poet Varavara Rao, an accused in the Elgar Parishad-Maoist links case who is on interim bail, need not surrender before the Taloja prison authorities until November 18 and adjourned the hearing on a plea to next month.
- The Ministry of Road Transport and Highways under Nitin Gadkari has issued the draft notification over safety guidelines to be followed while carrying children aged below four on motorcycle.
- The Odisha government today decided to impose a ban on fishing by motorized vessels and trawlers in areas, where Olive Ridley turtles congregated, from November 1, 2021 to May 2022.
- In view of continuous hike in fuel prices, All Odisha Private Bus Owners Association warned to suspend bus operation across the State from November 16 if the State Government does not consider to reduce VAT on fuel.
|
602 |
Y |
|
2718 |
26-10-2021 |
Odia |
- ନିଟ୍ ପିଜି କାଉନସିଲିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ସଂରକ୍ଷଣକୁ ନେଇ ବିବାଦ ଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ।
- ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲା ଆଉ ୨ଟି ନୂଆ ଟିମ । ଏହି ଦୁଇଟି ଟିମ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ । ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ଉଭୟ ଦଳ । ତେବେ କଟକକୁ ମିଳିଲାନି ଆଇପିଏଲ ଫ୍ରାଞ୍ଚାଇଜ ।
- ନାଇଜେରିଆ ଜେଲ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ । ଡିନାମାଇଟ ଲଗାଇ କାନ୍ଥ ଉଡାଇ ଦେବାରୁ କେଇ କ୍ଷଣରେ ମୁକୁଳିଗଲେ ୮୦୦ ରୁ ଅଧିକ ଅପରାଧୀ । ଓୟୋରେ ଥିବା ଏକ ଜେଲରେ ଏହା ଘଟିଛି । ସେମାନଙ୍କ ମଧ୍ୟରୁ ୫୭୫ ଜଣ ବିଚାରାଧୀନ ବନ୍ଦୀ ଥିଲେ । ଫେରାର ଅପରାଧୀଙ୍କ ମଧ୍ୟରୁ ୨୬୦ ଅପରାଧୀଙ୍କୁ ଧରାଯାଇପାରିଛି ।
- ଘର ଭିତରେ ଜଳିଗଲେ ପରିବାରର ୪ସଦସ୍ୟ। ଘଟଣାଟି ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଘଟିଥିବା ବେଳେ ୪ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।
- ଏଥର ସମଗ୍ର ଦେଶକୁ ଥରାଇବ ଲାନିନା। ଲାନିନା ପ୍ରଭାବରେ ଶୀତର ପ୍ରକୋପ ଅଧିକ ରହିବ। ପ୍ରଶାନ୍ତ ମହାସାଗରରୁ ଋତୁକାଳୀନ ସୃଷ୍ଟି ହେଉଥିବା ଶୀତଳ ବାୟୁକୁ ଲାନିଲା କୁହାଯାଇଥାଏ। ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ।
- ୬୭ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିତରଣ ଉତ୍ସବ । ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଲେ କଙ୍ଗନା ରଣାୱତ । ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ ।
- ଟି୨୦ ବିଶ୍ବକପ୍ : ସ୍କଟ୍ଲାଣ୍ଡ ବିକ୍ଷରେ ଆଫ୍ଗାନିସ୍ତାନର ବିପୁଳ ବିଜୟ ।
- ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲ୍ର ୨ ନୂଆ ଦଳ ।ସଞ୍ଜୀବ ଗୋଏଙ୍କା ଓ ସିଭିସି ଗ୍ରୁପ ହାତକୁ ଗଲା ଦୁଇ ନୂଆ ଆଇପିଏଲ ଟିମ୍ ।
- ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି।
- ୩୦ ହଜାର ଟପିଲା ସିମ୍ପଲ୍ ଓ୍ବାନ୍ର ପ୍ରି ବୁକିଂ, ସିଙ୍ଗଲ୍ ଚାର୍ଜରେ ଦୌଡ଼ିବ ୨୩୬ କି.ମି. ।
- କାଶ୍ମୀରରେ ଶାହାଙ୍କ ଉପସ୍ଥିତି ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ, ଗ୍ରେନେଡ୍ ମାଡକରି ଉଡାଇଦେଲେ ପୋଲିସ ପୋଷ୍ଟ ।
- ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟାନାଇଡ଼ୁ ୩ ଓଡ଼ିଆ ଚଳଚ୍ଚିତ୍ରକୁ ପୁରସ୍କୃତ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆଞ୍ଚଳିକ ଭାଷାର ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଡ. ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’କୁ ଉପରାଷ୍ଟ୍ରପତି ପୁରସ୍କୃତ କରିଥିଲେ। ଉଭୟ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ରଜତ କମଳ ସହିତ ଲକ୍ଷେ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
- ସେହିପରି ‘ଅଣ ଫିଚର୍’ ବର୍ଗରେ ଶ୍ରେଷ୍ଠ କଳାସଂସ୍କୃତି ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହି ଯାତ’କୁ ମଧ୍ୟ ପୁରସ୍କୃତ କରାଯାଇଛି। ପୁରସ୍କାର ଗ୍ରହଣ କରିଥିଲେ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ। ପୁରସ୍କାର ବାବଦରେ ଶ୍ରୀ ପଟ୍ଟନାୟକଙ୍କୁ ରଜତ କମଳ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ମୋଦୀ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରଣାସୀରେ ୬୪ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ମିସନ୍ର ଉଦ୍ଘାଟନ କରିଛନ୍ତି।
