- 1. ସ୍ୱାସ୍ଥ୍ୟ ବୀମାଧାରୀଙ୍କ ପାଇଁ ବଡ଼ ଖବର। ଆଗକୁ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍ ବାବଦରେ ବୀମାଧାରୀଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ନୂଆ ନିୟମ ମୁତାବକ, ଏଣିକି ବୀମା କ୍ଲେମ ପାଇଁ ଆପଣଙ୍କୁ ଅତିବେଶୀରେ ୩ ବର୍ଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ପୂର୍ବରୁ ଏହି ସମୟସୀମା ୪ ବର୍ଷ ରହିଥିଲା।
-
2. ଷାଠିଏ ଦଶକ ବେଳକୁ ପେନିସିଲିନ୍ ତିଆରିରେ ଆତ୍ମନିର୍ଭରଶୀଳ ଥିବା ଭାରତ ପରବର୍ତ୍ତୀ ତିନି ଦଶନ୍ଧିରେ ସେହି ମାନ୍ୟତା ବଜାୟ ରଖିବାରେ ବିଫଳ ହୋଇଥିଲା। ଏବେ ଏହା ଚୀନ୍ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପଡ଼ିଛି।
-
3. ବିଶ୍ବର ସବୁଠୁ ଚର୍ଚ୍ଚିତ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ଓ ସିଇଓ ୱାରେନ ବଫେଟ୍ ଭାରତକୁ ସୁଯୋଗର ଗନ୍ତାଘର ଭାବେ ବର୍ଣ୍ଣନା କରିଛନ୍ତି। କମ୍ପାନିର ବାର୍ଷିକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଭାରତରେ ହାସଲ ହୋଇନଥିବା ବହୁ ସୁଯୋଗ ରହିଛି।
-
4. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ସର୍ବସମ୍ମତିକ୍ରମେ ଅଲ-ଜଜିରା ନ୍ୟୁଜର କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
5. ସ୍ଥାୟୀ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଇସ୍ରାଏଲର ପ୍ରତିବଦ୍ଧତା ଗାଜାରେ ଶାନ୍ତିର ସମ୍ଭାବନା ବଢ଼ାଇଛି। ଇଜିପ୍ଟର ରାଜଧାନୀ କାଇରୋରେ ଚାଲିଥିବା ଆଲୋଚନାରେ ଶନିବାର ଇସ୍ରାଏଲ୍ ଅଧିକାରୀ ଏଭଳି ମନୋଭାବ ପ୍ରକାଶ କରିଛନ୍ତି।
-
6. ଓଡିଶା ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ ରହିଛି।
-
7. ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ଏବଂ ଏହାର ପାରିଦର୍ଶିତା ଓ ପ୍ରତିବଦ୍ଧତା ସଂପର୍କରେ ବାସ୍ତବ ଜ୍ଞାନ ହାସଲ ପାଇଁ ୨୩ଟି ରାଷ୍ଟ୍ରର ୭୫ ଜଣ ପ୍ରତିନିଧି ଭାରତ ପହଞ୍ଚିଛନ୍ତି।
-
8. ରାଧିକା ଖେଡା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଘୋଷଣା କରିଛନ୍ତି। ନିକଟରେ ରାଧିକାଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଥିଲେ। ଇସ୍ତଫା ଦେବାବେଳେ ରାଧିକା କହିଛନ୍ତି ଯେ ମୁଁ ଜଣେ ଝିଅ ଏବଂ ଲଢ଼ିପାରେ।
-
9. ପ୍ରମିଳା ପୂଜାରୀ ଏସ୍ୟୁସିଆଇ (କମ୍ୟୁନିଷ୍ଟ ପାର୍ଟି)ରୁ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି। ବୃତ୍ତିରେ ଦିନମଜୁରିଆ। ସଞ୍ଚିତ ସମ୍ପତ୍ତି କହିଲେ ମାତ୍ର ୨୦ ହଜାର ଟଙ୍କା। ଷ୍ଟେଟ୍ ବ୍ୟାଙ୍କରେ ୨୦ ହଜାର ୧୨୫, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଅଛି ୧୧୨୫ ଟଙ୍କା। ଟଙ୍କା ।
-
10 ଭାରତର ଷ୍ଟାର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଝଟକା ଲାଗିଛି। ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ଦ୍ୱାରା ବଜରଙ୍ଗ ପୁନିଆଙ୍କୁ ନିଲମ୍ବିତ କରାଯାଇଛି।
-
11. ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଶାଲିମାର ଗାର୍ଡନ ଅଞ୍ଚଳସ୍ଥ ଟାଟା ଷ୍ଟିଲର ନ୍ୟାସନାଲ ବିଜନେସ ହେଡ ବିନୟ ତ୍ୟାଗୀଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
-
12. ଭାରତୀୟ ମସଲାକୁ ନେଇ ଉପୁଯିତିବା ବିବାଦ ମଧ୍ୟରେ ସ୍ପତିକାରଣ ରଖିଛି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ)। ବିଭିନ୍ନ ଦେଶ ଭାରତୀୟ ମସଲା ଉପରେ ଲଗାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।
-
13. ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର ଜଣେ ମୌଲବୀଙ୍କୁ ଗୁଜରାଟ ପୋଲିସ ଗିରଫ କରିଛି।
-
14. ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍ପି ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ ବଢିଛି। ଏହି ମାମଲାରେ ତାଙ୍କ ବିରୋଧରେ ବ୍ଲୁ କର୍ନର୍ ନୋଟିସ ଜାରି କରାଯାଇଥିବା କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।
-
15. ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ରାୟରେ କହିଛନ୍ତି। ଏପରିକି ସ୍ତ୍ରୀଙ୍କର ସହମତି ନ ଥିଲେ ମଧ୍ୟ ଏଭଳି ସମ୍ପର୍କ ବଳାତ୍କାର ନୁହେଁ।
-
16. ମାଷ୍ଟର୍କ୍ୟାଣ୍ଟିନ ଥିବା ବିଦ୍ୟାର୍ଥୀ ବୁକ୍ ଷ୍ଟୋର, ୟୁନିଟ୍-୯ରେ ଥିବା ମା’ ମଙ୍ଗଳା ବୁକ୍ ଷ୍ଟୋର ଓ ରବିଟକିଜ ନିକଟ ଶୁଭମ୍ ବୁକ୍ ଷ୍ଟୋରର ଗୋଦାମରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ନକଲି ବହି ଓ ଅଟୋକୁ ଜବତ କରାଯାଇଛି।
-
17. ଦକ୍ଷିଣ ବ୍ରାଜିଲର ‘ରିୟୋ ଗ୍ରାଣ୍ଡେ ଡେଲ ସୁଲ’ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାଯୋଗୁଁ ବନ୍ୟା ଆସି ବିପର୍ଯ୍ୟୟ ସୃଷ୍ଟି କରିଛି। ଏ ପର୍ଯ୍ୟନ୍ତ ବନ୍ୟା ଏବଂ ଭୂସ୍ଖଳନରେ ୫୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୭୦ ଜଣ ନିଖୋଜ ଅଛନ୍ତି।
-
18.ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ବିପକ୍ଷଙ୍କ ଅଭିଯୋଗ ଆଧାରରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।
-
19. ବିହାରର କିଶାନଗଞ୍ଜରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ଜଣେ ମହିଳା ଏକା ସାଙ୍ଗରେ ପାଞ୍ଚଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସବୁଠୁ ବଡ଼ କଥା ହେଉଛି କି ମାଆ ସମେତ ସମସ୍ତ ଶିଶୁ ମଧ୍ୟ ସୁସ୍ଥ ଅଛନ୍ତି।
-
20. ନିର୍ବାଚନ ପ୍ରଚାର ସମୟରେ ଜବତ ହେଉଛି ପୁଳା ପୁଳା ଟଙ୍କା। ଏହିକ୍ରମରେ ଆନ୍ଧ୍ରପ୍ରଦେଶ ପୁଲିସ ୨,୦୦୦ କୋଟି ନଗଦ ଟଙ୍କା ଜବତ କରିବା ସହ ୪ଟି କଣ୍ଟେନରକୁ ଜବତ ରଖିଥିଲା। ଏହି ସବୁ କଣ୍ଟେନର କେରଳରୁ ଆନ୍ଧ୍ରପ୍ରଦେଶକୁ ଯାଉଥିଲା।