| # |
Date |
Type |
Current Affairs |
No. Of Views |
Status |
Action |
| 1 |
18-11-2025 |
Odia |
-
1.ସୁପ୍ରିମକୋର୍ଟ ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଅନିଲ ଅମ୍ବାନୀଙ୍କ ସହ ଜଡିତ ୨୦,୦୦୦ କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ କରିବାକୁ ରାଜି ହୋଇଛନ୍ତି। ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟ ତଦାରଖରେ ଏହି ତଦନ୍ତ ଦାବି କରିଛନ୍ତି।
-
2.ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ପାକିସ୍ତାନ ଓ ଏହାର ମାଟିରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ଭାରତର ନିକଟରେ ହୋଇଥିବା ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ କେବଳ ଏକ ଟ୍ରେଲର୍ ଥିଲା ଏବଂ ଭବିଷ୍ୟତ ଆହ୍ବାନ ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
-
3.ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ମାନବତା ବିରୁଦ୍ଧରେ ଗମ୍ଭୀର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତିନି ଜଣିଆ ଟ୍ରିବ୍ୟୁନାଲ୍ ଶେଖ୍ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
-
4.ମୁଦ୍ରିତ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦରରେ ୨୬% ବୃଦ୍ଧିକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଦୈନିକ ୧ ଲକ୍ଷ କପି ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା ୪୭ ଟଙ୍କା ୪୦ ପଇସାରୁ ୫୯ ଟଙ୍କା ୬୮ ପଇସାକୁ ବୃଦ୍ଧି କରାଯାଇଛି।
-
5.ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଆମେରିକାର ଶାନ୍ତି ଯୋଜନାକୁ ଅନୁମୋଦନ କରିଛି, ଯାହା ଗାଜାରେ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ ପଥ ପ୍ରଶସ୍ତ କରିଛି। ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଏକ ଅନ୍ତର୍ଜାତୀୟ ସ୍ଥିରୀକରଣ ବାହିନୀ ମୁତୟନ ଏବଂ ଭବିଷ୍ୟତର ପାଲେଷ୍ଟାଇନୀ ରାଷ୍ଟ୍ର ପାଇଁ ଏକ ସମ୍ଭାବ୍ୟ ପଥ ମଧ୍ୟ ଉଲ୍ଲେଖ କରିଛି।
-
6. ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) କାର୍ଯ୍ୟକ୍ରମର ଅତ୍ୟଧିକ ଚାପ ଯୋଗୁଁ ରାଜସ୍ଥାନ ଓ କେରଳରେ ଦୁଇଜଣ ବୁଥ୍ ସ୍ତରୀୟ ଅଫିସର (ବିଏଲ୍ଓ) ଆତ୍ମହତ୍ୟା କରିଛନ୍ତି।
-
7.ବେଙ୍ଗାଲୁରୁର ନନ୍ଦିନୀ ଡାଏରୀ ପାର୍ଲରକୁ ଉତ୍ପାଦ ଯୋଗାଉଥିବା ଏକ ନକଲି ଘିଅ ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଅଧିକାରୀମାନେ ଏକ ପ୍ରାଧିକୃତ ବିତରକଙ୍କ ଦ୍ୱାରା ପରିଚାଳିତ ଅପମିଶ୍ରଣ ନେଟୱାର୍କର ପର୍ଦ୍ଦାଫାସ କରିଛନ୍ତି।
-
8.ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।
-
9.ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି।
-
10.ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି।
-
11.ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି
-
12.ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ ରଖିଥିଲେ ଏବଂ ତାଙ୍କଠାରୁ ପ୍ରାୟ ₹୩୨ କୋଟି ଟଙ୍କା ଠକି ନେଇଛନ୍ତି। ମହିଳା ଜଣକ ମୋଟ୍ ୧୮୭ଟି ବ୍ୟାଙ୍କ ଟ୍ରାଞ୍ଜାକସନ୍ ଜରିଆରେ ଏହି ଅର୍ଥ ହରାଇଛନ୍ତି।
-
13.ପାରାଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆନ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା।
-
14.ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ।
-
15.ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍ ହେବାକୁ ଯାଉଛି।
|
15 |
Y |
|
| 2 |
18-11-2025 |
English |
-
1.Indian public sector oil companies have finalised a one-year contract to import approximately 2.2 million tonnes per annum (MTPA) of liquefi ed petroleum gas (LPG) from the US starting in 2026.
-
2.Popular singer Humane Sagar died at the age of 34 Monday while undergoing treatment at All India Institute of Medical Sciences (AIIMS) here, a bulletin issued by the health facility said.
-
3.Forty-two Indian Umrah pilgrims from Telangana were among 44 people killed in a collision involving their bus and a fuel tanker near Madinah in Saudi Arabia in the wee hours of Monday.
-
4.Researchers from National Institute of Technology (NIT), Rourkela have patented an eco-friendly method to produce black terracotta wares.
-
5.Brahma Kumaris’ will take the form of a global movement, spreading the message of world peace from Mount Abu to New York and Nairobi to London.
-
6.Marking the first phase of the census of India 2027, the Directorate of Census Operations, Odisha, began the pre-test for the house listing and house census in selected areas of the state.
-
7.The Indian Railways is redeveloping the Baripada Railway Station in Mayurbhanj district under the Amrit Bharat Station Scheme, a nationwide initiative designed to modernise stations and improve overall passenger experience.
-
8.CNG pumps in Mumbai witnessed long queues for refuelling Monday after a major gas pipeline was damaged, disrupting supply and affecting thousands of autorickshaws, taxis and other CNG-run vehicles.
-
9.Five children suffered from food poisoning after eating ‘samosas’ at the canteen of a private school in Mumbai Monday afternoon, a civic official said.
-
10.Bangladesh’s deposed prime minister Sheikh Hasina was Monday sentenced to death in absentia by a special tribunal for “crimes against humanity” over her government’s brutal crackdown on student-led protests last year.
-
11.Batting for a long-term solution for air pollution in Delhi-NCR, the Supreme Court Monday refused to impose year-round restrictions on all activities prohibited under the Graded Response Action Plan (GRAP) -- a set of emergency measures to control pollution.
-
12.The Election Commission Monday ordered ‘Special Revision’ of electoral rolls in Assam and the fi nal voter list will be published February 10, 2026.
-
13.In a rare move, the Supreme Court Monday restrained the courts from releasing from jail the accused who had duped a 72-year-old woman advocate of the apex court of Rs 3.29 crore through ‘digital arrest’ fraud, saying the case warrants “unusual orders”.
-
14.Thirty-one blackbucks have died at a zoo here in just four days due to a bacterial infection, Karnataka Forest Minister Eshwar Khandre said Monday.
-
15.The government Monday approved 17 projects under Electronics Component Manufacturing Scheme (ECMS), entailing an investment of Rs 7,172 crore, signalling India's decisive push in producing high-precision components, and its resolve to secure a firm foothold in global supply chains. These projects are expected to create 11,800 jobs.
|
8 |
Y |
|
| 3 |
17-11-2025 |
Odia |
-
1.ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ।
-
2.ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗରେ ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ତାଙ୍କ ରାୟ ଶୁଣାଇବେ।
-
3.ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ଉମର ଉନ୍ ନବୀର ଘନିଷ୍ଠ ସହଯୋଗୀ ତଥା ବିସ୍ଫୋରଣରେ ବ୍ୟବହୃତ ଆଇ-୨୦ କାର୍ ଯୋଗାଇଥିବା ଅମୀର ରସିଦ୍ ଅଲୀ ଦିଲ୍ଲୀରୁ ଗିରଫ ହୋଇଛି।
-
4.ଦକ୍ଷିଣ ଚୀନ୍ ସାଗରରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ପ୍ରଥମ ଥର ପାଇଁ, ଚୀନ୍ ଖୋଲାଖୋଲି ଭାବରେ ଏହି ବିବାଦୀୟ ସାମୁଦ୍ରିକ ଅଞ୍ଚଳ ଉପରେ ଲଢ଼ୁଆ ବିମାନ ସହିତ ଏହାର ବୋମାବର୍ଷୀ ବିମାନ ଉଡ଼ାଇଛି।
-
5. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନରମ ଆଭିମମୁଖ୍ୟ ପୋଷଣ କରିବାକୁ ଯାଇ ୨୫୪ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କ କମାଇଛନ୍ତି। ଏହା ଭାରତ ପାଇଁ ମଧ୍ୟ ପ୍ରଜୁଯ୍ୟ। ଏଥିଯୋଗୁ ଭାରତର କଫି, ଚା, ଫଳ, କାଜୁ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ୫୦ ପ୍ରତିଶତରୁ ଶୂନ ପ୍ରତିଶତକୁ କମିବ।
-
6.ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି।
-
7.ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
-
8.କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
-
9.ଦେଶର ସର୍ବବୃହତ ବ୍ୟାଙ୍କ SBI mCASH ସେବାକୁ ବନ୍ଦ କରିବାକୁ ଯାଉଛି। ଡିସେମ୍ବର ୧ , ୨୦୨୫ ରୁ ଏହି SBI ଏହି ସେବା ସମ୍ପୁର୍ଣ ବନ୍ଦ ହୋଇଯିବ ।
-
10.କିଛି ପ୍ରକଳ୍ପ ପାଇଁ ଆସିଥିବା ବିଶ୍ଵବ୍ୟାଙ୍କର ୧୪ ହଜାର କୋଟି ଟଙ୍କାକୁ ବିହାର ନିର୍ବାଚନରେ ବିନିଯୋଗ କରାଯାଇଛି। ରବିବାର ଏଭଳି ଅଭିଯୋଗ ଆଣିଛି ଜନ ସୂରାଜ ପାର୍ଟି(ଜେଏସପି)। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୧ ଘଣ୍ଟା ପୂର୍ବରୁ ଏହି ପାଣ୍ଠିକୁ ମହିଳା ଭୋଟଙ୍କୁ ବାଣ୍ଟି ଦିଆଯାଇଛି ଜେଏସପି ଅଭିଯୋଗ କରିଛି।
-
11.ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହେବାକୁ ଯାଉଛି ଯେଉଁଠାରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ଜୁନ ୨୦୨୧ରେ ଅଷ୍ଟ୍ରେଲିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ଓ୍ବେଲଫେୟାର (AIHW)ର ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୪୦ ଲକ୍ଷ ଲୋକ ୧୬ ବର୍ଷରୁ କମ୍ ବୟସର ଥିଲେ।
-
12.ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ବିସ୍ଫୋରକ ମଧ୍ୟରେ ଗୋଟିଏ ବନ୍ଧୁକ, ୧୧୦ଟି ଜିଲାଟିନ ଷ୍ଟିକ, ମାଓବାଦୀ ପୁସ୍ତିକା, ୧୭୦ଟି ୭.୬୨ ଏମଏମ ଇଏଫସି, ୧୫୦ଟି କାଟ୍ରିଜ ରହିଛି।
-
13.୧୨ ଡିଗ୍ରୀ ତଳେ ରହିଛି ୧୩ ସହରର ତାପମାତ୍ରା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ସେମିଳିଗୁଡାରେ ୭.୪, ଦାରିଙ୍ଗବାଡିରେ ୮, ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି। ଏବଂ ଟ୍ବିନ୍ ସିଟିରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
-
14.କୋଲକାତାରେ ଅଢେଇ ଦିନରେ ଲଢେଇ ହାରିଲା ଭାରତ। ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି ।
-
15.ସ୍ବଭାବରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଥଣ୍ଡା ଅନୁଭବ କରନ୍ତି। ନେଚର୍ ଡଟ୍ କମ୍ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ପୁରୁଷମାନଙ୍କ ପାଇଁ ଆରାମଦାୟକ ତାପମାତ୍ରା ଅପେକ୍ଷା ପ୍ରାୟ ୨.୫ ଡିଗ୍ରି ସେଲସିୟସ୍ ଅଧିକ ତାପମାତ୍ରାରେ, ଅର୍ଥାତ୍ ପ୍ରାୟ ୨୪ରୁ ୨୫ ଡିଗ୍ରି ସେଲସିୟସ୍ରେ ମହିଳାମାନେ ଆରାମ ଅନୁଭବ କରନ୍ତି।
|
28 |
Y |
|
| 4 |
17-11-2025 |
English |
-
1.The iconic Baladevjew Temple in Kendrapara, renowned for its deep cultural signifi cance and as a major pilgrimage site for Lord Jagannath’s devotees, is set for a major facelift with an approximate cost of Rs100 crore.
-
2.Dhenkanal unit of Electricity Consumers’ Action Committee, backed by the District Bar Association, has called for a dawn-to-dusk bandh Monday in protest against alleged exploitation by power distribution company Tata Power Central Odisha Distribution Ltd (TPCODL).
-
3.A 32-year-old shopkeeper and son of a local RSS leader was shot dead by two unidentified bike-borne attackers here, police said Sunday.
-
4.The ‘Zero Fatality Fortnight’ commenced in the state starting from World Remembrance Day for Road Traffi c Victims. This programme will continue until November 30.
-
5.Jammu and Kashmir has registered over 17.20 lakh unclaimed accounts with an outstanding amount of Rs 465.79 crore, prompting the Reserve Bank of India (RBI).
-
6.The Supreme Court is slated to hear Monday a plea related to stubble burning that has been further worsening the air quality levels in Delhi-NCR.
-
7.The national capital recorded a low of 9 degrees Celsius Sunday, 4.5 notches below normal, making it the coldest November day in three years in the city, the weather office said.
-
8.The Army has considered inducting women cadres into the Territorial Army battalions as a pilot project, with their recruitment to be initially limited to a few battalions, sources said Sunday.
-
9.Corporate bond issuances increased 8 per cent year-on-year (YoY) to Rs 6.3 lakh crore till October this fiscal (FY26) from 5.8 lakh crore in the same period a year ago (FY25), SBI research said in its report Sunday.
-
10.On a crisp winter morning at the KIIT Cricket Stadium here, Odisha stepped onto the field carrying both expectation and responsibility after winning the toss and choosing to bat.
-
11.The 33rd Ekalabya Puraskar was conferred on ace shuttler Swetaparna Panda at an award ceremony here Sunday. She was awarded a cash prize of Rs 7 lakh, along with a trophy.
-
12.Bihar Chief Minister Nitish Kumar's son Nishant Sunday said the NDA's landslide victory in the assembly elections was "better than expected", and claimed that the people have witnessed his father's track record and vision to take the state to new heights
-
13.Veteran Indian pistol marksman Harpreet Singh kept himself in contention for a medal in the men's 25m centre fire event, finishing second after the precision round at the ISSF World Championships, here Sunday
-
14.Returning after a year away from international action and a draining battle with Hepatitis A, Preeti Pawar marked her comeback in style, securing a medal for India at the World Boxing Cup Finals here Sunday.
-
15.India’s hopes in the FIDE World Cup 2025 will depend solely on second seed GM Arjun Erigaisi after GM P Harikrishna went down in the fi fth round tiebreak against GM Jose Eduardo Martinez Alcantara here Sunday.
|
15 |
Y |
|
| 5 |
16-11-2025 |
Odia |
-
1.ଆମେରିକାର ପଡ଼ୋଶୀ ଦେଶ ମେକ୍ସିକୋରେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କ ସରକାରଙ୍କ ବିରୋଧରେ ରାଜଧାନୀ ମେକ୍ସିକୋ ସିଟିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।
-
2.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସହିତ ଯୋଡାଯାଉଛି। ପୁଟିନ ଡିସେମ୍ବର ୫ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି।
-
3. ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ତଥ୍ୟରୁ ଜଣାପଡ଼ିଛି ଯେ ବିହାର ନିର୍ବାଚନରେ ୨୦ ଜଣ ବାହୁବଳୀ ନେତା କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ବିଜୟୀ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ସିଂହ ମଧ୍ୟ ଅଛନ୍ତି।
-
4.ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରାର ପୂର୍ବତନ ସାଂସଦ ଆର୍କେ ସିଂହଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଏହା ସହ ଏମ୍ଏଲ୍ସି ଆଶୋକ କୁମାର ଅଗ୍ରୱାଲ ଏବଂ କଟିହାର ମେୟର ଉଷା ଅଗ୍ରୱାଲଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।
-
5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନେକ କୃଷି ଆମଦାନୀ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଏକ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଗୋମାଂସ, ଟମାଟୋ, କଫି ଏବଂ କଦଳୀ ଭଳି ଉତ୍ପାଦଗୁଡ଼ିକ ପାରସ୍ପରିକ ଶୁଳ୍କରୁ ମୁକ୍ତ ରହିବେ। କିନ୍ତୁ ସମ୍ପୂର୍ଣ୍ଣ ଶୁଳ୍କରୁ ମୁକ୍ତ ରହିବେ ନାହିଁ।
-
6.ପ୍ରଖ୍ୟାତ ପରିବେଶବିତ୍ ତଥା ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
-
7. ଡିଜିଟାଲ୍ ଯୁଗରେସାଇବର ସିକୁରିଟିର ଆବଶ୍ୟକତା କେତେ ଜରୁରି ତାହା ସମସ୍ତେ ଜାଣନ୍ତି। ବିଶେଷ କରି ବ୍ୟାଙ୍କିଂ କ୍ଷେତ୍ରରେ ସାଇବର୍ ସିକ୍ୟୁରିଟିର ଆବଶ୍ୟକତା ବହୁତ ବେଶି।
-
8.ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ ।
-
9.ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ଆସନ୍ତା ୧୯ ତାରିଖ (ବୁଧବାର) ପ୍ରଦାନ କରାଯିବ।
-
10.ଚର୍ଚ୍ଚିତ ଚଳଚ୍ଚିତ୍ର 'ରକ୍ତ ଗୋଲାପ'ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ନାୟିକା ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି।
-
11.ଓଡ଼ିଶାର ସବୁ ବନ୍ଦରରେ କୋଷ୍ଟଗାର୍ଡ ବର୍ଥ ସହିତ ପାଟ୍ରୋଲିଂ ଜାହାଜ ରହିବ। ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ଶିପ୍।
-
12.OTET-୨୦୨୫ ରେଜଲ୍ଟ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ଶନିବାର ପ୍ରକାଶ ପାଇଛି। ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ, ପାସ ହାର ୪୭.୧୭% ଥିବା ବେଳେ ପେପର ୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ଏବଂ ପାସ ହାର ୭୮.୩୫% ରହିଛି। ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି।
-
13.ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି।
-
14.ଟେକ୍ନୋଲୋଜି ଯୁଗରେ ଅନ୍ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି।.
-
15.ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍ସିଏ) ପକ୍ଷରୁ ଶନିବାର ବିଶ୍ୱକପ୍ରେ ଭାରତୀୟ ମହିଳା ଦଳର ଓପନର ତଥା ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଏମ୍ସିଏ ପକ୍ଷରୁ ମନ୍ଧାନାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ମହିଳା ଦଳର ବିଶ୍ୱକପ୍ ବିଜୟରେ ମନ୍ଧାନାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ୮ ମ୍ୟାଚ୍ରେ ୫୪.୩୫ ଆଭରେଜରେ ୪୩୪ ରନ କରିଥିଲେ।
|
23 |
Y |
|
| 6 |
15-11-2025 |
Odia |
-
1.ଲୋକଙ୍କ ସେବା ଏବଂ ଗାନ୍ଧୀଙ୍କ ମୂଲ୍ୟବୋଧରେ ବ୍ରତୀ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସ୍ଥା ପକ୍ଷରୁ ୪୭ତମ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କୃତ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ଗୁଜରାଟର ହସମୁଖ ବାବୁଭାଇ ପଟେଲ। ଗଠନମୂଳକ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
-
2.ସେହିଭଳି ତାମିଲନାଡ଼ୁର ପିଏମ୍ ମୁରୁଗେସନଙ୍କୁ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର ବ୍ୟବହାର ନିମନ୍ତେ, ମହାରାଷ୍ଟ୍ରର ତ୍ରିବେଣୀ ଆଚାର୍ଯ୍ୟଙ୍କୁ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଏବଂ ରୁଷ୍ର ସେକଚେଭା ଲ୍ୟୁଡମିଲା ଲିଓନିଡୋଭ୍ନାଙ୍କୁ ଭାରତ ବାହାରେ ଗାନ୍ଧୀଙ୍କ ମୂଲ୍ୟବୋଧକୁ ପ୍ରଚାରପ୍ରସାର ପାଇଁ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି।
-
3.ଡିଜିଟାଲ ପର୍ସନାଲ ଡାଟା ସୁରକ୍ଷା ନିୟମ, ୨୦୨୫ରେ ବ୍ୟବସ୍ଥା ରହିଛି ଯେ ଡାଟା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ କି ପ୍ରକାର ତଥ୍ୟକୁ ବ୍ୟବହାର କରିପାରିବେ ତାହା କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ କମିଟି ନିର୍ଦ୍ଧାରଣ କରିବ।
-
4.୨୦୨୪-୨୫ ମାର୍କେଟିଂ ବର୍ଷ (୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର)ରେ ଭାରତ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି। ଏହାର ମୂଲ୍ୟ ପ୍ରାୟ ୧.୬୧ ଲକ୍ଷ କୋଟି ଟଙ୍କା। ଚାହିଦା ପୂରଣ ପାଇଁ ଏହି ଆମଦାନି କରାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆୋସାସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି।
-
5.ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୁଲିସ ଷ୍ଟେସନ ଭିତରେ ବିସ୍ଫୋରଣ ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। କୋଠାଟି ମଧ୍ୟ ବ୍ୟାପକ କ୍ଷତି ହୋଇଛି।
-
6.୧୯୪୬ ମସିହାରେ "ନୀଚା ନଗର" ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ହିନ୍ଦୀ ସିନେମାର ପ୍ରାରମ୍ଭିକ ଅଭିନେତ୍ରୀ କାମିନୀ କୌଶଲଙ୍କ ନଭେମ୍ବର ୧୩ ତାରିଖରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଛି ।
-
7.ୟୁକ୍ରେନୀୟ ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ଜେଲେନସ୍କିଙ୍କ ବ୍ୟବସାୟିକ ଅଂଶୀଦାର ତୈମୁର ମିଣ୍ଡିଚ୍ଙ୍କ ଅପରାଧିକ ସଂଗଠନ ରାଷ୍ଟ୍ରାୟତ୍ତ ପରମାଣୁ ଶକ୍ତି କମ୍ପାନୀରୁ ୧୦୦ ନିୟୁତ ଡଲାର ହଡ଼ପ କରିଛି।
-
8.ବିହାର ନିର୍ବାଚନରେ ମହାମେଣ୍ଟର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମହାମେଣ୍ଟ ଉପରେ ବିଶ୍ବାସ ଦେଖାଇଥିବା ଲକ୍ଷାଧିକ ଭୋଟରଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ବିହାରରେ ନିର୍ବାଚନ ଫଳ ଆମ ପାଇଁ ପ୍ରକୃତରେ ଆଶ୍ଚର୍ଯ୍ୟଜନକ।
-
9.ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ ହୋଇଛନ୍ତି।
-
10.ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ସମସ୍ତ ୮ଟି ଆସନରେ ଲଢ଼ିଥିଲା । କିନ୍ତୁ ୮ଟି ଆସନରୁ ମାତ୍ର ୨ଟି ଆସନରେ ବିଜେପିର ବିଜୟ ହୋଇଛି ।
-
11.ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଅଭୂତପୂର୍ବ ବିଜୟକୁ କେହି କେହି ଅପ୍ରତ୍ୟାଶିତ କହିପାରନ୍ତି। ସମସ୍ତ ଏକ୍ଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ଏନ୍ଡିଏର ବିପୁଳ ବିଜୟ ହୋଇଛି। ଏନଡିଏ ୨୦୨ ଆସନ ଦଖଲ କରିଛି।
-
12.ବିହାରରେ ଜନ ସୂରଜ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ତରାରି ବିଧାନସଭା ଆସନରୁ ପ୍ରାର୍ଥୀ ଚନ୍ଦ୍ରଶେଖର ସିଂହଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା।
-
13.କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ (QCOs) ପ୍ରତ୍ୟାହାର କରିଛନ୍ତି।
-
14.ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ସରକାରୀ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁମତୀ ରାଜହଂସ ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେସ ନନ୍ଦ ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ ରେ ବ୍ୟକ୍ତିଗତ ଭାବେ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି।
-
15.କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି।
|
27 |
Y |
|
| 7 |
15-11-2025 |
English |
-
1.Wholesale price inflation falls to a 27-month low of (-) 1.21% in October, led by a sharp deflation in food items.
-
2.The house of Dr Umar Nabi, who drove the explosive-laden car involved in the Delhi blast, has been demolished by security forces in Jammu and Kashmir’s Pulwama district.
-
3.An accidental explosion at Nowgam police station here late Friday night injured at least eight personnel extracting samples from a massive cache of explosives recently seized in connection with the ‘white-collar’ terror module case.
-
4.The government has released the long-awaited Digital Personal Data Protection (DPDP) Rules 2025 Friday, which will be implemented in phases spread over 12-18 months. The rules aim to give citizens control over their data, allow them to check for misuse, and protect their privacy in the online space
-
5.The state government has decided to speed up the construction of a permanent campus of the National Forensic Science University (NFSU) at Jatni while simultaneously strengthening the state’s forensic capabilities.
-
6.The ruling NDA secured a thumping majority in the Bihar Assembly, winning 202 seats in the 243-member House, as results for all the constituencies were declared by the Election Commission Friday.
-
7.Chief Minister Mohan Charan Majhi Friday said that the Bharatiya Janata Party’s (BJP) strong performance and victory in the Nuapada by-election mark a signifi cant shift in Odisha’s political landscape.
-
8.The Odisha government has directed all public oil companies to ensure uninterrupted supply of LPG cylinders across the state.
-
9.British Airways Friday said it is celebrating 20 years of connecting Bangalore and London, marking two decades of linking India’s technology hub with the United Kingdom.
-
10.The Supreme Court Friday agreed to list for hearing November 17 interim pleas of employees seeking payment of their pending salaries from the Sahara Group companies.
-
11.India needs 86.11 million enrolments by 2035, an 85 per cent increase from the current level, requiring a sustained 5.3 per cent compounded annual growth rate in higher education capacity, according to a new report.
-
12.The Reserve Bank has permitted exporters to bring proceeds of their shipments in 15 months as against the prevailing timeframe of 9 months in view of stress being faced by them.
-
13.Actor Kamini Kaushal, one of Hindi cinema’s earliest female stars who began her career with the classic ‘Neecha Nagar’ in 1946 and went on to act in a host of films right till 2022, has died in her Mumbai home, at the age of 98.
-
14.Padma Shri awardee and environmentalist ‘Saalumarada’ Thimmakka passed away at a private hospital. She was 114-year-old .
-
15.Ankita Bhakat capped a sensational day, stunning Paris Olympics silver-medallist Nam Suhyeon of South Korea 7-3 while Dhiraj Bommadevara also won his final as India clinched gold medals in both men's and women's event at the Asian Archery Championship Dhaka .
|
10 |
Y |
|
| 8 |
14-11-2025 |
Odia |
- 1.ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ‘ବ୍ଲୁ ଓରିଜିନ୍’ ସଂସ୍ଥା ଦ୍ବାରା ନିର୍ମିତ ‘ନ୍ୟୁ ଗ୍ଲେନ୍ ରକେଟ୍’ କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରୁ ମଙ୍ଗଳ ଅଭିମୁଖେ ଐତିହାସିକ ଉଡ଼ାଣରେ ସଫଳ ହୋଇଛି।
-
2.ଭାରତରେ କାର୍ଯ୍ୟସ୍ଥଳୀରେ ପ୍ରେମ କରିବା ଦେଖାଯାଇଥାଏ। ଡେଟିଂ ପ୍ଲାଟଫର୍ମ ‘ଆଶ୍ଲେ ମ୍ୟାଡିସନ’ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁଯାୟୀ କର୍ମକ୍ଷେତ୍ରରେ ହେଉଥିବା ରୋମାନ୍ସ ବିଷୟରେ ଲୋକେ କରିଥିବା ସ୍ବୀକାରୋକ୍ତିରୁ ଜଣାପଡ଼ିଛି ଯେ, ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।
-
3. ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି। ପରୀକ୍ଷାଗୁଡ଼ିକ ଫେବ୍ରୁଆରି ୧୭, ୨୦୨୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦, ୨୦୨୬ ପର୍ଯ୍ୟନ୍ତ ଚାଲିବ ।
-
4.ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ। ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ୩୦୦ କୋଟି ଟଙ୍କାର ବେପାର ହୋଇଥିବା ଅନୁମାନ କରାଯାଉଛି।
-
5.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ।
-
6.ବେଦାନ୍ତ ଆଲୁମିନିୟମ ଲିମିଟେଡର ଓଡ଼ିଶାସ୍ଥିତ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ନିକଟରେ ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇ (CII) ଦ୍ୱାରା ‘ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ୟୁନିଟ୍’ପ୍ରମାଣପତ୍ର ହାସଲ କରିଛି।
-
7.ଇଜିପ୍ଟ ଦୂତାବାସ ପକ୍ଷରୁ ଭାରତର ଇଜିପ୍ଟ ହାଉସରେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ - ଗ୍ରାଣ୍ଡ ଇଜିପ୍ଟୀୟ ସଂଗ୍ରହାଳୟ (GEM) ର ଉଦଘାଟନ ଉତ୍ସବ ପାଳନ କରାଯାଇଛି |
-
8.ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ ସତ୍ତ୍ବେ ମାତ୍ର ୧.୮୩ କୋଟି କାର୍ଡ ନିଷ୍କ୍ରିୟ ହୋଇପାରିଛି।
-
9. ପୁଣେସ୍ଥିତ ବେଙ୍ଗାଲୁରୁ-ମୁମ୍ବାଇ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ଓ ୧୫ ଜଣ ଗୁରୁତର ହୋଇଛନ୍ତି। ଏକ ସେତୁ ଉପରେ ମାଲବାହୀ ଟ୍ରକ୍ ବ୍ରେକ୍ ଫେଲ୍ ହେବା ପରେ ନିୟନ୍ତ୍ରଣ ହରାଇ ୬ଟି ଗାଡ଼ିକୁ ଧକ୍କା ଦେଇଥିଲା।
-
10. ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ଏବଂ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଆସାମରେ ୧୫ ଜଣଙ୍କୁ ଗିରଫ କରାଯାଇଛି।
-
11.ଶିମିଳପାଳରେ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଫଳରେ ଶିମିଳିପାଳ ଏବଂ ପାଦ ଦେଶରେ ଥିବା ଗାଁଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।
-
12.ଓଡିଶା ରାଜ୍ୟର ସମସ୍ତ ଜିଲାରେ ଥିବା ୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ କରାଯିବ। ଭିନ୍ନକ୍ଷମ ଅଧିକାର, ଅଧିନିୟମ ୨୦୧୬ ଅନୁସାରେ ଅକ୍ଷମତାର ସମସ୍ତ ୨୧ଟି ବର୍ଗକୁ ସର୍ଭେରେ ଗୁରୁତ୍ବ ଦିଆଯିବ। ଏହି ସର୍ଭେ ୩୦ ଦିନ ବା ଏକମାସ ମଧ୍ୟରେ ସମାପ୍ତ ହେବ।
-
13.ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ।
-
14.୨୦୨୫ ନଭେମ୍ବର ୧୪ ତାରିଖ। ନୂଆପଡ଼ା ଓ ବିହାର ନିର୍ବାଚନ ଫଳ ଆସିବ । ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ।
-
15.ଶିଶୁମାନଙ୍କର ଅନ୍ୟତମ ପ୍ରିୟ ଦିବସ ‘ଶିଶୁଦିବସ’ ଆଜି ଦେଶସାରା ପାଳନ ହେଉଛି।
|
27 |
Y |
|
| 9 |
14-11-2025 |
English |
-
1.The US ended production of the penny Wednesday, abandoning the 1-cent coins that were embedded in American culture for more than 230 years but became nearly worthless.
-
2.In a bid to promote sustainable use and conservation of India’s endemic biological resources, the National Biodiversity Authority (NBA) released Rs 29.40 lakh to the Forest department under the Access and Benefi t Sharing (ABS) mechanism for conservation and protection of Red Sanders (Pterocarpus santalinus).
-
3.The state government is set to observe “Zero Fatality Fortnight” from November 16-30 in the State. The 15-day campaign comes on the heels of recently observed “Zero Accident Day.”
-
4.The Central Bureau of Investigation (CBI) has begun a probe into the multi-crore sub inspector (SI) recruitment scam.
-
5.The board examinations for Class X will begin February 17 and those for Class XII February 12, the Council for the Indian School Certificate Examinations (CISCE).
-
6.Expressing concern over the deteriorating state of higher education in Odisha due to severe faculty shortages, the Odisha Human Rights Commission (OHRC) has sought a report from the Higher Education secretary on vacant teaching posts across state universities and colleges.
-
7.A senior clerk of the Rural Water Supply and Sanitation (RWSS) Division in Bhawanipatna of Kalahandi district was caught red-handed by vigilance sleuths Thursday while allegedly accepting a bribe of Rs20,000 from a retired employee.
-
8.With a cold wave sweeping Odisha, mercury levels plummeted sharply across the state with Semiliguda in Koraput district being the coldest place in the coastal state at 7.1 degrees Celsius, IMD said.
-
9.Chhattisgarh has achieved a remarkable milestone by exporting 12,000 metric tons of copper concentrate, the country’s largest-ever consignment of the mineral, to China.
-
10.At the Investor Connect event held in Ahmedabad, Chhattisgarh received investment proposals worth nearly Rs 33,000 crore, paving the way for more than 10,532 new employment opportunities across multiple sectors.
-
11.Approximately 4,000 metric tonnes of fresh waste are dumped at Bhalswa daily. Both new and old waste must be processed scientifically to prevent further pollution said Ashish Sood, Delhi Urban Development Minister .
-
12.Over 2,000 Indian Sikh pilgrims, who were in Pakistan for a 10-day visit to attend events related to the 556th birth anniversary of Guru Nanak Dev, left for India Thursday under high security.
-
13.More than fi ve crore enumeration forms were distributed to electors in a single day as part of Special Intensive Revision of voters' list being held in nine states and three Union territories, according to data shared by Election Commission Thursday.
-
14.OpenAI has announced the rollout of GPT-5.1 that the company promises is more conversational and warmer by default.
-
15.Vedanta Aluminium, India’s largest producer of aluminium, has achieved ‘Single Use Plastic Free Unit’ certifi cation for its Alumina Refi nery in Lanjigarh, Odisha, by the Confederation of Indian Industry (CII) under the provisions of the CII Plastics-use Protocol.
|
21 |
Y |
|
| 10 |
13-11-2025 |
Odia |
-
1.ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିଥିବା ଶ୍ରୀଲଙ୍କା ଦଳର ଆଠ ଜଣ ଖେଳାଳି ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
-
2.ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଡାକ୍ତର ଓମାର ମହମ୍ମଦଙ୍କ ଭୂମିକାକୁ ଡିଏନଏ ପରୀକ୍ଷା ଦ୍ୱାରା ନିଶ୍ଚିତ କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମାନବ ଶରୀର ଓମାରଙ୍କ ପରିବାରର ଡିଏନଏ ସହିତ ମେଳ ଖାଉଛି।
-
3.ରାଜସ୍ଥାନର ମରୁଭୂମିରୁ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ତିନି ସଶସ୍ତ୍ର ଭାରତୀୟ ସେନାର ଅଭ୍ୟାସ ‘ତ୍ରିଶୂଳ’ ବୁଧବାର ଦିନ ପର୍ଯ୍ୟନ୍ତ ଜାରି ରହିଛି।
-
4.ଦିଲ୍ଲୀ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହେବାର ୨ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ କ୍ୟାବିନେଟ୍ ସୁରକ୍ଷା କମିଟି (ସିସିଏସ୍) ବୈଠକ କରିଛନ୍ତି। ସରକାର ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣକୁ କଡ଼ା ନିନ୍ଦା କରି ପ୍ରସ୍ତାବ ଗୃହୀତ କରିଛନ୍ତି।
-
5.ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶା ଲିଙ୍କ୍ କଥା ଜଣାପଡ଼ିଛି। ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି। ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଛି।
-
6.ଦେଶରେ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତକୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଓଡ଼ିଶାର ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଛି।
-
7.ଅକ୍ଟୋବର ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫%କୁ ହ୍ରାସ ପାଇଛି। ଫଳରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।
-
8.ଅଭିନେତା ପ୍ରକାଶ ରାଜଙ୍କୁ ବୁଧବାର ତେଲଙ୍ଗାନା ସରକାରଙ୍କ ଏସଆଇଟି ଦଳ ପଚରାଉଚରା କରିଛି। ତାଙ୍କୁ ଅନଲାଇନ୍ ଜୁଆ ଆପର ପ୍ରଚାର ସହ ଜଡିତ ମାମଲାରେ ପ୍ରଶ୍ନ କରାଯାଇଛି।
-
9.କଟକ ବାଲିଯାତ୍ରାରେ ଅଘଟଣ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍ ବନ୍ଦ ହୋଇଯାଇଥିଲା । ୭୦ ଫୁଟ୍ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ।
-
10.କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ୨୭୩୬ ପରୀକ୍ଷାର୍ଥି କୃତକାର୍ଯ୍ୟ ହୋଇଛନ୍ତି।
-
11.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ।
-
12.ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ସୁସ୍ଥ ହୋଇ ଘରକୁ ଫେରିଲେ । ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ବାସଭବନକୁ ନିଆଯାଇଛି।
-
13.ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ।
-
14.କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ସବୁ ସମୟରେ ଫିଲ୍ମ ସୁଟିଂ ଲାଗି ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ଆକୃଷ୍ଟ କରି ଆସିଛି । ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ(ତେଲୁଗୁ ଓ ତାମିଲ)ସୁଟିଂ ପାଇଁ କୋରାପୁଟ ଜିଲ୍ଲାରେ ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କ ଭିଡ଼ ଜମୁଛି ।
-
15.ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ ବାରବାଟୀ ଷ୍ଟାଡିୟମ୍ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଭାବେ ଆୟୋଜନ କରାଯାଇଛି। ତେଣୁ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ।
|
41 |
Y |
|