- ମୁଁ କୌଣସି ଲାଞ୍ଚ ଟଙ୍କା ନେଇ ନାହିଁ। ୧୫ମିନିଟରେ ଆତ୍ମସମର୍ପଣ କରିବି। ହେଲେ ମୁମ୍ବାଇରେ ନୁହେଁ ଲକ୍ଷ୍ନୌରେ। ଲାଗିଥିବା ଅଭିଯୋଗ ଏବଂ ଫେରାର ଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏଭଳି କହିଛନ୍ତି ଏନସିବି ପକ୍ଷରୁ ସାକ୍ଷୀ ଥିବା କେପି ଗୋସାବୀ।
- ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂତନ ଅଧ୍ୟକ୍ଷ ଭାବେ ମହନ୍ତ ରବୀନ୍ଦ୍ର ପୁରୀ ନିର୍ବାଚିତ ହୋଇଛନ୍ତି | ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦର ପରବର୍ତ୍ତୀ ମୁଖ୍ୟ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା |
- ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ ‘ଗ୍ରେହାଉଣ୍ଡ୍’ ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର୍ ଘଟି ୩ଜଣ ନକ୍ସଲବାଦୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ପୁଲିସ ‘ଏସ୍ଏଲ୍ଆର୍’ ଏବଂ ‘ଏକେ-୪୭’ ରାଇଫଲ୍ ଉଦ୍ଧାର କରିଛି।
- ତେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ୧୫ ଦିନିଆ ଆନ୍ଦୋଳନ କରିବ। ଆସନ୍ତାମାସ ୧୪ ତାରିଖରୁ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହେବ।
- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୯୨୬୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୮୧ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୪ ଜଣ ପଜିଟିଭ ରହିଛନ୍ତି ।
- WHOର ମୁଖ୍ୟ ବୈଜ୍ଞାନିକ ଡ଼ଃ ସୌମ୍ୟା ସ୍ୱାମୀନାଥନ କହିଥିଲେ ଯେ ଅକ୍ଟୋବର ୨୬ରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଭରତ ବାୟୋଟେକର କୋଭାକ୍ସିନ ଟିକାକୁ ହାଇଦ୍ରାବାଦରେ ବିଶ୍ୱସ୍ତରୀୟ ଜରୁରୀକାଳୀନ ବ୍ୟବହାର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯିବ । WHO କହିଛି ଯେ ଭରତ ବାୟୋଟେକ୍ କୋଭାକ୍ସିନ୍ ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ୍ ପ୍ରଦାନ କରିଛି, ଯାହାର ସମୀକ୍ଷା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ।
|
744 |
Y |
|
2719 |
26-10-2021 |
English |
- Delhi Chief Minister Arvind Kejriwal on Tuesday offered prayers at Hanuman Garhi temple in Uttar Pradesh's Ayodhya.
- India saw the lowest daily surge in coronavirus cases (12,428) in nearly eight months, the latest data showed, as the government cautions against letting the guard down amid the festive season.
- India logged 12,428 new COVID-19 cases in the last 24 hours, which is the lowest in 238 days, informed the Ministry of Health and Family Welfare on Tuesday.
- Govt on 25 Oct (Monday) signed a share purchase agreement with Tata Sons for sale of national carrier Air India for Rs 18,000 crore.
- ISRO has invited applications from interested students, researchers and professionals for a one day free online course called Satellite Altimetry for Inland Waterbodies.
- CM of Haryana, Manohar Lal Khattar, announced a free education scheme in state, to boost the level of education in the state. As per New Education Policy-2020, the state is setting up institutions wherein education will be provided from KG to postgraduate levels.
- Schools re-opened for students of classes 1 to 5 from Monday, strictly adhering to COVID-19 related precautions and guidelines.
- Religious Structures (Protection) Act, aimed at preventing the demolition of religious structures in public places, has come into effect following the assent of Governor Thaawarchand Gehlot.
- CM Pinarayi Vijayan said Laptops would be provided to 45,313 children belonging to scheduled caste/ scheduled tribe category in the state for online learning under the 'Vidyakiranam' project.
- Education Minister V Sivankutty on Monday said that all students in the state who got A plus in all subjects in class 10 would get seats in the courses of their choice as the government would be increasing seats by 10 to 20% and starting additional batches in various districts and taluks of the state.
- Kerala CM Pinarayi Vijayan on 24 Oct wrote to Tamil Nadu CM MK Stalin asking the latter to ensure that the maximum quantity of water is drawn from Mullaperiyar dam as the reservoir level may reach 142 ft once the torrential rains intensify. He urged Stalin to release water from Mulla Periyar dam through the tunnel to Vaigal Dam and to gradually release water downstream.
- PM launched the Ayushman Bharat Health Infrastructure Mission, one of the largest pan-India schemes for strengthening healthcare infrastructure & also inaugurated various development projects worth more than Rs 5,200 cr in Varanasi, Uttar Pradesh.
- PM Modi inaugurated nine medical colleges in Uttar Pradesh on 25 Oct. The Medical Colleges are situated in Siddharthnagar, Etah, Hardoi, Pratapgarh, Fatehpur, Deoria, Ghazipur, Mirzapur and Jaunpur districts. Says, UP will become medical hub of Northern India.
- Schools and colleges will reopen in West Bengal from 15 November, state Chief Minister Mamata Banerjee announced.
- South Indian Superstar Rajinikanth, on 25 Oct (Monday) received the prestigious Dadasaheb Phalke Award at the National Film Awards ceremony, dedicated the honour to his mentor and late film director K Balanchander.
- Actors Manoj Bajpayee and Dhanush were conferred with the Best Actor Award for their films 'Bhonsle' and 'Asuran' respectively at the 67th National Film Awards.
- Bollywood actor Ananya Panday did not appear for questioning before the Narcotics Control Bureau (NCB) on Monday. Ananya Panday is being questioned by the agency after NCB found her chat messages with Aryan Khan, in which they allegedly discussed drugs.
- India's first indigenous aircraft carrier (IAC) Vikrant set sail on 24 Oct for the 2nd sea trials, ahead of its planned induction into the Indian Navy by August next year. The 40,000-tonne aircraft carrier, the largest and most complex warship to be built in India, successfully completed a five-day maiden sea voyage in August.
- The Election Commission on Monday issued a show-cause notice to Assam Chief Minister and BJP leader Himanta Biswa Sarma for violating the model code by promising roads and other development projects while campaigning for assembly bypolls in the state
- Prime Minister Narendra Modi will attend the 18th ASEAN-India Summit to be held virtually on October 28, at the invitation of the Sultan of Brunei.
|
641 |
Y |
|
2720 |
25-10-2021 |
Odia |
- ଦୀର୍ଘ ୧୮ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । କରୋନା କଟକଣାରେ ସକାଳ ୯ଟାରୁ ୧୨ଟା ୩୦ ଯାଏ ହେବ କ୍ଲାସ୍ । ପୂର୍ବରୁ ସ୍କୁଲ ପରିସରକୁ ସଫେଇ କରାଯିବା ସହିତ କ୍ଲାସ ରୁମକୁ ସାନିଟାଇଜ୍ କରାଯାଇଛି । ପିଲାମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ ।
