-
୧। ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି ।
-
୨। ଆମେରିକାରେ ତୀବ୍ର ହେଉଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପାଲେଷ୍ଟାଇନ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାରି ମଧ୍ୟରେ ଆନ୍ଦୋଳନକାରୀମାନେ ହାର୍ବାର୍ଡ ୟାର୍ଡରେ ଥିବା ଜନ୍ ହାର୍ବାର୍ଡ ଙ୍କ ପ୍ରତିମୂର୍ତ୍ତି ଉପରେ ପାଲେଷ୍ଟାଇନ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳୁଛି।
-
୩। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନରେ ମେ’ ୨୫ ତାରିଖରେ ନିର୍ବାଚନ ହେବ।
-
୪। ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବ ଲୋକନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। ଏଥିପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହାଦ୍ୱାରା ଜିଲ୍ଲାର ୩୦ଜଣ କଳାକାର ବର୍ଷତମାମ ପ୍ରଶିକ୍ଷଣ ପାଇବେ। ୨ଜଣ ଦକ୍ଷ ଗୁରୁ ସେମାନଙ୍କୁ ପ୍ରଶିକ୍ଷଣ ଦେବେ।
-
୫। ସ୍ଥାନୀୟ ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ବଡ଼ ଧରଣର ଅଘଟଣରୁ ସମସ୍ତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
-
୬। ଭାରତର ଇ-କମର୍ସ ବଜାର ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ ବଜାର ଭାବେ ପ୍ରତିଷ୍ଠାଲାଭ କରିବ। ଚୀନ୍ ଏବଂ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତ ଇ-କମର୍ସ ବଜାରରେ ପରିଣତ ହେବ।
-
୭। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୪ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କଲକାତା ହାଇକୋର୍ଟ ରଦ୍ଦ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ଆସନ୍ତା ୬ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।
-
୮। ହୋଲେନରାସିପୁର ଥାନାରେ ଏଚଡି ରେବନ୍ନା ଓ ପ୍ରଜ୍ୱଲ ରେବନ୍ନାଙ୍କ ବିରୋଧରେ ରୋଷେୟା ଅଭିଯୋଗ କରି କହିଛନ୍ତି, ‘ମୁଁ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ସ୍ତ୍ରୀ ଭବାନୀଙ୍କ ସମ୍ପର୍କୀୟ। ଭବାନୀଙ୍କ କହିବାନୁସାରେ ମୁଁ ପ୍ରଜ୍ବଲଙ୍କ ଘରେ ରହି ରୋଷେଇ କାମ ବୁଝାବୁଝି କରିଥାଏ। ଯେତେବେଳେ ଭବାନୀ ମ୍ୟାଡମ ଘରେ ନଥାଆନ୍ତି ପ୍ରଜ୍ବଲ ସାର ଘରେ କାମ କରୁଥିବା ମହିଳାମାନଙ୍କୁ ଷ୍ଟୋର ରୁମକୁ ଡାକି ଫଳ ଦେବା ବାହାନାରେ ଯୌନ ନିର୍ଯାତନା ଦେଇଥାଆନ୍ତି।
-
୯। ରାହୁଲ ଗାନ୍ଧୀ ମେ’ ୩ ତାରିଖରେ ପୁଣି ଓଡ଼ିଶା ଆସିବେ । ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିବା ସହିତ ରାୟଗଡ଼ାରେ ଏକ ଜନସଭାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
-
୧୦।ନକଲି ପୁଲିସକୁ ଧରିଲା ଅସଲି ପୁଲିସ। କଟକରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିବା ୩ ଜଣଙ୍କୁ ସୋମବାର ଗିରଫ କରାଯାଇଛି। ବାଦାମବାଡି ଅଞ୍ଚଳରେ ପୁଲିସ ପରିଚୟ ଦେଇ ଲୁଟ୍ କରୁଥିଲେ। ୩ ଜଣ ନକଲି ପୁଲିସଙ୍କୁ କମିଶନରେଟ ପୁଲିସ ଗିରଫ କରିଛି।
