-
1. ବୋଇଙ୍ଗ୍ ଷ୍ଟାରଲାଇନର ପ୍ରଥମ ମାନବ ମହାକାଶ ଯାତ୍ରା ପାଇଁ ପାଗ ଭିଡ଼ୁଥିବା ବେଳେ ଏଥିରେ ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଙ୍ଗଳବାର ମହାକାଶକୁ ଯିବେ ବୋଲି ଜଣାପଡ଼ିଛି।
-
2. ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୬ ମାସରୁ ଅଧିକ ସମୟ ଧରି ଚାଲିଛି । ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ।
-
3. ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି (ଅବସରପ୍ରାପ୍ତ) ସଞ୍ଜୟ କୁମାର ମିଶ୍ର। ଜଷ୍ଟିସ୍ ମିଶ୍ର ଦ୍ରବ୍ୟ ଓ ସେବା କର ଆପିଲେଟ୍ ଟ୍ରିବ୍ୟୁନାଲ (ଜିଏସ୍ଟିଏଟି)ର ପ୍ରଥମ ସଭାପତି ଭାବେ ଆଜି ଶପଥ ନେଇଛନ୍ତି ।
-
4. ଅଷ୍ଟ୍ରେଲିଆରେ କିଛି ଭାରତୀୟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ବେଳେ ଜଣେ ୨୨ ବର୍ଷୀୟ ଏମଟେକ୍ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।
-
5. ତାମିଲନାଡୁର କନ୍ୟାକୁମାରୀ ଉପକୂଳରେ ସମୁଦ୍ରରେ ବୁଡ଼ି ଦୁଇ ଛାତ୍ରୀଙ୍କ ସମେତ ମୋଟ ୫ ଜଣ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି।
-
6. ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା କମ୍ପାନି ସର୍ବଭାରତୀୟ ସ୍ତରରେ ଏହାର ୪ଜି ସେବା ଆରମ୍ଭ କରିବ। ଆତ୍ମନିର୍ଭର ଭାରତ ନୀତିକୁ ଗ୍ରହଣ କରି କମ୍ପାନି ସ୍ବଦେଶୀ ଜ୍ଞାନକୌଶଳକୁ ଏଥିପାଇଁ ବ୍ୟବହାର କରିଛି।
-
7. ଦିଲ୍ଲୀ ପୁଲିସ ୧୫ ଟନ୍ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି।
-
8. ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଂଗଠନ ‘ସିଖ୍ସ ଫର୍ ଜଷ୍ଟିସ୍’ ଠାରୁ ରାଜନୈତିକ ପାଣ୍ଠି ଗ୍ରହଣ କରିବା ଭଳି ସଂଗୀନ ଅଭିଯୋଗ କେଜ୍ରିୱାଲଙ୍କ ସମେତ ତାଙ୍କ ଦଳ ଆପ୍ ବିରୋଧରେ ଆସିଛି। ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏହି ଅଭିଯୋଗ ମିଳିବା ପରେ ସେ ଏହାର ଏନ୍ଆଇଏ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଛନ୍ତି।
-
9. ଆର୍ଥିକ ବର୍ଷ ୨୦୨୩-୨୪ରେ ସାରା ଦେଶରେ ୧,୮୫,୩୧୨ଟି ନୂଆ କମ୍ପାନିର ପଞ୍ଜୀକରଣ ହୋଇଥିଲା। ସେଥିରୁ ୩୨୧୬ଟି କମ୍ପାନି ଓଡ଼ିଶାରେ ପଞ୍ଜୀକରଣ ହୋଇଥିଲା ବୋଲି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି।
-
10.ଦରଦାମ୍ ଚାପ ଦେଇ ଗତି କରୁଥିବା ଗ୍ରାମୀଣ ଅର୍ଥନୀତିରେ ସୁଧାର ଘଟୁଛି। ତେଲ, ସାବୁନ ଓ ସାମ୍ପୁ ଆଦି ବିକ୍ରି କରୁଥିବା କମ୍ପାନିଗୁଡ଼ିକର ବ୍ୟବସାୟରେ ହୋଇଥିବା ବୃଦ୍ଧିରୁ ଏଭଳି ସଙ୍କେତ ମିଳିଛି।
-
11.ଟିକେଟ୍ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ଲୋକ ସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି।
-
12.ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍ ଫେକ୍ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି) ସୋମବାର ରାଜନୈତିକ ଦଳଗୁଡ଼ିକୁ ତାଗିଦ କରିଛନ୍ତି।
-
13.ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି।
-
14.୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି।
-
15.ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି।
-
16.କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍ପୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ ( ସିଆଏସସିଇ) ଦ୍ଵାରା ପରିଚାଳିତ ଆଇସିଏସଇର ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମରେ ୯୯. ୪୭ ଏବଂ ଦ୍ୱାଦଶରେ ୯୮.୧୯ ପ୍ରତିଶତ ପାସ୍ ହାର ରହିଛି।
-
17.ଜିନ୍ପିଙ୍ଗ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ‘ତିବ୍ବତକୁ ମୁକ୍ତ କର’ ନାରା ଶୁଣିବାକୁ ମିଳିଛି। ତିବ୍ବତୀୟ ବିକ୍ଷୋଭକାରୀମାନେ ରାସ୍ତାକୁ ଆସି ଜିନ୍ପିଙ୍ଗଙ୍କ ବିରୋଧରେ ନାରା ଦେଇଛନ୍ତି।
-
18.୨୦୨୫ ପ୍ରାରମ୍ଭରେ ଗୁଜୁରାଟର ସାନନ୍ଦ କାରଖାନାରୁ ପ୍ରଥମ ବ୍ୟାଚ୍ ସେମିକଣ୍ଡକ୍ଟର ରପ୍ତାନି କରିବ ମାଇକ୍ରନ ଇଣ୍ଡିଆ।
-
19.ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି।
-
20.ନିକଟରେ ନିର୍ମାତା ଫିଲ୍ମର ପ୍ରଥମ ଗୀତ ‘ପୁଷ୍ପା-ପୁଷ୍ପା’ ରିଲିଜ୍ କରିଛନ୍ତି। ଏହା ୬ଟି ଭାଷାରେ ରିଲିଜ୍ ହୋଇଛି। ଏହି ଗୀତ ଏବେ ଇତିହାସ ରଚିଛି। ‘ପୁଷ୍ପା-ପୁଷ୍ପା’ ଗୀତର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି।