-
1.କୋଭାକ୍ସିନ୍ ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ଲୋକ ‘ଆଡ୍ଭର୍ସ ଇଭେଣ୍ଟସ ଅଫ୍ ସ୍ପେସାଲ ଇଣ୍ଟରେଷ୍ଟ’ ବା ଏଇଏସ୍ଆଇ ନେଇ ରିପୋର୍ଟ କରିଛନ୍ତି।
-
2.ମଲିୱାଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏନ୍ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍) ବିଭବ କୁମାରଙ୍କୁ ସମନ କରିଛନ୍ତି। ଉକ୍ତ ମାମଲାରେ ଏନସିଡବ୍ଲ୍ୟୁ ନିଜଆଡ଼ୁ ହସ୍ତକ୍ଷେପ କରି କୁମାରଙ୍କୁ ମେ’ ୧୭ ତାରିଖରେ ହାଜର ହେବାକୁ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଳୀ ପୁଲିସର ଏକ ଟିମ୍ ଆପ୍ ସାଂସଦ ସ୍ବାତୀ ମଲିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଛି।
-
3.ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନକୁ ବାତିଲ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଦେଇଛନ୍ତି।
-
4.ସୁ୍ପ୍ରିମ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଦେଇଛନ୍ତି ଯେ ଅର୍ଥ ହେରଫେର ନିବାରଣ ଆଇନ୍ (ପିଏମ୍ଏଲ୍ଏ) ମାମଲାରେ ଇଡି ଅଭିଯୁକ୍ତକୁ ମନଇଚ୍ଛା ଗିରଫ କରିପାରିବ ନାହିଁ। ଅଭିଯୁକ୍ତକୁ ଗିରଫ କରିବାକୁ ହେଲେ ଇଡିକୁ ସ୍ବତନ୍ତ୍ର ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ।
-
5.କେତେକ ସାଧାରଣ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଥିବା ୪୧ଟି ଔଷଧର ମୂଲ୍ୟ ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି।
-
6.ଭୋଜପୁରୀ ପାୱାରଷ୍ଟାର ପୱନ ସିଂ କାରାକାଟ ଲୋକସଭା ଆସନରୁ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଏନେଇ ଗତ ମେ ୧୩ରେ ବିଜେପି ନେତା ପ୍ରେମ କୁମାର କହିଥିଲେ ଯେ ଯଦି ପୱନ ସିଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-
7.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ସରକାର ସବୁଦିନ ପାଇଁ ରହିବ ନାହିଁ, ଆଜି ନୁହେଁ କାଲି ଏହି ଦଳ କ୍ଷମତାରୁ ଯିବ । ତାପରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଛନ୍ତି ।
-
8.ଫିନଟେକ୍ କମ୍ପାନି ଫୋନ୍ ପେ'ର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଶ୍ରୀଲଙ୍କାରେ ଏବେ ଫୋନପେ ଗ୍ରାହକମାନେ ୟୁଜର୍ସ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାର କରି ପେମେଣ୍ଟ କରିପାରିବେ।
-
9.ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଥିବା ଟଙ୍କା ଗରିବଙ୍କ ପାଖକୁ ଫେରିବ। ସରକାରୀ ଏଜେନ୍ସିମାନେ ଏପର୍ଯ୍ୟନ୍ତ ୧.୨୫ ଲକ୍ଷ କୋଟି ଟଙ୍କା ଜବତ କରିଥିବା ବେଳେ ଏହା ଯେଭଳି ଗରିବଙ୍କ ପାଖକୁ ଫେରିବ ସେଥିପାଇଁ ସରକାର ବିକଳ୍ପ ଖୋଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି।
-
10.ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା ପତ୍ରକୁ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି।
-
11.ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର (୧୬ ମେ’) ରେ ଅନୁଷ୍ଠିତ ନିର୍ବାଚନରେ କପିଲ ସିବଲ ୧୦୬୬ ଭୋଟ ପାଇଛନ୍ତି।
-
12.ପଶ୍ଚିମବଙ୍ଗର ମାଲଦାଠାରେ ପ୍ରକୃତି ତାଣ୍ଡବ ରଚିଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବାର ସୂଚନା ମିଳିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
-
13.ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ ପୂର୍ବରୁ ଭାଜପା ନର୍ଭସ।
-
14.ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଗୁଜରାଟର ମୋରବିର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମସ୍ତିଷ୍କ ରକ୍ତସ୍ରାବ ଯୋଗୁ ବୁଧବାର ମୃତ୍ୟୁ ଘଟିଛି। ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ଫଳ ମେ’ ୧୧ ତାରିଖରେ ପ୍ରକାଶ ପାଇଥିଲା। ଝିଅ ହୀର ଘେଟିଆ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୭୦ ପ୍ରତିଶତ ନମ୍ବର ରଖିଛନ୍ତି।
-
15.୧୫୦ ମିଲିଲିଟର କପ କଫିରେ ୮୦-୧୨୦ ମିଲିଗ୍ରାମ କାଫିନ୍ ରହିଛି। ତୁରନ୍ତ ପ୍ରସ୍ତୁତ ହେଉଥିବା କଫିରେ ୫୦-୬୫ ମିଲିଗ୍ରାମ ଓ ଚା’ରେ ୩୦-୬୫ ମିଲିଗ୍ରାମ ରହିଛି। ଆଇସିଏମଆର କହିଛି, ୩୦୦ ମିଲିଗ୍ରାମରୁ ଅଧିକ କାଫିନ ସେବନ ଆଦୌ ହିତକର ନୁହେଁ।
-
16.ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ କହିଛନ୍ତି ଯେଉଁମାନେ ଅଧିକ ଲୁଣ ଖାଉଛନ୍ତି। ସେମାନେ ୨୫ ପ୍ରତିଶତ କମ୍ କରିବା ନିହାତି ଆବଶ୍ୟକ। ନଚେତ୍ ୨୦୩୦ ସୁଦ୍ଧା ପାଖାପାଖି ୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିସାରିଥିବ। ୟୁରୋପରେ ୩୦ରୁ ୭୯ ବର୍ଷ ବୟସ୍କ ମଧ୍ୟରେ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ। ଯାହାର ମୁଖ୍ୟ କାରଣ ହେଉଛି ଅଧିକ ଲୁଣ ଖାଇବା ।
-
17.ଡବ୍ଲୁଏଚଓ ଅନୁଯାୟୀ,ୟୁରୋପରେ ପ୍ରତିଦିନ ୧୦ ହଜାର ଲୋକ ହୃଦଘାତରେ ମୃତ୍ୟୁବରଣ କରୁଛନ୍ତି। ଯାହାର ଅର୍ଥ ବାର୍ଷିକ ୪ ନିୟୁତ ଲୋକଙ୍କ ମୃତ୍ୟୁ। ଏହି ମୃତ୍ୟୁ ୟୁରୋପରେ ମୋଟ ମୃତ୍ୟୁର ୪୦ ପ୍ରତିଶତ ଅଟେ। ଅର୍ଥାତ୍ ପ୍ରତିବର୍ଷ ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଡବ୍ଲୁଏଚଓ ୟୁରୋପର ନିର୍ଦ୍ଦେଶକ କହିଛନ୍ତି ଯେଉଁମାନେ ଅଧିକ ଲୁଣ ଖାଉଛନ୍ତି। ସେମାନେ ୨୫ ପ୍ରତିଶତ କମ୍ କରିବା ନିହାତି ଆବଶ୍ୟକ।
-
18.ଗଡ଼ିଆମାଳ ନିକଟ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇଥିବାବେଳେ ଏଥିରେ ପ୍ରାୟ ୧୫ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
-
19.ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
-
20.ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏ ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। କୁଏତ ବିରୋଧରେ ଜୁନ ୬ରେ ହେବାକୁ ଥିବା ଭାରତର ଫିଫା ବିଶ୍ଵକପ୍ ଯୋଗ୍ୟତା ମ୍ୟାଚ ପରେ ସୁନୀଲ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି।