-
୪୩.୫ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରାଯାଇଛି।
-
ଖରା ପାଇଁ ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲର ସକାଳୁଆ ସମୟରେ ପରିବର୍ତ୍ତନ ହୋଇଛି। ଖୋର୍ଦ୍ଧା ଜିଲାରେ ଅଙ୍ଗନବାଡ଼ିରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଅର୍ଥାତ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବ।
-
ଆକାଶବାଣୀ ଓ ଦୂରଦର୍ଶନରେ ପ୍ରତ୍ୟେକ ଜାତୀୟ ଦଳକୁ ୪୫ ମିନିଟ୍ ଲେଖାଏଁ ସମୟ ଦିଆଯିବ। ୬ଟି ଜାତୀୟ ଦଳକୁ ଅତିରିକ୍ତ ସାଢ଼େ ୫ ଘଣ୍ଟା ପ୍ରସାରଣ ସମୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୬ ଓ ୨୩ ତାରିଖ ଏବଂ ଆସନ୍ତା ମାସ ୩, ୧୦, ୧୭, ୨୨ ଓ ୨୯ ତାରିଖରେ ପ୍ରସାରିତ ହେବ।
-
ଏଣିକି ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ରେ କିଛି ବି ସର୍ଚ୍ଚ କରିବାକୁ ହେଲେ ଆପଣଙ୍କୁ ପେମେଣ୍ଟ ଦେବାକୁ ହେବ। ଗୁଗୁଲ ଏପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏନେବଲ୍ଡ ସର୍ଚ୍ଚ ଫିଚର ଉପରେ କାମ କରୁଛି, ଯାହା ପାଇଁ ଏହା ଉପଭୋକ୍ତାଙ୍କୁ ଚାର୍ଜ କରିପାରିବ।
-
ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।
-
ପୂର୍ବ ଓ ଦକ୍ଷିଣ ଭାରତରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସତର୍କ କରାଇଦେଇଛି। ଏହା ସହିତ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି ।
-
ଉତ୍ତରପ୍ରଦେଶ ମଦ୍ରାସା ଆଇନକୁ ଅସାମ୍ବିଧାନିକ ଘୋଷଣା କରି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମ୍କୋର୍ଟ ରୋକ୍ ଲଗାଇଛନ୍ତି। ମଦ୍ରାସାର ୧୭ ଲକ୍ଷ ଛାତ୍ରଛାତ୍ରୀ ଓ ୧୦ ହଜାର ଶିକ୍ଷକଙ୍କୁ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
-
ଭାରତ ପାକିସ୍ତାନରେ ଟାର୍ଗେଟ୍ କରି ହତ୍ୟାକାଣ୍ଡ ଘଟାଉଥିବା ନେଇ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଖଣ୍ଡନ କରିଛି।
-
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ଚାର୍ଜସିଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ଓ ହେରଫେର କରିଥିବା ଅଭିଯୋଗ ଆଣିଛି।
-
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍ଏସ୍ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର୍) ନଭେମ୍ବର ୨୦୨୩ ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଏବେ ଜଣ ଜଣ କରି ନେତା ଦଳ ଛାଡ଼ିବା ତାଙ୍କୁ ଚିନ୍ତାରେ ପକାଇଛି।
-
ଲୋକସଭା ନିର୍ବାଚନରେ କଂଗ୍ରେସ କହ୍ନେୟା କୁମାରଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଆସନରୁ ପ୍ରାର୍ଥୀ କରିପାରେ।
-
ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ପାଇଁ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହାଦ୍ବାରା ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ସୁଧ ହାର କିମ୍ବା ମାସିକ କିସ୍ତି (ଇଏମଆଇ) ପରିଶୋଧ ରାଶି ବୃଦ୍ଧି ଯୋଜନା ନାହିଁ।
-
ଦୀର୍ଘ ସାତ ମାସ ପରେ ବିଶ୍ବବ୍ୟାପୀ ଖାଦ୍ୟପଦାର୍ଥ ମହଙ୍ଗା ହୋଇଛି। ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ)ର ତଥ୍ୟ ଅନୁଯାୟୀ ଖାଇବା ତେଲ ଦାମ୍ ବଢ଼ିବା କାରଣରୁ ଖାଦ୍ୟପଦାର୍ଥ ମହଙ୍ଗା ହୋଇଛି।
-
ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ଗ୍ରାହକମାନେ ୟୁପିଆଇ ଜରିଆରେ ‘କ୍ୟାସ ଡିପୋଜିଟ ମେସିନ’ (ସିଡିଏମ୍)ରେ ଟଙ୍କା ଜମା କରିପାରିବେ।
-
ଫୋର୍ବସ୍ ପତ୍ରିକା ପ୍ରତିବର୍ଷ ତା’ର ଧନୀ ତାଲିକା ପ୍ରକାଶ କରେ। ଏବର୍ଷ ବି ୨୦୨୪ ପାଇଁ ଫୋର୍ବସ୍ର କୋଟିପତିମାନଙ୍କ ତାଲିକା ପ୍ରକାଶ ପାଇସାରିଛି। ଏହି ତାଲିକାରେ, ୧୯ ବର୍ଷ ବୟସ୍କା ବ୍ରାଜିଲର ଛାତ୍ର ଲିଭିଆ ଭୋଇଗଟ୍ ବିଶ୍ୱର ସର୍ବକନିଷ୍ଠ କୋଟିପତି ହେବାର ଆଖ୍ୟା ପାଇଛନ୍ତି।
-
ଆନ୍ଧ୍ରପ୍ରଦେଶର ଅଗ୍ରଣୀ କ୍ୟୁ୧ ହସ୍ପିଟାଲ୍ର ଡାକ୍ତର ରମଣା ମୂର୍ତ୍ତି ଟି ୨୦ ହଜାର ଆଣ୍ଠୁ ପ୍ରତିରୋପଣ କରିବାର ମାଇଲଖୁଣ୍ଟ ହାସଲ କରିଛନ୍ତି। ଏହା ଜରିଆରେ ସେ ଶହ ଶହ ରୋଗୀଙ୍କ ଜୀବନରେ ଉନ୍ନତି ଆଣଇପାରିଛନ୍ତି।
-
ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ଅଭିଯୁକ୍ତ ମହିଳା ଅଧିକାର କର୍ମୀ ସୋମାକାନ୍ତି ସେନ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି।
-
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତାଙ୍କୁ ତିହାର ଜେଲରେ ଜେରା କରିବା ଲାଗି କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି।
-
ଆଜିକାଲି ଅଭିନୟ ଜୀବନ କମ୍, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍। ଏବେ ତାଙ୍କୁ ୪୮ ବର୍ଷ।
-
ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ଆହାନଙ୍କ ଚମକ ଟେନିସ କୋର୍ଟରେ ଅବ୍ୟାହତ ରହିଛି। କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଶୁକ୍ରବାର ଶେଷ ହୋଇଥିବା ଏଆଇଟିଏ-ଓଟିଏ ସୁପର ସିରିଜ (ଏସ୍ଏସ୍) ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍ ବାଳିକା ବର୍ଗରେ ସେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।