-
1.ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସମେତ ୯ ଜଣ ଲୋକଙ୍କର ଯେଉଁ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତାହା ପଛରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ଅଲୀ ଖାମେନିଙ୍କ ପୁଅଙ୍କର ହାତ ରହିଥିବା କୁହାଯାଉଛି।
-
2.ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ସୋମବାର କହିଛି ଯେ ଆଫ୍ରିକାକୁ ‘ଆର୍ ୨୧/ମ୍ୟାଟ୍ରିକ୍ସ-ଏମ୍’ ମ୍ୟାଲେରିଆ ଟିକା ରପ୍ତାନି ଆରମ୍ଭ କରିଛି।
-
3.ଆସନ୍ତା ୨୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୪ ମେ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି.
-
4.ଭାରତୀୟ ରେଳବାଇ ବାଂଲାଦେଶକୁ ୨୦୦ ଯାତ୍ରୀବାହୀ କୋଚ୍ ଯୋଗାଇବ। ବାଂଲାଦେଶ ରେଳବାଇକୁ ୨୦୦ ବ୍ରଡଗେଜ୍ (ବିଜି) ଯାତ୍ରୀବାହୀ କୋଚ୍ ଯୋଗାଣ ପାଇଁ ଇଞ୍ଜିନିୟରିଂ କନସଲଟାନ୍ସି ସଂସ୍ଥା ରାଇଟ୍ସ ଲିମିଟେଡ୍ ଚୁକ୍ତି ସ୍ୱାକ୍ଷର କରିଛି। ରାଇଟ୍ସ ହେଉଛି।
-
5.ଲିକ୍ୟୁଡ ନାଇଟ୍ରୋଜେନ୍ ଥିବା ପାନ ଖାଇବାରୁ ପେଟରେ ହୋଇଗଲା କଣା। ବେଙ୍ଗାଲୁରୁରେ ଜଣେ ୧୨ବର୍ଷୀୟ ଝିଅ ସହିତ ଘଟିଛି ଏଭଳି ଘଟଣା। ବିବାହ ଭୋଜିରେ ଲିକ୍ୟୁଡ ନାଇଟ୍ରୋଜେନ୍ ଥିବା ପାନର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଖାଇ ପୀଡ଼ିତାଙ୍କ ପେଟରେ କଣା ହୋଇଯାଇଛି।
-
6.ଭାରତୀୟ ନ୍ୟାୟ ସଂହିତା ୨୦୨୩ ସମେତ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଯାଞ୍ଚ, ଆକଳନ, ଚିହ୍ନଟ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍କୋର୍ଟ ସୋମବାର (ମେ ୨୦) ମନା କରିଦେଇଛନ୍ତି।
-
7.ଟେଲିକମ୍ କମ୍ପାନିଗୁଡ଼ିକ ଏକସଙ୍ଗେ ୧୮ ଲକ୍ଷରୁ ଅଧିକ ସିମ୍ କାର୍ଡକୁ ବନ୍ଦ କରିବେ। ସାଇବର୍ ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ।
-
8.ଭୁବନେଶ୍ବରରେ ରୁପାର କେଜି ପିଛା ଦାମ୍ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ଗୋଟିଏ ଦିନରେ ଏହାର ଦାମ୍ ୪୫୦୦ ଟଙ୍କା ବୃଦ୍ଧି ପାଇଛି।
-
9.ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେବ। ଭାରତ ସରକାରଙ୍କ ଋଣ ପରିଚାଳନା କରିବାର ଦାୟିତ୍ବ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଛି। ନିକଟରେ ଏହା ଟ୍ରେଜେରି ବିଲ୍ ଜରିଆରେ ସରକାରଙ୍କ ଋଣ ୬୦,୦୦୦ କୋଟି ଟଙ୍କା କମ୍ କରିଥିଲା।
-
10.ନଗଦବିହୀନ କାରବାରରେ ବିପ୍ଳବ ଆଣିଥିବା ଡେବିଟ୍ କାର୍ଡ ଏବେ ଅଲୋଡ଼ା ହେବାରେ ଲାଗିଛି। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ର ଗ୍ରହଣୀୟତା ବଢ଼ିବା ପରେ ଡେବିଟ୍ କାର୍ଡକୁ ଲୋକମାନେ କ୍ବଚିତ୍ ବ୍ୟବହାର କରୁଛନ୍ତି।
-
11.ଓଡ଼ିଶା ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭକ୍ତ କହିଥିବାରୁ ଭୁଲ ମାଗିଛନ୍ତି । ସେ କହିଛନ୍ତି ଯେ, ଏହି ଭୁଲର ପ୍ରାୟଶ୍ଚିତ କରିବା ପାଇଁ ମୁଁ ୩ ଦିନ ଉପବାସ ରହିବି ।
-
12.ଓଡ଼ିଶା ହାଇକୋର୍ଟ ତରଫରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ମେ ୨୦ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ତାହା ଜୁନ୍ ୧୮ରେ ସମାପ୍ତ ହେବ ।
-
13.ଭୀଷଣ ଗରମ ଏବଂ ଲୁ’ ପ୍ରବାହ ଯୋଗୁଁ ସରକାରୀ ସହାୟତା ପ୍ରାପ୍ତ ତଥା ପ୍ରାଇଭେଟ ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ତତ୍କାଳ ପ୍ରଭାବରେ ଗ୍ରୀଷ୍ମକାଳୀନ ଛୁଟି ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବଳବତ୍ତର ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।
-
14.ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ଚିତାଙ୍କ ମଧ୍ୟରୁ ଗୋଟିଏ ମାଈ ଚିତା ଖସି ପଳାଇଥିବା ଜଣାପଡିଛି। ରବିବାର ଉକ୍ତ ଚିତାକୁ ଗୋୱାଲିୟରରେ ଠାବ କରାଯାଇଛି।
-
15.ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି।