-
ଏକ ମାସ ମଧ୍ୟରେ ଆମ ଦଳରେ ଯୋଗ ଦିଅ, ନଚେତ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପାଇଁ ପ୍ରସ୍ତୁତ ହୁଅ ବୋଲି ବିଜେପି ପକ୍ଷରୁ ଧମକ ଦିଆଯାଇଥିବା ଦାବି ପରେ ବିଜେପି ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମାନହାନି ନୋଟିସ୍ ପଠାଇଛି।
-
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସ୍ବାମୀ ଓ ଅନ୍ୟ ଦୁଇଜଣ ଆଜି ଭାରତ ଛାଡ଼ିଛନ୍ତି। ସେମାନେ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଥିଲେ।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅନେକ ମାସ ଧରି ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସୁପ୍ରିମକୋର୍ଟଙ୍କ ଜାମିନ ପାଇବା ପରେ ତିହାର ଜେଲରୁ ବାହାରିଛନ୍ତି।
-
ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାର ରିଏକ୍ଟର ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
-
ମାଳଦ୍ୱୀପରେ ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଚୀନର ସକ୍ରିୟତା ବୃଦ୍ଧି ପାଇଛି। ଚୀନ ମାଳଦ୍ବୀପରେ ଏକ ନୌସେନା ଘାଟି ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବାରୁ ଭାରତ ଚିନ୍ତିତ ହୋଇପଡ଼ିଛି ।
-
କେନ୍ଦ୍ର ସରକାର କଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ୍ ଗଙ୍ଗୋପାଧ୍ୟାୟ, ପୂର୍ବତନ ଟିଏମସି ସାଂସଦ ଅର୍ଜୁନ ସିଂ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ ବର୍ମନ ଏବଂ କୁଚବିହାର ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ ତାପସ ଦାସଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି।
-
ଫୋର୍ବସ୍ ପକ୍ଷରୁ ଜାରି କରାଯାଇଥିବା ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ୧୧,୬୦୦ କୋଟି ଡଲାର ସମ୍ପତ୍ତି ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ୮୪୦୦ କୋଟି ଡଲାର ରହିଛି।
-
ଘରୋଇ ସୋଲାର ପ୍ୟାନେଲ ନିର୍ମାଣକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲାର ପ୍ୟାନେଲ ଆମଦାନୀ ଉପରେ ପୁଣିଥରେ କଟକଣା ଲାଗୁ କରାଯାଇଛି। ତେବେ ଆବଶ୍ୟକତା ଅନୁଯାୟୀ ଘରୋଇ ନିର୍ମାଣ ଯଥେଷ୍ଟ ହେଉ ନ ଥିବାରୁ ଗତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଆମଦାନିକୁ ଅନୁମତି ଦିଆଯାଇଥିଲା।
-
କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ନେତା ଦିନେଶ ଗୁଣ୍ଡୁ ରାଓ ନିର୍ବାଚନରେ ସମସ୍ତ ଭୋଟର ଭେରିଫାଏଡ୍ ପେପର ଅଡିଟ୍ ଟ୍ରେଲ୍ ପେପର ସ୍ଲିପ୍ ଗଣତି ପାଇଁ ହୋଇଥିବା ଆବେଦନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଶଂସା କରିଛନ୍ତି।
-
ୱାଟ୍ସଆପ୍ ଉପଭୋକ୍ତାଙ୍କୁ ଏକ ଝଟ୍କା ମିଳିବାକୁ ଯାଉଛି। ଏଣିକି ମେସେଜ କଲେ ଦେବାକୁ ପଡିବ ଟଙ୍କା। ମେଟା ମାଲିକାନା ଦ୍ୱାରା ମେସେଜିଂ ପ୍ଲାଟଫର୍ମ ୱାଟ୍ସଆପ୍ ଆନ୍ତର୍ଜାତୀୟ ଏକ-ସମୟ ପାସୱାର୍ଡ (ଓଟିପି)ର ଏକ ନୂତନ ବର୍ଗ ଲଞ୍ଚ କରିଛି।
-
ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କର୍କଟ ରୋଗରେ ପୀଡିତ ଅଛନ୍ତି। ଗତ ୬ମାସ ହେବ ସୁଶୀଲ କର୍କଟ ରୋଗ ସହିତ ସଂଘର୍ଷ କରୁଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଚନ୍ତି।
-
ଭଦ୍ରକ ଜିଲା ଧାମରା ନିକଟସ୍ଥ କଲାମ ଦ୍ୱୀପର ୪ ନଂ ଲଞ୍ଚ ପ୍ୟାଡରୁ ବୁଧବାର ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷା ହୋଇଛି। ଅଗ୍ନି-ପ୍ରାଇମ ଇଣ୍ଟରିମ ବାଲାଷ୍ଟିକ ମିସାଇଲ ଶ୍ରେଣୀର।
-
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ବୁଧବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏଠାରେ ପ୍ରଥମଥର ପାଇଁ ଯକୃତ ପ୍ରତିରୋପଣ କରାଯାଇଛି। ସ୍ତ୍ରୀଙ୍କ ଶରୀରରୁ ଯକୃତର କିଛି ଅଂଶ କଢ଼ାଯାଇ ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଦୀର୍ଘ ୯ ଘଣ୍ଟା ଧରି ଏସ୍ସିବିର ଦୁଇଟି ଓଟିରେ ୨ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା।
-
ବୁଧବାର ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଥିବା ବେଳେ ୬ ସହରରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।
-
ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂଆ ଦାୟିତ୍ବ । ବିଜେଡି ଉପସଭାପତି ଭାବେ ନିଯୁକ୍ତ କରାଯାଇଥିବା ବେଳେ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି।
-
ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ବରିଷ୍ଠ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପାଣିଗ୍ରାହୀ ଏବେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଦାୟିତ୍ୱ ତୁଲାଇବେ।
-
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅଞ୍ଚଳର ବହୁଚର୍ଚ୍ଚିତ ୩ ବର୍ଷ ବୟସର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲାରେ ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନରା ମାମଲାର ଶୁଣାଣି କରି ଦୋଷୀକୁ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ଦାଖଲ ନକଲେ ଅତିରିକ୍ତ ୧ ବର୍ଷ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ କରିଛନ୍ତି ।
-
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ ୨୨ ନେତା ଦଳ ଛାଡ଼ିଛନ୍ତି।
-
ଜେଲ୍ରୁ ମୁକୁଳିବା ପରେ ଆପ୍ ସାଂସଦ ସଞ୍ଜୟ ସିଂହ ସିଧାସଳଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେ କେଜ୍ରିୱାଲଙ୍କ ପତ୍ନୀ ସୁନିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।
-
କଂଗ୍ରେସରୁ ବହିଷ୍କୃତ ହେଲେ ମହାରାଷ୍ଟ୍ରର ବରିଷ୍ଠ ନେତା ସଞ୍ଜୟ ନିରୂପମ । ଦଳ ଦେଖାଇଲା ବାହାର ରାସ୍ତା । ଦଳ ବିରୋଧୀ ମନ୍ତବ୍ୟ ତଥା ଅନୁଶାସନହୀନତା ପାଇଁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଯାଇଛି ।