-
1.ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୧.୫୩ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମୃତ୍ୟୁ ଭାରତରେ ହେଉଥିବା ନେଇ ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି। ଗତ ୩୦ ବର୍ଷ ମଧ୍ୟରେ ହିଟ୍ଓ୍ବେଭ ଯୋଗୁ ବିଶ୍ୱରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ବଡ଼ ଭାଗ ଅର୍ଥାତ୍ ଏକ ପଞ୍ଚମାଂଶ ମୃତ୍ୟୁ ଭାରତରେ ଘଟୁଛି।
-
2.ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।…
-
3.ସିଏଏ ବିଜ୍ଞପିତ ହେବାର ୨ ମାସ ପରେ ଆଜି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂ୍ଆଦିଲ୍ଲୀରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି।
-
4.ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ପୁଲିସର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ନ୍ୟୁଜ୍କ୍ଲିକ୍ ସମ୍ପାଦକ ପ୍ରବୀର ପୁରକାୟସ୍ଥ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଆବେଦନର ଶୁଣାଣି କରି ତାଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।
-
5. ସ୍ଲୋଭାକିଆର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଜଣେ ଆକ୍ରମଣକାରୀ ଏକାଧିକ ଥର ଗୁଳିମାଡ଼ କରିଛି। ଗୁରୁତର ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
-
6.କେନ୍ଦ୍ର ସରକାର ଜାରି କରିଥିବା ୨୦୨୪ ଜାନୁଆରି-ମାର୍ଚ୍ଚ ତ୍ରୈମାସିକର ‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’କୁ ଅନୁଶୀଳନ କରିବାରୁ ଜଣାପଡ଼ିଛି ଯେ ରାଜ୍ୟର ସହରାଞ୍ଚଳରେ ୧୫-୨୯ ବର୍ଷ ବୟସ ବର୍ଗରେ ବେକାରି ହାର ୨୩.୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ବର୍ଷକ ପୂର୍ବରୁ ଏହି ହାର ୨୨.୯ ପ୍ରତିଶତ ଥିଲା।
-
7.ବିଦେଶରେ ଭାରତୀୟ ମସଲାରେ ଅପମିଶ୍ରଣ ସନ୍ଦେହ ଦୂର ହୋଇନାହିଁ। ନ୍ୟୁଜିଲାଣ୍ଡ ତରଫରୁ ଏହି ଅଭିଯୋଗର ଯାଞ୍ଚ କରାଯିବ। ଏମ୍ଡିଏଚ୍ ଓ ଏଭରେଷ୍ଟ ପଠାଉଥିବା ମସଲାକୁ ଯାଞ୍ଚ କରିବା ଲଗି ନ୍ୟୁଜିଲାଣ୍ଡର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ନିଷ୍ପତ୍ତି ନେଇଛି।
-
8.ଡିଜିଟାଲ ଯୁଗରେ ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାକୁ ହେଲେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଜରୁରୀ ।
-
9.ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ତାଙ୍କ ସରକାର ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ଚାଇନା ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
-
10(ଇଣ୍ଡିଆ) ବ୍ଲକ୍ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏଥିରେ ସାମିଲ ହେବ ନାହିଁ। ଇଣ୍ଡିଆ ବ୍ଲକ୍କୁ ଟିଏମ୍ସି ବାହାରୁ ସମର୍ଥନ ଦେବ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି
-
11.ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି।
-
12.ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ରାଜ୍ୟପାଳ ତାଙ୍କୁ ଦିଲ୍ଲୀ ନେଇ ଏକ ହୋଟେଲରେ ଅସଦାଚରଣ କରିଥିବା ସେ ଦର୍ଶାଇଛନ୍ତି।
-
13.କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲା ବେଳେ ନିରାଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା।
-
14.ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି।
-
15.ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫% -୦.୭୫% ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨ କୋଟି ଟଙ୍କାରୁ କମ୍ ଜମା ଉପରେ ଏହି ସୁଧ ମିଳିବ।
-
16.ଆମେରିକାରେ ଡେଙ୍ଗୁର ଦ୍ୱିତୀୟ ଟିକାକୁ ମିଳିଲା WHOଙ୍କ ମଞ୍ଜୁରୀ, ତିଆରିଛନ୍ତି ଜାପାନୀ ଫାର୍ମା କମ୍ପାନୀ l
-
17.ଆସନ୍ତା ୧୯ରୁ ବଢ଼ିବ ତାତି: ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା l
-
18.ହାବାର୍ଡ ଷ୍ଟଡି ରୁ ଆସିଲା ଭୟଙ୍କର ତଥ୍ୟ : ନିୟମିତ ପ୍ୟାକେଜଡ଼ ଫୁଡ ଖାଉଥିବା ଲୋକଙ୍କର ଶୀଘ୍ର ହୋଇଥାଏ ମୃତ୍ୟୁ l
-
19.ଫ୍ରାନ୍ସରେ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ମଣ୍ଡପମ୍ ହେଲା ଉଦଘାଟିତ ।
-
20.ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମ ହେଲେ ଗିରଫ l ଇଡି ତାଙ୍କୁ ଗିରଫ କରିଛି