- କ୍ରମାଗତ ଦର ବଢ଼ିବା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି। ଏହାର ପ୍ରଭାବରେ ବିଭିନ୍ନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଛି। ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିଲେ ମଧ୍ୟ ରାଜନୈତିକ ଦଳ ଗୁଡିକ ଚୁପ ବସିଛନ୍ତି। ପ୍ରତିବାଦ କରାଯାଉ ନ ଥିବାରୁ ନିୟନ୍ତ୍ରଣ ଉପରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ।
- ୨୯ ବର୍ଷର ବିଜୟଧାରାରେ ଲାଗିଲା ବ୍ରେକ । ଶେଷରେ ପରାଜୟଧାରା ଭାଙ୍ଗିଲା ପାକିସ୍ତାନ । ଆଇସିସି ଟି-୨୦ ବିଶ୍ୱବକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି ।
- ୟୁରୋପରେ ଦେଖାଯାଇଥିବା କରୋନାର ନୂଆ ପ୍ରଜାତି ଭୂତାଣୁ ଭାରତକୁ ବ୍ୟାପିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି)ର ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶ ଇନ୍ଦୋରରେ ୭ଜଣ ନୂଆ ପ୍ରକାରର ଡେଲଟା ପ୍ଲସ୍ ଭୂତାଣୁ ଏୱାଇ.୪.୨ ଦ୍ବାରା ସଂକ୍ରମିତ ହୋଇଛନ୍ତି।
- ଜାମ୍ମୁରେ ଆଇଆଇଟିର ନୂତନ ସ୍ଥାୟୀ କ୍ୟାମ୍ପସର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
-ଜାମ୍ମୁ କାଶ୍ମୀରର ବିକାଶ ସହ ଜଡ଼ିତ ୨୧ଟି ଯୋଜନାର ଶୁଭାରମ୍ଭ
- ତୀବ୍ର ହେଉଛି ଛତିଶଗଡ଼ କଂଗ୍ରେସ କଳି, ସିଂଦେଓଙ୍କ ସମର୍ଥକଙ୍କୁ ମଞ୍ଚରୁ ଧକ୍କା ମାରି ତଡ଼ିଲେ ବଘେଲଙ୍କ ସପୋର୍ଟର।
- ଇସଲାମ ଧର୍ମକୁ ତ୍ୟାଗ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତିଙ୍କ ସୁକର୍ଣ୍ଣୋଙ୍କ ଝିଅ ସୁକୁମାବତୀ ସୁକାର୍ଣ୍ଣୋପୁତ୍ରି। ହିନ୍ଦୁ ଧର୍ମ ଆପଣାଇବା ନେଇ ଏକ କାର୍ଯ୍ୟକ୍ରମରେ ସେ ଘୋଷଣା କରିଛନ୍ତି।
- ଜମ୍ମୁ-କଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ଶାହଙ୍କ ବଡ଼ ଘୋଷଣା: ୨ବର୍ଷ ମଧ୍ୟରେ ଆରମ୍ଭ ହେବ ମେଟ୍ରୋ ଓ ହେଲିକପ୍ଟର ସେବା
- ଟି-୨୦ ବିଶ୍ୱକପ୍ : ବାଂଲାଦେଶକୁ ୫ ଓ୍ଵିକେଟ୍ରେ ହରାଇଲା ଶ୍ରୀଲଙ୍କା ।
- ମନୀଷ ଅନୁରାଗ ହତ୍ୟା ମାମଲା: କନେଷ୍ଚେବଳ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ ।
- ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି : ଏଣିକି ସରକାରୀ କର୍ମଚାରୀ ପିନ୍ଧିବେ ସ୍ମାର୍ଟୱାଚ୍ ।
- ମମିତା ହତ୍ୟାକାଣ୍ଡ ବିରୋଧରେ ଜାରି ରହିଛି ପ୍ରତିବାଦ । ମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ।
- ମଥୁରା ଆୟକର ବିଭାଗ ପକ୍ଷରୁ ଜଣେ ରିକ୍ସା ଚାଳକଙ୍କୁ ୩.୪୩ କୋଟି ଟଙ୍କାର ଆୟକର ନୋଟିସ ପଠାଇବା ପରେ ଏହାକୁ ନେଇ ଏବେ ଆଲୋଚନା ଜୋର ଧରିଛି ।
- କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି । ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର (ଆସନ୍ତାକାଲି)ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଛି।
- ୟୁପିରୁ ଚିହ୍ନଟ ହେଲା ରାଜ୍ୟର ପ୍ରଥମ ଜିକା ରୋଗୀ, ଯାଞ୍ଚ ପାଇଁ ଦିଲ୍ଲୀରୁ ପହଞ୍ଚିଲା ଦଳ.
- ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରେ ସାକ୍ଷୀଙ୍କ ସାଂଘାତିକ ଅଭିଯୋଗ : ‘NCB ଅଧିକାରୀ ସାଧା ପେପରରେ ଦସ୍ତଖତ ନେଇଛନ୍ତି, କୋଟି କୋଟି ଟଙ୍କାରେ ଡିଲ୍ ହୋଇଛି’ ।
- ପ୍ରଥମଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୧୨ ପର୍ଯ୍ୟାୟରେ ପ୍ରବେଶ କରିଛି ସ୍କଟ୍ଲାଣ୍ଡ । ଏହି ବିଶ୍ବକପ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଟେଷ୍ଟ ମାନ୍ୟତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ସ୍କଟ୍ଲାଣ୍ଡ ଦଳ ।
- ପଞ୍ଜାବ: ନିଜ ପାର୍ଟି ଉପରେ ବର୍ଷିଲେ ମନିଷ ତିୱାରୀ, କହିଲେ ଏପରି ଅରାଜକତା କେଉଁଠି ଦେଖିନି ।
- ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମର ପୁସ୍ତକକୁ ଡିଜିଟାଲ କରାଯିବା ସହ ‘କ୍ୟୁଆର୍ କୋଡ୍’ ବ୍ୟବସ୍ଥା କରାଯାଇଥିଲା।
- ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡିବା ପରେ ତାଙ୍କୁ ସମର୍ଥନ କରି ରବିବାର ଦିନ ଏକ ହଜାରରୁ ଉର୍ଦ୍ଧ୍ବ ନେତାକର୍ମୀ କଂଗ୍ରେସ ଛାଡିବା ଘୋଷଣା କରିଛନ୍ତି।
|
616 |
Y |
|