-
୧୧। କାଡ୍ବୁରୀ ଏହାର ଏକ ଲୋକପ୍ରିୟ ଚଲୋକେଟ୍ ଉତ୍ପାଦନକୁ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛି, ଯାହାର ନାଁ ହେଉଛି ଡେରିମିଲ୍କ ଅରେଞ୍ଜ ବାର୍।
-
୧୨। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଟକ ଓ ନୟାଗଡକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି।
-
୧୩। ଢେଙ୍କାନାଳ କାମାକ୍ଷାନଗରରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ୩୦ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
-
୧୪। ଶିମିଳିପାଳ ଓ ଏହାର ଚତୁର୍ଦ୍ଦିଗରେ ଥିବା ବନାଞ୍ଚଳରେ ରବିବାର ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
-
15।ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ପ୍ରେରିତ ପୃଥିବୀ ନିରୀକ୍ଷଣ ଉପଗ୍ରହ ‘ଲ୍ୟାଣ୍ଡସାଟ୍-୮’ ନିକଟରେ ଗୁଜରାଟର କଚ୍ଛ ଅଞ୍ଚଳରେ ଏକ ବିଶାଳ ଗର୍ତ୍ତ ଠାବ କରିଛି। ଅନେକ ବିଶ୍ଳେଷଣ ପରେ ତାହା ଉଲ୍କାମାଡ଼ ଜନିତ ଗର୍ତ୍ତ ବୋଲି ସ୍ପଷ୍ଟ ହୋଇଛି।
-
୧୬।ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଟିକା ଯେଉଁମାନେ ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ। ଉକ୍ତ କମ୍ପାନି ପ୍ରଥମ ଥର ପାଇଁ ବ୍ରିଟେନର ଏକ କୋର୍ଟ ସତ୍ୟପାଠ ଦାଖଲ କରି ଏହା ସ୍ବୀକାର କରିଛି।
-
୧୭।ପୂର୍ବଭଳି ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଅନେକ ରାଜନୈତିକ ପରିବାର ସକ୍ରିୟ ରହିଛନ୍ତି। ଗୋଟିଏ ଗୋଟିଏ ପରିବାରରୁ ଏକାଧିକ ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଗୋଟିଏ ପରିବାରର ୫ ଜଣ ପ୍ରାର୍ଥୀ ହୋଇଥିବା ବେଳେ ତାମିଲନାଡ଼ୁରେ ଗୋଟିଏ ପରିବାରର ୬ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
-
୧୮।ଭୁବନେଶ୍ବରର ମୂଲ୍ୟବାନ ସରକାରୀ ଜମିକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ସମ୍ପର୍କିତ ଓଡ଼ିଶା ହାଇକୋର୍ଟଙ୍କ ୨୦୧୮ ଜାନୁଆରି ୧୭ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ରାଜ୍ୟ ସରକାରଙ୍କ ଅପିଲକୁ ଗ୍ରହଣ କରିଛନ୍ତି।
-
୧୯।ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଦକ୍ଷିଣ ଆଫ୍ରିକା ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଜର୍ସିର ରଙ୍ଗ ହଳଦିଆ ରହିଥିଲା ବେଳେ ଏହାର କାନ୍ଧରେ ଦେଶର ଜାତୀୟ ପତାକା ରହିଛି। ଦକ୍ଷିଣ ଆଫ୍ରିକାର ଜାତୀୟ ଫୁଲ ‘କିଙ୍ଗ ପ୍ରୋଟିଆ’ ସାର୍ଟରେ ଭଲ ଭାବେ ପ୍ରଦର୍ଶିତ ହୋଇଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଜୁନ୍ ୨ରୁ ୱେଷ୍ଟ୍ଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ।
-
୨୦।ଓଲା କ୍ୟାବ୍ସର ସିଇଓ ହେମନ୍ତ ବକ୍ସି ଇସ୍ତଫା ଦେଇଛନ୍ତି। ଓଲା କ୍ୟାବ୍ସରେ ଯୋଗ ଦେବାର ମାତ୍ର ୪ ମାସ ପରେ ସେ କମ୍ପାନୀ ଛାଡୁଛନ୍ତି।